spot_img
Home Blog Page 6291

ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି ହାଇଭୋଲଟେଜ୍ ଡ୍ରାମା କରୁଛି: ପିସିସି ସଭାପତି

ଭୁବନେଶ୍ୱର: ପରୀ ମାମଲାକୁ ନେଇ ବିଜେପି ହାଇଭୋଲଟେଜ୍ ଡ୍ରାମା କରୁଥିବା କହିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ପରୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି, ବିଜେପି ଡ୍ରାମା କରୁଛି । ନିଜ ଫେସ୍‌ ଭାଲ୍ୟୁ ପାଇଁ ବିଜେପି ଏପରି କରୁଛି । ଏହା ପଛରେ ରହିଛି ରାଜନୈତିକ ଅଭିସନ୍ଧି । କାରଣ ନ୍ୟାୟପାଳିକା ଉପରେ ବିଜେପିର ବିଶ୍ୱାସ ନଥିବା କହିଥିବା ବେଳେ କଂଗ୍ରେସ ନ୍ୟାୟପାଳିକାକୁ ବିଶ୍ୱାସ କରେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ।

ଅନ୍ୟପଟେ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆସନ୍ତା ୮ ତାରିଖରେ ଚାଷୀ ସଂଗଠନଙ୍କ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ । ଚାଷୀଙ୍କୁ ଦୁର୍ବଳ କଲେ ଦେଶ ଆଗକୁ ଯାଇପାରିବାନି । ଆମେ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦକୁ ସମର୍ଥନ କରୁଛୁ । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ସହ ପ୍ରମୁଖ ସ୍ଥାନରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ଏଥିରେ କଂଗ୍ରେସ ନେତାମାନେ ମଧ୍ୟ ସାମିଲ ରହିବେ ।

 

 

ରାଜ୍ୟରେ ୨୪ ଘଣ୍ଟା ଭିତରେ ୩୬୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେଧିରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ମଧ୍ୟରେ ଓଡିଶାରୁ ପାଖାପାଖି ୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

୩୬୮ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୬ ଜିଲ୍ଲା ଓ ଷ୍ଟେଟପୁଲରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୫୬ ।

ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ରହିଥିବା ବେଳେ ତା’ ତଳକୁ ସୁନ୍ଦରଗଡ଼ରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଓଡିଶାରୁ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୫୬୪ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୧୫ ହଜାର ୮୪୦ କରୋନା ରୋଗୀ। ଏହାବ୍ୟତୀତ ଆକ୍ଟିଭ କେସ୍ ୩ ହଜାର ୮୯୩ ରହିଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି ।

 

ପରୀ ପ୍ରସଙ୍ଗ: ‘ସବୁଦିନ ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ଯାଏଁ ଅପେକ୍ଷା କରାଯାଉ’- ଦେବୀ ମିଶ୍ର

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ବିଜେପିର ଧାରଣା ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପରୀ ମୃତ୍ୟୁର ଏସ୍‌ଆଇଟି ତଦନ୍ତ ଚାଲିଛି । ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ମାଗିଛନ୍ତି । ତେଣୁ ଦୁଇ ସପ୍ତାହ ଅପେକ୍ଷା କରାଯାଉ । ସବୁଦିନ ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଏହା ଏକ ସମ୍ବେଦନଶୀଳ ଘଟଣା । ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ । ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଏହାସହ ଆସନ୍ତା କାଲି ଭାରତ ବନ୍ଦ ପ୍ରସଙ୍ଗରେ ମଧ୍ୟ ବିଜେଡି ପ୍ରତିକ୍ରିୟା ରଖିଛି । ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିନ୍ତୁ ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ଆମର ଆଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି ବୋଲି କହିଛନ୍ତି  ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ଜବତ ହେଲା ଶତାଧିକ ମୋବାଇଲ, ଜାଣନ୍ତୁ କେଉଁଠୁ କେଉଁଠୁ ହୋଇଥିଲା ଚୋରି ?

ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ ଠାବ । ୧୦୨ଟି ମୋବାଇଲ ଜବତ କରିଛି ପୋଲିସ । ଅନୁଗୁଳ, ଯାଜପୁର, ରାଉରକେଲାରୁ ଏ ସମସ୍ତ ମୋବାଇଲ୍ ଚୋରି ହୋଇଥିଲା ଜଣାପଡ଼ିଛି । ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ନାମକ ୨ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।

ଉଭୟ ଲୁଟେରାଙ୍କ ଘର ଅନୁଗୁଳରେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ରାଉରକେଲା ଯାଉଥିବା ବସରୁ ମୋବାଇଲ ଚୋରି ହୋଇଥିବା ପ୍ରଥମେ ଅଭିଯୋଗ ହୋଇଥିଲା । ଏ ଦୁଇଜଣ ୮୨ ଜଣଙ୍କୁ ଚୋରି ମୋବାଇଲ୍ ଫୋନ ବିକ୍ରି କରିଥିବା ସୂଚନା ମିଳିଛି । ତେବେ ଏହି ଚୋରି ମୋବାଇଲକୁ କିଣିଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

କେବଳ ସେତିକି ନୁହେଁ ଏହି ଚୋରିରେ ଅନ୍ୟ କେତେଜଣ ସାମିଲ ଅଛନ୍ତି । କିଭଳି ଭାବେ ଲୁଟକୁ ସଫଳ କରାଯାଉଥିଲା ଏସମସ୍ତ ତଥ୍ୟ ପାଇବାକୁ ପ୍ରୟାସ କରୁଛି ପୋଲିସ । ଏବଂ ଗ୍ୟାଙ୍ଗ୍‌ ସହ ଜଡିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ । ପୂର୍ବରୁ ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ଲିଙ୍କ୍‌ରେ ୬ଜଣଙ୍କୁ ଗିରଫ କରାଯାଇଥିଲା ।

କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ

ଭଦ୍ରକ: କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ । ଭଦ୍ରକ ଜିଲ୍ଲା ପଞ୍ଚୁଟିକ୍ରି ଗାଁରେ କୁମ୍ଭୀର ଆକ୍ରମଣରେ ନବଘନ ନାୟକଙ୍କ ମୃତ୍ୟୁ ହୋଇଛି । ମାଛ ଧରିବା ପାଇଁ ଯାଇଥିବା ବେଳେ ଜୁଆରିଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ନବଘନ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ନଦୀ ନିକଟରେ ଖୋଜାଖୋଜି କରିଥିଲେ ।

ହେଲେ ତାଙ୍କର ସନ୍ଧାନ ମିଳି ନଥିଲା । କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସନ୍ଦେହ କରି ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଧାମରା ଦମକଳ ବିଭାଗ ପକ୍ଷରୁ ବୋଟ୍‌ ଯୋଗେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପାଇ ନଥିଲେ । ଆଜି ନବଘନଙ୍କ ମୃତଦେହ ଭାସିବାରୁ ପରିବାର ଲୋକ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।

ମହାମାରୀ ଯୋଗୁଁ ଜରୁରୀ ସ୍କ୍ରିନିଂ ଛାଡ଼ିଛନ୍ତି କର୍କଟ ରୋଗୀ!

0

ନୂଆଦିଲ୍ଲୀ:  ବିଶ୍ୱବ୍ୟାପି କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି ବ୍ରେଷ୍ଟ କ୍ୟାନସର ରୋଗୀ । କାହିଁକି ବଢିଛି ଏହି ମାମଲା? ଲକ୍ଷାଧିକ ଲୋକ ଛାଡ଼ିଛନ୍ତି ଜରୁରୀ ସ୍କ୍ରିନିଂ । ତେବେ ଏହାଦ୍ୱାରା କେଉଁଭଳି ସଙ୍କଟ ବଢିପାରେ?

କରୋନା ମହାମାରୀ ଗତ ଏକ ବର୍ଷ ମଧ୍ୟରେ ଆମ ଜୀବନର ପ୍ରତ୍ୟେକଟି ସ୍ତରକୁ ପ୍ରଭାବିତ କରିଛି । ଆମ ଜୀବନର ଅନ୍ଦାଜ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ଏକ ବର୍ଷ ମଧ୍ୟରେ କର୍କଟ ଭଳି ଜୀବନ ନେଉଥିବା ରୋଗର ସ୍କ୍ରିନିଂ ଏବଂ ଏହାର ଚିକିତ୍ସା ଉପରେ ମହାମାରୀର ଯଥେଷ୍ଟ କୁପ୍ରଭାବ ପଡ଼ିଛି ।

କେବଳ ଭାଇରସ ସଂକ୍ରମଣ ଆମ ଜୀବନ ଉପରେ ଏକ ବିପଦ ନୁହେଁ ବରଂ ଅନ୍ୟ କେତେକ ଜୀବନ ନେବାଭଳି ରୋଗର ବିପଦ ଆମ ଚାରିପାଖରେ ଘୁରି ବୁଲୁଛି । ଏହି ମଧ୍ୟରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନସର । ବ୍ରିଟେନର ବ୍ରେଷ୍ଟ କ୍ୟାନସର ନାଉ ଚାରିଟି ସଂସ୍ଥା ମୁତାବକ କୋଭିଡ ୧୯ ମହାମାରୀ ସମୟରେ ପ୍ରାୟ ୧୦ ଲକ୍ଷ ବ୍ରିଟେନ ମହିଳା ନିଜର ବାର୍ଷିକ ବ୍ରେଷ୍ଟ କ୍ୟାନସର ସ୍କ୍ରିନିଂ ଯାଞ୍ଚ କରିନାହାଁନ୍ତି । ଭାରତରେ ତ ପୂର୍ବରୁ ମହିଳାମାନେ ଏହାର ଶୀକାର । ରିପୋର୍ଟ ଅନୁସାରେ ଆଗାମୀ ଦଶ ବର୍ଷ ମଧ୍ୟରେ ବ୍ରେଷ୍ଟ କ୍ୟାନସର ଅନ୍ୟ କ୍ୟାନସର ରୋଗୀଙ୍କୁ ପଛରେ ପକାଇ ଯଥେଷ୍ଟ ଆଗକୁ ବଢି ଯାଇଥିବ ।

ସରକାରୀ ଆକଳନ ଅନୁସାରେ ୨୦୧୮ରେ ଭାରତରେ ପ୍ରାୟ ୮୭ ହଜାର ମହିଳା କ୍ୟାନସରରେ ମୃତ୍ୟୁବରଣ କରିଥିଲେ । ।ମହିଳାଙ୍କୁ ହୋଇଥିବା କ୍ୟାନସରରେ ୨୮ ପ୍ରତିଶତ ମହିଳା ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ଥିଲେ । ଗତ କିଛି ମାସ ହେବ କରୋନା ରୋଗୀଙ୍କ ସଂଖ୍ୟା ବଢିଥିବା ବେଳେ କରୋନା ମହାମାରୀ ସମୟରେ ଏଭଳି ରୋଗୀଙ୍କ ସ୍ଥିତି ଗମ୍ଭୀର ହୋଇଯାଇଛି । ସବୁଠାରୁ ଚିନ୍ତାଜନକ ଘଟଣା ହେଉଛି ଫ୍ରେଶ କେସ୍‌ଗୁଡ଼ିକ ଚିହ୍ନଟ ଏବଂ ଡାଇଗ୍ନସିସରୁ ବଞ୍ଚିତ ହୋଇଛନ୍ତି । ଯାହାଦ୍ୱାରା ସେମାନେ ବହୁଳ ପରିମାଣରେ ପ୍ରଭାବିତ ହୋଇଛନ୍ତି । କେମୋଥେରାପି, ଟାର୍ଗେଟେଡ ଥେରାପିଜ୍‌, ଏବଂ ଇମ୍ୟୁନୋଥେରାପି ଫୁସଫୁସକୁ ଦୁର୍ବଳ କରିପାରେ । ତେଣୁ ଏଭଳି ପରିସ୍ଥିତିରେ କରୋନା କବଳରୁ ବଞ୍ଚିବା ପାଇଁ କର୍କଟ ରୋଗୀ ସ୍କ୍ରିନିଂଠାରୁ ନିଜକୁ ଦୂରେଇ ରଖିଛନ୍ତି । କରୋନାର ପ୍ରଥମ ପର୍ଯ୍ୟାୟରେ ରୋଗୀର ନାମ ଓ ଠିକଣା ସାର୍ବଜନୀନ କରିବା ଦ୍ୱାରା ବ୍ରେଷ୍ଟ କ୍ୟାନସର ଭଳି ରୋଗୀଙ୍କୁ ବଡ଼ ଝଟକା ଲାଗିଛି ।

ତେବେ କ୍ୟାନସରକୁ ନେଇ ମୁଣ୍ଡ ଟେକିଥିବା ସମସ୍ୟାର ସମାଧାନ ପାଇଁ ସରକାର କ’ଣ ଯୋଜନା କରିଛନ୍ତି? ଚଳିତ ବର୍ଷ ଫବୃୟାରୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଜାରି କରାଯାଇଥିଲାଯେ, କ୍ୟାନସରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଜିଲ୍ଲା ସ୍ତରରେ କ୍ୟାନସରକୁ ରୋକିବା ପାଇଁ ସ୍କ୍ରିନିଂ ଏବଂ ହେଲଥ ପାଇଁ ନ୍ୟାସନାଲ ହେଲଥ ମିଶନ ଦ୍ୱାରା ଅଭିଯାନ ଜାରି ରଖିଛନ୍ତି ।

କରୋନା ସମୟରେ କ୍ୟାନସର ଚିକିତ୍ସା ତ ଅଧିକାଂଶରେ ପ୍ରଭାବିତ ହୋଇଛି ଏବଂ ଖୁବଶୀଘ୍ର ବଢୁଥିବା ଏହି ରୋଗକୁ ରୋକିବା ପାଇଁ ନିଷ୍ପତ୍ତି ନେବାକୁ ସୁଯୋଗ ମଧ୍ୟ ମିଳିଛି ।

କର୍କଟ ଚିକିତ୍ସା କରୁଥିବା ଭାରତୀୟ ପ୍ରସିଦ୍ଧ ଡାକ୍ତର ରାକେଶ ଚୋପ୍ରାଙ୍କ କହିବା ଅନୁସାରେ ସେ ଚାରି ଦଶନ୍ଧି ଧରି କର୍କଟ ରେଗ ଚିକିତ୍ସା କରି ଆସୁଛନ୍ତି । ଦିନଥିଲା ଯେତେବେଳେ ୧୬ରୁ ୩୨ ବର୍ଷ ମଧ୍ୟରେ ଝିଅମାନେ ଯେତେବେଳେ କହୁଥିଲେ ବ୍ରେଷ୍ଟ କ୍ୟାନସର ହୋଇଛି ତ ଡାକ୍ତର ବିଶ୍ୱାସ କରୁନଥିଲେ । କିନ୍ତୁ ଏବେ ଆଉ ସେ ସବୁ ନାହିଁ । ଏବେ ପ୍ରତ୍ୟେକ ବର୍ଗର ମହିଳାଙ୍କୁ ଏହି ରୋଗ ଆକ୍ରମଣ କରୁଛି । ଯଦି ଖୁବଶୀଘ୍ର ରୋଗକୁ ଚିହ୍ନଟ କରାଯାଇ ପାରିବ ତେବେ ଏହାର ଚିକିତ୍ସା ହୋଇପାରିବ । ଶୀଘ୍ର ଚିହ୍ନଟରେ ଅଧିକ ଅର୍ଥ ଆବଶ୍ୟକ ପଡ଼େନାହିଁ ବୋଲି ଡାକ୍ତର ରାକେଶ ଚୋପ୍ରା ମତ ପ୍ରକାଶ କରିଛନ୍ତି ।
ଯେଉଁଠାରେ ବିଶ୍ୱବ୍ୟାପି ମହାମାରୀ କରୋନା ପାଇଁ ବିଦ୍ୟାଳୟ ଓ ବ୍ୟବସାୟ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି ଏବଂ ଅର୍ଥନୀତିର ସ୍ଥିତି ଦୋହଲି ଯାଇଛି, ସେଠାରେ ଅନ୍ୟ କାରଣକୁ ପଚାରେ କିଏ? ବ୍ରେଷ୍ଟ କ୍ୟାନସର ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି ଏବଂ ସେମାନଙ୍କ ପରିଜନଙ୍କ ପାଇଁ ଏହି ଅବସ୍ଥାର ଅନିଶ୍ଚିତତା , ସାମାଜିକ ଦୂରତାର ଆବଶ୍ୟକତା ଏବଂ କର୍କଟ ଚିକିତ୍ସାରେ ବିଳମ୍ବ ବିଶେଷ ଭାବରେ କଷ୍ଟଦାୟକ ହୋଇପାରେ ।

‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଗୁଲାବୋ ତଥା ଆକ୍ଟ୍ରେସ୍ ଦିବ୍ୟା ଭଟନାଗରଙ୍କର ଦେହାନ୍ତ ଘଟିଛି । ଯାହାକୁ ନେଇ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି । ତାଙ୍କ ନିଧନରେ ଅଭିନେତ୍ରୀ ଦେବୋଲିନାଙ୍କ ସମେତ ତାଙ୍କର ଅନ୍ୟ ସାଙ୍ଗମାନେ ମଧ୍ୟ ସୋସିଆଲ୍ ମିଡିଆରେ ଶୋକଭରା ପୋଷ୍ଟ କରିଛନ୍ତି ।

ତେବେ ଅସୁସ୍ଥତା କାରଣରୁ ଗତ ନଭେମ୍ବର ୨୬ରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଯାହା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ବେଳେ ଆଜି ତାଙ୍କର ଦେହାନ୍ତ ଘଟିଛି ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦିବ୍ୟାଙ୍କ ବୈବାହିକ ଜୀବନ ସମ୍ପର୍କରେ ତାଙ୍କ ମାଆ କହିଥିଲେ ଯେ, ଦିବ୍ୟା ୨୦୧୯ ମସିହା ଡିସେମ୍ବର ମାସରେ ବିବାହ କରିଥିଲେ । ହେଲେ ନିଜ ବୈବାହିକ ଜୀବନକୁ ନେଇ ସେ ସବୁବେଳେ ଚାପଗ୍ରସ୍ତ ରହୁଥିଲେ। ପରେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଘରେ ଏକୁଟିଆ ରହୁଥିଲେ ।

ଦିବ୍ୟା ‘ତେରା ୟାର ହୁଁ ମେ’ ସିରିୟଲରେ ସୁଟିଂ କରୁଥିବା ବେଳେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ତାଙ୍କର କରୋନା ପଜିଟିଭ ବାହାରିବା ପରେ ସିରିୟଲର ଅନ୍ୟ ଷ୍ଟାର କାଷ୍ଟ ମାନେ ମଧ୍ୟ ନିଜ ନିଜର ନମୁନା ପରୀକ୍ଷା କରିଥିଲେ ।

ପାଇଖାନା ନାଁରେ ଦୁର୍ନୀତି: ୨୭ ଜନସଂଖ୍ୟା ଥିବା ଗାଁରେ ତିଆରି ହୋଇଥିଲା ୫୪ଟି ପାଇଖାନା

ନବରଙ୍ଗପୁର: ନନ୍ଦିଘୋଷ ଟିଭିର ପ୍ରଭାବ । ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ପରଦର୍ଶନ କରିଛନ୍ତି ଜିଲ୍ଲାପାଳ ।  ସ୍ଵଚ୍ଛ ଭାରତ ଅଭିଜାନକୁ ଖୁଲମଖୁଲା ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଏହାର ଖୁଲାସା କରିଥିଲା ନନ୍ଦିଘୋଷ ଟିଭି । ଦେଶକୁ ସ୍ୱଚ୍ଛ କରିବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚଲାଇଛନ୍ତି ମିଳିତ ଉଦ୍ୟମ କିନ୍ତୁ ସବୁ ଉଦ୍ୟମ ଠକମାନଙ୍କ ପାଖରେ ଫେଲ ମାରୁଛି । କାଗଜ ପତ୍ରରେ ତିଆରି କରାଯାଉଛି ପାଇଖାନା ଆଉ ପକେଟ ପଶୁଛି ହଜାର ହଜାର ଟଙ୍କା । ଆଉ ହୀତାଧିକାରୀଙ୍କ ମିଳୁଛି ମିଛିମିଛିକିଆ ପାଇଖାନା । ଆଉ ଏହି ମହା ଦୁର୍ନିତିର ଖୁଲାସା କରିଥିଲା ନନ୍ଦିଘୋଷ ଟିଭି ।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମରେ ସାରା ଦେଶକୁ ସ୍ଵଚ୍ଛ କରିବା ଉଦ୍ଦେଶ୍ୟରେ ସମସ୍ତ ପରିବାରଙ୍କୁ ଏହି ସ୍ଵଚ୍ଛ ଭାରତ ଯୋଜନାରେ ସାମିଲ କରାଯାଇଛି । ଆଉ ଏଥିପାଇଁ କେନ୍ଦ୍ର ସରକାର ୭୨୦୦ ଟଙ୍କା ଓ  ରାଜ୍ୟ ସରକାର ଦେଉଛନ୍ତି ୪୮୦୦ ଟଙ୍କା । ଏହିପରି ୧୨ହଜାର ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପାଇଖାନା କରିବା ପାଇଁ ପ୍ରଦାନ କରାଯାଇଥିଲା । ହେଲେ ଏହି ପାଇଖାନା ନିର୍ମାଣ ଅନିୟମିତା ସହିତ ଦୁର୍ନୀତି ହୋଇଥିବା ଅଭିଯୋଗ ବିଭିନ୍ନ ସମୟରେ ହୋଇଥାଏ ।

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହି ଦୁର୍ନୀତିର ଖବର ପାଇ ନନ୍ଦିଘୋଷ ଟିଭି ଏହାର ସତ୍ୟତା ପାଇଁ ପହଞ୍ଚିଥିଲା ଝରିଗାଁ ବ୍ଳକର ଝରିଗାଁ ପଞ୍ଚାୟତରେ । ଆଉ ପାଖରେ ଥିବା RTI ତଥ୍ୟକୁ ନେଇ ଆରମ୍ଭ କରିଥିଲା ଗ୍ରାଉଣ୍ଡ ଜିରୋ ରିପୋଟିଂ । ଆଉ ଲକ୍ଷ୍ୟ ଥିଲା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକରେ ହୋଇଥିବା ପାଇଖାନା ନିର୍ମାଣର ମହାଦୁର୍ନତୀକୁ ଲୋକ ଲୋଚନକୁ ଆଣିବା ।

ଝରିଗାଁ ପଞ୍ଚାୟତର ରହିଛି ୨୦ଟି ଗାଁ ଆଉ ଏହି ୨୦ଟି ଗାଁରେ ତିଆରି ହୋଇଛି ପାଖାପାଖି ୧୯୨୩ଟି ପାଇଖାନା କିନ୍ତୁ କେବଳ କାଗଜପତ୍ରରେ । ଏ ତ ରହିଲା ପଞ୍ଚାୟତର ଥିବା ୨୦ଟି ଗାଁ ତଥ୍ୟ କିନ୍ତୁ ଗୋଟିଏ ଗାଁ ତଥ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଜିବ । କାରଣ ଝରି ଗାଁ ପଞ୍ଚାୟତର ଥିବା ବନ୍ଦିଗୁଡ଼ା ଗାଁରେ ପହଞ୍ଚିଲା ପରେ ସାମ୍ନାକୁ ଆସିଥିଲା ବାବୁ ମାନଙ୍କର ମାହାଦୁର୍ନିତିର କଳା ଚିଠା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଥିଲା । ଲାଗୁଥିଲା ଯେମିତି ଦୁର୍ନିତିର ଚରମ ସୀମା ପହଞ୍ଚିଯାଇଥିଲେ ଏମାନେ । କାରଣ ଏହି ଗାଁ ଗୋଟିଏ ଛୋଟିଆ ଗାଁ, ଏଠାରେ ରୁହନ୍ତି ମାତ୍ର ସାତ ଗୋଟି ପରିବାର । ଆଉ ଜନ ସଂଖ୍ୟା ପ୍ରାୟ ୨୭ରୁ୨୮ ଜଣ ହେବ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଗାଁରେ କେଉଁଠୁ ଆସିଲେ ଏତେ ହିତାଧିକାରୀ ଯେ ଗାଁରେ ତିଆରି ହୋଇଛି ୫୪ଟି ସ୍ୱଚ୍ଛ ଭାରତ ଯୋଜନାର ପାଇଖାନା ମାତ୍ର କେବଳ କାଗଜପତ୍ରରେ ।

କିନ୍ତୁ RTIର ତଥ୍ୟ ସହିତ ଏହି ଗାଁର ଲୋକମାନଙ୍କ ନା କୁ ଦେଖିଲେ ପାଇଖାନା ନିର୍ମାଣର ଏକ ନଗ୍ନ ଚିତ୍ର ବାରି ହୋଇ ପଡୁଥିଲା । କାରଣ ଗାଁରେ ୫୪ ନୁହେଁ ମାତ୍ର ଗୋଟିଏ ପାଇଖାନା ନିର୍ମାଣ ହୋଇଛି ଆଉ ହୀତାଧିକାରୀଙ୍କ ନିଜ ଟଙ୍କାରେ । ଏହି ହିତାଧିକାରୀ ହେଉଛନ୍ତି ବନ୍ଧିଗୁଡା ଗାଁ ର ଭାଗିରଥି ଦାସ । ତାଙ୍କ କହିବା ଅନୁସାରେ ସେ ନିଜ ଟଙ୍କାରେ ନିର୍ମାଣ କରିଛନ୍ତି କିନ୍ତୁ ଏହା ସରକାରୀ ଟଙ୍କାରେ ହୋଇଥିବା କହି ତାଙ୍କର ବିଲ୍ ମଧ୍ୟ ସ୍ଵଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ଦର୍ଶାଯାଇଛି । ଅନ୍ୟପଟେ ଏହି ଗାଁ ରେ ଗୋଟିଏ ମଧ୍ୟ ପାଇଖାନା ନିର୍ମାଣ ହୋଇନାହିଁ । ଏତେ ଗୁଡିଏ ହିତାଧିକାରୀ ଏହି ଗାଁ ରେ କେଉଁ ଆଡୁଆସିଲେ ଏବଂ ତଥ୍ୟ ଅନୁସାରେ କାମ ସବୁ ସାରିଯାଇଛି ଏବଂ ବିଲ ମଧ୍ୟ ହୋଇ ସାରିଛି । ଯୋଜନାରେ ସାମିଲ ଥିବା ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ମାନେ କେଉଁ ଭଳି ଭାବରେ ଦୁର୍ନୀତି କରିଛନ୍ତି ତାହା ଏକ ଚିନ୍ତାର ବିଷୟ । କେବଳ ସେତି ନୁହେଁ ଝରିଗାଁ ପଞ୍ଚାୟତର ସମସ୍ତ RTI ରିପୋର୍ଟକୁ ଦେଖିଲେ ଗୋଟିଏ ତଥ୍ୟ ବାରିହୋଇ ପଡୁଚି କି ସମସ୍ତ ୨୦ଟି ଗାଁରେ ଅନେକ ନାଁ ସମାନ ରହିଛି କେବଳ ସେମାନଙ୍କ ବାପାଙ୍କ ନାମ ଅଲଗା ଏବଂ ଗାଁର ନାମ ଅଲଗା ରହିଛି । ଏହା ମଧ୍ୟ ଦୁର୍ନୀତିର ଗନ୍ଧ ବାରିହୋଇ ପଡୁଥାଏ ।

ନନ୍ଦିଘୋଷ ଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପରେ ପାଇଖାନା ତତ୍ପର ହୋଇଛନ୍ତି ଜିଲ୍ଲାପାଳ ।  ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ପରଦର୍ଶନ କରିଛନ୍ତି ଜିଲ୍ଲାପାଳ । ଏହାସହ ବ୍ଲକ କାର୍ଯ୍ୟାଳୟରେ ସବିଶେଷ ଆଲୋଚନା କରି ପାଇଖାନା ନିର୍ମାଣ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି  । BDO, AEଙ୍କ ସହ ବଣ୍ଡିଗୁଡ଼ା ଗାଁକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । PD DRDAଙ୍କୁ ୭ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । IHHL ହିତାଧିକାରୀଙ୍କୁ ଦିଆଯାଇଥିବା ଟଙ୍କା ବିଷୟରେ ଆଲୋଚନା କରିଛନ୍ତି ।

୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା: WHO

ନୂଆଦିଲ୍ଲୀ: ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା ଉପଲବ୍ଧ ହେବ ଯେଉଁଥିରେ ବିଶ୍ୱର ୧୮୯ଟି ଦେଶ ସାମିଲ ହୋଇଛନ୍ତି। ତେବେ ଏଥିରେ ଆମେରିକା ନ ଥିବା ସେ କହିଛନ୍ତି। ଏହି ସବୁ ଦେଶଗୁଡ଼ିକରେ ଯେପରି କରୋନା ଟିକାର ସୁଗମ ବଣ୍ଟନ ହୋଇପାରିବ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ୨୦୨୧ ଶେଷ ସୁଦ୍ଧା ପାଖାପାଖି ୨୦୦ କୋଟିରୁ ଅଧିକ ଟିକା ଯୋଗାଇ ଦେବାପାଇଁ ହୁ ଲକ୍ଷ୍ୟ ରଖିଛି, ଯାହାଫଳରେ ବିଶ୍ୱର ଅନୁବନ୍ଧିତ ଦେଶଗୁଡ଼ିକର ୨୦ ପ୍ରତିଶତ ଜନସଂଖ୍ୟା ଏହି ଟିକା ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ୬୫ ବର୍ଷରୁ ଅଧିକ ବୟସର ଲୋକ ଏବଂ ସଂକ୍ରମଣ ପ୍ରବଣ ଅଞ୍ଚଳରେ ଏହି ଟିକା ପ୍ରଦାନ କରାଯିବ ବୋଲି ସ୍ୱାମୀନାଥନ କହିଛନ୍ତି।

ଦିଲ୍ଲୀରେ ବଡ଼ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ; ୫ ଗିରଫ

ନୂଆଦିଲ୍ଲୀ:  ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ ହୋଇଛି । ଏପରିକି ଶକରପୁର ଅଞ୍ଚଳରୁ ପ୍ରାୟ ୫ ଜଣ ଆତଙ୍କବାଦୀ ଧରାପଡିଲେ।

ସୂଚନା ମୁତାବକ,  ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରର ଶକରପୁର ଅଞ୍ଚଳରେ ସ୍ପେଶାଲ୍ ସେଲ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ଦିନ ଗୁଳି ବିନିମୟ ହୋଇଥିଲା ।  ପୋଲିସ ସହ ଏନକାଉଣ୍ଟର ପରେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ପେଶାଲ୍ ସେଲ୍ ଡିସିପି ପ୍ରମୋଦ କୁଶଓ୍ବାହ।

ଏମାନଙ୍କ ମଧ୍ୟରୁ ଦୁଇ ଜଣ ପଞ୍ଜାବର ଓ ୩ ଜଣ ଜାମ୍ମୁ କାଶ୍ମୀରର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ଗିରଫ ଆତଙ୍କବାଦୀଙ୍କ ଟେରର ଲିଙ୍କ ନେଇ ସୂଚନା ମିଳିଛି । ଗିରଫ ଆତଙ୍କବାଦୀ ମାନେ ତରନତାରନରେ ଶୗେର୍ଯ୍ୟ ଚକ୍ର ବିଜେତା ବଲବିନ୍ଦର ସିଂହ ସନ୍ଧୁ ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ସୁତ୍ରରୁ ପ୍ରକାଶ ।

ବଲବିନ୍ଦର ସିଂହ ସନ୍ଧୁ ପଞ୍ଜାବରେ ଆତଙ୍କବାଦ ବିରାେଧରେ ଦୀର୍ଘ ସମୟ ଧରି ଲଢେଇ କରୁଥିବାର ନଜିର ରହିଛି । ତେବେ ଏହି ଆତଙ୍କବାଦୀ ମାନେ କେଉଁ ସଂଗଠନ ସହ ଜଡ଼ିତ, ସେନେଇ ସୂଚନା କୗେଣସି ସୂଚନା ମିଳିପାରିନାହିଁ ।