spot_img
Home Blog Page 6295

ଅଟକିବ କରୋନା, ସଞ୍ଜିବନୀ ସାଜିବ ଫାଇଜର !

ନୂଆଦିଲ୍ଲୀ: କୋଭିଡ ଗହଳରେ ହଜି ଯାଇଛି ସାରା ବିଶ୍ୱ । ମୁକ୍ତି ପାଇଁ ସବୁଠି ଶୁଭୁଛି ଚିତ୍କାର । ଏହାରି ଭିତରେ କୋଭିଡର କାଳ କୋଠରୀରୁ ମାନବ ସମାଜକୁ ମୁକ୍ତ କରିବାକୁ ଅନେକ ଟିକା ପ୍ରସ୍ତୁତକାରୀ କମ୍ପାନୀ ଅଣ୍ଟା ଭିଡିଥିବାବେଳେ ଅନେକ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଛନ୍ତି । ଶତପ୍ରତିଶତ ଫଳପ୍ରଦ ନହୋଇଥିଲେ ବି ୮୦ ପ୍ରତିଶତ ଗ୍ୟାରେଣ୍ଟିର ଯୁକ୍ତି ବାଢିଛନ୍ତି ଅନେକ କମ୍ପାନୀ । ସେପଟେ ପ୍ରଥମ ଦେଶ ଭାବେ ବ୍ରିଟେନରେ ଆରମ୍ଭ କରାଯିବ ଟୀକାକରଣ ।

ଖୁବଶୀଘ୍ର ବଜାରକୁ ଆସୁଛି କୋଭିଡ-୧୯ ଭ୍ୟାକ୍ସିନ ‘ଫାଇଜର’ । ବ୍ରିଟେନରେ ଏହାର ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ଦେଇସାରିଛି ବାୟୋଟେକନିକ । ଫାଇଜର ଅଧିକାରୀ କିନ୍ତୁ ଭ୍ୟାକ୍ସିନର ଫଳପ୍ରଦ ନେଇ ସୁନିଶ୍ଚିତ ନୁହଁନ୍ତି । ଭ୍ୟାକ୍ସିନ ନେବା ପରେ ଫାଇଜର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇବ କି ନାହିଁ, ଏନେଇ ଗ୍ୟାରେଣ୍ଟି ଦେଇନାହିଁ କମ୍ପାନୀ । ଯଦି ବା ସଂକ୍ରମିତ ବ୍ୟକ୍ତି ଭ୍ୟାକ୍ସିନ ନେଲା ପରେ ସାଇଡ ଇଫେକ୍ଟ ସୃଷ୍ଟି କରେ କିମ୍ବା ଲାଭଦାୟକ ନ ହୁଏ, ତେବେ ଏହାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି ଫାଇଜର ।

ପିସିସି ପ୍ରଭାରୀଙ୍କ ନିଶାନାରେ ବିଜେପି: ‘ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛି ବିଜେପି’

ଭୁବନେଶ୍ୱର: ପରୀ ମୃତ୍ୟୁ ପ୍ରସଙ୍ଗରେ କଂଗ୍ରେସ- ବିଜେପି ସମ୍ମୁଖ ଯୁଦ୍ଧ । ବିଜେପି ଉପରେ ପିସିସି ପ୍ରଭାରୀ ଜୋରଦାର୍‌ ବର୍ଷିଛନ୍ତି । କୋର୍ଟ ମନିଟରିଂରେ ଏସ୍‌ଆଇଟି ତଦନ୍ତ କରାଯାଇଥିବାରୁ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି କଂଗ୍ରେସ କହିଛି । ବିଜେପି ମଧ୍ୟ ଏହାର କଡ଼ା ଉତ୍ତର ରଖିଛି।

ପରୀ ମୃତ୍ୟୁ ଘଟଣାରେ କଂଗ୍ରେସର ଟାର୍ଗେଟ୍‌ରେ ରାଜ୍ୟ ବିଜେପି  । ପିସିସି ପ୍ରଭାରୀଙ୍କ ନିଶାନାରେ ବିଜେପି। ଦଳର ଆଭିମୁଖ୍ୟ  ନେଇ ଲମ୍ବା ତଥ୍ୟ ଦେଇ କାଠଗଡ଼ାରେ ବିଜେପିକୁ ଛିଡ଼ା କରିଛି କଂଗ୍ରେସ  । ଦଳ କହିଛି, ପରୀ ମୃତ୍ୟୁ ଘଟଣାରେ ଆଗେ ଆନ୍ଦୋଳନ କରିଥିଲା ଓ ଏସଆଇଟି ତଦନ୍ତ ଦ୍ୱାରା ହିଁ ସଠିକ ତଥ୍ୟ ପଦାକୁ ଆସିବ  । ନୟାଗଡ଼ ଯଦୁପୁର ପରୀ ଘରକୁ ଗସ୍ତ ପରେ ପିସିସି ପ୍ରଭାରୀ ।

ଚେଲ୍ଲାକୁମାର ବିଜେଡି- ବିଜେପି ସମ୍ପର୍କକୁ ନେଇ ବର୍ଷିଛନ୍ତି। ହାଇକୋର୍ଟ ଦ୍ୱାରା ମନିଟରିଂ ତଦନ୍ତ ପାଇଁ କଂଗ୍ରେସ ଦାବି କରିଥିଲା। ତାହା ପୂରା ହୋଇଛି ଓ ପରୀକୁ ନ୍ୟାୟ ମିଳିବ । ବିଜେପି ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ଓ ଦୋଷୀକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଛି ବୋଲି ଚେଲ୍ଲାକୁମାର ଅଭିଯୋଗ କରିଛନ୍ତି। ଏପରିକି ସିବିଆଇ ତଦନ୍ତ ଦାବି କରୁଥିବା ବିଜେପିକୁ ପ୍ରଶ୍ନ କରିଛନ୍ତି ଚେଲ୍ଲା। ପରୀ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଇଛି କଂଗ୍ରେସ। ଏସଆଇଟି ତଦନ୍ତ ହିଁ ଠିକ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

 କଂଗ୍ରେସ ଅଭିଯୋଗର ପାଲଟା ଜବାବ ରଖିଛି ବିଜେପି। କିଏ କାହା ସହିତ ସମ୍ପର୍କରେ ଅଛି, ତାକୁ ନେଇ ସମାନ ଅଭିଯୋଗ କଂଗ୍ରେସ ବିରୋଧରେ ଆଣିଛି ବିଜେପି । ପରୀ ପ୍ରସଙ୍ଗରେ ପୂର୍ବ ଦାବିକୁ ଦୋହରାଇଛନ୍ତି ବିରୋଧୀ ଦଳ ନେତା  । ସେପଟେ ଉଭୟ ଦଳଠୁ ସମଦୂରତା ବଜାୟ ରଖିଥିବା ଦୋହରାଇଛି ବିଜେଡି । ପରୀ ମୃତ୍ୟୁ ଘଟଣା ଏବେ ରାଜ୍ୟରେ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି । ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ କିଏ କେତେ ରାଜନୈତିକ ଫାଇଦା ନେବ, ସେଥିପାଇଁ ଗଣମାଧ୍ୟମରେ ଚାଲିଛି ବାକ୍‌ଯୁଦ୍ଧ  ।

ଜାନୁଆରୀ ୨ରୁ କ୍ରୀଡ଼ା ସମ୍ବନ୍ଧୀୟ ଫିଜିଓଥେରାପି ଏବଂ ଆନୁସଙ୍ଗିକ ପାଠପଢ଼ା

ଭୁବନେଶ୍ୱର: ଦେଶର ପ୍ରମୁଖ ସ୍ପୋର୍ଟ୍ସ ଡେଷ୍ଟିନେସନର ମାନ୍ୟତା ପାଇଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି ଓଡ଼ିଶା । ଭୁବନେଶ୍ୱରରେ ନିର୍ମାଣ ହୋଇଛି ଭାରତର ପ୍ରଥମ ତଥା ଏକମାତ୍ର ଅଭିନବ ବିନ୍ଦ୍ରା ସ୍ପୋର୍ଟ୍ସ ମେଡିସିନ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ । ଫିଜିଓଥେରାପି ଏବଂ ସ୍ପୋର୍ଟସ ସାଇନ୍ସରେ ଅଗ୍ରଣୀ ଭୂମିକା ନେବ ଏହି ପ୍ରତିଷ୍ଠାନ । ଜାନୁଆରି ୨ ତାରିଖରେ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଏଠାରେ ଆରମ୍ଭ ହେବ ପାଠପଢ଼ା ।

Abhinav Bindra Sports Medicine & Research Institute to Start In Bhubaneswar

ଫିଜିଓଥେରାପିରେ ଆସିବ ଉନ୍ନତି । ସ୍ପୋର୍ଟସ ସାଇନ୍ସରେ ମିଳିବ ସଫଳତା । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବଢ଼ିବ ଆଗ୍ରହ । ଏହି ଉଦ୍ଦେଶ୍ୟ ନେଇ ଭୁବନେଶ୍ୱର ପାହାଳ ନିକଟରେରେ ନିର୍ମାଣ ହୋଇଛି ଭାରତର ପ୍ରଥମ ଓ ଏକମାତ୍ର ଅଭିନଭ ବିନ୍ଦ୍ରା ସ୍ପୋର୍ଟ୍ସ ମେଡିସିନ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ । କ୍ରୀଡ଼ା ସମ୍ବନ୍ଧୀୟ ଫିଜିଓଥେରାପି ଏବଂ ଆନୁସଙ୍ଗିକ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଏହାଦ୍ୱାର ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଅନୁରୂପ ଫିଜିଓଥେରାପି ବା ଭୌତିକ ଚିକିତ୍ସା ଏବଂ କ୍ରୀଡ଼ା ବିଜ୍ଞାନ ସହିତ ଭାରତୀୟ ସ୍ପୋର୍ଟ୍ସ ଇକୋ ସିଷ୍ଟମକୁ ସଶକ୍ତ କରିବାରେ ଏହା ପ୍ରମୁଖ ଭୂମିକା ନେବ ବୋଲି ଆଶା କରାଯାଉଛି ।

Abhinav Bindra Sports Medicine & Research Institute to Start In Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ପ୍ରତିବନ୍ଧିକ ଏହି ପ୍ରତିଷ୍ଠାନ ଗତ ନଭେମ୍ବର ୨୭ ତାରିଖରେ ଉଦଘାଟିତ ହୋଇଥିଲା । ଜାନୁଆରୀ ୨ ତାରିଖରୁ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ପାଠପଢ଼ା ଆରମ୍ଭ ହେବ । ବ୍ୟାଚଲର କୋର୍ସରେ ୬୦ଟି ଓ ମାଷ୍ଟର ଡିଗ୍ରୀ ପାଇଁ ଏଠାରେ ୮୦ଟି ସିଟ୍ ରହିଥିବା ବେଳେ ଅନେକ ଛାଚ୍ରଛାତ୍ରୀ ନାମ ଲେଖାଇ ସାରିଲେଣି । ବ୍ୟାଚଲର କୋର୍ସର ସମୟ ସୀମା ୪ ବର୍ଷ ରହିଥିବା ବେଳେ ମାଷ୍ଟର ଡିଗ୍ରୀ ପାଇଁ ୨ ବର୍ଷ ରହିଛି । ଏଥିରେ ଅସ୍ଥି ବିଜ୍ଞାନ, ସ୍ନାୟୁ ବିଜ୍ଞାନ ଏବଂ କାର୍ଡିଓ-ପୁଲ୍‌ମୋନାରି ବିଜ୍ଞାନ ପାଇଁ ଉଦ୍ଦିଷ୍ଟ ବିଶ୍ୱର ଶ୍ରେଷ୍ଠ ଲ୍ୟାବଗୁଡ଼ିକୁ ସ୍ଥାନିତ କରାଯାଇଛି । ଏହା ଛଡ଼ା ଭାରତ ଏବଂ ବିଶ୍ୱର ଅନେକ ବିଶେଷଜ୍ଞ ଏହାର ଗେଷ୍ଟ ଫାକଲ୍ଟି ରହିବେ ।

ଖୋଲିବ ଜୁନିୟର ପାଠକ୍‌ଙ୍କ ଠକ ପେଡ଼ି: ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଏସ୍‌ଆଇଟି ପରେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ଜୁନିୟର ପାଠକ । ଖୋଲିବ ଜାଲି ଫର୍ଦ୍ଦ । ଟାଟାର ଜାଲି ଏମ୍‌ଡି ଆକାଶ ପାଠକଙ୍କ ଠକ ପେଡ଼ି ତାଙ୍କ ପିଏସ୍‌ ଡେଭିଡ୍‌ ପିଟର ଖୋଲିବା ପରେ ଜୋରଦାର ଛାନ୍‌ଭିନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌ । ଦ୍ୱିତୀୟ ଦିନରେ ପିଟରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଜେରା କରୁଛି । ଭାବୀ ଜାମାତା ଆକାଶଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ କିଭଳି କରିଛନ୍ତି ଠକେଇ, ସେସବୁର ଗୁମର ଫିଟିବ । ଅଧିକ ତନାଘନା ପାଇଁ ଖୁବ୍‌ଶୀଘ୍ର ପ୍ରଦୀପ ଓ ଆକାଶଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।

ପାଠକ- ପିଟର- ପ୍ରଦୀପ। ଡେଭିଡ୍‌ ପିଟର ଖୋଲୁଛନ୍ତି ଜୁନିଅର ପାଠକଙ୍କ ଠକେଇ ପେଡ଼ି । ପିଟରଙ୍କୁ ଗୁପ୍ତସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ୍‌ କରୁଛି ମାରାଥନ ଜେରା । ଆକାଶ ପାଠକ କେବଳ ଓଡ଼ିଶା ନୁହେଁ,  ସାରାଦେଶରେ କାୟା ମେଲାଇଛନ୍ତି । ଦିଲ୍ଲୀ, ବେଙ୍ଗାଲୁରୁ ଓ ବିହାରରେ ମଧ୍ୟ ଚାକିରିର ଲୋଭ ଦେଖାଇ କୋଟିକୋଟି ଟଙ୍କା ଲୁଟ୍‌ କରିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଛି । ଆକାଶଙ୍କ ଜାଲ୍‌ ନେଟୱର୍କଙ୍କୁ ଡେଭିଡ ପିଟର ସମ୍ଭାଳୁଥିଲେ। କିଭଳି ଯୁବପିଢ଼ିଙ୍କୁ ଫାଶରେ ପକାଯିବ, ସେସବୁର ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଥିଲେ ପିଟର। ଏମବିଏ ଓ ଇଞ୍ଜିନିୟରିଂ କଲେଜରୁ ତାଲିକା ହାତଉଥିଲେ ଫେକ୍ ପାଠକ ଗ୍ରୁପ୍‌ । ପ୍ଳେସ୍‌ମେଣ୍ଟ ନାଁରେ ଶିକ୍ଷିତ ଯୁବକ-ଯୁବତୀଙ୍କୁ କରୁଥିଲେ ଟାର୍ଗେଟ  । ସେମାନଙ୍କର ମୋବାଇଲ କିମ୍ବା ମେଲକୁ ବିଜ୍ଞାପନ ପଠାଇ ଆଶା ଦେଖାଇ ଠକୁଥିବା ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଛି ।  ଏ ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ ।

ପ୍ରଦୀପ-ପାଠକ ସିଣ୍ଡିକେଟ ଖୋଲିବାକୁ କ୍ରାଇମବ୍ରାଞ୍ଚର ବ୍ଳୁ-ପ୍ରିଣ୍ଟ । ଜୁନିଅର ପାଠକଙ୍କ କାରାନାମର କଳାଫର୍ଦ୍ଦ ହଟାଇବାକୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ । ପ୍ରଦୀପ-ଆକାଶ କିଭଳି ଜାଲିଆତି ଓ ଠକେଇ କରିଛନ୍ତି, ସେସବୁର ଖୋଳତାଡ଼ ପାଇଁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ ଟିମ୍‌ । ଆକାଶଙ୍କ ଜରିଆରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ପ୍ରମାଣ ପାଇଛି କ୍ରାଇମ୍‌ବ୍ରାଞ୍ଚ୍‌ର ସାଇବର ସେଲ୍ । ଆସନ୍ତାକାଲି କ୍ରାଇମ୍‌ବ୍ରାଞ୍ଚ୍‌ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଠକେଇ ମାମଲାରେ ପାଠକ-ପ୍ରଦୀପ ପରିବାର ସହ ଜଡିତ ଥିବା ବ୍ୟକ୍ତିଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌ ଘୋଷାଡିବ ।

ଅନରୋଡ୍ ପାର୍କିଂ ସହ ଉଠା ଦୋକାନୀଙ୍କ ଜବରଦଖଲ ପାଇଁ ବିଗୁଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା

ଭୁବନେଶ୍ୱର: ସ୍ମାର୍ଟସିଟିରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା । କେଉଁଠି ରାସ୍ତାରେ ଖାଲଖମା ତ ଆଉ କେଉଁଠି ଅନରୋଡ୍ ପାର୍କିଂ ସହ ଉଠା ଦୋକାନୀଙ୍କ ଜବରଦଖଲ ପାଇଁ ବିଗିଡ଼ିବାରେ ଲାଗିଛି ଟ୍ରାଫିକ୍ ବ୍ୟବସ୍ଥା । ଫୁଟପାଥ ଠାରୁ ଆରମ୍ଭ କରି ସାଇକେଲ୍ ଟ୍ରାକ ସବୁଠି ବୁଲା ବିକାଳିଙ୍କ ଭିଡ଼ । ବିଏମସିର ହୁଗୁଳା ପଦକ୍ଷେପ ପାଇଁ ଏପରି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଥିବାବେଳେ ଥଇଥାନ ଅଭାବରୁ ଉଠାଦୋକାନୀ ବଢୁଥିବା କହିଛି କ୍ଷୁଦ୍ର ବ୍ୟବସାୟୀ ମହାସଂଘ ।

Frequent Traffic Problem Due To Unauthorized On-Road Parking & Street Vending in Bhubaneswar

ଉଠାଦୋକାନୀଙ୍କ କବଳରେ ରାସ୍ତା । ଅଫିସର ବଦଳିଲେ ବଦଳୁଛି ନିୟମ । ଚେଇଁ ଶୋଇଛି ଏନଫୋର୍ସମେଣ୍ଟ ଟିମ୍ । ରାଜମହଲ ଛକରୁ ଏଜି ଛକର ରାସ୍ତା ଉପରେ ପଡ଼ିଛି ଉଠାଦୋକାନର ପସରା । ଫୁଟପାଥ୍ ଠାରୁ ଆରମ୍ଭ କରି ସାଇକେଲ୍ ଟ୍ରାକ୍ ସବୁଠି ବୁଲା ବିକାଳିଙ୍କ ଭିଡ଼ । ଟ୍ରାଫିକ୍ ସମସ୍ୟା ଯୋଗୁଁ ଗତ କିଛିଦିନ ତଳେ ବିଏମସି ଓ ଟ୍ରାଫିକ୍ ପକ୍ଷରୁ ସ୍କ୍ୱାଡ୍ ଗଠନ କରାଯାଇ ଉଠାଦୋକାନ ଗୁଡ଼ିକୁ ହଟାଯାଇଥିଲା । ଏଜିରୁ ରାଜମହଲ ଓ ରାଜମହଲରୁ ଏଜି ଏପରିକି ମାର୍କେଟ ବିଲ୍ଡିଂ ଯିବା ରାସ୍ତାରେ ଉଚ୍ଛେଦ ହୋଇଥିଲା । ନିୟମ ନମାନିଲେ କ୍ରେନ ଲଗାଇ ଦୋକାନ ଟାଣି ନିଆଯାଉଥିଲା । କିନ୍ତୁ ଦେଢ଼ ମାସ ପରେ ପରିସ୍ଥିତି ଯାହାକୁ ସେୟା । ସେପଟେ ଥଇଥାନ ଅଭାବରୁ ଏପରି ସ୍ଥିତି ଉପୁଜିଥିବା କ୍ଷୁଦ୍ର ବ୍ୟବସାୟୀ ମହାସଂଘ କହିଛି ।

Frequent Traffic Problem Due To Unauthorized On-Road Parking & Street Vending in Bhubaneswar

ସାଗରିକା ନାଥ ଟ୍ରାଫିକ ଡିସିପି ଥିବାବେଳେ ଏହି ରାସ୍ତାକୁ ‘ନୋ ବାଇକ ପାର୍କିଂ’ ଘୋଷଣା କରିଥିଲେ । କେବଳ କାର ପାର୍କିଂ ପାଇଁ ସାଇନ ବୋର୍ଡ ମରାଯିବା ସହ ଟ୍ରାଫିକ୍ ପୋଲିସ ନିୟୋଜିତ ହୋଇଥିଲେ । କିନ୍ତୁ ବର୍ତ୍ତମାନର ଟ୍ରାଫିକ ଡିସିପି ଓଡ଼ିଶା କ୍ୟାଡର ଛାଡି ପଞ୍ଜାବ କ୍ୟାଡରକୁ ଯିବେ ବୋଲି ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକ । ଏନଫୋର୍ସମେଣ୍ଟ ଟିମର ଅବହେଳା ଓ ବିଏମସିର ହୁଗୁଳା ପଦକ୍ଷେପ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜଧାନୀବାସୀ ।

ଜନ୍ମ ହେଲେ ବିଶ୍ୱର ସବୁଠାରୁ ଛୋଟିଆ ମାଙ୍କଡ଼, ଆକାର ପିଙ୍ଗ୍ ପଙ୍ଗ୍ ବଲ୍ ଠାରୁ ବଡ଼ ନୁହେଁ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଛୋଟ ମାଙ୍ଗଡ଼ । ଆପଣଙ୍କର ଭାବନା ଠାରୁ ମଧ୍ୟ ମାଙ୍କଡ଼ଙ୍କର ଆକାର ଛୋଟ । ବ୍ରିଟେନର ଚେଷ୍ଟର ପ୍ରାଣୀ ଉଦ୍ୟାନରେ ଦୁଇଟି ଯାଆଁଳା ମାଙ୍କଡ଼ ଜନ୍ମ ନେଇଛନ୍ତି । ପ୍ରତ୍ୟେକ ମାଙ୍କଡ଼ର ଲମ୍ଭା ୨ ଇଞ୍ଚ ଏବଂ ଓଜନ ରହିଛି ମାତ୍ର ୧୦ ଗ୍ରାମ । ଏବେ ଟିକେ ଆପଣ ଚିନ୍ତା କରନ୍ତୁ ।

ମାଙ୍କଡ଼ର ଆକାର କେତେ ବଡ଼ ହୋଇଥିବ । କୌତୁହଳର ବିଷୟ ହେଉଛି ଯେ ସେମାନେ ‘ପିଙ୍ଗ୍ ପଙ୍ଗ୍ ବଲ୍ ଠାରୁ ବଡ଼ ନୁହଁନ୍ତି’ ଦୁନିଆର ସବୁଠାରୁ ଛୋଟ ମାଙ୍କଡ଼ମାନଙ୍କ ମଧ୍ୟରୁ ଏମାନେ ହେଉଛନ୍ତି ଗୋଟିଏ ।

ଏହି କ୍ଷୁଦ୍ର ପ୍ରାଇମେଟ ଗୁଡ଼ିକ ଦୁନିଆର ସବୁଠାରୁ ଛୋଟ ମାଙ୍କଡ଼ ପ୍ରଜାତି ମଧ୍ୟରୁ ଏଷ୍ଟର୍ଣ୍ଣ ପିଗିମି ମାର୍ମୋସେଟ ଭାବରେ ଚିହ୍ନଟ ହୋଇଛି । ସେହି ଦୁଇଟି ମାଙ୍କଡ଼ଙ୍କ ଆକାର ବହୁତ ଛୋଟ ହୋଇଥିବାରୁ ସେମାନଙ୍କର ଲିଙ୍ଗ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ବୋଲି ଚେଷ୍ଟର ପ୍ରାଣୀ ଉଦ୍ୟାନର ଜୁକିପରଙ୍କ କହିଛନ୍ତି । ଜୋ ଏବଂ ବାଲଡ୍ରିକ୍ ହେଉଛନ୍ତି ଏହି ଦୁଇ ଛୁଆ ମାଙ୍କଡ଼ଙ୍କର ବାପା ମାଆ, ଯାହାଙ୍କର ବୟସ ତିନି ଏବଂ ଚାରି ବର୍ଷ ।

ପ୍ରାଇମେଟ ରକ୍ଷକ ହୋଲି ୱେବ୍ କହିଛନ୍ତି, “ମମ୍ ଜୋ ଏବଂ ବାପା ବାଲଡ୍ରିକ୍ ସିଧାସଳଖ ଏବେ ବାପା ମାଆଙ୍କର କାର୍ଯ୍ୟ କରୁଛନ୍ତି । “ବାଲଡ୍ରିକ୍ ଅନୁଭବ କରିଛନ୍ତି ଯେ ଜୋ ପ୍ରସବ କରିବାକୁ ପ୍ରସ୍ତୁତ ଅଛନ୍ତି । ଯାଆଁଳା ଶିଶୁଙ୍କ ଯତ୍ନ ନେବା ପାଇଁ ତାଙ୍କୁ ଶକ୍ତି ଦେବା ପାଇଁ ଟିକେ ଅଧିକ ଧ୍ୟାନ ଦେଉଛନ୍ତି ବାପା ବାଲଡ୍ରିକ୍ ।

 

ମୟୂରଭଞ୍ଜରେ ବିଜେଡିର ମହାମିଶ୍ରଣ ସମାରୋହ: ସାମିଲ ହେଲେ ଶତାଧିକ ବିଜେପି ଓ ଅନ୍ୟ ଦଳର କର୍ମୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ଠାରେ ବିଜୁ ଜନତା ଦଳ (ବିଜେଡି)ର ଏକ ମହାମିଶ୍ରଣ ସମାରୋହ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ସଦର ବିଜେଡି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଛି ବିଜେଡି କର୍ମୀଙ୍କ ଘର ବାହୁଡ଼ା ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଝାଡ଼ଖଣ୍ଡ ଦିଶମ ପାର୍ଟି, କୁଡୁମି ସେନା ଆଦି ବିଭିନ୍ନ ସଂଗଠନର ପ୍ରାୟ ୨୫୦ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଜନ ହିତକାରୀ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି ।

ବହଳଦା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂଗଠନିକ ଜିଲ୍ଲାର ସଭାପତି କାଶୀନାଥ ହେମ୍ୱ୍ରମ୍ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଦଳର ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ଶିଳ୍ପ ନିଗମ ର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ୍, ଡ. ଦେବାଶିଷ ମାର୍ଣ୍ଡି, ସାଇବା ସୁଶୀଲ ହାଁସଦା, ସଚିନ୍ ଦାସ ଓ ଋତିକାନ୍ତ ପରିଛା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତରୁ ଆରମ୍ଭ ହୋଇଥିଵା ଏହି ସମାବେଶରେ ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ଵେଶ ଉତ୍ସାହ ଦେଖିବାକୁ ମିଳିଥିଲା।

ଅପରପକ୍ଷରେ ଅନ୍ୟ ଦଳର କର୍ମୀଙ୍କ ବିଜେଡିରେ ଯୋଗଦାନ ଦଳକୁ ଆହୁରି ମଜବୁତ କରିବାରେ ସହାୟକ ହେବ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକମାନଙ୍କ ପାଖରେ ଠିକଣା ଭାବେ ପହଞ୍ଚି ପାରିବ ବୋଲି ଦଳର ସାଧାରଣ ସମ୍ପାଦକ (ସଂଗଠନ) ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିବା ସହିତ ନବାଗତମାନଙ୍କୁ ସ୍ୱାଗତ କରିଛନ୍ତି ।

ନୂଆ ବର୍ଷରୁ ବେପରୁଆ ଗାଡ଼ି ଚାଳକଙ୍କୁ ମିଳିବନି ନିସ୍ତାର, ପହିଲାରୁ ଚେକିଂ ହେବ କଡ଼ାକଡ଼ି

ଭୁବନେଶ୍ୱର: ତ୍ରାହି ପାଇବେନି ବେପରୁଆ ଗାଡ଼ି ଚାଳକ । ଭୁଲ୍ କଲେ ଆଉ ମିଳିବନି ନିସ୍ତାର । ଆସନ୍ତା ଜାନୁଆରୀ ମାସରୁ ପୁଣି କଡ଼ାକଡ଼ି ଚେକିଂ ହେବ । ୨୦୧୯ରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ୍ ନିୟମକୁ ମହାମାରୀ କରୋନା ପାଇଁ ସାମାୟିକ ଭାବେ କୋହଳ କରାଯାଇଥିଲା । ଏବେ ପୁଣି ଥରେ ଚେକିଂକୁ କଡ଼ାକଡ଼ି କରାଯିବ ।

Traffic Rules May Tight From 2021 January In Odisha

ଜାନୁଆରୀ ପହିଲାରୁ ଦୁଇ ଚକିଆ ଯାନ ପଛରେ ବସୁଥିବା ଲୋକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ନଜର ପକାନ୍ତୁ କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଗଣିବେ ?

ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ହଜାର ଟଙ୍କା
ଅଧିକ ବେଗରେ ଗାଡ଼ି ଚାଳନା ହଜାରେରୁ ହଜାର ଟଙ୍କା (ଲାଇଟ୍ ଭେଇକିଲ୍)

ହଜାରରୁ ହଜାର ଟଙ୍କା (ପାସେଞ୍ଜର ମାଲବାହୀ)

ଦ୍ୱିତୀୟ ଥର ଧରାପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ଜବତ

ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ସହ ମାସ ଜେଲ୍
ଟ୍ରାଫିକ ନିୟମରେ ବାଧା ଦେଲେ ୫୦୦ ଟଙ୍କା
ଲାଇସେନ୍ସ ନଥାଇ ଗାଡ଼ି ଚଳାଇଲେ ହଜାର ଟଙ୍କା
ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହୋଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା
ଅଥରିଟିଙ୍କୁ ସୂଚନା ନଦେଲେ ୨୦୦୦ ଟଙ୍କା
ରାସ୍ତାରେ ନିୟମ ଭାଙ୍ଗିଲେ ଶହରୁ ହଜାର ଟଙ୍କା

ଯଦି ମୋଟା ଅଙ୍କର ଜରିମାନାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆଜିଠୁ ନିୟମ ମାନିବା ଅଭ୍ୟାସ କରନ୍ତୁ । ଘରୁ ଗାଡ଼ି ଧରି ବାହାରିଲେ ମୁଣ୍ଡରେ ହେଲମେଟ ପିନ୍ଧନ୍ତୁ । ପାଖରେ ନିଜର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଆରସି, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି), ଗାଡ଼ିର ବୀମା କାଗଜପତ୍ର ରଖନ୍ତୁ । ଆପଣଙ୍କ ପାଖେ ଏସବୁ କାଗଜପତ୍ର ନଥିଲେ ମଧ୍ୟ ଆପଣ ଡିଜି ଲକର କିମ୍ବା ଏମ୍ ପରିବହନ ଆପରେ ଏସବୁ ରଖି ଯାଞ୍ଚ ବେଳେ ଟ୍ରାଫିକ କର୍ମଚାରୀଙ୍କୁ ଦେଖାଇ ପାରିବେ ।

ଏଥିସହ ପଢ଼ନ୍ତୁ- ଡ୍ରାଇଭର ସହ ପିଲିଅନ୍ ପିନ୍ଧିବେ ହେଲମେଟ୍, ନହେଲେ ରଦ୍ଦ ହେବ DL

ପୁରୀ ପୋଲିସ ଜାରି କଲା ୨୪ ଘଣ୍ଟିଆ ହେଲ୍ପଲାଇନ୍, ହ୍ୱାଟ୍ସଆପରେ ବି କରିପାରିବେ ଅଭିଯୋଗ

ପୁରୀ: ପୁରୀ ଜିଲ୍ଲାରେ ଆରମ୍ଭ ହୋଇଛି ୨୪ ଘଣ୍ଟିଆ ହେଲ୍ପ ଲାଇନ୍ । ସାଧାରଣ ଜନତାଙ୍କ ଲାଗି ପୁରୀ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ଖୋଲାଯାଇଛି । ଏହି ହେଲ୍ପ ଲାଇନ୍ ମାଧ୍ୟମରେ ଲୋକେ ଅଭିଯୋଗ କରିପାରିବେ । ସପ୍ତାହକୁ ୭ ଦିନ ୨୪ ଘଣ୍ଟା କାର୍ଯ୍ୟ କରିବ ପୁରୀ ପୋଲିସର ଏହି 5T କଲ୍ ସେଣ୍ଟର । କୌଣସି ଅଭିଯୋଗ ପାଇଁ 7653891930 ନମ୍ବରକୁ କଲ୍ କରିପାରିବେ ଅଥବା ହ୍ୱାଟ୍ସଆପ୍ । କଲ୍ କିମ୍ବା ହ୍ୱାଟ୍ସଆପ କରିଥିବା ଅଭିଯୋଗକାରୀଙ୍କୁ ପୋଲିସ ଯଥାଶୀଘ୍ର ସମ୍ପର୍କ କରିବ । ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ପୋଲିସ ପୁରୀ ଏସପିଙ୍କୁ ଜଣାଇବ ।

Puri Police Grievance Redressal System for general public

ସେହିଭଳି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି । ଏଥିରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହା କାର୍ଯ୍ୟ କରିବ । ଏହା ସବୁଦିନ ଏପରିକି ଛୁଟିଦିନ ବି କାର୍ଯ୍ୟକ୍ଷମ ରହିବ । ଅଫିସ୍ ସମୟ ବାଦ୍ ମଧ୍ୟ 5T କଲ୍ ସେଣ୍ଟର କାର୍ଯ୍ୟ କରିବ । କୌଣସି ଅଭିଯୋଗ ଥିଲେ ନମ୍ବରକୁ ଡାଏଲ୍ କରିପାରିବେ । ଯେ କେହିବି ଅଭିଯୋଗ ପାଇଁ ଏସପି ଅଫିସ୍ ଆସିଲେ ରିସେପସନରେ ପଞ୍ଜିକରଣ କରିବେ । ସମସ୍ତ ଅଭିଯୋଗକୁ ପୁରୀ ଏସପି ବ୍ୟକ୍ତିଗତ ଭାବେ ଦେଖିବେ । ଏସପିଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣିବେ ଅତିରିକ୍ତ ଏସପି । ସମୟାନୁସାରେ ଆଇନତଃ ଭାବେ ଅଭିଯୋଗ ସମାଧାନ କରାଯିବ ।

Puri Police Grievance Redressal System for general public

ଅଭିଯୋଗ ସମାଧାନ ଲାଗି ଡିଏସପି HRPC ନୋଡାଲ ଅଫିସର ରହିବେ । ଜିଲ୍ଲା ପୋଲିସ୍ ଅଫିସ୍ ଅଥବା 5T କଲ୍ ସେଣ୍ଟରକୁ ଆସୁଥିବା ସମସ୍ତ ଅଭିଯୋଗରେ ଡିଏସପି, HRPC ଇନ୍ସପେକ୍ଟର ପ୍ରାଥମିକ ସହାୟତା କରିବେ । ଡିଏସପି HRPC ସମସ୍ତ ଅଭିଯୋଗକୁ ଠିକ୍ ସମୟରେ ଓ ଯୁକ୍ତିଯୁକ୍ତ ଭାବେ ସମାଧାନ କରିବା ନିଶ୍ଚିତ କରିବେ ।

ଲଭ-ଜେହାଦୀ ବିରୋଧରେ ଆଇନ ଆଣିବେ ଶିବରାଜ !

ଭୋପାଳ: ଆଉ ଚଳିବନି ପ୍ରେମ ନାମରେ ଧର୍ମାନ୍ତୀକରଣ । ଉତ୍ତର ପ୍ରଦେଶ ପଥରେ ଏବେ ମଧ୍ୟପ୍ରଦେଶ । ଲଭ ଜେହାଦୀକୁ ଆଇନବିରୋଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶିବରାଜ ସରକାର । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏନେଇ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଲଭ ଜେହାଦୀ କରୁଥିବା ନେଇ ସୂଚନା ମିଳେ ତେବେ ତାହା ସାଙ୍ଘାତିକ । ସଂଶ୍ଲିଷ୍ଟ ବ୍ୟକ୍ତିର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ । ଏନେଇ କଡା ଆଇନ ପ୍ରଣୟନ କରାଯିବ ବୋଲି କହିଛନ୍ତି ନରୋତ୍ତମ ।

ଡିସେମ୍ବର ୨୮ ତାରିଖରେ ରାଜ୍ୟରେ ବସିବାକୁ ଯାଉଛି ଆଗାମୀ ଅଧିବେସନ । ଉକ୍ତ ଅଧିବେସନରେ ‘ଲଭ-ଜେହାଦୀ’ ବିରୋଧରେ ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟର ଗୃହମନ୍ତ୍ରୀଙ୍କ କହିବା ଅନୁଯାୟୀ, ଉତ୍ତର ପ୍ରଦେଶ ଅପେକ୍ଷା ଆମ ଆଇନରେ ସାମଞ୍ଜସ୍ୟ ରହିବ । ସଂଶ୍ଲିଷ୍ଟ ବ୍ୟକ୍ତି ବିରୋଧରେ ମାମଲା ଋଜୁ କରାଯିବ ସହ ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରାଯିବ ।

ଗତ କିଛିଦିନ ତଳେ ଏକ ସଭାରେ ଯୋଗଦେବା ଅବସରରେ ଏନେଇ ସମ୍ୟକ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ରାଜ୍ୟରେ ଯଦି କେହି ମା-ଭଉଣୀଙ୍କୁ ନେଇ ଧର୍ମ ବେପାରର ଦୁଃସାହସ କରେ, ତେବେ ତାହାର ଅବସ୍ଥା ଭୟଙ୍କର ହେବ ବୋଲି ମଞ୍ଚରେ ଗର୍ଜିଥିଲେ ଶିବରାଜ । ଏକଥା ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ, ଲଭ-ଜେହାଦୀ କୁ ପ୍ରସୟ ଦେଉଥିବା ବ୍ୟକ୍ତିଙ୍କୁ ଏ ସରକାର କଦାପି କୋହଳ କରିବ ନାହିଁ । ତେଣୁ ବେଳ ଥାଉ ସୁଧୁରିଯିବାକୁ ଆହ୍ୱାନ ଦେଇଥିଲେ ଶିବରାଜ ।