spot_img
Home Blog Page 6272

ନୂତନ ସଂସଦ ଭବନ ନିର୍ମାଣ ପରେ ୯୨ ବର୍ଷ ପୁରୁଣା ସଂସଦ ଭବନର କ’ଣ ହେବ ?

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି । ୨୦୨୨ ସୁଦ୍ଧା ନୂତନ ସଂସଦ ଭବନ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ସଂସଦ ଭବନ ଭବିଷ୍ୟତର ଆବଶ୍ୟକତା, ଅଧିକ ସାଂସଦଙ୍କ ସଂଖ୍ୟା ଆଧାରରେ ନିର୍ମାଣ କରାଯାଉଛି। ତେବେ ନୂଆ ସଂସଦ ଭବନ ନିର୍ମାଣ ହେବାପରେ ପୁରୁଣା ତଥା ବର୍ତ୍ତମାନର ସଂସଦ ଭବନ କ’ଣ ହେବ ଏବଂ ତାହା କେଉଁ କାମରେ ଲାଗିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି ।

ସରକାରଙ୍କ ଯୋଜନା ମୁତାବକ ପୁରୁଣା ସଂସଦ ଭବନକୁ ବିଭିନ୍ନ ସମୟରେ ସଂସଦୀୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବ। ଏହା ବ୍ୟତୀତ କିଛି ଅଂଶକୁ ଏକ ମ୍ୟୁଜିୟମ ଭାବେ ମଧ୍ୟ ବ୍ୟବହାର କରାଯିବ। ବର୍ତ୍ତମାନର ସଂସଦ ଭବନରେ ୫୬୦ ଫୁଟର ଡାୟାମିଟର ରହିଛି, ଯାହାକି ବଡ଼ କାର୍ଯ୍ୟକ୍ରମ ଆୟୋଜନ ପାଇଁ କ୍ଷମତା ରଖୁଛି ।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି ଯେ ପୁରୁଣା ସଂସଦ ଏବେ ୯୨ ବର୍ଷ ପୁରୁଣା ହୋଇଯାଇଛି ଏବଂ ଏହି ସଂସଦ ଭବନ ଦେଶର ସ୍ୱାଧୀନତା ଏବଂ ସମ୍ବିଧାନ ରଚନା ସମେତ ବିଭିନ୍ନ ଐତିହାସିକ ଘଟଣାର ସାକ୍ଷୀ ରହିଛି । ବର୍ତ୍ତମାନର ସଂସଦ ଭବନର ଶିଳାନ୍ୟାସ ୧୨ ଫେବ୍ରୁଆରି ୧୯୨୧ରେ କରାଯାଇଥିଲା ଏବଂ ୬ ବର୍ଷରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହା ତିଆରି ହୋଇଥିଲା। ଏହାର ଉଦ୍‌ଘାଟନ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଇରୱିନ୍‌ଙ୍କ ଦ୍ୱାରା ୧୮ ଜାନୁଆରି ୧୯୨୭ରେ ହୋଇଥିଲା।

ବିଶ୍ୱରେ ସବୁଠାରୁ ପୁରୁଣା ସଂସଦ ଭବନ ନେଦରଲ୍ୟାଣ୍ଡ୍‌ରେ ରହିଛି । ହେଗ୍‌ ସହରରେ ଥିବା ଏହି ସଂସଦ ଭବନର ନିର୍ମାଣ ତ୍ରୟୋଦଶ ଶତାବ୍ଦୀରେ ହୋଇଥିଲା। ଇଟାଲିର ସଂସଦ ଭବନ ୧୫୦୫ରେ ନିର୍ମାଣ ହୋଇଥିବା ବେଳେ ଫ୍ରାନ୍ସର ସଂସଦ ଭବନ ୧୬୧୫ରୁ ୧୬୪୫ ମଧ୍ୟରେ ନିର୍ମାଣ ହୋଇଥିଲା। ଆମେରିକାର ସଂସଦ ଭବନ ହେଉଛି ୨୦୦ ବର୍ଷ ପୁରୁଣା।

ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ୱାର୍ଲଡ କପ୍, ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି

ରାଉରକେଲା: ରାଉରକେଲା ସହରରେ ଆୟୋଜିତ ହେବ ୨୦୨୩ ହକି ୱାର୍ଲଡ କପ । ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାଉରକେଲା ଗସ୍ତରେ ଯିବେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁସାରକାନ୍ତି ବେହେରା ଓ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ୍ । ହକି ୱାର୍ଲକପ୍ ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକ ଯୋଗଦେବ ।

ବୈଠକ ପରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ସ୍ଥିତି ପରକ୍ଷିବେ ମନ୍ତ୍ରୀ ଓ ସଚିବ । ସେପଟେ ଗତକାଲିଠୁ ରାଉରକେଲାରେ ପହଞ୍ଚିଛନ୍ତି ଆନ୍ତର୍ଜାତିୟ ହକି ଫେଡେରେସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା ଓ ହକି ଇଣ୍ଡିଆ ଟିମ ସଦସ୍ୟ । ଗତକାଲି ମଧ୍ୟ ହକି ୱାର୍ଲକପ୍ ପ୍ରସ୍ତୁତି ନେଇ ବସିଥିଲା ସମୀକ୍ଷା ବୈଠକ ।

ଏଥିରେ ରାଜ୍ୟ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ ଓ ଇଡକୋ ସିଏମଡି ସଞ୍ଜୟ କୁମାର ସିଂ ଆୟୋଜନର ତଦାରଖ କରିଥିଲେ । ପ୍ରାକ ପ୍ରସ୍ତୁତି ନେଇ ସୁନ୍ଦରଗଡ଼ ଜିଲାପାଳ, ରାଉରକେଲା ମହାନଗର ନିଗମ କମିଶନର ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ବିଶାଳ ଦେବ ।

ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ

ଆଜିର ପଞ୍ଚାଙ୍ଗ:
୧୧/୧୨/୨୦୨୦ ଶୁକ୍ରବାର, ବିଛା ୨୬ଦିନ, ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ମାର୍ଗଶିର କୃଷ୍ଣ ୧୧ଶୀ ଦିବା ୧୦ଟା ୦୪ମି ଗତେ ୧୨ଶୀ
– ତୁଳା ଅହୋରାତ୍ର
– ଚିତ୍ରା ଦିବା ୮ଟା ୪୭ ଗତେ ସ୍ବାତୀ ନକ୍ଷତ୍ର
– ଘାତ ଚନ୍ଦ୍ର – ନାସ୍ତି
– ଘାତ ବାର – ବିଛା ଧନୁ ଓ ମୀନ ରାଶିର
– ଯୋଗିନି – ଆଗ୍ନୟେ ଦିବା ୧୦ଟା ୦୪ମି ଗତେ ନୈଋତେ
– ପୁଷ୍କର ଦୋଷ – ଦିବା ୧୦ଟା ୦୪ମି ଗତେ ୧ପାଦ
– ନିଷିଦ୍ଧ ଖାଦ୍ୟ – ଶିମ୍ଵ, ପୋଇ, ଆମିଷ, ମସୁରଡାଲି
– ଶୁଭ ସମୟ –
ପ୍ରାତଃ ୦୭:୪୧ ରୁ ୦୮:୫୭
ଦିବା ୧୨:୦୧ ରୁ ୦୨:୫୪
ଦିବା ୦୩:୩୮ ରୁ ୦୫:୦୪
ସଂଧ୍ୟା ୦୫:୫୭ ରୁ ୦୮:୨୨
– ଅଶୁଭ ସମୟ –
ଦିବା ୦୮:୫୭ ରୁ ୧୧:୪୦
ରାତ୍ର ୦୮:୨୨ ରୁ ୧୦:୦୧

୧୧.୧୨.୨୦୨୦
ଶୁକ୍ରବାର-

ମେଷ –
ଅଶ୍ବିନୀ ନକ୍ଷତ୍ର – ଆଜି ଭବିଷ୍ୟତର ଚିନ୍ତା ମନକୁ ଦୁବଳ କରିଦେବ, ଲୁଣ ଖାଇବେ ନାହିଁ ଏବଂ ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ॥

ଦ୍ବିଜା ନକ୍ଷତ୍ର – ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ଦ୍ବୀପ ଦିଅନ୍ତୁ॥

କୃତ୍ତିକା ନକ୍ଷତ୍ର — ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଷ ପରିସ୍ଥିତି ରହିବ, ଘୃତଦ୍ବୀପ ନିଜ ପ୍ରିୟ ଠାକୁରଙ୍କୁ ଦେଇ ମନକଥା ଜଣାନ୍ତୁ

– ଶୁଭ ରଙ୍ଗ – ନୀଳ,- ଆଜି କମଳା ବର୍ଣ୍ଣର ବସ୍ତ୍ର ପରିଧାନ କରି ଓଁ ହଂ ହନୁମତେ ନମଃ ୧୦୮ ଜପ କରନ୍ତୁ ରିଷ୍ଟ କଟିବ॥

ବୃଷ –
କୃତ୍ତିକା ନକ୍ଷତ୍ର – ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ॥

ରୋହିଣି ନକ୍ଷତ୍ର – ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ ॥

ମୃଗଶିରା ନକ୍ଷତ୍ର – ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ, ଦେବୀ ଲକ୍ଷ୍ମୀଙ୍କୁ ଦର୍ଶନ କରନ୍ତୁ॥

– ଶୁଭ ରଙ୍ଗ – ଇଷତ୍ ହଳଦିଆ
– ଯେତିକି ଖାଦ୍ୟ ଖାଇବେ କିଛି କିଛି ଜିବଜନ୍ତୁଙ୍କୁ ଖାଇବାକୁ ଦେବ॥

ମିଥିନ –
ମୃଗଶିରା ନକ୍ଷତ୍ର – ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ ॥

ଆଦ୍ରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ ॥

ପୂନର୍ବସୁ ନକ୍ଷତ୍ର – ଆଜି ମନମୁତାବକ ଫଳ ପାଇବେ ଓ ପରିବାର ଗହଣରେ ଆନନ୍ଦରେ ସମୟ କଟିବ ॥

– ଶୁଭ ରଙ୍ଗ – ଲାଲ
– ହଳଦି ଚନ୍ଦନ ମିଶାଇ ମଥାରେ ଟିକା ଲାଗାନ୍ତୁ॥

କର୍କଟ –
ପୂନର୍ବସୁ ନକ୍ଷତ୍ର – ପରିବାରରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ, ସକାଳୁ ଜଳରେ ଲୁଣ ମିଶାଇ ସ୍ନାନ କରନ୍ତୁ॥

ପୂଷ୍ୟା ନକ୍ଷତ୍ର – ଭବିଷ୍ୟତ ନିମନ୍ତେ ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନାର ଖବର ଆସିବ॥

ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ॥

– ଶୁଭ ରଙ୍ଗ – ସବୁଜ
– ଗୃହର ନୈଋତ ଦିଗରେ ଦେବୀ ଛିନ୍ନମସ୍ତାଙ୍କ ନାମରେ ଘିଅସଂଧ୍ୟା ଦିଅନ୍ତୁ କଲ୍ୟାଣ ହେବ॥

ସିଂହ –
ମଘା ନକ୍ଷତ୍ର – ମଥାରେ ଲାଲ ଚନ୍ଦନ ଲଗାନ୍ତୁ ଏବଂ ତମ୍ବାପାତ୍ରରେ ଜଳ ପିଅନ୍ତୁ ମନୋବାଞ୍ଛିତ ପରିବେଷ ମିଳିବ॥

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ବୁଲାବୁଲି କରିବାର ସୁଯୋଗ ମିଳିବ, ହସଖୁସିରେ ଦିନ କଟିବ, ସୁଜି ଓ ଚିନି କୌଣସି ଅସହାୟ ପରିବାରକୁ ଦିଅନ୍ତୁ କଲ୍ୟାଣ ହେବ ॥

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି କୌଣସି ସମସ୍ୟାରୁ ମୁକ୍ତି ପାଇବେ, ଚେଷ୍ଟା କରୁଥିବା କାଯ୍ୟ ଗୁଡିକ ପୁରଣ ହେବ ॥

– ଶୁଭରଙ୍ଗ – ଧଳା
– ଆଜି ସକାଳୁ ଧଳାବସ୍ତ୍ର ପରିଧାନ କରି ଦେବୀଲକ୍ଷ୍ମୀ ଙ୍କର ପୁଜାର୍ଚ୍ଚନା କରନ୍ତୁ କଲ୍ୟାଣ ହେବ ॥

କନ୍ୟା –
ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ॥

ହସ୍ତା ନକ୍ଷତ୍ର – ଅଚାନକ ଖୁସିଖବର ମିଳିବ, ନୂତନ କର୍ମସଂସ୍ଥାନର ସୁଯୋଗ ଷୃଷ୍ଟି ହେବ॥

ଚିତ୍ରା ନକ୍ଷତ୍ର – ମନ ଦୁର୍ବଳ ହୋଇ ସ୍ବାସ୍ଥ୍ୟ ବିଗିଡିବ, ସତର୍କ ରହିଥିବେ ଏବଂ ମହାମୃତ୍ୟାଞ୍ଜୟ ଜପ କରନ୍ତୁ ॥

– ଶୁଭ ରଙ୍ଗ – ସବୁଜ
– ସବୁଜ ପରିବା ଏବଂ ଶାଗ ବୃଷଭକୁ ନିଜ ହାତରେ ଖୁଆନ୍ତୁ॥

ତୁଳା –
ଚିତ୍ରା ନକ୍ଷତ୍ର -କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ସକାଳୁ ନିଜ ଅଞ୍ଚଳର ଅନାଥ ବୁଲା ଜିବଜନ୍ତୁଙ୍କ ନିମନ୍ତେ ଖାଦ୍ୟର ବ୍ୟବସ୍ଥା କରନ୍ତୁ କଲ୍ୟାଣ ହେବ॥

ସ୍ବାତୀ ନକ୍ଷତ୍ର – କୌଣସି ଚେଷ୍ଟା କରୁଥିବା ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ ॥

ବିଶାଖା ନକ୍ଷତ୍ର –
– ମହିଳା ମାନଙ୍କର ମନର ଆଶା ପୁରଣ ହେବ, ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭ ଖବର ମିଳିବ॥

– ଶୁଭ ରଙ୍ଗ – ପାଉଁସିଆ
– ଗୋବର ପାଣି ଘରର ମୁଖ୍ୟଦ୍ବାରରେ ଛିଞ୍ଚନ୍ତୁ ଏବଂ କାଉକୁ ଖାଇବାକୁ ଦିଅନ୍ତୁ॥

ବିଛା –
ବିଶାଖା ନକ୍ଷତ୍ର – ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ, ଆଜି କନକଧାରା ସ୍ତ୍ରୋତ୍ର କିମ୍ବା ଦୁର୍ଗାଙ୍କର ସ୍ତୁତି ଶୁଣନ୍ତୁ କଲ୍ୟାଣ ହେବ ॥

ଅନୁରାଧା ନକ୍ଷତ୍ର – ଚାକିରିରେ ଶୁଭତ୍ବ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ ॥

ଜ୍ୟେଷ୍ଠା ନକ୍ଷତ୍ର -ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ଚିନ୍ତିତ ରହିବେ, ଭଗବାନ ଗଣେଷଙ୍କୁ ରାଶିଲଡୁ ୭ଟି ଓ ଦୁବକେରା ୭ଟି ଦେଇ ପୁଜାଚ୍ଚନା କରନ୍ତୁ ॥

– ଶୁଭ ରଙ୍ଗ – ଧଳା
– କାଉ ଓ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ॥

ଧନୁ ରାଶି –
ମୂଳା ନକ୍ଷତ୍ର -ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ ॥

ପୂର୍ବଷାଢା ନକ୍ଷତ୍ର -ଆଜି ଘରୁ ବାହାରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ ॥

ଉତ୍ତରାଷାଢା ନକ୍ଷତ୍ର -ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ॥

– ଶୁଭ ରଙ୍ଗ – ଧଳା
– ସ୍ନାନପରେ ଠାକୁର ଗୃହରେ ଘିଅଦ୍ବିପ ଲଗାଇ ଗଣେଷଙ୍କର ଚାଳିଷା ପାଠ କରନ୍ତୁ ॥

ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଧୋକା ମିଳିବ, ଚେଷ୍ଟା କରୁଥିବା କାର୍ଯ୍ୟ ବିଗିଡି ଯିବ, ଲୁହାର କଣ୍ଟାଟିଏ ହନୁମାନ ମନ୍ଦିରରେ ପୁଜାକରି ପାଖରେ ରଖନ୍ତୁ॥

ଶ୍ରବଣା ନକ୍ଷତ୍ର – ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, କୌଣସି ବୃଦ୍ଧାଙ୍କୁ ମିଠା ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ॥

ଧନିଷ୍ଠା ନକ୍ଷତ୍ର -ଅନୁକୁଳ ସମୟ ରହିବ ଏବଂ ବାସନା ଅତର (ପଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ମିଳିବ॥

– ଶୁଭ ରଙ୍ଗ – ସବୁଜ
– ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ, ଗୁରୁଜନଙ୍କର ଆଶିବାଦ ନିଅନ୍ତୁ ॥

କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ ॥

ଶତଭିଷା ନକ୍ଷତ୍ର -ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ॥

ପୂର୍ବଭାଦ୍ର ନକ୍ଷତ୍ର -ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ॥

– ଶୁଭ ରଙ୍ଗ – କଳା
-ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରିବେ॥

ମୀନ ରାଶି –
ପୂୃର୍ବଭାଦ୍ର ନକ୍ଷତ୍ର -ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ ॥

ଉତ୍ତରଭାଦ୍ର ନକ୍ଷତ୍ର -କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ ॥

ରେବତୀ ନକ୍ଷତ୍ର -ପରିବାରରେ ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ॥

– ଶୁଭ ରଙ୍ଗ – ସବୁଜ
– ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ॥

ଗର୍ଗ ଜ୍ୟୋତିଷ –
ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ 

ଭଦ୍ରକରେ ୭୨ତମ ବିଶ୍ୱ ମାନବାଧିକାର ଦିବସ ପାଳିତ

ଭଦ୍ରକ: ରାଷ୍ଟ୍ରୀୟ ମାନବାଧିକାର ପରିଷଦ ଭଦ୍ରକ ଶାଖା ପକ୍ଷରୁ ୭୨ତମ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ସଭାପତି କ୍ଷୀତିଶ ସାମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଂଜୀବ ମାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

World Human Rights Day Observed In Bhadrak

ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ତାପସୀ ପ୍ରହରାଜ, ମୋନାଲିସା ଗନ୍ତାୟତ ପ୍ରମୁଖ ଯୋଗ ଦେଇ ମାନବିକ ଅଧିକାର ଓ ମୂଲ୍ୟବୋଧ ସଂପର୍କରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ଆଲୋଚନାର ବିଷୟ ବସ୍ତୁ ଥିଲା ଗଣମାଧ୍ୟମ ବିନା ମାନବଧିକାରର ସୁରକ୍ଷା ଅସମ୍ଭବ ।

ଆହୁରି ୩ ଦିନ ଲାଗି ରହିବ ଘନ କୁହୁଡ଼ି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପାଗ ଶୁଖିଲା ରହୁଥିବା ବେଳେ ଭୋରରୁ ପଡ଼ୁଛି ଘନ କୁହୁଡ଼ି । ଏଭଳି ଘନ କୁହୁଡ଼ି ଆସନ୍ତା ୩ ଦିନ ଯାଏଁ ଲାଗି ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ୧୧ ତାରିଖରେ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ପାହାନ୍ତିଆ ପ୍ରହରରେ ଘନ କୁହୁଡ଼ି ଲାଗି ରହିବ ।

SRC Issues Dense Fog Alert To Some District Of Odisha

୧୨ ତାରିଖରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବା ବେଳେ ୧୩ ତାରିଖରେ କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କନ୍ଧମାଳ ଜିଲ୍ଲା ପାଇଁ ରହିଛି ଘନ କୁହୁଡ଼ି ସତର୍କତା । ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ଲାଗି SRC କହିଛନ୍ତି ।

ହିନ୍ଦୁ ଝିଅଙ୍କୁ ବିକ୍ରି କରୁଛି ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ସମସ୍ତେ ଅଳ୍ପବହୁତେ ଶୁଣିଥିବେ। ଯେଉଁଠାରେ ସଂଖ୍ୟାଲଘୁ ସମାଜରୁ ଆସୁଥିବା ଝିଅମାନଙ୍କୁ ଅନେକ ସମୟରେ ଅପହରଣ ସହ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରାଯାଇଥାଏ ।

ଏବେ ଖବର ଆସୁଛି ଯେ ଚାଇନାରେ ହିନ୍ଦୁ ଝିଅ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ ଦାସୀ ଭାବରେ ବିକ୍ରୟ କରାଯାଉଛି । କେବଳ ଚୀନ ନୁହେଁ ଏହି ରାକେଟରେ ପାକିସ୍ତାନ ସରକାର, ସେନା ଏବଂ ଗୁପ୍ତଚର ଏଜେନ୍ସି ଆଇଏସଆଇ ମଧ୍ୟ ଜଡିତ ରହିଛି।

ଆମେରିକାର ପ୍ରଶାସନର ଧାର୍ମିକ ସ୍ୱାଧୀନତା ବିଭାଗର ବରିଷ୍ଠ ଅଧିକାରୀ ସାମୁଏଲ ବ୍ରାଉନବ୍ୟାକ୍ ତାଙ୍କର ଏକ ନୂଆ ରିପୋର୍ଟରେ ଏନେଇ ଖୁଲାସା କରିଛନ୍ତି ।

ଆମେରିକୀୟ କୂଟନୀତିଜ୍ଞଙ୍କ ଅନୁଯାୟୀ ପାକିସ୍ତାନ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ ଚୀନ୍‌ରେ ଦାସୀ ଭାବେ କହି ମାର୍କେଟିଂ କରିଥାଏ । ଚୀନ୍ ନାଗରିକମାନେ ମହିଳା ମାନଙ୍କୁ କିଣିବା ପାଇଁ ପାକିସ୍ତାନକୁ ଆସଥାନ୍ତି ଆାଉ ସେମାନଙ୍କୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ ବିକ୍ରି କରାଯାଇଥାଏ ବୋଲି ସାମୁଏଲ୍ ତାଙ୍କ ରିପୋର୍ଟରେ ଖୁଲାସା କରିଛନ୍ତି ।

ଆହୁରି ମଧ୍ୟ ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ ଚୀନ୍ ଏବଂ ପାକିସ୍ଥାନ ସମେତ ମୋଟ ୧୦ଟି ଦେଶ ଉପରେ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆମେରିକାର ବୖେଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନ ସହ ୧୦ ଦେଶକୁ ଏବେ ଆମେରିକା ଏକ ସ୍ପେଶାଲ୍ ଓ୍ୱାଚ୍ ଲିଷ୍ଟରେ ସ୍ଥାନିତ କରିଛି।ଆମେରିକା ପକ୍ଷରୁ କୁହାଯାଇଛି ଯେ ଏହି ସବୁ ଦେଶ ନିଜ ଦେଶରେ ଧାର୍ମିକ ଅତ୍ୟାଚାର ବନ୍ଦ କରିବାରେ ବିଫଳ ହୋଇଛନ୍ତି।

ଏହା ଦେଶଗୁଡିକ ମଧ୍ୟରେ ମିଆଁମାର, ଚୀନ୍, ଇରାନ, ନାଇଜେରିଆ, ପାକିସ୍ତାନ, ସାଉଦି ଆରବ, ତାଜାକିସ୍ତାନ, ତୁର୍କମେନିସ୍ତାନ, ଇରେଟେରିଆ ଏବଂ ଉତ୍ତର କୋରିଆ ଅନ୍ତର୍ଭୁକ୍ତ। ଏହି ଦେଶ ବ୍ୟତୀତ କୋମୋରସ୍, କ୍ୟୁବା, ନିକାରାଗୁଆ ଏବଂ ଋଷକୁ ମଧ୍ୟ ଏକ ଭିନ୍ନ ଲିଷ୍ଟରେ ରଖାଯାଇଛି, ଯେଉଁଥିରେ ଧାର୍ମିକ ସ୍ୱାଧୀନତାକୁ ଦମନ କରିଥିବା ଅଭିଯୋଗ ହୋଇଛି।

ଜେଲରୁ ଗ୍ୟାଙ୍ଗ ଚଳାଉଛନ୍ତି ଡି-ବ୍ରଦର୍ସ ! ଘରୁ ଜବତ ହେଲା ବନ୍ଧୁକ ଓ ଗୁଳିଗୋଳା

କଟକ: ଜେଲରେ ସଜ୍ଜା କାଟୁଛନ୍ତି ଡି-ବ୍ରଦର୍ସ । ହେଲେ ରେଡ୍ ପରେ ଘରୁ ମିଳିଛି ଏକାଧିକ ବନ୍ଧୁକ ସହ ଗୁଳିଗୋଳା । କଟକର ସିଡିଏ ସେକ୍ଟର-୬ ସ୍ଥିତ ଘର ସହ ୧୦ରୁ ଅଧିକ ସ୍ଥାନରେ କମିଶନରେଟ୍ ପୋଲିସ୍ ରେଡ୍ କରିଥିଲା । କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ହୋଇଥିବା ରେଡରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ୭ଟି ବନ୍ଧୁକ ସହ ୫୦୦ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।

Commissionerate Police Raid On D-Brothers Residence, Ammunitions Seized

ଘରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିବା ନେଇ କମିଶନରେଟ୍ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଡି-ବ୍ରଦର୍ସଙ୍କ ଘରେ ରେଡ୍ କରିଥିଲା । କମିଶନରେଟ ପୋଲିସର ୫ଟି ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିବା ବେଳେ ରେଡର ନେତୃତ୍ୱ ନେଇଥିଲେ କଟକ ଡିସିପି ପ୍ରତୀକ ସିଂ । ଦିପୁ ହତ୍ୟା ମାମଲା, ବାଲିଘାଟରୁ ଦାଦାବଟି ଆଦାୟ ଭଳି ବିଭନ୍ନ ମାମଲାରେ ୨୦୧୫ରୁ ସଜା କାଟୁଛନ୍ତି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ।

Commissionerate Police Raid On D-Brothers Residence, Ammunitions Seized

ଦୁହେଁ ଜେଲରେ ଥିବାବେଳେ ଘରୁ ରେଡ୍ ବେଳେ ଏତେ ସଂଖ୍ୟକ ବନ୍ଧୁକ ଓ ଗୁଳି ଜବତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡି-ବ୍ରଦର୍ସ ଜେଲରୁ ଗ୍ୟାଙ୍ଗ ଅପରେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି । ଗତ ନଭେମ୍ବର ୧୦ ତାରିଖରେ ଡି-ବ୍ରଦର୍ସ ଲିଙ୍କରେ ସିଏମସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା ।

ଏଥିସହ ପଢ଼ନ୍ତୁ- ତିନି ବର୍ଷରେ ତୃତୀୟ ଥର ପାଇଁ ଗିରଫ ହେଲେ ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ

ମଞ୍ଚରେ ଦେଉଥିଲେ ଦୁର୍ନୀତି ବିରୋଧି ଭାଷଣ; ଘଣ୍ଟାଏ ପରେ ଲାଞ୍ଚ ନେଇ ନିଜେ ଗିରଫ

0

ଜୟପୁର: ଜୟପୁରରେ ଭେରୁଲାଲ୍ ନାମକ ଜଣେ ଆଡିସନାଲ୍ ଏସପି ଦୁର୍ନୀତି ବିରୋଧି ଭାଷଣ ଦେଉଥିଲେ । ଏପରିକି ଯଦି କେଉଁଠି ଦୁର୍ନୀତି ହେଉଥାଏ ତାହେଲେ ୧୦୬୪ କଲ୍ କରି ଦୁର୍ନୀତିକୁ ବନ୍ଦ କରିବା ପାଇଁ ସହଯୋଗ କରନ୍ତୁ ବୋଲି ସେ କହିଥିଲେ ।

ହେଲେ ଏହାର ମାତ୍ର ଏକ ଘଣ୍ଟା ପରେ ଲାଞ୍ଚ ନେଇ ନିଜେ ଆଡିସନାଲ୍ ଏସପି ଗିରଫ ହୋଇଛନ୍ତି ।

ସୂଚନା ମୁତାବକ ‘ଆଣ୍ଟି କରପସନ୍ ଡେ’ରେ ଜୟପୁର ଏସିବିର ଟିମ୍ ସବାଇ ମାଧୋପୁରର ଆଡିସନାଲ୍ ଏସପି ଭେରୁଲାଲଙ୍କୁ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି ।

ଡିଜି ବିଏଲ୍ ସୋନୀ ଓ ଏଡିଜି ଦିନେଶ ଏମଏମଙ୍କ ନିର୍ଦ୍ଦେଶନାରେ ଜୟପୁର ଏସିବିର ଟିମ୍ ଏଏସପି ପୁଷ୍ପେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଏହି ଚଢାଉ କରିଛନ୍ତି ।

ଏସିବିର ସୂଚନା ଅନୁଯାୟୀ ସବାଇ ମାଧୋପୁର ଏସିବିର ଆଡିସନାଲ୍ ଏସପି ଭେରୁଲାଲଙ୍କ ଦ୍ୱାରା ସବାଇ ମାଧୋପୁର ଡିଟିଓ ମହେଶ ଚନ୍ଦଙ୍କ ଠାରୁ  ମାସିକ ୮୦ ହଜାର ଟଙ୍କା ଲାଞ୍ଚ ନିଆଯାଉଥିଲା । ଯେଉଁଥିରେ ସେ ଚିନ୍ତାଗ୍ରସ୍ତ ହୋଇ ଏସିବି ମୁଖ୍ୟାଳୟରେ ଅଭିଯୋଗ କରିଥିଲେ ।

ଡିଟିଓଙ୍କ ଅଭିଯୋଗକୁ ଆଧାର କରି ଲାଞ୍ଚ ନେବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ଏହାବ୍ୟତୀତ ତାଙ୍କ କେ ବଙ୍ଗଳାରେ ମଧ୍ୟ ଚଢାଉ କରାଯାଇଛି ।

ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ

ଭୁବନେଶ୍ୱର: ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ମତ ଦିଆ ଯାଉଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ମନ୍ତବ୍ୟ ନଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ୍ କରିଛନ୍ତି । କୋଭିଡ୍ ସ୍ଥିତିକୁ ଆକଳନ କରିବା ପରେ ଯାହା ଠିକ୍ ସରକାର ଉପଯୁକ୍ତ ପଦକ୍ଷେପ ନେବେ । ତେଣୁ ଏଭଳି ବୟାନବାଜିରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ମୁକାବିଲାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି- ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇ ପାରିଛି । ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । କୋଭିଡ୍ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Naveen Unsatisfied With Different Department Reaction On School And College Reopen

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ୱାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ- ରାଜ୍ୟ ସରକାର ଜୀବିକା ସୃଷ୍ଟି ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି । ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ MSME ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି କହିଥିଲେ । ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସମ୍ପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍‌ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ପ୍ରକାଶ କରି ଏ ସମୟରେ ସମସ୍ତ ପ୍ରକାର କୋଭିଡ୍ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । କୋଭିଡ୍ ନିୟମାବଳୀ ଓ ଟୀକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପଯୁକ୍ତ ସୂଚନା ଅଭିଯାନ ମଧ୍ୟ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଲେ ଯେ- ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ଦ୍ରୁତ ଉନ୍ନତି ଜାରି ରହିଛି । ଟୀକାକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି କାର୍ଯ୍ୟକାରୀ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ- କୋଭିଡ୍ ମୁକାବିଲାରେ ରାଜ୍ୟର ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହାକୁ ସାରା ଦେଶରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ । ସେହିପରି ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି ବୋଲି ସେ କହିଥିଲେ ।

Naveen Unsatisfied With Different Department Reaction On School And College Reopen

ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ଼ ଓ କୋରାପୁଟରେ ସେରୋ ସର୍ଭେ କରାଯିବ । ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ କରାଯିବ ସେରୋ ସର୍ଭେ । ଟୀକାକରଣର ମଡ୍ୟୁଲ୍ ଅନୁଯାୟୀ ସମସ୍ତ ପ୍ରସ୍ତୁତି କରାଯାଉଛି । ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ । କୋଲ୍ଡ ଚେନ୍, ସିରିଞ୍ଜ ଏବଂ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନର କୋଭିଡ୍ ମୁକାବିଲା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଅନୁଷ୍କା ସେଟ୍ଟିଙ୍କ ଭିଡିଓ

ହାଇଦ୍ରାବାଦ: ସାଉଥ୍ ସିନେ ଦୁନିଆାର ଲୋକପ୍ରିୟ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ନିକଟରେ ଅନୁଷ୍କା ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । କରୋନା ସମୟ ମଧ୍ୟରେ ତାଙ୍କୁ ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ଦେଖାଯାଇଛି । ତେବେ ସେ ପୋଲାଭରମର ଓ୍ୱେଷ୍ଟ ଗୋଦାବରୀ ସ୍ଥିତ ବୀରଭଦ୍ର ସ୍ୱାମୀଙ୍କ ପୂଜା କରିବାକୁ ଯାଇଥିବା ଚର୍ଚ୍ଚା ହେଉଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଅନୁଷ୍କା ମୁହଁରେ ରୁମାଲ୍ ବାନ୍ଧିଥିବା ନଜର ଆସିଛନ୍ତି । ଏପରିକି ସେ ସାଙ୍ଗମାନଙ୍କ ମେଳିରେ ଫଟୋ ମଧ୍ୟ ଉଠାଉଥିବା ଦେଖାଯାଉଛି।