spot_img
Home Blog Page 6239

ଏୟାର ଇଣ୍ଡିଆରେ ବରିଷ୍ଠ ନାଗରିକଙ୍କୁ ଲାଗିବ ହାଫ୍‌ ଟିକେଟ୍

0

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ କେନ୍ଦ୍ର ସରକାରଙ୍କ ନୂଆବର୍ଷ ଗିଫ୍ଟ। ଏୟାର ଇଣ୍ଡିଆରେ ଯାତ୍ରା କଲେ ସିନିୟର ସିଟିଜେନଙ୍କୁ ଲାଗିବ ହାଫ୍‌ ଟିକେଟ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଏୟାର ଇଣ୍ଡିଆ ୱେବସାଇଟ୍‌ରେ ଏ ସମ୍ପର୍କୀତ ସମସ୍ତ ସୂଚନା ପ୍ରଦାନ କରାଯାଇଛି। ଭାରତର ଯେକୌଣସି ସ୍ଥାନକୁ ଯିବାକୁ ଚାହୁଁଥିବା ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ମିଳିବ। ପୂର୍ବରୁ ଏୟାରଇଣ୍ଡିଆର ଏହି ସ୍କିମ୍‌ ଆରମ୍ଭ ହୋଇଥିଲା. କିନ୍ତୁ ଏବେ ଏହାକୁ ମାନ୍ୟତା ଦିଆଯାଇଛି. ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ପ୍ରକ୍ରିୟା ଜାରି ରଖିଛନ୍ତି। ଟାଟା ଗ୍ରୁପ୍ ପୁଣି ଥରେ ଏହା ସଞ୍ଚାଳନ ଦାୟିତ୍ୱ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ସର୍ତ୍ତାବଳୀ:

  • ବରିଷ୍ଠ ନାଗରିକମାନେ ଭାରତରେ ସ୍ଥାୟୀ ବାସିନ୍ଦା ହୋଇଥିବେ
  • ଯାତ୍ରା ତାରିଖରେ ବ୍ୟକ୍ତି ୬୦ବର୍ଷ ହୋଇଥିବେ
  • ଇକୋନୋମି କ୍ଲାସରେ ବୁକିଂ ଶ୍ରେଣୀର ମୌଳିକ ଭଡ଼ାର ୫୦% କମ୍ ପଡ଼ିବ ।
  • ଭାରତର ଯେକୌଣସି କ୍ଷେତ୍ର ପରିଦର୍ଶନ କରିପାରିବେ।
  • ଟିକେଟ୍ ପ୍ରଦାନ ତାରିଖ ଠାରୁ ୧ ବର୍ଷ ପାର୍ଯ୍ୟନ୍ତ ପ୍ରଯୁଜ୍ୟ ।
  • ସାତ ଦିନ ପୂର୍ବରୁ ଟିକେଟ୍ ବୁକିଂରେ ବୈଧ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: VC ମାଧ୍ୟମରେ ହାଇକୋର୍ଟରେ ହାଜର ହେଲେ କ୍ରାଇମବ୍ରାଞ୍ଚ ADG

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଭିଡିଓ କନଫରେନ୍ସିଂରେ ହାଇକୋର୍ଟରେ ହାଜର ହେଲେ କ୍ରାଇମବ୍ରାଞ୍ଚ ADG  ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି । ୪ଜଣଙ୍କୁ ଗିରଫ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆସନ୍ତା ଜାନୁଆରୀରେ ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ ଆବେଦନକାରୀଙ୍କୁ ଭୟଭୀତ କରାଯାଉଥିବା ହାଇକୋର୍ଟଙ୍କୁ ତାଙ୍କ ଓକିଲ ଜଣାଇଛନ୍ତି । ଆବେଦନକାରୀଙ୍କ ଘରକୁ ଅସାମାଜିକ ବ୍ୟକ୍ତି ଆକ୍ରମଣ କରୁଛନ୍ତି । ଘର ଆଗରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଯାଉଛି । ଏନେଇ ବିହିତ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ତାଗିଦ୍ ପରେ ଆକ୍ସନ୍ ମୋଡ୍‌କୁ ଆସିଥିଲା କ୍ରାଇମବ୍ରାଞ୍ଚ ।

ଡେଡ୍‌ଲାଇନ୍‌ ପୂର୍ବରୁ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଗିରଫଙ୍କ ମଧ୍ୟରେ ଓଟିଭିର ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଦୁଇଜଣ ସୁରକ୍ଷାକର୍ମୀ ରହିଛନ୍ତି । ସେମାନେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।

Farmers Protest: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ସହମତି ଭିତ୍ତିରେ ସମାଧାନ ହେଉ: SC

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜିକୁ ୨୧ ଦିନରେ ପହଞ୍ଚିଲାଣି। ଏହି ଆନ୍ଦୋଳନ ଦିଲ୍ଲୀ ସୀମାରେ ଜାରି ରହିବ ନା ଆନ୍ଦୋଳନକାରୀଙ୍କୁ ଆଉ କେଉଁଠିକି ପଠାଯିବ ସେ ନେଇ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ପିଚାରପତି ଏସ ବୋବଡ଼େ, ଜଷ୍ଟିସ୍ ଏ ଏସ୍ ବୋପନ୍ନାଓ ଜଷ୍ଟିସ୍ ରାମସୁବ୍ରମଣୀୟମଙ୍କର ତିନିଜଣିଆ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାର, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ନୋଟିସ୍ ପଠାଇଛନ୍ତି।

ନୋଟିସ ପଠାଇବା ସହ ଖଣ୍ଡପିଠ କହିଛନ୍ତି ଯେ ସହମତି ଭିତ୍ତିରେ ଚାଷୀ ସମସ୍ୟାର ସମାଧାନ ହେଉ। ସରକାର, ଚାଷୀ ପ୍ରତିନିଧି ଓ ଅନ୍ୟ ଅଂଶୀଦାରଙ୍କର ଏକ କମିଟି ଗଠନ କରି ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ୨୧ ଦିନରେ  ଚାଷୀ ଆନ୍ଦୋଳନ ପହଞ୍ଚିଲାଣି, ଏପର୍ଯ୍ୟନ୍ତ କାହିଁକି ଚାଷୀଙ୍କ ସହ ସରକାର ବୁଝାମଣା କରିନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏଭଳି ପ୍ରସଙ୍ଗରେ ଶୀଘ୍ରରୁ ଶୀଘ୍ର ସମାଧାନ ହେବା ଦରକାର ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ। ଆଜି ସକାଳୁ ଦିଲ୍ଲୀ-ନୋଏଡା ସୀମା ସିଲ୍ କରିଛନ୍ତି କୃଷକ ସଂଗଠନ। ଚାଷୀ ଓ ସରକାରଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରିପାରିନି।

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି,ଫନି ପ୍ରଭାବିତଙ୍କୁ ସ୍ୱତନ୍ତ୍ର PMAY-Gରେ ଘର ଯୋଗାଇବାକୁ ଦାବି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଓ୍ୱାଇ-ଜି) ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ।ପତ୍ରରେ ସେ ସମସ୍ତ ଯୋଗ୍ୟ ହିତାଧିକାରୀ ପରିବାରଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।  ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ  ସ୍ୱତନ୍ତ୍ର ପିଏମଓ୍ୱାଇ(ଜି) ଯୋଜନାରେ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

https://youtu.be/MNZL3J68xtM

ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶା ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାର ୭ ଲକ୍ଷ ୮୭ ହଜାର ଘରକୁ ଜିଓ ଟ୍ୟାଗ୍ ଓ ଆଧାର ଯୁକ୍ତ କରିଛନ୍ତି । ଏହି ହିତାଧିକାରୀଙ୍କୁ  ପିଏମଏୱାଇ(ଜି)  ଯୋଜନାରେ ସାମିଲ କରାଯାଇ ପାରିବ । ଏହାଦ୍ୱାରା  ଫନି ପ୍ରଭାବିତ ପରିବାରଙ୍କୁ ବାସଗୃହ ମିଳିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀ ମିଳି ପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ଅନ୍ୟ ୧୬ ଜିଲ୍ଲାର  ଯେଉଁ ୬ ଲକ୍ଷ ୭ ହଜାର ଯୋଗ୍ୟ ହିତାଧିକାରୀ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି ତାଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥିବା କଥା ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହି ୬ ଲକ୍ଷ ପରିବାରକୁ ପିଏମୱାଇ ଯୋଜନାରେ ଘର ଯୋଗାଇ ଦେବା ଦ୍ୱାରା ସମସ୍ତଙ୍କ ପାଇଁ ସୁରକ୍ଷିତ ଘର ଲକ୍ଷ୍ୟ ହାସଲ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ମତାମତ ଦେଇଛନ୍ତି । ଭାରତ ସରକାରଙ୍କ ଗ୍ରାମ ବିକାଶ ମନ୍ତ୍ରଣାଳୟକୁ ଏହି ୧୬ ଜିଲ୍ଲାର ୬ ଲକ୍ଷ ଘରକୁ  ଜିଓ ଟ୍ୟାଗ୍ କରିବା ନିମନ୍ତେଇଁ ଆବାସ ୱିଣ୍ଡୋ ଓ ମୋବାଇଲ୍ ଆପ୍ ଖୋଲିବା ନେଇ ନବୀନ ଚିଠିରେ ଦାବି କରିଛନ୍ତି । ଫଳରେ ’ସାଇକ୍ଲୋନ ଫନି’ରେ ପ୍ରଭାବିତ ହୋଇନଥିବା ଲୋକେ ଆବେଦନ କରିପାରିବେ । କାରଣ ଅଣଫନି ପ୍ରଭାବିତ ଜିଲ୍ଲାରେ ୬.୦୭ ଲକ୍ଷ ଲୋକେ ପିଏମଏୱାଇରୁ ବାଦ୍ ପଡ଼ିଛନ୍ତି ।

 

୧୯୭୧ରେ ନିଖୋଜ ହୋଇଥିଲେ ମଙ୍ଗଲ ସିଂ, ୪୯ ବର୍ଷ ପରେ ମିଳିଲା ଜୀବିତ ଥିବାର ଖବର

ଅମୃତସର: ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଅନେକ ଯବାନ ପ୍ରାଣବଳୀ ଦେଇଥିଲେ । ସେହି ସହିଦ ଯବାନଙ୍କୁ ମନେ ପକାଉଛି ଦେଶ ଏବଂ ଆଜିବି ସେମାନଙ୍କୁ ଝୁରି ହେଉଛନ୍ତି ପରିବାର ବର୍ଗ ।

ଠିକ୍ ସେହିପରି ଭାବରେ ୧୯୭୧ ଯୁଦ୍ଧରେ ସ୍ୱାମୀଙ୍କୁ ହରାଇଥିଲେ ଜଳନ୍ଧର ସ୍ଥିତ ଦାତାର ନଗରର ୭୫ ବର୍ଷୀୟା ସତ୍ୟା ଦେବୀ । ଏପରିକି ସ୍ୱାମୀଙ୍କ ସମ୍ପର୍କରେ କିଛି ଖୋଜଖବର ବି ପାଇନଥିଲେ । ହେଲେ ବେଦୈଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଚିଠି ତାଙ୍କ ମନରେ ପୁଣି ଏକ ନୂଆ ଆଶା ସଞ୍ଚାର କରିଛି ।

ଏହି ଯୁଦ୍ଧରେ ତାଙ୍କ ସ୍ୱାମୀ ମଙ୍ଗଲ ସିଂ ନିଖୋଜ ହୋଇଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ପାକିସ୍ତାନୀ ସେନା ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ମଙ୍ଗଲଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା ବେଳେ ସତ୍ୟାଙ୍କ କୋଳରେ ଦୁଇ ପୁତ୍ର ସନ୍ତାନ ଥିଲେ।

ସେବେଠାରୁ ସ୍ୱାମୀଙ୍କ ଅପେକ୍ଷାରେ ଅନେକ ଦଶନ୍ଧି ବିତାଇ ଦେଇଛନ୍ତି ସତ୍ୟା ।

ସତ୍ୟାଙ୍କ ସ୍ୱାମୀ ମଙ୍ଗଲ ସିଂ ପାଖାପାଖି ୧୯୬୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲେ। ୧୯୭୧ରେ ଲାନ୍ସ ନାୟକ ମଙ୍ଗଲ ସିଂଙ୍କୁ ରାଞ୍ଚିରୁ କୋଲକାତା ଟ୍ରାନ୍ସଫର୍ କରାଯାଇଥିଲା, ଯାହା ପରେ ବାଂଲାଦେଶର ମୋର୍ଚ୍ଚାରେ  ତାଙ୍କର ଡ୍ୟୁଟି ପଡିଥିଲା । ହେଲେ କିଛି ଦିନ ପରେ ସେନା ପକ୍ଷରୁ ଏକ ଟେଲିଗ୍ରାମ ଆସିଥିଲା ଯେ ବାଂଲାଦେଶରେ ସୈନିକମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି । ଯେଉଁଥିରେ ମଙ୍ଗଲ ସିଂଙ୍କ ସମେତ ସମସ୍ତ ଯବାନଙ୍କ ମୃତ୍ୟୁ ଘଟିଛି।

ହେଲେ ପରେ ସେ ଜୀବିତ ଥିବା ଜାଣିପାରିଥିଲେ । ଯାହା ପରେ ସତ୍ୟା ହାରନମାନି ସ୍ୱାମୀଙ୍କୁ ଫେରି ପାଇବା ଲାଗି ଭାରତ ସରକାରଙ୍କୁ ବହୁ ଚିଠି ଲେଖିଥିଲେ । ଯେଉଁଥିରେ ତାଙ୍କୁ ସୁଫଳ ମିଳିପାରିନଥିଲା । ହେଲେ ୪୯ ବର୍ଷ ପରେ ତଥା ଗତ ସପ୍ତାହରେ ରାଷ୍ଟ୍ରପତି ଏବଂ ବେଦୈଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟ ତରଫରୁ ମଙ୍ଗଲ ଜୀବିତ ଥିବା ନେଇ ଏକ ଚିଠି ସତ୍ୟାଙ୍କ ପାଖକୁ ଆସିଥିଲା ।

ବେଦୈଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମଙ୍ଗଲ ସିଂଙ୍କୁ ପାକିସ୍ତାନର କୋଟ ଲଖପତ ଜେଲରେ ରଖାଯାଇଛି। ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରି ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଚେଷ୍ଟା କରାଯିବ।

ଏନେଇ ସତ୍ୟା କୁହନ୍ତି ଯେ ପିଲାମାନଙ୍କର ପ୍ରତିପୋଷଣ କରିବାରେ ତାଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ କରିବାକୁ ପଡିଥିଲା, ହେଲେ ସେ କେବେ ହାର ମାନିନଥିଲେ। ସେ ଓ ତାଙ୍କ ପିଲାମାନେ ମଙ୍ଗଲଙ୍କୁ ଦେଖିବା ଲାଗି ଅନେଇ ବସିଛନ୍ତି ।

ମଙ୍ଗଲ ସିଂଙ୍କ ପୁଅ ତଥା ଅବସରପ୍ରାପ୍ତ ସୈନ୍ୟ ଦଲଜିତ ସିଂ କହିଛନ୍ତି ଯେ ଗତ ୪୯ ବର୍ଷ ମଧ୍ୟରେ ଆମେ ମୋ ପିତାଙ୍କ ମୁକ୍ତି ପାଇଁ କଠିନ ଚେଷ୍ଟା କରିଥିଲୁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରିନଥିଲା ।

ତାପସୀଙ୍କୁ ବିଷ୍ଣୁଙ୍କ ଅସଦାଚରଣ ମାମଲା: ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା AIDWA

ଭୁବନେଶ୍ୱର: ବଢୁଛି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଅଡୁଆ । ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ଏଆଇଡିଡବ୍ଲୁଏ । ସଂଗଠନର ସମ୍ପାଦିକା ମୀନତି ପାଣିଗ୍ରାହୀଙ୍କ ସହ ବିଧାୟକଙ୍କ ଅସଦାଚରଣର ଶିକାର ହୋଇଥିବା ନାରୀନେତ୍ରୀ ତାପସୀ ପ୍ରହରାଜ ଫେରାଦ ହୋଇଛନ୍ତି ।

ଗତ ୧୧ତାରିଖରେ ଏକ ସଭାରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ବିଷ୍ଣୁ ସେଠୀ ତାପସୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ତାପସୀ ପ୍ରହରାଜ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।

ଘଟଣା ନେଇ ତାପସୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ସେପଟେ ମାମଲାକୁ ଗ୍ରହଣ କରିବା ସହ ଏନେଇ ତର୍ଜମା କରାଯିବ । ଘଟଣାସ୍ଥଳର ଭିଡିଓ ଫୁଟେଜକୁ ସଂଗ୍ରହ କରି ଆବଶ୍ୟକସ୍ଥଳେ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରାଯିବ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

ନକଲି କାରବାରର ପେଣ୍ଠସ୍ଥଳୀ କଟକର ଜଗତପୁର, ମସଲା ପରେ ନକଲି ଗୁଟଖା ଜବତ

0

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ଆକ୍ସନ ମୋଡରେ କମିଶନରେଟ ପୋଲିସ । ଜଗତପୁର ସ୍ଥିତ ଉମାଶଙ୍କର ଭବନ ରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତକଲା ପୋଲିସ । ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଗୁଟଖା ଛତାବରି ଗୋପାଳ ଜର୍ଦା ଦୀର୍ଘଦିନ ହେବ ପ୍ରସ୍ତୁତି କରଯାଇ ଓଡିଶାର କୋଣ ଅନୁକୋଣକୁ ଚାଲଣ କରାଯାଉଥିଲା।ଖବରପାଇ କମିଶନରେଟ ପୋଲିସ ଓ ଜୋନ ଏସିପିଆଜି ଚଢାଉ କରିବା ସମୟରେ ତିଆରି କରୁଥିବା ମାଲିକଙ୍କୁ ଅଟକ ରଖିବା ସହିତ ବିପୁଳ ପରିମାଣର ନକଲି ଗୁଟଖାକୁ ଓ ପ୍ୟାକଙ୍ଗରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରାଂଶ କୁ ଜବତ କରି ତଦନ୍ତ ଚଳାଇଛି କମିଶନରେଟ ପୋଲିସ

ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା: ୭ ମୃତ ୨୫ ଆହତ

0

ଲକ୍ଷ୍ନୌ: ଆଜି ସକାଳୁ ସକାଳୁ ଉତ୍ତରପ୍ରଦେଶରେ ଘଟଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମ୍ଭଲର ଧନାରୀ ଥାନା ନିକଟସ୍ଥ ଏନଏଚ୍-୫୦୯ରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଗ୍ୟାସ ଟ୍ୟାଙ୍କର। ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳେ ଘନ କୁହୁଡ଼ି ଯୋଗୁ ରାସ୍ତା ସ୍ପଷ୍ଠ ଦେଖାଯାଉନଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସମ୍ଭଲର ଧନାରୀ ଥାନା ନିକଟସ୍ଥ ମୁରାଦାବାଦ-ଆଗ୍ରା ଏନଏଚରେ ଏକ ରୋଡୱେଜ୍ ବସ୍ ଓ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତମାନଙକୁ ଡାକ୍ତରଖାନା ପଠାଇଥିବାବେଳେ ମୃତକମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି। କୁହାଯାଉଛି ଯେ କିଛି ଆହତଙ୍କ ଅବସ୍ଥା ଗୁରତର ରହିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ୨୪ ଘଣ୍ଟାରେ ୪୦୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୦୭ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୭୧ । ସୁନ୍ଦରଗଡ଼ରୁ ସର୍ବାଧିକ ୬୨, ଅନୁଗୁଳରୁ ୬୦, ଖୋର୍ଦ୍ଧାରୁ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ୧୮୨୪କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୪ହଜାର ୭୯୬ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୧୯ହଜାର ୮୫୦ । ଆକ୍ଟିଭ କେସ୍ ୩ହଜାର ୭୩ ।

ନୟାଗଡ଼ ପରୀ ମୃତ୍ୟୁ ମାମଲା: ତଦନ୍ତ ନେଇ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

କଟକ: ନୟାଗଡ଼ ପରୀ ମୃତ୍ୟୁ ମାମଲା । ହାଇକୋର୍ଟରେ ତଦନ୍ତ ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ଏସଆଇଟି । ରିପୋର୍ଟକୁ ବନ୍ଦ ଲଫାପାରେ ସୁରକ୍ଷିତ ଭାବେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ୪ତାରିଖରେ ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପରୀର ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେହିପରି ପରୀର ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଛି ।