spot_img
Home Blog Page 6268

ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ପୋଲିସ ଡିଜିଙ୍କ ଆହ୍ୱାନ

କଟକ: ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଆହ୍ୱାନ । ହିଂସାର ବାଟ ଛାଡ଼ି ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଦେଲେ ଆହ୍ୱାନ । ଏଥିପାଇଁ ସରକାରଙ୍କ ପକ୍ଷରୁ ବହୁ ସୁବିଧା ସୁଯୋଗ ରହିଥିବା କହିଛନ୍ତି ଡିଜିପି  ।  ସେପଟେ ଗତ ୧୧ ତାରିଖରେ କନ୍ଧମାଳ ଗୋଛାପଡା ଥାନା ଅଞ୍ଚଳରେ ଏସଓଜି ଯବାନ୍ ଏବଂ ମାଓବାଦୀଙ୍କ ମୁହାମୁହିଁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜିପି  । ଯବାନ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଜିପି  । ମାଓ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ଏବଂ ଚାରି ରାଉଣ୍ଡ ଗୁଳି ଜବତ କରାଯାଇଛି  । ସେଠାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା କହିଛନ୍ତି ଡିଜିପି ।

https://nandighoshatv.com/peso-report-on-petrol-pump-blast-at-bhubaneswar/

ନୂଆ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ କୃଷକ ସଂଘ

0

ନୂଆଦିଲ୍ଲୀ: ସରକାରଙ୍କ ନୂଆ କୃଷି ଆଇନକୁ ‘ଅସାମ୍ବିଧାନିକ’ ଏବଂ ‘କୃଷକ ବିରୋଧୀ’ ବୋଲି କହିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭାରତୀୟ କିସାନ ୟୁନିଅନ ନେତା ଭାନୁ ପ୍ରତାପ ସିଂ।

ଏହି ନୂଆ ଆଇନକୁ ନେଇ ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେବ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ୬ଟି ଆବେଦନକୁ ଚ୍ୟାଲେଞ୍ଜ କରାଯାଇଛି।

ଏହି ନୂତନ କୃଷି ଆଇନ୍ ଦେଶରେ କେବଳ କୃଷି କ୍ଷେତ୍ରକୁ ଘରୋଇକରଣ ଆଡକୁ ଠେଲିଦେବ । କୃଷି ଏକ ରାଜ୍ୟ ଭିତ୍ତିକ ବିଷୟ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟର କୃଷି ଆଇନରେ ପାର୍ଥକ୍ୟ ରହିଛି । ଏନେଇ ତାମିଲନାଡୁର ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି।

ତେବେ ଏହା ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛି ବୋଲି କହିଥିଲେ ।

ବିଧାୟକଙ୍କ ଗିରଫ ପରେ ଫେରାର ସହଯୋଗୀ!: ଅନୁଗତଙ୍କ ଆକାଉଣ୍ଟରେ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ୍

ଭୁବନେଶ୍ୱର: ଚାକିରି ନାଁରେ ଠକେଇ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଜେଲରେ । ପ୍ରଦୀପଙ୍କ ସହ ଯୋଡି ହୋଇଛନ୍ତି ବହୁ ଦେଶୀ ମଦ ମାଫିଆ, ବାଲି ମାଫିଆ ଓ ଚାକିରି ଦଲାଲ । ପ୍ରଦୀପଙ୍କ ସବୁ ଅପରାଧୀ କାର୍ଯ୍ୟକଳାପର ସୂତ୍ରଧର ସାଜିଥିବା ଏହି ଗୋଷ୍ଠୀ କୁଆଡ଼େ ଗଲେ ? ସେମାନେ ତଦନ୍ତ ପରିସରଭୁକ୍ତ ହେଲେଣି କି ? ପ୍ରଦୀପଙ୍କ ସହ ସେମାନଙ୍କ ଜାଲିଆତିର କ’ଣ ରହିଛି ରହସ୍ୟ ?

ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ କରୁଛନ୍ତି ସେ ବର୍ତ୍ତମାନ ଉତ୍ତର ଦେଉନାହାଁନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏକାନ୍ତ ସହଯୋଗୀ ସର୍ବେଶ୍ବର ରାଓଙ୍କୁ ଫୋନ କଲେ ଏଭଳି ଉତ୍ତର ଆସୁଛି । ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପରଠାରୁ କେଉଁଆଡେ ଅନ୍ତର୍ଧାନ ହୋଇଯାଇଛନ୍ତି ସର୍ବେଶ୍ବର । ପାଠକ ବାପା-ପୁଅ ଗିରଫ ହେବା ପରେ ମଦ ମାଫିଆ ଓ ବାଲି ମାଫିଆଙ୍କ ସହ ପ୍ରଦୀପଙ୍କ ସମ୍ପର୍କର ଗୁମର ଫିଟିଲା । ସେମାନଙ୍କ ଆକାଉଣ୍ଟରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଆସିଛି ମୋଟ ଅଙ୍କର ଟଙ୍କା ।

ସେମାନଙ୍କ ଠାରୁ କାହିଁକି ବିଧାୟକ ଟଙ୍କା ନେଇଥିଲେ । ସେ ଟଙ୍କା ପୁଣି କାହିଁକି ଆକାଶ ପାଠକଙ୍କୁ ଟ୍ରାନସଫର ହୋଇଛି । ବିଧାୟକଙ୍କ ଏଭଳି ସନ୍ଦେହଜନକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିବା ସହ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି । ଜଣେ ଇଂରାଜୀ ଅଧ୍ୟାପକରୁ ବିଧାୟକଙ୍କ ଦଲାଲ ସାଜିଥିବା ସର୍ବେଶ୍ବର କାହିଁକି ଫୋନ ଧରୁନାହାଁନ୍ତି ? ୨୦୧୧ ମସହା ଜାନୁୟାରୀ ୨୮ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସିଟି କଲେଜରେ ସର୍ବେଶ୍ବର ଅଧ୍ୟକ୍ଷ ଥିଲେ ଆଉ ସେତେବେଳେ ପ୍ରଦୀପ ଥିଲେ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଏବଂ ସେବେଠାରୁ ପ୍ରଦୀପଙ୍କ ନିକଟତର ହୋଇଥିଲେ ସର୍ବେଶ୍ୱର ।

ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ

ଗିରଫ ବିଧାୟକଙ୍କ ଅନ୍ୟ ସହଯୋଗୀମାନଙ୍କ ମଧ୍ୟ ମିଳୁନି ଦର୍ଶନ  । କୁଆଡେ ଗଲେ ଦେଶୀ ମଦ ମାଫିଆ ସୂର୍ଯ୍ୟ ସାହୁ, କମ୍ଭୁନାଥ ପାଣିଗ୍ରାହୀ, ସୂର୍ଯ୍ୟ ପେଟ୍ରୋଲ ପମ୍ପର ସୂର୍ଯ୍ୟ ସାହୁ । ଏମାନେ ବିଭିନ୍ନ ସମୟରେ ପ୍ରଦୀପଙ୍କ ହାତବାରିସୀ ସାଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିବା ପ୍ରମାଣ ମିଳିସାରିଛି । ପ୍ରଦୀପଙ୍କ ଏହି ଅନୁଗତମାନେ ଏବେ ଅଣ୍ଡଗ୍ରାଉଣ୍ଡ । ଦେଖନ୍ତୁ ଏହି ଭିଜୁଆଲକୁ, ମୋବାଇଲ କିପରି ରିଂଗ ହୋଉଛି କିନ୍ତୁ ଫୋନ ଉଠାଉନାହାନ୍ତି ସର୍ବେଶ୍ୱର ଓ ସୂର୍ଯ୍ୟ ସାହୁ । ଏହି ସହଯୋଗୀମାନେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ  କଲେ ପ୍ରଦୀପ ଓ ଟାଟାର ନକଲି ଏମ୍.ଡିଙ୍କ ଠକାମୀ ଓ ଅପରାଧୀକ କାର୍ଯ୍ୟକଳାପର ବହୁ ତଥ୍ୟ ପର୍ଦାଫାସ ହୋଇପାରିବ ଆଉ ବେକାର ଯୁବକ ସେମାନଙ୍କ ଟଙ୍କା ଫେରି ପାଇବାର ବାଟ ବାହାରିପାରିବ ।

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଦୀପ ପାଣିଗ୍ରାହୀ

0

ଭୁବନେଶ୍ୱର:  ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାମିନ ପାଇଁ କଲେ ଆବେଦନ  । କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାରିଗ୍ରାହୀଙ୍କୁ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି । ଗତ ୪ ତାରିଖ ସନ୍ଧ୍ୟାରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା  ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି,  IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।  ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା।

ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ

ଅପରପକ୍ଷରେ ପ୍ରଦୀପଙ୍କ ମାମଲାକୁ ଶୁକ୍ରବାର ଲୋକାୟୁକ୍ତ ଗ୍ରହଣ କରିଥିବା ବେଳେ ଏହାର ତଦନ୍ତ ନେଇ ଭିଜିଲାନ୍ସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଫେବ୍ରୁଆରୀ ୧ ମଧ୍ୟରେ ପ୍ରାଥମିକ ରିପୋର୍ଟ ଦାଖଲ ନେଇ ଲୋକାୟୁକ୍ତ ପକ୍ଷରୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଦୀପଙ୍କ ମାମଲାର ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାୟୁଙ୍କ ନିକଟକୁ ସୁପାରିସ କରିଥିଲେ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଶସ୍ତା ରାଜନୀତି କରୁଛି ବିଜେପି: ଲେନିନ୍

ଭୁବନେଶ୍ୱର: ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ୧୪୭୦ ଟଙ୍କାରୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାରଙ୍କ ସଂକଳ୍ପ ଆଣିଥିଲେ । ଦଳମତ ନିର୍ବିଶେଷଣେ ଏହା ବିଧାନସଭାରେ ଗୃହୀତ ହୋଇଥିଲା ।ବିଜେପି ନେତା ପ୍ରଦୀପ ପୁରୋହିତ ସେତେବେଳେ ବିଜେପି ବିଧାୟକ ଥିଲେ । ଏବଂ ଧାନର କ୍ୱିଣ୍ଟାଲ ପ୍ରତି ଦର ୨୯୩୦ ଟଙ୍କା କରିବା ପାଇଁ ସରକାରଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ସ୍ୱାଗତ କରିଥିଲେ । କିନ୍ତୁ ଏବେ ସେ ସବୁ ଭୁଲିଯାଇ ରାଜନୀତି ପାଇଁ ଶ୍ରୀ ପୁରୋହିତ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ସେ  କହିଛନ୍ତି ଆହୁରୀ କହିଛନ୍ତି ଯେ, କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କୁ ଧାନର ସର୍ବନିମ୍ନ ଦର କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ କହିବା ପାଇଁ ଶ୍ରୀ ପୁରୋହିତ ସାହାସ ଜୁଟାଇ ପାରୁନଥିବା ବେଳେ ଏବେ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଚାଷୀ ପ୍ରସଙ୍ଗରେ ଏଭଳି ଶସ୍ତା ରାଜନୀତି କରିବା ଅପେକ୍ଷା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାପାଇଁ ତାଙ୍କରି ସମର୍ଥନରେ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବକୁ ସେ ସମର୍ଥନ କରିବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

କ୍ୟାବିନେଟରେ ସରକାରଙ୍କ ସଂକଳ୍ପ; ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ

            ଉଲ୍ଲେଖ ଥାଉ କି, ଗତ ରାଜ୍ୟ କ୍ୟାବିନେଟରେ ଦେଢ଼ ଗୁଣା ଏମ୍‌ଏସପି ଏବଂ ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ ନେଇ ସଂକଳ୍ପ ପାରିତ ହୋଇଛି । ଏ ନେଇ କେନ୍ଦ୍ର ନିକଟରେ ପୁଣି ଥରେ ଦାବି କରିବ ରାଜ୍ୟ ।

ଜେପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା; ବଙ୍ଗଳାର ୨ ଅଧିକାରୀଙ୍କୁ ଗୃହ ମନ୍ତ୍ରାଳୟର ସମନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡାଙ୍କ ଗାଡ଼ି ଉପରକୁ ଗୁରୁବାର ଦିନ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗର ଦୁଇ ଅଧିକାରୀଙ୍କୁ ସମନ କରାଯାଇଛି ।

