spot_img
Home Blog Page 6270

ନଡ୍ଡାଙ୍କ ଗାଡିକୁ ଆକ୍ରମଣ; ମମତା ସରକାରକୁ ରାଜ୍ୟପାଳଙ୍କ ଭୟଙ୍କର ଭର୍ତ୍ସନା

କୋଲକାତା: ବଙ୍ଗଳାରେ ରାଜନୈତିକ ଉଷ୍ମତା ଭିତରେ ପ୍ରବେଶ କରିଛି ଗୁଣ୍ଡାରାଜ । ନିର୍ବାଚନ ସମୟ ଯେତିକି ନିକଟତର ହେଉଛି, ରାଜ୍ୟରେ ସେତିକି ନିକଟତର ହେଉଛି ହିଂସ୍ର ରାଜନୈତିକ ଘଟଣା । ବିଜେପି ଏବଂ ସ୍ଥାନୟୀ ରାଜନୈତିକ ଦଳ ଟିଏମସି ମଧ୍ୟରେ ଜୋରଦାର ଟକ୍କର ହେଉଥିବାବେଳେ, ରାଜନୈତିକ ଶତ୍ରୁତା ଏବେ ବ୍ୟକ୍ତିଗତ ଶତ୍ରୁତାରେ ପରିଣତ ହୋଇଛି । ଯାହାକୁ କଡା ଭାଷାରେ ଭର୍ତ୍ସନା  କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିଶ ଧନଖଡ଼ ।

ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପ୍ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଥିବାବେଳେ, ତାଙ୍କ ଗାଡି ଉପରକୁ ଢେଲା ମାଡ କରିଥିଲେ ଟିଏମସି କର୍ମୀ । ଏଥିରେ କାହାରି ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ଡ୍ରାଇଭର, ସୁରକ୍ଷାକର୍ମୀ ସାମାନ୍ୟ ହୋଇଛନ୍ତି । ଏବଂ ଅଳ୍ପକେ ଏଭଳି ଅଘଟଣରୁ ବର୍ତ୍ତିଯାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମମତା ସରକାରକୁ କଡା ଭାଷାରେ ନିନ୍ଦା କରିଛନ୍ତି ରାଜ୍ୟପାଳ ।

ଜଗଦିଶ କହିଛନ୍ତି, ରାଜ୍ୟରେ ଦିନକୁ ଦିନ ଅରାଜକତା ବଢିଚାଲିଛି । ଗଣତାନ୍ତ୍ରିକ ପଦ୍ଧତିକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହତ୍ୟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଆଁ ସହ ଖେଳନ୍ତୁ ନାହିଁ । ନଚେତ ପରିଣତି ଭୟଙ୍କର ହେବ ବୋଲି କହିଛନ୍ତି ରାଜ୍ୟପାଳ । ସେହିପରି ଜେପି ନଡ୍ଡାଙ୍କ ଗାଡିକୁ ଆକ୍ରମଣ ଘଟଣାରେ କ୍ଷୋଭ ପ୍ରକାଶ କରିବା ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିବା କହିଛନ୍ତି ରାଜ୍ୟପାଳ ଜଗଦିଶ ଧନଖଡ଼ ।

ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା, ସୋସିଆଲ ମିଡିଆରେ ଅପମାନ ଅଭିଯୋଗ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା ବିବାଦ । ସୋସିଆଲ ମିଡିଆରେ ବ୍ୟକ୍ତିଗତ ଜୀବନ ଓ ମୋବାଇଲ ଚାଟ ଭାଇରାଲ ନେଇ କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ବ୍ୟକ୍ତିଗତ କଥା ପ୍ରଘଟ ଦ୍ୱାରା ସମ୍ମାନହାନି ହୋଇଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।

ତେବେ ନିର୍ଦ୍ଦିଷ୍ଟ ଭାବେ ବର୍ଷା ଏତଲାରେ କୌଣସି ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିନାହାନ୍ତି । ଫେସବୁକର ଏକ ନିର୍ଦ୍ଧିଷ୍ଟ ଗ୍ରୁପରେ ବାରମ୍ବାର ବର୍ଷାଙ୍କୁ ଅପମାନ କରାଯାଉଥିବା ସେ କହିଛନ୍ତି । ତେଣୁ ଷୋଷ୍ଟ କରୁଥିବା ସଦସ୍ୟ ଓ ଏହା ପଛରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଉଲ୍ଲେଖ କରିଛନ୍ତି ଅଭିନେତ୍ରୀ ବର୍ଷା ।

