spot_img
Home Blog Page 6280

ଡିସେମ୍ବରରେ ହେବ ଓଡ଼ିଶା କ୍ରିକେଟ ଲିଗ୍, ଫ୍ଲଡ୍‌ ଲାଇଟ୍‌ରେ ହେବ ସିଲେକ୍ସନ୍‌

କଟକ: ପ୍ରଥମ ଥର ଲାଗି ଡିସେମ୍ବର ମଧ୍ୟ ଭାଗରେ ଓସିଏ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଓସିଏଲ କ୍ରିକେଟ ଲିଗ୍‌ । କୋଭିଡ୍ କଟକଣା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍‌ରେ ଆୟୋଜିତ ହେବ ଏହି ଲିଗ୍‌ । ଏଥିପାଇଁ ଆସନ୍ତା ୧୨ ତାରିଖରୁ ଖେଳାଳୀ ଚୟନରେ ଭାଗ ନେବେ ରାଜ୍ୟର ୧୬୮ ଖେଳାଳି ।

କରୋନା ପାଇଁ ଓସିଏର ଘରୋଇ କ୍ରିକେଟ ସିଜିନ୍‌ ଏଥର ବେଶ ବିଳମ୍ବିତ ହୋଇଛି । ଫଳରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ପ୍ରସ୍ତୁତି କରିବାକୁ ଏଥର ଓସିଏ ‘ଓଡିଶା କ୍ରିକେଟ ଲିଗ୍‌’ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ମଧ୍ୟ ଭାଗରେ ଆୟୋଜନ କରିବାକୁ ଯାଉଛି ।

ଖେଳାଳୀ ଚୟନ କୋଭିଡ୍ କଟକଣା ମଧ୍ୟରେ କରାଯିବା ପରେ ଶ୍ରେଷ୍ଠ ୮୪ ଖେଳାଳୀଙ୍କୁ ନେଇ ୬ଟି ଟିମ୍‌ ଗଠନ କରାଯିବ । ଏହି ଟିମ୍‌ ଗୁଡିକ ମଧ୍ୟରେ ବାରବାଟୀରେ ଫ୍ଲଡ୍‌ ଲାଇଟ୍‌ରେ ମ୍ୟାଚ୍‌ ଖେଳାଯିବ । ଏଥର ଆଠ ମାସ ହେବ କରୋନା ପାଇଁ ଖେଳ ବନ୍ଦ ଥିବାରୁ ଏବେ ଓସିଏ ଲିଗ୍‌ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଯୁବ କ୍ରିକେଟର । ଓସିଏଲ ଲିଗ୍‌ରୁ ଏଥର କିଛି ଶ୍ରେଷ୍ଠ ଖେଳାଳୀ ବାହାରିବେ ବୋଲି ଆଶା କରାଯାଉଛି ।

ଆମେରିକାର ଓଡିଶା ସମାଜ ପକ୍ଷରୁ ଅଭିନେତା ସବ୍ୟସାଚୀଙ୍କ ଦ୍ୱାରା OSMCLକୁ ୫୦୦ ପଲସ୍ ଅକ୍ସିମିଟର ପ୍ରଦାନ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ଲାଗି ଆମେରିକା ଓଡିଶା ସୋସାଇଟିର ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପ୍ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ଦ୍ୱାରା ଓଡିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍ ଲି. (ଓଏସଏମସିଏଲ) କୁ ହାଇ ଆଣ୍ଡ ଫ୍ଲାଗସିପ୍ ପଲସ୍ ଅକ୍ସିମିଟର ପ୍ରଦାନ କରାଯାଇଛି । ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ରହିଛି ।

ମ୍ୟାନେଜିଙ୍ଗ ଡାଇରେକ୍ଟର ଯାମିନି ଷଡଙ୍ଗୀ, ଆଇଏଏସ୍ ଆଣ୍ଡ ଜିଏମ୍-ଅପରେସନ୍ ଡ. ସୌଭାଗ୍ୟ ରଞ୍ଜନ ରଣସିଂହଙ୍କ ଉପସ୍ଥିତିରେ ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପର ଗୁଡଓ୍ୱିଲ୍ ଆମ୍ବାସଡର ତଥା ସିନେ ଅଭିନେତା ସବ୍ୟସାଚୀ ମିଶ୍ର ଏହାକୁ ଓଏସଏମସିଏଲକୁ ହସ୍ତାନ୍ତର କରିଛନ୍ତି ।

ଏହି ଅକ୍ସିମିଟର ଗୁଡିକ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବିଶେଷ ସହାୟକ ହେବ ବୋଲି ସୂଚନା ମିଳିଛି ।

ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର, ଏଚଡବ୍ଲ୍ୟୁଜି ଚେୟାରମ୍ୟାନ୍ ଡ. ଦେବାଶିଷ ରଏ (ୟୁଏସଏ) ଆଣ୍ଡ୍ ପ୍ରୋଜେକ୍ଟ ଲିଡର୍ ଡି. ନିବେଦିତା ମହାନ୍ତି  (ୟୁଏସଏ) ଏହି ପ୍ରୋଜେକ୍ଟକୁ ସଫଳ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

