spot_img
Home Blog Page 6264

ନୂଆବର୍ଷରୁ ଭକ୍ତଙ୍କ ଅପେକ୍ଷାର ଅନ୍ତ, ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର

ପୁରୀ: ଜଗନ୍ନାଥପ୍ରେମୀଙ୍କ ଲାଗି ଖୁସି ଖବର । ଦୀର୍ଘ ୯ ମାସ ପରେ ମିଳିବ ଜଗା ଦର୍ଶନ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସରକାରଙ୍କୁ ସୁପାରିସ୍ କରିବେ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ଶ୍ରୀମନ୍ଦିରର ୪ ଦ୍ୱାରରେ ସାନିଟାଇଜେସନ୍ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯିବ । ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ରୁ ୧୦ ତାରିଖ ଯାଏ ପୁରୀ ବାହାର ଜିଲ୍ଲାର ଲୋକ ଦର୍ଶନ କରିପାରିବେ । ଦୈନିକ ୫ ହଜାର ଲୋକଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Puri Jagannath Temple To Be Reopen For Devotee From January 3

ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଖୋଲିବା ନେଇ ସୂଚନା ଦେଇଛନ୍ତି । ଦୁଇ ଦିନ ଭିତରେ ଏନେଇ ସରକାରଙ୍କୁ ସୁପାରିସ୍ କରାଯିବ । ସରକାରଙ୍କ ଅନୁମତି ମିଳିଲେ ଶ୍ରୀମନ୍ଦିର ଖୋଲିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଲୋକଙ୍କ ଲାଗି ଦର୍ଶନ ବ୍ୟବସ୍ଥା କରାଯିବ । ପରେ ସ୍ଥିତିକୁ ଦେଖି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରାଯିବ । ତେବେ, ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଲେ ହିଁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Puri Jagannath Temple To Be Reopen For Devotee From January 3 WIth Covid Guidelines 

ତେବେ, ପୁରୀର ଲୋକଙ୍କ ଲାଗି ଶ୍ରୀମନ୍ଦିର ଡିସେମ୍ବର ଶେଷ ସପ୍ତାହରୁ ଖୋଲିବ । ୨ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ସାଧାରଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ, ସମସ୍ତ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରସାଦ ବ୍ୟବସ୍ଥା କରାଯିବ । କୋଭିଡ୍ କଟକଣା ମଧ୍ୟରେ ଜଗା ଦର୍ଶନ ପାଇଁ ଏସଓପି ଜାରି ହେବ । ୬୫ ବର୍ଷରୁ ଅଧିକ ବୟସ୍କ ଓ ଛୋଟ ଛୁଆଙ୍କୁ ମନ୍ଦିର ନଆସିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।

ସିବିଆଇ କଷ୍ଟଡିରୁ ଗାଏବ ୪୫କୋଟିର ସୁନା ! ତଦନ୍ତ ନିର୍ଦ୍ଦେଶ ଦେଲେ ମାଦ୍ରାସ ହାଇକୋର୍ଟ

ଚେନ୍ନାଇ: ସିବିଆଇ ଦ୍ୱାରା ଜବତ ସୁନା ଗାଏବ । ପ୍ରାୟ ୪୫ କୋଟି ମୂଲ୍ୟର ୧୦୩ କେଜି ସୁନା ସିବିଆଇ କଷ୍ଟଡିରୁ ଗାଏବ । ଏହି ଘଟଣା ଏବେ ଲୋକଲୋଚନକୁ ଆସିବା ପରେ ସିବି-ସିଆଇଡିକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମାଦ୍ରାସ ହାଇକୋର୍ଟ ।୨୦୧୨ ମସିହାରେ ସିବିଆଇ ଦ୍ୱାରା ୪୦୦.୫ କେ.ଜି ବହୁମୂଲ୍ୟବାନ ସୁନା ଗହଣା ସିଜ୍ ହୋଇଥିଲା । ସୁରାନା କର୍ପୋରେସନ୍ ଲିମିଟେଡ ଅଫିସ ରେଡରୁ ସିବିଆଇ ଏହି ସୁନା ଜବତ କରିଥିଲ । ତେବେ ଏହି ସୁନା ଏକ ସୁରକ୍ଷିତ ଏବଂ ନିରାପଦ ସ୍ଥାନରେ ସିବିଆଇ ସିଲ୍ ସହ ରଖାଯାଇଥିଲା ।

ସୁନା ଗାଏବ ହେବା ନେଇ ତଦନ୍ତକାରୀ ସଂସ୍ଥାର କହିବା ହେଲା ଯେ, ସମସ୍ତ ୭୨ଟି ଚାବି ଚେନ୍ନାଇ ପ୍ରନ୍ସିପାଲ ସ୍ପେଶାଲ କୋର୍ଟ ଫର୍ ସିବିଆଇଙ୍କୁ ଦିଆଯାଇଛି । ଏବଂ ସିଜ୍ ହୋଇଥିବା ସମସ୍ତ ସୁନା ଏକା ଥରକେ ଓଜନ ହୋଇଥିଲା କିନ୍ତୁ ଏହାକୁ ହସ୍ତାନ୍ତର କରିବା ବେଳେ ଷ୍ଟେଟ୍ ବ୍ୟାଙ୍କକୁ ସୁରାନ୍ ଋଣ ନେଇଥିବାରୁ ତାଙ୍କୁ ଦେବା ପାଇଁ ଅଲଗା କରି ଓଜନ କରାଯାଇଥିଲା । ଏଥି ଯୋଗୁଁ ଗାଏବ ହୋଇଥିବାରୁ ସୁନାର ହିସାବ ମିଳିପାରୁନଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଅନୁମତି

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍; ‘ପ୍ରଥମ ମ୍ୟାଚ୍ ହାରିଲେ ଟିମ୍ ଇଣ୍ଡିଆର ବଢିବ ଚିନ୍ତା’

0

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଅନିଲ କୁମ୍ବଲେ କହିଛନ୍ତି ଯେ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଉଦଘାଟନୀ ଟେଷ୍ଟରେ ଭାରତ ପରାଜିତ ହୁଏ ତାହେଲେ ଟିମ୍ ଇଣ୍ଡିଆର ଚିନ୍ତା ବଢିବାର ଆଶଙ୍କା ରହିଛି ।

ଡିସେମ୍ବର ୧୭ରୁ ଆଡିଲେଡରେ ଡେ ନାଇଟ୍ ଟେଷ୍ଟ ସହିତ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ଆରମ୍ଭ ହେବ । ହେଲେ କ୍ୟାପଟେନ୍ ବିରାଟ କୋହଲି ପ୍ରଥମ ମ୍ୟାଚ୍ ପରେ ସ୍ୱଦେଶ ଫେରିଯିବେ ।

ଏକ କାର୍ଯ୍ୟକ୍ରମରେ କୁମ୍ବଲେ କହିଛନ୍ତି ଯେ ଯଦି ଆମେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତି ଆଗକୁ ବଢୁଛୁ ତେବେ ପୂର୍ବଭଳି ଅଷ୍ଟ୍ରେଲିଆ ଗସ୍ତର ଉପଲବ୍ଧିକୁ ଦୋହରାଇ ପାରିବୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପଟେ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ ୱାର୍ଣ୍ଣର ଦଳରେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ  ବିରାଟ ତିନୋଟି ଟେଷ୍ଟରେ ଖେଳିବେ ନାହିଁ । ସେଭଳି ସ୍ଥଳେ ଏହା ଭାରତ ପାଇଁ ଚିନ୍ତାର କାରଣ ହେବ । ଏହା ସତ୍ତ୍ୱେବି ଦଳରେ ବ୍ୟାଟିଂ ଓ ବୋଲିଂରେ ଅନେକ ଭଲଭଲ ଖେଳାଳି ରହିଛନ୍ତି ।

ତେବେ ଭାରତୀୟ ଖେଳାଳିଙ୍କ ଟପ୍-ଫ୍ଲାଇଟ୍ କ୍ରିକେଟରେ ଗୋଲାପୀ ବଲ୍ ସହ ଖେଳିବାର ଅଧିକ ଅଭିଜ୍ଞତା ନାହିଁ । ଦଳ ଗୋଲାପୀ ବଲ୍ ସହିତ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲା, ଯାହା ଗତ ବର୍ଷ ବାଂଲାଦେଶ ବିପକ୍ଷରେ ହୋଇଥିଲା ଯେଉଁଥିରେ ସେମାନେ ଗୋଟିଏ ଇନିଂସ ୪୬ ରନରେ ଜିତିଥିଲେ। ।

ଏଥିସହିତ ଗତ କିଛି ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଦଳ ଅନେକ ଡେ-ନାଇଟ୍ ମ୍ୟାଚ୍ ଖେଳିଛି।

ବ୍ୟାଙ୍କ୍ ଲୁଟ ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ନେଇଛି । ଦୁଇ ଅଭିଯୁକ୍ତ ସମରଜିତ ସିଂ ଓ ଜାଫର ସିଦ୍ଦିକଙ୍କୁ ଭାଇଜାଗରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ପୋଲିସ  । ଗତ ଅକ୍ଟୋବର ୯ତାରିଖ ରାତିରେ ଏଟିଏମ୍‌ରୁ ୨୮ ଲକ୍ଷ ଟଙ୍କା ଲୁଟି ବିମାନରେ ପଳାଇଥିଲେ ଦୁଇ ଅଭିଯୁକ୍ତ  । ପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁସାରେ ଘଟଣାରେ ହାଇପ୍ରୋଫାଇଲ ଏଟିଏମ ଲୁଟେରାଙ୍କ ଠାରୁ ଅଧିକ ତଥ୍ୟ ପାଇବା ପାଇଁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ସେମାନଙ୍କୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନିଆଯାଇଥିଲା । ତେବେ ଅଭିଯୁକ୍ତଙ୍କୁ ସ୍ପଟ୍ କୁ ନେଇ ଡେମୋ ଦେଖାଇବା ପାଇଁ ରହିଛି ଯୋଜନା । ଏହାସହ ଲୁଟରେ ବ୍ୟବହାର କରାଯାଇଥିବା ଗ୍ୟାସ କଟର କେଉଁଠାରୁ କିଣା ଯାଇଥିଲା ସେ ସବୁର ମଧ୍ୟ କରାଯିବ ଯାଞ୍ଚ ।

ଆମେରିକା ନିର୍ମାଣ କରୁଛି ଅଦୃଶ୍ୟ ଅସ୍ତ୍ର: ଶତ୍ରୁପକ୍ଷଙ୍କ ରାଡାରକୁ ଦେବ ଚକମା, ସଂଗ୍ରହ କରିବ ଗୁପ୍ତ ତଥ୍ୟ

ଓ୍ୱାଶିଂଟନ: ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ନୂଆ ଘାତକ ଷ୍ଟିଲ୍ଥ ଡ୍ରୋନ୍ ପ୍ରସ୍ତୁତ କରୁଛି ଆମେରିକା । ବିଶେଷ କରି ଏସିଆ ଓ ୟୁରୋପ ମହାଦେଶରେ ସୈନ୍ୟମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଥିବା ବେଳେ ଏଭଳି ନୂଆ ଏବଂ ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣ କରୁଛି ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ର । ଏହି ଅତ୍ୟାଧୁନିକ ଡ୍ରୋନ୍ ଶତ୍ରୁପକ୍ଷଙ୍କ ରାଡାରକୁ ଚଖମା ଦେଇ ଶତ୍ରୁଙ୍କ ଗଡ଼ ଭିତରୁ ସେମାନଙ୍କ ଗୁପ୍ତ ତଥ୍ୟ ହାସଲ କରିପାରିବ । ପୂର୍ବରୁ ହୋଇଥିବା ଯୁଦ୍ଧାଭ୍ୟାସ ସମୟରେ ଏଆଇ ଟେକ୍ନୋଲୋଜିରେ ନିର୍ମିତ ଡ୍ରୋନ୍ କେଉଁଠି ବି ମଣିଷଙ୍କ ଦ୍ୱାରା ପରିଚାଳିତ ହୋଇନଥିଲା । ସବୁଠାରୁ ବଡ଼ କଥା ହେଉଛି ଅନ୍ୟ ଡ୍ରୋନ୍ ଗୁଡ଼ିକ ପରି ଏହାର ଉଡ଼ାଣ ବେଳେ କେହିଁ ବି ମଣିଷ ଅପରେଟ୍ କରିବେନାହିଁ ।  ସୋମବାର ଆମେରିକୀୟ ବାୟୁସେନା ଘୋଷଣା କରିଛି  ଯେ, ସେ ମଇ ୨୦୨୧ ଯାଏ ମିଶନାଇଜ୍ଡ ପ୍ରୋଟୋଟାପର ନିର୍ମାଣ ନେଇ ତିନ ପ୍ରାଇଭେଟ ଫାର୍ମ ସହ ବୁଝାମଣା କରିଛନ୍ତି । ଏହାନୁଯାୟୀ ଆମେରିକୀୟ ଡିଫେନ୍ସ କମ୍ପାନୀ ବୋଇଂ ୨୫.୭ ମିଲିୟନ୍ ଡଲାର, ଜନରଲ ଏଟାମିକ୍ସକୁ ୧୪.୩ ମିଲିୟନ ଡଲାର ଏବଂ କ୍ରୋଟୋସ ଅନମେଣ୍ଡ ଏରିୟଲ ସିଷ୍ଟମକୁ ୩୭.୮ ମିଲିୟନ୍ ଡଲାର ଅର୍ଥ ଦିଆଯାଇଛି । ଏହି ତିନି କମ୍ପାନୀ ଡ୍ରୋନରେ ଆର୍ଟିଫଇସିଆଲ୍ ଇଣ୍ଟିଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରିବେ, ଏହି କାରଣରୁ ମଣିଷ ଏହାକୁ ବ୍ୟବହାର କରିବାର ଆବଶ୍ୟକ ପଡ଼େନାହିଁ । ଆମେରିକାର ସ୍କାଇବର୍ଗ ବେନଗାଇ ପ୍ରୋଗ୍ରାମର ଏହା ଏକ ଅଂଶ । ଏହାର ସହାୟତରେ ଆମେରିକା ନିଜ ଶତ୍ରୁଙ୍କ ଉପରେ ଭାରି ପଡ଼ିବ । ଏହା ପବନରେ ଯେ କୌଣସି ପ୍ରକାର ବିପଦକୁ ସମ୍ମୁଖିନ କରିପାରିବ । ଏହାଦ୍ୱାରା ଆମେରିକା ପାଇଲଟ ଜୀବନ ମଧ୍ୟ ରକ୍ଷା ହୋଇପାରିବ । ଯେଉଁ ତିନି ଫାର୍ମକୁ ବାୟୁସେନା ଡ୍ରୋନ୍ ପ୍ରସ୍ତୁତ ସେମାନଙ୍କ ଏହି ନିର୍ମାଣ କ୍ଷେତ୍ରରେ ବ୍ୟାପକ ଅନୁଭବ ରହିଛି ।

ଆକାଶ ପାଠକଙ୍କୁ ଘନଘନ ଜେରା ପରେ ସାମ୍ନାକୁ ଆସିଛି କିଛି ଏମିତି ସତ୍ୟ, ଯାହା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ଭୁବନେଶ୍ୱର: ୫ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଗୋଟିଏ ରାତିର ମାରାଥନ ଜେରା ପରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ କରି ସାମ୍ନାକୁ ଆଣିଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଟାଟା ମୋଟର୍ସ ଜାମସେଦପୁରର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାରରେ ଗତ ସେପ୍ଟେମ୍ବର ୨୩ ତାରିଖରେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଆକାଶ ପାଠକ ବିରୋଧରେ ମାମଲା ରୁଜୁ ହୋଇଥିଲା । ଟାଟାରେ ନିଯୁକ୍ତି ନେଇ ମୋଟ ୬ଟି ଏତଲା ହୋଇଥିବାବେଳେ ଆକାଶ ନିଜକୁ ଟାଟା ମୋଟର୍ସର MD କହି ଠକୁଥିଲେ । ସେ ଟାଟାର ଜାଲ ଆଇକାର୍ଡ, ଭିଜିଟିଂ କାର୍ଡ ଓ ଇମେଲ ଆଇଡି କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ ।

ଆଶାୟୀ ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ପାଇଁ ବ୍ୟାପକ ଅର୍ଥ ଆଦାୟ କରୁଥିଲେ । ଏଥିରେ ତାଙ୍କୁ ତାଙ୍କର ଭାବୀ ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ ସହଯୋଗ କରୁଥିଲେ । ଅନେକ ଆଶାୟୀଙ୍କଠାରୁ ନିଜେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିଲେ । ଅଭିଯୋଗ କରିଥିବାବ ଦୁଇ ଜଣ ଆଶାୟୀ ସିଧାସଳଖ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ଟଙ୍କା ଦେଇଥିବାବେଳେ ଆଉ ୪ ଜଣ ସହଯୋଗୀଙ୍କ ଜରିଆରେ ଲାଞ୍ଚ ଦେଇଛନ୍ତି । ଟଙ୍କା ନେବା ପରେ ଜାଲ କାଗଜପତ୍ର ଧରାଉଥିଲେ ଆକାଶ ।

ଜାଲ ନିଯୁକ୍ତିପତ୍ର ପାଇଥିବା ଯୁବକଯୁବତୀଙ୍କ ପାଇଁ ଅନଲାଇନ ଟ୍ରେନିଂ ମଧ୍ୟ ସରିଥିଲା । ପ୍ରଦୀପ ମଧ୍ୟ ଆକାଶ ଟାଟା ମୋଟର୍ସରେ ଅଛନ୍ତି ବୋଲି କହି ବୁଲୁଥିଲେ । ଚାକିରି ଆଶାୟୀମାନେ ବିପୁଳ ପରିମାଣର ଅର୍ଥ ଦେବାକୁ ପଛାଉ ନଥିଲେ । ଡେଡିଭ ପିଟରଙ୍କୁ ପଚରାଉଚରା କରିବା ପରେ ଏହି ସତ୍ୟ ସାମ୍ନାକୁ ଆସିଛି । ତେଣୁ ଏହି ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲା ଆକାଶ ପାଠକ ବୋଲି ଏଡିଜି କହିଛନ୍ତି । ଚାକିରି ଆଶାୟୀ ଅର୍ଥ ଦେଇଥିଲେ ବି ଭୟରେ ମୁହଁ ଖୋଲୁ ନାହାନ୍ତି । ତେଣୁ ଏବେ ଚାକିରି ଆଶାୟୀ ମୁହଁ ଖୋଲିବାକୁ ଅପିଲ କରିଛନ୍ତି ଏଡିଜି ।

କରୋନା ରୋଗୀଙ୍କ ସେବା କରୁଥିବା ଅଭିନେତ୍ରୀଙ୍କୁ ପକ୍ଷାଘାତ, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ନିଜ ଜୀବନକୁ ଖାତିର ନ କରି କରୋନା ପୀଡ଼ିତଙ୍କ ସେବା କରିବା ପାଇଁ ନର୍ସ ହୋଇଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ଏବେ ଅସୁସ୍ଥ। କରୋନା ସହ ଲଢ଼େଇରେ ଜିତିବା ପରେ ସେ ପକ୍ଷାଘାତର ଶିକାର ହୋଇଯାଇଛନ୍ତି। ଯାହାପରେ ତାଙ୍କ ଶରୀରର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ବର୍ତ୍ତମାନ ସେ ମୁମ୍ବାଇର କୁପର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଶିଖାଙ୍କ ମ୍ୟାନେଜର ଅଶ୍ୱିନ୍ ଶୁକ୍ଲା ସୋଶାଲ୍ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଶିଖାଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଶିଖା ମଲହୋତ୍ରା ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍ ସହ ଲଢେଇରେ ଜିତିବା ପରେ ଗତ ୧୦ତାରିଖ ବିଳମ୍ବିତ ରାତିରେ ତାଙ୍କୁ ପକ୍ଷାଘାତ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବର୍ତ୍ତମାନ ସେ କଥାବାର୍ତ୍ତା କରିବାରେ ସମ୍ପୂର୍ଣ୍ଣ ଅକ୍ଷମ। ଶେଷରେ ସେ ତାଙ୍କର ଶୀଘ୍ର ଆରୋଗ୍ୟ ମଧ୍ୟ କାମନା କରିଛନ୍ତି। ସୂଚନା ମୁତାବକ ୧୦ ତାରିଖ ରାତିରେ ଶିଖାଙ୍କୁ ପ୍ରଥମେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ମହଙ୍ଗା ହେବା କାରଣରୁ ପରେ ତାଙ୍କୁ ମୁମ୍ବାଇର କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଶିଖା ୨୦୧୯ରେ ରିଲିଜ୍ ହୋଇଥିବା ସଞ୍ଜୟ ମିଶ୍ରଙ୍କ ଫିଲ୍ମ ‘କାଞ୍ଚଲି’ରେ ଅଭିନୟ କରିଥିଲେ। ଏହାପରେ ସେ ତାପସୀ ପନ୍ନୁଙ୍କ ସହ ଫିଲ୍ମ ‘ରଙ୍ଗିନ ଶାଦୀ’ରେ ମଧ୍ୟ କାମ କରିଥିଲେ। ଏହାବ୍ୟତୀତ ସେ ଶାହାରୁଖଙ୍କ ଫିଲ୍ମ ‘ଫ୍ୟାନ୍’ରେ ମଧ୍ୟ ଅଭିନୟ କରିଥିଲେ। ଶିଖା ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ନର୍ସିଂ ପାଠ ପଢ଼ିଥିଲେ। ଲକଡାଉନବେଳେ ସେ ନିଜ ଜୀବନକୁ ଖାତିର ନ କରି କରୋନା ପୀଡ଼ିତଙ୍କ ସେବା କରିବା ପାଇଁ ପୁଣିଥରେ ନର୍ସ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ମୁମ୍ବାଇର ଯୋଗେଶ୍ୱରୀ ଇଷ୍ଟସ୍ଥିତ ‘ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଟ୍ରମା ହସ୍ପିଟାଲ୍’ରେ ସ୍ୱଚ୍ଛାସେବୀ ଭାବେ ନିୟୋଜିତ ଥିଲେ। ପାଖାପାଖି ୬ ମାସ କରୋନା ରୋଗୀଙ୍କ ସେବା କରିବା ପରେ ସେ ଗତ ଅକ୍ଟୋବରରେ ନିଜେ କରୋନା ସଂକ୍ରମିତ ହୋଇଥିଲେଓ ୨୨ ଅକ୍ଟୋବରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

 

‘ମୋ ସରକାର’ ଉଦ୍ୟମ ପାଇଁ 5Tକୁ ୧୦ମ ଇଲେଟ୍ସ ନଲେଜ୍ ସମିଟ୍ ସମ୍ମାନ

0

ଭୁବନେଶ୍ୱର: ସରକାରକୁ ଲୋକାଭିମୁଖି କରାଇବା ପାଇଁ ଓଡ଼ିଶା ସରକାରଙ୍କ ଡିଜିଟାଲ ଉଦ୍ୟମ  ‘ମୋ ସରକାର’କୁ ଆଉ ଏକ ସମ୍ମାନ । ଇଲେଟସ ଟେକ୍ନୋମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ୧୦ମ ଟେକ୍ନୋ ନଲେଜ୍ ସମିଟରେ ଡିଜିଟାଲ ଗଭର୍ଣ୍ଣେସ ଅନ୍ତର୍ଗତରେ ଓଡ଼ିଶା ସରକାରଙ୍କୁ ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଆୱାର୍ଡ ଅଫ୍ ଏକ୍ସିଲେନ୍ସ୍ ପ୍ରଦାନ କରାଯାଇଛି । ଟେକ୍ନୋଲୋଜି ଜରିଆରେ ପ୍ରଶାସନିକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଏହା ହେଉଛି ସ୍ୱୀକୃତି । ଏ କ୍ଷେତ୍ରରେ ନବୀନ ସରକାରଙ୍କ ବହୁ ଚର୍ଚ୍ଚିତ ୫-ଟି ପଦକ୍ଷେପ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି । ନାଗରିକଙ୍କ ପାଇଁ ବିଭିନ୍ନ ସେବା ଉପଲବ୍ଧ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ମୋ ସରକାର ୫-ଟି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

ଡିସେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ସମିଟ୍ ଆୟୋଜିତ ହେଉଛି । କରୋନା କାରଣରୁ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେଉଥିବା ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଯୋଗ ଦେଇଛନ୍ତି । ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ରଙ୍କୁ ଏନେଇ ମାନପତ୍ର ପ୍ରଦାନ କରାଯାଇଛି ।

ଡିଜିଟାଲ ଗଭର୍ଣ୍ଣେସ,ସ୍ମାର୍ଟ ସିଟି,ଏଗ୍ରୀ ଟ୍ରାନସଫର୍ମେସନ ଓ ରାଷ୍ଟ୍ରାୟତ ଉଦ୍ୟୋଗକୁ ନେଇ ସମ୍ମିଳନୀରେ ବିଚାର ଆଦାନ ପ୍ରଦାନ ହେବ ।

 

ରାଜ୍ୟରେ ୪୦୦ ତଳକୁ ଖସିଲା ଦୖେନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଧିରେଧିରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ମଧ୍ୟରେ ଓଡିଶାରୁ ପାଖାପାଖି ୩୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୪୨ ।

ସୁନ୍ଦରଗଡରୁ ସର୍ବାଧିକ ୫୨ ଜଣ ରହିଥିବା ବେଳେ ତା’ ତଳକୁ ଖୋର୍ଦ୍ଧାରୁ ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଓଡିଶାରୁ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୧୮ ହଜାର ୨୭୮ କରୋନା ରୋଗୀ। ଏହାବ୍ୟତୀତ ଆକ୍ଟିଭ କେସ୍ ୩ ହଜାର ୨୩୧ ରହିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି ।

ଖଣି ମାଫିଆଙ୍କ ଦାଦାଗିରି: ବେଆଇନ ଖଣିରେ ଚଢାଉ ବେଳେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ନିହଳପ୍ରସାଦ କରଡ଼ାବଣି ବେଆଇନ ଖଣିରେ ବନ ବିଭାଗର ଚଢ଼ାଉ । ଚଢ଼ାଉ ବେଳେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କଲେ ଖଣି ମାଫିଆ । ଆକ୍ରମଣରେ ୫ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ବରପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।

ପ୍ରାୟ ୨୫ଜଣ ଖଣି ମାଫିଆ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବନ କର୍ମଚାରୀଙ୍କଠାରୁ ମାଫିଆମାନେ ସର୍ଭିସ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଛଡାଇ ନେଇଛନ୍ତି । ତେବେ ଜଙ୍ଗଲ ଜମିରେ ଦୀର୍ଘଦିନ ଧରି ବେଆଇନ ଭାବେ ଖଣି ଖନନ ଚାଲିଥିଲା । ବନ ବିଭାଗ ପକ୍ଷରୁ ଚଢାଉ ବେଳେ କର୍ମଚାରୀଙ୍କୁ ମାଫିଆ ଆକ୍ରମଣ କରିଛନ୍ତି।