ରାଜ୍ୟରେ ଦିନକରେ ଆଉ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୬୭ । ସୁନ୍ଦରଗଡ଼ରୁ ସର୍ବାଧିକ ୫୮ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୧, ଅନୁଗୁଳରୁ ୨୭, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୩ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ।

ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୨୯ରେ ପହଞ୍ଚିଛି । ସେମଧ୍ୟରୁ ୩ ଲକ୍ଷ ୧୭ ହଜାର ୮୭୦ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ରହିଛି ୩୩ଶହ ୮ । ଗତ ୨୪ଘଣ୍ଟାରେ କରୋନାରେ ଆଉ ୪ଜଣ ପ୍ରାଣ ହରାଇଛନ୍ତି ।

ଡି-ବଦର୍ସ ସାମ୍ରାଜ୍ୟ; କାଲି ନିଜ ଘରେ, ଆଜି ସହଯୋଗୀଙ୍କ ଘରେ ଚଢାଉ

କଟକ: ଜେଲରେ ଡି-ବ୍ରଦର୍ସ । କିନ୍ତୁ ସହଯୋଗୀଙ୍କ ଜରିଆରେ ଚଳାଇଛନ୍ତି କଳା ଅପରାଧର ସାମ୍ରାଜ୍ୟ । ଗତକାଲି ଧଳସାମନ୍ତଙ୍କ କଟକ ସିଡିଏ ସେକ୍ଟର ୬ ନମ୍ବର ଘର ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ପରେ, ଏଭଳି ସୁରାକ ପାଇଛି କମିଶନରେଟ ପୋଲିସ । ଆଜି କଟକ ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ଧଳ ବ୍ରଦର୍ସଙ୍କ ସହଯୋଗୀଙ୍କ ଘରେ କମିଶନରେଟ ପୋଲିସ ଚଢାଉ କରିଛି ।

ସେପଟେ ସହଯୋଗୀଙ୍କ ଘରେ ଚଢାଉ ବେଳେ ଜବତ ହୋଇଛି ବହୁ ବନ୍ଧୁକ ଓ ଗୁଳି । ସେକ୍ଟର- 6 ନମ୍ବର ଘରେ ରହୁଥିବା ଧଳ ସାମନ୍ତଙ୍କ କର୍ମଚାରୀ କାରବାରରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରି ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି । ଏହି ଘଟଣାରେ ପୋଲିସ ପୂର୍ବରୁ ବନ୍ଧୁକ ସପ୍ଲାୟର୍ସ ସମେତ ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି ।

ଗତକାଲି ଡି-ବ୍ରଦର୍ସଙ୍କ ଘର ସମେତ ୧୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ କମିଶନରେଟ୍ ପୋଲିସର ୫ଟି ଟିମ୍ ଚଢାଉ କରି 500ରୁ ଅଧିକ ଗୁଳି ଓ 7ଟି ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ପୂର୍ବରୁ ହତ୍ୟା ମାମଲା, ବାଲିଘାଟରୁ ଦାଦା ବଟି ଆଦାୟ ଭଳି ବିଭନ୍ନ ମାମଲାରେ ୨୦୧୫ରୁ ଜେଲରେ ଅଛନ୍ତି ଧଳବ୍ରଦର୍ସ ।

ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

ତମାଣ୍ଡୋ: ଭୁବନେଶ୍ୱର କଳିଙ୍ଗବିହାର ଅଂଚଳରେ ଗୁଳିକାଣ୍ଡ । ଜାମିନରେ ଆସିଥିବା ଅଭିଯୁକ୍ତ ସଂଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳିମାଡ଼ ହୋଇଛି । ତେବେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ସଂଜୟ । କଳିଙ୍ଗ ବିହାର କେ-୪ ଲକ୍ଷ୍ମୀ ମଣ୍ଡପ ସାମନାରେ ଘଟିଛି ଘଟଣା । ବାଇକରେ ଆସି ୩ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଖବର ପାଇ ତମାଣ୍ଡୋ ପୋଲିସ ପହଞ୍ଚି ଗୋଟିଏ ଖୋକା ଜବତ କରିଛି ।