କିଛି ମାସ ପୂର୍ବରୁ ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପ୍ ପକ୍ଷରୁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଆଡଭାନ୍ସଡ୍ ମୋବାଇଲ୍ କୋଭିଡ ଟେଷ୍ଟିଂ ଭ୍ୟାନ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଥିଲା । ଯାହା ଫଳରେ ସ୍ୱାବ୍ ଟେଷ୍ଟିଂ ପ୍ରୋସେସ୍ ରେ ସହାୟତା ମିଳିପାରିବ ।

ଏଚଡବ୍ଲ୍ୟୁଜି ଚେୟାରମ୍ୟାନ୍ ଡ. ଦେବାଶିଷ ରଏ (ୟୁଏସଏ) କହିଛନ୍ତି ଯେ, ‘‘ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପ୍ ଆମେରିକାରେ କାର୍ଯ୍ୟରତ ଓଡିଆ ଡାକ୍ତରଙ୍କୁ ନେଇ ଗଠିତ । ଆଗାମୀ ଭବିଷ୍ୟତରେ ଏହି ଗ୍ରୁପ୍ ସବ୍ୟସାଚୀ ମିଶ୍ରଙ୍କ ମିଶି ଅଧିକ ଯୋଜନା ହାତକୁ ନେବା ସହ ଓଡିଆ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗ୍ଲୋବାଲ ନେଟଓ୍ୱର୍କ ଗଠନ କରାଯିବ’’ ।

ଏନେଇ ସବ୍ୟସାଚୀ ମିଶ୍ର କୁହନ୍ତି ଯେ ‘‘ଏହା ଓଏସଏ ଏଚଡବ୍ଲ୍ୟୁଜି ପାଇଁ ଏକ ବଡ ସଫଳତା । ଯାହାକି ଏକ ହେଲଥୀ ଓଡିଶା ଗଠନ କରିବାରେ ସହାୟକ ହେବ’’ ।

ଫାର୍ମାସିଷ୍ଟଙ୍କ ଉନ୍ମତ କାଣ୍ଡ, ପୋଲିସ ନାକେଦମ

ବାଲେଶ୍ୱର: ଫାର୍ମାସିଷ୍ଟଙ୍କ ଉନ୍ମତ କାଣ୍ଡ । ଖଣ୍ଡାଧରି ଗୋଡ଼ାଇଲେ ଲୋକଙ୍କୁ । ଦୁଇ ଗ୍ରାମବାସୀ ଆହତ । ପୋଲିସ ନାକେଦମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡିଦା ଗ୍ରାମରେ । ଉକ୍ତ ଗାଁର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଫାର୍ମାଷିଷ୍ଟ ଶୁବାଶିଷ ଟୁଡୁ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଛନ୍ତି । ନିଶାସକ୍ତ ଅବସ୍ଥାରେ ସେ ଏକ ଖଣ୍ଡା ଧରି ଗାଁ ମଝିରେ ଉତ୍ପାତ ହେଉଥିଲେ । ଲୋକଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ । ଏଥିରେ ଦୁଇ ଜଣ ଗ୍ରମବାସୀ ଗୁରୁତର ହୋଇଛନ୍ତି । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି ।

Health Centre

ତେବେ ଫାର୍ମସିଷ୍ଟଙ୍କ ଏଭଳି ଉତ୍ପାତ ଯୋଗୁଁ ଗାଁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ । ତାଙ୍କୁ କାବୁ କରିବା ପାଇଁ କିଛି ଯୁବକ ଚେଷ୍ଟା କରିଥିଲେ । ହେଲେ ଗାଁର ଯୁବକଙ୍କ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମସିଷ୍ଟଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସହଜରେ ପାରିନଥିଲେ । ଫାର୍ମସିଷ୍ଟଙ୍କୁ କାବୁ କରିବା ପାଇଁ ପୋଲିସକୁ ଏକ ଜାଲ ବିଛାଇବାକୁ ପଡ଼ିଥିଲା । ପୋଲିସ କାବୁ କରି ଥାନାକୁ ନେଇଥିଲା । ତା ନିକଟରୁ ଏକ ଖଣ୍ଡା ଓ ଢ଼େଙ୍ଗା ଜବତ କରିଛି ପୋଲିସ ।

Health Centre

ଗାଁ ଲୋକଙ୍କ କହିବାନୁଯାୟୀ ଫାର୍ମାସିଷ୍ଟଙ୍କ ଏଭଳି ଉନ୍ମତ କାଣ୍ଡ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ତାଙ୍କୁ ତୁରନ୍ତ ଏଠାରୁ ବଦଳି କରାଯଉ ବୋଲି ଗାଁ ଲୋକେ ଦାବି କରିଛନ୍ତି ।

ନିଶାରେ ନୃଶଂସ ହେଲେ, ସ୍ତ୍ରୀର ଜିଭକୁ କାମୁଡ଼ି ଛିଡାଇଲେ

ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ବ୍ୟକ୍ତି କଳହର ଚରମ ସୀମାରେ ପହଞ୍ଚିଛି । ମଦ ପିଇ ଘରକୁ ଆସିବା ପରେ ସ୍ତ୍ରୀ ସହ ଝଗଡ଼ା କରିଥିଲା । ଏବଂ ମଦୁଆ ସ୍ୱାମୀ ସ୍ତ୍ରୀ ସହ କଳହ କରି ତାକୁ ହତ୍ୟା କରିବାରକୁ ଚେଷ୍ଟା କରିଥିଲା । ଯେତେବେଳେ ସେ ଏହି ଉଦ୍ୟମରେ ସଫଳ ହୋଇ ନଥିଲା ସେତେବେଳେ ସ୍ତ୍ରୀର ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା ।

ସୂଚନା ଅନୁସାରେ, ଲକ୍ଷ୍ନୌର ଭଟ୍ଟା ଗାଁର ରଚିତ ରାୱତ ନାମକ ଜଣେ ବ୍ୟକ୍ତି ତାଙ୍କ ନିଶାରେ ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ସ୍ତ୍ରୀ ସୁମନ ସହ ଯୁକ୍ତିତର୍କ ହେବା ପରେ ତାଙ୍କୁ ଅତି ନିର୍ମମ ଭାବେ ପିଟିବା ସହ ହତ୍ୟା ଉଦ୍ୟମ କରିଥିଲେ । ରଚିତ ନିଶାରେ ତାଙ୍କ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।କିନ୍ତୁ ସେଥିରେ ସେ ସଫଳ ହୋଇ ନଥିଲେ ଏହାପରେ ସ୍ତ୍ରୀର ଜିଭକୁ ଦାନ୍ତରେ କାମୁଡ଼ି ରକ୍ତାତ କରିଦେଇଥିଲେ । ଏହାପରେ ସ୍ତ୍ରୀର ପାଟିରୁ ରକ୍ତ ବାହାରିବା ସତ୍ତ୍ୱେ ରଚିତ ମାଡ଼ ମାରି ଚାଲିଥିଲେ ଏହାପରେ ପଡ଼ୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସୁମନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ​​ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହାସହ ପୋଲିସ ରାଚିତଙ୍କୁ ଗିରଫ କରିଥିଲା। ଡିସିପି ସେଣ୍ଟ୍ରାଲ ସୋମେନ ବର୍ମାଙ୍କ ଅନୁଯାୟୀ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ପିଟିବା ପରେ ଜିଭକୁ କାଟିଦେଇଥିଲେ, ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ଏବଂ ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

୧୦ ଦଫା ଦାବିରେ ମଜଦୁର ସଂଘର ଗଣଧାରଣା

0

ରାଉରକେଲା: ନୂଆ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରିବା ସହ ୧୦ ଦଫା ଦାବିରେ ଆଜି ରାଉରକେଲା ମଜଦୁର ସଂଘ ପକ୍ଷରୁ ଗଣଧାରଣା ଦିଆଯାଇ ଆନ୍ଦୋଳନ କରାଯାଉଛି । ରାଉରକେଲା ଇସ୍ପାତ କାରଖାନା ଫାଟକ ସମ୍ମୁଖ ଵିଶ୍ରାଛକ ଠାରେ ଗଣଧାରଣା ଦିଆଯାଇ ଆନ୍ଦୋଳନ କରୁଛନ୍ତି କର୍ମଚାରୀ ।

ଇସ୍ପାତ କାରଖାନା କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରିବା, କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ଅନୁକମ୍ପାମୂଳକ ନିଯୁକ୍ତି ଓ ଷତିପୁରଣ ପ୍ରଦାନ କରିବା, ସ୍ୱାସ୍ଥ୍ୟ ସେବାର ଉନ୍ନତି ଓ କ୍ୱାର୍ଟର ମରାମତି ସହିତ ଅନ୍ୟାନ୍ୟ ଦାବିରେ ଗଣଧାରଣା ଦେଇଛନ୍ତି କର୍ମଚାରୀ । ସେଲ ଅଧିନରେ ଦେଶର ବିଭିନ୍ନ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସହିତ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବି ଧାରଣାରେ ସାମିଲ ହୋଇଛନ୍ତି ।

ଆର୍ଥିକ କ୍ଷତି ହେବା ସହ ନିଚ୍ଚଲୋକ ଠାରୁ ଅପମାନିତ ହୋଇପାରନ୍ତି ଏହି ରାଶିର ବ୍ୟକ୍ତି

ଆଜିର ପଞ୍ଚାଙ୍ଗ:

୯ ଡିସେମ୍ବର,୨୦୨୦ ବୁଧବାର, ବିଛା ୨୪ଦିନ , ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ମାର୍ଗଶିର କୃଷ୍ଣ ୯ମୀ ଦିବା ୦୩:୧୮ ଗତେ ୧୦ମୀ ।

– କନ୍ୟା ରାଶିରେ ରହିବେ ଚନ୍ଦ୍ର ଅହୋରାତ୍ର

– ଉତ୍ତରାଫାଲଗୁନି ଦିବା ୧୨:୩୨ ପର୍ଯ୍ୟନ୍ତ

ଏହା ପରେ ହସ୍ତା ନକ୍ଷତ୍ର

– ଘାତ ଚନ୍ଦ୍ର – ବୃଷ ରାଶିର

– ଘାତ ବାର – କର୍କଟ ରାଶିର

– ଯୋଗିନୀ ରହିବେ ପୂର୍ବେ ଦିବା ୦୩:୧୭ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ  ଉତ୍ତରେ

– ପୁଷ୍କର ଦୋଷ – ଦିବା ୧୨:୩୨ ପର୍ଯ୍ୟନ୍ତ ୧ପାଦ

– ନିଷିଦ୍ଧ ଖାଦ୍ୟ – ଲାଉ

-ଶୁଭ ସମୟ –

ପ୍ରାତଃ ୦୬:୧୫ ରୁ ୦୮:୨୩

ଦିବା ୧୦:୩୪ ରୁ ୧୧:୩୯

ଦିବା ୦୧:୨୭ ରୁ ୦୩:୩୭

ସଂଧ୍ୟା ୦୫:୫୬ ରୁ ୦୬:୪୯

ରାତ୍ର ୦୮:୩୪ ରୁ ୦୨:୫୬

– ଅଶୁଭ ସମୟ –

ଦିବା ୦୮:୫୬ ରୁ ୧୦:୧୭

ଦିବା ୧୧:୩୯ ରୁ ୦୧:୦୦

୦୯.୧୨.୨୦୨୦ – ବୁଧବାର (ରାଶିଫଳ)

ମେଷ

ଆଶ୍ୱିନୀ ନକ୍ଷତ୍ର – ଆଜି ନିଜର ସକ୍ଷମ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକକୁ ସାହାଯ୍ୟ କରନ୍ତୁ ମନର ଆଶା ପୁରଣ ହେବ ।

ଦ୍ୱିଜା ନକ୍ଷତ୍ର – ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ ।

କୃତ୍ତିକା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ ।

ଶୁଭ ରଙ୍ଗ – ହଳଦିଆ

ଉପାୟ- ଜଳରେ ହଳଦି ମିଶାଇ ସ୍ନାନ କରିବ ଏବଂ ଓଁ ଋଣହତ୍ରେ ନମଃ ୨୭ଥର ଜପ କରିବ  ।

ବୃଷ

କୃତ୍ତିକା ନକ୍ଷତ୍ର – ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ ।

ରୋହିଣି ନକ୍ଷତ୍ର – ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହୁଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ ।

ମୃଗଶିରା ନକ୍ଷତ୍ର – ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ନଚେତ ଦଣ୍ଡିତ ହୋଇପାରନ୍ତି ।

ଶୁଭ ରଙ୍ଗ – ଲାଲ ରଙ୍ଗ

ଉପାୟ – ଜଳରେ କ୍ଷିର କିମ୍ବା ଗଙ୍ଗାଜଳ ମିଶାଇ ସ୍ନାନ କରିବେ ଏବଂ ଓଁ ଦେତ୍ୟ ଗୁରବେ ନମଃ ୨୭ଥର ଜପ କରିବେ, ମଥାରେ ଚନ୍ଦନ ତିଳକ ଲଗାଇବେ ଏବଂ ଚନ୍ଦନ କାଠି ପାଖରେ ରଖିବେ ।

ମିଥୁନ

ମୃଗଶିରା ନକ୍ଷତ୍ର – ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ କାର୍ଯ୍ୟ ବିଗିଡିଯିବ ।

ଆଦ୍ରା ନକ୍ଷତ୍ର – ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୁରଣ ହେବନାହିଁ ।

ପୂନର୍ବସୁ ନକ୍ଷତ୍ର – ଶତ୍ରୁ ଆଜି ମିତ୍ର ପାଲଟିଯିବ,ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହି ।

ଶୁଭ ରଙ୍ଗ – ପାଉଁସିଆ

ଉପାୟ – ଜଳରେ ଗୋଲାପଜଳ ମିଶାଇ ସ୍ନାନ କରିବେ ଏବଂ ଓଁ ଲକ୍ଷ୍ମୀନାରାୟଣାୟ ନମଃ ୨୭ଥର ଜପ କରିବେ, ସବୁଜ ବସ୍ତ୍ର ଦାନ କରିବେ  ।

କର୍କଟ

ପୂନର୍ବସୁ ନକ୍ଷତ୍ର – ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ  ।

ପୂଷ୍ୟା ନକ୍ଷତ୍ର – ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ  ।

ଅଶ୍ଲେଷା ନକ୍ଷତ୍ର –  ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

ଶୁଭ ରଙ୍ଗ – ଧଳା

ଉପାୟ – ଜଳରେ ହଳଦିଆ ସୋରିଷ ମିଶାଇ ସ୍ନାନ କରିବେ ଏବଂ ଓଁ ବକ୍ରତୁଣ୍ଡାୟ ନମଃ ୨୭ଥର ଜପ କରିବେ, ଚଣାଡାଲି ଦାନ କରିବେ  ।

ସିଂହ

ମଘା ନକ୍ଷତ୍ର – ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜର କିଛି ଅର୍ଥ ଆଜି କାହାକୁ ସାହାଯ୍ୟ କରନ୍ତୁ ମନମୁତାବକ ଫଳ ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ଅର୍ଥାଭାବ ବଢିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ ।

ଶୁଭରଙ୍ଗ – ଧଳ

ଉପାୟ – ଜଳରେ କଳାରାଶି ମିଶାଇ ସ୍ନାନ କରିବେ ଏବଂ ଓଁ ପିପଳାୟ ନମଃ ୨୭ଥର ଜପ କରିବେ, ବିରିଡାଲି ଦାନ କରିବେ ।

କନ୍ୟା

ଉତ୍ତରାଫାଲଗୁନୀ ନକ୍ଷତ୍ର – ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ସୃଷ୍ଟି ହେବ, ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଶଂ ମିଳିବ ।

ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ କିନ୍ତୁ ମାନସମ୍ନାନରେ କମି ରହିବ ।

ଚିତ୍ରା ନକ୍ଷତ୍ର – ପ୍ରତି କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ଅସୁବିଧା ଭୋଗିବେ  ।

ଶୁଭ ରଙ୍ଗ – ସବୁଜ

ଉପାୟ – ଜଳରେ ଗୋମତିଚକ୍ର ପକାଇ ସ୍ନାନ କରିବେ ଏବଂ ଓଁ ଗ୍ରହପତୟେ ନମଃ ୨୭ଥର ଜପ କରିବେ, କୋଳଥଡାଲି ଦାନ କରିବେ ।

ତୁଳା

ଚିତ୍ରା ନକ୍ଷତ୍ର – ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ ।

ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର – ଆଜି ଘରୁ ବାହାରିଲା ବେଳେ ଶମିଗଛର ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁବକାମରେ ଜୟ ହେବ ।

ଶୁଭ ରଙ୍ଗ – ଧଳା

ଉପାୟ – ଜଳରେ ହଳଦି ମିଶାଇ ସ୍ନାନ କରିବେ ଏବଂ ଓଁ ବୁଧ ମହାଗ୍ରହାୟ ନମଃ ୨୭ଥର ଜପ କରିବେ, ଅରୁଆ ଚାଉଳ ଦେବଜ୍ଞ ବ୍ରାହ୍ମଣଙ୍କୁ ଦାନ କରିବେ ।

ବିଛା

ବିଶାଖା ନକ୍ଷତ୍ର – ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ ।

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ,  ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ  ।

ଶୁଭ ରଙ୍ଗ – ସବୁକ

ଉପାୟ – ଜଳରେ ଲାଲସିନ୍ଦୁର ମିଶାଇ ସ୍ନାନ କରିବେ ଏବଂ ଓଁ ଅଙ୍ଗାରକାୟ ନମଃ ୨୭ଥର ଜପ କରିବେ, ମସୁରଡାଲି ଦାନ କରିବେ ।

ଧନୁ

ମୂଳା ନକ୍ଷତ୍ର – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ ।

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ ।

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ ।

ଶୁଭ ରଙ୍ଗ – ଧଳା

ଉପାୟ – ଦହି ମିଶାଇ ସ୍ନାନ କରିବେ ଏବଂ ଓଁ ଜଗନ୍ନାଥାୟତେ ନମଃ ୨୭ଥର ଜପ କରିବେ, ଖଣ୍ଡହଳଦି ଭଗବାନ ବିଷ୍ଣୃଙ୍କୁ ଅର୍ପଣ କରିବେ  ।

ମକର

ଉତ୍ତରାଷାଢା ନକ୍ଷତ୍ର – ଆୟଠାରୁ ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାର୍ଯ୍ୟ ହାସ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ଷୃଷ୍ଟି ହେବ  ।

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗୃହନିମାଣ ଆଦି କାଯ୍ୟ ଆରମ୍ଭ କରିବେ ।

ଧନିଷ୍ଠା ନକ୍ଷତ୍ର – ସମୟ ଏତେ ଶୁଭ ରହିବ ନାହିଁ ତେଣୁ ଖଣ୍ଡେ ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ ।

ଶୁଭ ରଙ୍ଗ – ଧଳା

ଉପାୟ – ଜଳରେ ଗୁଜୁରାତି ମିଶାଇ ସ୍ନାନ କରିବେ ଏବଂ ଓଁ ମହାବଳାୟ ନମଃ ୨୭ଥର ଜପ କରିବେ, ମୁଗଡାଲି ଦାନ କରିବେ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ  ।

ଶତଭିଷା ନକ୍ଷତ୍ର – ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ  ।

ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୁରୀ  ।

ଶୁଭ ରଙ୍ଗ – ହଳଦିଆ

ଉପାୟ – ସ୍ନାନସାରି ତମ୍ବାପାତ୍ରରେ ଜଳଭରି ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦିଅନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପେଟ ଏବଂ ଛାତି ଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ତେଣୁ ମନେମନେ ଓଁ ନମଃ ଶିବାୟ ଜପ କରିବେ ।

ଉତ୍ତରଭାଦ୍ର ନକ୍ଷତ୍ର – ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ, ପାରାଙ୍କୁ ଖାଇବାକୁ ଦେବେ କଲ୍ୟାଣ ହେବ ।

ରେବତୀ ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ଷୃଷ୍ଟି ହେବ, ମନ ଅସ୍ଥିର ରହିବ  ।

ଶୁଭ ରଙ୍ଗ – ନିଳ

ଉପାୟ – ଜଳରେ କେଶର ମିଶାଇ ସ୍ନାନକରିବେ ଏବଂ ଓଁ ବିଷ୍ଣବେ ନମଃ ୨୭ଥର ଜପ କରିବେ, ଗହମ ଦାନ କରିବେ ।

ବୁଧବାର ମହାଉପାୟ –

  • ପିଲାଙ୍କର ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହ ନିମନ୍ତେ କରନ୍ତୁ ଏହି ମହାଉପାୟ
  • ପଢାଗୃହଟି ଗୃହର ଉତରଦିଗ, ପୂର୍ବଦିଗ କିମ୍ବା ଉତ୍ତର-ପୂର୍ବ ବା ଐଶାନ୍ୟ ଦିଗରେ ରହିବା ସହିତ ପିଲାମାନେ ପଢିଲା ବେଲେ ଏହି ଦିଗକୁ ମୁଖ କରି ପଢିବା ଜରୁରୀ ।
  • ପଢାଗୃହରେ ନିଳ ସରସ୍ୱତୀ ଏବଂ ଗଣେଷ ଭଗବାନଙ୍କର ଫଟୋ ରଖି ପଢା ଆରମ୍ଭରୁ ଦର୍ଶନ କରି ଆରମ୍ଭ କରିବ ।
  • ପଢାଟେବୁଲ ଉପରେ ଗୋଟେ ପୃଥିବି ଚିତ୍ରର ଗ୍ଲୋଭସ୍ ଓ ବିଦ୍ୟାବୃଦ୍ଧି ଯନ୍ତ୍ର ରଖିବେ ।
  • ସୂର୍ଯ୍ୟୋଦୟ ପୂର୍ବରୁ ବ୍ରାହ୍ମମୁହୁର୍ତରେ ପଢିବା ଅଧିକ ଶୁଭ ବା ସ୍ମୃତିଶକ୍ତି ବଢିଥାଏ ।
  • ସବୁବେଳେ ଗୋଟେ ମୟୁର ଚନ୍ଦ୍ରିକା ବହି ଭିତରେ ରଖି ପଢିବା ଶୁଭପ୍ରଦ ।
  • ପଢାଟେବୁଲ ଉପରେ କେବେବି ଅଇଁଠା କରିବେ ନାହିଁ ।
  • ପଢା ଗୃହରେ କୌଣସି ଖାତା ବହି କଲମ କେବେବି ଖୋଲା ରଖି ଯିବେ ନାହିଁ ।

    ଗର୍ଗ ଜ୍ୟୋତିଷ ଜ୍ୟୋତିଷ ଶ୍ରୀପତି ଆଚାର୍ଯ୍ୟ

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର ରାଜ୍ୟ

ଭୁବନେଶ୍ୱର: ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର ରାଜ୍ୟ । ରାଜଧାନୀ ଦିଲ୍ଲୀ ଓ ୨୮ ରାଜ୍ୟର ୪୦ ସହରରେ ହୋଇଥିବା ସର୍ଭେରେ ଓଡ଼ିଶା ଶୀର୍ଷରେ ରହିଛି । ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡ଼ିଶା ୧୦୦ ମାର୍କରୁ ୫୬.୮୬ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି ।

Second Wave Of Covid-19 May Affect Odisha After December Second Week

୫୫.୧୫ ମାର୍କ ସହ ମହାରାଷ୍ଟ୍ର ଦ୍ୱିତୀୟ ଓ ୫୫.୧୫ ମାର୍କ ସହ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି । ସେହିପରି କେରଳ, ମଧ୍ୟପ୍ରଦେଶ ଓ ନାଗାଲାଣ୍ଡ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଆଞ୍ଚଳିକ ଅର୍ବାନ ପ୍ଲାନିଂ, ସଡ଼କ ଓ ରାସ୍ତାଘାଟ, ଲ୍ୟାଣ୍ଡ ରେଗୁଲେସନ, ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ସହରାଞ୍ଚଳ ବନୀକରଣ ଭଳି ବିଭିନ୍ନ ପାରାମିଟରର ସର୍ଭେ କରାଯାଇଥିଲା । ୩ ବର୍ଷ ଧରି ଏହି ସର୍ଭେ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶା ଶୀର୍ଷରେ ରହିଛି ।

ଦେଶରେ ଦିନକରେ ୩୨ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୪୦୨ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖସିବାରେ ଲାଗିଛି କରୋନା ଗ୍ରାଫ୍। ଦିନକରେ ୩୨ହଜାର ୦୮୦କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୦୨ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୩୫ହଜାର ୮୫୦ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ଲକ୍ଷେ ୪୧ ହଜାର ୩୬୦କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହେଲେଣି ୯୨ ଲକ୍ଷ ୧୫ ହଜାର ୫୮୧ । ଏଥିସହିତ  ଆକ୍ଟିଭ କେସ୍ ରହିଛି ୩ ଲକ୍ଷ ୭୮ହଜାର ୯୦୯ ।

ସେହିପରି ମହାରାଷ୍ଟ୍ରରେ ଦିନକରେ ୪ହଜାର ୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେରଳରେ ଦିନକରେ ସର୍ବାଧିକ ୫ହଜାର ୩୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧ଜଣଙ୍କ ଜୀବନ ନେଇଛି ମହାମାରୀ । ଦିଲ୍ଲୀରେ ୩ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣଙ୍କ ମୃତ୍ୟୁ ହୋଇଛି ।

ଭୁଲରେ କରନ୍ତୁ ନାହିଁ ଏହି ୮ଟି ଭୁଲ ନ ହେଲେ ଭିକାରୀ ହୋଇଯିବେ

ମାଆ ଲକ୍ଷ୍ମୀ ଧନ ଏବଂ ଧନର ଦେବୀ ଏବଂ ତାଙ୍କୁ ଚଞ୍ଚଳା ମଧ୍ୟ କୁହାଯାଏ । ଏହାର କାରଣ ସେ ସବୁବେଳେ କାହା ପାଖରେ ସ୍ଥାୟୀ ହୋଇ ରହିପାରନ୍ତି ନାହିଁ । ଯାହା ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ହୋଇଥାଏ ତା ପାଖରେ କୌଣସି ଜିନିଷର ଅଭାବ କେବେ ହୁଏ ନାହିଁ । ମାଆଙ୍କ ଆଶୀର୍ବାଦ ହେଲେ ଅତି ଗରିବ ବ୍ୟକ୍ତିଙ୍କୁ ରାଜା କରିପାରେ ଏବଂ ଯଦି ସେ ରୁଷ୍ଠ ହୁଅନ୍ତି ତେବେ ଧନୀ ବି ଗରିବ ହୋଇଯାଏ । ଜ୍ୟୋତିଷ ଶାସ୍ତ୍ରରେ, ଏପରି କିଛି କଥା କୁହାଯାଇଛି, ଯାହା କରିବା ଦ୍ୱାରା ମାଆ ଲକ୍ଷ୍ମୀ ସବୁଦିନ ପାଇଁ ଘରୁ ପଳାଇଥାନ୍ତି । କାରଣ ଜାଣିଶୁଣି ଏବଂ ଅଜାଣତରେ, ଆମେ ଏପରି ଅନେକ ଭୁଲ୍ କରିଥାଉ, ଯାହା ମାଆ ଲକ୍ଷ୍ମୀଙ୍କୁ କ୍ରୋଧିତ ହୁଅନ୍ତି । ଆସନ୍ତୁ ଜାଣିବା କିଛି ଏମିତି ଭୁଲ୍ ବିଷୟରେ ଯାହା ଆପଣ ଅଜାଣନ୍ତି କରିଥାନ୍ତି ।

ଏମିତି କରିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି

ଅନେକ ଲୋକ ଅଇଁଠା ବାସନ ଘରେ ଖେଳାଇ ରଖିଥାନ୍ତି । ଏହା ଅଧିଂକାଶ ରାତ୍ରି ଭୋଜନ ପରେ ହିଁ ହୋଇଥାଏ । ସାଧାରଣତଃ ରାତିର ଅଇଁଠା ବାସନ ଲୋକେ ସକାଳେ ଧୋଇ ଥାନ୍ତି । ଯାହା ଶାସ୍ତ୍ର ଅନୁଯାୟୀ ଠିକ୍ ନୁହେଁ । ଘରେ ଅଇଁଠା ବାସନ ରଖିବାଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏବଂ ଅଧିକା ସମୟ ପାଇଁ ଘରେ ରୁହନ୍ତି ନାହିଁ । ତେଣୁ, ଘରେ ପରିଷ୍କାର ପରିଚ୍ଛନ୍ନତା ଉପରେ ସର୍ବଦା ବିଶେଷ ଧ୍ୟାନ ଦେବା ଉଚିତ୍, ଯାହାଫଳରେ ମାଆ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବ ।

ଏହି ସ୍ଥାନରେ ରଖନ୍ତୁନି ଅଳିଆ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଉତ୍ତରର ମୂଖ୍ୟ ଦେବତା ହେଉଛନ୍ତି କୁବେର ଏବଂ ଦେବୀ ଲକ୍ଷ୍ମୀ, ଯିଏ ଧନ ଏବଂ ସମୃଦ୍ଧିର ସଙ୍କେତ ଦିଅନ୍ତି । ଏହି ସ୍ଥାନକୁ ମାତୃ ସ୍ଥାନ ମଧ୍ୟକୁହାଯାଏ । ତେଣୁ ଅଳିଆ, ବର୍ଜ୍ୟବସ୍ତୁକୁ ଏହି ସ୍ଥାନରେ ରଖିବା ଉଚିତ୍ ନୁହେଁ । ଏହି ଦିଗକୁ ସର୍ବଦା ପରିଷ୍କାର ରଖିବା ଉଚିତ୍, ଫଳରେ ଅର୍ଥ ଲାଭ ହେବ । ଘରର ଏହି ଅଂଶ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ, ଯଦି ଆପଣ ଅଦରକାରୀ ଜିନିଷ ଏହି ସ୍ଥାନରେ ରଖନ୍ତି ତେବେ ଦେବୀ ଲକ୍ଷ୍ମୀ ଏବଂ କୁବେରଙ୍କ କ୍ରୋଧିତ ହୁଅନ୍ତି ।

ଚୁଲା ଉପରେ ଅଇଁଠା ବାସନ ରଖନ୍ତୁ ନାହିଁ

ରୋଷେଇ ଘରେ ପରିଷ୍କାର ପରିଚ୍ଛନ ରଖିବା ନିହାତି ଆବଶ୍ୟକ । ସେହି ପରି ଚୁଲା ବା ଚୁଲିରେ  ଖାଲି କିମ୍ବା ଅଇଁଠା ବାସନ ରଖନ୍ତୁ ନାହିଁ । ସବୁବେଳେ ଚୁଲାକୁ ସଫାସୁତରା ରଖନ୍ତୁ । ଫଳରେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିବ ଏବଂ ସମାଜରେ ସମ୍ମାନ ମିଳିବ । ପୁରାଣରେ କୁହାଯାଇଛି ଯେ, ଚୁଲାରେ ଖାଲି ପାତ୍ର ରଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବଢେ । କୁହାଯାଏଁ ଯେ, ଠାକୁର ଘର ପରେ ଘରର ପବିତ୍ର ସ୍ଥାନହେଲା ରୋଷେଇ ଘର ।

ଏହି ସମୟରେ ଲଗାନ୍ତୁ ନାହିଁ ଝାଡ଼ୁ

ଯଦି ଆପଣ ସୂର୍ଯ୍ୟ ଅସ୍ତ ପରେ ଝାଡ଼ୁ ଲଗାନ୍ତି ତେବେ ଏହାକୁ ଦୁର୍ଭାଗ୍ୟର ପ୍ରତିକ ମନାଯିବ । କାରଣ ଝାଡ଼ୁରେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ସୂର୍ଯ୍ୟ ଅସ୍ତ ପରେ ଝାଡ଼ୁ ଲଗାଇବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇଥାନ୍ତି । ଯଦି କୌଣସି ଆବଶ୍ୟକତା ଥାଏ ତେବେ ଆପଣ ଝାଡ଼ୁ ଲଗାଇ ପାରିବେ କିନ୍ତୁ ଅଳିଆକୁ ବହାରେ ନପକାଇ ତାହାକୁ ପର ଦିନ ପକାଇବେ ।

ଗୋଟିଏ ହାତରେ ଏହି ଭୁଲ କରନ୍ତୁ ନାହିଁ

ଗୋଟିଏ ହାତରେ କେବେ ବି ଚନ୍ଦନ ଘସିବେ ନାହିଁ ଏମିତି କରିବା ଦ୍ୱାରା ଭଗବାନ ନାରାୟଣ ମଧ୍ୟ ଦରିଦ୍ର ହୋଇଯିବେ ।ଏମିତି କରିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଧନ ଅଭାବ ଦେଖାଦିଏ । ଏହାସହ ଚନ୍ଦନ ଘସିବା ପରେ ସିଧା ଭଗବାନଙ୍କୁ ଲଗାଯାଏ ନାହିଁ  । ଚନ୍ଦନଙ୍କୁ ପ୍ରଥମେ ଗୋଟିଏ ପାତ୍ରରେ ରଖିବେ ଏହାପରେ ଆପଣ ଭଗବାନଙ୍କୁ ଲଗାଇପାରବେ ।

ନାରାୟଣଙ୍କ ବିନା ମାଆ ଲକ୍ଷ୍ମୀଙ୍କ ପୂଜା କଲେ ସଫଳତା ମିଳି ନଥାଏ

ଶାସ୍ତ୍ରରେ କୁହାଯାଇଛି ଯେ, କେବଳ ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ନାହିଁ ବରଂ ମାଆଙ୍କ ସହ ସବୁ ବେଳେ ନାରାୟଣଙ୍କୁ ପୂଜା କରନ୍ତୁ । ସେଥିପାଇଁ ଏମାନଙ୍କୁ ଲକ୍ଷ୍ମୀ ନାରାୟଣ କୁହାଯାଏ । ଖାଲି ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ତାଙ୍କ କୃପା ମିଳେ ନାହିଁ । ସେଥି ପାଇଁ ମାଆ ଲକ୍ଷ୍ମୀଙ୍କ ସହ ସବୁ ବେଳେ ଭଗବାନ ନାରାୟଣଙ୍କୁ ପୂଜା କରନ୍ତୁ ।

ଏହି ସମୟରେ ଶୋଇବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି

ଶାସ୍ତ୍ରରେ ମଧ୍ୟ ଶୋଇବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଏବଂ ରାତ୍ରି ସମୟରେ ଶୋଇବା ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଏ । କିଛି ଲୋକ ଅଳସୁଆ ହୋଇ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ ସମୟରେ ଶୋଇ ରୁହନ୍ତି ଯାହା ଅନୁଚିତ । ପାହାନ୍ତରେ ଠାକୁର ପୂଜାକୁ ଶୁଭ ବୋଲି କୁହାଯାଏ ।

ଏମାନଙ୍କ ଅନାଦାର କରିବା ଦ୍ୱାରା ମାଆ ଲକ୍ଷ୍ମୀ ଚାଲିଯାଆନ୍ତି

ଗୃହରର ଲକ୍ଷ୍ମୀ ହେଉଛନ୍ତି ମହିଳା । ଏମାନଙ୍କୁ ଯଦି ଅନାଦର କରାଯାଏ ତେବେ ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯେଉଁ ଘରେ ଲୋକ ମହିଳାମାନଙ୍କ ଅପମାନ କରନ୍ତି କିମ୍ବା ମାର-ପିଟ କରନ୍ତି ସେମିତି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ପୁଲଓ୍ୱାମାରେ ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ବୁଧବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି ।

ଏଯାବତ୍ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ ।

ପୋଲିସର ସୂଚନା ମୁତାବକ ପୁଲଓ୍ୱାମା ଜିଲ୍ଲାର ଟିକେନ୍ ଅଞ୍ଚଳରେ ଆତଙ୍କବାଦୀ ମାନେ ଛପି ରହିଥିବା ନେଇ ଖବର ମିଳିବା ପରେ ଆଜି ଭୋର୍ ସମୟରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।

ହେଲେ  ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯିବା  ପରେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।