spot_img
Home Blog Page 6273

ଦୁର୍ନୀତି, ଜାଲିଆତି ପରେ ଚର୍ଚ୍ଚାରେ ଘରୋଇ ସହାୟିକାଙ୍କ ମୃତ୍ୟୁ ରହସ୍ୟ

ସୁବର୍ଣ୍ଣପୁର: ଖୋଲୁଛି ପାଠକ ପରିବାରର କଳା ଚିଠା । ଦୁର୍ନୀତି, ଜାଲିଆତି ପରେ ଏବେ ଚର୍ଚ୍ଚାକୁ ଆସିଛି ଘରୋଇ ସହାୟିକାଙ୍କ ମୃତ୍ୟୁ ରହସ୍ୟ । ସୋନପୁରରୁ ୨ ନାବାଳିକାଙ୍କୁ ନେଇ ଝିଅ, ଜ୍ୱାଇଁଙ୍କ ଘରେ କାମ କରାଉଥିଲେ ପାଠକ ପରିବାର । ଦୁଇ ନାବାଳିକା ଘରକୁ ଫେରୁଥିବା ବେଳେ ଜଣେ ଅସ୍ୱାଭାବିକ ଭାବେ ପ୍ରାଣ ହରାଇଥିଲେ । ତେବେ ମୃତ୍ୟୁ ପଛରେ କାରଣ କଣ ? ନାବାଳିକାଙ୍କ ପରିବାରକୁ କେବେ ମିଳିବ ନ୍ୟାୟ ? ଏହି ଘଟଣାର ତଦନ୍ତ ପାଇଁ ଦାବି ହେଉଛି ।

Pathak Son In Law Maid Unnatural Death

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କାଦୋଦର ଗାଁର ଜଣେ ନାବାଳିକାଙ୍କୁ ପାଠକ ପରିବାର କାମ କରାଇବାକୁ ଭୁବନେଶ୍ୱର ନେଇଥିଲେ । କିଛି ଦିନ ଘରେ କାମ କରାଇବା ପରେ ତାଙ୍କୁ ବିହାରର ପାଟଣାରେ ରହୁଥିବା ଝିଅ, ଜ୍ୱାଇଁଙ୍କ ଘରକୁ ପଠାଇଥିଲେ ପାଠକ । ସେଠାରେ ପୂର୍ବରୁ ବୀରମହାରାଜପୁର ଲୁମୁରଜୁନା ଗାଁର ଅନ୍ୟ ଜଣେ ଯୁବତୀ କାମ କରୁଥିଲେ । ଉଭୟ ଗତ ନଭେମ୍ବର ୪ ତାରିଖରେ ପାଟଣାରୁ ଟ୍ରେନ୍‌ରେ ଘରକୁ ଫେରୁଥିଲେ । ତେବେ କଟକ ବାରଙ୍ଗ ଷ୍ଟେସନରେ ଲୁମରଜୁନା ଗାଁର ଯୁବତୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ସେପଟେ କାଦୋଦର ଗାଁର ନାବାଳିକାଙ୍କୁ ପାଠକ ପରିବାର ଠିକରେ ପାରିଶ୍ରମିକ ଦେଇନଥିବା ଅଭିଯୋଗ ହୋଇଛି ।

Pathak Son In Law Maid Unnatural Death

ଦୁର୍ନୀତି ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ଅଭୟକାନ୍ତ ପାଠକ । ଏବେ ସନ୍ଦେହ ପାରା ବଢାଇଛି ଘରୋଇ ସହାୟିକାଙ୍କ  ରହସ୍ୟଜନକ ମୃତ୍ୟୁ । କେମିତି ପ୍ରାଣ ହରାଇଲେ ନାବାଳିକା ? ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତେବେ ତରବରିଆ ଭାବେ ବନ ବିଭାଗ ଗାଡ଼ିରେ ପରିବାର ଲୋକଙ୍କୁ ଡାକି ଆର୍ଥିକ ପ୍ରଲୋଭନ ଦେଖାଇ ଘଟଣାକୁ ଚାପି ଦିଆଯାଇଥିବା ଚର୍ଚ୍ଚା ହେଉଛି । ନାବାଳିକାଙ୍କ ପାଇଁ ନ୍ୟାୟ ମାଗିଛି ସୁବର୍ଣ୍ଣପୁର ଡୁମ୍ବାଳ ଯୁବ ସମାଜ ।

