spot_img
Home Blog Page 6287

ନୀଳାଦ୍ରି ବିହାର ସଂଗ୍ରହାଳୟରେ ଅଛି ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ

ପୁରୀ: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଯିବା ଘଟଣାର ତଦନ୍ତ ଶେଷ ହୋଇଛି । ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ସମସ୍ତ ବେଶ ସାମଗ୍ରୀ ଶ୍ରୀମନ୍ଦିର ନୀଳାଦ୍ରି ବିହାର ସଂଗ୍ରହାଳୟରେ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

 

ବାହାରକୁ ଆସିଥିବା ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ମଧ୍ୟରେ ନୀଳମାଧଵଙ୍କୁ ଲାଗି କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତାଲିକା ବାହାରେ ଅଧିକ ଦୁଇଯୋଡ଼ା ଚନ୍ଦ୍ରସୂର୍ଯ୍ୟ ମୁଖ୍ୟ କାରିଗର ବସନ୍ତ ରଣା ନିର୍ମାଣ କରିଥିଲେ | ତେବେ ମହାପ୍ରଭୁଙ୍କୁ ସୁବର୍ଣ୍ଣର ଚନ୍ଦ୍ରସୂର୍ଯ୍ୟ ଲାଗି ହୋଇଥିଲା । ତାହା ବର୍ତ୍ତମାନ ସୁରକ୍ଷିତ ରହିଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ ।

କୋଟିଏ ଟଙ୍କାର ମୂଲ୍ୟବାନ ରତ୍ନପଥର ଜବତ !

0

ରାୟଗଡା: ରାୟଗଡାରୁ ମୂଲ୍ୟବାନ ରତ୍ନପଥର ଜବତ । ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରୁ ବିପୁଳ ପରିମାଣରେ ରତ୍ନ ପଥର ଜବତ କରିଛି ରାୟଗଡା ପୋଲିସ ଓ କ୍ରାଇମବ୍ରାଞ୍ଚ । ବିଶେଷସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଓ ରାୟଗଡା ପୋଲିସ ମିଳିତ ଭାବେ ଚଢ଼ାଉ କରି ପ୍ରାୟ ୧୫୫ କିଲୋ ରତ୍ନ ପଥର ଜବତ କରିଛନ୍ତି । ଘଟଣାରେ ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

RATNA PATHARA

ଜିତେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନେଇ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତେବେ କେଉଁ ସ୍ଥାନରୁ ଆଣି ଏହା ଗଛିତ ରଖିଥିଲେ ତାହା ଜଣାପଡିନାହିଁ । ଏହାର ତଦନ୍ତ ଜାରି ରହିଛି । ଏଥିରେ ପ୍ରାୟ ୨୨ ପ୍ରକାର ରତ୍ନପଥର ଥିବା ଜଣାପଡ଼ିଛି । ଏହାର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି ।

RATNA PATHARA

ସରକାରଙ୍କ କଡା ନିର୍ଦେଶ, ମୋଟର ନିୟମ ନମାନିଲେ ରଦ୍ଦ ହେବ ଡିଏଲ୍

ଭୁବନେଶ୍ବର: ଜାନୁଆରୀ ପହିଲାରୁ ନିସ୍ତାର ନାହିଁ । ନିୟମ ଖିଲାପ କଲେ ରଦ୍ଦ ହେବ ଡିଏଲ୍ । ହେଲମେଟ, କାଗଜପତ୍ର, ପ୍ରଦୂଷଣ, ଡ୍ରାଇଭିଂ ଲାଇସେନ୍ସ, ଗାଡି ପଞ୍ଜୀକରଣ କଡାକଡି ଯାଞ୍ଚ ହେବ । ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୫୪ ହଜାର ୨୫୫ ଦୁର୍ଘଟଣା ଘଟିଥିବା ବେଳେ ୨ ହଜାର ୭୫୩ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଗତ ୪ ବର୍ଷ ଭିତରେ ୮ ହଜାର ୧୩୫ ଜଣ ଆହତ ହୋଇଛନ୍ତି । ମଦ୍ୟପାନ ଜନିତ ଦୁର୍ଘଟଣା ମଧ୍ୟ ରାଜ୍ୟରେ ବୃଦ୍ଧି ପାଉଛି । ଏସବୁକୁ ରୋକିବା ପାଇଁ ୨୦୧୯ରେ କେନ୍ଦ୍ର ସରକାର ଆଇନ ଆଣିଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିର୍ଦ୍ଦେଶ ପରେ ଏହା ଜାନୁଆାରୀ ପହିଲାରୁ ରାଜ୍ୟରେ ଲାଗୁ କରାଯିବ ।

