spot_img
Home Blog Page 6234

ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ୧୫୦ତମ ଜୟନ୍ତୀ, ଟ୍ୱିଟ୍ କରି ତାଙ୍କ ଅବଦାନକୁ ବଖାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ।  ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  । ଟ୍ୱିଟ୍ କରି ତାଙ୍କ ଅବଦାନକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ରାଜ୍ୟର ପ୍ରଗତିକୁ ନୂଆ ଦିଗ ଦେଇଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଭାଷା, ସାହିତ୍ୟ ଓ ସ୍ୱାସ୍ଥ୍ୟର ପ୍ରସାର କ୍ଷେତ୍ରରେ ଅବଦାନ ଅତୁଳନୀୟ । ପ୍ରାଶାସନିକ ସେବା ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଯୋଗଜନ୍ମା ପୁରୁଷ। ଅସାଧାରଣ ପ୍ରତିଭା ଓ ସାଧୁ ଉଦ୍ୟମ ବଳରେ ସେ ସମଗ୍ର ଓଡ଼ିଶାର ରାଜନୀତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଭଗୀରଥ ପାଲଟି ଯାଇଥିଲେ। ସେତେବେଳେ ତାଙ୍କୁ ଲକ୍ଷ୍ୟ କରି ପ୍ରଖ୍ୟାତ କବି ଚିନ୍ତାମଣି ମହାନ୍ତି ଲେଖିଥିଲେ
–‘ଉତ୍କଳ ତାହାକୁ କରିଛି ଭରସା, ଫେରାଇବ ସେ ତାହାର ଦୁର୍ଦ୍ଦଶା।’

ପାଞ୍ଚ ବର୍ଷ ବୟସରେ ଅବଧାନଙ୍କ ପାଖରେ ତାଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା। ଦୁଇ ବର୍ଷରେ ଚାହାଳି ପାଠ ଶେଷ କଲେ। ଘରେ ଆଉ ଜଣେ ଶିକ୍ଷକ ତାଙ୍କୁ ଓଡ଼ିଆ ଓ ଇଂରାଜୀ ପଢ଼ାଉଥିଲେ। ସେ ଏହାପରେ ବାରିପଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ମାତ୍ର ୩୪ ବର୍ଷ ବୟସରେ ୧୮୮୭ ମେ ମାସ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କର ଦେହାନ୍ତ ହେଲା। ପରେ ତାଙ୍କର ମହାରାଣୀ ମଧ୍ୟ ମୃତ୍ୟୁବରଣ କଲେ। ଏହି ସମୟରେ ରାମଚନ୍ଦ୍ର ଭଞ୍ଜ ନାବାଳକ ଥିଲେ। ତେଣୁ ମୟୂରଭଞ୍ଜ ରାଜ୍ୟ ସରକାରଙ୍କ ହାତକୁ ଯାଇଥିଲା। କଟକରେ ରାମଚନ୍ଦ୍ର ଭଞ୍ଜ ମୟୂରଭଞ୍ଜ ଭବନରେ ରହି ଅଧ୍ୟୟନ କଲେ। ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କୁ ସରକାର ଶିକ୍ଷକ ଭାବେ ନିଯୁକ୍ତ କରିଥିଲେ। ସେ ରେଭେନ୍ସାରେ ଦୁଇ ବର୍ଷ ଏଫ୍.ଏ. ପଢ଼ିଲେ। ବି.ଏ. ପରୀକ୍ଷାଦେବା ତାଙ୍କର ପ୍ରବଳ ଇଚ୍ଛା ଥିଲା; ମାତ୍ର ସେହି ସମୟରେ ସେ ସାବାଳକ ହେବାରୁ ରାଜ୍ୟ ଶାସନର ଦାୟିତ୍ବ ତାଙ୍କୁ ଦିଆଗଲା। ୧୮୯୨ ଅଗଷ୍ଟ ମାସ ୧୫ ତାରିଖରେ ରାମଚନ୍ଦ୍ର ଭଞ୍ଜଦେଓ ରାଜଗାଦିରେ ବସିଥିଲେ।