Pathak Son In Law Maid Unnatural Death

ଜାଲିଆତି ଜାଲରେ ପାଠକ ବାପା-ପୁଅ । ସେପଟେ ନାବାଳିକାଙ୍କ ରହସ୍ୟମୟ ମୃତ୍ୟୁ ନେଇ ମିଳୁନି ଖିଅ । ଏହି ଘଟଣାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ହୋଇଛି ।

ଶେଷ ହୋଇଯିବ କି ସୁନା? ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ:  କୋଭିଡ ୧୯ ମହାମାରୀ ସମୟରେ ଆକାଶଛୁଆଁ ହୋଇଛି ସୁନା ଦାମ୍ । ଅଚାନକ ସୁନା ମୂଲ୍ୟରେ ପରିବର୍ତ୍ତନ ଆସିଛି । ଗତବର୍ଷ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସୁନା ଉତ୍ପାଦନରେ ଏକ ପ୍ରତିଶତ ହ୍ରାସ ଘଟିଛି । ଏକ ଦଶକ ମଧ୍ୟରେ ସୁନା ଉତ୍ପାଦନରେ ଏଥର ସବୁଠାରୁ ବଡ଼ ହ୍ରାସ ଘଟିଛି । ଏହାର କାରଣ କ’ଣ ହୋଇପାରେ? କାହିଁକି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି? ବାସ୍ତବରେ କ’ଣ ଦୁନିଆରୁ ସୁନା ଶେଷ ହେବାକୁ ଯାଉଛି?

ରିପୋର୍ଟ କହୁଛି ସୁନା ଖଣିରୁ ସୁନା ଉତ୍ପାଦନ କରିବାର ଅବଧି ଶେଷ ହୋଇ ଯାଇଛି । ଯେପର୍ଯ୍ୟନ୍ତ ସୁନା ଖଣିରୁ ଖନନ ସଂପୂର୍ଣ୍ଣ ଭାବରେ ବନ୍ଦ କରାନଯାଇଛି ସୁନା ଉତ୍ପାଦନ ସେତେ ମାତ୍ରାରେ ହ୍ରାସ ପାଇବାକୁ ଲାଗିବ । ସୁନାମୂଲ୍ୟ ଏତେ ମାତ୍ରାରେ ବଢିବାର ଅନ୍ୟ ଏକ କାରଣ ହେଉଛି ଆମାଜନ ଜଙ୍ଗଲରେ ସୁନା ଖଣି ଗୁଡ଼ିକରେ ଅବୈଧ ଖନନ କାର୍ଯ୍ୟ ହୋଇଛି । ସୁନାର ଦରଦାମ ବୃଦ୍ଧି ହୁଏତ ଆସିସାରିଛି, କିନ୍ତୁ ଏହାର ଚାହିଦାରେ କମ୍‌ହୋଇନାହିଁ । ସିଏଫଆର ଇକ୍ୱିଟି ରିସର୍ଚର ଏକ୍ସପର୍ଟ ମ୍ୟାଟ ମିଲର କହିଛନ୍ତିଯେ, ଚଳିତ ଦିନରେ ସୂନାର ଚାହିଦା ଯେଉଁଭଳି ବଢିଛି ପୂର୍ବରୁ କେବେ ମଧ୍ୟ ଏଭଳି ନଥିଲା । ମିଲରଙ୍କ ମୁତାବକ ବିଶ୍ୱରେ ଉତ୍ପାଦନ ହେଉଥିବା ସୁନାର ୫୦ ପ୍ରତିଶତ ଅଳଙ୍କାର ପ୍ରସ୍ତୁତିରେ ବ୍ୟବହାର ହୁଏ । ଏଥିରେ ମାଟିରେ ଥିବା ଅଂଶ ସାମିଲ ହୋଇନାହିଁ । ବଳକା ୨୫ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରଣ ହେଉଛି । ମିଲନ ଏହା ମଧ୍ୟ କହିଛନ୍ତିଯେ, ଅନ୍ୟ ୨୫ ପ୍ରତିଶତ ସୁନା ନିବେଶକ ବା ଘରୋଇ କମ୍ପାନୀ ଦ୍ୱାରା ବ୍ୟବହାର କରାଯାଉଛି । କୋଭିଡ ୧୯ ପାଇଁ ସାରା ବିଶ୍ୱରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନନ ଆସିଛି । ଆମେରିକା ଡଲାର ଠାରୁ ଆରମ୍ଭ କରି ଟଙ୍କା ପର୍ଯ୍ୟନ୍ତ ସବୁକିଛି ଦୁର୍ବଳ ହୋଇଯାଇଛି । ପ୍ରାୟ ପ୍ରତ୍ୟେକ ଦେଶର ଏକ ବଡ଼ ରକମ କରୋନା ମହାମାରୀ ପାଇଁ ଖର୍ଚ୍ଚ ହେଉଛି । କରେନ୍ସି ଛାପିବା ପାଇଁ ଏକ ବଡ଼ ରକମର ଉଦ୍ଧାର ନିଆଯାଉଛି । ଏହି କାରଣରୁ କରେନ୍ସିର ମୂଲ୍ୟ ଅଧିକ ମାତ୍ରାରେ ଅସ୍ଥିର ହୋଇ ଯାଇଥିବା ଗବେଷକ ମାନେ କହୁଛନ୍ତି ।