ସୂଚନା ମୁତାବକ ଏହି ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମନ ଜାରି କରିଛି । ଏପରିକି କିଭଳି ଭାବେ ନଡ୍ଡାଙ୍କ ଗାଡି ଉପରେ ଦୁର୍ବୃତ୍ତ ଆକ୍ରମଣ କଲେ,
ସେନେଇ ରିପୋର୍ଟ ମାଗିଛି ମନ୍ତ୍ରାଳୟ । ଆସନ୍ତା ୧୪ ତାରିଖରେ ହାଜର ହୋଇ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଣ୍ଡ । ରାଜ୍ୟରେ ମମତା ବାନାର୍ଜୀ ତାନାସାହି ସରକାର ଚଳାଇଛନ୍ତି ବୋଲି ଆକ୍ଷେପ ମଧ୍ୟ କରାଯାଇଛି। ଗଣତନ୍ତ୍ର ରାଷ୍ଟ୍ରରେ ଏହା ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜ୍ୟପାଳ ।

ଏହି ଘଟଣାକୁ ଅନ୍ୟଦଳର ନେତା ମଧ୍ୟ ନାପସନ୍ଦ କରିଛନ୍ତି । ଗତକାଲି ଜେ. ପି. ନଡ୍ଡାଙ୍କ ଗାଡ଼ି ଉପରେ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲା ବିଜେପି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡାଏମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା ।

ତେବେ ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତା ଦଖଲ ପାଇଁ ଟିଏମ୍‌ସି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଏକପ୍ରକାର ପଲିଟିକାଲ ଓ୍ୱାର୍‌ । ବିଜେପିର ବରିଷ୍ଠ ନେତାମାନେ ମମତା ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାଁନ୍ତି ।

ମହିଳାଙ୍କୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦୁର୍ବବ୍ୟହାର ଅଭିଯୋଗ

ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ସମ୍ପାଦିକା ତାପସୀ ପ୍ରହରାଜ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ମଧ୍ୟରେ ପ୍ରବଳ ବାକ୍‌ ବିତଣ୍ଡା । ଖୋଲାମଞ୍ଚରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିବା ବେଳେ ତାପସୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଷ୍ଣୁ ସେଠୀ । ଏହାସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ତାପସୀ ପ୍ରହରାଜ ଭଦ୍ରକ ଏସ୍‌ପିଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି  । ଗତକାଲି ଭଦ୍ରକର ଏକ ହୋଟେଲରେ ବିଶ୍ୱ ମାନବାଧିକାର ଦିବସ ପାଳନ କରାଯାଉଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା  । ବିଷ୍ଣୁ ସେଠୀ ତାଙ୍କ ଭାଷଣରେ ମହିଳାଙ୍କ ପ୍ରତି କିଛି ମନ୍ତବ୍ୟ ଦେଇଥିବା ବେଳେ ପ୍ରତିବାଦ କରିଥିଲେ ତାପସୀ ପ୍ରହରାଜ  । ତାପସୀଙ୍କ ଏହି ପ୍ରତିବାଦରେ ଉତକ୍ଷିପ୍ତ ହୋଇଉଠିଥିଲେ ବିଷ୍ଣୁ ସେଠୀ  । ପୋଡିୟମ ସମ୍ମୁଖରେ ତାପସୀ ଓ ବିଷ୍ଣୁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି  ।

ନଡ୍ଡାଙ୍କ ଗାଡିକୁ ଆକ୍ରମଣ; ମମତା ସରକାରକୁ ରାଜ୍ୟପାଳଙ୍କ ଭୟଙ୍କର ଭର୍ତ୍ସନା

ନିମିଷକେ ପାଉଁଶ ହୋଇଗଲା ବର୍ଷକର ପରିଶ୍ରମ

0

ଧର୍ମଗଡ଼: ନିମିଷକ ମଧ୍ୟେ ପାଉଁଶ ହୋଇଗଲା ଚାଷୀଙ୍କ ବର୍ଷକର ପରିଶ୍ରମ l ଅମଳ ବେଳେ ନିଆଁ ଲାଗି ଧାନ ପୋଡ଼ି ପାଉଁଶ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଖମନପଡା ଏକ ଧାନ ଖଳାରେ ଏକ ଟ୍ରାକ୍ଟର ସଂଲଗ୍ନ ପେଡି ଥ୍ରେସର ସାହାଯ୍ୟ ରେ ଧାନ ଥ୍ରେସର କରୁଥିବା ବେଳେ ହଠାତ୍ ଟ୍ରାକ୍ଟର ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା ।

ଘଟଣା ସ୍ଥଳରେ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କଲା ବେଳକୁ ଥ୍ରେସର ଟ୍ରାକ୍ଟର ଓ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ନଷ୍ଟ ହୋଇ ସାରିଥିଲା । ଟ୍ରାକ୍ଟର ଓ ଥ୍ରେସର ଟି ମିନଗୁର ଗ୍ରାମର ସୁମନ୍ତ କୁମାର ପଣ୍ଡାଙ୍କ ହେଇଥିବା ବେଳେ ଖମନପଡା ବିଶ୍ବ ମାଝୀ ଙ୍କ ଧାନ ବୋଲି ସୁଚନା ମିଳିଛି । ଘଟଣା ସ୍ଥଳରେ ରାଜସ୍ବ ବିଭାଗ ତରଫରୁ ମଣ୍ଡଳ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି କ୍ଷୟକ୍ଷତି ଆକଳନ କରୁଥିବା ସୁଚନା ମିଳିଛି ।

ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ

ଶହେ ବର୍ଷ ବୟସରେ ବି ୧୯୬୫ର ଜୋଶ୍, ତିନିସେନାରେ କାର୍ଯ୍ୟ କରିଥିବା ଦେଶର ଏକମାତ୍ର ଯବାନ କର୍ଣ୍ଣେଲ ପୃଥ୍ୱୀପାଲ ସିଂହ

0

ନୂଆଦିଲ୍ଲୀ: କର୍ଣ୍ଣେଲ ପୃଥ୍ୱୀପାଲ୍ ସିଂ ଗିଲ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ହେଉଛନ୍ତି ଏକମାତ୍ର ଅଧିକାରୀ ଯିଏକି ଭାରତୀୟ ନୗେସେନା, ବାୟୁସେନା ଏବଂ ସ୍ଥଳ ସେନାରେ ଦେଶ ପାଇଁ ସେବା ପ୍ରଦାନ କରିଛନ୍ତି।

ଏପରିକି ସେ ପରିବାରର ବିନା ଅନୁମତିରେ ବ୍ରିଟିଶ ଶାସନ କାଳରେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇଥିଲେ।

ପରେ ତାଙ୍କୁ କରାଚିରେ ପାଇଲଟ୍ ଅଫିସର ଭାବରେ ମୁତୟନ କରାଯାଇଥିଲା। ଯେଉଁଠାରେ ସେ ହାୱାର୍ଡ ବିମାନ ଉଡାଉଥିଲା ବେଳେ ୧୯୬୫ ଯୁଦ୍ଧରେ ଗୁନର ଅଫିସର ଭାବେ ସାମିଲ ହୋଇଥିଲେ।

ଏନେଇ ଲେଫ୍ଟନାଣ୍ଟ ଜେନେରାଲ କେ ଜେ ସିଂ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ‘କର୍ଣ୍ଣେଲ ପୃଥ୍ୱୀପାଲ୍ ସିଂ ଗିଲ-୧୦୦ ନଟ୍ ଆଉଟ୍’।

ତାଙ୍କୁ ଭାରତୀୟ ନୗେସେନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ସ୍ୱିପିଂ ଜାହାଜ ଏବଂ ପରେ ଆଇଏନଏସ୍ ତୀରରେ ସେବା କରିଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଗୋ ସିପ୍ ଗୁଡ଼ିକର ତଦାରଖ କରୁଥିଲେ। ଜଣେ ନେଭି ଅଧିକାରୀ ଭାବରେ ଡେପୁଟି ଲେଫ୍ଟନାଣ୍ଟ ପୃଥ୍ୱୀପାଲ୍ ସିଂ ଗିଲ ଦେବଲାଲି, ସ୍କୁଲ ଅଫ୍ ଆର୍ଟିଲେରିରେ ଲଙ୍ଗ ଗୁନେରୀ ଷ୍ଟାଫ୍ କୋର୍ସ କରିବା ସହିତ Instructor in Gunnery (IG) ଯୋଗ୍ୟତା ଅର୍ଜନ କରିଥିଲେ ।

ଏହା ପରେ ତାଙ୍କୁ ସୖେନ୍ୟ ବାହିନୀକୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରେ ସେ ‘ଗ୍ୱାଲିଅର ମାଉଣ୍ଟେନ୍ ବ୍ୟାଟେରୀ’ରେ ମୁତୟନ ହୋଇଥିଲେ।

ଚାଷୀ, ମିଶନ ଶକ୍ତି ଓ MSME କ୍ଷେତ୍ରକୁ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ: ବ୍ୟାଙ୍କଗୁଡ଼ିକ ସହ କରିବେ ଆଲୋଚନା

ଭୁବନେଶ୍ୱର: ବିଗିଡ଼ିଥିବା ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏ ଦିଗରେ ବ୍ୟାଙ୍କ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପଲବ୍ଧି କରି ଆସନ୍ତା ୨୨ ତାରିଖରେ ବୈଠକ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ଜିଲ୍ଲାପାଳ ଓ ବ୍ୟାଙ୍କର ଉପସ୍ଥିତ ରହି ଚାଷୀ, ମିଶନ ଶକ୍ତି ମହିଳା, କୃଷକ ଓ ଏମଏସଏମଇ କ୍ଷେତ୍ରକୁ ଋଣ ପ୍ରଦାନ ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ ହେବ । ଖିଲାଫକାରୀ ବ୍ୟାଙ୍କମାନଙ୍କ ବିରୋଧରେ କେନ୍ଦ୍ର ପାଖରେ ଫେରାଦ ହେବେ ରାଜ୍ୟ ସରକାର  ।  କରୋନା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ପଡ଼ିଥିବାରୁ ଏହାର ସିଧା ପ୍ରଭାବ ପଡ଼ିଛି ରାଜ୍ୟର ଅର୍ଥନୀତି ଉପରେ । ଲକଡାଉନ ସରିବା ପରେ ଧୀରେ ଧୀରେ ଏସବୁ କ୍ଷେତ୍ର ଖୋଲିବାରେ ଲାଗୁଛି । ହେଲେ ଗତ ୧୦ ମାସ ଭିତରେ ୪୦ ପ୍ରତିଶତ ପଛକୁ ଠେଲି ହୋଇଯାଇଛି ଅର୍ଥନୀତି । ଏହାକୁ ମାତ୍ ଦେଇ ପୁଣି ଥରେ ଆର୍ଥିକ ସଂସ୍କାର ପାଇଁ ବ୍ୟାଙ୍କ ଉପରେ ଗୁରୁଦାୟିତ୍ବ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।  ପ୍ରକୃତ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯିବ । ଆଉ ଏହି ଅର୍ଥକୁ ସେମାନେ ଅନ୍ୟ କେଉଁଠି ଖର୍ଚ୍ଚ କରି ପାରିବେ ନାହିଁ । ତା ପାଇଁ ଏକ ମୋଡ୍ୟୁଲ ବି କରାଯିବ । ସେହିପରି ଷ୍ଟାଟଅପ୍ ପାଇଁ ଉତ୍ସାହି ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବ । ଯଦି ବ୍ୟାଙ୍କମାନେ ଋଣ ପ୍ରଦାନ କରିବାରେ ଚଞ୍ଚକତା କରନ୍ତି, ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବେ । ମହାମାରୀ ସମୟରେ ରାଜ୍ୟର ୫୪୭୫ ବ୍ୟାଙ୍କ ଟାର୍ଗେଟ ହାସଲ କରି ଆର୍ଥିକ ସ୍ଥିତି ସୁଧାରିବାରେ ଲାଗିଛି ।