ସେପଟେ ଏଣିକି ଦୁଇ ଚକିଆ ଗାଡିରେ ବସିଥିବା ଉଭୟ ଲୋକେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି ରାଜ୍ୟ ସରକାର  । ତେବେ ରାଜ୍ୟରେ ହଠାତ୍ ଏହି ନିୟମ ଲାଗୁକୁ ନେଇ କଂଗ୍ରେସ ବିରୋଧ କରୁଥିବା ବେଳେ ବିଜେପି ସଚେତନତା ପାଇଁ ଆଉ କିଛି ମାସ ମହଲତ ଦେବାକୁ କହିଛି ।

MSP ଦୁଇଗୁଣା ବୃଦ୍ଧି ସହ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରାଯାଉ: ବିଜେଡି

ଭୁବନେଶ୍ୱର: ଚାଷୀ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ବିଜେଡି ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଚାଷୀଙ୍କ ସହ ସବୁବେଳେ ଛିଡା ହୋଇଛି ବିଜୁ ଜନତା ଦଳ । ଏବେ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ ସରକାରଙ୍କ ଚିନ୍ତା ରହିଛି । କେନ୍ଦ୍ର ସରକାର ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ।

BJD Rajya Sabha MP Dr. Sasmit Patra Tested Positive For Covid19

ଆସନ୍ତା ୯ ତାରିଖରେ ହେବାକୁ ଥିବା ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ସଫଳ ହେଉ ବୋଲି ଆଶାବାଦୀ ରହିଛି ଦଳ । ଚାଷୀଙ୍କୁ ଦୁଇଗୁଣା MSP ମିଳିବା ସହ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରିବା ପାଇଁ ବିଜେଡି ଦାବି କରିଛି । ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ହିତରେ ଥିବା କହିଛନ୍ତି ସସ୍ମିତ ପାତ୍ର ।

ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଚାଷୀଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଦିଲ୍ଲୀ ଦରବାରରେ ଚାଷୀମାନେ ଖରା, ଶୀତ କାକର ଖାଇ ଦୀର୍ଘ ୧୨ ଦିନ ହେବ ଆନ୍ଦୋଳନ କରୁଛନ୍ତି । ତେବେ ଓଡ଼ିଶାରେ ମଧ୍ୟ ଏହର ପ୍ରଭାବ ଦେଖିବାକୁ ମିଳିଛି । ଚାଷୀମାନେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଓଡ଼ିଶାରେ ମଧ୍ୟ ଅନେକ ରାଜନୈତିକ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଛନ୍ତି ।ସେପଟେ ରାଜ୍ୟ ସରକାର ଏହି ବନ୍ଦ ଯୋଗୁଁ ସରକାରୀ ଅଫିସ୍‌ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ଟ୍ୱିନ୍‌ ସିଟି ଓ ପୁରୀରେ ମୋ ବସ୍‌ ଗଡ଼ିବନି ବୋଲି ନିଷ୍ପତି ହୋଇଛି ।

ମାଲଗୋଦାମରେ ନକଲି ଉତ୍ପାତ, ସାବାଡ ପାଇଁ ଚଢାଉ ଜାରି

କଟକ: ଏକ ମାସ ମଧ୍ୟରେ ପ୍ରାୟ ୧୬ରୁ ଉର୍ଦ୍ଧ୍ବ ନକଲି କାରଖାନା ଉପରେ ଚଢ଼ାଉ କଲାଣି କମିସିନରରେଟ ପୋଲିସ । ନକଲି କାରଖାନାରୁ ମସଲା, ଘିଅ, ଜର୍ଦା ସହ ବିଭିନ ପ୍ରକାରର ଖାଦ୍ୟ ସାମଗ୍ରୀ ଜବତ କରାଗଲାଣି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ। ଯାହାର ସିଧାସଳଖ ଲିଙ୍କ କଟକ ମାଲଗୋଦାମ ସହ ଥିବାବେଳେ ୧୫୦ବର୍ଷର ଅନୁଷ୍ଠାନ କଟକ ମାଲଗୋଦାମ ଉପରେ ସାଧାରଣ ଖାଉଟି ଏବେ ଆଙ୍ଗୁଳି ନିର୍ଦେଶ କରିବା ଆରମ୍ବ କଲେଣି । ଏହାକୁ ଆଖିରେ ରଖି ମାଲଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ ୧୩ ଜଣିଆ ସ୍କ୍ୱାଡ଼ ଗଠନ କରାଯାଇଛି । ସୋମବାର ଠାରୁ ଚଢ଼ାଉ ଆରମ୍ବ କରାଯାଇଥିବା ବେଳେ ପ୍ରଥମ ଦିନରେ କିଛି ଦୋକାନୀକୁ ଧରି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

ରାଜ୍ୟର ସର୍ବପୁରାତନ ଅନୁଷ୍ଠାନ କହିଲେ କଟକ ମାଲଗୋଦାମକୁ ବୁଝାଏ । କିନ୍ତୁ କିଛି ଅପମିଶ୍ରଣ କରି ଆସାଧୁ ବ୍ୟବସାୟୀ ଙ୍କ ପାଇଁ ଆଜି ମାଲଗୋଦାମ ଉପରେ କଳା ଦାଗ ଲାଗିଛି। କମିସିନରେଟ ପୋଲିସ ପକ୍ଷରୁ କଟକ ରେ ଏକ ମାସ ଭିତରେ ପ୍ରାୟ ୧୬ଟିରୁ ଉର୍ଦ୍ଧ୍ବ ନକଲି କାରଖାନା ଠାବ କରାଯାଇଥିବା ନଜର ଆସିଛି। ଅପମିଶ୍ରଣ କାରୀ ମାନେ ନକଲି ଖାଦ୍ୟ ସାମଗ୍ରୀର ପ୍ରସ୍ତୁତ କରି କଟକ ମାଲଗୋଦାମ ଅତି ସହଜରେ ବିକ୍ରିକରି ଉପାର୍ଜନ କରୁଥିଲେ ଅର୍ଥ । ଯାହାକୁ ଏବେ ରୋକିବାକୁ ମାଲଗୋଦାମ ବ୍ୟବସାୟୀ ସଂଘ ଅଭିନଵ ଉପାୟ ଅବଲମ୍ବନ କରିଛି।

ଅଧା ଓଡିଶାକୁ ତେଜେରାତି ସାମଗ୍ରୀ ବର୍ଷ ତମାମ ଯୋଗାଉ ଆସୁଥିବା ଥିବା ମାଲଗୋଦାମକୁ ବେଶ ଭଲରେ ବ୍ୟବହାର କରୁଛନ୍ତି ଅପମିଶ୍ରଣକାରୀ। ତେବେ ବିଳମ୍ବରେ ହେଲେ ମଧ୍ୟ ମାଲଗୋଦାମ ବ୍ୟବସାୟୀ ଏହାକୁ ଗୁରୁତର ସହ ନେଇ ନକଲି ବ୍ୟବସୟୀଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି। ପ୍ରଥମ ଦିନରେ ଏକ ସସ୍ ଦୋକାନ ଉପରେ ଚଢ଼ାଉ କରିଥିବା ଦେଖାଯାଇଛି। ଆଗକୁ ଏହି ଚଢ଼ାଉ ଜାରିରହିବ ଏବଂ ଦୋଷୀଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଓଡିଶା ର ସର୍ବବୃହତ ବାଣିଜ୍ୟିକ ପେଣ୍ଠସ୍ଥଳୀ ମାଲଗୋଦାମ ନାଁରେ ଲାଗିଛି କଳଙ୍କ। କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି ଏଭଳି କାରସାଦି କରୁଥିବା ବେଳେ କିଛି ବେପାରୀଙ୍କ ପାଇଁ ବଦନାମ ହେଉଛି ମାଲଗୋଦାମ। ଯାହାକୁ ଏବେ ରୋକିବାକୁ ପ୍ରୟାସ ଆରମ୍ଭ କରିଛି ବ୍ୟବସାୟୀ ସଂଘ । ଏବେ କେବଳ ଦେଖିବାକୁ ବାକି ରହିଲା କେତେଦୂର ହେଉଛି ଏହି ଚଢାଉ ଫଳପ୍ରଦ ।

ହାଇକୋର୍ଟରେ ଘରୋଇ ସ୍କୁଲ ଫି ହ୍ରାସ ପ୍ରସଙ୍ଗ, ୧୦ରେ ପୁଣି ଶୁଣାଣି

0

କଟକ: କରୋନା ପାଇଁ ଘରୋଇ ସ୍କୁଲ ଫି ହ୍ରାସ ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି । ସରକାରଙ୍କ ସତ୍ୟପାଠ ଉପରେ ଆବେଦନକାରୀ ସାନି ଜବାବ ରଖିଛନ୍ତି । ପୂର୍ବରୁ ହୋଇଥିବା ଏମ୍‌ଓୟୁ ଆଧାରରେ ହାଇକୋର୍ଟ ନିଷ୍ପତ୍ତି ନେଇପାରିବେ ବୋଲି ଆଡ୍‌ଭୋକେଟ୍‌ ଜେନେରାଲ କହିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବ ବୋଲି କୁହାଯାଇଛି ।

Sarua Land Scam, Panda Couple Alleged Everything Managed By Employee

ଗତ ୨ ତାରିଖରେ ସ୍କୁଲ ଫି’ ନେଇ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ତଥା ନିୟନ୍ତ୍ରଣ ସରକାରଙ୍କ ପରିଧି ବାହାରେ ବୋଲି ଦର୍ଶାଯାଇଥିଲା । ଫି’ ନିର୍ଦ୍ଧାରଣ ନେଇ ଅତୀତରେ ମିଳିତ କମିଟି ନେଇଥିବା ନିଷ୍ପତ୍ତିକୁ କୋର୍ଟ ଗ୍ରହଣ କରିପାରନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ରାଜସ୍ଥାନ ଓ ଦିଲ୍ଲୀ ସରକାରଙ୍କ ଘରୋଇ ସ୍କୁଲ ନିୟନ୍ତ୍ରଣ ନୀତି ପରି ରାଜ୍ୟ ସରକାର କିଛି ନୀତି କରିଛନ୍ତି କି ବୋଲି ହାଇକୋର୍ଟ ପଚାରିଥିଲେ । ଏପର୍ଯ୍ୟନ୍ତ ସେପରି କିଛି ନୀତି କରାଯାଇ ନଥିବା ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା ।

‘ପୁରଣା ଆଇନରେ ନୂଆ ଶତାଦ୍ଦୀର ନିର୍ମାଣ ହୋଇପାରିବ ନାହିଁ’

ନୂଆଦିଲ୍ଲୀ: ବିଗତ ଶତାଦ୍ଦୀର ଆଇନ ବର୍ତ୍ତମାନ ସମୟ ପାଇଁ ବୋଝ ହୋଇପଡ଼ିଛି । ଏଣୁ ଏଥିରେ ପରିବର୍ତ୍ତନ ଆବଶ୍ୟକତା ରହିଛି । ଦେଶର ବିକାଶ ନେଇ ଏହି ଆଇନଗୁଡ଼ିକରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ପୁରୁଣା ଆଇନ ବଳରେ ନୂଆ ଶତାଦ୍ଦୀର ଗଠନ ହୋଇପାରିବନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗ୍ରା ମେଟ୍ରୋ ରେଳ ପ୍ରୋଜେକ୍ଟର ଉଦଘାଟନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ନୂଆ ଆଇନର ଗୁରୁତ୍ୱ ନେଇ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ନିଜ ଭାଷଣରେ ସିଧାସଳଖ ଭାବେ କୃଷକ ଆନ୍ଦୋଳନ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଆସନ୍ତାକାଲି ଭାରତ ବନ୍ଦ ଆନ୍ଦୋଳନ ଡାକରା  ଦିଆଯାଇଥିବା ବେଳେ ଏହାକୁ ବିଭିନ୍ନ କୃଷକ ସଂଗଠନ, ରାଜନୈତିକ ଦଳ, ରାଜନେତା ସମେତ ଅନ୍ୟ ବର୍ଗର ଲୋକଙ୍କ ମଧ୍ୟ ସମର୍ଥନ ମିଳିଛି ।

କୃଷକ ଆନ୍ଦୋଳନ, ଭାରତ ବନ୍ଦକୁ କଂଗ୍ରେସ ସହ ୧୮ ଦଳର ସମର୍ଥନ

            ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାର ଐତିହାସିକ ପରିବର୍ତ୍ତନ କରିଛନ୍ତି । ନୂଆ ଆଇନ ସମ୍ପର୍କରେ ବିସ୍ତୃତଭାବେ ଜାଣିବା ପରେ ଲୋକେ ସନ୍ତୁଷ୍ଟ ଅନୁଭବ କରିବେ । ଏଭଳି ଐତିହାସିକ ପରିବର୍ତ୍ତନ ନେଇ ଆତ୍ମବିଶ୍ୱାସ ବିଗତ ଦିନ ନିର୍ବାଚନ ଫଳାଫଳରୁ ପ୍ରାପ୍ତ ହୋଇଥିବା ସେ କହିଛନ୍ତି । ଚଳିତ ବର୍ଷମାନଙ୍କରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସରକାରଙ୍କ କାର୍ଯ୍ୟକୁ ଅଭୂଦପୂର୍ବ ସମର୍ଥନ ଜଣାଇଛନ୍ତି । ଏହା ତାଙ୍କୁ ଅଧିକ କିଛି ନୂଆ କରିବାକୁ ଉତ୍ସାହ ଯୋଗାଇଥିବା ସେ କହିଛନ୍ତି ।

୧୦ ଜିଲ୍ଲାରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ମଙ୍ଗଳବାର ସକାଳୁ ୧୦ ଜିଲ୍ଲାରେ ଘନ କୁହୁଡ଼ିର ଆଚ୍ଛାଦନ ରହିବ । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ସୂଚନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଦ, ସୋନପୁର, ବରଗଡ଼ ଓ ନୟାଗଡ଼ ଆଦି ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ିର ଆଚ୍ଛାଦନ ରହିବ ବୋଲି କହିଛି ପାଣିପାଗ ବିଭାଗ । ଏନେଇ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବଙ୍କ ପକ୍ଷରୁ ନୋଟିସ୍‌ ଦିଆଯାଇଛି ।

ସ୍ଥାନୀୟ ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିବେ । ଯେଭଳି କୌଣସି ଅଘଟଣ ନଘଟିବା ସେନେଇ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

‘କୃଷକ ନୁହେଁ କଂଗ୍ରେସ କରୁଛି ଭାରତ ବନ୍ଦ, ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ’

ଗାନ୍ଧୀନଗର: ଗୁଜରାଟରେ ପାଳନ ହେବ ନାହିଁ ଭାରତ ବନ୍ଦ । କୃଷି ଆଇନ ବିରୋଧରେ ଚାଷୀ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛି ଗୁଜରାଟ । ରାଜ୍ୟରେ ଭାରତ ବନ୍ଦକୁ ପାଳନ କରାଯିବ ନାହିଁ ବୋଲି ଖୁଲମଖୋଲା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ୮ ଡିସେମ୍ବରରେ ଯଦି କେହି ରାଜ୍ୟରେ ଧର୍ମଘଟ କିମ୍ବା ଯାନବାହନ ଚଳାଚଳରେ ବ୍ୟାଘାତ ସୃଷି କରେ,  ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

କୃଷକଙ୍କ ନାମକୁ ବ୍ୟବହାର କରି କଂଗ୍ରେସ ରାଜନୀତି କରୁଛି । କୃଷକ ନୁହେଁ ବଂର କଂଗ୍ରେସ ଭାରତ ବନ୍ଦ କରୁଥିବା ଅଭିଯୋଗ ଆଣିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ । ଯେଉଁ କଂଗ୍ରସ ଦିନେ କୃଷକ ଆଇନରେ ପରିବର୍ତ୍ତନ ଆଣିବା ନେଇ ନିର୍ବାଚନୀ ଇସ୍ତାହାରରେ ପ୍ରସ୍ତାବ ରଖିଥିଲା । ସେହି ସମାନ ଆଇନକୁ କାହିଁକି  ଅସମର୍ଥ କରୁଛି । ଏବଂ ଅଯଥା ଚାଷୀଙ୍କ ନାମରେ କଂଗ୍ରେସ ରାଜନୀତି କରୁଥିବା କହିଛନ୍ତି ରୂପାନୀ ।

କଂଗ୍ରେସର ଏହି ଚକ୍ରାନ୍ତକୁ ଗୁଜରାଟ ସରକାର କଦାପି ସଫଳ କରାଇଦେବେ ନାହିଁ । ଯଦି କୌଣସି ସରକାର ରାଜ୍ୟରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରନ୍ତି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ରାଜ୍ୟ ସରକାର କୌଣସି ମତେ ଡିସେମ୍ବର ୮ର ଭାରତ ବନ୍ଦକୁ ପ୍ରସୟ ଦେବ ନାହିଁ ବୋଲି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ।

ଆକାଶ ପାଠକ୍‌ ଚଳାଇଥିଲେ ଫେକ୍‌ ସାମ୍ରାଜ୍ୟ, ଗୁମର ଖୋଲିଲେ ପିଟର

ଭୁବନେଶ୍ୱର: ଆକାଶ ପାଠକ୍‌ ଚଳାଇଥିଲେ ଫେକ୍‌ ସାମ୍ରାଜ୍ୟ । ଅତି ଚତୁରତାର ସହ ଆକାଶ ପାଠକ ଚଳାଇଥିଲେ ତାଙ୍କ ଜାଲ୍ ସାମ୍ରାଜ୍ୟ । ପାଖାପାଖି ୮ ମାସ ଧରି ତାଙ୍କ ପାଖରେ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିବା ପିଟରକୁ ମଧ୍ୟ ଅସଲ କଥା ଜାଣିବାର କୌଣସି ସୁଯୋଗ ଦେଇନଥିଲେ ଆକାଶ । କିନ୍ତୁ ଏବେ ସେ ଜାଣିସାରିଛନ୍ତି ଯେ, ଆକାଶ ଚଳାଇଥିଲେ ଏକ ଫେକ୍‌ ସାମ୍ରାଜ୍ୟ । ଏହି ଫେକ୍‌ ସାମ୍ରାଜ୍ୟର ନକଲି ଏମ୍‌ଡି ସାଜିଥିଲେ ଆକାଶ ପାଠକ୍‌ ।

Tata Has Clarified That Akash Pathak Was Never Their Employee

ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମ୍‌ଡି ବୋଲି କହି ସମଗ୍ର ଦେଶରେ କରୁଥିଲେ ରିକ୍ରୁଟ୍‌ମେଣ୍ଟ । ଗ୍ରାଜୁଏଟ୍ ଇଂଜିନିୟର ଟ୍ରେନି ଓ ଗ୍ରାଜୁଏଟ୍‌ ଟ୍ରେନି ପଦବୀ ପାଇଁ ହୋଇଥିଲା ରିକ୍ରୁଟ୍‌ମେଣ୍ଟ । ପ୍ରଥମ ପର୍ଯ୍ୟାୟରେ ୮୦ ଜଣଙ୍କୁ ରିକ୍ରୁଟ୍‌ କରାଯାଇଥିଲା । ସେମାନଙ୍କୁ ଅନଲାଇନ୍‌ ଟ୍ରେନିଂ ମଧ୍ୟ ଦିଆଯାଉଥିଲା । ଲେଟର ଅଫ୍‌ ଇଣ୍ଟେଣ୍ଟ ପାଇସାରିଥିଲେ ସେମାନେ । ପୁଣି ହୋଇଥାନ୍ତା ଦ୍ୱିତୀୟ ପର୍ଯ୍ୟାୟ ରିକ୍ରୁଟମେଣ୍ଟ । ଏତେ ସବୁ କଥା ଚାଲିଥିଲେ ମଧ୍ୟ ପିଟର କେବେ ଟାଟାର କୌଣସି ଅଧିକାରୀଙ୍କୁ ଦେଖିନାହାନ୍ତି । ଯାହାଙ୍କୁ ଟାଟାର ମାନବ ସମ୍ବଳ ଅଧିକାରୀ ବୋଲି ପରିଚିତ କରାଯାଇଥିଲା ଓ ଯାହାଙ୍କୁ ପ୍ରିନ୍ସପାଲ୍‌ ସେକ୍ରେଟାରୀ କୁହାଯାଇଥିଲା ସେମାନଙ୍କ ସହ ପିଟରଙ୍କର ଟେଲିଫୋନ୍‌ରେ ବା ମେଲ୍‌ରେ ହିଁ ଯୋଗାଯୋଗ ହେଉଥିଲା ।

Vigilance Traced Another 1.47 Crores In Akash Pathak’s Account

ଟାଟାର ମୁଖ୍ୟ କାର୍ଯ୍ୟାଳୟକୁ ପିଟରକୁ କେବେ ନେଇ ଯାଇନଥିଲେ ଆକାଶ । ଟାଟାର ‘ପୁନେ ପାସେଞ୍ଜର ଡିଭିଜନ’ ବୋଲି କୁହାଯାଉଥିବା ଅଫିସ୍‌ଟି, ଚାଲିଥିଲା ଓ୍ୱାଟର୍ସ ଆପାର୍ଟମେଣ୍ଟର ପାର୍କିଂ ସ୍ପେଶ୍‌ରେ । ଏସବୁ ରିକ୍ରୁଟମେଣ୍ଟ ପାଇଁ ତାଲିକା ପଠାଉଥିଲେ ରାଓ ବାବୁ । ରାଓ ବାବୁ ରୁହନ୍ତି ଓଡ଼ିଶାର ବ୍ରହ୍ମପୁର ସହରରେ । ତାଙ୍କ ପୂରା ନାମ ସର୍ବେଶ୍ୱର ରାଓ । ଓଡ଼ିଶାର ସବୁ କଲେଜର ଡାଟାବେସ୍‌ କାଳେ ତାଙ୍କ ପାଖରେ ଅଛି ବୋଲି ପିଟରଙ୍କୁ କୁହାଯାଇଥିଲା । ସର୍ବେଶ୍ୱର ରାଓ କ୍ୟାମ୍ପସ ଇଣ୍ଟରଭ୍ୟୁ କରି ତାଲିକା ପଠାଉଥିଲେ । ଏସବୁ ତଥ୍ୟ ପିଟରଙ୍କୁ ଜେରା ବେଳେ ବାହାରକୁ ଆସିଛି ।

Jail Or Bail For Gopalpur MLA Pradeep Panigrahi

ହେଲେ ଏବେ ପ୍ରଶ୍ନ ଉଠୁଛି, ବ୍ରହ୍ମପୁରର ଏ ସର୍ବେଶ୍ୱର ରାଓ କିଏ ? ସର୍ବେଶ୍ୱର ରାଓଙ୍କ ସହ ଆକାଶଙ୍କ ସଂପର୍କ ହେଲା କେମିତି ? ଏପ୍ରଶ୍ନର ଉତ୍ତର ଖୋଜିଲା ବେଳେ ସାମ୍ନାକୁ ଆସିଲା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ । ସର୍ବେଶ୍ୱର ରାଓ ହେଉଛନ୍ତି, ଜଣେ ଅବସରପ୍ରାପ୍ତ ଅଧ୍ୟାପକ । ସମସ୍ତେ ଜାଣନ୍ତି ସର୍ବେଶ୍ୱର ରାଓ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏକାନ୍ତ ଅନୁଗତ । ଗୋପାଳପୁର ଅଂଚଳରୁ ତାଙ୍କ ଜରିଆରେ ହିଁ ସଂଗ୍ରହ ହୋଇଛି ଚାକିରୀ ଦେବା ନାଁରେ ଟଙ୍କା । କାହାଠୁ ୬ ଲକ୍ଷ ତ କାହାଠୁ ୪ ଲକ୍ଷ । ଠକେଇର ଶୀକାର ହୋଇଥିବା ଲୋକେ ଏ ସଂପର୍କରେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଏବଂ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି ।

ପିଟର ଆହୁରି କହିଛନ୍ତି ଯେ, ଆକାଶ ବାରବାର୍‌ ମୁମ୍ବାଇ ଯାଉଥିଲେ । ସେଠାରେ ତାଜ୍‌ ହୋଟେଲ୍‌ରେ ରହୁଥିଲେ । ବର୍ଷକ ଭିତରେ ପ୍ରାୟ ୧୫ଥର ସେ ତାଜ୍‌ ହୋଟେଲ୍‌ରେ ରହିଥିବେ । କେବେ ଦୁଇ ଦିନ ତ କେବେ ୪ ଦିନ ଏକକାଳିନ ସେ ରହିଛନ୍ତି । ବେଳେବେଳେ ସାଙ୍ଗରେ ବାପା ମାଆ ଓ ଭାବି ଶାଶୁ ଶ୍ୱଶୁର ମଧ୍ୟ ତାଙ୍କ ସହ ସେଠାରେ ରୁହନ୍ତି ।

ସେହିଭଳି ଚାର୍ଟର ଫ୍ଲାଇଟ୍‌ ବ୍ୟବହାର ସଂପର୍କରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ପିଟର । ପିଟର କହିଛନ୍ତି ଚାର୍ଟର ଫ୍ଲାଇଟ୍‌ ପାଇଁ ଥରକେ ସର୍ବାଧିକ ୩୨ ଲକ୍ଷ ଟଙ୍କା ଭଡ଼ା ଦିଆଯାଇଛି । ପୁଣେରେ ଆକାଶ ଦୁଇଟି ଫ୍ଲାଟ୍‌ ଭଡ଼ାରେ ରଖିଛନ୍ତି । ସେଠାରେ ଗୋଟିଏ ଫାର୍ମ ହାଉସ୍‌ ମଧ୍ୟ ରଖିଛନ୍ତି । ଓ୍ୱାଟର୍ସ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ପାଇଁ ମାସିକ ୩ ଲକ୍ଷ ୨୦ ହଜାର ଟଙ୍କା ଭଡ଼ା ଦିଆଯାଉଥିଲା ।