ଅନ୍ୟପଟେ ନିବେଶକ ଭାବୁଛନ୍ତି ସୁନା ଏକ ଭରସାଯୋଗ୍ୟ ସମ୍ପତ୍ତି । କରୋନା ମହାମାରୀ ସୁନା ଖନନ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଛି । ମିଲର କୁହନ୍ତିଯେ, ସୁନା ଚାହିଦା ଏହିଭଳି ବଢିବ । କେବଳ ସେତିକି ନୁହେଁ ବଜାରକୁ ବର୍ତ୍ତମାନ ଆସୁଥିବା ସୁନାକୁ ଅଧିକାଂଶ ରି-ସାଇକିଲ କରାଯାଇଛି । ମିଲର ତ ଏହା ମଧ୍ୟ କହୁଛନ୍ତି ଯେ, ଆଗାମୀ ଦିନରେ ରିସାଇକିଲ ସୁନା, ସୁନା କଏନ, ଏଭଳିକି ଇଲେକ୍ଟ୍ରୋନିକ ଉପକରଣର ସର୍କିଟ ବୋର୍ଡ଼ରେ ବ୍ୟବହାର ହେଉଥିବା ସୁନା ମଧ୍ୟ ଏହି ଧାତୁର ଏକ ମହତ୍ୱପୂର୍ଣ୍ଣ ସ୍ରୋତ ହୋଇଯିବ । ରିସର୍ଚରୁ ଜଣାପଡ଼ିଛଯେ, ଗତ ୨୦ ବର୍ଷରେ ଯେତିକି ପରିମାଣର ସୁନା ସପ୍ଲାଇ ହୋଇଛି ଏହାର ୩୦ ପ୍ରତିଶତ କେବଳ ରା-ସାଇକିଲରୁ ଆସିଛି । ସୁନା ରିସାଇକ୍ଲିଂରେ କିଛି ବିଷାକ୍ତ ରସାୟନ ବ୍ୟବହାର ହେଉଛି, ଯାହା ପର୍ଯ୍ୟାବରଣ ପାଇଁ ଘାତକ । ତଥାପି ଏହା ସୁନା ଖନନ ପ୍ରକ୍ରିୟା ଠାରୁ କମ୍‌ମାତ୍ରାରେ ଘାତକ ପ୍ରମାଣିତ ହୋଇଛି ।

ଜର୍ମାନୀର ଗୋଲ୍ଡ ରିଫାଇନରି ଦ୍ୱାରା ନିକଟରେ ହୋଇଥିବା ରିସର୍ଚ କହୁଛିଯେ, ଏକ କିଲୋ ସୁନା ରିସାଇକିଲରେ ୫୩ କିଲୋ କାର୍ବନ ଡାଇଅକ୍ସାଇଡ ନିର୍ଗତ ହେଉଥିବା ବେଳେ ଅନ୍ୟପଟେ ସେହି ପରିମାଣର ସୁନା ରିସାଇକିଲରେ ୧୭ ଟନ୍‌କାର୍ବନ ଡାଇଅକ୍ସାଇଡ ନିର୍ଗତ ହେଉଛି । ସୁନା ଖୋଳିବା ଦ୍ୱାରା ପରିବେଶ ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି । ତେଣୁ ଦୁନିଆରେ ଯେଉଁ ଯେଉଁ ସ୍ଥାନରେ ସୁନା ଖଣି ରହିଛି ସେଠାର ସ୍ଥାନୀୟ ଲୋକ ଏହାକୁ ବିରୋଧ କରନ୍ତି । ଏହି ବିରୋଧ କାରଣରୁ ମଧ୍ୟ ସୁନା ଉତ୍ପାଦନରେ ହ୍ରାସ ଘଟୁଛି ।

ଚିଲ୍ଲିର ପାସକୁଆଲାମା ଖଣିରେ ଖନନ କାମ ଏଥିପାଇଁ ଅଟକାଇ ଦିଆଗଲା, କାରଣ ସେଠାର ସ୍ଥାନୀୟ ପରିବେଶ ସଂରକ୍ଷଣ କାର୍ଯ୍ୟକର୍ତ୍ତା ଏହାକୁ ବିରୋଧ କରିବାକୁ ଲାଗିଲେ । ଏହିଭଳି ଟାଇରନରେ ସୁନାଖଣି ରହିଛି, କିନ୍ତୁ ସେଠାକାର ଲୋକ ଏହାକୁ ବିରୋଧ କରି ସଡ଼କ ଉପରକୁ ଚାଲି ଆସିଲେ । କେତେକ କମ୍ପାନୀ ଏଠାରେ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଥିଲେ ମଧ୍ୟ ସ୍ଥାନୀୟ କାର୍ଯ୍ୟକର୍ତ୍ତା ବାରମ୍ବାର ଏହାର ବିରୋଧ କରୁଥିବାରୁ ତାହା ସମ୍ଭବ ହୋଇପାରୁନାହିଁ । ସ୍ଥାନୀୟ କାର୍ଯ୍ୟକର୍ତ୍ତା କୁହନ୍ତିଯେ, ଏଠାରେ ହେବାକୁ ଥିବା କ୍ଷୟକ୍ଷତିର କ୍ଷତିପୂରଣ ସ୍ଥାନୀୟ ଲୋକଙ୍କୁ କରିବାକୁ ପଡ଼ିବ । କିନ୍ତୁ ଗତ ୩୦ ବର୍ଷ ଧରି ଏଠାକାର ଲୋକ ରୋଜଗାର ନପାଇବା ଭଳି ସମସ୍ୟାରେ ଗତି କରୁଛନ୍ତି । କମ୍ପାନୀ ଗୁଡ଼ିକ ସେମାନଙ୍କୁ ରୋଜଗାର ସହିତ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦେବାକୁ କହୁଥିଲେ ମଧ୍ୟ ସ୍ଥାନୀୟ ଲୋକ ରାଜି ହେଉନହାଁନ୍ତି । କିନ୍ତୁ ଏହା ମଧ୍ୟ ସତ କି ଯେଉଁଠାରେ ସୁନା ଖଣି ସ୍ଥାପନ ହୋଇଛି ସେଠାକାର ଲୋକଙ୍କ ଜୀବନ ବଦଳି ଯାଇଛି । ଆମେରିକାର ନେବାଡ଼ା ଗୋଲ୍ଡମାଇନ ବିଶ୍ୱର ସବୁଠାରୁ ବଡ଼ ସୁନା ଖଣି । ଏଠାରୁ ପ୍ରତିବର୍ଷ ପ୍ରାୟ ୧୦୦ ଟନରୁ ଅଧିକ ସୁନା ଉତ୍ପାଦନ କରାଯାଉଛି । ଏଠାକାର ଆଖପାଖ ଲୋକଙ୍କୁ ନା କେବଳ ଚାକିରି ମିଳିଛି ବରଂ ସୋମାନଙ୍କ ଜୀବନଶୈଳୀ ମଧ୍ୟ ଉନ୍ନତମାନର ହୋଇଛି । ସୁନା ଖଣିରୁ କେବଳ ସୁନା ନୁହେଁ ବରଂ ତା ସହିତ ଅନ୍ୟ ସମସ୍ତ ଧାତୁ ଯେପରିକି ତମ୍ବା ଏବଂ ସୀସା ମଧ୍ୟ ବାହାରୁଛି ।

ସାରା ଦୁନିଆରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍; ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ସାରା ଦୁନିଆରେ ଡାଉନ୍ ହୋଇଛି ଫେସବୁକ୍ ମେସେଞ୍ଜର ଓ ଇନଷ୍ଟାଗ୍ରାମ ସର୍ଭିସ୍ । ଯାହା ଫଳରେ ୟୁଜର୍ସ ମାନେ ସୋସିଆଲ୍ ମିଡିଆରେ କିଛି ପୋଷ୍ଟ କରିପାରୁନଥିବା ଯୋଗୁଁ ଚିନ୍ତାରେ ପଡିଛନ୍ତି ।

ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ମାଲିକ ମାର୍କ ଜୁକରବର୍ଗଙ୍କର । ଯାହାର ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ ।

ୟୁଜର୍ସଙ୍କ ଅନୁଯାୟୀ, ସର୍ଭର ସହିତ ସଂଯୋଗ ହେବାକୁ ଅସମର୍ଥ ହେବା ନେଇ ଏକ ବାର୍ତ୍ତା ଫେସବୁକ ମେସେଞ୍ଜରରେ ଆସୁଛି। ସେହିପରି ଇନଷ୍ଟାଗ୍ରାମରେ ବି ସମାନ ଅସୁବିଧା ।

ୟୁରୋପ, ଜାପାନ ପରେ ଭାରତରେ ଏହି ସେବା ଡାଉନ
ଫେସବୁକ ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ ୟୁଜର୍ସଙ୍କ କହିବାନୁସାରେ, ଏହି ସେବା ପ୍ରଥମେ ୟୁରୋପରେ ଡାଉନ୍ ହୋଇଥିଲା । ଯାହା ପରେପରେ ଜାପାନ ଓ ଭାରତରେ ଡାଉନ୍ ହୋଇଥିବା ନେଇ ଅଭିଯୋଗ ହେଉଛି ।

ଏସମ୍ପର୍କରେ ଫେସବୁକ କିଛି ପ୍ରତିକ୍ରିୟା ଦେଇନାହିଁ-

ଫେସବୁକ ପକ୍ଷରୁ ଏପର୍ଯ୍ୟନ୍ତ ଦୁଇଟି ପ୍ଲାଟଫର୍ମ ଡାଉନ୍ ହେବା ସମ୍ପର୍କରେ କୗେଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବଦଳିଲେ ନୟାଗଡ଼ SDPO, ଥାନାଧିକାରୀ ନିଲମ୍ବିତ

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ବହୁଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନୟାଗଡ଼ ଥାନାଧିକାରୀ ରୀତାରାଣୀ ସାହୁଙ୍କୁ ନିଲମ୍ବନ କରାଯାଇଛି । ସେହିଭଳି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ବଦଳି କରାଯାଇଛି । ନିରଞ୍ଜନଙ୍କୁ ଡିଏସପି କନ୍ଧମାଳ ଦାୟିତ୍ୱ ଦିଆଯାଇଥିବା ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Pari Death Case; Nayagarh IIC Suspends, SDPO Transferred

ପରୀ ମୃତ୍ୟୁ ମାମଲାରେ ସରକାର SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ପରୀ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି । ଇତିମଧ୍ୟରେ SIT ମୁଖ୍ୟ ବୋଥ୍ରା ପରୀ ଗାଁକୁ ଯାଇ ବାପା, ମାଆଙ୍କୁ ଭେଟିବା ସହ ବାବୁଲି ନାଏକ ଓ ତାଙ୍କ ପୁଅକୁ ପଚରାଉଚରା କରି ଫେରିଛନ୍ତି । ବାବୁଲିଙ୍କ ଡ୍ରାଇଭରକୁ ମଧ୍ୟ ଜେରା କରିଛି SIT ଟିମ୍ ।

Pari Death Case; Nayagarh IIC Suspends, SDPO Transferred

ପରେ SIT ଟିମ୍ ନୟାଗଡ଼ ଟାଉନ୍ ଥାନାକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ । ଗୋଟିଏ ପଟେ ସରକାର ପରୀ ମୃତ୍ୟୁ ମାମଲାରେ SIT ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ବିରୋଧୀ ରାଜନୀତି ଜାରି ରଖିଛନ୍ତି । ପୂର୍ବରୁ ଝିଅକୁ ନ୍ୟାୟ ଦାବି କରି ବିଧାନସଭା ଆଗରେ ପରୀର ବାପା, ମାଆ ଆତ୍ମାହୁତି ଉଦ୍ୟମ କରିଥିଲେ ।

ମୁକେଶ ଅମ୍ବାନୀଙ୍କ ଘରକୁ ଆସିଲେ ନୂଆ ସଦସ୍ୟ; ଜାଣନ୍ତୁ କିଏ…

ନୂଆଦିଲ୍ଲୀ: ମୁକେଶ ଓ ନୀତା ଅମ୍ବାନୀଙ୍କ ଘରକୁ ଜଣେ ନୂଆ ସଦସ୍ୟଙ୍କ ଆଗମନ ହୋଇଛି । ଯାହାକୁ ନେଇ ବେଶ୍ ଖୁସି ଅମ୍ବାନୀ ପରିବାର ।

ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁକେଶ । ଯାହା ପରେ ସୋସିଆଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି ।

https://twitter.com/mukeshambani01/status/1336993603608952839?s=20

ମୁକେଶଙ୍କ ବଡ ପୁଅ ଆକାଶ ଅମ୍ବାନୀ ଓ ବୋହୂ ଶ୍ଲାେକା ମେହେତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି । ଦୁହେଁ ୨୦୧୯ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଶ୍ଲାେକା ହେଉଛନ୍ତି ଫେମସ୍ ଡାଇମଣ୍ଡ ବେପାରୀ ରସଲ ମେହେତା ଓ ମୋନା ମେହେତାଙ୍କ ଝିଅ । ସିଏ ନିଜେ ମଧ୍ୟ ଜଣେ ବିଜନେସ୍ ଓ୍ୱିମେନ୍ ।

ଗୋଟିଏ ବାଇକରେ ଆସୁଥିଲେ ୪ ଜଣ, ଗଛରେ ପିଟି ହୋଇ ୩ ମୃତ

ମାଲକାନଗିରି: ଜୀବନ ନେଉଛି ଅସାବଧାନତା । ୨ ଚକିଆ ଯାନରେ ୨ ଜଣ ବସିବା କଥା । ହେଲେ ଲୋକଙ୍କ ଅମାନିଆ ପଣ ଯୋଗୁଁ ଅକାଳରେ ଝରି ପଡ଼ୁଛି ଜୀବନ । ଏମିତି ଏକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । ଗୋଟିଏ ବାଇକରେ ବସି ୪ ଜଣ ଆସୁଥିଲେ । ହଠାତ୍ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା ।

Four Riding A Bike, Three Dead At MV 16 Of Malkangiri

ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣାଟି ମାଲକାନଗିରି ଜିଲ୍ଲାର ଏମ୍ଭି ୧୬ ନମ୍ବର ଗାଁ ନିକଟରେ ଘଟିଛି । ୪ ଜଣ ଗୋଟିଏ ବାଇକରେ ଏମ୍ଭି ୧୬ରୁ ବାହାରି ମାଲକାନଗିରି ଅଭିମୁଖେ ଯାଉଥିଲେ । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନବକଳେବର ପରେ କେମିତି ଦେଖାଯିବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ, ଦେଖନ୍ତୁ ଫଟୋ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

How Barmunda ISBT Will Look After Transformation Work See Photos

ଏହି ପ୍ରକଳ୍ପର ୨ଟି ଭାଗ ରହିଛି । ଗୋଟିଏ ଖଣ୍ଡଗିରିସ୍ଥିତ ବସ୍‌ ଡିପୋ ଏବଂ ଅନ୍ୟଟି ବରମୂଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ।

How Barmunda ISBT Will Look After Transformation Work See Photos

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବରେ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ।

How Barmunda ISBT Will Look After Transformation Work See Photos

ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍‌ ମାନଙ୍କର ପ୍ରସସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ବତତ୍ୱ ଗୁରୁତ୍ବ ଦିଆଯାଇଛି ।

How Barmunda ISBT Will Look After Transformation Work See Photos

ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧିନରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ।

How Barmunda ISBT Will Look After Transformation Work See Photos

ଏହି କାର୍ଯ୍ୟ ପାଇଁ ମୋଟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

How Barmunda ISBT Will Look After Transformation Work See Photos

ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ, ବିଏମସି କମିଶନର ଓ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

୧୧ ତାରିଖରେ ଡାକ୍ତରଙ୍କ ପାଖକୁ ଯିବେ କି ? ତା’ପୂର୍ବରୁ ଏହାକୁ ପଢି ନିଅନ୍ତୁ…

0

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ ତାରିଖରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ରାଷ୍ଟ୍ରବ୍ୟାପୀ ଧାରଣା ଡାକରା ଦିଆଯାଇଛି । ଏହି ଧାରଣା ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରହିବ ।

ଏହି ଧାରଣା ସମୟରେ ଜରୁରୀକାଳୀନ ଓ କୋଭିଡ ସେବାକୁ ବାଦ ଦେଇ ବାକି ସବୁ ବନ୍ଦ ରହିବ । ଏପରିକି ଆଉଟଡୋର୍ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ମଧ୍ୟ ବନ୍ଦ ରହିବ । ଏହି ଧାରଣାରେ ସାମିଲ ହେବା ପାଇଁ ଆଇଏମଏ ପକ୍ଷରୁ ମଡର୍ଣ୍ଣ ମେଡିସିନର ସବୁ ଡାକ୍ତର ମାନଙ୍କୁ ଅପିଲ୍ କରାଯାଇଛି ।

ସେଣ୍ଟ୍ରଲ୍ କାଉନସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନର ଏକ ବିଜ୍ଞପ୍ତି ପରେ ଡାକ୍ତରମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ବିଜ୍ଞପ୍ତିରେ ଆୟୁର୍ବେଦର ପୋଷ୍ଟ ଗ୍ରାଜୁଏଟ୍ ମାନଙ୍କୁ ସାଧାରଣ ସର୍ଜରୀ ପାଇଁ ଅନୁମତି ଦିଆଯାଇଥିଲା ।

ଜାଣନ୍ତୁ, ଡିସେମ୍ବର ୧୧ ତାରିଖରେ କ’ଣ ବନ୍ଦ ରଖିବାକୁ ଅପିଲ୍ କରାଯାଇଛି? 

  •  ସମସ୍ତ କ୍ଲିନିକ୍
  • ସବୁ ନନ୍-ଇମରଜେନ୍ସି କ୍ଲିନିକ୍
  • ଇଲେକ୍ଟିଭ ସର୍ଜରୀ
  • ଆଉଟଡୋର୍ ପେସେଣ୍ଟ ଡିପାର୍ଟମେଣ୍ଟ

କ’ଣ ଖୋଲା ରହିବ?

  • ଇମରଜେନ୍ସି ମେଡିକାଲ୍ ସର୍ଭିସ୍
  • ଆଇସିୟୁ
  • କୋଭିଡ କେୟାର
  • ସିସିୟୁ
  • ଇମରଜେନ୍ସି ସର୍ଜରୀ
  • ଲେବର ରୁମ୍

ସୂଚନାଯେଗ୍ୟ, ଆୟୁର୍ବେଦିକ ଡାକ୍ତରଙ୍କୁ ଟ୍ରେନିଂ ଦିଆଯିବା ପରେ ସେମାନେ ଅପରେସନ କରିପାରିବେ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ପିଜି ଟ୍ରେନିଂ ଆୟୁର୍ବେଦିକ ଡାକ୍ତର ମାନେ ଇଏନଟି, ଓର୍ଥୋ, ଡେଣ୍ଟାଲ କ୍ଷେତ୍ରରେ ଏହି ଅପରେସନ କରି ପାରିବେ ବୋଲି ସରକାର କହିଛନ୍ତି ।

KJS ଆଲୁୱାଲିଆ ଗ୍ରୁପ ଅଫିସରେ ଆୟକର ବିଭାଗର ରେଡ୍

ବଡ଼ବିଲ/ରାଉରକେଲା: ଆୟକର ବିଭାଗ ରାଡାରରେ କେଜେଏସ୍ ଆଲୁୱାଲିଆ ଗ୍ରୁପ୍ । କମ୍ପାନୀର ବଡ଼ବିଲ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସହ ଉଲିବୁରୁ ସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ ପ୍ଲାଣ୍ଟ ଏବଂ ଗୁଆଲି ବରପଦାରେ ଥିବା ଷ୍ଟିଲ୍ ଏଣ୍ଡ୍ ପାୱାର ଡିଭିଜନ ପ୍ଲାଣ୍ଟରେ ଛାପା ମାରିଛି ଆୟକର ବିଭାଗ । ବଡ଼ବିଲ ସମେତ ରାଉରକେଲାରେ ଥିବା କେଜେଏସ୍ ଆଲୁୱାଲିଆ ଗ୍ରୁପ୍ ଅଫିସରେ ଗତକାଲିଠାରୁ ରେଡ୍ ଜାରି ରହିଛି ।

Income Tax Raid In KJS AHLUWALIA GROUP Office Badbil And Rourkela

ଗତକାଲି ଠାରୁ ଏକକାଳୀନ ବଡ଼ବିଲ, ଉଲିବୁରୁ, ବରପଦା ଓ ରାଉରକେଲା ସମେତ କେଜେଏସ୍ ଆହଲୁୱାଲିଆ ଗ୍ରୁପର ବିଭିନ୍ନ ଠିକଣାରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଇ ଚାଲିଛି । କମ୍ପାନୀର ବିଭିନ୍ନ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ ରେକର୍ଡ ପତ୍ରକୁ ଆୟକର ଅଧିକାରୀ ଯାଞ୍ଚ କରିବା ସହ କମ୍ପ୍ୟୁଟର ଡାଟାର ଯାଞ୍ଚ କରୁଛନ୍ତି । ଆୟକର ବିଭାଗ କମ୍ପାନୀର ସମସ୍ତ ବ୍ୟାଙ୍କ ଦେଣନେଣ ସମ୍ପର୍କିତ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି ।

Income Tax Raid In KJS AHLUWALIA GROUP Office Badbil And Rourkela

ରେଡ୍ ବେଳେ ଗଣମାଧ୍ୟମ ପ୍ରତିନିଧି, ଆୟକର ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ପାରିନାହିଁ । ତେବେ, ରେଡ୍ ନେଇ କେଜେଏସ୍ ଆଲୁୱାଲିଆ ଗ୍ରୁପ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

୧୮୦ କୋଟି ଖର୍ଚ୍ଚ ହେବ, ୧୮ ମାସରେ ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର କଳେବର

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡର ରୂପରେଖ ବଦଳିବ । ବସଷ୍ଟାଣ୍ଡ ଉନ୍ନତି କରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୀମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାମ ୧୮ ମାସ ମଧ୍ୟରେ ସରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ନିର୍ମାଣ ପରେ ବରମୁଣ୍ଡା ଆକର୍ଷଣୀୟ ଦେଖାଯିବା ସହ ଏହା ଭୁବନେଶ୍ୱରର ଲ୍ୟାଣ୍ଡମାର୍କ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Naveen Patnaik Reviewed Barmunda Bus Stand Development Work

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ନେବ ବରମୁଣ୍ଡା ବସ୍ ଟର୍ମିନାଲ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୧ ଏକର ଜମିରେ ହେବ ବିଶ୍ୱ ସ୍ତରୀୟ ବସ୍ ଟର୍ମିନାଲ । ଭବିଷ୍ୟତ ସମ୍ପ୍ରସାରଣ ପାଇଁ ସାଢ଼େ ୪ ଏକର ଜମି ରହିବ । ଏହି ବସ୍ ଟର୍ମିନାଲରେ ଏକ୍ସାଭେଟର, ଏଲିଭେଟର, ୱାଇଫାଇ ସହ ବର୍ଜ୍ୟ ଜଳ ବିଶୋଧନ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଦୈନିକ ୨ ହଜାର ବସ୍ ଚଳାଚଳ କରିପାରିବ । ବସ୍ ଷ୍ଟାଣ୍ଡରେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା ରହିବ ।

CM Naveen Patnaik Reviewed Barmunda Bus Stand Development Work

ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତିକରଣ ଲାଗି ଏବେ ଖଣ୍ଡଗିରି ବାରିରେ ଅସ୍ଥାୟୀ ବସ ଟର୍ମିନାଲ୍ କାର୍ଯ୍ୟ କରିବ । ଏହି ନୂତନ ବସଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟର ଠିକା ବ୍ରିଜ୍ ଆଣ୍ଡ୍‌ ରୁଫ୍‌ କମ୍ପାନିକୁ ଦିଆଯାଇଛି । ମୋଟ ୧୫.୫ ଏକର ଜମିରୁ ଭବିଷ୍ୟତ ସମ୍ପ୍ରସାରଣ ପାଇଁ ୪.୫ ଏକର ଜମି ରହିବ । ବସଷ୍ଟାଣ୍ତକୁ ଟର୍ମିନାଲ ଅଞ୍ଚଳ ଏବଂ ବାଣିଜ୍ୟିକ ଅଞ୍ଚଳ ୨ଟି ପୃଥକ ପୃଥକ ଭାବେ ବିକଶିତ କରାଯିବ । ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍‌ ମଧ୍ୟ ଚଳାଚଳ କରିବ ।

CM Naveen Patnaik Reviewed Barmunda Bus Stand Development Work

ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କିଂ ସହ ଏଲିଭେଟର ଓ ଏସ୍‌କ୍ଲାଭେଟର୍ ‌ ରହିବ । ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସଂଯୋଗ ହେବ । ବସଷ୍ଟାଣ୍ତ ଠାରୁ ବିଶାଖାପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକାତା, ବେଙ୍ଗଳୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ । ଆଜିର ସମୀକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରମୁଖ ଥିଲେ ।