spot_img
Home Blog Page 6255

ଅନୁଭବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସାମ୍ବାଦିକା ଜାଗ୍ରତି ଶୁକ୍ଲା

ଭୁବନେଶ୍ୱର: କୋର୍ଟରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ସମ୍ପର୍କ କାଠଗଡ଼ାରେ ରହିଛି । ଏହାରି ଭିତରେ ଜାତୀୟ ସ୍ତରରେ କାର୍ଯ୍ୟରତ ସାମ୍ବାଦିକା ଜାଗ୍ରତି ଶୁକ୍ଲାଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି । ଏସବୁକୁ ନେଇ ଅନୁଭବ ନିରବ ଥିବାବେଳେ ମୁହଁ ଖୋଲିଛନ୍ତି ଜାଗ୍ରତି । ସେ ଅନୁଭବଙ୍କ ସହ ତାଙ୍କ ସମ୍ପର୍କକୁ ସମ୍ପୂର୍ଣ୍ଣ ବୃତ୍ତିଗତ ବୋଲି ବିବେଚନା କରିଛନ୍ତି । ଅନୁଭବ ଏବେ ବୈବାହିକ ଜୀବନକୁ ନେଇ ଛନ୍ଦି ହୋଇ ପଡ଼ିଥିବା ବେଳେ ଅଯଥା ମୋତେ ଛନ୍ଦା ଯାଉଥିବା କହିଛନ୍ତି ଜାଗ୍ରତି ଶୁକ୍ଲା । ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସେମାନଙ୍କ ବ୍ୟକ୍ତିଗତ ବୋଲି ସେ କହିଛନ୍ତି ।

Jagrati Shukla Reacted On Relationship With Anubhav Mohanty 

ଜାଗ୍ରତି କହିଛନ୍ତି- ମୋ ବିରୋଧରେ ସୋସିଆଲ୍ ମିଡିଆରେ ଅତ୍ୟନ୍ତ ହୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି । ବର୍ଷାଙ୍କ ପ୍ରଶଂସକମାନେ ଏଭଳି ହୀନ ପ୍ରଚାର କରୁଥିବା ଜାଗ୍ରତି ଶୁକ୍ଲା କହିଛନ୍ତି । ସହିବାର ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଲି । ସୋସିଆଲ୍ ମିଡିଆରେ ଅରୁଚିକର ମନ୍ତବ୍ୟ ଦ୍ୱାରା ସେ ଓ ତାଙ୍କ ପରିବାର ହଇରାଣ ହେଉଛନ୍ତି । ଏହାକୁ ନେଇ ସେ ପୋଲିସ ଓ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ, ତାଙ୍କ ବିରୋଧରେ କିଏ, କାହିଁକି ଏଭଳି ଚକ୍ରାନ୍ତ କରୁଛି ସେ ଜାଣିନଥିବା କହିଛନ୍ତି ।

Jagrati Shukla Reacted On Relationship With Anubhav Mohanty 

ଯେଉଁମାନେ ଜଣେ ମହିଳାଙ୍କ ସପକ୍ଷରେ ମତ ରଖୁଛନ୍ତି । ସେମାନେ କିଭଳି ଆଉ ଜଣେ ମହିଳାଙ୍କ ପ୍ରତି ଅଶ୍ରାବ୍ୟ ଶବ୍ଦ ପ୍ରୟୋଗ କରୁଛନ୍ତି ବୋଲି ଜାଗ୍ରତି ପ୍ରଶ୍ନ କରିଛନ୍ତି । ଏହା ଉପରେ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ମହିଳା ଭାବେ ମୁଁ ମୋ ସମ୍ମାନ କ୍ଷୂର୍ଣ୍ଣ ହେବାକୁ ଦେବିନି ବୋଲି କହିଛନ୍ତି ଜାଗ୍ରତି ଶୁକ୍ଲା ।

ବାହାଘରରେ ଯୋଗଦେବାକୁ ବୁକ୍ କରିଥିଲେ କାର୍, ଅଧାବାଟରୁ ଉଠାଇ ନେଲେ

ବୌଦ୍ଧ: କ୍ରିମିନାଲଙ୍କ କାର୍ କିଡନାପିଂ । ବାହାଘର ଯୋଗଦେବାକୁ କାର୍ ବୁକ୍ କଲେ, ଅଧାବାଟରୁ ଉଠାଇ ନେଲେ । ପୂରା ଫିଲ୍ମ ଷ୍ଟାଇଲରେ ଅପହରଣ । କାହାଣୀ ଲାଗୁଥିବା ଏ ଘଟଣା ସତ । ଏମିତି ଏକ ଅପରାଧୀ ଗ୍ୟାଙ୍ଗକୁ ଧରିଛି ବୌଦ୍ଧ ପୋଲିସ । ଗ୍ୟାଙ୍ଗର ୮ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କ ନାଁରେ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା ।

Boudh Police Held 8 Miscreants Who Trying To Hijack Booking Cab In MidWay

ସୂଚନାଅନୁସାରେ ଗ୍ୟାଙ୍ଗର ୨ ଜଣ ସଦସ୍ୟ ବଲାଙ୍ଗିରରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ୱରରୁ କାର୍ ବୁକ୍ କରିଥିଲେ । ଶନିବାର ବିଳମ୍ବିତ ରାତିରେ ବୁକିଂ ବାବଦକୁ ୫ ହଜାର ଟଙ୍କା ଅଗ୍ରୀମ ଦେଇ ଭୁବନେଶ୍ୱରରୁ ବାହାରିଥିଲେ ବଲାଙ୍ଗିର । ନୟାଗଡ଼ ପରେ ଡ୍ରାଇଭରଙ୍କୁ ହଇରାଣ କରି ଅପରାଧୀ ଏଣେତେଣେ ଜଙ୍ଗଲ ରାସ୍ତାରେ ବୁଲାଇଥିଲେ । ଅପହରଣ ଯୋଜନା ନେଇ ପୋଲିସ ସୂଚନା ପାଇବା ପରେ ବିଭିନ୍ନ ଚେକ୍ ଗେଟରେ ଯାଞ୍ଚ ଆରମ୍ଭ କରିଥିଲା ।

Boudh Police Held 8 Miscreants Who Trying To Hijack Booking Cab In MidWay

ପରେ ପୁରୁଣା କଟକ ଫରେଷ୍ଟ ଚେକ୍ ଗେଟରେ ରବିବାର ଟ୍ରାଭେରାକୁ ଧରିଛି ପୋଲିସ । ଗାଡ଼ିରୁ ୮ ଅପହରଣକାରୀଙ୍କୁ ଗିରଫ କରାଯାଇଥି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୨ଟି ଭୁଜାଲି, ୨ଟି କଳାମୁଖା ଜବତ କରାଯାଇଛି । ସେମାନଙ୍କ ନାଁରେ କେଉଁ ସ୍ଥାନରେ ଆଉ କେଉଁ ମାମଲା ରହିଛି ତାର ତଦନ୍ତ ଚଳାଇଛି ବୌଦ୍ଧ ପୋଲିସ ।

ଓଲଟିଲା ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଯାଉଥିବା ବସ୍

ଧର୍ମଗଡ଼: ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା କେନ୍ଦୁଗୁଡ଼ା ନିକଟରେ ବସ୍ ଓଲଟି ପଡ଼ିଛି । ଭାରସାମ୍ୟ ହରାଇ ଗୁପ୍ତା ନାମକ ବସ୍ ଓଲଟି ପଡ଼ିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଛତିଶଗଡ଼ର ଦେଓଭୋଗରୁ ହାଇଦ୍ରାବାଦକୁ ଶ୍ରମିକମାନଙ୍କୁ ନେଇ ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇ କେନ୍ଦୁଗୁଡ଼ା ନିକଟରେ ଓଲଟି ପଡ଼ିଥିଲା ।

Bus Carrying Migrant Worker Overturned In Kalahandi, 10 Injured  

ଓଲଟି ପଡ଼ିଥିବା ଗୁପ୍ତା ନାମକ ବସରେ ୪୫ରୁ ଅଧିକ ଯାତ୍ରୀ ଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁତର ଆହତଙ୍କୁ ଧର୍ମଗଡ଼ ଓ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି ।

ବିଦେଶୀ ଲେଖିକାଙ୍କ ସହ ଉପନ୍ୟାସ ଲେଖିବେ ଓଡ଼ିଆ ପୁଅ ଶୁଭ୍ରାଂଶୁ

କଟକ: ଓଡ଼ିଆ ପୁଅକୁ ଅନ୍ତର୍ଜାତୀୟ ପରିଚୟ । ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ଗଳ୍ପ ଲେଖକ ଭାବେ ଓଡ଼ିଆ ପୁଅ ଶୁଭ୍ରାଂଶୁ ଦାସଙ୍କୁ ମିଳିଛି ନୂଆ ପରିଚୟ । ଦ୍ୱାଦଶ ଶ୍ରେଣୀର ଡିପିଏସ୍ କଳିଙ୍ଗରେ ପଢ଼ନ୍ତି ଶୁଭ୍ରାଂଶୁ ଦାସ । ସେ ଏବେ ଆମେରିକାର ଜଣାଶୁଣା ଲେଖିକା ପାମ ରସଙ୍କ ସହ ମିଶି ରୋମାଞ୍ଚଭରା ଉପନ୍ୟାସ ଲେଖୁଛନ୍ତି । ଯାହାକି ଆମାଜନରେ ପ୍ରକାଶ ପାଇବ । ସୂର୍ଯ୍ୟନାରାୟଣ ଓ ରୀନା ଦାସଙ୍କ ପୁଅ ଶୁଭ୍ରାଂଶୁ ପିଲାଟି ଦିନରୁ ଲେଖାଲେଖି ପ୍ରତି ଆଗ୍ରହୀ ।

17 Year Old Odia Boy Subhransu To Write Fiction Books With American Writer Pam Russ

ଶୁଭ୍ରାଂଶୁଙ୍କ ଅନ୍ତର୍ନିହିତ ଗୁଣାବଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ରହସ୍ୟ ଓ ରୋମାଞ୍ଚ ଭରା ଉପନ୍ୟାସ ଲେଖା ଶିକ୍ଷକ ଓ ସହପାଠୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । ଏବେ ଶୁଭ୍ରାଂଶୁଙ୍କ ଲେଖାପ୍ରତି ଆମେରିକାର ପ୍ରସିଦ୍ଧ ଲେଖିକା ପାମ ରସ୍ ବେଶ୍ ଆକୃଷ୍ଟ ହୋଇଛନ୍ତି । ଶୁଭ୍ରାଂଶୁଙ୍କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାଙ୍କ ସହ ମିଶି ‘ଦ ବ୍ଲ୍ୟୁ ବଟର ଫ୍ଲାଏ ଡାଇମଣ୍ଡ, ବ୍ୟାକ ଟୁ ୱେଷ୍ଟ ଆଫ୍ରିକା’ ଲେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପାମ୍ ରସ୍ । ଆମାଜନରେ ପୂର୍ବରୁ ପୁସ୍ତକର ପ୍ରଥମ ଭାବ ପ୍ରକାଶିତ ହୋଇସାରିଛି ।

17 Year Old Odia Boy Subhransu To Write Fiction Books With American Writer Pam Russ

ଏବେ ୭୦ ବର୍ଷୀୟା ପାମଙ୍କ ସହ ମିଶି ଶୁଭ୍ରାଂଶୁ ଲେଖିବେ ରହସ୍ୟ ଓ ରୋମାଞ୍ଚଭରା ଉପନ୍ୟାସ । ପିଲାଟି ବେଳୁ ବହି ପଢ଼ା ଓ ଲେଖିବାକୁ ପସନ୍ଦ କରୁଥିବା ଶୁଭ୍ରାଂଶୁ ଏହି ସୁଯୋଗ ପାଇ ବେଶ୍ ଉତ୍ସାହିତ । ପରିବାର ଠାରୁ ଆରମ୍ଭ କରି ସାହି ପଡ଼ିଶା, ସମସ୍ତେ ଏହି ସଫଳତା ପାଇଁ ଶୁଭ୍ରାଂଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭବିଷ୍ୟତରେ ଭଲ ଲେଖାଲେଖି ସହ ଜଣେ ଭଲ ଇଂରାଜୀ ଅଧ୍ୟାପକ ହେବାକୁ ଶୁଭ୍ରାଂଶୁ ଇଚ୍ଛାପ୍ରକାଶ କରିଛନ୍ତି ।

ପରିଣତ ବୟସରେ ପରିବା ଚାଷ କରି ପରିବାର ଚଳାଉଛନ୍ତି ବୃଦ୍ଧ ଦମ୍ପତି

0

ଢେଙ୍କାନାଳ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ। ଲକଡାଉନ ଯୋଗୁ ବୃଦ୍ଧ ଦମ୍ପତ୍ତିଙ୍କର ଚାଲିଯାଇଥିଲା ଜୀବନ ଜୀବିକା। ଆଉ ଏବେ ପରିବା ଚାଷ କରି ସଫଳ ଚାଷୀ ଭାବେ ଉଭା ହୋଇଛନ୍ତି । ନିଜ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସହ ଏହି ଦମ୍ପତ୍ତି ୧୦ରୁ ୧୫ ଜଣଙ୍କୁ ରୋଜଗାର ମଧ୍ୟ ଯୋଗାଇଛନ୍ତି।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗୋପାଳପାଟଣର ୭୦ ବର୍ଷୀୟ ବୃଦ୍ଧ ଧନେଶ୍ୱର ପୋଥାଳ ଓ ତାଙ୍କ ସ୍ତ୍ରୀ ୬୫ ବର୍ଷୀୟା ସତୀ ପୋଥାଳ ବୟସର ଅପରାହ୍ଣରେ ବି ପରିବାର କମାଣ ସମ୍ଭାଳିଛନ୍ତି । ଲକଡାଉନ ଯୋଗୁ ବ୍ୟବସାୟ ଠପ୍ ହୋଇଗଲା, ଯାହାଫଳରେ ପରିବାର ଭରଣପୋଷଣ କିପରି କରିବେ ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ ବୃଦ୍ଧ ଦମ୍ପତ୍ତି। ପରେ ଦୁହେଁ ପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର୪ ମାସର ପରିଶ୍ରମ ପରେ ଭୁବନ ଅଞ୍ଚଳରେ ବନିଯାଇଛନ୍ତି ସଫଳ ଚାଷୀ। ପାଞ୍ଚ ଏକର ଜମିରେ ପରିବାର ଚାଷ କରି ଲକଡାଉନ ସମୟରେ ପରିବାର ଆର୍ଥିକ ମାନଦଣ୍ଡ ସୁଧାରିଛନ୍ତି।

୫ ଏକର ଜମିରେ ଭିନ୍ନ ଭିନ୍ନ ପ୍ରକାରର ପରିବା ଚାଷ ହେଉଛି। ଚାଷ କାମରେ ପୁଅମାନେ ସାହାଯ୍ୟ କରୁଥିବା ବେଳେ ଗାଁର ୧୦ରୁ ୧୫ ଜଣଙ୍କୁ ନିୟୋଜିତ କରି ସେମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି ଧନେଶ୍ୱର। ବୃଦ୍ଧ ଦମ୍ପତ୍ତିଙ୍କର ଦୃଢ଼ ଆତ୍ମ ବିଶ୍ୱାସ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ବାଇଗଣ, ଭେଣ୍ଡି କାକୁଡି ପରି ନାନା ସବୁଜ ପନିପରିବା ବିକ୍ରି କରି ଲାଭବାନ ହେଉଛନ୍ତି ପୋଥାଳ ପରିବାର।

ନିର୍ମାଣକୁ ମାସେ ନପୂରୁଣୁ ଉଠିଯାଉଛି ଟାଇଲ୍, ଦୁର୍ନୀତି ଅଭିଯୋଗ

ବଲାଙ୍ଗିର: ଦୁର୍ନୀତିର ଗନ୍ତାଘର ପାଲଟିଛି ବଲାଙ୍ଗିର ପୌରପାଲିକା । ପୂର୍ବରୁ ସୌନ୍ଦର୍ଯ୍ୟକରଣ କାମରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଏବେ ପୁଣି ଏକ ଦୁର୍ନୀତି ଅଭିଯୋଗ ଆସିଛି । ସହରରେ ପାର୍କିଂସ୍ଥଳ ନିର୍ମାଣ କାମ ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି । ମାସେ ନପୁରୁଣୁ ପାର୍କିଂ ୱାଲରୁ ଟାଇଲ୍ ଉଠିଯାଉଛି । ଯାହାକୁ ନେଇ ସ୍ଥାନୀୟଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Allegation Of Low Quality Parking Tile Work In Bolangir Town

ବଲାଙ୍ଗିର ପୌରପାଳିକାର ଦୁର୍ଗାମନ୍ଦିର ଛକ ନିକଟରେ ସଦ୍ୟ ନିର୍ମାଣ ପାର୍କିଂସ୍ଥଳ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । କାମ ଶେଷ ହେବାର ମାସେ ନପୁରୁଣୁ ଟାଇଲ୍ ଉଠିଯାଉଥିବା ବେଳେ କନିଷ୍ଠଯନ୍ତ୍ରୀଙ୍କ ଦାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ ।

Allegation Of Low Quality Parking Tile Work In Bolangir Town

ବଲାଙ୍ଗିର ପୌରପାଳିକା ତରଫରୁ ଅନେକ ଉନ୍ନତିକରଣ କାର୍ଯ୍ୟ ହେଉଛି । ଏଥିପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ହେଲେ ପୌର ପ୍ରଶାସନର ଠିକାଦାର ପ୍ରିତି ଯୋଗୁଁ ସରକାରୀ ଟଙ୍କା ପାଣିରେ ପଡ଼ୁଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ବିଧାୟକଙ୍କୁ ପଚାରବାରୁ ସେ କହିଛନ୍ତି- ଅଭିଯୋଗ ଆସିଲେ ତଦନ୍ତ କରାଯିବ । ଅନ୍ୟପଟେ ପାର୍କିଂସ୍ଥଳର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

ଡିଜିଟାଲ ଫଣ୍ଡ୍ ଟ୍ରାନ୍ସଫର କରୁଛନ୍ତି କି ? ଆଜି ମଧ୍ୟରାତ୍ରୀରୁ ୨୪ ଘଣ୍ଟା ମିଳିବ ଏହି ବ୍ୟାଙ୍କିଂ ସୁବିଧା

ମୁମ୍ବାଇ: RTGS ସୁବିଧା ଏଥର ୨୪ ଘଣ୍ଟା ମିଳିବ । ମଧ୍ୟରାତ୍ରୀ ୧୨.ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଯେଉଁମାନେ ଡିଜିଟାଲ ପେମେଣ୍ଟ  କରିଥାନ୍ତି ସେମାନଙ୍କ ପାଇଁ ଏହା ଏକ ବଡ଼ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ରିୟଲ ଟାଇମ୍ ଗ୍ରସ ସେଟଲମେଣ୍ଟ୍ ବା ଆରଟିଏସ ସୁବିଧା ୨୪ ଘଣ୍ଟା ଉପଲବ୍ଧ କରାଇବା ପାଇଁ ନିଷ୍ପତ୍ତି ନେଇଛି । ୧୪ ଡିସେମ୍ବର ରାତି ୧୨ରୁ ଏହି ସୁବିଧା ମିଳିବା ଆରମ୍ଭ ହେବ ।

RTGS Money Transfer To Available 24 Hour From Midnight

ରିଜର୍ଭ ବ୍ୟାଙ୍କ ଅନୁସାରେ ୧୪ ଡିସେମ୍ବରଠାରୁ ସପ୍ତାହକୁ ସାତ ଦିନ ଓ ଦିନକୁ ୨୪ ଘଣ୍ଟା ଏହି ସୁବିଧା ମିଳିବ । ଅର୍ଥାତ ଆପଣ ଯେତେବେଳେ ଚାହିଁବେ ସେତେବେଳେ ଆରଟିଜିଏସ୍ ଦ୍ୱାରା ଟଙ୍କା ଟ୍ରାନ୍ସଫର କରିପାରିବେ । ଭାରତ ସେହି ଅଳ୍ପ କେଇ ଦେଶଙ୍କ ମଧ୍ୟରେ ସାମିଲ ହୋଇଛି ଯେଉଁଠାରେ ୨୪ ଘଣ୍ଟା ଆରଟିଜିଏସ୍ ସେବା ମିଳିଥାଏ ।

RTGS Money Transfer To Available 24 Hour From Midnight

ଆରଟିଜିଏସ୍ ଡିଜିଟାଲ ଫଣ୍ଡ୍ ଟ୍ରାନ୍ସଫରର ଏକ ମାଧ୍ୟମ ଯାହା ଦ୍ୱାରା ଆପଣ କମ ସମୟରେ ଟଙ୍କା ଟ୍ରାନସଫର କରି ପାରନ୍ତି । ଅଧିକ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । RTGS ଅନ୍ତର୍ଗତରେ ଆପଣ ସର୍ବନିମ୍ନ ୨ ଲକ୍ଷ ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପଠାଇ ପାରିବେ ।

RTGS Money Transfer To Available 24 Hour From Midnight

୨୦୦୪ ମସିହାରେ ଭାରତରେ ପ୍ରଥମେ RTGS ସେବା ଆରମ୍ଭ ହୋଇଥିଲା । ସେତେବେଳେ ମାତ୍ର ୪ ଟି ବ୍ୟାଙ୍କ ଏହି ସେବା ଦେଉଥିଲେ । ବର୍ତ୍ତମାନ ୨୦୦ରୁ ଅଧିକ ବ୍ୟାଙ୍କ୍ ଏହି ସେବା ପ୍ରଦାନ କରୁଛନ୍ତି ।

RTGS Money Transfer To Available 24 Hour From Midnight

RTGS ଜରିଆରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାକୁ ସର୍ବାଧିକ ୨୪.୫୦ ପଇସା ଶୁଳ୍କ ଦେବାକୁ ପଡିଥାଏ ।  ୫ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବାକୁ ୪୯.୫୦ ପଇସା ଫି’ ଦେବାକୁ ପଡେ । ଏହା ଉପରେ ଜିଏସଟି ଲାଗୁ ହୋଇଥାଏ । ତେବେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଥିପାଇଁ କୌଣସି ଶୁଳ୍କ ନେଇ ନଥାଏ ।

ଭଡ଼ାରେ ନେଇ ପାରିବେ ସାମାସଙ୍ଗର ଦାମୀ ମୋବାଇଲ !

ନୂଆଦିଲ୍ଲୀ: ଏଣିକି ଭଡ଼ାରେ ମିଳିବ ଦାମୀ ସ୍ମାର୍ଟଫୋନ୍। ଲୋକପ୍ରିୟ ସ୍ମାର୍ଟଫୋନ କମ୍ପାନୀ ସାମସଙ୍ଗ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନିଆରା ପ୍ରଗ୍ରାମ ‘Samsung Flagship Mobiles Rental Programme’। ଏହି ପ୍ରୋଗ୍ରାମରେ ଗ୍ରାହକ କମ୍ପାନୀର ଦାମୀ ଦାମୀ ସ୍ମାର୍ଟଫୋନକୁ କମ୍ ଟଙ୍କାରେ ନେଇପାରିବେ। ଅର୍ଥାତ ଯେଉଁ ଲୋକମାନେ ସାମସଙ୍ଗର ଦାମୀ ମୋବାଇଲ କିଣିବାରେ ଅକ୍ଷମ ସେମାନେ କମ୍ ଟଙ୍କାରେ ଏହାକୁ ଭଡ଼ାରେ ନେଇପାରିବେ ଓ ନିଜ ସୁବିଧା ଅନୁଯାୟୀ ବ୍ୟବହାର ମଧ୍ୟ କରିପାରିବେ।

‘Samsung Flagship Mobiles Rental Programme’ରେ ଗ୍ରାହକ Samsung Galaxy S20 ସିରିଜର ଜବରଦସ୍ତ ସ୍ମାର୍ଟଫୋନଗୁଡ଼ିକୁ  ଏକ ମାସ, ୩ ମାସ, ୬ ମାସ ଏବଂ ୧୨ ମାସ ପାଇଁ ଭଡାରେ ନେଇ ବ୍ୟବହାର କରିପାରିବେ। ତେବେ ଏଥିପାଇଁ ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଦେବାକୁ ପଡ଼ିବ। ଗ୍ରାହକମାନେ ସାମସଙ୍ଗ ଷ୍ଟୋର୍‌କୁ ଯାଇ ସେମାନଙ୍କର ପ୍ରିୟ ସାମସଙ୍ଗ ଗାଲାକ୍ସି ଫୋନ୍ ବାଛିପାରିବେ ଏବଂ ମାସିକ ଭଡା ଦେଇ ନେଇପାରିବେ। ଅବଶ୍ୟ, ଏହି ସୁବିଧା ବର୍ତ୍ତମାନ  କେବଳ ଜର୍ମାନୀରେ ପ୍ରଚଳିତ ହୋଇଛି। ଗ୍ରାହକ ଗ୍ରୋଭର କମ୍ପାନୀ ମାଧ୍ୟମରେ ସାମସଙ୍ଗର କୁଲ୍ ଫୋନ୍ ଭଡାରେ ନେଇପାରିବେ।

ସାମସଙ୍ଗର ଏହି ଭଡା କାର୍ଯ୍ୟକ୍ରମରେ, ସାମସଙ୍ଗର ଜବରଦସ୍ତ ଫୋନ୍ Samsung Galaxy S20 FEର 128GB ଷ୍ଟୋରେଜ୍ ଭ୍ୟାରିଆଣ୍ଟକୁ ଗ୍ରାହକ ମାସକ ପାଇଁ ୫୯.୯୦ ୟୁରୋ, 3 ମାସ ପାଇଁ ମାସିକ ୪୯.୯୦ ୟୁରୋ ଓ ୬ ମାସ ପାଇଁ ମାସିକ ୩୯.୯୦ ୟୁରୋ ଏବଂ ଗୋଟିଏ ବର୍ଷ ପାଇଁ ମାସିକ ୨୯.୨୦ ୟୁରୋ ଦେଇ ଭଡ଼ାରେ ନେଇପାରିବେ। ଏହିଭଳି ଭାବେ ସାମସଙ୍ଗର ଭିନ୍ନ ଭିନ୍ନ ସ୍ମାର୍ଟଫୋନକୁ ଆପଣ ଏକ ନିର୍ଦ୍ଧିଷ୍ଟ ଟଙ୍କା ଦେଇ ଭଡ଼ାରେ ନେଇପାରିବେ।

ଅମାନିଆଙ୍କୁ ହେଲମେଟ ଛାଟ୍, ୬ ଶହ DL ରଦ୍ଦ

ରାଉରକେଲା: ବଦଳାଇ ନିଅନ୍ତୁ ଅଭ୍ୟାସ । ଘରୁ ବାହାରୁଥିଲେ ଦୁଇ ଚକିଆ ଗାଡ଼ି ଚଢ଼ିବା ପୂର୍ବରୁ ପିନ୍ଧି ନିଅନ୍ତୁ ହେଲମେଟ୍ । ନହେଲେ ରାସ୍ତାରେ କଟିବ ଚାଲାଣ । ରଦ୍ଦ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ, ଭରିବାକୁ ପଡ଼ିବ ଜରିମାନା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଥରେ ଗାଡ଼ି ଚେକିଂକୁ କଡ଼ାକଡ଼ି କରାଯାଇଛି । ରାଉରକେଲା ସହରରେ କାଗଜପତ୍ର ଯାଞ୍ଚକୁ ଜୋରଦାର କରିଛି ପରିବହନ ବିଭାଗ ।

Rourkela RTO Collected 10 Lakh Fine In 13 Days For Not Wearing helmet

ରାଉରକେଲା ସହରର ପ୍ରାୟ ଛକ ସ୍ଥାନରେ ପାଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି । ହେଲ୍‌ମେଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରାଯାଉଛି । ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଚାଳକମାନେ ମୋଟା ଅଙ୍କର ଜରିମାନା ଗଣୁଛନ୍ତି । ହେଲ୍‌ମେଟ୍ ନପିନ୍ଧି ବାଇକ୍ ଚଲାଉଥିବା ଲୋକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ ବିଭାଗକୁ ସୁପାରିସ୍‌ କରାଯାଇଛି । ୧୩ ଦିନରେ ୧୦ ଲକ୍ଷ ଟଙ୍କାର ଫାଇନ୍ କଟା ଯାଇଥିବା ବେଳେ ୬ ଶହ ଲାଇସେନ୍ସ ରଦ୍ଦ କରାଯାଇଛି । ଆଗାମୀ ଦିନରେ ରାଉରକେଲାରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ କହିଛି ।

Rourkela RTO Collected 10 Lakh Fine In 13 Days For Not Wearing helmet

ଅନ୍ୟପଟେ ବାରମ୍ବାର ସଚେତନତା ସତ୍ତ୍ୱେ ଅନେକ ହେଲମେଟ ନପିନ୍ଧି ବାଇକ୍ ଚଳାଉଛନ୍ତି । ଏପରିସ୍ଥଳେ ଦୁର୍ଘଟଣା ଘଟିଲେ ଚାଳକ ସହ ପଛରେ ବସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି । ଅନେକ ସମୟରେ ପ୍ରାଣହାନୀ ଘଟୁଛି । ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପିଲିଅନ୍ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି । ଦୁଇ ଚକିଆ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି (ପିଲିଅନ୍) ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ଉଭୟ ହେଲମେଟ୍ ପିନ୍ଧି ନଥିବେ ତ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରି ଦିଆଯିବ ।

ଗୋଟିଏ ବେଦିରେ ଏକାଠି ବାହାହେଲେ ମା’ଓ ଝିଅ

0

ଗୋରଖପୁର: ଏକାବେଳେ ବାହାହେଲେ ମାଆ ଓ ଝିଅ। ଏଭଳି ଏକ ନିଆରା ବାହାଘର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ୟୁପିର ଗୋରଖପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ବାହାଘର। ଯେଉଁଠି ୫୩ ବର୍ଷୀୟା ମା’ ଓ ୨୭ ବର୍ଷୀୟା ଝିଅ ଏକାଠି ବେଦିରେ ବସିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ସାମୂହିକ ବିବାହ ଯୋଜନାରେ ଉଭୟ ବିବାହ କରିଛନ୍ତି।

ଗୋରଖପୁରର ପିପରୌଲି ବ୍ଲକର ବେଲି ଦେବିଙ୍କର ଦୁଇ ଝିଅ ଓ ଦୁଇ ପୁଅଙ୍କ ବିବାହ ପରେ ସେ ଏହି ସାମୂହିକ ବିବାହ ଯୋଜନାରେ ନିଜ ସାନ ଝିଅ ଇନ୍ଦୁଙ୍କର ବିବାହ କରିବାକୁ ସ୍ଥିର କରିଥିଲେ। ସବୁଠୁ ରୋଚକ କଥା ହେଉଛି ବେଲି ଦେବି ପ୍ରଥମେ କନ୍ୟା ଦାନ କରି କର୍ତ୍ତବ୍ୟ ତୁଲାଇବା ପରେ ନିଜେ ମଧ୍ୟ ବେଦିରେ କନିଆ ସାଜି ବସିଥିଲେ ଓ ନୂଆ ଜୀବନସାଥୀଙ୍କ ହାତ ଧରିଥିଲେ। ବେଲି ଦେବି ନିଜର ୫୫ ବର୍ଷୀୟ ଦିଅର ଜଗଦିଶଙ୍କୁ ବିବାହ କରିଛନ୍ତି।

ବାସ୍ତବରେ ବେଲି ଦେବୀ ଜଣେ ବିଧବା ଥିଲେ। ସମସ୍ତ ପିଲାଙ୍କ ବିବାହ ପରେ ଏକାକି ଜୀବନ ବିତାଇବା ତାଙ୍କ ପାଇଁ ବଡ଼ କଷ୍ଟସାଧ୍ୟ ହୋଇପଡ଼ିବ। ତେଣୁ ସେ ନିଜ ଅବିବାହିତ ଦିଅରଙ୍କୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଲେ। ତେବେ ଏହି ନିଷ୍ପତ୍ତିରେ ବେଲି ଦେବୀଙ୍କ ସମସ୍ତ ସନ୍ତାନ ମଧ୍ୟ ବେଶ୍ ଖୁସି ଅଛନ୍ତି।

ସୂଚନାଯୋଗ୍ୟ, ୨୫ ବର୍ଷ ତଳେ ବେଲି ଦେବୀଙ୍କର ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା। ପ୍ରଥମ ସ୍ୱାମୀଙ୍କଠାରୁ ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ୨୫ ବର୍ଷ ଧରି ଏକାକୀ ଜୀବନ କାଟୁଥିବା ବେଲି ଦେବୀ ପରିବାରର ପରାମର୍ଶ ପରେ ହିଁ ନିଜ ଦିଅରଙ୍କୁ ବିବାହ କରିଛନ୍ତି। ଜଗଦୀଶ ନିଜର ତିନି ଭାଇଙ୍କ ମଧ୍ୟରୁ ସବୁଠାରୁ ସାନ। ନିଜ ପରିବାରର ଭରଣପୋଷଣ କରୁଥିବା ଜଗଦୀଶ ଅବିବାହିତ ରହି ଜୀବନ କାଟୁଥିଲେ।

 

 

.