spot_img
Home Blog Page 6256

ଅମାନିଆଙ୍କୁ ହେଲମେଟ ଛାଟ୍, ୬ ଶହ DL ରଦ୍ଦ

ରାଉରକେଲା: ବଦଳାଇ ନିଅନ୍ତୁ ଅଭ୍ୟାସ । ଘରୁ ବାହାରୁଥିଲେ ଦୁଇ ଚକିଆ ଗାଡ଼ି ଚଢ଼ିବା ପୂର୍ବରୁ ପିନ୍ଧି ନିଅନ୍ତୁ ହେଲମେଟ୍ । ନହେଲେ ରାସ୍ତାରେ କଟିବ ଚାଲାଣ । ରଦ୍ଦ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ, ଭରିବାକୁ ପଡ଼ିବ ଜରିମାନା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଥରେ ଗାଡ଼ି ଚେକିଂକୁ କଡ଼ାକଡ଼ି କରାଯାଇଛି । ରାଉରକେଲା ସହରରେ କାଗଜପତ୍ର ଯାଞ୍ଚକୁ ଜୋରଦାର କରିଛି ପରିବହନ ବିଭାଗ ।

Rourkela RTO Collected 10 Lakh Fine In 13 Days For Not Wearing helmet

ରାଉରକେଲା ସହରର ପ୍ରାୟ ଛକ ସ୍ଥାନରେ ପାଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି । ହେଲ୍‌ମେଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରାଯାଉଛି । ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଚାଳକମାନେ ମୋଟା ଅଙ୍କର ଜରିମାନା ଗଣୁଛନ୍ତି । ହେଲ୍‌ମେଟ୍ ନପିନ୍ଧି ବାଇକ୍ ଚଲାଉଥିବା ଲୋକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ ବିଭାଗକୁ ସୁପାରିସ୍‌ କରାଯାଇଛି । ୧୩ ଦିନରେ ୧୦ ଲକ୍ଷ ଟଙ୍କାର ଫାଇନ୍ କଟା ଯାଇଥିବା ବେଳେ ୬ ଶହ ଲାଇସେନ୍ସ ରଦ୍ଦ କରାଯାଇଛି । ଆଗାମୀ ଦିନରେ ରାଉରକେଲାରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ କହିଛି ।

Rourkela RTO Collected 10 Lakh Fine In 13 Days For Not Wearing helmet

ଅନ୍ୟପଟେ ବାରମ୍ବାର ସଚେତନତା ସତ୍ତ୍ୱେ ଅନେକ ହେଲମେଟ ନପିନ୍ଧି ବାଇକ୍ ଚଳାଉଛନ୍ତି । ଏପରିସ୍ଥଳେ ଦୁର୍ଘଟଣା ଘଟିଲେ ଚାଳକ ସହ ପଛରେ ବସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି । ଅନେକ ସମୟରେ ପ୍ରାଣହାନୀ ଘଟୁଛି । ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପିଲିଅନ୍ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି । ଦୁଇ ଚକିଆ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି (ପିଲିଅନ୍) ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ଉଭୟ ହେଲମେଟ୍ ପିନ୍ଧି ନଥିବେ ତ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରି ଦିଆଯିବ ।

ଗୋଟିଏ ବେଦିରେ ଏକାଠି ବାହାହେଲେ ମା’ଓ ଝିଅ

0

ଗୋରଖପୁର: ଏକାବେଳେ ବାହାହେଲେ ମାଆ ଓ ଝିଅ। ଏଭଳି ଏକ ନିଆରା ବାହାଘର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ୟୁପିର ଗୋରଖପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ବାହାଘର। ଯେଉଁଠି ୫୩ ବର୍ଷୀୟା ମା’ ଓ ୨୭ ବର୍ଷୀୟା ଝିଅ ଏକାଠି ବେଦିରେ ବସିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ସାମୂହିକ ବିବାହ ଯୋଜନାରେ ଉଭୟ ବିବାହ କରିଛନ୍ତି।

ଗୋରଖପୁରର ପିପରୌଲି ବ୍ଲକର ବେଲି ଦେବିଙ୍କର ଦୁଇ ଝିଅ ଓ ଦୁଇ ପୁଅଙ୍କ ବିବାହ ପରେ ସେ ଏହି ସାମୂହିକ ବିବାହ ଯୋଜନାରେ ନିଜ ସାନ ଝିଅ ଇନ୍ଦୁଙ୍କର ବିବାହ କରିବାକୁ ସ୍ଥିର କରିଥିଲେ। ସବୁଠୁ ରୋଚକ କଥା ହେଉଛି ବେଲି ଦେବି ପ୍ରଥମେ କନ୍ୟା ଦାନ କରି କର୍ତ୍ତବ୍ୟ ତୁଲାଇବା ପରେ ନିଜେ ମଧ୍ୟ ବେଦିରେ କନିଆ ସାଜି ବସିଥିଲେ ଓ ନୂଆ ଜୀବନସାଥୀଙ୍କ ହାତ ଧରିଥିଲେ। ବେଲି ଦେବି ନିଜର ୫୫ ବର୍ଷୀୟ ଦିଅର ଜଗଦିଶଙ୍କୁ ବିବାହ କରିଛନ୍ତି।

ବାସ୍ତବରେ ବେଲି ଦେବୀ ଜଣେ ବିଧବା ଥିଲେ। ସମସ୍ତ ପିଲାଙ୍କ ବିବାହ ପରେ ଏକାକି ଜୀବନ ବିତାଇବା ତାଙ୍କ ପାଇଁ ବଡ଼ କଷ୍ଟସାଧ୍ୟ ହୋଇପଡ଼ିବ। ତେଣୁ ସେ ନିଜ ଅବିବାହିତ ଦିଅରଙ୍କୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଲେ। ତେବେ ଏହି ନିଷ୍ପତ୍ତିରେ ବେଲି ଦେବୀଙ୍କ ସମସ୍ତ ସନ୍ତାନ ମଧ୍ୟ ବେଶ୍ ଖୁସି ଅଛନ୍ତି।

ସୂଚନାଯୋଗ୍ୟ, ୨୫ ବର୍ଷ ତଳେ ବେଲି ଦେବୀଙ୍କର ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା। ପ୍ରଥମ ସ୍ୱାମୀଙ୍କଠାରୁ ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ୨୫ ବର୍ଷ ଧରି ଏକାକୀ ଜୀବନ କାଟୁଥିବା ବେଲି ଦେବୀ ପରିବାରର ପରାମର୍ଶ ପରେ ହିଁ ନିଜ ଦିଅରଙ୍କୁ ବିବାହ କରିଛନ୍ତି। ଜଗଦୀଶ ନିଜର ତିନି ଭାଇଙ୍କ ମଧ୍ୟରୁ ସବୁଠାରୁ ସାନ। ନିଜ ପରିବାରର ଭରଣପୋଷଣ କରୁଥିବା ଜଗଦୀଶ ଅବିବାହିତ ରହି ଜୀବନ କାଟୁଥିଲେ।

 

 

.

 

କରୋନା ମହାମାରୀ ଲାଗି ବାତିଲ ହୋଇଛି ଏସବୁ ପରୀକ୍ଷା; ଜାଣନ୍ତୁ ନୂଆ ତାରିଖ

0

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପରେ ସାରା ଦେଶବାସୀ ପ୍ରଭାବିତ ହୋଇଥିବା ବେଳେ ଏଥିଯୋଗୁଁ ଅନେକ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ହୋଇଛି ।

ଯଦିଓ ପରୀକ୍ଷା ଗୁଡିକ ପୁନର୍ବାର ଆୟୋଜିତ କରାଯାଉଛି । ତେବେ ଆସନ୍ତୁ ଜାଣିବା ସ୍ଥଗିତ କିମ୍ବା ବାତିଲ ହୋଇଥିବା ପରୀକ୍ଷା ଗୁଡିକ ଆଉ କେଉଁ ନୂଆ ତାରିଖରେ ଆୟୋଜିତ କରାଯିବ ।

SBI PO EXAM

ଗତ ନଭେମ୍ବର ୧୩ ତାରିଖରେ ଜାରି ହୋଇଥିବା ନୋଟିଫିକେସନ୍ ଅନୁଯାୟୀ, ଏହାର ପ୍ରାରମ୍ଭିକ ପରୀକ୍ଷା ୨୦୨୦ ମସିହା ଡିସେମ୍ବର ୩୧, ୨୦୨୧ ମସିହା ଜାନୁଆରୀ ୨, ୪, ୫ ଓ ୨୯ରେ ଆୟୋଜିତ ହେବ । ସେହିପରି ୩ୟ ପର୍ଯ୍ୟାୟ ପରୀକ୍ଷା ଫେବୃଆାରୀ/ମାର୍ଚ୍ଚରେ ହେବ ।

IBPS RRB Mains Exam

ଅଫିସର୍ସ ସ୍କେଲ୍ l- ୨୦୨୧ ମସିହା ଜାନୁଆରୀ ୩୦ରେ ହେବ ।

ଅଫିସ୍ ଆସିଷ୍ଟାଣ୍ଟ- ୨୦୨୧ ମସିହା ଫେବୃଆାରୀ ୨୦ ହେବ ।

EXIM Bank- ଏହି ବ୍ୟାଙ୍କର ମ୍ୟାନେଜର ପୋଷ୍ଟ ପଦବୀ ପରୀକ୍ଷା କରୋନା ଯୋଗୁଁ ବାତିଲ ହୋଇଥିଲା । ତେବେ ଆବେଦନକାରୀଙ୍କର ଆବେଦନ ଶୁଳ୍କ ଓ ସୂଚନା ଶୁଳ୍କ ଫେରସ୍ତ କରାଯିବ ।

ଛତିଶଗଡ଼ ଲୋକ ସେବା ଆୟୋଗ-

ଛତିଶଗଡ଼ ଲୋକ ସେବା ଆୟୋଗ ପଶୁ ଚିକିତ୍ସା ସହାୟକ ସର୍ଜନ ପଦ ଲାଗି ସାକ୍ଷାତକାର ୨୦୨୦ ମସିହା ଡିସେମ୍ବର ୨୬ରୁ ୩୦ ମଧ୍ୟରେ ହେବ ।

OSSC ପରୀକ୍ଷା-

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OSSC) ଅଫିସିଆଲ୍ ୱେବସାଇଟରେ ବରିଷ୍ଠ ଆର୍ଥିକ ଯାଞ୍ଚକର୍ତ୍ତା ପରୀକ୍ଷା ୨୦୧୫ ପାଇଁ ସାକ୍ଷାତକାର ତାଲିକା ପ୍ରକାଶ କରିଛି । ଡିସେମ୍ବର ୧୮ରୁ ୨୧ ତାରିଖ ଯାଏ ଭାଇବା ଟେଷ୍ଟ ଆୟୋଜିତ ହେବ । ସେହିଭଳି ମଧ୍ୟପ୍ରଦେଶ ବୃତ୍ତିଗତ ପରୀକ୍ଷା ବୋର୍ଡ ଅଫିସିଆଲ୍ ୱେବସାଇଟରେ ଜେଲ୍ ପ୍ରହରୀ ପୋଷ୍ଟ ୨୦୨୦ ପାଇଁ ସଂଶୋଧିତ ପରୀକ୍ଷା ତାରିଖ ଜାରି କରିଛି । MPPEB ଜେଲ୍ ପ୍ରହରୀ ପଦ ଲାଗି ଡିସେମ୍ବପ ୧୧ରୁ ୨୪ ଯାଏଁ ପରୀକ୍ଷା ଆୟୋଜିତ ହେଉଛି ।

 

ଆଜି ରାତିରେ ଆକାଶରେ ହେବ ଉଲକା ପିଣ୍ଡ ବର୍ଷା, ପୂରା ଦେଶ ଦେଖିବ ଦୃଶ୍ୟ

କୋଲକାତା: ଦେଶବ୍ୟାପୀ ରବିବାର ରାତି ଓ ସୋମବାର ଭୋରରୁ ଉଲକା ପିଣ୍ଡ ଆକାଶରେ ଛାଇଯିବ । ଏମପି ବିଡଳା ତାରାମଣ୍ଡଳ ନିର୍ଦ୍ଦେଶକ ଦେବୀପ୍ରସାଦ ଦୁଆରୀ ଏକ ପ୍ରତିକ୍ରିୟାରେ କହିଛନ୍ତି- ‘ଜ୍ୟୈମିନିଡ’ ନାମକ ଏକ ଉଲକା ପିଣ୍ଡ ପୃଥିବୀ ଆଡ଼କୁ ଖଣ୍ଡ ଖଣ୍ଡ ହୋଇ ଆସିବ । ଡିସେମ୍ବର ୧୩ ରାତିରେ ଏହାର ପ୍ରଭାବ ଦେଖାଯିବ । ଏହା ବର୍ଷର ସବୁଠୁ ବଡ଼ ଉଲକା ପିଣ୍ଡ ବର୍ଷା ହେବ ।

Meteoroid Will Be Seen On 13th December Night In Indian Sky Shooting Star

ସେ ଆହୁରି କହିଛନ୍ତି- ଯଦି ଆକାଶରେ ପରିସ୍ଥିତି ଅନୁକୂଳ ରୁହେ ତ ‘ଜ୍ୟୈମିନିଡ୍’ ଉଲକା ପିଣ୍ଡ ବର୍ଷା ଦେଶର ପ୍ରତ୍ୟେକ ଭାଗରେ ଦେଖାଯିବ । ଉଲକା ପିଣ୍ଡ ବର୍ଷା ବେଳେ ଉଜ୍ଜ୍ୱଳ ଆଲୋକର ଚମକ ଦେଖାଯିବ । ଯାହାକୁ ବିଶେଷକରି ରାତିରେ ଆକାଶରେ ଦେଖି ହେବ । ଏହକୁ ସୁଟିଂ ଷ୍ଟାର ବି କୁହନ୍ତି । ବାସ୍ତବରେ ଯେତେବେଳେ ଧୂଳିକଣା ଭଳି ଏକ ଛୋଟିଆ ବସ୍ତୁ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସେ ତ ବାୟୁ ମଣ୍ଡଳରେ ପ୍ରବେଶ ମାତ୍ରେ ଘର୍ଷଣ ଯୋଗୁଁ ଉଜ୍ଜ୍ୱଳ ଆଲୋକ ଦେଖା ଯାଇଥାଏ ।

Meteoroid Will Be Seen On 13th December Night In Indian Sky Shooting Star

ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଆକାଶର ଏକ ନିର୍ଦ୍ଦିଷ୍ଟ ଭାଗରେ ଗୋଟିଏ ନୁହେଁ ଅନେକ ଉଲକା ପିଣ୍ଡ ଦେଖିବାକୁ ମିଳିଥାଏ । ଯାହାକୁ ଉଲକା ପିଣ୍ଡ ବର୍ଷା କୁହାଯାଏ । ପୃଥିବୀର ବିଭିନ୍ନ ଉଲକା ତାରା, ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହେବା ପରେ ଧୂଳି ଆବର୍ଜନା ଦେଇ ଗତିକଲେ ଉଲକା ପିଣ୍ଡ ବର୍ଷା ହୋଇଥାଏ । ଏଥିରୁ ‘ଜ୍ୟୈମିନିଡ’ ଉଲକା ପିଣ୍ଡ ବର୍ଷା ସୁନ୍ଦର ଅଟେ । ପ୍ରତିବର୍ଷ ଡିସେମ୍ବର ଦ୍ୱିତୀୟ ସପ୍ତାହ ପାଖାପାଖି ଉଲକା ବର୍ଷା ହୁଏ । ଚଳିତବର୍ଷ ଆକାଶ ସଫା ଥିବାରୁ ଘଣ୍ଟା ପ୍ରତି ୧୫୦ ଉଲକା ପିଣ୍ଡ ବର୍ଷା ଦେଖାଯିବାର ସମ୍ଭାବନା ରହିଛି ।

ଚାକିରି ନାଁରେ ଠକେଇ ମାମଲା, ତୃତୀୟ ଦିନରେ ଆକାଶଙ୍କୁ ମାରାଥନ୍ ଜେରା

କଟକ: ଟାଟା ମୋଟର୍ସର ଫେକ୍ ଏମଡି ଆକାଶ ପାଠକ ରବିବାର ତୃତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚର ବଛାବଛା ଅଫିସରଙ୍କ ଜେରାର ସମ୍ମୁଖୀନ ହୋଇଛନ୍ତି । ପାଞ୍ଚ ଦିନିଆ ରିମାଣ୍ଡର ତୃତୀୟ ଦିନରେ ଆକାଶକୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ମହାଠକେଇ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଏଥି ସହିତ ଏହି ମହାଠକେଇରେ ତାଙ୍କୁ କିପରି ଓ କେଉଁ ମାନେ ସହଯୋଗ କରୁଥିଲେ ସେ ନେଇ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ।

Crime Branch Questioned Akash Pathak On Tata Motors Fake Job Case

ମାରାଥନ୍‌ ଜେରାରୁ କ୍ରାଇମବ୍ରାଞ୍ଚ ହାତରେ ଲାଗୁଛି ସତର ସୁରାକ୍ । କେମିତି ରଚିଥିଲେ ଠକେଇର ଚକ୍ରବ୍ୟୁହ ? କିଏ ଥିଲେ କାର୍ପଟ୍‌ଦାର ? ମାରାଥନ୍‌ ଜେରାରେ ପ୍ରଦୀପ-ପାଠକ ନେକ୍ସସ୍‌ ନେଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଅନେକ ତଥ୍ୟ । ଭାବି ଜ୍ୱାଇଁଙ୍କ ଜାଲିଆତିରେ ସିଧାସଳଖ ସମ୍ପୃକ୍ତ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ । ଅନେକ ଆଶାୟୀଙ୍କଠାରୁ ନିଜେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ । ୬ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ଜଣ ସିଧାସଳଖ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ଟଙ୍କା ଦେଇଥିବା ବେଳେ ଅନ୍ୟ ୪ଜଣ ସହଯୋଗୀଙ୍କ ଜରିଆରେ ଦେଇଛନ୍ତି ଟଙ୍କା ।

Crime Branch Questioned Akash Pathak On Tata Motors Fake Job Case

ଟାଟାର ଜାଲ୍ ଆଇଡି କାର୍ଡ, ଭିଜିଟିଂ କାର୍ଡ, ଇମେଲ୍ ଆଇଡି କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ଚାକିରି ନାଁରେ ଭାବି ଶ୍ୱଶୁରଙ୍କ ସହଯୋଗରେ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏପରିକି ଜାଲ୍ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଅନ୍‌ଲାଇନ୍‌ରେ ଟ୍ରେନିଂ ବି ଦିଆଯାଇଥିଲା । ଭାବି ଜ୍ୱାଇଁଙ୍କ ମିଛ ଉପରେ ସତର ଖୋଳପା ମଡ଼ାଉଥିଲେ ପ୍ରଦୀପ ପାଣିଗ୍ରାହୀ । ଆକାଶଙ୍କ ପିଏସ୍‌ ପିଟରଙ୍କୁ ଜେରା ବେଳେ ଏନେଇ ଖୁଲାସା ହୋଇଛି ।

ବଡ଼ ବ୍ୟାଟ୍ରୀ ଯୁକ୍ତ ସ୍ମାର୍ଟଫୋନ୍ ଚାହୁଁଛନ୍ତି? ଏହି ୫ଟି ହେଉଛି ସବୁଠୁ ଭଲ ବିକଳ୍ପ

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢ଼ି ମୋବାଇଲଫୋନରେ ଭିନ୍ନ ଭିନ୍ନ ପ୍ରକାରର ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି। ହେଲେ ଅଧିକ ସମୟ ଗେମ୍ ଖେଳିଲେ ଫୋନ୍ ଗରମ ହୋଇଯାଉଛି କିମ୍ବା ବ୍ୟାଟେରୀ ଶେଷ ହେଇଯାଉଛି। ତେବେ ଏହି ଗେମ୍ ପ୍ରେମୀଙ୍କ ପାଇଁ ଆଜି ଆମେ କିଛି ସ୍ମାର୍ଟଫୋନର ତାଲିକା ନେଇଆସିଛୁ ଯେଉଁଥିରେ 6,000mAh ଓ ଏହାଠୁ ଅଧିକ କାପାସିଟି ଯୁକ୍ତ ବ୍ୟାଟ୍ରୀ ରହିଛି। ଏହି ସ୍ମାର୍ଟଫୋନ୍ ଗୁଡ଼ିକୁ ଆପଣ ଆରାମରେ ୮ ରୁ ୧୦ ଘଣ୍ଟା ଚଲାଇ ପାରିବେ।

୧) Asus ROG Phone 3

ଏହି ଫୋନରେ କମ୍ପାନୀର ଏକ ଫ୍ଲାଗସିପ୍ ଗେମିଙ୍ଗ ସ୍ମାର୍ଟଫୋନ୍। ଏହି ଫୋନରେ 30W ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 6000mAh ବ୍ୟାଟେରୀ ଦିଆଯାଇଛି। କମ୍ପାନୀ ଏହି ଫୋନରେ ଯେଉଁ ମୂଲ୍ୟରେ ଗେମିଂ ସହ ଅନ୍ୟାନ୍ୟ ପ୍ରିମିୟମ୍ ଫିଚର ମଧ୍ୟ ଦେଉଛି ତାହା ଏହି ମୂଲ୍ୟରେ ଆଉ କେଉଁ ଫେନରେ ମିଳିବ ନାହିଁ ।  ଏହି ଫୋନରେ 44Hz HDR 6.59-ଇଞ୍ଚ FHD + AMOLED ଡିସପ୍ଲେ ସହ କ୍ୱାଲକମ୍ ସ୍ନାପଡ୍ରାଗନ୍ 865+ ପ୍ରୋସେସର ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ 64MP+13MP(ଅଲଟ୍ରାୱାଇଡ୍)+5MP(ମାକ୍ରୋ) ଟ୍ରିପଲ୍ ବ୍ୟାକ୍ କ୍ୟାମେରା ସେଟଅପ୍ ଓ ସେଲଫି ପାଇଁ 24MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏସବୁ ବ୍ୟତୀତ ଏଥିରେ ଏୟାର ଟ୍ରିଗର୍ + ଡୁଆଲ୍ USB-C ପୋର୍ଟ + ROG ଗେମ୍ କୁଲ୍ 3 କୁଲିଂ ସିଷ୍ଟମ୍ ମଧ୍ୟ ରହିଛି। ଫୋନର ମୁଲ୍ୟ 8/128GB ଭ୍ୟାରିଆଣ୍ଟ ପାଇଁ ୪୪ ହଜାର ୯୯୯ ଟଙ୍କା, 12/128GB ପାଇଁ ୪୮ ହଜାର ୯୯୯ ଟଙ୍କା ଓ 12/256GB  ପାଇଁ ୫୪ ହଜାର ୯୯୯ ଟଙ୍କା ରହିଛି।

୨) Samsung Galaxy M51

ଏହି ଫୋନରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ସ୍ମାର୍ଟଫୋନ୍ ବ୍ୟାଟେରୀ ଦିଆ ଯାଇଛି। ଏହି ମିଡ୍ ରେଞ୍ଜ୍ ଫୋନରେ 25W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 7000mAhର ବ୍ୟାଟେରୀ ରହିଛି। ଗେମିଂ ପାଇଁ ଏହା ଏକ ବହୁତ ଭଲ ଫୋନ୍ ଏହାକୁ ଆପଣ ୭ ରୁ ୮ ଘଣ୍ଟା ବ୍ୟବହାର କରିପାରିବେ। Galaxy M51ରେ 6.7-ଇଞ୍ଚ FHD + ସୁପର AMOLED + ଡିସପ୍ଲେ ସହ କ୍ୱାଲକମ୍ ସ୍ନାପଡ୍ରାଗନ୍ 730G ପ୍ରେସେସର୍ ରହିଛି । ଫଟୋଗ୍ରାଫି ପାଇଁ ଏଥିରେ 64MP+12MP(ଅଲଟ୍ରାୱାଇଡ୍)+5MP(ମାକ୍ରୋ)+5MP(ଡେପ୍ଥ ସେନସର୍) ଯୁକ୍ତ ବ୍ୟାକ୍ କ୍ୱାଡ୍ କ୍ୟାମେରା ସହ ସେଲଫି ପାଇଁ 32MPର ଫ୍ରଣ୍ଟ କ୍ୟାମେରା ରହିଛି। ଏହି ଫୋନର ମୁଲ୍ୟ 6/128GB ଓ 8/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ୨୨ ହଜାର ୯୯୯ ଟଙ୍କା ଓ ୨୪ ହଜାର ୯୯୯ ଟଙ୍କା ରହିଛି।

୩) Poco X3

ପୋକୋ ବ୍ରାଣ୍ଡର ଏହି ଫୋନଟି ଲଞ୍ଚ ହେବା ସମୟରେ ବେଶ ପ୍ରଶଂସା ସାଉଁଟିଥିଲା। ଏହାର ଡିଜାଇନ୍ ଠାରୁ ଆରମ୍ଭ କରି କ୍ୟାମେରା ଏବଂ ପର୍ଫମାନ୍ସ ପର୍ଯ୍ୟନ୍ତ ପ୍ରଶଂସା କରାଯାଇଥିଲା। ଏହି ଫୋନରେ 32W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 6000mAh ବ୍ୟାଟେରୀ ରହିଛି। ଦେଖିବାକୁ ଗଲେ ଏହାର ଫିଚର ଗାଲାକ୍ସି M51 ସହିତ ପାଖାପାଖି ସମାନ ହେଲେ ଏହା ସାମସଙ୍ଗ ଫୋନ ଅପେକ୍ଷା ବହୁତ ଶସ୍ତା। ଏହି ଫୋନରେ120Hz 6.7-ଇଞ୍ଚ FHD+ ଡିସପ୍ଲେ ସହ କ୍ୱାଲକମ୍ ସ୍ନାପଡ୍ରାଗନ୍ 732G ପ୍ରୋସେସର ରହିଛି। ଫଟୋଗ୍ରାଫି ପାଇଁ ଏଥିରେ 64MP+13MP(ଅଲଟ୍ରାୱାଇଡ୍)+2MP(ମାକ୍ରୋ)+2MP(ଡେପ୍ଥ ସେନସର୍) ଯୁକ୍ତ ବ୍ୟାକ୍ କ୍ୱାଡ୍ କ୍ୟାମେରା ସହ ସେଲଫି ପାଇଁ 20MPର ଫ୍ରଣ୍ଟ କ୍ୟାମେରା ରହିଛି। Poco X3ର ମୁଲ୍ୟ 6/64GB, 6/128GB ଓ 8/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ ୧୬ ହଜାର ୯୯୯ ଟଙ୍କା, ୧୮ ହଜାର ୯୯୯ ଟଙ୍କା ଓ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି।

୪) Samsung Galaxy F41

ଗାଲାକ୍ସି F41 ସହିତ ସାମସଙ୍ଗ ଏକ ନୂଆ ସିରିଜ୍ ଲଞ୍ଚ କରିଛି। କିନ୍ତୁ ଯେହେତୁ ଏହି ଡିଭାଇସର ସମସ୍ତ ଫିଟର ପ୍ରାୟ ଏହାର M31 ଫୋନ୍ ପରି, ତେଣୁ ଏହି ନୂତନ F ସିରିଜ୍ ବହୁତ ଦ୍ୱନ୍ଦ୍ୱରେ ରହିଛି। ଏହି ଫୋନରେ ମଧ୍ୟ ଏକ ବଡ଼ ବ୍ୟାଟ୍ରୀ ଦିଆଯାଇଛି। F41ରେ ଆପଣଙ୍କୁ 15W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 6000mAhର ବ୍ୟାଟେରୀ ମିଳିବ। ଏହା ବ୍ୟତୀତ ଏଥିରେ 6.44-ଇଞ୍ଚ FHD + ସୁପର AMOLED ଡିସପ୍ଲେ ଓ Exynos 9611 ପ୍ରୋସେସର ମଧ୍ୟ ରହିଛି । ଫଟୋଗ୍ରାଫି ପାଇଁ ଏଥିରେ 64MP+8MP(ଅଲଟ୍ରାୱାଇଡ୍)+ 5MP(ଡେପ୍ଥ ସେନସର୍) ଯୁକ୍ତ ଟ୍ରିପଲ୍ ବ୍ୟାକ୍ କ୍ୟାମେରା ସେଟଅପ୍ ଓ ସେଲଫି ପାଇଁ 20MPର ଫ୍ରଣ୍ଟ କ୍ୟାମେରା ରହିଛି। Samsung Galaxy F41ର ମୁଲ୍ୟ 6/64GB, 6/128GB ଓ 8/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ ୧୫ ହଜାର ୪୯୯ ଟଙ୍କା, ୧୮ ହଜାର ୪୯୯ ଟଙ୍କା ଓ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି।

୫) Realme Narzo 20

ମଧ୍ୟମ ରେଞ୍ଜର ବଜେଟ୍ ଭିତରେ Realmeର ନାରଜୋ ସିରିଜର ଫୋନଗୁଡ଼ିକରେ ବେଶ୍ ଭଲ ବିକଳ୍ପ।  କିନ୍ତୁ ଏହି ସମସ୍ତ ଡିଭାଇସ ମଧ୍ୟରେ କେବଳ ଗୋଟିଏ ମଡେଲରେ 6000mAh ରହିଛି ସେ ହେଉଛି  Realme Narzo 20। ଏଥିସହ ଏହି ଫୋନରେ 6.5-ଇଞ୍ଚ HD+ ଡିସପ୍ଲେ ଓ ମିଡିଆ ଟେକ୍ ହେଲିଓ G85 ପ୍ରୋସେସର ବି ରହିଛି। ଫଟୋଗ୍ରାଫି ପାଇଁ ଏଥିରେ 48MP+ MP(ଅଲଟ୍ରାୱାଇଡ୍)+5MP(ମାକ୍ରୋ) ଯୁକ୍ତ ଟ୍ରିପଲ୍ ବ୍ୟାକ୍ କ୍ୟାମେରା ସେଟଅପ୍ ସହ ସେଲଫି ପାଇଁ 8MPର ଫ୍ରଣ୍ଟ କ୍ୟାମେରା ରହିଛି । ଏହାର ମୂଲ୍ୟ 4/64GB ଓ 4/128GB ଭ୍ୟାରିଆଣ୍ଟ ପାଇଁ କ୍ରମେ ୧୦ ହଜାର୪୯୯ ଟଙ୍କା ଓ ୧୧ ୪୯୯ ଟଙ୍କା ରହିଛି।

ଅମିତ ଶାହଙ୍କ ଘର ସମ୍ମୁଖରେ ବିକ୍ଷୋଭ; ରାଘବ ଚଢ଼ାଙ୍କ ସମେତ ଆପର ଅନ୍ୟ ସଦସ୍ୟ ଅଟକ

0

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଆମ୍ ଆଦମୀ ପାର୍ଟି ଓ ଦିଲ୍ଲୀ ପୋଲିସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏଭଳି ସମୟରେ ଆଜି ଦିଲ୍ଲୀ ପୋଲିସ ଏବଂ ଆପ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଥିବା ଆମ୍ ଆଦମୀ ପାର୍ଟିର ୩ଜଣ ବିଧାୟକଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ହେଲେ ବିଧାୟକ ରୁତୁରାଜ ଗୋବିନ୍ଦ, ରାଘବ ଚଢ଼ା, କୁଲଦୀପ କୁମାର ଏବଂ ସଞ୍ଜୀବଙ୍କୁ ପୋଲିସ ଗିରଫ କରିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି ।

ସେପଟେ ଆପ୍ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଦିଲ୍ଲୀ ପୋଲିସ ଅସ୍ୱୀକାର କରିବା ସହ କହିଛି ଯେ ବିଧାୟକମାନଙ୍କୁ ଗିରଫ କରାଯାଇନାହିଁ । ସେମାନେ ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଥିବା ଜଣାପଡ଼ିଥିଲା । ତେଣୁ ସେମାନଙ୍କୁ ଥାନାକୁ ନିଆଯାଇ ପଚରାଉଚରା କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି ।

ଦିଲ୍ଲୀ ନଗର ନିଗମରେ ହୋଇଥିବା ୨୪୫୭ କୋଟି ଟଙ୍କାର ହେର୍‌ଫେର୍ ମାମଲାକୁ ନେଇ ଆମ୍‌ ଆଦମୀ ପାର୍ଟିର ବିଧାୟକମାନେ ଶାହଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଥିଲେ ବୋଲି ଜଣାପଡିଛି। ତେବେ ବିଧାୟକ ମାନଙ୍କୁ ଗିରଫ କରାଯିବା ପ୍ରତିବାଦରେ ଆପ୍ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି ।

 

ବାଘ ଭୟରେ ଘରୁ ବାହାରୁ ନାହାନ୍ତି ଲୋକ, ବନ ବିଭାଗ କହିଲା ବୁଲୁଛି କଲରାପତରିଆ

କନ୍ଧମାଳ: ଡରାଉଛି ବାଘ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ସାର୍ତ୍ତୁଲ୍ ଅଞ୍ଚଳରେ ବାଘ ଆତଙ୍କ । ତିନି ଚାରିଦିନ ହେଲା ବାଘଟି ଗାଈ ଓ ଛେଳି ଶିକାର କରିଥିବା ଅଭିଯୋଗ ହୋଇଛି । କୋଟଗଡ଼ ରେଞ୍ଜର ଘଟଣାସ୍ଥଳରେ ପହଁଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ତେବେ ମିଳିଥିବା ପାଦଚିହ୍ନରୁ ତାହା କଲରାପତରିଆ ବାଘ ବୋଲି ବନ ବିଭାଗ ଅନୁମାନ କରୁଛି ।

ବାଘ ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ସନ୍ଧ୍ୟା ନହେଉଣୁ ଲୋକେ ଘର ଭିତରେ ବନ୍ଦି ହୋଇଯାଉଛନ୍ତି । ତେବେ ବନ ବିଭାଗ ଏହି ଘଟଣାପ୍ରତି ଅବଗତ ଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

File Photo

ସେହିଭଳି ପୂର୍ବରୁ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ କନକପୁର ଗାଁରେ ମଧ୍ୟ ବାଘ ଆତଙ୍କ ଦେଖାଦେଇଥିଲା । ସାହାଜଖୋଲ ଜଙ୍ଗଲରେ ଏକ ଗାଈକୁ ବାଘ ମାରିଥିବା ଜାଣିବା ପରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ ।

ଅନ୍ୟପଟେ ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାତୀ ଆତଙ୍କରେ ଆତଙ୍କିତ ରହିଛନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସଞ୍ଜ ହେଲେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ହାତୀଙ୍କୁ ଘଉଡାଇବାକୁ ଯାଇ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି ।

‘ଚାଷୀଙ୍କ ସହ ରହିଛି ବିଜେଡି, ଦିଲ୍ଲୀରେ ପହଞ୍ଚାଇଛି ତାଙ୍କ ସ୍ୱର’

ଭୁବନେଶ୍ୱର: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା । ସବୁଠି ଚାଷୀଙ୍କ ନ୍ୟାୟ ପାଇଁ ଚିତ୍କାର । ଦିଲ୍ଲୀ ଦରବାରରେ ଖରା-ଶୀତ କାକର ଖାଇ ନିଜ ଦାବି ପୁରଣ ପାଇଁ ପଡ଼ି ରହିଛନ୍ତି ଚାଷୀ । ୧୮ ଦିନରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଧିରେ ଧିରେ ଏହା ସାରା ଦେଶ ମଧ୍ୟରେ ବ୍ୟାପିବାକୁ ଲାଗିଲାଣି । ଏମିତିରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚାଷୀଙ୍କୁ ସମର୍ଥନ କରି ଶୋଭାଯାତ୍ରା କରାଯାଇଥିବା ମଧ୍ୟ ଦେଖାଯାଇଛି ।

ଅନ୍ୟପଟେ ଓଡ଼ିଶା ସରକାର ସବୁବେଳେ ଚାଷୀଙ୍କ ସପକ୍ଷରେ ଥିବା କଥା କହିଛନ୍ତି । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସବୁବେଳେ ଚାଷୀଙ୍କ ହିତ ଚିନ୍ତା କରୁଛନ୍ତି ଓଡ଼ିଶା ସରକାର । ଚାଷୀଙ୍କ ସ୍ୱରକୁ ଦିଲ୍ଲୀରେ ପହଞ୍ଚାଇଛି ବିଜେଡି । ଚାଷୀଙ୍କ ଉନ୍ନତି ପାଇଁ ବିଜେଡି ସବୁବେଳେ ଚେଷ୍ଠିତ । ଚାଷୀଙ୍କ ପ୍ରତି ବିଜେଡି ସମ୍ବେଦନଶୀଳ ।

ସେହିଭଳି ବିଜେଡିର ଆଉ ଜଣେ ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ଚାଷୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ସହ ରହିଆସିଛି । କେନ୍ଦ୍ର ସରକାର ଚାଷୀଙ୍କ ଦାବି ଅନୁଯାୟୀ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରନ୍ତୁ ବୋଲି ବିଜେଡି ମଧ୍ୟ ଦାବି କରିଛି ।

ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଚାଷୀଙ୍କ ସପକ୍ଷରେ କହିଥିଲେ । ସ୍ୱାମୀନାଥନ କମିଟିର ସୁପାରିଶକୁ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି ଦାବି କରିଥିଲେ ।

ଘରୋଇ ସ୍କୁଲର ବେଆଇନ୍‌ ଫି’ ଆଦାୟକୁ ନେଇ ତେଜୁଛି ଅସନ୍ତୋଷ, ଧାରଣାରେ ଅଭିଭାବକ

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ମନ୍ତ୍ରୀଙ୍କ ଘର ଆଗରେ ହୋ-ହଲ୍ଲା କଲେ ଅଭିଭାବକ । ସ୍କୁଲ ଫି ସମ୍ବନ୍ଧରେ ହାଇକୋର୍ଟରେ ସରକାର ଦେଇଥିବା ସତ୍ୟପାଠକୁ ବିରୋଧ କରି ‘ଅର୍ଗାନାଇଜେସନ୍‌ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ’ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଛି । ଏକ ଅଭିନବ ଉପାୟରେ ଘଣ୍ଟ ବାଡ଼େଇ, ହୁଳହୁଳି ପକାଇ ପ୍ରତିବାଦ ଜଣାଇଛନ୍ତି ଅଭିଭାବକମାନେ ।

ଘରୋଇ ସ୍କୁଲ ଗୁଡ଼ିକ ବେଆଇନ୍‌ ଭାବେ ମନଇଚ୍ଛା ଫି ଆଦାୟ କରୁଛନ୍ତି । ନିୟମ ଅନୁଯାୟୀ ଯେତିକି ସେବାକୁ ସେତିକି ଫି ନେବାକଥା । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି ନେଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ଅନ୍ୟପଟେ ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାରଙ୍କ କୌଣସି କତ୍ତୃତ୍ୱ ନାହିଁ ବୋଲି କୋର୍ଟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ତୁରନ୍ତ ଘରୋଇ ସ୍କୁଲର ମନମାନୀ ଉପରେ ରୋକ ଲଗାଇବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ବେଆଇନ ଭାବେ ଫି’ ଆଦାୟ ବନ୍ଦ କରିବା ପାଇଁ ସେ ନିବେଦନ କରିଛନ୍ତି ।