୪ଟି ସେସନରେ ହେବ ଜେଇ ମେନ ପରୀକ୍ଷା

ଭୁବନେଶ୍ୱର: ୨୦୨୧ରୁ ୪ଟି ସେସନରେ ହେବ ଜେଇ ମେନ ପରୀକ୍ଷା । ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀ ୪ଥର ଚାହିଁଲେ ଦେଇପାରିବେ ଜେଇ ମେନ । ଏହାସହ ଓଡ଼ିଆ ଭାଷା ସମେତ ୧୩ଟି ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଏନେଇ ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି  । ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ରେ ହେବ ପରୀକ୍ଷା । ପ୍ରଥମ ପରୀକ୍ଷା ଫେବ୍ରୁଆରୀ ୨୩ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ  । ତେବେ ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି କହିଛନ୍ତି ପୋଖରିୟାଲ

ଇସ୍ରୋ ପକ୍ଷରୁ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧ର ଉତକ୍ଷେପଣ

0

ନୂଆଦିଲ୍ଲୀ: ଭାରତର ଯୋଗାଯୋଗ ଉପଗ୍ରହ ସିଏମଏସ-୦୧ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଆଜି ଅପରାହ୍ନ ୩ଟା ୪୧ ମିନିଟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ଏହାକୁ ଉତକ୍ଷେପଣ କରାଯିବ ।

ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ପକ୍ଷରୁ କୁହାଯାଇଛି ।

ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ । ଯେଉଁଥିରେ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ।

ଆଜି ଏହି ରାଶିର ବ୍ୟକ୍ତିଙ୍କୁ ପରିଶ୍ରମ ମୁତାବକ ଫଳ ମିଳିବ…

ଆଜିର ପଞ୍ଚାଙ୍ଗ: ୧୭/୧୨/୨୦୨୦, ଗୁରୁବାର, ଧନୁ ୩ଦିନ, ୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମାଗଶିର ଶୁକ୍ଲ ୩ୟା ଦିବା ୦୩:୧୮ ଗତେ ୪ର୍ଥୀ
– ମକର ଅହୋରାତ୍ର
– ଉତ୍ତରାଷାଢା ସଂଧ୍ୟା ୭:୧୩ ଗତେ ଶ୍ରବଣା
– ଘାତ ଚନ୍ଦ୍ର – ସିଂହ ରାଶିର ଅହୋରାତ୍ର
– ଘାତ ବାର – ତୁଳା ଓ କୁମ୍ଭ ରାଶିର
– ଯୋଗିନି – ଆଗ୍ନୟେ ଦିବା ୦୩ଟା ୧୮ ଗତେ ନୈଋତେ
– ପୁଷ୍କର ଦୋଷ – ସଂଧ୍ୟା ୦୭ଟା ୧୩ ପଯ୍ୟନ୍ତ ୧ପାଦ
– ନିଷିଦ୍ଧ ଖାଦ୍ୟ – ପୋଟଳ ଓ ମୂଳା

ଶୁଭ ମୂହୁର୍ତ୍ତ
ପ୍ରାତଃ ୦୬:୧୮ ରୁ ୦୭:୪୫
ସନ୍ଧ୍ୟା ୦୫:୫୯ ରୁ ରାତି ୦୯:୩୧
ରାତ୍ର ୧୨:୦୯ ରୁ ରାତ୍ର ୦୩:୪୦

ଅଶୁଭ ମୂହୁର୍ତ୍ତ
ଦିବା ୦୧:୦୪ ରୁ ସଂଧ୍ୟା ୦୫:୦୭
ରାତ୍ର ୧୧:୪୩ ରୁ ରାତ୍ର ୦୧:୨୨

ମେଷ – (୧୦ମ ଚନ୍ଦ୍ର ଶୁଭ)
ଅଶ୍ୱିନୀ ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ

ଦ୍ୱିଜା ନକ୍ଷତ୍ର – ଅର୍ଥଚିନ୍ତା ଦୂର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶି ତେଲର ଦ୍ୱୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ

କୃତ୍ତିକା ନକ୍ଷତ୍ର- ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଶ ପରିସ୍ଥିତି ରହିବ, ନିଜ ଖାଇବା ଖାଦ୍ୟରୁ କିଛି ଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ୱ ବୃଦ୍ଧି ହେବ

ଶୁଭ ରଙ୍ଗ – ସବୁଜ
ଆଜି ସ୍ନାନସାରି – ଓଁ ଅଙ୍ଗାରକାୟ ନମଃ ୨୧ ଜପ କରନ୍ତୁ କଲ୍ୟାଣ ହେବ

ବୃଷ – (ଶୁକ୍ଲପକ୍ଷ ୯ମ ଚନ୍ଦ୍ର ଶୁଭ)

କୃତ୍ତିକା ନକ୍ଷତ୍ର – ଶୁଭଦିନ ରହିବ ତେଣୁ ଟଙ୍କପଇସାକୁ ନେଇ ଚିନ୍ତା କମିବ, ଲୋକ ସମ୍ପର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ

ରୋହିଣି ନକ୍ଷତ୍ର – ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଅନ୍ତୁ ଶୁଭରେ ଶୁଭରେ ଦିନ କଟିବ

ମୃଗଶିରା ନକ୍ଷତ୍ର – ଆଶାଜନକ ପରିବେଶ ପରିସ୍ଥିତି ରହିବ, ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ ତେଣୁ ମନ ବିଚଳିତ ରହିବ

ଶୁଭ ରଙ୍ଗ – ଲାଲ
ରକ୍ତଦାନ କରନ୍ତୁ ଏବଂ ଦେବୀ ମଙ୍ଗଳାଙ୍କର ସ୍ତୁତି ପଢନ୍ତୁ ଓ ଶୁଣନ୍ତୁ କଲ୍ୟାଣ ହେବ

ମିଥୁନ – (୮ମ ଚନ୍ଦ୍ର ଅଶୁଭ)

ମୃଗଶିରା ନକ୍ଷତ୍ର – ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ, ପରିବାରରେ ଭୁଲ ବୁଝାମଣା ରହିବ

ଆଦ୍ରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପ କରୁଥିବେ

ପୂନର୍ବସୁ ନକ୍ଷତ୍ର – ଆଜି ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ ଓ ମନ ଆନନ୍ଦରେ ସମୟ କଟିବ

ଶୁଭ ରଙ୍ଗ – ଲାଲ
ହଳଦୀ ଓ ଲାଲଚନ୍ଦନ ମିଶାଇ ମଥାରେ ଟିକା ଲଗାନ୍ତୁ ମନ ଶାନ୍ତ ରହିବ

କର୍କଟ – (୭ମ ଚନ୍ଦ୍ର ଶୁଭ)

ପୂନର୍ବସୁ ନକ୍ଷତ୍ର -ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ପ୍ରକାର କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ

ପୂଷ୍ୟା ନକ୍ଷତ୍ର -ଆୟ ମନମୁତାବକ ହେବ, କିଛି ମନର ଯୋଜନାରେ ସଫଳ ହେବେ ଚେଷ୍ଟା କାରି ରଖନ୍ତୁ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ସୃଷ୍ଟି ହେବ

ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ହନୁମାନଙ୍କର ଚାଳିଶା ପାଠକରି ଦିନ ଆରମ୍ଭ କରିବେ

ଶୁଭ ରଙ୍ଗ – ଧଳା
ଆଜି ମନର ଇଷ୍ଟଦେବଙ୍କୁ ସ୍ମରଣ କରି ଗୋଟେ ଲବଙ୍ଗ ଖାଇ ଦିନ ଆରମ୍ଭ କରିବେ

ସିଂହ – (୬ଷ୍ଠ ଚନ୍ଦ୍ର ଶୁଭ କିନ୍ତୁ ଘାତଚନ୍ଦ୍ର ଶୁଭକର୍ମ ବର୍ଜନିୟ)

ମଘା ନକ୍ଷତ୍ର -କୌଣସି ଅତୀତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଶ ଭଲ ରହିବ

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ପରିଶ୍ରମ ମୁତାବକ ଫଳ ମିଳିବ, କିନ୍ତୁ ମନ ବିଚଳିତ ରହିବ ତେଣୁ ଜଳରେ ହଳଦୀ ମିଶାଇ ସ୍ନାନ କରିବେ

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ଅଧିକ ରହିବ

ଶୁଭରଙ୍ଗ – ବାଦାମି
ନିଜର ଇଷ୍ଟଦେବ ସୂର୍ଯ୍ୟ ଭଗବାନଙ୍କୁ ତମ୍ବାପାପ୍ତରେ ଜଳ ଏବଂ ଗୁଡ ମିଶାଇ ଅର୍ଘ୍ୟ ଦିଅନ୍ତୁ

କନ୍ୟା – (ଶୁକ୍ଲପକ୍ଷ ୫ମ ଚନ୍ଦ୍ର ଶୁଭ)

ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ

ହସ୍ତା ନକ୍ଷତ୍ର -କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ, ଜାଗାବାଡି ଏବଂ ନୂତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ସୃଷ୍ଟି ହେବ

ଚିତ୍ରା ନକ୍ଷତ୍ର – ମନ ଏବଂ ସ୍ୱାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର ପାଠପ୍ରତି ଆଗ୍ରହ କମ ରହିବ

ଶୁଭ ରଙ୍ଗ – ସୁନେଲି ଓ କମଳା
ସବୁଜ ପରିବା ଏବଂ ଶାଗ ଗାଈକୁ ନିଜ ହାତରେ ଖୁଆନ୍ତୁ ଆର୍ଶିବାଦ ମିଳିବ

ତୁଳା – (୪ର୍ଥ ଚନ୍ଦ୍ର ଏବଂ ଘାତବାର ଅଶୁଭ)

ଚିତ୍ରା ନକ୍ଷତ୍ର -କୌଣସି ଚିନ୍ତା ମନକୁ ଦୁବଳ କରିଦେବ, ଲୁଣ ଖାଇବେ ନାହିଁ ଏବଂ ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ

ସ୍ୱାତୀ ନକ୍ଷତ୍ର – ଏତେ ଶୁଭଦିନ ନୁହେଁ ତେଣୁ ମଥାରେ ଚନ୍ଦନ ଲଗାଇବେ ମନ ଶାନ୍ତ ରହିବ

ବିଶାଖା ନକ୍ଷତ୍ର -ମହିଳା ମାନଙ୍କର ମନର ଆଶା ପୁରଣ ହେବ, ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭ ଖବର ମିଳିବ

ଶୁଭ ରଙ୍ଗ – ଆକାଶିଆ
ଲୁଣପାଣି ଘରର ମୁଖ୍ୟଦ୍ୱାରରେ ଛିଞ୍ଚନ୍ତୁ ଏବଂ କାଉକୁ ଖାଇବାକୁ ଦିଅନ୍ତୁ

ବିଛା – (୩ୟ ଚନ୍ଦ୍ର ଶୁଭ)

ବିଶାଖା ନକ୍ଷତ୍ର – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ

ଅନୁରାଧା ନକ୍ଷତ୍ର -ଚାକିରିରେ ଶୁଭତ୍ବ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ

ଜ୍ୟେଷ୍ଠା ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆତ୍ମବଳ ଅଧିକ ରହିବ

ଶୁଭ ରଙ୍ଗ – ଧଳା
ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରିବେ

ଧନୁ ରାଶି – (ଶୁକ୍ଲପକ୍ଷ – ୨ୟ ଚନ୍ଦ୍ର ଶୁଭ)

