spot_img
Home Blog Page 6236

ଟ୍ରେନ୍‌ ବଗି ଉପରେ ନେଉଥିଲେ ସେଲଫି, ଜଳିଗଲା ପୁରା ଶରୀର

ପାରଳାଖେମୁଣ୍ଡି: ସେଲଫି ହେଲା କାଳ । ଗଜପତିର ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ଟ୍ରେନ ବଗି ଉପରେ ଚଢ଼ି ସେଲ୍ଫି ନେବା ବେଳେ ଜଳିଗଲେ ଯୁବକ । ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ । ଏହା ସହ ଟ୍ରେନର ଗୋଟିଏ ବଗି ମଧ୍ୟ ଜଳିଯାଇଛି । କିଛି ଦିନ ହେବ ଟ୍ରେନ୍‌ଟି ଛିଡ଼ା ହୋଇ ରହିଥିଲା । ଅଗ୍ନିଶମ ବାହୀନ ଘଟଣାସ୍ଥଲରେ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ଗୌରଚନ୍ଦ୍ର ସାହିର ୧୭ ବର୍ଷୀୟ ସୂର୍ୟକୁମାର । ତିନି ଜଣ ସାଙ୍ଗ ସହ ଷ୍ଟେସନ ଅଞ୍ଚଳକୁ ବୁଲିବାକୁ ଆସିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ସେଲଫି ନିଶା ଯୋଗୁଁ ଅନେକ ସମୟରେ ଯୁବକ/ଯୁବତୀଙ୍କ ଜୀବନ ଚାଲିଯାଇଛି । କେତେବେଳେ ବ୍ରଜ୍‌ ଉପରେ ରହି କେହି ସେଲ୍‌ଫି ନେଉଥିବା ବେଳେ ନିଜ ଜୀବନ ହରାଇଛନ୍ତି ତ ଆଉ କେତେବେଳେ ଝରଣାକୂଳରେ ଥାଇ ସେଲ୍‌ଫି ନେଉଥିବା ବେଳେ ଯୁବକ/ଯୁବତୀଙ୍କ ପ୍ରାଣ ଯାଇଛି । ଏମିତିକି ବାଇକ୍‌ ଚଳାଇବା ବେଳେ ମଧ୍ୟ ସେଲଫି ନେବା ନିଶା ଲୋକଙ୍କ ଜୀବନ ନେଇଛି ।

ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହେଉଛି । ତେବେ ସେଲ୍‌ଫି ନେବାକୁ କୌଣସି ବାରଣ କରାଯାଉ ନାହିଁ କିନ୍ତୁ ସତର୍କତାର ସହ ଫଟୋ ଉଠାନ୍ତୁ ଏବଂ ଦୁଃସାହସ କରନ୍ତୁ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Farmer Protest: ଦାବି ଶୁଣିଲେନି ସରକାର, ଗୁଳି କରି ଆତ୍ମହତ୍ୟା କଲେ ବାବ ରାମ ସିଂହ

ନୂଆଦିଲ୍ଲୀ: କୃଷି ବିଲକୁ ପ୍ରତ୍ୟାଖାନ କରି ଆତ୍ମହତ୍ୟା କଲେ ସନ୍ଥ ରାମ ସିଂହ ବାବା । ସିଙ୍ଘୁ ସୀମାରେ ଧାରଣାରେ ସାମିଲ ହୋଇଥିବା ରାମ ସିଂହ ବୁଧବାର ନିଜକୁ ଗୁଳି କରିଛନ୍ତି । ଘଟଣାସ୍ଥଳରେ ହିଁ ରମ ସିଂହଙ୍କ ମୃତ୍ୟୁ ଘଟିଥିବାବେଳେ ବାବାଙ୍କ ନିଜସ୍ବ ହସ୍ପିଟାଲରେ ହିଁ ତାଙ୍କୁ ତୁରନ୍ତ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ରାମ ସିଂହ ଙ୍କୁ ମୃତ ଘୋଷଣା କରିଥିଲେ ।

ସରକାର ଚାଷୀଙ୍କ ସପକ୍ଷରେ କିମ୍ବା ଚାଷୀଙ୍କ ହିତରେ ନାହାଁନ୍ତି । ଏଭଳି ସମୟରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ସରକାର କୃଷିଙ୍କ ସପକ୍ଷରେ ନାହାନ୍ତି । ତେଣୁ ବଞ୍ଚିବା ଅପେକ୍ଷା ଆତ୍ମ ହତ୍ୟାକୁ ଉଚିତ ମନେକରି ଚାଷୀଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି ବାବା । ଯାହା ତାଙ୍କ ସୁଇସାଇଡ ନୋଟରେ ଲେଖା ଯାଇଛି ।

 

ପୁରୀରେ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବି.କେ ପଟେଲ

ପୁରୀ: ପୁରୀ ଗସ୍ତରେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବି.କେ. ପଟେଲ । ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀମନ୍ଦିର ସାମ୍ନାରୁ ପତିତପାବନଙ୍କୁ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି । ଏହି ଅବସରରେ ରାଜ୍ୟରେ ଘଟୁଥିବା ଓ ଅଭିଯୋଗ ଆସିଥିବା ହାଜତ ମୃତ୍ୟୁ ଏବଂ ପୋଲିସ ନିର୍ଯାତନା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚିତ ରିପୋର୍ଟ ରାଜ୍ୟସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ଓଏଚଆରସି । ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରାଯିବ । ଏହାସହ ଅନ୍ୟାନ୍ୟ ପ୍ରସଙ୍ଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜଷ୍ଟିସ୍ ବି. କେ. ପଟେଲ କହିଛନ୍ତି ।

File Photo

ଦୀର୍ଘ ୯ ମାସ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିପାରୁ ନାହାନ୍ତି । ଏଥିପାଇଁ ଅସନ୍ତୋଷ ବଢ଼ିବାରେ ଲାଗିଛି । କରୋନା କଟକଣା କୋହଳ ହୋଇଥିବାରୁ ଏବଂ କରୋନାର ପ୍ରକୋପ କିଛି ମାତ୍ରାରେ କମିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରାଯାଇଛି । ଆଗାମୀ ୨୦୨୧ ଜାନୁଆରୀ ୩  ତାରିଖରୁ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ଖୋଲାଯିବ ବୋଲି ସୂଚନା ରହିଛି । ତେବେ ଡିସେମ୍ବର ୨୩ ତାରିଖରୁ ମନ୍ଦିର ଖୋଲାଯିବ କୁହାଯାଉଥିଲେ ମଧ୍ୟ ପୁରୀ ବାହାରର ଲୋକଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ରହିବ ନାହିଁ । କେବଳ ପୁରୀବାସୀ ମନ୍ଦିରରେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି । ଜନସମାଗମ ଦୃଷ୍ଟିରୁ ନୂଆ ବର୍ଷରେ ମନ୍ଦିର ବନ୍ଦ ରହିବାର ସମ୍ଭାବନା ରହିଛି । ତେଣୁ ୩ ତାରିଖଠାରୁ ସାଧାରଣ ଭାବେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିପାରିବେ ।

ଛତିଶଗଡ଼ ସୀମାନ୍ତରେ ପୁଣି ଫୁଟିଲା ଗୁଳି, ଜଣେ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତରେ ପୁଣି ଫୁଟିଲା ଗୁଳି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି ।

ଘଟଣାଟି ଜାଗୁରକୋଣ୍ଡା ଥାନା ଅଞ୍ଚଳର ଘଟିଥିବା ଜଣାପଡ଼ିଛି । ଡିଆରଜି ଓ ସିଆର୍‌ପିଏଫ ଦ୍ୱାରା ଅପରେସନ ଜାରି ରହିଥିଲା । ଏହି ସମୟରେ ମୁହାଁମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଆଖିବୁଜା ଗୁଳି ବର୍ଷା କରାଯାଇଥିଲା । ଏହାର ପାଲଟା ଜବାବ ଦେବାକୁ ଯାଇ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ ।

ତେବେ ଯବାନଙ୍କ ପାଲଟା ଜବାବର ସମୁଖୀନ କରିନପାରି ଫେରାର ହୋଇଯାଇଥିଲେ ମାଓବାଦୀ । ପରେ ସର୍ଚ୍ଚ କରିବା ବେଳେ ଜଣେ ମାଓବାଦୀର ଶବ ମିଳିଥିଲା । ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସମଗ୍ରୀ ଜବତ କରାଯାଇଛି । ଗୋଟିଏ ଗ୍ରେନେଡ୍‌ ଲଂଚର, ମୋଜେଲ ସମେତ ବିପୁଳ ପରିମାଣର ବିସ୍ଫୋରକ ସମଗ୍ରୀ ଓ ମାଓ ବ୍ୟବହୃତ ସମଗ୍ରୀ ପୋଲିସ ଜବତ କରିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ଏବେ କିଛି ଦିନ ହେବ ଲଗାତର ଭାବେ ମାଓ ଦମନ ଅଭିଯାନକୁ ଜୋରଦାର କରାଯାଇଛି । ଅନେକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଛି । ପୋଲିସ ଡିଜି ଅଭୟ ମଧ୍ୟ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରାଯିବ ବୋଲି କହିଛନ୍ତି । ଏହାସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଡିଜିପିଙ୍କ ଆହ୍ୱାନ କ୍ରମେ କିଛି ହାର୍ଡକୋର ମାଓବାଦୀ ଆତ୍ମ ସପର୍ମଣ ମଧ୍ୟ କରିସାରିଲେଣି ।

ଏଣିକି ଓଡ଼ିଆ ଭାଷାରେ ହେବ ଜେଇଇ: ଫେବ୍ରୁଆରୀ ୨୩ରୁ ୨୬ ଯାଏଁ ହେବ ପରୀକ୍ଷା

ନୂଆଦିଲ୍ଲୀ: ଏଣିକି ଓଡ଼ିଆ ଭାଷାରେ ହେବ ଜେଇଇ । ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ମୋଟ ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଏହି ଭାଷା ଗୁଡ଼ିକ ମଧ୍ୟରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଧ୍ୱୁ ଭାଷା ରହିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ଫେବ୍ରୁଆରୀ ପରେ ମାର୍ଚ, ଏପ୍ରିଲ ଓ ମେ ମାସରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ ଓ ଛାତ୍ରଛାତ୍ରୀମାନେ ନିଜ ସୁବିଧାଅ ନୁସାରେ କୌଣସି ପରୀକ୍ଷାରେ ସାମିଲ ହୋଇ ପାରିବେ ।  ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ  ଏକ ବଡ଼ କ୍ଷେତ୍ର ଆପଣଙ୍କ ପାଇଁ ଖାଲି ଅଛି | ଆପଣଙ୍କ ପାଇଁ ଅନେକ ସୁଯୋଗ ଅଛି | ମାର୍କଗୁଡ଼ିକର ଉନ୍ନତି ପାଇଁ ଆପଣ ଏକ ଭଲ ସୁଯୋଗ ପାଇବେ | ପ୍ରଥମ ପ୍ରୟାସରେ ଯଦି ପ୍ରାର୍ଥୀମାନେ ପରୀକ୍ଷା ଦେବାର ସୁଯୋଗ ପାଆନ୍ତି ତେବେ ସେମାନେ ସେମାନଙ୍କର ଭୁଲ ଜାଣିବେ। ଦ୍ୱିତୀୟ ପ୍ରୟାସରେ ତୁମର ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ତ୍ରୁଟି କମ୍ ହେବ | ଯଦି ଜଣେ ଛାତ୍ରଛାତ୍ରୀ ଗୋଟିଏ ପରୀକ୍ଷାରୁ ବଞ୍ଚିତହେବେ ତେବେ ସେ ଦ୍ବିତୀୟ ପରୀକ୍ଷାରେ ଭାଗ ନେଇ ପାରିବେ । ପ୍ରଥମ ଥର ପାଇଁ ଜେଇଇ ପ୍ରବେଶିକା ୧୩ଟି ଭାଷାରେ କରାଯିବ ।   ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ, ମରାଠୀ, ମାଲାୟାଲମ୍, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ହେବ। ପ୍ରଶ୍ନପତ୍ରରେ ୯୦ ଟି ପ୍ରଶ୍ନ ରହିବ, ଯେଉଁଥିରେ  କେବଳ ୭୫ ଟି ପ୍ରଶ୍ନର ସମାଧାନ କରିବାକୁ ପଡ଼ିବ। 15 ଟି ବୈକଳ୍ପିକ ପ୍ରଶ୍ନ ରହିବ | ବିକଳ୍ପ ପ୍ରଶ୍ନଗୁଡ଼ିକରେ ନକାରାତ୍ମକ ମାର୍କିଂ ରହିବ ନାହିଁ | ସମସ୍ତ ଚାରିଟି ପର୍ଯ୍ୟାୟରେ ଅନୁଷ୍ଠିତ ପରୀକ୍ଷାରେ  ସର୍ବୋତ୍ତମ ସ୍କୋର ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ |

ରେଳ ଡବାରେ ଆଦାନୀ କମ୍ପାନୀର ମୋହରକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ୱିଟ୍: ଭ୍ରମାତ୍ମକ କହିଲା ଖବର ସରବରାହ ସଂସ୍ଥା

ନୂଆଦିଲ୍ଲୀ: ପିଆଇବି ଫ୍ୟାକ୍ଟ ଚେକ୍ ତରଫରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟର ସତ୍ୟତା ଅନୁସନ୍ଧାନ କରାଯାଇଛି । ସତ୍ୟତା ସନ୍ଧାନ କରାଯାଇଥିବା ଭିଡିଓରେ ଘରୋଇ କମ୍ପାନୀ ଅଦାନୀର ନାମ ଛପା ଯାଇଛି । ଅନୁସନ୍ଧାନ ରିପୋର୍ଟରେ ପିଆଇବି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଏକ ଟ୍ୱିଟ୍ ସେୟାର କରାଯାଇଛି । ଯେଉଁଥିରେ ସେ ଲେଖିଛନ୍ତି ‘ ଯେଉଁ ଭାରତୀୟ ରେଳକୁ ଦେଶର କୋଟି କୋଟି ଲୋକ ନିଜ ପରିଶ୍ରମ ଦ୍ୱାରା ଗଢ଼ି ତୋଳିଛନ୍ତି, ତାହ ଉପରେ ବିଜେପି ସରକାର ନିଜର ଆରବପତି ବନ୍ଧୁ ଆଦାନୀଙ୍କ ମୋହର ଲଗାଇଛନ୍ତି । ଆଗକୁ ଧିରେ ଧିରେ ରେଳବାଇର ବଡ଼ ଅଂଶ ମୋଦିଙ୍କ ଆରବପତି ବନ୍ଧୁଙ୍କୁ ଚାଲିଯିବ । ଦେଶର କୃଷକ ମଧ୍ୟ ଆଜି ନିଜ ଜମିକୁ ମୋଦିଙ୍କ ବନ୍ଧୁ ମାନଙ୍କ ହାତକୁ ଯିବାରୁ ରୋକିବାକୁ ଚେଷ୍ଟା କରୁଛନ୍ତି ।

          ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ଭିଡିଓ ୧୪ ଡିସେମ୍ୱରକୁ ପୋଷ୍ଟ କରାଯାଇଛି । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ପୋଷ୍ଟକୁ କେନ୍ଦ୍ର ସରକାରଙ୍କ ଏଜେନ୍ସ ପିଆଇବି ଭ୍ରମାତ୍ମକ ବୋଲି କହିଛି । ପିଆଇବି ଫେକ୍ୱ ଚେକ୍ ତରଫରୁ ୧୬ ଡିସେମ୍ୱର ଦ୍ୱିପ୍ରହରରେ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟ ସହିତ ଏକ ଟ୍ୱିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ରେଳରେ ଦେଖାଦେଇଥିବା ଘରୋଇ କମ୍ପାନୀର ପ୍ରତୀକ କେବଳ ଏକ ବିଜ୍ଞାପନ ।

ଜୋର ଧରିଲା ବିରଜା ମନ୍ଦିର ଖୋଲିବାକୁ ଦାବି

ଯାଜପୁର: ଜୋର ଧରିଲା ବିରଜା ମନ୍ଦିର ଖୋଲିବା ଦାବି । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଦାବି କରାଯିବା ପରେ ଏବେ ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରାଜଙ୍କ ମନ୍ଦିର ଖୋଲିବା ପାଇଁ ଦାବି ଜୋର ଧରିଛି ।

ଏନେଇ ଆଜି ସେବାୟତ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ହେଲେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିବା ନେଇ କୌଣସି ନିଷତ୍ତି ନିଆଯାଇ ନାହିଁ ।

Maa-Biraja-Temple-Jajpur-Odisha

ଏହାକୁ ପ୍ରତିବାଦ କରି ବୁଧବାର ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଦୀର୍ଘ ୯ ମାସ ହେଲା ମନ୍ଦିର ବନ୍ଦ ହୋଇଥିବାରୁ ସେବାୟତ ମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ବୋଲି କୁହାଯାଇଛି । ତେଣୁ ଶୀଘ୍ର ନିଷ୍ପତ୍ତି ନେଇ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ।

ହିଞ୍ଜିଳିକାଟୁରେ ସିଭିଲ୍ ଜଜ୍ କୋର୍ଟର ନୂତନ କୋଠା ଉଦ୍‌ଘାଟିତ: ‘ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ’

ଭୁବନେଶ୍ୱର: ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ନେଇ ଯେଉଁ ସାମ୍ୱିଧାନିକ ଉଦ୍ଦେଶ୍ୟ ରହିଛି, ତାହା ପୂରା  କରିବା ନେଇ ଆମ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁସ୍ଥିତ ନୂଆ ସିଭିଲ ଜଜ୍‌ ଜୁନିଅର, ଡିଭିଜନ୍ କମ୍‌ ଜେଏମ୍‌ଏଫ୍‌ସି କୋର୍ଟର ନୂଆ କୋଠା ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।

 ଏହି ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରାଫିକ୍ ମିଳିତଭାବେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ ।  ନୂଆ କୋର୍ଟର କୋଠା ଉଦଘାଟନ ଅବସରରେ ଏ ନେଇ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ନ୍ୟାୟ ଅଧିକାର ଏକ ମୌଳିକ ଅଧିକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଆମ ସରକାର ନ୍ୟାୟ ପ୍ରଦାନ ନେଇ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ସେ ଆହୁରୀ କହିଛନ୍ତି ଯେ, ଆମ ସରକାର ନିକଟ ଅତୀତରେ  ୪ଟି ନୂଆ  କୋର୍ଟ  ସ୍ଥାପନ କରିଛନ୍ତି । ବ୍ୟବସାୟିକ ବିବାଦ ତୁଟାଇବା ଲାଗି ଏହି କୋର୍ଟଗୁଡ଼ିକର ପ୍ରତିଷ୍ଠା କରାଯାଇଛି । ଏଥିସହିତ ୪୫ଟି କୋର୍ଟ ମହିଳାଙ୍କ ବିରୋଧରେ ଘଟିଥିବା ମାମଲାର ଶୁଣାଣି ପ୍ରତିଷ୍ଠା କରାଯାଇଛି ।

          ରାଜ୍ୟର ନ୍ୟାୟପାଳିକା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ବିକାଶ ନେଇ ଆବଶ୍ୟକ ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେବା ନେଇ ସରକାର ହାଇକୋର୍ଟଙ୍କ ସହ ମିଳିତଭାବେ କାର୍ଯ୍ୟ କରୁଛନ୍ତି । ଏଥିସହିତ ଓକିଲମାନଙ୍କ ସ୍ୱାର୍ଥରକ୍ଷା ନେଇ ‘ଓଡ଼ିଶା ଓ୍ୱେଲଫେୟାର ଫଣ୍ଡ୍‌’କୁ ୩କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ଓକିଲମାନଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇଦେବା ନେଇ ରାଜ୍ୟ ସରକାର ‘ଓଡ଼ିଶା ଆଡଭୋକେଟ୍ ଓ୍ୱେଲଫେୟାର ଫଣ୍ଡ୍ ଆକ୍ଟ-୧୯୬୧’ ରେ ସଂଶୋଧନ କରିଛନ୍ତି । ଏହି ନୂଆ ଭିତ୍ତିଭୂମି ଲୋକଙ୍କ ଆଶା ପୂରା କରିବ ।

          ତେବେ ଏହି ନୂଆ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରାଫିକ୍ । ଏହି କୋଠା ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ଆକର୍ଷଣୀୟ  । ଏଠାରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଥିବା ସେ କହିଛନ୍ତି । ସେ ଆହୁରୀ କହିଛନ୍ତ ଯେ, ମହାମାରୀ ଯୋଗୁଁ ନ୍ୟାୟିକ ବ୍ୟବସ୍ଥାରେ ବାଧା ଉପୁଜିଥିଲେ ସୁଦ୍ଧା ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷ ଡିସେମ୍ୱର ୧୪ ସୁଦ୍ଧ ୪୦ ହଜାର ମାମଲାର ସମାଧାନ କରିଛନ୍ତି ।

          ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ, ଜଷ୍ଟିସ୍ ବିଶ୍ୱଜିତ ମହାନ୍ତି, ସାଂସଦ ପ୍ରମିଳା ବିଷୋୟୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ଆଇନ ବିଭାଗ ସଚିବ ଶଶୀକାନ୍ତ ମିଶ୍ର ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଓଲିଉଡ୍‌ କୁଇନ୍‌ ବର୍ଷାଙ୍କ ‘ଆମ ପାଠାଗାର’ ଅଭିଯାନ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀ । ଆରମ୍ଭ କଲେ ‘ଆମ ପାଠାଗାର’ ଅଭିଯାନ । ଅସହାୟ ଓ ଗରିବ ପିଲାଙ୍କୁ ପାଠପଢ଼ିବାରେ ସହଯୋଗ କରିବା ପାଇଁ ବର୍ଷା ଆରମ୍ଭ କରିଛନ୍ତି ଏହି ଅଭିଯାନ ।

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଶୁଭାରମ୍ଭ ହୋଇଛି ବର୍ଷାଙ୍କ ‘ଆମ ପାଠାଗାର’ କାର୍ଯ୍ୟକ୍ରମ । ଶିଶୁର ବୌଦ୍ଧିକ ବିକାଶ ଲାଗି ଆଜିର ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ବହିର ଆବଶ୍ୟକତା ରହିଛି । ବହିରୁ କେବଳ ଶିଶୁକୁ ଶିକ୍ଷା ନୁହେଁ ସୁମଣିଷ ହୋଇ ସମାଜରେ ପ୍ରତିଷ୍ଠା ଲାଭ କରିବାର ବାଟ ଫିଟିଥାଏ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠିତ ଲେଖକ ଦାସ ବେହେନୁର ଏହା କହିଛନ୍ତି ।

ଓଡ଼ିଶାରେ ପାଠାଗାର ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ସ୍ୱର୍ଗତ ଦାଶରଥି ପଟ୍ଟନାୟକ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କିପରି ପ୍ରତ୍ୟେକ ପିଲାଙ୍କ ପାଖରେ ପାଠାଗାରରେ ପଢ଼ିବାର ସୁବିଧା ଯୋଗାଇ ଦିଆଯାଇପାରିବ, ସେନେଇ ପ୍ରୟାସ ଆରମ୍ଭ କରିଛନ୍ତି ବର୍ଷା । ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ଲାଇବ୍ରେରୀ କରାଯିବ ଏବଂ ଏହି ଲାଇବ୍ରେରୀ ନିମନ୍ତେ ବିଭିନ୍ନ ସ୍ଥାନରୁ ପୁସ୍ତକ ଗୁଡିକ ସଂଗ୍ରହ କରାଯିବ । ଏହା ଦ୍ୱାରା ପଢିବାକୁ ଇଛୁକ ଥିବା ବ୍ୟକ୍ତି ସହଜରେ ପଢ଼ିପାରିବେ । ବର୍ଷାଙ୍କ କହିବାନୁଯାୟୀ ଏହି ଅଭିଯାନର ମୂଳ ଲକ୍ଷ ହେଉଛି, ଯେପରି କୌଣସି ବି ଛାତ୍ରଛାତ୍ରୀ ପଢ଼ିବାରୁ ବଞ୍ଚିତ ନହୁଅନ୍ତି ।

ଖଣି ମାଫିଆଙ୍କ ଭୂସ୍ୱର୍ଗ, ବନ ବିଭାଗକୁ ନାଲି ଆଖି ଦେଖାଇ କରୁଛନ୍ତି ଲୁଟ୍‌…

ଢ଼େଙ୍କାନାଳ: ଖଣି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ଢେଙ୍କାନାଳ । ଦିନ ଦ୍ୱିପ୍ରହରେ ମାଫିଆ ଲୁଟୁଛନ୍ତି ମାଙ୍କଡ଼ା ପଥର । ପୋଲିସ, ପ୍ରଶାସନ ଓ ବନ ବିଭାଗକୁ ଚକ୍‌ମା ଦେଇ କରୁଛନ୍ତି ଲୁଟ୍‌ । ଅସହାୟ ପ୍ରଶାସନ, ନିଃସହାୟ ବନ ବିଭାଗ । ବେପରୁଆ ପୋଲିସ ଆଉ ବେଫିକର ଖଣି ମାଫିଆ । ବେଆଇନ ଖଣିରେ ପଥର କାଟି ମାଫିଆ କରୁଛନ୍ତି ପକେଟ୍ ଗରମ । କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ରାଜ୍ୟ ।

ଦେବୋତ୍ତର ଜାଗା ହେଉ କି ଜଙ୍ଗଲ ଜମି କିମ୍ବା ଗୋଚର ଭୂମି । ସବୁଠି ରାଜ୍ ଚଳାଇଛନ୍ତି ଖଣି ମାଫିଆ । ବିଶେଷ କରି ଗଦିଆଁ, କାମାକ୍ଷାନଗର ଓ ନିହଲପ୍ରସାଦ ଅଞ୍ଚଳରେ ପଥର ମାଫିଆଙ୍କ ଉପଦ୍ରବ ଅଧିକ ବଢିଛି । ୨୦୦ ଏକର ଦେବୋତ୍ତର ଜମିରେ ବେଆଇନ ଖନନ କରି ପ୍ରତ୍ୟେକ ଦିନ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଟ୍ରିପ୍ ମାଙ୍କଡା ପଥର ହରିଲୁଟ୍‌ କରୁଛନ୍ତି । ଏନେଇ ଢେଙ୍କାନାଳ ଉପଜିଲ୍ଲାପଳଙ୍କୁ ପଚାରିବାରୁ, ଦେବୋତ୍ତର ବିଭାଗକୁ ଅବଗତ କରାଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଅନ୍ୟପଟେ ଜଙ୍ଗଲ ଜିମିରେ ବେଆଇନ ଖଣି ଖନନକୁ ନେଇ ମୁହଁ ଖୋଲିଛନ୍ତି ଢେଙ୍କାନାଳ ଡିଏଫଓ । ଆଉ ପଥର ମାଫିଆଙ୍କୁ ସାବାଡ କରିବା ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ।