spot_img
Home Blog Page 6281

ଜଣକ ପରେ ଜଣେ କଳାକାର କରୋନା ଆକ୍ରାନ୍ତ, ତନାଜଙ୍କ ପରେ ମନୀଷ ପଲ୍‌ ପଜିଟିଭ୍‌

ମୁମ୍ବାଇ: ଅଭିନେତ୍ରୀ ତନାଜ ଈରାନୀ କରୋନା ସଂକ୍ରମିତ । ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି ନିଜେ ତନାଜା । ଏହା ସହିତ ସେ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ସହିତ ଆଉ କେହି ସଂକ୍ରମିତ ନ ହୁଅନ୍ତୁ ।

Tanaaz-Irani

ସେହିଭଳି ଅଭିନେତା ମନୀଷ ପଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେ ସୁଟିଂ ଲୋକେସନରୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଫେରିଛନ୍ତି । ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସୁଟିଂ ଚଣ୍ଡିଗଡ଼ରେ ଚାଲିଥିଲା ବେଳେ ଫିଲ୍ମର କେତେକ କ୍ରୁ ମେମ୍ବର କରୋନାରେ ଆକ୍ରାନ୍ତ ହୋଇଥିଲେ । ସୁଟିଂ ଆରମ୍ଭରୁ ଫିଲ୍ମର ପୁରା ଷ୍ଟାର କାଷ୍ଟ କରୋନା ପଜିଟିଭ ହେବା ପରେ ଫିଲ୍ମ ମେକର୍ସ ଚିନ୍ତାରେ ପଡ଼ିଛନ୍ତି ।

ଅନ୍ୟପଟେ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ କ୍ରିତି, ଅଭିନେତା ରାଜକୁମାର ରାଓଙ୍କ ସହ ତାଙ୍କର ଆଗାମୀ ଫିଲ୍ମର ସୁଟିଂ କରୁଥିଲା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ନିକଟରେ କ୍ରିତି ବିମାନର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖିଥିଲେ, ସେ ଚଣ୍ଡିଗଡ଼ରେ ସିଡ୍ୟୁଲ୍ ପୂରା କରିବା ପରେ ଘରକୁ ଫେରୁଛନ୍ତି । ଏୟାରପୋର୍ଟରେ କିଛି ଲୋକ ତାଙ୍କୁ ମାସ୍କ କାଢିବାକୁ କହିଥିବା ବେଳେ ସେ ଗୋଟେ ସେକେଣ୍ଡ ପାଇଁ ମାସ୍କ ଓହ୍ଲାଇବେନି ବୋଲି ମନା କରିଦେଇଥିବା ମିଡିଆ ରିପୋର୍ଟରୁ ପ୍ରକାଶ ।

ଟ୍ରମ୍ପଙ୍କ ଦ୍ୱାରା ପ୍ରେରିତ ମୋଦି ସରକାର: ଚିଦାମ୍ବରମ୍

ନୂଆଦିଲ୍ଲୀ: ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ପି. ଚିଦାମ୍ବରମ ମୁହଁ ଖୋଲିବା ସହ ମୋଦି ସରକାର ଟ୍ରମ୍ପଙ୍କ ଦ୍ୱାରା ପ୍ରେରିତ ବୋଲି କହିଛନ୍ତି। ବର୍ତ୍ତମାନ ସମୟରେ ୩ ନୂଆ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କୃଷକ ମାନେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି ଯେ ‘‘ମୁଁ କେବଳ ଅହଙ୍କାର ଦେଖାଉଛି, ଏହା ପୁଣି ମୋଦି ସରକାରର ଅହଙ୍କାର । ‘ମାଇ ଓ୍ୱେ ଓର୍ ହାଇଓ୍ୱ’ । ମୁଁ ଏହି ଆଇନ୍ ବନାଇଛି । ମୋ ପାଖରେ ବହୁମତ ରହିଛି। ମୋଦି ସରକାରର ପ୍ରେରଣା ହେଉଛନ୍ତି ଟ୍ରମ୍ପ’’।

ସେ ଆହୁରି ମଧ୍ୟ କହିଛନ୍ତି ‘‘ସରକାରର ଏଭଳି ଚିନ୍ତାଧାରା । ମୁଁ କାହାଠାରୁ ପରାମର୍ଶ ନେବି ନାହିଁ । ମୁଁ ବିରୋଧିଙ୍କ ଠାରୁ ପରାମର୍ଶ ନେବି ନାହିଁ… ମୁଁ ଆଇନ୍ ପାରିତ କରିବି। ଯଦି ଆପଣ ଗୋଟିଏ ଭୋଟ୍ ପାଇଁ ବାଧ୍ୟ କରୁଛନ୍ତି, ତାହେଲେ ଏହା ସୁନିଶ୍ଚିତ ହେବକି ହାଉସରେ କୗେଣସି ଭୋଟ୍ ନହେଉ । ଏଭଳି ଶବ୍ଦକୁ ଟ୍ରମ୍ପଜିମ୍ କୁହାଯାଯାଇଥିାଏ ।

ଏଥିରୁ ଜଣାପଡେ ମୋଦି ସରକାର କ’ଣ କରୁଛନ୍ତି ବୋଲି ସେ କହିଛନ୍ତି ।

ଚାଷୀଙ୍କ ସମର୍ଥନରେ ବଲିଉଡ୍‌ କଳାକାର, ପ୍ରିୟଙ୍କା ଲେଖିଲେ ‘ଚାଷୀ ଦେଶର ଖାଦ୍ୟ ସୈନିକ’

ମୁମ୍ବାଇ: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା । ମଙ୍ଗଳବାର ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ । ଅନେକ ରାଜ୍ୟରେ ଏହି ବନ୍ଦ ସଫଳ ମଧ୍ୟ ହୋଇଛି । ତେବେ ଗୋଟିଏପଟେ ଦେଶର ମେରୁଦଣ୍ଡ ଏହି ଚାଷୀମାନଙ୍କୁ ନେଇ ରାଜନୀତି କରାଯାଉଥିବା ବେଳେ ଅନ୍ୟପଟେ ବଲିଉଡ୍‌ କଳାକାର ମାନେ ଚାଷୀଙ୍କ ପାଇଁ ନିଜର ସମର୍ଥନ ଜଣାଇଛନ୍ତି । ଚାଷୀଙ୍କୁ ଦେଶର ଖାଦ୍ୟ ସୈନିକ ବୋଲି କହିଛନ୍ତି କଳାକାର ।

ଜଣେ କି ଦୁଇ ଜଣ ନୁହେଁ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା କୃଷକ ଆନ୍ଦୋଳନକୁ ମିଳିଛି ଅନେକ ବଲିଉଡ୍‌ କଳାକାରଙ୍କ ସମର୍ଥନ । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଓ ସୋନୁ ସୁଦ୍‌ଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ନାମ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଛି । ଏଥିସହ ବିଜେପି ସାଂସଦ ତଥା ଅଭିନେତା ସନ୍ନି ଦେଓଲ ମଧ୍ୟ କୃଷକ ଆନ୍ଦୋଳନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Sunny Deol

ଖାଲି ସେତିକି ନୁହେଁ ପ୍ରିୟଙ୍କା ଚୋପ୍ରା, କଣ୍ଠଶିଳ୍ପୀ ଦିଲଜିତଙ୍କ ଏକ ଟ୍ୱିଟକୁ ରି-ଟ୍ୱିଟ୍‌ କରି ଲେଖିଛନ୍ତି ‘କୃଷକ ଦେଶର ଖାଦ୍ୟ ସୈନିକସେମାନଙ୍କର ଭୟ ଦୂର ହେବା ଆବଶ୍ୟକ । ସେମାନଙ୍କର ଆଶା ପୂରଣ ହେବା ଆବଶ୍ୟକ । ଏକ ବିକାଶଶୀଳ ଗଣତନ୍ତ୍ର ଭାବେ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଏହି ସଙ୍କଟ ଯଥାଶୀଘ୍ର ଶେଷ ହେବ।’

ସେହିଭଳି ଅଭିନେତ୍ରୀ ପରିଣିତି ଚୋପ୍ରା ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ‘ଯଦି ଆପଣ ରାତ୍ରିଭୋଜନ କରି ସାରିଛନ୍ତି ତା’ହେଲେ କୃଷକଙ୍କୁ ଧନ୍ୟବାଦ ଜଣାନ୍ତୁ’ । ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ରିୟଲ ହିରୋ ସାଜିଥିବା ରିଲ୍‌ ଲାଇଫ୍‌ ଭିଲେନ୍‌ ସୋନୁ ସୁଦ୍ ମଧ୍ୟ‌ ଲଗାତାର ଚାଷୀଙ୍କ ସପକ୍ଷରେ ଟୁଇଟ୍ କରୁଛନ୍ତି ।

Parineeti Chopra

ନିର୍ମଳା ସୀତାରମଣଙ୍କ ସହ ଶହେ ଶକ୍ତିଶାଳି ମହିଳାଙ୍କ ଭିତରେ ସ୍ଥାନ ପାଇଲେ ଏହି ମହିଳା

ନୂଆଦିଲ୍ଲୀ: ବିଶ୍ୱର ଶହେ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅଛନ୍ତି ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର ଏବଂ ଏଚସିଏଲ୍ ଏଣ୍ଟରପ୍ରାଇଜର ସିଇଓ ରୋଶନୀ ନାଦର ମଲହୋତ୍ରା ଅଛନ୍ତି । ମଙ୍ଗଳବାର ଦିନ ଜାରି ହୋଇଥିବା ଫୋର୍ବସ୍ ୨୦୨୦ ତାଲିକାରେ ଜର୍ମାନ ଚାନ୍ସେଲର ଏଞ୍ଜେଲା ମର୍କେଲ ଦଶମ ଥର ପାଇଁ ଶୀର୍ଷ ସ୍ଥାନ ରହିଛନ୍ତି ।

ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ କ୍ରିଷ୍ଟୀନ ଲେଗାର୍ଡ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ବିଲ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ମେଲିଣ୍ଡା ଗେଟ୍ସ ପଞ୍ଚମ ସ୍ଥାନରେ ରହିଛି।

ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୧ ସ୍ଥାନରେ ରହିଛନ୍ତି। ରୋଶନି ନାଦର ମାଲହୋତ୍ରା ୫୫ ତମ ଏବଂ କିରନ ମଜୁମଦାର ସ ୬୮ ତମ ସ୍ଥାନରେ ରହିଥିଲେ। ଲ୍ୟାଣ୍ଡମାର୍କ ଗ୍ରୁପ୍‌ର ଅଧ୍ୟକ୍ଷ ରେଣୁକା ଜାଗତିଆନି ୯୮ରେ ସ୍ଥାନରେ ରହିଛନ୍ତି । ‘ଫୋର୍ବସର ସବୁଠୁ ଅଧିକ ଶକ୍ତିଶାଳୀ  ମହିଳା’ର ୧୭ ତମ ବାର୍ଷିକ ତାଲିକାରେ ୩୦ଟି ଦେଶର ଚାରୋଟି ପିଢି ପର୍ଯ୍ୟନ୍ତ ମହିଳାମନଙ୍କୁ ମନୋନୀତ କରାଯାଇଛି ।

ଏହି ତାଲିକାରେ ୧୦ ଟି ରାଜ୍ୟର ମୁଖ୍ୟ, ୩୮ ସିଇଓ ଏବଂ ୫ଜଣ ଅଭିନେତ୍ରୀ ସାମିଲ ଅଛନ୍ତି । ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡନ ୩୨ ତମ ଏବଂ ତାଇବାନର ରାଷ୍ଟ୍ରପତି ସାଇ ଇଙ୍ଗ ବେନ ୩୭ତମ ସ୍ଥାନରେ ରହିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୩୯ ତମ ଏବଂ ବ୍ରିଟେନର ମହାରାଣୀ ଏଲିଜାବେଥ ୪୬ ତମ ସ୍ଥାନରେ ଅଛନ୍ତି ।

ବିବାହ ବନ୍ଧନରେ ବାନ୍ଧି ହେଲେ ଶିରିନ୍‌, ଫଟୋ ପୋଷ୍ଟ କରି ଲେଖିଲେ ‘ମୁଁ ରେଡି’..

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ଶିରିନ ସେଓ୍ୱାନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶିରିନ୍‌ ପ୍ରାଇଭେଟ୍ ସେରେମନିରେ ବିବାହ କରିଛନ୍ତି । ପୂର୍ବରୁ କରୋନା ମହାମରୀ ଯୋଗୁଁ ଶିରିନ ସେଓ୍ୱାନି କୋର୍ଟରେ ଉଦୟନ ସଚ୍ଚନଙ୍କ ସହ ବିବାହ କରିଥିଲେ । ହେଲେ ଏବେ ସେ ବିଦ୍ଧିବଦ୍ଧ ଭାବେ ପରିବାରର ଉପସ୍ଥିତିରେ ବିବାହ କରିଛନ୍ତି । ଶିରିନ୍‌ ତାଙ୍କ ଲାଇଫ୍‌ ପାର୍ଟନରଙ୍କୁ ନେଇ ବେଶ୍‌ ଖୁସି ଅଛନ୍ତି ।

 

View this post on Instagram

 

A post shared by Shirin sewani (@shirin_sewani)

ଏମିତିକି ଶିରିନ୍‌ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ବିଜ ବିବାହର ସୂଚନା ଦେଇଥିବା ବେଳେ ନିଜର ଏବଂ ଉଦୟନଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ କ୍ୟାପସନରେ ଶିରିନ ଲେଖିଛନ୍ତି ଯେ, ଏବେ ସେ ନିଜ ପାଇଲଟଙ୍କ ସହ ଉଡ଼ିବାକୁ ପ୍ରସ୍ତୁତ’ । ଶିରିନ୍‌ଙ୍କ ପ୍ରଶଂସକ ତଥା ଫ୍ୟାନ୍‌ ମାନେ ସୋସିଆଲ ମିଡିଆରେ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିବା ଦେଖାଯାଇଛି ।

Sirin Sewani

ଟ୍ରମ୍ପଙ୍କୁ ୟୁଏସ୍ ସୁପ୍ରିମକୋର୍ଟଙ୍କ ଝଟକା; ପେନସେଲଭିଆ ନିର୍ବାଚନୀ ଫଳାଫଳକୁ ନେଇ ହୋଇଥିବା ଅପିଲ୍ ଖାରଜ

ଓ୍ୱାଶିଂଟନ୍: ଆମେରିକା ସୁପ୍ରିମକୋର୍ଟ ପକ୍ଷରୁ ମଙ୍ଗଳବାର ଦିନ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ଏକ ଝଟକା । ପେନସେଲଭିଆ ନିର୍ବାଚନୀ ଫଳାଫଳକୁ ନେଇ ତାଙ୍କ ତରଫରୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ସୂଚନାନୁଯାୟୀ, ଗତ ନଭେମ୍ବର ୩ ତାରିଖରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାସେ ବିତିଯାଇଥିଲେ ବି ନବନିର୍ବାଚିତ ଜୋ ବିଡେନଙ୍କୁ ନୂତନ ରାଷ୍ଟ୍ରପତି ଭାବେ ସ୍ୱୀକାର କରିପାରୁନାହାଁନ୍ତି ଟ୍ରମ୍ପ। ଯାହା ପରେ ଟ୍ରମ୍ପ ଓ ତାଙ୍କ ସମର୍ଥକ ମାନେ ପ୍ରମୁଖ ରାଜ୍ୟ ଗୁଡିକରେ ଅନେକ ମାମଲା ଦାଏର କରିଥିଲେ । ହେଲେ ଯେଉଁ ଗୁଡିକୁ ଅଦାଲତ ଖାରଜ କରିବାରେ ଲାଗିଛନ୍ତି ।

ନିର୍ବାଚନ ସରିଯାଇଥିଲା ବେଳେ ଏବେ ଏହାକୁ ନେଇ ମୋକଦ୍ଦମା କରିବା ସପକ୍ଷରେ ନାହାଁନ୍ତି କୋର୍ଟ । ଆହୁରି ମଧ୍ୟ ଟ୍ରମ୍ପ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ବିଡେନଙ୍କୁ ସ୍ୱୀକାର କରୁନଥିବା ବେଳେ ଏହି ନର୍ବାଚନକୁ ଫିକ୍ସିଂ ବୋଲି କହିବା ପାଇଁ ପଛାଉ ନାହାଁନ୍ତି ।

ଏଥିସହିତ ବୋଲଡେଷ୍ଟା ଓ ଜର୍ଜିଆରେ ପୋଷ୍ଟ ରାଲି ସମୟରେ ଟ୍ରମ୍ପ ଦାବି କରିଛନ୍ତି ଯେ, ‘‘ଆମେ ନିର୍ବାଚନ ଜିତିଥିଲୁ ଆଉ ଏବେବି ଜିତିବୁ’’ ।

୫ ଜିଲ୍ଲାରେ ଇକୋ ରିଟ୍ରିଟ୍, ତମ୍ବୁ ତଳେ ତାରକା ହୋଟେଲର ମଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର: ୫ ଜିଲ୍ଲାରେ ବୁଧବାର ଉଦଘାଟନ ହେବ ଇକୋ ରିଟ୍ରିଟ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧.୩୦ରେ ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିବେ । ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଯୋଗଦେବା ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ଭାବେ ଯୋଗଦେବେ । ୫ ଜିଲ୍ଲାର ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ଇକୋ-ରିଟ୍ରିଟର ଶୁଭାରମ୍ଭ କରାଯିବ । କଟକ, କନ୍ଧମାଳ, କେନ୍ଦ୍ରାପଡ଼ା, ପୁରୀ ଓ ସମ୍ବଲପୁରରେ ହେବ ଇକୋ ରିଟ୍ରଟ କାର୍ଯ୍ୟକ୍ରମ । ମଙ୍ଗଳବାର ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ସ୍ଥଗିତ ଥିଲା ଏହି କାର୍ଯ୍ୟକ୍ରମ ।

ତେବେ ପୁରୀ ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଇକୋ ରି-ଟ୍ରିଟ୍‌ ସୁବିଧା ଆୟୋଜନ କରାଯାଇଛି । ୩ ମାସ ଧରି ଏହି ଇକୋ-ରିଟ୍ରିଟ୍‌ ଚାଲିବ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟିଭାଲର ପ୍ରସ୍ତୁତି କାର୍ଯ୍ୟକୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସମୀକ୍ଷା କରୁଥିଲେ । କୋଭିଡ୍‌ ଗାଇଡ୍‌ ଲାଇନ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରି ଫେବୃଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଚାଲିବ ।

ଚଳିତ ବର୍ଷ ୩ ମାସ ପାଇଁ ୫୦ଟି କଟେଜରେ ପର୍ଯ୍ୟଟକ ମାନେ ରହିବାର ବ୍ୟବସ୍ଥା କରାଯାଇଛି । ଦୀର୍ଘ ୮ ମାସ ହେଲା କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ବନ୍ଦ ପଡିଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଚଳଚଂଚଳ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆଶା ରଖିଛି ।

File Photo

ଏହାସହ ରାଜ୍ୟର ଅନ୍ୟ ୪ ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍‌ ସୁବିଧା । ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁତଳେ ତାରକା ହୋଟେଲ ଏବଂ ବାର୍‌ର ସୁବିଧା ପାଇପାରିବେ । ଏଥିସହ ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି ।

ପୂର୍ବରୁ ଚନ୍ଦ୍ରଭାଗାରେ ଆୟୋଜିତ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରିଥିଲେ ତେଣୁ ଏହାକୁ ପୁଣିଥରେ ବିଭିନ୍ନ ସ୍ଥାନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଚଳିତବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗିବାଡ଼ି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଅସ୍ତବ୍ୟସ୍ତ କରୁଛି ଥଣ୍ଡା ସହ ଘନ କୁହୁଡ଼ି, କନ୍ଧମାଳରେ ଘରୁ ବାହାରିବା କଷ୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଥଣ୍ଡା ସହ ଘନ କୁହୁଡ଼ି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ । ଗତ ୨୪ ଘଣ୍ଟାରେ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦିନର ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ ।

ବିଶେଷକରି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ସୋନପୁର, କୋରାପୁଟ ଏବଂ ନବରଙ୍ଗପୁରରେ ସାମାନ୍ୟରୁ ମଧ୍ୟମଧରଣର କୁହୁଡ଼ି ଦେଖାଦେବ । ବୌଦ୍ଧ ଏବଂ ରାୟଗଡ଼ାରେ ଘନ କୁହୁଡ଼ି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ୨୦୦ ମିଟରରୁ କମ୍‌ ରହିବ । ଆଗାମୀ ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳା, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ ଓ ନୟାଗଡ଼ରେ ଘନ କୁହୁଡ଼ି ଦେଖାଦେବ ।

ସେପଟେ କନ୍ଧମାଳରେ ଜାରି ରହିଛି ଶୀତ ଲହରି । ପାରା କମୁଛି ଶୀତ ବଢୁଛି । ବିଶେଷ କରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ତୁମୁଡ଼ିବନ୍ଧ, କୋଟଗଡ, ବେଳାଘର, ଦାରିଙ୍ଗବାଡ଼ିରେ ଶୀତର ପ୍ରକୋପ ଅଧିକ ରହିଛି । ସକାଳୁ ସକାଳୁ ଘରୁ ବାହାରିବା କଷ୍ଟ ହୋଇପଡିଛି । ଥଣ୍ଡା ଯୋଗୁଁ ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ବହୁ ଦହଗଞ୍ଜ ହେଉଛନ୍ତି ।

ସରକାରଙ୍କ ତରଫରୁ ଚାଷୀଙ୍କୁ ଦିଆଯିବ ଲିଖିତ ବାର୍ତ୍ତା

ନୂଆଦିଲ୍ଲୀ: ବୁଝୁ ନାହାଁନ୍ତି ଚାଷୀ ମନାଉଛନ୍ତି ସରକାର । ଏଥିପାଇଁ ଚାଲିଛି ଘନ ଘନ ବୈଠକ । ଏହାକୁ ନେଇ ଆଜି ବସିବନି ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ । ଗତକାଲି ଶାହାଙ୍କ ବାସଭବନରେ ୨ଘଣ୍ଟାର ବୈଠକ ପରେ  ଏହି ସୂଚନା ଦେଇଛନ୍ତି କୃଷକ ନେତା  । ଆଜି ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଏକ ଲିଖିତ ବାର୍ତ୍ତା ପ୍ରଦାନ କରାଯିବ  । ଏହାକୁ ସିନ୍ଧୁ ବର୍ଡର ନିକଟରେ ଚାଷୀମାନେ ଆଲୋଚନା କରିବେ  ।

ଗତକାଲି ରାତିରେ ୨ଘଣ୍ଟା ଧରି  ଧରି ୧୩ଜଣ କୃଷକ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  । ସେପଟେ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି  । ଜିଦ୍‌ରେ ଅଟଳ ଚାଷୀ ଶୀତକାକରରେ ଧାରଣାରେ ବସିରହିଛନ୍ତି ହଜାର ହଜାର ଚାଷୀ ।

ବିନା ଅନୁମତିରେ ଇଫକୋର କାରସାଦି, ମହାନଦୀ ପୋତି ନିର୍ମାଣ କରୁଛି ବର୍ଥ

ଭୁବନେଶ୍ୱର: ମହାନଦୀରେ ବେଆଇନ ବର୍ଥ ନିର୍ମାଣ କରୁଛି ଇଫକୋ । ବିନା ପ୍ରଶାସନିକ ଅନୁମତିରେ ମହାନଦୀ ପୋତି ଇଫକୋ ଚଲାଇଛି ଏ କାରସାଦି । ସରକାରଙ୍କୁ ଅନ୍ଧକାରରେ ରଖି ପୋର୍ଟକୁ ଜିପସମ୍ ପରିବହନ ପାଇଁ ଇଫକୋ କାରାଖାନା ପଛପଟ ଦେଇ ପ୍ରବାହିତ ମହାନଦୀରେ କରୁଛି ବେଆଇନ ନିର୍ମାଣ । ୫ଶହ ମିଟର ପର୍ଯ୍ୟନ୍ତ ଜଙ୍ଗଲକୁ କାଟି ସଫା କରିବା ସହ ମହାନଦୀର କିଛି ଅଂଶ ପୋତିଦେଇଛି ଇଫକୋ ।

ବିସ୍ତୃତ ଅଞ୍ଚଳକୁ ସମତଳ କରିବା ସହ ଜେସିବି ଓ ଅନ୍ୟାନ ଯନ୍ତ୍ରପାତି ଠୁଳ କରିଛି କଂପାନୀ । ମହାନଦୀ ଦେଇ ପୋର୍ଟକୁ ଜିପସମ ପରିବହନ ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମହାନଦୀ ଦେଇ ଜିପସମ୍ ପରିବହନ ହେଲେ ଜଳଦୂଷିତ ହେବା ସହ ଜଳଜୀବ ଓ ପରିବେଶ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା ରହିଛି ।

ସବୁଠୁ ବଡ଼ କଥା ହେଲା ଯେ, ଇଫକୋ କର୍ତ୍ତୃପକ୍ଷ ଏନେଇ ମହାନଦୀ ସାଉଥ ଡିଭିଜନ, ଜଳସଂପଦ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଇ ନାହାନ୍ତି । ଏପରକି ସରକାରୀସ୍ତରରେ ମଧ୍ୟ ବର୍ଥ ନିର୍ମାଣ ପାଇଁ ଅନୁମତି ମିଳିନି । ଏନେଇ ଖବର ପ୍ରଘଟ ପରେ ମହାନଦୀ ସାଉଥ ଡିଭିଜନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟ ବନ୍ଦ ରଖିବାକୁ ଇଫକୋ ଓ ନିର୍ମାଣକାରୀ ସଂସ୍ଥା ଓସିଏଲକୁ ନିର୍ଦ୍ଦେଶ ଦିଆଯାଇଛି ।