ମୂଳା ନକ୍ଷତ୍ର -ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ

ପୂର୍ବଷାଢା ନକ୍ଷତ୍ର – ଆଜି ଶୁଭ ଦିନ ରହିଛି ତଥାପି କୌଣସି ପ୍ରକାର କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ମନର ଆଶା ପୁରଣ ହେବ

ଉତ୍ତରାଷାଢା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ

ଶୁଭ ରଙ୍ଗ – ହଳଦିଆ
ସ୍ନାନପରେ ଠାକୁର ଗୃହରେ ଘିଅ ଦ୍ୱୀପ ଲଗାଇ ଗଣେଷଙ୍କର ଚାଳିଶା ପାଠ କରନ୍ତୁ କଲ୍ୟାଣ ହେବ

ମକର ରାଶି – (ଶ୍ରୀଚନ୍ଦ୍ର ଶୁଭ)

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ

ଶ୍ରବଣା ନକ୍ଷତ୍ର – ଗଛିତ ଅର୍ଥବ୍ୟୟ ବଢିବ, ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ ଠାକୁରଙ୍କୁ ଘୃତ ଦ୍ୱୀପ ଦେଇ ମନରକଥା ଜଣାନ୍ତୁ କଲ୍ୟାଣ ହେବ

ଧନିଷ୍ଠା ନକ୍ଷତ୍ର – ଅନୁକୁଳ ସମୟ ରହିବ ଏବଂ ବାସନା ଅତର (ପଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ମିଳିବ

ଶୁଭ ରଙ୍ଗ – ସବୁଜ
ହଳଦୀ ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ, ଗୁରୁଜନଙ୍କର ଆର୍ଶିବାଦ ନିଅନ୍ତୁ

କୁମ୍ଭ ରାଶି – ଘାତବାର ଏବଂ ୧୨ଶ ଚନ୍ଦ୍ର ଅଶୁଭ)

ଧନିଷ୍ଠା ନକ୍ଷତ୍ର -ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ, କିଛି ବିରିଡାଲି ପକ୍ଷୀଙ୍କୁ ଖୁଆଇବେ କଲ୍ୟାଣ ହେବ

ଶତଭିଷା ନକ୍ଷତ୍ର – ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ

ପୂର୍ବଭାଦ୍ର ନକ୍ଷତ୍ର – ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମ ନିଯୁକ୍ତିକୁ ନେଈ ଚିନ୍ତିତ ରହିବେ, ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ

ଶୁଭ ରଙ୍ଗ – ଆକାଶିଆ
କାଉ ଓ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ

ମୀନ ରାଶି – (୧୧ଶ ଚନ୍ଦ୍ର ଶୁଭ)

ପୂୃର୍ବଭାଦ୍ର ନକ୍ଷତ୍ର -ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରି ସୁଯୋଗ ଆସିବ

ଉତ୍ତରଭାଦ୍ର ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି କ୍ଷେତ୍ରରୁ ସହାୟତା ମିଳିବ

ରେବତୀ ନକ୍ଷତ୍ର – ପରିବାରରେ ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ, କର୍ମଜୀବି ମହିଳା ଅଧିକା ଶୁଭଫଳ ପାଇବେ

ଶୁଭ ରଙ୍ଗ – ବାଇଗେଣି
ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ

ଦିନ ଦ୍ୱିପ୍ରହରରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ବିପିଏଲ୍ ଚାଉଳର ହେଉଛି କଳାବଜାରୀ, ଭିଡିଓ ହେଲା ଭାଇରାଲ

କଟକ: ବିଗତ କିଛିଦିନ ହେବ ନକଲି ସାମଗ୍ରୀକୁ ନେଇ ଚର୍ଚ୍ଚାକୁ ଆସୁଛି କଟକ ସହର । ଆଉ ଏବେ କଳାବଜାରୀକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି । ଡ଼ର ଭୟକୁ ଖାତିର ନକରି କରୁଛନ୍ତି ଚୋରୀ । କୁଇଣ୍ଟାଲ୍ କୁଇଣ୍ଟାଲ୍ ବିପିଏଲ୍ ଚାଉଳର କଳାବଜାରୀ ହେଉଛି । ଗାଡ଼ି ଡିଲର ଦୋକାନରେ ଲାଗିବା କଥା, କିନ୍ତୁ ଖାଲି ପଡ଼ିଆରେ ଗାଡ଼ି ଛିଡ଼ା ହୋଇଛି । ଏମାନେ କୌଣସି ବିପିଲ ଉପଭୋକ୍ତା ନୁହଁନ୍ତି ।

ଏମାନେ ହେଉଛନ୍ତି ବିପିଏଲ୍‌ ଚୋର । ଉପଭୋକ୍ତାଙ୍କ ପାଇଁ ଆସିଥିବା ଚାଉଳକୁ ଗୋଟିଏ ଅଖାରୁ ଆଉ ଗୋଟିଏ ଅଖାକୁ ଖାଲି କରି ଚୋରାଚାଲାଣ କରୁଛନ୍ତି । ରାତି ନୁହେଁ, ଦିନ ଦ୍ୱିପହରେ କଟକ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଆଉ ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି ।

ନିର୍ଜନ ସ୍ଥାନରେ ଏକ ଟାଟା ମ୍ୟାଜିକ୍ ଗାଡ଼ିରୁ ବସ୍ତା ବସ୍ତା ସରକାରୀ ପିଡିଏସ୍‌ ଚାଉଳ ଅନ୍ୟ ଏକ ବସ୍ତାକୁ ଖାଲି କରାଯାଉଛି । ଭାଇରାଲ୍ ଭିଡିଓଟି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର ବିରୋଳ ସାନକୋଷ୍ଟି ଗାଁର ବୋଲି କୁହାଯାଉଛି ।

ପିଡ଼ିଏସ୍ ଅଖାରୁ ସରକାରୀ ଚାଉଳ ଅଦଳବଦଳ କରୁଥିବା ଦୁଇଜଣ ଯୁବକ ଭଟିମୁଣ୍ଡା ଗାଁର ବୋଲି ଜଣାପଡ଼ିଛି । ସେପଟେ ଘଟଣା ନେଇ ତଦନ୍ତ ହେବ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ କହିଛନ୍ତି ।

ଉଜୁଡ଼ିଗଲା ମା’ର କୋଳ, କୂଅରୁ ମିଳିଲା ନିଖୋଜ ଶିଶୁର ମୃତଦେହ

ଢେଙ୍କାନାଳ: ମିଳିଲା ନିଖୋଜ ଶିଶୁର ମୃତଦେହ । ଢେଙ୍କାନାଳ ନିହଲପ୍ରସାଦ ଥାନା ଖଙ୍କିରା ଗାଁର ନିଖୋଜ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି । ଦମକଳବାହିନୀ କୂଅରୁ ମୃତଦେହ ଉଦ୍ଧାର କରିଛି । ଗତକାଲି ସଂଧ୍ୟାରେ ଶିଶୁଟି ନିଖୋଜ ହୋଇଯାଇଥିଲା । ଅନେକ ଖୋଜାଖୋଜି ପରେ ମଧ୍ୟ ନମିଳିବାରୁ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପରେ ରାତିରେ ଶିଶୁପୁତ୍ରର ମୃତଦେହ କୂଅରେ ଭାସୁଥିବାର ଦେଖିବାକୁ ମିଳିଥିଲା । ତେବେ ପୁଅକୁ ହତ୍ୟା କରାଯାଇ କୂଅରେ ପକାଯାଇଥିବା ଅଭିଯୋଗ କରିବା ସହ ମୁଣ୍ଡରେ କ୍ଷତ ଚିହ୍ନ ଥିବା ପରିବାର ଲୋକେ କହିଛନ୍ତି । ଘଟଣାସ୍ଥଳରେ ନିହାଲ ପ୍ରସାଦ ପୋଲିସ ପହଞ୍ଚି ତଦନ୍ତ କରିଛି ।

୮୫ହଜାର ଟଙ୍କାର ଜାଲି ନୋଟ ଜବତ, ୨ ଅଭିଯୁକ୍ତ ଗିରଫ

0

ବାରିପଦା: ରାଜ୍ୟରେ ବଢ଼ିବାରେ ଲାଗିଛି ଜାଲି ନୋଟ କାରବାର । ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସକୁ ସଫଳତା । ଜାଲି ନୋଟ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୮୫ହଜାର ଟଙ୍କାର ଜାଲି ନୋଟ ଜବତ ହୋଇଛି । ଏହାସହିତ ଅଭିଯୁକ୍ତଙ୍କ ନିକଟରୁ ୨ଟି ଫୋନ ସହ  ପଲସର ଗାଡିକୁ ମଧ୍ୟ ଜବତ କରାଯାଇଛି ।

 

ଗତକାଲି ବିଳମ୍ୱିତ ରାତିରେ ଖବର ପାଇ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସହ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରିଥିଲା । ୨ ଅଭିଯୁକ୍ତକୁ ଗିରଫ କରିବା ସହିତ ଜାଲି ନୋଟ କାରବାର ପଛରେ ଥିବା ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ ।

ରାଜ୍ୟରେ ଆଗକୁ କମିବ ତାପମାତ୍ରା, ୧୯ରୁ ହାଡ଼ଭଙ୍ଗା ଶୀତରେ ଥରିବ ଉପାନ୍ତରୁ ଉପକୂଳ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢିବ ଶୀତ । ଉପାନ୍ତରୁ ଉପକୂଳ ସବୁଠି ଥରେଇବ ଶୀତ  । ଆସନ୍ତା ୧୯ ତାରିଖରୁ ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେବ  । ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର। ରାଜଧାନୀ ଭୁବନେଶ୍ବର ଓ କଟକରେ ମଧ୍ୟ ଶୀତ ଲହରୀ ଜାରି ରହିବ । ଉପକୂଳ ଓଡ଼ିଶାରର ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ତାପମାତ୍ରା ୧୦ରୁ ୧୨ ଡିଗ୍ରିକୁ ଖସି ଆସିବ ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନବରଙ୍ଗପୁରରେ ତାପମାତ୍ରା ୮ରୁ ୧୦ଡିଗ୍ରି ପର୍ଯ୍ୟନ୍ତ ଖସିଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବୌଦ୍ଧ, ମୟୂରଭଞ୍ଜ, କଳାହାଣ୍ଡି, ନୟାଗଡ଼, ଖୋର୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୪ ଓ କୋରାପୁଟରେ ୧୪.୬ ଡିଗ୍ରି ରହିଥିଲା।

ସରିଲା ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି, କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ।

ପ୍ରଦୀପଙ୍କୁ ୨ଦିନରେ ମାରାଥନ ଜେରା କରିଥିଲା ତଦନ୍ତକାରୀ ଦଳ । ଆକଶଙ୍କୁ କୋର୍ଟରୁ ଆଣି ହାଜର କରିବା ପୂର୍ବରୁ ପିଟର ଦେଇଥିବା ତଥ୍ୟକୁ ନେଇ ପ୍ରଦୀପ ଓ ଆକାଶଙ୍କୁ ଦ୍ୱିତୀୟ ଦିନରେ ମଧ୍ୟ ରାଉଣ୍ଡଅପ୍ କରାଯାଇଥିଲା। କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ ରହିଛନ୍ତି ଆକାଶ-ପ୍ରଦୀପ ଠକେଇର ମିଡିଲମ୍ୟାନ ସର୍ବେଶ୍ୱର ରାଓ।

ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଛନ୍ତି ଜୁନିୟର ପାଠକ ଓ ପାଣିଗ୍ରାହୀ । ଓଡିଶା, ପାଟଣା ଛଡା ଆଉ କେଉଁ କେଉଁଠି ଟଙ୍କା ଲୁଟିଛନ୍ତି ? ଆହୁରି କେତେ ଯୁବକ ଯୁବତୀ ଏହି ଠକାମିର ଶିକାର ହୋଇଛନ୍ତି ? ଠକେଇ ଟଙ୍କା କାହା ଆକାଉଣ୍ଟକୁ କେତେ କେତେ ଟଙ୍କା ଯାଇଛି ? ଠକେଇ ଟଙ୍କା କେଉଁଠାରେ ବିନିଯୋଗ ହୋଇଛି ? ଏହି ଟଙ୍କାରେ କୋଠା, ପ୍ଳଟ ଓ ଅନ୍ୟ ସାମଗ୍ରୀ କିଣାଯାଇଛି କି ? ଯଦି କିଣାଯାଇଛି କାହା କାହା ନାଁରେ ରହିଛି ? ସେ ସବୁର ଖୋଳତାଡ କରୁଛି ଟିମ ।

ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କାର କାରବାରକୁ ନେଇ ରିମାଣ୍ଡରେ ଖୋଳତାଡ଼ ଚାଲିଛି । ଏ ଟଙ୍କାର ଇନକମ ସୋର୍ସ କଣ ଥିଲା ? କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସହଯୋଗୀମାନେ ଟଙ୍କା ଦେଇଥିଲେ ବୋଲି ପ୍ରଦୀପଙ୍କୁ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ। ସେପଟେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁରରେ ତନାଘନା କରୁଛି ଭିଜିଲାନ୍ସ ଟିମ୍ । ଡିଏସପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । ଜାଲ ନିଯୁକ୍ତି ତାଲିକାରେ ୧୨୦ରୁ ଅଧିକ ପ୍ରାର୍ଥୀ ଠକେଇର ଶିକାର ହୋଇଥିବା ତାଲିକା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଠକାମିର ଶିକାର ହୋଇଛନ୍ତି, ତାହାର ପ୍ରମାଣ ଯୋଗାଡ କରୁଛି ଟିମ୍ । ଅନ୍ୟପଟେ ସ୍କାଏ କିଙ୍ଗରେ ୬୫ ଲକ୍ଷ ଟଙ୍କା ଠକେଇରେ କମିଶନରେଟ ପୋଲିସ ଖୁବ ଶୀଘ୍ର ଆକାଶ ପାଠକକୁ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।

ଭାରତ ଓ ଅଷ୍ଟ୍ରେଲିଆ ବର୍ଡର୍-ଗାଭାସ୍କର ଟ୍ରଫି; ଆଜିଠୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ

0

ଆଡିଲେଡ୍: ଆଜିଠୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ବର୍ଡର୍-ଗାଭାସ୍କର ଟ୍ରଫି । ଆଡିଲେଡ୍ ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟ ।

ପିଙ୍କ୍‌ ବଲ୍‌ ଟେଷ୍ଟ ଅଭିଜ୍ଞତାରେ ଅଷ୍ଟ୍ରେଲିଆ ଠାରୁ ଭାରତ ଢେର ପଛରେ । ଅଷ୍ଟ୍ରେଲିଆ ମୋଟ ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଗୋଟିଏ‌ ଖେଳିଛି । ସେପଟେ ଟେଷ୍ଟ ସିରିଜ୍ ପୂର୍ବରୁ ଉଭୟ ଦଳ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ, ଅଷ୍ଟ୍ରେଲିଆ ଗତ ଥରର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ।

ଗତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ବିଜୟୀ ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ତେବେ ଦଳରେ ରିଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ ।

ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବାକୁ ଥିବା ବେଳେ ଦଳ ପୃଥୀ ଶ’ଙ୍କ ଉପରେ ଭରସା ରଖିଛି। ତେବେ ଶୁଭମନ ଗିଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ ।