spot_img
Home Blog Page 628

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଭବାନୀ ଶଙ୍କର ଦାଶଙ୍କୁ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ବାଜପେୟୀ କ୍ଲିନିକ ମାଲିକ ଡାକ୍ତର ଭବାନୀ ଶଙ୍କର ଦାଶଙ୍କୁ ଗିରଫ କରିଛି l ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି। ବ୍ରହ୍ମପୁର ଟାଉନ SDPO ଘଟଣାର ତଦନ୍ତ କରୁଛନ୍ତି।

ଜାଣନ୍ତୁ ଭାରତର କେଉଁ ସହରରେ ଘର ଶସ୍ତା ? କଣ କହୁଛି RBI ରିପୋର୍ଟ…

ନନ୍ଦିଘୋଷ ବ୍ୟୁରୋ: ସମସ୍ତଙ୍କର ଗୋଟିଏ ସ୍ବପ୍ନ ଥାଏ, କେମିତି ଗୋଟିଏ ଭଲ ଘର କରିବେ । କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ତେବେ ଆମ ରୋଜଗାର ହିସାବରେ ଆମେ ଘର କରିବା ପାଇଁ ଭାବିଥାଉ । ତେବେ ଆମର ଏହି ଲେଖା ଜରିଆରେ ଜଣାଇବାକୁ ଯାଉଛୁ କି, କେଉଁ ସହରରେ ଶସ୍ତା ହେଉଛି ଘର । RBI ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ପ୍ରକାଶ ପାଇଛି । ତେବେ ମୁମ୍ବାଇ ଏବଂ ଦିଲ୍ଲୀ ଭଳି ମେଟ୍ରୋ ସହରରେ ଜମି ଏବଂ ଘରର ଦାମ ସବୁଠାରୁ ଅଧିକ ରହିଥାଏ । ଏହା ସମସ୍ତେ ବେଶ ଭଲଭାବେ ଜାଣିଛନ୍ତି । କିନ୍ତୁ ଏବେ RBI ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣା ପଡ଼ିଛି କି,ଦିଲ୍ଲୀ- ମୁମ୍ବାଇକୁ ପଛରେ ପକାଇଛି କୋଲକାତା । ଆର୍ଥିକ ବର୍ଷ ୨୦୨୫ରେ ଘରର ମୂଲ୍ୟାଙ୍କ ୨.୩ ପ୍ରତିଶତ ବୃଦ୍ଧି ପାଇଛି । ୧୦ ସହରରୁ RBI ଏକ HPI ପ୍ରକାଶ କରିଛି । ତେବେ HPI ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ କୋଲାକାତାରେ ୮.୮ ପ୍ରତିଶତ ଘର କିଣାଯିବାର ବୃଦ୍ଧି ପାଇଛି । ଅନ୍ୟ ସହରମାନେ ଏବେ କୋଲକାତାଠାରୁ ପଛରେ ରହିଛନ୍ତି । ଦେଶର ୧୦ ସହର ମଧ୍ୟରେ ରହିଛନ୍ତି ଅହମ୍ମଦାବାଦ, ବାଙ୍ଗାଲୋର, କୋଚି, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ ।

ଛେଳି ଚୋରିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷରୁ ଛୁରା ଓ ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: ପୂର୍ବ ଶତୃତା ଓ ଛେଳି ଚୋରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟେ ଉଭୟଙ୍କୁ କଲେ ଛୁରା ଓ ଗୁଳି ମାଡ଼ । ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ବାରିପଦା ଟାଉନ ଥାନା ଅନ୍ତର୍ଗତ କଳିକାପୁର ଅଞ୍ଚଳରେ ଘଟିଛି ଘଟଣା । ଗୁରୁତରଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଉତ୍ତେଜନା ଓ ପୋଲିସକୁ ଠେଲାପେଲା କରାଯାଇଛି । ୧୫ରୁ ୨୦ଜଣ ଯୁବକ ଏକତ୍ରିତ ଭାବେ ଆସି ହଠାତ ଆକ୍ରମଣ କରିଥିଲେ । ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ମହିଳାଙ୍କ ମୁଣ୍ଡରେ ଖଣ୍ଡାଚୋଟ ପଡିଛି ।

ବଢ଼ିବ ରେଳ ଟିକେଟର ମୂଲ୍ୟ, ଜୁଲାଇ ଏକରୁ ଖାଲି ହେବ ରେଳଯାତ୍ରୀ ପକେଟ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ବଢ଼ିବାକୁ ଯାଉଛି ଟିକେଟ୍ ମୂଲ୍ୟ । ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ ଖାଲି । ଏକ ଜୁଲାଇବରୁ ବଢ଼ିବାକୁ ଯାଉଛି ରେଳ ଟିକେଟ୍ । ଏହାସହ ଏକ ଖୁସି ଖବର ମଧ୍ୟ ରହିଛି । କିଛି ବର୍ଗରେ ଟିକେଟ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବାକୁ ଯାଉନି ।

ରେଲଓ୍ବର ନୂଆ ଟେରିଫ ଅନୁସାରେ, ସେକେଣ୍ଡ କ୍ଲାସରେ ୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ ମୂଲ୍ୟରେ ବୃଦ୍ଧି କରାଯାଇନାହିଁ । ହେଲେ, ୫୦୦ କିମିରୁ ଅଧିକ ହେଲେ, ଯାତ୍ରୀଙ୍କୁ ନୂଆ ମୂଲ୍ୟ ଦେବାକୁ ପଡ଼ିବ । ନୂଆ ମୂଲ୍ୟ ଅନୁସାରେ ପ୍ରତି କିଲୋମିଟର ଉପରେ ୫୦ ପଇସା ଅଧିକ ଲାଗିବ । ଏହାସହ ମେଲ/ ଏକ୍ସପ୍ରେସ ଟ୍ରେନ (ନନ ଏସି) ଯାତ୍ରୀଙ୍କୁ ପ୍ରତି କିଲୋମିଟର ଉପରେ ଏକ ଟଙ୍କା ଅଧିକ ଦେବାକୁ ପଡିବ । ସେହିପରି ଏସି କ୍ଲାସ ଟିକେଟ ଉପରେ ସବୁଠାରୁ ଅଧିକ ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଗରେ ପ୍ରତି କିଲୋମିଟର ପିଛା ଦୁଇ ଟଙ୍କା ବୃଦ୍ଧି ହେବାକୁ ଯାଉଛି । ତେବେ ଲୋକାଲ ଟ୍ରେନ ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ । ଯାହା ଭାରତୀୟ ରେଳରେ ଯାତ୍ରା କରୁଥିବା କୋଟି କୋଟି ଯାତ୍ରୀଙ୍କ ପାଇଁ ଖୁସି ଖବର ।

ସେହିପରି ମାସିକ ଟିକେଟ୍ ଦରରେ ମଧ୍ୟ କୌଣସି ବୃଦ୍ଧି କରାଯାଇନାହିଁ । ବିଶେଷଜ୍ଞଙ୍କ ମତରେ ରେଲବାଇ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏବେ ଆପଣ ଟିକେଟ ବୁକ୍ କଲେ ୪ ଘଣ୍ଟା ପୂର୍ବରୁ ଜାଣିବାକୁ ପାଉଛନ୍ତି କନଫର୍ମ ହେଲା କି ନାହିଁ । ହେଲେ ଭାରତୀୟ ରେଳବାଇ ନୂଆ ସିଷ୍ଟମ ଉପରେ କାମ କରୁଛି । ଯେଉଁଥିରେ କନଫର୍ମ ସିଟର ତାଲିକା ୨୪ ଘଣ୍ଟା ପୂର୍ବରୁ ଜାରି କରାଯିବ । ଏହାକୁ ଲାଗୁ କରିବାକୁ ରେଳଓ୍ବେ ପ୍ରସ୍ତୁତି ବି ଆରମ୍ଭ କରିଦେଇଛି । ଏହାକୁ ନେଇ ଟ୍ରାଏଲ ବି ଆରମ୍ଭ ହୋଇଯାଇଛି । ୬ ଜୁନରୁ ଏହି ସିଷ୍ଟମ ରାଜସ୍ଥାନର ବିକାନେର ଡିଭିଜନରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି ।

ରିଙ୍କୁ ଓ ପ୍ରିୟା ସରୋଜଙ୍କ ବିବାହଙ୍କୁ ନେଇ ବଡ଼ ଖବର

 

 

ନନ୍ଦିଘୋଷ ବ୍ୟୁରୋ : ରିଙ୍କୁ ଓ ପ୍ରିୟା ସରୋଜଙ୍କଙ୍କୁ ନେଇ ବଡ଼ ଖବର । ନଭେମ୍ବର ୧୮ରେ ହେବନି ରିଙ୍କୁ ଙ୍କ ବିବାହ । ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଓ ତାଙ୍କ ବାନ୍ଧାବୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ଉଭୟ ପରିବାର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହର ପ୍ରସ୍ତୁତିରେ ଜୋରସୋରରେ ଲାଗିଥିଲେ, କିନ୍ତୁ ବର୍ତ୍ତମାନର ସୂଚନା ଅନୁଯାୟୀ  ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହ ସ୍ଥଗିତ ହୋଇଯାଇଛି। ଏତିକି ନୁହେଁ, ଉଭୟ ପରିବାର ବିବାହର ପ୍ରସ୍ତୁତି ମଧ୍ୟ ବନ୍ଦ କରିଦେଇଛନ୍ତି।

ଏହି ମାସରେ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଥିଲା। ଉଭୟେ ଲକ୍ଷ୍ନୌର ଏକ ହୋଟେଲରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ଏହି ବର୍ଷ ନଭେମ୍ବର ୧୮ରେ ଉଭୟଙ୍କ ବିବାହ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହି ବିବାହକୁ ସ୍ଥଗିତ କରାଯାଇଛି। ବିବାହ ସ୍ଥଗିତ ହେବା ପଛରେ ରିଙ୍କୁ ସିଂହଙ୍କ କ୍ରିକେଟ୍‌ ସମ୍ପର୍କିତ ବ୍ୟସ୍ତତାକୁ କାରଣ ଭାବେ କୁହାଯାଉଛି।

ଖବର ମୁତାବକ, ନଭେମ୍ବରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କାରଣରୁ ରିଙ୍କୁ ସିଂ ବ୍ୟସ୍ତ ରହିବେ, ତେଣୁ ଉଭୟଙ୍କ ବିବାହକୁ ସ୍ଥଗିତ କରାଯାଇଛି। ବାରାଣସୀର ତାଜ ହୋଟେଲରେ ରିଙ୍କୁ ସିଂହ ଓ ସହ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ବର୍ତ୍ତମାନ ହୋଟେଲର ବୁକିଂକୁ ଫେବୃଆରୀ ମାସର ଶେଷଭାଗ ପାଇଁ କରାଯାଇଛି। ଯଦିଓ ଏପର୍ଯ୍ୟନ୍ତ ଉଭୟଙ୍କ ବିବାହର ନୂଆ ତାରିଖ ନିର୍ଦ୍ଧାରଣ ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଏହି ମାସରେ ହୋଇଥିବା ପ୍ରିୟା ସରୋଜଙ୍କ ଓ ରିଙ୍କୁ ସିଂଙ୍କ ନିର୍ବନ୍ଧରେ କେବଳ ଖେଳ ଜଗତରୁ ନୁହେଁ, ବରଂ ରାଜନୀତି ସହ ଜଡ଼ିତ ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ। ନିର୍ବନ୍ଧରେ ସାଂସଦ ପ୍ରିୟା ସରୋଜଙ୍କର ଏକ ଭାବୁକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ପ୍ରିୟା ସରୋଜଙ୍କ ଆଖିରେ ଲୁହ ଦେଖାଯାଇଥିଲା। ଲୋକମାନେ ରିଙ୍କୁ ସିଂ ଏବଂ ପ୍ରିୟା ସରୋଜଙ୍କର ଯୋଡିଙ୍କୁ ବହୁତ ପସନ୍ଦ କରିଥିଲେ।

ଏୟାର ଇଣ୍ଡିଆ ବିମାନରେ ଅଘଟଣ

ନନ୍ଦିଘୋଷ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ଅଘଟଣ। ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନ AI-130ରେ ଦୁଇ କ୍ରୁ ମେମ୍ବର ଓ ୫ ଜଣ ଯାତ୍ରୀ ଅସୁସ୍ଥ। କ୍ରୁ ମେମ୍ବର ଓ ଯାତ୍ରୀଙ୍କ ଅସୁସ୍ଥତା ସତ୍ତ୍ବେ ବୋଇଂ ୭୭୭ ବିମାନ ଯାତ୍ରା କରିଥିଲା ଏବଂ ମୁମ୍ବାଇରେ ନିରାପଦରେ ଅବତରଣ କରିଥିଲା। ଅବତରଣ କରିବା ମାତ୍ରେ ସମସ୍ତଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏୟାର ଇଣ୍ଡିଆ ମୁଖପାତ୍ର। ତେବେ ବିମାନ ଭିତରେ ଅମ୍ଳଜାନର ଅଭାବ ଯୋଗୁ ବହୁ ଯାତ୍ରୀ ଅସୁସ୍ଥତା ଅନୁଭବ କରିଥିବା ଜଣାଯାଇଛି। ଅନ୍ଯ ଏକ ସୂତ୍ରରୁ କୁହାଯାଇଛି ଫୁଡ ପଏଜନିଂ କାରଣରୁ ଏହି ସମସ୍ଯା ଉପୁଜିଥାଇପାରେ। ତେବେ ଯାତ୍ରୀଙ୍କୁ ଖାଇବାକୁ ଦେବା ପରେ ପାଇଲଟଙ୍କୁ ବି ଖାଦ୍ୟ ଦିଆଯାଇଥିଲା। ମାତ୍ର ପାଇଲଟମାନେ କୌଣସି ଅସୁସ୍ଥତା ଅନୁଭବ କରି ନଥିଲେ।

ଆଠଗଡ ବ୍ଲକ ପରିସର ପାଲଟିଲା ରଣକ୍ଷେତ୍ର । ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ।

ଆଠଗଡ : ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପଞ୍ଚାୟତ ବୈଠକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଉଭୟ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଢେଲା ପଥର ମାଡ଼ । ପୋଲିସର ଲାଠିଚାର୍ଜ । ବିଜେପି କର୍ମୀଙ୍କ ଦ୍ଵାରା ପୋଲିସ ଉପରକୁ ଢେଲା ପଥର ମାଡ଼ରେ ଅନେକ ପୋଲିସ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତିନି ପ୍ଲାଟୁନ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡିଏସପି ଓ ଆଠରୁ ଅଧିକ ଆଇଆଇସି ମୁତୟନ ଅଛନ୍ତି । ଘଟଣା ଘଟିଛି ଆଠଗଡରେ । ଆଠଗଡ ବ୍ଲକରେ ଆଜି ପଞ୍ଚାୟତ ବୈଠକରେ ସ୍ଥାନୀୟ ବିଧାୟକ ଯୋଗ ଦେବାର ଥିଲା । ବିଧାୟକ ଯୋଗ ଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେଇ ବ୍ଲକ ଆଗରେ ହୋହଲ୍ଲା କରିଥିଲେ । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଟେକାପଥର ମାଡ ହେବା ସହ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଲାଗୁ କରାଯାଇଛି ।

ଯୁଦ୍ଧ ଶେଷ ! ଯୁଦ୍ଧ ବିରତୀ ଦ୍ୱନ୍ଦ୍ୱର ଅନ୍ତ, ଇରାନର ଶେଷ ଆକ୍ରମଣରେ ୪ ଇସ୍ରାଏଲଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଶେଷରେ  ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନ ଧରି ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଥମିଛି। ଏହାକୁ ନେଇ ପ୍ରାରମ୍ଭିକ ଦ୍ୱନ୍ଦ୍ୱ ପରେ ଇରାନର ସରକାରୀ ଟେଲିଭିଜନ ଯୁଦ୍ଧବିରାମ ଲାଗୁ ହେବାର ଘୋଷଣା କରିଛି। ଇରାନୀ ସରକାରୀ ଟେଲିଭିଜନ ମଙ୍ଗଳବାର ଦିନ ଜଣାଇଛି ଯେ ଇସ୍ରାଏଲ ସହିତ ଯୁଦ୍ଧରେ ବିରାମ ଲାଗିଛି । ଇସ୍ରାଏଲ  ମଧ୍ୟ ଇରାନୀ ଆକ୍ରମଣକୁ ନେଇ ଜାରିଥିବା ଆଲର୍ଟ ହଟାଇବା ସହ  ଲୋକଙ୍କୁ ବଙ୍କରରୁ ବାହାରକୁ ଆସିବାକୁ ଅନୁମତି ମିଳିଛି  ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। କିନ୍ତୁ ଯୁଦ୍ଧବିରତି ଲାଗୁ ହେବା ପରେ ମଧ୍ୟ ଇରାନ ଇସ୍ରାଏଲ ଉପରେ ବୋମାମାଡ଼ ଜାରି ରହିବା ଯୋଗୁଁ ଏହାକୁ ନେଇ ସନ୍ଦେହ ପରିସ୍ଥିତି ସୃଷ୍ଟି ହୋଇଥିଲା। ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ ଗୋଟିଏ ଘଣ୍ଟା ମଧ୍ୟରେ ତିନି ଥର ଇରାନ ମିସାଇଲ ଆକ୍ରମଣ କରିଛି । ଏଥିରେ ଛଅ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲରେ ଆକ୍ରମଣକୁ ଯୁଦ୍ଧ ସାଇରନ ବାଜିଥିଲା ଓ ଲୋକମାନେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଥିଲେ।

ସବୁ ଆକ୍ରମଣର ଦଣ୍ଡ ମିଳିବ

ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ ଆକ୍ରମଣକୁ ନେଇ କହିଛନ୍ତି ଯେ ଆମର ଶକ୍ତିଶାଳୀ ସୈନ୍ୟ ବାହିନୀ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଇସ୍ରାଏଲକୁ ତା’ର ଆକ୍ରମଣ ପାଇଁ ଦଣ୍ଡ ଦେବ। ସେ କହିଛନ୍ତି, ‘ସମସ୍ତ ଇରାନବାସୀ ସହ ଆମର ସାହସୀ ସଶସ୍ତ୍ର ବାହିନୀଙ୍କୁ ଧନ୍ୟବାଦ ଜଣାଉଛି ।  ଯେଉଁମାନେ ନିଜ ରକ୍ତ ବନଳରେ ଦେଶର ରକ୍ଷା କରୁଛନ୍ତି । ଶତ୍ରୁର ସମସ୍ତ ଆକ୍ରମଣର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜବାବ ଦେଇଛନ୍ତି।  କିନ୍ତୁ ଯୁଦ୍ଧବିରତି ଘୋଷଣା ପରେ ଇରାନ ଆକ୍ରମଣ କରି କ’ଣ ପ୍ରମାଣ କରିବାକୁ ଚାହୁଁଛି?

୧୩ ଜୁନରେ ଇସ୍ରାଏଲ ବିରୋଧରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇରାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ତା’ର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନରେ ଆମେରିକା ବଙ୍କର ବଷ୍ଟର ବୋମା ଦ୍ୱାରା ଆକ୍ରମଣ କରିଥିଲା। ଇସ୍ରାଏଲ ଆକ୍ରମଣରେ ଇରାନୀ ରେଭୋଲ୍ୟୁସନାରୀ ଗାର୍ଡସର ମୁଖ୍ୟ ହୁସୈନ ସଲାମୀଙ୍କ ସମେତ ଅନେକ ପ୍ରମୁଖ  ସୈନ୍ୟ କମାଣ୍ଡରଙ୍କ ସହ ପରମାଣୁ ବୈଜ୍ଞାନିକ ନିହତ ହୋଇଛନ୍ତି। ଏହା ବ୍ୟତୀତ ଇରାନରେ ପ୍ରାୟ ଏକ ହଜାର ନିରୀହ ଲୋକଙ୍କର ମୃତ୍ୟୁ ହୋଇଛି

ଇରାନକୁ ମିଳିଲା ନାହିଁ କୌଣସି ସାହାଯ୍ୟ
ଇସ୍ରାଏଲ ସହିତ ଯୁଦ୍ଧରେ ଇରାନ ବିରୋଦ୍ଧରେ ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ କରିଥିଲା ଓ ଦେଶର ସବୁଠାରୁ ପ୍ରମୁଖ ପରମାଣୁ କେନ୍ଦ୍ର ଫୋର୍ଡୋ ସମେତ ତିନୋଟି ସ୍ଥାନରେ ବୋମାବର୍ଷଣ କରିଥିଲା । ଅନ୍ୟପକ୍ଷେ ଇରାନକୁ ମଧ୍ୟ ପୂର୍ବର କୌଣସି ଦେଶର ସାହାର୍ଯ୍ୟ ମିଳି ନଥିଲା । ତାକୁ ଏକାକୀ ନିଜର ଲଢେ଼ଇ ଲଢିବାକୁ ପଡ଼ିଥିଲା। ରୁଷ ଏବଂ ଚୀନ ଭଳି ଶକ୍ତିଶାଳୀ ଦେଶଗୁଡ଼ିକ ଇରାନକୁ ନୈତିକ ସମର୍ଥନ ତ ଦେଇଥିଲେ କିନ୍ତୁ ଆମେରିକା- ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଖୋଲାଖୋଲି ଇରାନ ସହ ଠିଆ ହୋଇ ନଥିଲେ।

ଆଭ୍ୟନ୍ତରୀଣ ଚାପ ଯୁଦ୍ଧ ବିରୀତିର କାରଣ କି?

ଏହା ବ୍ୟତୀତ ଇରାନ ଉପରେ ଅତ୍ୟଧିକ ଆଭ୍ୟନ୍ତରୀଣ ଚାପ ରହିଛି, କାରଣ ତା’ର ଶହ ଶହ ନାଗରିକଙ୍କର ମୃତ୍ୟୁ ହୋଇସାରିଛି, ଏପରିକି ସୁପ୍ରିମ ଲିଡର ଆୟାତୁଲ୍ଲା ଖାମେନେଇଙ୍କୁ ମଧ୍ୟ ଇସ୍ରାଇଲ ଟାର୍ଗଟାେ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ତାଙ୍କୁ ହତ୍ୟା କରିବାର ଯୋଜନା ବାତିଲ କରାଯାଇଥିଲା। ଏହା ବ୍ୟତୀତ ଇରାନର କଟ୍ଟରପନ୍ଥୀ ଗୋଷ୍ଠୀମାନଙ୍କର ଚାପ ଥିଲା ଯେ ଯୁଦ୍ଧରେ ସେ ଇସ୍ରାଇଲ ଓ ଆମେରିକା ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବା ସହ ନିରୀହ ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେଉ ।

ଏହା ସହିତ ସାମ୍ପ୍ରତିକ ଆକ୍ରମଣ ଦ୍ୱାରା ଇରାନ ସଙ୍କେତ ଦେବାକୁ ଚାହୁଁଛି ଯେ ସେ କାହାର ଆଦେଶ କିମ୍ବା ଚାପରେ ଯୁଦ୍ଧବିରାମ ପାଇଁ ରାଜି ହୋଇନାହିଁ, ବରଂ ନିଜର ସର୍ତ୍ତରେ ସହମତ ହୋଇଛି। ଇରାନ ପୂର୍ବରୁ କହିସାରିଛି ଯେ ସେ ନା ଯୁଦ୍ଧ ଆରମ୍ଭ କରିଥିଲା ନା ସେ ଯୁଦ୍ଧ ଚାହୁଁଛି। କିନ୍ତୁ ସେ ଇଜରାଏଲର ଆକ୍ରମଣାର ଜବାବ ନିଶ୍ଚିତ ଦେବ ।

 

ବାହାଘର ଭୋଜି ଖାଇ ୩୫ ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର୍ ଗାଁରେ ବାହାଘର ଭୋଜି ଖାଇ ୩୫ ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ନିକଟସ୍ଥ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ହେଉଥିବା ବେଳେ ଅନ୍ୟମାନଙ୍କୁ ଆଠମଲ୍ଲିକ ଓ ବୌଦ୍ଧ ଜିଲ୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ଝାଡ଼ାବାନ୍ତି ବ୍ୟାପିବା ଖବର ପାଇ ଆଠମଲ୍ଲିକ, ମାଧପୁରରୁ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଅନୁଗୁଳରୁ ଡାକ୍ତରୀ ଦଳ ନମୁନା ସଂଗ୍ରହ କରି ଫେରିଯାଇଛନ୍ତି। ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରିସ୍ଥତି ନିୟନ୍ତ୍ରଣାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

ପୋଲିସକୁ ଛାଡିଲେନି ଦୁର୍ବୃତ୍ତ ଲୁଟର ଶିକାର ହେଲେ ପୋଲିସ ବାବୁ

ବାଲେଶ୍ବର : ପୋଲିସକୁ ଛାଡିଲେନି ଦୁର୍ବୃତ୍ତ । ଲୁଟର ଶିକାର ହେଲେ ପୋଲିସ ବାବୁ । ଖନ୍ତାପଡ଼ା ଥାନାର ଏଏସଆଇ ଲୋକନାଥ ସୋରେନ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର ବେଳେ ସେରଗଡ ଟୋଲଗେଟ୍ ପରେ ହେଲା ଛିନତାଇ। ଆମ୍ବୁଲାନ୍ସ ଆଗରେ ଆଡ୍ଡା ପକାଇ ଦୁର୍ବୃତ୍ତ ଭାଙ୍ଗିଦେଲେ ଆମ୍ବୁଲାନ୍ସର କାଚ। ଡ୍ରାଇଭର ପାଖରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଖନ୍ତାପଡ଼ା ଥାନାରେ ଆମ୍ବୁଲାନ୍ସ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।