spot_img
Home Blog Page 6244

କୋଭିଡକୁ ହରାଇବା ପରେ ପ୍ଲାଜମା ଦେଲେଣି ୯୦୦ ଜଣ ପୋଲିସ କର୍ମଚାରୀ

ଭୁବନେଶ୍ୱର: କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି । କରୋନାକୁ ହରାଇ ଯୋଦ୍ଧା ଫେରୁଛନ୍ତି । ପ୍ଲାଜମା ଦାନ କରି ଅନେକ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଦେଉଛନ୍ତି ଜୀବନ । ଆଜି ସୁଦ୍ଧା ଓଡ଼ିଶା ପୋଲିସରେ କାର୍ଯ୍ୟରତ ୯୦୦ ଜଣ କରୋନା ଯୋଦ୍ଧା କୋଭିଡକୁ ହରାଇବା ପରେ ପ୍ଲାଜମା ଦାନ କରି ଓଡ଼ିଶା ପୋଲିସକୁ ଗୌରାବାନ୍ୱିତ କରିଛନ୍ତି । ଏହି କରୋନା ଯୋଦ୍ଧା ମାନେ ରାଜ୍ୟର ବିଭିନ୍ନ ପ୍ଲାଜମା ସଂଗ୍ରହ କେନ୍ଦ୍ରରେ ବିଭିନ୍ନ ସମୟରେ ପ୍ଲାଜମା ଦାନ କରିଛନ୍ତି ।

900 Employee Of Odisha Police Donated Plasma Till Today

କୋଡିଏ ବର୍ଷରେ ଭାରତ ହେବ ଶ୍ରେଷ୍ଠ, ଅର୍ଥନୀତିରେ ଆଣିବ ବୈପ୍ଲବିକ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଗାମୀ ୨୦ ବର୍ଷରେ ଭାରତ ଅର୍ଥନୀତି ଦିଗରେ ଆଣିବ ବୈପ୍ଲବିକ ପରିବର୍ତ୍ତନ । ବିଶ୍ୱ ଅର୍ଥନୀତିର ଶ୍ରେଷ୍ଠ ଦେଶରେ ହେବ ପରିଗଣିତ । ତିନି ନମ୍ବର ସ୍ଥାନରେ ଦେଶ ପାଦ ରଖିବ ବୋଲି କହିଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ । ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ସହ ଏକ ବୈଠକରେ ଯୋଗଦେବା ଅବସରରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମ୍ବାନୀ ।

ସେହିପରି ଫେସବୁକ ଫାଉଣ୍ଡର ଜୁକରବର୍ଗ କହିଛନ୍ତି, ଭାରତ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ସେଥିପାଇଁ ତ, ଦେଶରେ ନିବେଶ କରିଛି ଫେସବୁକ । ଭାରତରେ ହ୍ୱାଟସଅପର କୋଟି କୋଟି ସବଷ୍କ୍ରାଇବର ରହିଛନ୍ତି, ଫେସବୁକର ମଧ୍ୟ ସମାନ ସଂଖ୍ୟକ ସବଷ୍କ୍ରାଇବର । ଆଗାମୀ ଦିନରେ ଉଭୟ କମ୍ପାନୀ ମିଳିତ ଭାବେ ବିଶ୍ୱରେ ଶ୍ରେଷ୍ଠ କମ୍ପାନୀ ତାଲିକାରେ ପ୍ରତିପାଦିତ ହେବେ ବୋଲି କହିଛନ୍ତି ରିଲିଆନ୍ସ ମୁଖ୍ୟ ।

ଜିଓ ମାର୍ଟ ରିଟେଲ ବଜାରରେ ପ୍ରବେଶ କଲେ ଅନେକ ସହର ଏବଂ ଗ୍ରାମୀଣ ଅଞ୍ଚଳର ଛୋଟ ଦୋକାନୀ ଗୁଡିକ ସହ ଜଡିତ ହେବୁ । ଯଦ୍ୱାରା ଲକ୍ଷାଧିକ ନିଯୁକ୍ତି ସୁଯୋଗ ଦେଶରେ ସୃଷ୍ଟି ହୋଇପାରିବ । ସେହିପରି ଜିଓ ଦେଶର ସମସ୍ତ ବିଦ୍ୟାଳୟ, ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ସବୁ ସେକ୍ଟର ସହ ଯୋଡି ହେବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ।

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି: କହିଲେ,‘କୃଷକଙ୍କ କାନ୍ଧରେ ବନ୍ଧୁକ ଚଳାଉଛନ୍ତି ବିରୋଧୀ’

କଚ୍ଛ: କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଉଛନ୍ତି ବିରୋଧୀ । କୃଷକଙ୍କ ଦୀର୍ଘ ଦିନର ଦାବିକୁ ପୂରା କରିଛନ୍ତି ସରକାର । କିନ୍ତୁ ଆଜି ବିରୋଧୀ ଆସନରେ ବସି ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ମଙ୍ଗଳବାର ଗୁଜରାଟର କଚ୍ଛରେ ବିଶ୍ୱର ସର୍ବବୃହତ ପୁନଃ ନବୀକରଣ ଶକ୍ତି ପାର୍କର ଶିଳାନ୍ୟାସ ଅବସରରେ ସେ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, କିଛି ଲୋକ ରାଜନୀତି କରୁଛନ୍ତି ଏବଂ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଲାଉଛନ୍ତି । କିନ୍ତୁ ଦେଶର କୃଷକ ସେମାନଙ୍କୁ ପରାସ୍ତା କରିବେ ।

ଦିଲ୍ଲୀ ପାଖାପାଖି କୃଷକଙ୍କୁ ଭୟଭୀତ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ସେ କୃଷି ବିଲ୍ ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ଯାଇ କହିଛନ୍ତି ଯେ, ‘କେହିଁ ଆପଣଙ୍କ ଠାରୁ ଦୁଗ୍ଧ ନେବା ପାଇଁ ଚୁକ୍ତି କରେ, ତା’ ମାନେ କ’ଣ ଗାଇ ନେଇକି ଚାଲିଯିବ? ପଶୁପାଳନ ନେଇ ଯେଭଳି ସ୍ୱତନ୍ତ୍ରତା ମିଳିଛି, ସେଭଳି ସ୍ୱତନ୍ତ୍ରତା ଆମେ କୃଷକଙ୍କୁ ଦେବାକୁ ଚାହୁଁଛୁ । ବହୁ ବର୍ଷ ଧରି କୃଷକ ସଂଗଠନ ଏ ନେଇ ଦାବି କରିଆସୁଥିଲେ  । କିନ୍ତୁ ବର୍ତ୍ତମାନ ବିରୋଧୀ କୃଷକଙ୍କୁ ଭ୍ରମିତ କରୁଛନ୍ତି ।

କଂଗ୍ରେସକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ନିଜ ଶାସନ ସମୟରେ ସମାନ କଥା କହୁଥିଲେ, କିନ୍ତୁ ଏବେ ବିରୋଧୀ ଆସନରେ ବସି ଲୋକଙ୍କୁ ଭ୍ରମିତ କରୁଛନ୍ତି । ସରକାର କୃଷକଙ୍କ ଦୀର୍ଘ ଦିନର ଦାବି ପୂରଣ କରିବା ଲାଗି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷକଙ୍କ ଆୟ ବଢ଼ୁ, ସମସ୍ୟା କମୁ  । ଏହି ଉଦ୍ଦେଶ୍ୟରେ ଆଇନ ପ୍ରଣୟନ ହୋଇଛି । ଏବଂ ଏ ନେଇ ଦେଶର ପ୍ରତି କୋଣ ଅନୁକୋଣର କୃଷକ ଆର୍ଶୀବାଦ ଦେଇଛନ୍ତି । ଆର୍ଶୀବାଦର ଶକ୍ତି, ଭ୍ରମିତ କରୁଥିବା ରାଜନୀତି କରୁଥିବା, କୃଷକଙ୍କ କାନ୍ଧରେ ବନ୍ଧୁକ ଚଳାଉଥିବା ଲୋକଙ୍କୁ ଦେଶର କୃଷକ ପରାସ୍ତ କରିବେ ।

ଶ୍ରୀମନ୍ଦିର ଢାଞ୍ଚାରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଗର୍ଭଗୃହରେ ଦର୍ଶନ ମନା

ଭୁବନେଶ୍ୱର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ମନଭରି ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଆସନ୍ତା ୨୭ ତାରିଖରୁ ଏକ୍ରାମ କ୍ଷେତ୍ର ଅଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୨୭ ତାରିଖରୁ ମନ୍ଦିରର ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସୁବିଧା ପାଇବେ । ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡିସେମ୍ବର ୩୧ ଯାଏଁ ଦର୍ଶନ ସୁବିଧା ମିଳିବ ।

Shree Lingaraj Temple To Reopen For Devotees From 3rd January

ନୂଆବର୍ଷ ଓ ତା’ପରଦିନ ଅର୍ଥାତ୍ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିରରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ୫ ତାରିଖ ଯାଏଁ ଭୁବନେଶ୍ୱର ଓ ଆଖପାଖ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । ଏଥିପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ୬ ତାରିଖରୁ ସମସ୍ତ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ ।

Shree Lingaraj Temple To Reopen For Devotees From 3rd January

ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ । ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁ଼ଯୋଗ ମିଳିବ । କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ, ଆଡ଼ପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ । ବିଏମସି ସହ ବୈଠକ ପରେ ଏନେଇ ସୂଚନା ଦିଆଯାଇଛି । କପିଳେଶ୍ୱର ମନ୍ଦିର ମଧ୍ୟ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

Shree Lingaraj Temple To Reopen For Devotees From 3rd January

ଲିଙ୍ଗରାଜ ମନ୍ଦିର ଅନ୍ୟାନ୍ୟ ଧାର୍ମିକ ସ୍ଥଳ ମଧ୍ୟ ଖୋଲିବା ନେଇ ବିଏମସି ଅନୁମତି ଦେଇଛି । କୋଭିଡ୍ ଗାଇଡଲାଇନ ମାନି ସମସ୍ତ ଅନ୍ୟ ଧାର୍ମିକ ସ୍ଥଳ ଖୋଲିବ । ୩ ତାରିଖ ପରେ ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ବଡ଼ଦିନ ପାଳନ ପାଇଁ ଚର୍ଚ୍ଚକୁ ଅନୁମତି ଦିଆଯିବ । ଏଥିପାଇଁ ସମସ୍ତ ଚର୍ଚ୍ଚ ବିଏମସି ନିକଟରେ ଆବେଦନ କରିବେ । କେତେ ଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା କରିବେ ସେ ନେଇ ବିଏମସିକୁ ସବିଶେଷ ତଥ୍ୟ ଦାଖଲ କରିବେ । ୨ ମିଟର ଦୂରତା ରକ୍ଷା ଚର୍ଚ୍ଚରେ ପ୍ରାର୍ଥନା କରିବା ନେଇ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ।

ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ, ପ୍ରତିବାଦ କରୁ କରୁ ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: କେବଳ ଗୋଟିଏ ହିଁ ପ୍ରସଙ୍ଗ ସାରା ଦେଶରେ । ତାହା ହେଉଛି ଚାଷ, ଚାଷୀ ଓ ଆନ୍ଦୋଳନ । ଆନ୍ଦୋଳନ ଦିଲ୍ଲୀରେ ଜାରି ଥିବାବେଳେ ପଲ୍ଲୀରେ କମ୍ପନ ଥମୁନି । ଜୀବନକୁ ଜରାଜୀର୍ଣ୍ଣ କରିଦେଇଛନ୍ତି କିନ୍ତୁ ଜିଦରେ ଅଟଳ ରହିଛନ୍ତି । ଦାବି କେବଳ, ନୂତନ କୃଷି ବିଲ ପ୍ରତ୍ୟାହାର । ଆଇନ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥାନରୁ ଇଞ୍ଚିଏ ହଟିବୁ ନାହିଁ ବୋଲି ସିଧା ସିଧା କହି ଦେଇଛନ୍ତି ପ୍ରତିବାଦକାରୀ କୃଷକ । ଏପଟେ ପ୍ରତିବାଦର ଉଗ୍ରତା ଭିତରେ ଅନେକ କୃଷକଙ୍କ ପ୍ରାଣ ଚାଲିଯିବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି ।

ନୂତନ କୃଷି ଆଇନକୁ ନେଇ ସିଙ୍ଘୁ ସୀମାରେ ଏବେ ମଧ୍ୟ ଆନ୍ଦୋଳନରେ ଅଟଳ କୃଷକ । ସେପଟେ ଆନ୍ଦୋଳନରତ ଜଣେ ଚାଷୀଙ୍କର ଆଜି ମୃତ୍ୟୁ ଘଟିଥିବା ବେଳେ ସୋମବାର ଦୁଇଜଣଙ୍କର ଦେହାନ୍ତ ହୋଇଥିଲା । ଧାରଣା ସ୍ଥଳରେ ମୋହଲୀ ନାମଙ୍କ ଜଣେ ୭୦ ବର୍ଷୀୟ କୃଷକଙ୍କର ମୃତ୍ୟ ହୋଇଛି । ଅନ୍ୟପଟେ ଆନ୍ଦୋଳନରେ ଯୋଗଦେଇ ଦିଲ୍ଲୀ ଅଭିମୁଖେ ଗସ୍ତ କରୁଥିବା ଚାଷୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣାରେ ଦୁଇ କୃଷକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ କୃଷକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଁଚି ଆହତ ମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛି । ସେହିପରି ଆନ୍ଦୋଳନରତ ମୃତକ ଚାଷୀଙ୍କ ମୃତଦେହ ପୋଲିସ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ସିଭିଲ ହସ୍ପିଟାଲ ସୋନିପତ ପଠାଇଛି । କାହିଁକି ଏବଂ କେଉଁ କାରଣରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେନେଇ ପାରିପାର୍ଶ୍ୱିକ ସ୍ଥିତିର ଯାଞ୍ଚ କରୁଛି ସ୍ଥାନୀୟ ପୋଲିସ ।

ପୁଣି ଛିଡ଼ା ହେବ ଏୟାର ଇଣ୍ଡିଆ, କର୍ମଚାରୀ ହେବେ ମାଲିକ !

ନୂଆଦିଲ୍ଲୀ: ସରକାରୀ ଏୟାର ଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ୬୯ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣରେ ବୁଡ଼ି ରହିଛି । ସରକାର ଏହାକୁ ଚଳାଇବା କାଠିକର ପାଠ । ତେଣୁ ଅନେକ ଦିନ ହେବ ସରକାର ଏହାକୁ ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି । ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ, ଟାଟା-ଆଦାନୀ-ଅମ୍ବୁଜା ଭଳି ବଡ଼ ବଡ଼ କମ୍ପାନୀମାନେ ଏହାକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି । କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇନାହିଁ ।

ଏବେ କିନ୍ତୁ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଖୋଦ୍‌ ଏୟାର ଇଣ୍ଡିଆ କମ୍ପାନୀର କର୍ମଚାରୀମାନେ ଏହାକୁ କିଣିବାକୁ ଯାଉଛନ୍ତି । ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀକୁ ବୁଡ଼ିବାରୁ ରକ୍ଷା କରିବାକୁ ଯାଉଛନ୍ତି ଖୋଦ୍‌ କର୍ମଚାରୀ । ଯଦି ସେମାନଙ୍କ ଯୋଜନା ଅନୁସାରେ ସବୁକିଛି ଠିକ୍‌ ଚାଲିଲା ତେବେ କର୍ପୋରେଟ୍‌ ଇତିହାସରେ ଏହା ପ୍ରଥମ ଘଟଣା ହେବ । ଯାହା କି କୌଣସି ସରକାରୀ କମ୍ପାନୀକୁ ତାର କର୍ମଚାରୀମାରନେ କିଣିଲେ ।

କମ୍ପାନୀର ୨୦୯ ଜଣ ବରିଷ୍ଟ କର୍ମଚାରୀ ଆମେରିକାର ଏକ ବେସରକାରୀ ଇକ୍ୱିଟି ଫାର୍ମ ଇଣ୍ଟରଅପ୍ସ ସହଭାଗିତାରେ ଏୟାର ଇଣ୍ଡିଆର ୫୦% ଅଂଶଧନ କିଣିବାକୁ ଟେଣ୍ଡର ପକାଇଛନ୍ତି । ଇଣ୍ଟରପ୍ସର ଚେୟାରମ୍ୟାନ୍ ଲକ୍ଷ୍ମୀ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି ।

କିଛି ଗୋଷ୍ଠି ଏହାକୁ ବିରୋଧ କରିଛନ୍ତି

୨୦୯ ଜଣିଆ ଏହି ବରିଷ୍ଠ କର୍ମଚାରୀ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ସେୟାର ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବେ । ହେଲେ ପାଇଲଟ୍‌ ଏବଂ କ୍ୟାବିନ କ୍ରୁକୁ ପ୍ରତିନିଧିତ୍ୱ କରୁଥିବା ସଂଗଠନ ନିଜ ସଦସ୍ୟମାନଙ୍କୁ ବିଡ୍‌ରେ ଅଂଶଗ୍ରହଣ ନକରିବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସେମାନେ ଏଭଳି ବିଡିଂରେ ସାମିଲ ନହେବାକୁ ପରମର୍ଶ ଦେଇଛନ୍ତି ।

ଏୟାର ଇଣ୍ଡିଆର ବାଣିଜ୍ୟ ନିର୍ଦ୍ଦେଶକ ମୀନାକ୍ଷୀ ମଲିକଙ୍କ ନେତୃତ୍ୱରେ ବିଡିଂ ପ୍ରକ୍ରିୟା ଚାଲିଛି । ତାଙ୍କ କହିବାନୁସାରେ, ପୁରୁଣା କର୍ମଚାରୀମାନେ ଏହି ଅଭିଯାନକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ଏହି ଅଭିଯାନରେ ସାମିଲ ୨୦୯ କର୍ମଚାରୀ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି । ତେବେ ଏୟାର ଇଣ୍ଡିଆରେ ମୋଟ ୧୪ ହଜାର କର୍ମଚାରୀ ରହିଛନ୍ତି ।

ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ୧୪ ଡିସେମ୍ବର ନିର୍ଦ୍ଧାରିତ କରାଯାଇଛି । ଏହି ଏହାର କୌଣସି ସମୟ ସୀମା ବୃଦ୍ଧି କରାଯିବାର ଯେଜାନା ନାହିଁ । ହେଲେ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟେଣ୍ଡର ପକାଇଥିବା ବ୍ୟକ୍ତିଙ୍କୁ ଇଣ୍ଟିମେସନ୍‌ ପଠାଇବାର ସମୟ ସୀମା ୫ ଜାନୁଆରୀକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ ରହିଥିଲା ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପ୍ୟାକେଜ୍

ଭୁବନେଶ୍ୱର: କରୋନା କାଳରେ ଉଜୁଡ଼ି ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ଲାଗି ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ଏମଏସ୍ଏମ୍ଇ କ୍ଷେତ୍ର ଲାଗି ୨୮୯.୪୨ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

CM Announces Rs.289.42 Crore Package for MSMEs to Combat Pandemic Challenge

ପ୍ୟାକେଜରେ ଅନେକ ସହାୟତା ରହିଛି । ଯେପରିକି- ସୁଧ ପାଇଁ ଅନୁଦାନ, ସବସିଡି ଉପରେ ସବସିଡି, ରାଜ୍ୟ ଜିଏସଟି ଫେରସ୍ତ ଓ ସଂସ୍ଥାର ବାର୍ଷିକ ରକ୍ଷଣବେକ୍ଷଣ ଖର୍ଚ୍ଚ ଛାଡ଼ ସୁବିଧା ରହିଛି । ଏହାଦ୍ୱାରା ରାଜ୍ୟର ବିଶେଷକରି ମହିଳା ଏବଂ ଦୁର୍ବଳ ଶ୍ରେଣୀର ଏମଏସ୍ଏମ୍ଇ କ୍ଷେତ୍ର କୋଭିଡ୍ ଯୋଗୁଁ ଉପୁଜିଥିବା ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ସକ୍ଷମ ହେବେ । ୧ ଲକ୍ଷ ୭୦ ହଜାର ଏମଏସ୍ଏମ୍ଇକୁ ସୁଧ ପାଇଁ ଅନୁଦାନ ସହୟତା ମିଳିବ । ବ୍ୟବସ୍ଥା ଅନୁଯାୟୀ ସୁଧ ଉପରେ ଅନୁଦାନ ଏମଏସ୍ଏମ୍ଇକୁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମରେ ଗୋଟିଏ ବର୍ଷ ମୋରାଟୋରିୟମ୍ ଭାବେ ମିଳିବ ।

ମହିଳାଙ୍କ ଦ୍ୱାରା ପରିଚାଳିତ ୪୦ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି ୧୦୮.୨୯ କୋଟି ଟଙ୍କା ଦିଆଯାଇଛି । ପିଏମ୍ଇଜିପି ଅଧିନରେ ୨୦୨୦-୨୧ ବର୍ଷ ପାଇଁ ଆର୍ଥିକ ଦୁର୍ବଳ ବର୍ଗକୁ ସବସିଡି ଉପରେ ସବସିଡି ୫ ପ୍ରତିଶତ ପ୍ରମୋଟର କଣ୍ଟ୍ରିବୁସନ ଆକାରରେ ବ୍ୟବସ୍ଥା ହୋଇଛି । ଏଥିପାଇଁ ୨୭ କୋଟି ଟଙ୍କା ଦିଆଯାଇଛି । ଏହା ଆର୍ଥିକ ଦୁର୍ବଳ ଶ୍ରେଣୀକୁ ମହାମାରୀ ସଂକଟ ସମୟରେ ସହାୟତା କରିବ ।

CM Announces Rs.289.42 Crore Package for MSMEs to Combat Pandemic Challenge

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହାୟତା ଯୋଜନା ଅଧିନରେ କେନ୍ଦ୍ରର ୬୦ ଓ ରାଜ୍ୟର ୪୦ ପ୍ରତିଶତ ଅନୁଦାନ ଉପରେ ଅତିରିକ୍ତ ୧୫ ପ୍ରତିଶତ ଟପ୍-ଅପ୍ ସବସିଡି ଏକ ହଜାର ୟୁନିଟ୍ ପାଇଁ ଚଳତି ଆର୍ଥିକ ବର୍ଷରେ ଦିଆଯିବ । ଏଥିପାଇଁ ସ୍କିମରେ ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କୋଭିଡ୍ ସହାୟତା ପ୍ୟାକେଜରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ମଧ୍ୟମକୁ ସହାୟତା ମିଳିବ । ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୦୦ କୋଟି ଟଙ୍କା ଦିଆଯିବ । ରାଜ୍ୟର ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସଟି ଫେରି ପାଇବା ଲାଗି କ୍ଯାବିନେଟ୍ ଅନୁମୋଦନ ଦେଇଛି । ୨୦୧୭ ଜୁଲାଇ ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୧୭୫ଟି ଉଦ୍ୟୋଗକୁ ରାଜ୍ୟ ଜିଏସଟି ଫେରସ୍କତ ମିଳିବ । ଏଥିପାଇଁ ୩୮.୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ୫ ହଜାର ଶିଳ୍ପାନୁଷ୍ଠାନଙ୍କ ବାର୍ଷିକ ରକ୍ଷଣବେକ୍ଷଣ ଖର୍ଚ୍ଚ ବାବଦରେ ସମୁଦାୟ ୫.୮୩ କୋଟି ଟଙ୍କା ଇଡକୋ ଦେବ ।

ଭାଇରାଲ୍ ଫଟୋକୁ ମାନିଲେ ଜେଲ୍ ଅଧୀକ୍ଷକ କିନ୍ତୁ…

ବଲାଙ୍ଗିର: ଜେଲରେ ସୁଶାନ୍ତ ଧଳସାମନ୍ତଙ୍କୁ ମିଳୁଛି ସ୍ୱତନ୍ତ୍ର ରାଜକୀୟ ସୁବିଧା । ଜେଲ୍ ଖାଇବା ନୁହେଁ ନିଜେ ରୋଷେଇ କରି ଖାଉଛନ୍ତି ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ । ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଥିବା ସୁଶାନ୍ତ ଧଳସାମନ୍ତଙ୍କୁ ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସୁଶାନ୍ତ ଧଳସାମନ୍ତ ଏକ ସେଲରେ ଥିବାବେଳେ ଅନ୍ୟ ଏକ ସେଲରେ ରୋଷେଇ ଘର କରିଛି । ସେଠାରେ ଅଣ୍ଡାଠୁ ନେଇ ଟମାଟୋ, ପିଆଜ, ରସୁଣ, ତେଲ, ସାବୁନ ପରି ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ଥିବା ଭାଇରାଲ ଫଟୋରେ ଦେଖାଯାଉଛି ।

Bolangir Jail Superintendent Admits Viral Image Of Sushanta’s Cell Says It's Not

କିଛି ଦିନ ତଳେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ପାଇଁ ମାଦକଦ୍ରବ୍ୟ ଯାଉଥିବା ଫଟୋ ଭାଇରାଲ ହୋଇଥିଲା । ଏବେ ପୁଣି ଜେଲର କଡ଼ା ସୁରକ୍ଷା ସତ୍ତ୍ୱେ ସୁଶାନ୍ତ ରହୁଥିବା ସେଲର ଭିଡିଓ ଭାଇରାଲ୍ ହେବା ପରେ ଜେଲ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ଗୋଟିଏ ପଟେ ଜେଲ୍ ସୁରକ୍ଷା ତ ଅନ୍ୟପଟେ ଜେଲ୍ ମଧ୍ୟରେ ଗ୍ୟାଙ୍ଗଷ୍ଟରଙ୍କୁ ସ୍ୱତନ୍ତ୍ର ସୁବିଧା । ଏ ନେଇ ଜେଲ ଅଧୀକ୍ଷକ ଉର୍ମିଳା ମିଞ୍ଜଙ୍କୁ ପଚାରିବାରୁ ସେ ଭାଇରାଲ୍ ହୋଇଥିବା ଫଟୋ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ସେଲର ବୋଲି ସ୍ୱୀକାର କରିଥିବା ବେଳେ ଏହା ତାଙ୍କ ସମୟର ନୁହେଁ ବୋଲି କହିଛନ୍ତି ।

Bolangir Jail Superintendent Admits Viral Image Of Sushanta’s Cell Says It's Not

ଜେଲ ମାନୁଆଲ୍ ଅନୁଯାୟୀ ସୁଶାନ୍ତଙ୍କୁ ଅନ୍ୟ ଅନ୍ତେବାସୀଙ୍କ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ଏହାଛଡ଼ା ଅତିରିକ୍ତ କିଛି ବି ସୁବିଧା ଯୋଗାଯାଇ ଦିଆଯାଉନାହିଁ ବୋଲି କହିଛନ୍ତି ଜେଲ୍ ଅଧୀକ୍ଷକ । ଜେଲ ଭିତରର କେତେକ ଅସାଧୁ କର୍ମଚାରୀ ଏଭଳି ଫଟୋ ଉଠାଇ ଭାଇରାଲ୍ କରିଛନ୍ତି ବୋଲି ସେ କହିଛନ୍ତି । ତେବେ, ଜେଲ ଭିତରେ ସୁରକ୍ଷା କଡ଼ାକଡ଼ି ରହିଛି । ମାତ୍ର ଜେଲ ଭିତର ଫଟୋ ଭାଇରାଲ୍ ହେବା ମଧ୍ୟ ଚିନ୍ତାର ବିଷୟ ବୋଲି କହିଛନ୍ତି ଅଧୀକ୍ଷକ ।

Bolangir Jail Superintendent Admits Viral Image Of Sushanta’s Cell Says It's Not

ଜେଲ୍ ସିସିଟିଭି ନଜରରେ ଥିବା ସତ୍ତ୍ୱେ କେଉଁ କର୍ମଚାରୀ ଜେଲ୍ ଭିତରର ଭିଡିଓ ଉଠାଇ ବାହାରେ ଭାଇରାଲ୍ କଲେ, ଖୋଜା ଚାଲିଛି । ଏନେଇ ଜେଲ ଅଧୀକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ସମ୍ପୃକ୍ତ କର୍ମଚାରୀ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ।

ରସାୟନିକ ତେଲ ସହାୟତାରେ ମାଛ ମାରୁଛନ୍ତି ମାଫିଆ: ପ୍ରଭାବିତ ହେଉଛି ମତ୍ସ୍ୟଜୀବୀଙ୍କ ଜୀବିକା

0

ସୁବର୍ଣ୍ଣପୁର: ମହାନଦୀରେ କମୁଛି ମାଛଙ୍କ ସଂଖ୍ୟା । ବିଲୁପ୍ତ ହେଉଛି ବିରଳ ପ୍ରଜାତିର ମାଛ । ପ୍ରଭାବିତ ହେଉଛି ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା । ବେଆଇନ୍ ବ୍ଳଷ୍ଟିଂ ଓ ରସାୟନିକ ତେଲ ଦ୍ୱାରା ମାଛ ମାରିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଥିବା ବେଳେ ଏହାକୁ ରୋକିବା ନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯାଗ କରିଛନ୍ତି ମତ୍ସ୍ୟଜୀବୀ ।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଶହେ କିଲୋମିଟର ବ୍ୟାପୀ ମହାନଦୀ ପ୍ରବାହିତ ହେଉଛି । ଜିଲ୍ଲାର ଉଲୁଣ୍ଡା ବ୍ଲକ କେଉଟିପାଲି ଠାରୁ ଆରମ୍ଭ କରି ସୁବଣ୍ଣର୍ପୁର ସହର ଦେଇ ବୀରମହାରାଜପୁର ବ୍ଲକର ସୁବଳୟା ଯାଏଁ ପ୍ରାୟ ୨ ଲକ୍ଷ ଲୋକ ମହାନଦୀ ଉପରେ ନିର୍ଭର କରୁଛନ୍ତି । ବିଶେଷକରି ଜିଲ୍ଲାର ମହାନଦୀ କୂଳିଆ ଗାଁରେ ଥିବା ଝରା ଓ କେଉଟ ସମ୍ପ୍ରଦାୟର ଲୋକଙ୍କ ପାଇଁ ମହାନଦୀ ପାଲଟିଛି ଜୀବନ ଜୀବିକା । ହେଲେ ଦିନକୁ ଦିନ ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି ।

ମହାନଦୀର ବିଭିନ୍ନ ଘାଟରେ କିଛି ଖଳ ପ୍ରକୃତିର ଲୋକ ଅପ୍ରାକୃତିକ ଭାବେ ବ୍ଲାଷ୍ଟିଂ କରିବା ସହିତ ରସାୟନିକ ତେଲ ପ୍ରୟୋଗ କରି ମାଛ ମାରୁଛନ୍ତି । ଫଳରେ ମହାନଦୀରେ ମତ୍ସ୍ୟ ସମ୍ପଦ କମି କମି ଯାଉଥିବା ବେଳେ ମହାନଦୀ ଦିନକୁ ଦିନ ପ୍ରଦୂଷିତ ମଧ୍ୟ ହେଉଛି । ତେବେ ଏହାକୁ ନେଇ ଏକ ଅଭିନବ ପ୍ରୟାସ କରିଛନ୍ତି ମତ୍ସ୍ୟଜୀବୀମାନେ । ନଦୀ ଗର୍ଭର ବିଭିନ୍ନ ସ୍ଥାନରେ ଲେଖା ମାଧ୍ୟମରେ ସଚେତନ କରିବା ସହ ଲାଲ ପତାକା ଲଗାଇଛନ୍ତି ।

ମହାନଦୀର ବିଭିନ୍ନ ଘାଟରେ ବେଆଇନ ଭାବେ ମାଛ ମାରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ବେଆଇନ ବ୍ଲାଷ୍ଟିଂ ଓ ରସାୟନିକ ତେଲ ପ୍ରୟୋଗ କରି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ମାରୁଛନ୍ତି କିଛି ମାଛ ମାଫିଆ । ଅପ୍ରାକୃତି ପ୍ରକ୍ରିୟାରେ ମାଛ ମାରୁଥିବାରୁ  ମହାନଦୀରେ ପ୍ରଦୂଷଣ ବଢିବା ସଙ୍ଗେ ସଙ୍ଗେ ଆଗରୁ ମିଳୁଥିବା ବିରଳ ପ୍ରଜାତିର ମାଛ ଆଉ ଦେଖିବାକୁ ମିଳୁନାହିଁ । ଜିଲ୍ଲାର କେଉଟିପାଲି, ସିଂଢୋଲ, ବିନିକା, ସରଧାପାଲି, ମହଦା ତଥା ସୁବଳୟା ଆଦି ଯାଗାରେ ବେଆଇନ ଭାବେ ସଂନ୍ଧ୍ୟା ସମୟରେ ବ୍ଲାଷ୍ଟିଂ ହେଉଛି । ହେଲେ ବେଆଇନ ବ୍ଲାଷ୍ଟିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି । ଫଳରେ ଶତାଧିକ ମତ୍ସ୍ୟଜୀବୀ ପରିବାର ଏବେ ଚିନ୍ତାରେ । ଅପରପକ୍ଷରେ ପୋଲିସ ସବୁବେଳେ ସଜାଗ ରହିଛି ଅଭିଯୋଗ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଏହି ବେଆଇନ କାର୍ୟ୍ୟପ କୁ ରୋକିବା ପାଇଁ ଜନସାଧାରଣଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।                                                                                                          ପ୍ରଦୂଷଣ ହେଉଥିବା ବେଳେ ଧିରେ ଧିରେ ମାଛ ବଂଶ ଲୋପ ପାଇବାରେ ଲାଗିଛି ।ସେପଟେ ମାଛ ବଂଶ ଲୋପ ପାଇଁ ଏହି ମହାନଦୀରେ ମାଛ ଧରି ନିଜର ଜୀବିକା ନିର୍ବାହ କରୁଥିବା କେଉଟ ସମ୍ପ୍ରଦାୟର ଲୋକେ ଜୀବିକା ହରାଇଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବ୍ଲାଷ୍ଟିଂ ରୋକିବା ଦିଗରେ ଦୃଢ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି ।

ଓଡ଼ିଶାରେ ନାହିଁ ଜମତାରା ଗ୍ୟାଙ୍ଗର ଲିଙ୍କ୍, ତଥାପି ରହିବାକୁ ପଡ଼ିବ ସତର୍କ

ଭୁବନେଶ୍ୱର: ସାବଧାନ ! ସତର୍କ ନରହିଲେ ଗୋଟିଏ ମିନିଟରେ ଉଡ଼ିଯିବ ଜୀବନ ଯାକର ଉପାର୍ଜନ । ଜମତାରା ଗ୍ୟାଙ୍ଗକୁ ନେଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ । ଯଦିଓ ଓଡ଼ିଶାରେ ଜମତାରା ଗ୍ୟାଙ୍ଗର ଲିଙ୍କ୍ ନାହିଁ । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ । ସାଇବର ଠକେଇରୁ ନିଜକୁ ବଞ୍ଚାଇବା ପାଇଁ ସବୁବେଳେ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ।

No Link Of Jamatara Gang In Odisha Says Police Comissioner

ଚଳିତ ବର୍ଷ ରାଜ୍ୟରେ ୧୦୦ରୁ ଅଧିକ ସାଇବର ଠକେଇ ମାମଲା ହେଲାଣି । ଫୋନ୍ ପେ କଥା କହି ମଧ୍ୟ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି ଠକ । ଏନେଇ ଟ୍ୱିନ୍ସିଟି ବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ପୋଲିସ କମିଶନର । ଭାରତରେ ୮୦ ପ୍ରତିଶତ ଠକେଇ ଜମତାରା ଗ୍ୟାଙ୍ଗ କରୁଛନ୍ତି । ସବୁ ରାଜ୍ୟର ପୋଲିସ ଏବେ ସେମାନଙ୍କୁ ଖୋଜୁଛନ୍ତି ।

No Link Of Jamatara Gang In Odisha Says Police Comissioner

ତଥାପି ସେମାନେ ନୂଆ ନୂଆ ଉପାୟ ଖୋଜୁଛନ୍ତି । ବରିଷ୍ଠ ନାଗରିକ ମାନେ ଏଥିପ୍ରତି ବିଶେଷ ଭାବରେ ଧ୍ୟାନ ଦେବାକୁ କୁହାଯାଉଛି । ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏନେଇ ପଦକ୍ଷେପ ନେଲେଣି । ଜମତାରା ଗ୍ୟାଙ୍ଗ ଶହେ ଥର ଚେଷ୍ଟା କଲା ପରେ ଥରେ ସଫଳ ହେଉଥିବା ବୋଲି ପୋଲିସ କମିଶନର କହିଛନ୍ତି ।