ସକାଳ ପ୍ରାୟ ୮ଟା ୪୫ ମିନିଟରେ ଲମାଣଅଡୋ ଅଞ୍ଚଳ କଳିଙ୍ଗବିହାର କେ-୪ ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ତିନି ଯୁବକ ଆସି ବ୍ଲାଙ୍କ ଫାୟରିଂ କରିଥିଲେ । ସୂଚନା ଅନୁଯାୟୀ ଜେଲରୁ ଜାମିନରେ ମୁକୁଳିଥିବା ସଞ୍ଜୟ ଖୁଣ୍ଟିଆଙ୍କୁ ୩ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଗୁଳି ଚଳାଇଥିଲେ । ସଞ୍ଜୟ ଦୌଡ଼ି ଦୌଡ଼ି ତାଙ୍କ ଘରେ ପଶିଯାଇଥିଲେ । ତାଙ୍କ ଦେହରେ ଗୁଳି ବାଜିନଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ ସଞ୍ଜୟ ଖୁଣ୍ଟିଆ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ । ସେ ଡୁମଡୁମା ଅଞ୍ଚଳରେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ । ତେବେ ସେ ଘଟଣାକୁ କେନ୍ଦ୍ର କରି ଗୁଳିଚାଳନା ହୋଇଥିବା ପୋଲିସ ସନ୍ଦେହ କରୁିଛି । ସଞ୍ଜୟଙ୍କ ସହ ଅଧିକା ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ ।

ଟ୍ରେନରୁ ଖସି ପ୍ରାଣ ହରାଇଥିବା ଯବନାଙ୍କ ଆଜି ଶେଷକୃତ୍ୟ

0

ମୟୂରଭଞ୍ଜ: ଚଳନ୍ତା ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ (CRPF)ର ଯବାନ ଭରତ ଚନ୍ଦ୍ର ବେହେରାଙ୍କ ମରଶରୀର ଆଜି ପହଞ୍ଚିଵ ତାଙ୍କ ଜନ୍ମ ମାଟିରେ । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଠାରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ବେହେରାଙ୍କ ପୁଅ ଭରତ ଚନ୍ଦ୍ର ବେହେରା ସିଆରପିଏଫ ଯବାନ ଭାବେ କୋଏମ୍ଵାଟୁର ରେ କାର୍ଯ୍ୟ କରୁଥିଲେ।

ଘରେ ଛୁଟି ଶେଷ କରି ଗତ ୯ ତାରିଖ ଦିନ ସେ ଭୂଵନେଶ୍ୱର ରୁ କୋଏମ୍ଵାଟୁର ଫେରୁଥିବା ବେଳେ କୋଏମ୍ବାଟୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ହଠାତ୍ ଟ୍ରେନ ରୁ ଖସିପଡ଼ି ପ୍ରାଣ ହରାଇଥିଲେ। ଆଜି ତାଙ୍କର ମରଶରୀରକୁ ଜନ୍ମ ମାଟି ଡୁକୁରା କୁ ଅଣାଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସ୍ୱର୍ଗତ ଭରତ ଚନ୍ଦ୍ର ବେହେରାଙ୍କ ପରିବାରରେ ବାପା, ମାଆ, ସ୍ତ୍ରୀ ଓ ୯ ବର୍ଷର ପୁଅ ଅଛନ୍ତି। ତାଙ୍କର ଏହି ଅକାଳ ବିୟୋଗ ଡୁକୁରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ସେପଟେ ପରିବାରର ରୋଜଗାରକ୍ଷମ ପୁତ୍ରରେ ବିୟୋଗରେ ମର୍ମାହତ ପରିବାର । ସେପଟେ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବାର କାର୍ଯ୍ୟକ୍ରମ ରହିଛି।

ଶୀତଦିନେ ଗର୍ଭବତୀ ନିଜର ଏପରି ନିଅନ୍ତୁ ଯତ୍ନ

ସାଧାରଣତଃ ଗର୍ଭବତୀମାନଙ୍କୁ ନିଜର ଶରୀର ପ୍ରତି ଯତ୍ନବାନ ହେବା ଉଚିତ୍। କିନ୍ତୁ ଶୀତ ଦିନରେ ଏମାନଙ୍କୁ ନିଜ ଶରୀରର ଟିକେ ବିଶେଷ ଧ୍ୟାନ ରଖିବା ଉଚିତ୍। କାରଣ ଏହି ଦିନରେ ଶର୍ଦ୍ଦି, କାଶ ଓ ନାନା ସଂକ୍ରମଣର ଭୟ ରହିଥାଏ। ଆଉ ସବୁଠୁ ଚିନ୍ତାର ବିଷୟ ହେଉଛି ଯଦି ଏହି ସମୟରେ ଆପଣଙ୍କର ଦେହ କିଛି ଖରାପ ହୁଏ ତେବେ ଆପଣ ଏଥିପାଇଁ ଔଷଧ ବି ଖାଇପାରିବେନି। ତେଣୁ ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣଙ୍କୁ ନିଜର ଇମ୍ୟୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ ହେବ। ତେବେ ଆସନ୍ତୁ ଜାଣିବା ଶୀତଦିନରେ କିଭଳି ବଢ଼ାଇବେ ଶରୀରର ଇମ୍ୟୁନିଟି ପାୱାର।

ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ଶୀତଦିନରେ  ସାଧାରଣତଃ ଲୋକ କମ୍ ପାଣି ପିଅନ୍ତି। କାରଣ ଅଧିକ ପାଣି ପିଇଲେ ବାରମ୍ବାର ପରିସ୍ରା ଯିବାକୁ ପଡ଼ିଥାଏ। ଆଉ ଶୀତରେ ଲୋକ ରେଜେଇ ତଳୁ ବାହାରି ବାରମ୍ବାର ବାଥରୁମ ଯିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ଏଭଳି କଲେ ଆପଣ ସମସ୍ୟାରେ ପଡ଼ିପାରନ୍ତି। ଗର୍ଭବତୀଙ୍କ ଶରୀରରେ ପାଣିର ଅଭାବ ହେଲେ ଡିହାଇଡ୍ରେଶନ ହୋଇଯାଏ। ଫଳରେ ଗର୍ଭସ୍ଥ ଶିଶୁ ପାଇଁ ଏମ୍ନିଓଟିକ ଫ୍ଲୁଇଡ୍ କମ୍ ହୋଇଯାଏ। ଏହାଦ୍ୱାରା ପ୍ରିମ୍ୟାଚ୍ୟୋର୍ ଡେଲିଭରି ବା ସମୟ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ରହିଥାଏ। ତେଣୁ ଶୀତ ଦିନରେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଯଦି ପାରୁଛନ୍ତି ତେବେ ପାଣି ସହ ଫ୍ରୁଟ୍ ଜୁସ୍ ମଧ୍ୟ ପିଅନ୍ତୁ।

ପାଦକୁ ଗରମ ରଖନ୍ତୁ: ଶୀତଦିନରେ ଶରୀର ମଧ୍ୟରେ ରକ୍ତ ସଞ୍ଚାଳନ ପ୍ରଭାବିତ ହେବାର ଅନେକ  ସମ୍ଭାବନା ରହିଥାଏ। ଯାହା ଫଳରେ ରକ୍ତ ଧମନୀ ଗୁଡ଼ିକ ଫୁଲିଯାଏ। ଏହା ବ୍ୟତୀତ ହାତ ପାପୁଲି ଓ ପାଦ ତଳ  କୁଣ୍ଡେଇ ହେବା, ଲାଲ୍ ହୋଇ ଫଳିଯିବା ସହ ଭିଷଣ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେଣୁ ଏହିସମୟରେ ପାଦକୁ ଘୋଡ଼ାଇ ରଖନ୍ତୁ କିମ୍ବା ସକ୍ସ ପିନ୍ଧନ୍ତୁ। ପାଦ ବଥା ହେଉଥିଲେ ହାଲକା ଉଷୁମ ପାଣିରେ ପାଦକୁ ବୁଡ଼ାଇ ରଖନ୍ତୁ ଉପଷମ ମିଳିବ।

ଫ୍ଲୁ ଭ୍ୟାକସିନ୍ ନିଅନ୍ତୁ: ଗର୍ଭାବସ୍ଥାରେ ଫ୍ଲୁ ଭ୍ୟାକସିନ୍ ନେଇଗଲେ ଉଭୟ ମାଆ ଓ ଶିଶୁକୁ ଫ୍ଲୁରୁ ସୁରକ୍ଷା ମିଳିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ଟିକା ନେବା ଦ୍ୱାରା ପିଲା ଜନ୍ମର ୬ ମାସ ପର୍ଯ୍ୟନ୍ତ ଫୁଲୁରୁ ସୁରକ୍ଷା ମିଳିଥାଏ। ଏହା ବ୍ୟତୀତ ରେସ୍ପିରେଟ୍ରି ଇନଫେକ୍ଶନର ଭୟ କମ୍ ହୋଇଯାଏ।

କ’ଣ ଖାଇବେ: ଗର୍ଭାବସ୍ଥାରେ, ଏକ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ। ବିଶେଷ କରି ଖାଦ୍ୟରେ ଅନେକ ପ୍ରକାରର ଫଳ ରହିବା ଉଚିତ୍।  ଫଳଗୁଡ଼ିକ ଆମର ଇମ୍ୟୁନିଟି ପାୱାରକୁ ମଜବୁତ କରିଥାଏ। ଅଁଳାରେ ଭିଟାମିନ୍ ସି ଭରପୂର ପରିମାଣରେ ରହିଛି ଯାହା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଅକ୍ଷୁର୍ଣ୍ଣ ରଖେ। ଅଁଳା ରସ ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଗର୍ଭାବସ୍ଥାର ଅନ୍ୟାନ୍ୟ ସାଧାରଣ ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଅଁଳା ବ୍ୟତୀତ ଆପଣ ପାଳଙ୍ଗ ଶାଗ, ମେଥି ଶାଗ, ସବୁଜ ପିଆଜ ଓ ଭିଟାମିନ ସି ଯୁକ୍ତ ଫଳ ଖାଇ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବେ।

କ୍ରିମ୍ ଏବଂ ଲୋସନ୍ ଲଗାନ୍ତୁ: ଶୀତଦିନରେ ଅତ୍ୟଧିକ ଥଣ୍ଡା ଏବଂ ଶୁଷ୍କ ବାୟୁ ଚର୍ମରୁ ପ୍ରାକୃତିକ ମଶ୍ଚରାଇଜର ଏବଂ ତେଲ କ୍ଷୟ ହୋଇଥାଏ। ଗର୍ଭାବସ୍ଥାରେ ପେଟ ବଢ଼ିଲେ ଚର୍ମ ପ୍ରସାରିତ ହୁଏ ଏବଂ ଶୁଖିଲା ଚର୍ମ ଟାଣିବା ହେତୁ ଆପଣ ଯନ୍ତ୍ରଣା ମଧ୍ୟ ପାଇପାରନ୍ତି। ଏହା ଦ୍ୱାରା ଆପଣଙ୍କ ପେଟରେ ଅଧିକ ଷ୍ଟ୍ରେଚ୍ ମାର୍କ ମଧ୍ୟ ହୋଇପାରେ। ତେଣୁ କିଛି ସମୟ ବ୍ୟବଧ୍ୟାନରେ ଆପଣ ନିଜ ଚର୍ମରେ ବାରମ୍ବାର କ୍ରିମ୍ ଏବଂ ଲୋସନ ଲଗାନ୍ତୁ ଯାହା ଦ୍ୱାରା ଆପଣଙ୍କ ଚର୍ମ ଶୁଷ୍କ ହେବନାହିଁ।

 

ଭୁବନେଶ୍ୱର SDJM କୋର୍ଟରେ ହାଜର ହେଲେ ପାଠକ ବାପା-ପୁଅ

ଭୁବନେଶ୍ୱର: ବିଚାର ଵିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର ହେଲେ ପାଠକ ବାପା-ପୁଅ । ସ୍କାଏକିଙ୍ଗ ଠକେଇ ଘଟଣାକୁ କୋର୍ଟକୁ ଅବଗତ କରାଯାଇଛି । କେସ ନମ୍ବର ୨୯୨/୨୦ ରେ କେସ ରୁଜୁ ହୋଇ ଥିଲାବେଳେ କୋର୍ଟରେ ହାଜର ପରେ ପୁଣି ଥରେ ବାପ ପୁଅଙ୍କୁ ଜେଲ ପଠାଯାଇଛ । ସେପଟେ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ  । ଆଜିଠାରୁ ଆକାଶଙ୍କୁ ୫ ଦନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍ । କେମିତି ଟାଟାର ନକଲି ଏମ୍‌ଡି ସାଜି ଠକେଇ କରିଥିଲେ ଓ କିଏ କିଏ ସହଯୋଗ କରୁଥିଲେ, ସେସବୁ ନେଇ ହେବ ମାରାଥନ ଖୋଳତାଡ ।

ଆକାଶଙ୍କୁ ୭ଦିନ ରିମାଣ୍ଡରେ ନେବା ପାଇଁ ଏସ୍‌ଡିଜେଏମ କୋର୍ଟରେ ଆବେଦନ କରାଯାଇଥିବା ବେଳେ, ୫ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ସେପଟେ ୫ ଦିନିଆ ରିମାଣ୍ଡରେ ଆକାଶକୁ ମାରାଥନ ରାଉଣ୍ଡଅପ୍ କରିବ ସାଇବର ସେଲ୍ । ପିଏସ୍‌ ପିଟର୍‌ର ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଆଗକୁ ଅଧିକ ତଦନ୍ତ କରିପାରେ ।
ସେପଟେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଓ ପିଟର୍‌ର ତଥ୍ୟକୁ ନେଇ ଛାନଭିନ ମଧ୍ୟ କରାଯାଇପାରେ । ଏପରିକି ପିଟର ଓ ଆକାଶଙ୍କୁ ଫେସ୍ ଟୁ ଫେସ ଜେରା କରିପାରେ ସାଇବେର ସେଲ୍ । ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ଫୋକସରେ ରହିବେ ଆକାଶ- ପ୍ରଦୀପ ପାଣିଗ୍ରାହୀ ଲିଙ୍କ୍ ସହ ସର୍ବେଶ୍ବରଙ୍କ ଭୂମିକା ।

ଆକାଶକୁ କାହିଁକି ପ୍ରଦୀପ ଟଙ୍କା ପଠାଇଥିଲେ? ଆକାଶଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ଟଙ୍କା ପ୍ରଦୀପ ପଠାଇଥିଲେ ନା ଆଉ କେତେ ? ପାଠକଙ୍କ ଯେତୋଟି ଆକାଣ୍ଟରୁ ଟଙ୍କା ଆସିଛି, ଯେଉଁମାନେ ଟଙ୍କା ପଠାଇଛନ୍ତି ଓ କେଉଁ କାରଣ ପାଇଁ ଟଙ୍କା ପଠାଇଛନ୍ତି, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ । ପ୍ରଦୀପ ପାଣିଗ୍ରାହୀ ଲିଙ୍କରେ ମଦ ମାଫିଆ, ବାଲି ମାଫିଆ ଓ ଠିକଦାରଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ନେଇ ରହିଛି ସୂଚନା ।

ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ଲାଗିଲା ମାଓ ପୋଷ୍ଟର । ମସୁରିଗୁଡା ଗାଁରେ ପୋଷ୍ଟର ମାରିଛି ଲାଲବାହିନୀ । ଆନ୍ଧ୍ର- ଓଡ଼ିଶା ସୀମାରେ ଷ୍ଟେଟ ମିଲିଟାରୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜମାପଡିଛି ।

ଦୀର୍ଘ ଦିନର ନିରବତା ପରେ ସ୍ବାଭିମାନ ଅଞ୍ଚଳରେ ସ୍ବର ଶାଣିତ କରିବାକୁ ଯାଉଛି ଲାଲବାହିନୀ । ସ୍ବାଭିମାନ ଅଞ୍ଚଳରେ ସରକାରଙ୍କ ବିକାଶ ପ୍ରକ୍ରିୟା ଜାରି ରହିଥିବାବେଲେ ଲକ୍ସଲଙ୍କ ଠୁ ମୁହଁ ଫେରାଉଛନ୍ତି ଲୋକେ । ଗୁରୁପ୍ରିୟା ସେତୁ ହେଉ କିମ୍ବା ବିଜୁଳି ବ୍ୟବସ୍ଥା । ଏହା ସାଙ୍ଗକୁ ସରକାରଙ୍କ ଅନେକ ଲୋକାଭୀମୁଖୀ ଯୋଜନା ଏହି ଅଞ୍ଚଳରେ ଜୋରଦାର କରାଯାଇଛି ।

ସେପଟେ ଏପରି ସ୍ଥଳେ ଲୋକମାନେ କିପରି ନକ୍ସଲଙ୍କୁ ପୂର୍ବପରି ସମର୍ଥନ କରିବେ । ତାହା ପୋଷ୍ଟରରେ ଉଲ୍ଲେଖ କରିଛି ଲାଲବାହିନୀ । ସେହିପରି ଜଙ୍ଗଲ ଜମି ପାଇଁ ଏକାଠି ହୋଇ ଲଢେଇ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲାର ଆଜି ଲୋକାୟୁକ୍ତରେ ଶୁଣାଣି

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲାର ଆଜି ଲୋକାୟୁକ୍ତରେ ଶୁଣାଣି ହେବ । ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିସ୍‌ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଲୋକପ୍ରତିନିଧିଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତର ଏହା ହେଉଛି ପ୍ରଥମ ଘଟଣା ।

ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଲୋକାୟୁକ୍ତ ଏହି ମାମଲାର ବିଚାର ପାଇଁ ରାଜ୍ୟ ସରକାରଙ୍କ ସୁପାରିସ୍‌କୁ ଗ୍ରହଣ କରି ଆଜି ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କର ପାଠକ ବାପପୁଅଙ୍କ ସହ ଦୁର୍ନୀତିରେ ସଂପୃକ୍ତି ମିଳିବା ପରେ ଅଡୁଆରେ ଫସିଛନ୍ତି ଗୋପାଳପୁର ବିଧାୟକ ।

ଦୁର୍ନିତିଗ୍ରସ୍ତ ଓ ଜନ ପ୍ରତିନିଧି ହୋଇ ସୁଦ୍ଧା କ୍ଷମତାର ଅପବ୍ୟବହାର କରି ଜନତାଙ୍କୁ ଶୋଷଣ କରୁଥିବା ଜନନେତାଙ୍କୁ ରୋକିବା ପାଇଁ ଗଠିତ ହୋଇଥିଲା ଲୋକାୟୁକ୍ତ । ଲୋକାୟୁକ୍ତ ଗଠନ କ୍ଷେତ୍ରରେ ଓଡିଶା ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ଶାସକ ଦଳର ଦୁର୍ନିତି ଗ୍ରସ୍ତ ବିଧାୟକଙ୍କୁ ଦଳରୁ ବହିଷ୍କାର କରି ତାଙ୍କ ଦୁର୍ନିତି ସଂକ୍ରାନ୍ତିୟ ମାମଲାର ତଦନ୍ତ ଲୋକାୟୁକ୍ତଙ୍କୁ ଦେବାରେ ମଧ୍ୟ ଓଡିଶା ଉଦାହରଣ ସୃଷ୍ଟି କରିଛି ।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା ପ୍ରଥମ ମାମଲା ଭାବେ ତଦନ୍ତ କରିବେ ଲୋକାୟୁକ୍ତ । ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୩ଜଣ ସଦସ୍ୟଙ୍କୁ ନେଇ ଗଠିତ ଲୋକାୟୁକ୍ତ । ସାମ୍ବିଧାନିକ ନିରପେକ୍ଷ ସଂସ୍ଥା ଲୋକାୟୁକ୍ତ ଏହି ମାମଲାରେ ପୂର୍ବରୁ ଚାଲିଥିବା ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ରିପୋର୍ଟ ତଲବ କରି ଅନୁଧ୍ୟାନ କରିବେ । ଦୁର୍ନିତି ବିରୋଧରେ ରାଜ୍ୟ ସରକାରଙ୍କ ଏଭଳି କଡା ଆଭିମୁଖ୍ୟକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି ।