spot_img
Home Blog Page 6245

ଡି-ବ୍ରଦର୍ସ ଉପରେ ପୋଲିସର ଆକ୍ସନ ଜାରି: ୧୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ: ଡି-କମ୍ପାନୀ ଉପରେ ପୋଲିସର ଆକ୍ସନ ଜାରି  । ପୁଣି ଗିରଫ ହେଲେ ଧଳସାମନ୍ତ ଭାଇଙ୍କ ଆଉ କିଛି ସହଯୋଗୀ  । ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ମୋଟ ୧୨ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ସେମାନଙ୍କ ଠାରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି  । ବନ୍ଧୁକ କାରବାର ନେଇ କମିଶନରେଟ ପୋଲିସ ଧଳସାମନ୍ତ ଘରେ ଚଢ଼ାଉ କରିବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଜେଲେର ଚାରି କାନ୍ଥ ଭିତରେ ଥାଇ ନିଜର ଅପରାଧିକ ଦୁନିଆକୁ ସକ୍ରିୟ ରଖିଛନ୍ତି ଡି -ବ୍ରଦର୍ସ । ସେମାନଙ୍କ ସହଯୋଗୀମାନେ ବିଭିନ୍ନ ସ୍ଥାନରେ ଅପରାଧ ଭିଆଉଛନ୍ତି । ବନ୍ଧୁକ ମୁନରେ ଚାଲିଥିବା ଏହି ଅପରାଧର ସୁରାଗ ପାଇଛି ପୋଲିସ ।  ବିହାରର ମୁଙ୍ଗେରରୁ ଧାରାବାହିକ ଭାବେ ଓଡ଼ିଶା ଅଣାଯାଉଛି ବନ୍ଧୁକ ।  ଅପରାଧୀମାନେ ଅପରାଧ ଘଟାଇବାରେ ବନ୍ଧୁକକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।  ଏହାକୁ ନେଇ ଏବେ ଆକସନ୍ ମୁଡରେ ଆସିଛି କଟକ କମିଶନରେଟ ପୋଲିସ ।

ଚୋରା ବନ୍ଧୁକ କାରବାରର ଚେର ଖୋଜିବ ପୋଲିସ: ଡି-ବ୍ରଦର୍ସଙ୍କୁ ଅଣାଯିବ ରିମାଣ୍ଡରେ

ଟିକା ଦିଆଯିବା ପରେ କାହିଁକି ୩୦ ମିନିଟ୍ କେନ୍ଦ୍ରରେ ରହିବାକୁ ବାଧ୍ୟ?

0

ନୂଆଦିଲ୍ଲୀ: କରୋନା ଟିକାକରଣ ପାଇଁ  ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶାବଳୀ ଆସିଯାଇଛି। ଟିକା ବଣ୍ଟନ ଏବଂ ପ୍ରଶାସନ ସମ୍ବନ୍ଧରେ ଜାରି କରାଯାଇଥିବା SOPରେ କେନ୍ଦ୍ର ରାଜ୍ୟମାନଙ୍କୁ ଅନେକ କିଛି ନିର୍ଦ୍ଦେଶ ଦେଇଛି। ଲୋକମାନେ ପ୍ରଥମେ ଟିକା ପାଇଁ ପଞ୍ଜୀକୃତ କରିବା ଜରୁରୀ। ଏହା ପରେ ସେମାନଙ୍କୁ ଏକ ତାରିଖ ଦିଆଯିବ, ସେହି ଦିନ ସେମାନଙ୍କୁ ଟିକାକରଣ କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ। ଏହି କେନ୍ଦ୍ରଗୁଡିକରେ ଅତି କମରେ ତିନୋଟି ଅଲଗା କୋଠରୀ ରହିବା ଉଚିତ ବୋଲି କେନ୍ଦ୍ର ପରାମର୍ଶ ଦେଇଛି। ଆସ୍ତୁ ଜାଣିବା କାହିଁକି।

ନୂଆ SOPରେ କେନ୍ଦ୍ର ପରାମର୍ଶ ଦେଇଛି ଯେ ଯେଉଁଠାରେ ଟିକା ଦିଆଯିବ, ସେଠାରେ ତିନୋଟି କୋଠରୀ ରହିବା ଉଚିତ୍। ଏହି ତିନୋଟିରୁ ପ୍ରଥମଟି ଅପେକ୍ଷା କକ୍ଷ, ଦ୍ୱିତୀୟ ଟୀକାକରଣ କକ୍ଷ ଏବଂ ତୃତୀୟ ପର୍ଯ୍ୟବେକ୍ଷଣ କକ୍ଷ ହେବ। ଆସନ୍ତୁ ଜାଣଇବା ଏହି ତିନିଟି କକ୍ଷରେ କ’ଣ ହେବ।

ଅପେକ୍ଷା କକ୍ଷ(Waiting Room): ଏହି କକ୍ଷରେ ଆପଣଙ୍କୁ ବସି ନିଜ ପାଳିର ଅପେକ୍ଷା କରିବାକୁ ହେବ। ଆଠି ଆପଣଙ୍କ ପରିଚୟ ଯାଞ୍ଚ କରାଯିବ। ଏଥିରେ ଆପଣଙ୍କୁ ପରିଚୟପତ୍ର, ଫଟୋ ପ୍ରଭୃତି ଦେକାଇବାକୁ ପଡ଼ିବ। ଏହି କକ୍ଷରେ ହାଣ୍ଡୱସ୍ ଓ ସାନିଟାଇଜର୍ ମଧ୍ୟ ରଖାଯିବ।

ଟୀକାକରଣ କକ୍ଷ(Vaccine Room): ଏହି କକ୍ଷରେ ଆପଣଙ୍କୁ ଟୀକାର ଡୋଜ୍ ଦିଆଯିବ। ଏକ ସମୟରେ କେବଳ ଜଣେ  ବ୍ୟକ୍ତି ହିଁ ଏହି କକ୍ଷରେ ପ୍ରବେଶ କରିପାରିବେ। ମହିଳା ଟିକା ଗ୍ରହଣ କରିବାବେଳେ ଟୀକାକରଣ କକ୍ଷରେ ଜଣେ ମହିଳା କର୍ମଚାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ ହେବ।

ପର୍ଯ୍ୟବେକ୍ଷଣ କକ୍ଷ(Observation Room): ଟୀକା ନେବା ପରେ ଆପଣଙ୍କୁ ଏହି କକ୍ଷକୁ ପଠାଇଦିଆଯିବ। ଏଠାରେ ୩୦ ମିନିଟ୍ ପର୍ଯ୍ୟନ୍ତ ଆପଣଙ୍କୁ ମନିଟରି କରାଯିବ। ଏହା ଆପଣଙ୍କ କ୍ଷେତ୍ରରେ ଟୀକାର କିଛି ପ୍ରତିକୂଳ ପ୍ରଭାବ ପଡ଼ୁଛି କି ନାହିଁ ତାହା ଦେଖାଯିବ। ଟୀକାକରଣ ଟିମ୍ ସନ୍ତୁଷ୍ଟ ହେବା ପରେ ଯାଇ ଆପଣଙ୍କୁ ଘରକୁ ପଠାଇଦିଆଯିବ।

ସମସ୍ତ ତିନୋଟି ସ୍ଥାନରେ ସାମାଜିକ ଦୂରତା ଅନୁସରଣ କରିବାକୁ ପଡ଼ିବ। ଏହି ଟିକା ବିତରଣ ଦଳରେ ଜଣେ ଟିକା ଅଧିକାରୀ ଏବଂ ଚାରି ଜଣ ଟୀକାକରଣ ଅଧିକାରୀ ରହିବେ। ନିର୍ଦ୍ଦେଶାବଳୀ ଅନୁଯାୟୀ, ଟୀକାକରଣ ସ୍ଥାନରେ ଦିନକୁ ମାତ୍ର ୧୦୦ ଜଣ ଲୋକଙ୍କୁ ଟିକା ଦିଆଯିବ। ଯଦି ସୁବିଧା ଥିବ ତେବେ ଏହାକୁ ୨୦୦କୁ ମଧ୍ୟ ବୃଦ୍ଧି କରାଯାଇପାରିବ।

ସୂଚନାଯୋଗ୍ୟ, ଟିକାକରଣ ପାଇଁ ମତଦାନ ବୁଥ, କଲେଜ ଏବଂ କମ୍ୟୁନିଟି ହଲ୍ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ମ୍ୟୁନିସିପାଲିଟି କର୍ପୋରେସନ୍ ବିଲ୍ଡିଂ, ପଞ୍ଚାୟତ ବିଲଡିଂ, କ୍ୟାଣ୍ଟ ହସ୍ପିଟାଲ୍, ରେଳ ହସ୍ପିଟାଲ୍, ପାରାମିଲିଟାରୀ ଫୋର୍ସର ଶିବିରକୁ ଟୀକାକରଣ ସ୍ଥାନ ଭାବରେ ବ୍ୟବହାର କରିବାର ଯୋଜନା ରହିଛି।

 

Ind vs Aus : କୋହଲିଙ୍କୁ ରୋକିବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା କହିଲେ ଜଷ୍ଟିନ୍ ଲେଙ୍ଗର୍

0

ଆଡିଲେଟ୍: ଟି-୨୦ ଓ ଏକଦିବସୀୟ ପରେ ଏବେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୪ ଟିକିଆ ଟେଷ୍ଟ ସିରିଜ୍ । ଆସନ୍ତା ୧୭ ତାରିଖରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତତ କରିସାରିଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ୍ ଲେଙ୍ଗର୍ ।

           ଲେଙ୍ଗର ଗଣମାଧ୍ୟମଙ୍କୁ କହିଛନ୍ତି ଯେ, ଆମକୁ ଆମ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ହେବ । କୋହଲୀ ଜଣେ ଉଚ୍ଚକୋଟୀର ଖେଳାଳି । ଏବଂ ଜଣେ ଭଲ ଅଧିନାୟକ । ମୁଁ ଏହି କଥା ବହୁ ଥର କହିଛି  । ଏବଂ ମୋ ମଧ୍ୟରେ କୋହଲୀଙ୍କୁ ନେଇ ବହୁତ ସମ୍ମାନ ରହିଛି । । ଜଣେ ଅଧିନାୟକ ଏବଂ କ୍ୟାପଟେନ୍ ହିସାବରେ କୋହଲୀ ଟିମ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଣୁ ଆମକୁ ତାଙ୍କୁ ରୋକିବା ପାଇଁ ବହୁତ ଭଲ ରଣନୀତି କରିଛୁ ।

            ଅଷ୍ଟ୍ରେଲିଆ ଭାରତ ଅପେକ୍ଷା ଅଧିକ ଥର ପିଙ୍କ୍ ବଲରେ ମ୍ୟାଚ୍ ଖେଳିଛି । କିନ୍ତୁ ତାଙ୍କ ଟିମକୁ ଏ ନେଇ କୌଣସି ବିଶେଷ ଫାଇଦା ମିଳିନଥିବା ସେ କହିଛନ୍ତି । ଶ୍ରେଷ୍ଠ ଖେଳାଳି ସବୁ ବେଳେ ସବୁ ପରିସ୍ଥିତିରେ ଖାପଖୁଆଇ ଭଲ ପ୍ରଦର୍ଶନ କରିଥାଏ । ବଲ୍ କେଉଁ ବି ରଙ୍ଗର ହେଉ ନା କାହିଁକି ପରିସ୍ଥିତି ସହ ଖାପଖୁଆଇ ଯିଏ ଭଲ ପ୍ରଦର୍ଶନ କରିଥାନ୍ତି ସେ ହିଁ ଭଲ ଖେଳାଳି । ଅଷ୍ଟ୍ରେଲିଆର କୋଚ୍ ଆହୁରି କହିଛନ୍ତି , ଗତ ୧ ବର୍ଷ ହେଲା ଆମେ ଟେଷ୍ଟ ମ୍ୟାଚ୍ ଖେଳିନାହୁଁ । ଦିବ-ରାତି ମ୍ୟାଚ୍ ହେଉ ଅବା ଗୋଟିଏ ଦିନର । ବିଗତ ପ୍ରଦର୍ଶନ କୌଣସି ପ୍ରକାର ପ୍ରଭାବ ପକାଇଲା ଭଳି ମନେ ହେଉନି ।

ସାଉଥ୍ ଅଭିନେତ୍ରୀ ଚିତ୍ରାଙ୍କ ସ୍ୱାମୀ ଗିରଫ; ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ

ହାଇଦ୍ରାବାଦ: ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ତଥା ଭିଜେ ଚିତ୍ରାଙ୍କ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ସ୍ୱାମୀ ହେମନାଥଙ୍କୁ ଗିରଫ କରିଛି । ଡିସେମ୍ୱର ୯ ତାରିଖରେ ଏକ ହୋଟେଲ ରୁମରୁ ଚିତ୍ରାଙ୍କ ମୃତଦେହ ମିଳିଥିଲା।

ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିବା ବେଳେ ଏବେ ତାଙ୍କୁ ସ୍ୱାମୀ ହେମନାଥ ଆତ୍ମହତ୍ୟା କରିବା ଲାଗି ଉସୁକାଇଥିବା ଅଭିଯୋଗ ହୋଇଛି ।

୨୮ ବର୍ଷୀୟ ଚିତ୍ରା ଫେମସ୍ ଟିଭି ସିରିୟଲ୍ ‘ପାଣ୍ଡିଆନ୍ ଷ୍ଟୋର୍ସ’ରେ କାମ କରିଥିଲେ । ଯେଉଁଥିରୁ ତାଙ୍କୁ ଖୁବ୍ ଲୋକପ୍ରିୟତା ମିଳିଥିଲା ।

ପୋଲିସର କହିବାନୁଯାୟୀ ଟିଭି ସିରିୟଲରେ ଇଣ୍ଟିମେଣ୍ଟ ସିନ୍ କରିବା ହେମନାଥଙ୍କୁ ପସନ୍ଦ ନଥିଲା । ଏପରିକି ରିୟାଲିଟି ଶୋରେ ମଧ୍ୟ ଚିତ୍ରା କାମ କରନ୍ତୁ ବୋଲି ସେ ଚାହୁଁନଥିଲେ । ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ହେଉଥିଲା ।

ଚିତ୍ରାଙ୍କ ପରିବାର ଚେନ୍ନାଇରେ ରହୁଥିବା ବେଳେ ଚଳିତ ଅଗଷ୍ଟ ମାସରେ ତାଙ୍କର ବ୍ୟବସାୟୀ ହେମନାଥଙ୍କ  ସହ ନିର୍ବନ୍ଧ ହୋଇଥିଲା ।

କରୋନା ନା ଚାଷୀ, କାହା ଭୟରେ ବନ୍ଦ ହେଲା ଶୀତକାଳୀନ ଅଧିବେଶନ?

0

ନୂଆଦିଲ୍ଲୀ: ଚଳିତବର୍ଷ ସଂସଦରେ ହେବନାହିଁ ଶୀତକାଳୀନ ଅଧିବେଶନ। ଗତ ସେପ୍ଟେମ୍ବରରେ କରୋନା ସଂକ୍ରମଣ ସାରାଦେଶରେ ଲଗାତାର ବଢୁଥବା ବେଳେ ସଂସଦରେ ମୌସୁମୀ ଅଧିବେଶନ ବସିଥିଲା। ହେଲେ ଏବେ ସଂକ୍ରମଣ ତଳମୁହା ହୋଇଥିବା ବେଳେ ଦିଲ୍ଲୀସ୍ଥିତି ବି ସୁଧୁରୁଛି। କିନ୍ତୁ କରୋନା ଆଳରେ ସଂସଦର ଶୀତକାଳିନ ଅଧିବେଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଅଧିବେଶନ ସମ୍ପର୍କରେ ଜାଣିବାକୁ ପୂର୍ବରୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ। ତାହାର ଉତ୍ତର ରଖି ଯୋଶୀ କହିଛନ୍ତି, ‘ଦିଲ୍ଲୀରେ କରୋନା ସ୍ଥିତି ଭଲନାହିଁ। ତେଣୁ ଏଭଳି ସ୍ଥିତିରେ ଶୀତକାଳିନ ଅଧିବେଶନ ଅନୁଷ୍ଠିତ ହେବା ସମ୍ଭବ ନୁହେଁ। ଆସନ୍ତା କିଛିଦିନ ମଧ୍ୟରେ କରୋନା ଟିକା ମିଳିବ, ତେଣୁ ସେ ପର୍ଯ୍ୟନ୍ତ ସମସ୍ତେ ସାବଧାନ ରହିବା ଆବଶ୍ୟକ। ହେଲେ ନୂଆ କୃଷି ଆଇନକୁ ନେଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବାରୁ ଆସନ୍ତା ଜାନୁଆରୀରେ ବଜେଟ୍‌ ଅଧିବେଶନ ବସିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।’

ଅନ୍ୟପଟେ ଶୀତ ଅଧିବେଶନ ବାତିଲ ନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଯୋଶୀ କହିଛନ୍ତି। କରୋନା ମହାମାରୀ, ଟିକା, ନୁଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଆଦି ଅନେକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିପାରନ୍ତି, ଯାହା ଭୟରେ ଶୀତକାଳିନ ଅଧବେଶନ ବାତିଲ କରିଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଅଧ୍ୟକ୍ଷଙ୍କୁ ଚୌକିରୁ ଭିଡ଼ି ହଟାଇଲେ କଂଗ୍ରେସ ଏମ୍‌ଏଲ୍‌ସି

0

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦରେ ହଙ୍ଗାମା। ଆଜି କର୍ଣ୍ଣାଟକ ବିଧାନପରିଷଦରେ ଜୋରଦାର ଝଗଡ଼ା ଓ ମାରପିଟ୍ ଦେଖିବାକୁ ମିଳିଛି। କଂଗ୍ରେସ ବିଧାନ ପରିଷଦ ସଦସ୍ୟ(ଏମଏଲସି)ମାନେ ଅଧ୍ୟକ୍ଷଙ୍କୁ ତାଙ୍କ ଚେୟାରରୁ ଜୋର୍ ଜବରଦସ୍ତ ହଟାଇଛନ୍ତି। ଏହି ସଦସ୍ୟମାନେ ଅଭିଯୋଗ କରିଥିଲେ ଯେ ବିଜେପି ଏବଂ ଜେଡିଏସ୍ ମିଳିତ ଭାବେ ବେଆଇନ ଭାବେ ଅଧ୍ୟକ୍ଷଙ୍କୁ ଚେୟାରରେ ବସାଇଛନ୍ତି।

ଏହି ମାରପିଟ୍ ପରେ କଂଗ୍ରେସ ଏମଏଲସି ପ୍ରକାଶ ରାଠୋଡ଼ କହିଛନ୍ତି ଯେ ଦୁର୍ଭାଗ୍ୟବଶତ ବିଜେପି ଅସାମ୍ବିଧାନିକ କାର୍ଯ୍ୟ କରୁଛି। ଯେତେବେଳେ ଗୃହ ଚାଲୁ ନଥିଲା ସେତେବେଳେ ବିଜେପି ଓ ଜେଡିଏସ ବେଆଇନ ଭାବେ ଚେୟାରମ୍ୟାନଙ୍କୁ ନିଯୁକ୍ତ କରିଥିଲେ। ତେଣୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ କଂଗ୍ରେସ କହିଥିଲା। ହେଲେ ସେ ଇସ୍ତଫା ନଦେଇବେଆଇନ ଭାବରେ ଅଧକ୍ଷଙ୍କ ଚେୟାରରେ ବସିଥିବାରୁ ତାଙ୍କୁ ସେଠାରୁ ହଟାଇବାକୁ ପଡ଼ିଲା

ଭୁବନେଶ୍ୱରରେ ଏଏନଏମଙ୍କ ଆତ୍ମହୂତି ଉଦ୍ୟମ

ଭୁବନେଶ୍ୱର: ଗତ କିଛି ଦିନ ହେବ ଭୁବନେଶ୍ୱରରେ ଆତ୍ମହତ୍ୟା ଉଦ୍ୟମ କରିବା ଭଳି କିଛି ଘଟଣା ନଜରକୁ ଆସିଛି । ପୁଣି ସେହିପରି ଏକ ଘଟଣା ଆଜି ଘଟିଥିବା ସୂଚନା ମିଳିଛି । ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀ ମଧ୍ୟ ଆତ୍ମାହୂତି ଉଦ୍ୟମ କରିଛନ୍ତି ।

ମାଷ୍ଟର କ୍ୟାଣ୍ଟିନ ଧାରଣାସ୍ଥଳରେ ୩ ଜଣ ଏଏନଏମ କର୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଥିଲେ ପୋଲିସ । ମାଷ୍ଟରକ୍ୟାଣ୍ଟିନରେ ୧୮ ଦିନ ହେଲା ଧାରଣାରେ ବସିଥିବାବେଳେ ସପ୍ତାହେ ହେଲା ସେମାନେ ଅନଶନ କରୁଛନ୍ତି ।

ତେବେ ଏମାନଙ୍କୁ ଚାକିରିରୁ ଛଟେଇ କରି ଦିଆଯାଇଥିବା ବେଳେ ଏହାର ପ୍ରତିବାଦରେ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ନେଭମ୍ବର ୨୮ ତାରିଖରେ ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଜଣେ ମାଆ ଓ ପୁଅ ନିଜ ଦେହରେ କିରୋସିନ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ । ସେହିପରି ଗତ ନଭେମ୍ବର ୨୪ ତାରିଖରେ ବିଧାନସଭା ଆଗରେ ଦମ୍ପତି ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ।

 

‘ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ

0

ଭୁବନେଶ୍ୱର: ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ’ ରେକର୍ଡ଼ କରିଛନ୍ତି ଖୋର୍ଦ୍ଧାର ବିସ୍ମୟ ଶିଶୁ କନ୍ୟା ସୋହିନୀ ଦାସ। ବୟସ ମାତ୍ର ୩ ବର୍ଷ ୬ ମାସ। ଖେଳିବା ବୁଲିବା ବୟସ, କିନ୍ତୁ ପାଖରେ ରହିଛି ଅଗାଧ ଜ୍ଞାନର ଭଣ୍ଡାର। କହିପାରୁଛି ୧୬୩ ଦେଶର ନା, ଜାତୀୟ ପତାକା, ତା ସାଙ୍ଗକୁ ସୌର ମଣ୍ଡଳ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଆହୁରି କେତେ କ’ଣ। ଏ ନେଇ ନିକଟରେ ‘ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଁ ସେ ଓଡ଼ିଶା ପାଇଁ ଗୌରବ ଆଣିଛି।

୩ ବର୍ଷୀୟା ସୋହିନୀଙ୍କୁ ଯିଏ ବି ଭେଟୁଛି ଆଶ୍ଚର୍ଯ୍ୟ ହେଇଯାଉଛି। ଏତେ କମ ବୟସରେ ଏତେ ଜ୍ଞାନ ଦେଖି କେହି ବିଶ୍ୱାର କରିପାରୁନାହାଁନ୍ତି। ସୋହିନୀର ଏହି ଚମତ୍କାରୀତା ପଛରେ ତାଙ୍କ ମା ରଂଜନା ରାଣୀ ଦାସ ଏବଂ ବାପା କମଳେନ୍ଦୁ ନାୟକଙ୍କର ବହୁତ ବଡ଼ ଅବଦାନ ରହିଛି। ମା ଜଣେ ଉଚ୍ଚ ଶିକ୍ଷିତ ମହିଳା। ନିକଟରେ ସେ ଫ୍ରାନ୍ସରୁ ରିସର୍ଚ୍ଚ କରି ଫେରିଛନ୍ତି। ସେ ହିଁ ସୋହିନୀଙ୍କର ଏହି ପ୍ରତିଭା ପାଇଁ ବେଶ୍ ଉତ୍ସାହିତ କରନ୍ତି। ମା-ବାପାଙ୍କ ବ୍ୟତୀତ ସୋହିନୀର ଜେଜେମା ପ୍ରତିମା କୁମାରୀ ଦେଇ ମଧ୍ୟ ତା’ର ଦେଖାଶୁଣା କରିଥାନ୍ତି। ମା ବିଦେଶ ଗଲା ପରେ ସୋହିନୀକୁ ଜେଜେମା ହିଁ ଲାଳନ ପାଳନ କରିଥିଲେ। ବୃତ୍ତିରେ ସେ ଜଣେ ଶିକ୍ଷୟତ୍ରୀ।

ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ମେଡାଲ ପାଇଲା ପରେ ସୋହିନୀ ଏବେ ‘ଗିନିଜ୍ ୱାର୍ଲଡ଼ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇବାକୁ ଚେଷ୍ଟା ଚଲାଇଛନ୍ତି। ନନ୍ଦିଘୋଷ ଟିଭି ତରଫରୁ ଆମେ ମଧ୍ୟ ଏହି ବିସ୍ମୟ ଶିଶୁ ପ୍ରତିଭା ସୋହିନୀ କୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଆଗାମୀ ଦିନର ଗୌରବ ପାଇଁ ଶୁଭ କାମନା କରୁଛୁ।

ପୁଡୁଚେରୀରେ ରାଜ୍ୟ ସରକାରଙ୍କ ମେଡିକାଲ ଟିମ୍; ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ଲାଗି ପୁଡୁଚେରୀ ଗସ୍ତରେ ଯାଇଛନ୍ତି ରାଜ୍ୟ ସରକାରଙ୍କ ମେଡିକାଲ ଟିମ୍ । ଟିମକୁ ଆଜି ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ ଅନେକ ଦିନ ଧରି ପୁଡୁଚେରୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବିଖ୍ୟାତ୍ ସାହିତ୍ୟିକ ମନୋଜ ଦାସ । ବିରଞ୍ଚି ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଟିମ୍ ପୁଡୁଚେରୀ ଯାଇଛି । ଯେଉଁମାନେକି ମନୋଜଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି ।

ଏନେଇ ସୂଚନା ଦେଇଛନ୍ତି ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ସି ବି କେ ମହାନ୍ତି ।

ରିମାଣ୍ଡରେ ଗଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର:  ପ୍ରଦୀପ ପାଣିଗ୍ରହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ତାଙ୍କୁ  ଝାରପଡା ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯାଇଛି ।

ସୂଚନା ମୁତାବକ ପ୍ରଦୀପଙ୍କୁ ରିମାଣ୍ଡରେ ନେବା ଲାଗି ଭୁବନେଶ୍ୱର ଏସଡିଜେମ୍ କୋର୍ଟ ଅନୁମତି ଦେଇଥିଲେ । ଏହାବ୍ୟତୀତ ତାଙ୍କୁ କ୍ରାଇମବ୍ରାଞ୍ଚ  ଓ ଏସଆଇଟି ଆକାଶଙ୍କ ସହ ମୁହାଁମୁହିଁ ଜେରା କରି ପାରେ ବୋଲି ଜଣାପଡିଛି ।

ପୂର୍ବରୁ ଜାଲ ନିଯୁକ୍ତି ମାମଲାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ବିଧିବଦ୍ଧ ଭାବେ କ୍ରାଇମବ୍ରାଞ୍ଚ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରିସାରିଛନ୍ତି । ଟାଟା ମୋଟର୍ସରେ ଚାକିରୀ କରେଇ ଦେବା ପାଇଁ କହି ଲୋକଙ୍କଠୁ ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏପରିକି ନିଜ ଭାବି ଜାମାତା ଆକାଶ ପାଠକ ଟାଟା ମୋଟର୍ସର ଏମଡି ଅଛନ୍ତି ଓ ସେ ଚାକିରୀ କରାଇ ଦେବେ ବୋଲି କହି ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି ।

ଗଞ୍ଜାମ ଜିଲ୍ଲାର ପାଖାପାଖି ୬୮ ଜଣଙ୍କୁ ଜାଲ ନିଯୁକ୍ତି ଦିଆଯାଇଛି ବୋଲି ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ଏଥିସହିତ ଆକାଶ ପାଠକ ଟାଟା ମୋଟର୍ସର ଏମଡ଼ି ବୋଲି ମିଛ ପ୍ରଚାର କରି ଏଭଳି ଜାଲ ନିଯୁକ୍ତି ଦେଇଥିବା ମଧ୍ୟ ଟାଟା ମୋଟର୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ହେଲେ ଏହି ଜାଲ କାରବାରରେ ପ୍ରଦୀପ ଦଲାଲି କରିଥିବା ନେଇ ପରବର୍ତ୍ତୀ ସମୟରେ ଅଭିଯୋଗ ହୋଇଥିଲା ।

ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ଏହି ବଡ ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଯାହାପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହା ପରେ ପରେ କ୍ରାଇମବ୍ରାଞ୍ଚ ମାମଲାର ଖୋଳତାଡ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିବାହ ସ୍ଥିର ହୋଇଥିଲା । ଡିସେମ୍ବର ୧୧ ତାରିଖରେ ଉଭୟଙ୍କ ବିବାହ ହୋଇଥାନ୍ତା । ଡିସେମ୍ବର ୧୫ ତାରିଖ ଅର୍ଥାତ ଆଜି ସେମାନଙ୍କ ରିସେପସନ୍ ପାର୍ଟି ଅନୁଷ୍ଠିତ ହୋଇଥାନ୍ତା । ତା ପୂର୍ବରୁ ଅଭୟକାନ୍ତ, ଆକାଶ ଓ ପ୍ରଦୀପଙ୍କୁ ଗିରଫ କରାଯାଇଛି ।

ସେହିଭଳି ଠକେଇ ମାମଲାରେ ଆକାଶ ପାଠକଙ୍କ ପିଏସ ଡେଭିଡ ପିଟରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରି ବ୍ୟାପକ ତଥ୍ୟ ହାସଲ କରିଛି । ସେହି ଆଧାରରେ କ୍ରାଇମବ୍ରାଞ୍ଚ ଆକାଶ ପାଠକଙ୍କୁ ୫ ଦନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି । ଆଜି ଆକାଶ ପାଠକଙ୍କ ରିମାଣ୍ଡ ସରୁଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଉଛି । ଏହି ରିମାଣ୍ଡ ସମୟରେ ଠକେଇ ସମ୍ପର୍କିତ ସବୁ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିବ ବୋଲି ସୂଚନା ମିଳିଛି।