spot_img
Home Blog Page 6298

ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ ଦେଲେ DRM; ବନବିଭାଗ ନା ରେଳବିଭାଗ ଦାୟୀ ?

ସମ୍ବଲପୁରରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଡିଆରଏମ । ଶନିବାର ସନ୍ଧ୍ୟାରେ ସମ୍ବଲପୁର ଯୁଯୁମୁରା ଥାନା ଗଡଗଡ ବାହାଲ ରେଳ ଓଭରବ୍ରିଜ୍‌ ନିକଟରେ ଟ୍ରେନ୍ ଧକ୍କାରେ ଦନ୍ତାର ମୃତ୍ୟୁ ଘଟିଥିଲା । ଟ୍ରେନ ଧକ୍କା ଯୋଗୁ ଶରୀରର ଅଧିକ କ୍ଷତ ଚିହ୍ନ ରହିଛି । ଖବରପାଇ ରାତିରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର କରିଥିଲା ।

ହାତୀଟିର ବୟସ ୧୦ ରୁ ୧୨ ବର୍ଷ ହେବ ବୋଲି ବନବିଭାଗ କହିଛି । ଦୁର୍ଘଟଣା ପାଇଁ ରେଳ ବିଭାଗ ନା ବନବିଭାଗ ଦାୟୀ, ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ମୃତ ହାତୀର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଛି । ପୂର୍ବରୁ ଗତ ୩୦ ତାରିଖରେ ସଦର ରେଞ୍ଜ ଯାଦୁଲୋଇସିଂଙ୍ଗରେ ବିଦ୍ୟୁତ କରେଣ୍ଟରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିଲା ।

Elephant Killed In Jujumura Hit By BBSR RKl Intercity Express

ପୂର୍ବରୁ ଯାଜପୁର, କେନ୍ଦୁଝର, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ପୁରୀ, ଝାରସୁଗୁଡ଼ା ଓ କଟକର ଟ୍ରେନ୍ ଟ୍ରାକରେ ଏକାଧିକ ହାତୀଙ୍କ ଜୀବନ ଯାଇଛି ।

ତେବେ, ଟ୍ରେନ୍ ଟ୍ରାକରେ ହାତୀ ମୃତ୍ୟୁକୁ ନେଇ ରେଳବାଇକୁ ଦାୟୀ କରିବା ଅନୁଚିତ୍ ବୋଲି କହିଛନ୍ତି ଅଧିକାରୀ । ହାତୀ ଟ୍ରେନ୍ ଟ୍ରାକ୍ ପାରିହେବା ବେଳେ ସ୍ଥାନୀୟ ବନ ବିଭାଗ ଅଧିକାରୀ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇବା ଦରକାର । ଫଳରେ ଟ୍ରେନର ବେଗ ଧିମା କରିବା ସହ ଅଟକା ଯାଇପାରିବ । ବ୍ରେକ୍ ଦେବାର ୭୫୦ରୁ ଏକ ହଜାର ମିଟର ପରେ ଟ୍ରେନ୍ ରହିଥାଏ ବୋଲି ରେଳବାଇ ଅଧିକାରୀ କହିଛନ୍ତି ।

ରେଳ ଧାରଣାରୁ ମିଳିଲା ମା’ ଝିଅଙ୍କ ମୃତଦେହ, ସ୍ୱାମୀ ଫେରାର

ଟାଙ୍ଗୀ: ଟାଙ୍ଗୀ ଥାନା ଉଜୁଡା ଅଭିମାନପୁର ଗ୍ରାମରେ ଅଘଟଣ । ରେଳ ଧାରଣାରୁ ମିଳିଲା ମା ଓ ଝିଅଙ୍କ ମୃତ ଶରୀର । ଦୁହିଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗଡିଶା ଗୋଦା ଥାନା ଦେଇପୁର ଗ୍ରାମର ୨୫ ବର୍ଷୀୟା ଝରଣା ସ୍ୱାଇଁ, ଅଭିମାନପୁର ନିବାସୀ ପ୍ରମୋଦ ସ୍ୱାଇଁଙ୍କ ସହ ଗତ ୨ ବର୍ଷ ତଳେ ବିବାହ କରିଥିଲା । ବିବାହର ୫ ମାସ ପରେ ଝରଣାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା ।

DeadBody

ତେବେ ପୂର୍ବରୁ ଅନେକ ଥର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବାରୁ ସେମାନଙ୍କ ମଧ୍ୟରେ ମୀମାଂସା କରାଯାଇଥିଲା । ସକାଳୁ ଝରଣା ଓ ୧୦ ମାସର ଝିଅର ଶବ ତାଙ୍କ ଘର ନିକଟସ୍ଥ ରେଳ ଧାରଣାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପୋଲିସକୁ ଖବର ଦେବା ପରେ ପରିବାର ଲୋକ ମୃତଦେହକୁ ଉଦ୍ଧାର କରି ଖଳାବାଡ଼ିକୁ ଆଣିଥିଲେ । ଖବରପାଇ ଭୂଷଣ୍ଡପୁର ପୋଲିସ୍ ଶବ ୨ଟିକୁ ଉଦ୍ଧାର କରି ତଦନ୍ତ ‍ଆରମ୍ଭ କରିଛି । ତେବେ ଘଟଣା ପରେ ସ୍ୱାମୀ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ମାମଲା ରୁଜୁ ପରେ ବର୍ଷିଲେ ତେଜସ୍ୱୀ ଯାଦବ; କହିଲେ ଗିରଫ କରିକି ଦେଖାଅ

ପାଟଣା: ବିହାରର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଏପରିକି ସେ ଏନଡିଏ ସରକାରକୁ ନିକମ୍ମା ଓ ଡରପୋକ୍ ବୋଲି କହିଛନ୍ତି ।

ତେଜସ୍ୱୀ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ଏହି ସରକାରରେ କ୍ଷମତା ଅଛି ତେବେ ସେମାନଙ୍କୁ ଗିରଫ କରି ଦେଖାନ୍ତୁ, ନଚେତ୍ ସେ ନିଜେ ଗିରଫ ହେବେ। କୃଷକମାନଙ୍କ ପାଇଁ ନିଜେ ଫାଶୀରେ ମଧ୍ୟ ଚଢିବାକୁ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବଙ୍କ ସମେତ ୧୮ ଜଣଙ୍କ ବିରୋଧରେ ପାଟନା ଥାନାରେ FIR କରାଯାଇଛି। ତେଜସ୍ୱୀଙ୍କ ନେତୃତ୍ୱରେ ଆଜି ଆରଜେଡି ଓ କଂଗ୍ରେସର ନେତାମାନେ ଚାଷୀ ପ୍ରସଙ୍ଗକୁ ନେଇ ଗାନ୍ଧୀ ମୈଦାନର ଗେଟ୍ ନମ୍ବର ୪ରେ ଧାରଣାରେ ବସିଥିଲେ। ଏହି ସମୟରେ ଯଦିଓ ବାରମ୍ବାର ପ୍ରଶାସନ ସେମାନଙ୍କୁ ଧାରଣାରୁ ଓହ୍ଲାଇବାକୁ କହିଥିଲେ ତଥାପି ସେମାନେ ଶୁଣିନଥିଲେ ।

ତେଜସ୍ୱିଙ୍କ ସମେତ ଅନ୍ୟ ନେତାଙ୍କ ମଧ୍ୟରେ ବିଧାୟକ ଆଲୋକ ମେହେଟ୍ଟା, ରାମାନନ୍ଦ ଯାଦବ, ପୂର୍ବତନ ମନ୍ତ୍ରୀ ଶ୍ୟାମ ରାଜକ, ରମଇ ରାମ, ପୂର୍ବତନ ବିଧାୟକ ଶକ୍ତି ସିଂ, ଆରଜେଡି ପ୍ରବକ୍ତା ମୃତ୍ୟୁଞ୍ଜୟ ତିୱାରୀ, କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଦନ ମୋହନ ଝା ସାମିଲ ରହିଥିଲେ ।

ତେବେ ସେମାନଙ୍କ ବିରୋଧରେ ଧାରା ୧୮୮, ୧୪୫, ୨୬୯, ୨୭୯ ପାନଡେମିକ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ନିମ୍‌ପୁରରେ ଖେଳାଳିଙ୍କ ଅଭ୍ୟାସ୍‌ ପାଇଁ ଆଷ୍ଟ୍ରୋ ଟର୍ଫ ପିଚ୍

କଟକ: କରୋନା ସମୟରେ ଯୁବ ଓ ପ୍ରତିଭାବାନ୍ କ୍ରିକେଟ ଖେଳାଳୀଙ୍କୁ ଅଭ୍ୟାସ ସୁଯୋଗ ଦେବା ପାଇଁ ନିମପୁର କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରତିଷ୍ଠା ହୋଇଛି ଆଷ୍ଟ୍ରୋ ଟର୍ଫ ପିଚ୍‌ । ସାମାଜିକ ଦୂରତ୍ୱ ରଖି ଖେଳାଳୀମାନେ, ବୋଲିଂ ମେସିନ୍‌ ସାହାଯ୍ୟରେ ଏହି ପିଚରେ କଠିନ ଉପଯୋଗୀ ଅଭ୍ୟାସ ସୁଯୋଗ ପାଉଛନ୍ତି ।

Cricket Pitch
File Photo

କଟକ ନିମପୁର ସ୍ପୋଟର୍ସ ଗ୍ରାଉଣ୍ଡରେ ଏବେ ନୂଆ କରି ପ୍ରତିଷ୍ଠା ହୋଇଛି ଏହି ଆଷ୍ଟ୍ରୋ ଟର୍ଫ ପିଚ୍‌ । କରୋନା ସମୟରେ ଯୁବ ଓ ପ୍ରତିଭାବାନ୍ କ୍ରିକେଟ ଖେଳାଳୀଙ୍କୁ ଅଭ୍ୟାସ ସୁଯୋଗ ଦେବା ପାଇଁ କ୍ଲବ୍‌ ପକ୍ଷରୁ ପ୍ରଥମ ଥର ଲାଗି ଆଷ୍ଟ୍ରୋ ଟର୍ଫ ପିଚ୍‌ ସହ ବୋଲିଂ ମେସିନ୍‌ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଖେଳାଳୀମାନେ ସାମାଜିକ ଦୂରତ୍ୱ ରଖି କମ ସଂଖ୍ୟାରେ ପଡିଆରେ ରହି ଅଭ୍ୟାସ କରି ପାରୁଛନ୍ତି ।

Cricket Pitch
File Photo

ଆଗକୁ କ୍ରିକେଟ୍‌ ସିଜିନ ଆରମ୍ଭ ହେବ । ବିଳମ୍ବରେ ସିଜିନ୍‌ ଆରମ୍ଭ ହେଉଥିବା କାରଣରୁ ଏବେ ଜୋରସୋରରେ ଖେଳାଳୀମାନେ ଅଭ୍ୟାସ କରୁଛନ୍ତି । ଏଥି ସହିତ ଡିସେମ୍ବର ମଧ୍ୟ ଭାଗରେ ଓସିଏ ଓଡିଶା କ୍ରିକେଟ ଲିଗ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍ ଆୟୋଜନ କରିବାକୁ ଯାଉଛି । ତେଣୁ ଏଠାକାର ଭିତ୍ତିଭୂମି ଖେଳାଳୀଙ୍କୁ ଅଭ୍ୟାସର ଭଲ ସୁଯୋଗ ଦେଉଛି ବୋଲି ଖେଳାଳୀ କହିଛନ୍ତି ।

ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ସମ୍ବିଧାନର ପ୍ରଣେତା ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀ। ଯିଏକି ବାବାସାହେବ ନାମରେ ମଧ୍ୟ ପରିଚିତ ଥିଲେ । ସେ ଏକାଧାରରେ ଜଣେ ଭାରତୀୟ ନୀତି ପ୍ରଣେତା, ରାଜନୀତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ ଓ ସମ୍ପାଦକ ଥିଲେ ।

ସେ ମଧ୍ୟପ୍ରଦେଶର ଏକ ଗାଁରେ ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମଗ୍ରହଣ କରିଥିଲା ବେଳେ ୬ ଡିସେମ୍ବର ୧୯୫୬ ମସିହାରେ ମୃତ୍ୟୁବରଣ କରିଥିଲେ। ବାବସାହେବ ଜଣେ ମହାନ ବିଦ୍ୱାନ ଏବଂ ଦଳିତଙ୍କ ଶୁଭଚିନ୍ତକ ଭାବେ ବିବେଚିତ ହୋଇଥାନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡା ପ୍ରମୁଖ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ତେବେ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଏଜି ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଓଡିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତିରେ ଆନ୍ଦେବକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟପକ୍ଷରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଦେଶରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ ଆଜି କେତେ ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନା ସୁସ୍ଥ ହାରର ଦ୍ରୁତ ଅଭିବୃଦ୍ଧି ସହିତ ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩୬ ହଜାର ୦୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମଣର ସଂଖ୍ୟା ୯୬ ଲକ୍ଷ ଅତିକ୍ରମ କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନରେ ୪୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨ରେ ପହଞ୍ଚିଛି । ୯୧ ଲକ୍ଷରୁ ଅଧିକ ରୋଗୀ କରୋନା ଭାଇରସ ସହ ଯୁଦ୍ଧ କରି ଆରୋଗ୍ୟ ଲାଭ କରିଛନ୍ତି । ଯେଉଁଥିରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୯୪ ପ୍ରତିଶତ ହୋଇଛି । ବର୍ତ୍ତମାନ ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪ ଲକ୍ଷ ୦୩ ହଜାର ୨୪୮ ରହିଛି ।

ମହାରାଷ୍ଟ୍ରରେ କରୋନା ପୂର୍ବରୁ ହ୍ରାସ ପାଇଥିବା ବେଳେ ୮୩ ହଜାରରୁ ଅଧିକ ସକ୍ରିୟ ମାମଲା ଥିବାବେଳେ ୧୭ ଲକ୍ଷ ୧୫ ହଜାରରୁ ଅଧିକ ରୋଗୀ କରୋନାକୁ ପରାସ୍ତ କରିଛନ୍ତି ।

 

ନୂଆ ପ୍ରୟାସ, କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ସଙ୍ଗୀତ ସନ୍ଧ୍ୟା

ଭୁବନେଶ୍ୱର: ଜେଲରେ ଖୋଲିବ ଦୋକାନ । ଲୋକଙ୍କୁ ମିଳିବ କଏଦୀଙ୍କ ହାତ ତିଆରି ସାମଗ୍ରୀ ଓ ଖାଦ୍ୟ ପଦାର୍ଥ । ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲାଯିବ । କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ସାଉଣ୍ଡ ସିଷ୍ଟମ ଜରିଆରେ ଭଜନ ଓ ପ୍ରବଚନ ବ୍ୟବସ୍ଥା କରାଯିବ ।

ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ କଏଦୀଙ୍କ ଆତ୍ମହତ୍ୟା ପ୍ରବୃତ୍ତି ଅଛି ସେମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ଏଭଳି ବ୍ୟବସ୍ଥା କରାଯାଇଛି । ଜେଲ ପରିସରରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇଛି । ଏଠାରେ ଉତ୍ପାଦିତ ହଳଦୀ କାଉଣ୍ଟରରେ ବିକ୍ରି ହେବ ।

ଖୁବଶୀଘ୍ର ଜେଲ ଭିତରେ ଅଟାକଳ ଓ ସୋରିଷ ତେଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯିବ । ସେହିପରି ଆକ୍ୱା ଫାର୍ମିଂ ପ୍ରକ୍ରିୟାରେ ଜେଲ୍ ପରିସରରେ ମାଛ ଚାଷ, ବାୟୋ କମ୍ପୋଷ୍ଟ ପ୍ରସ୍ତୁତ କରାଯିବାର ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଡି.ଏନ.ବାରିକ । ଅନ୍ୟପଟେ ରୋପଣ ହୋଇଥିବା ୮ ହଜାର ଗେଣ୍ଡୁ ଚାରାରୁ ଯେଉଁ ଫୁଲ ତୋଳାଯିବ ତାହାକୁ ମଧ୍ୟ କାଉଣ୍ଟରରେ ବିକ୍ରି କରାଯିବ ବୋଲି ସେ କହିଛନ୍ତି ।

୫୮ତମ ଗୃହରକ୍ଷୀ ବାହିନୀର ବାର୍ଷିକୋତ୍ସବ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ୫୮ତମ ଗୃହରକ୍ଷୀ ବାହିନୀର ବାର୍ଷିକ ଉତ୍ସବ ଅନୁଷ୍ଠିତ । ଏଥିରେ ଯାଜପୁର ଏସ.ପି ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାସହ ଏହି ଅବସରରେ ଆୟୋଜିତ ଏକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

Homeguard Day

୧୯୬୨ ମସିହାରୁ ଗୃହରକ୍ଷୀ ବାହିନୀ ପୋଲିସ ସହ ଏକ ବଡ଼ ସହଯୋଗୀ ଭାବରେ ଜୋଡି ହୋଇଥିବା ବେଳେ ଗୃହରକ୍ଷୀ ବାହିନୀର ଦେଶ ପ୍ରତି ରହିଥିବା ଭୂମିକା ଉପରେ ଏସ.ପି ଆଲୋକପାତ କରିଥିଲେ । ଏଥିସହ ମହାମାରୀ କରୋନା ସହ ଲଢେଇରେ ଗୃହରକ୍ଷୀ ବାହିନୀର ଭୂମିକାକୁ ପ୍ରଶଂସା କରିବା ସହ ଦେଶ ପ୍ରତି ଉତ୍ସର୍ଗୀକୃତ ରହିବାକୁ ପରାମର୍ଶ ହେଇଛନ୍ତି । ଏହି ଅବସରରେ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ପ୍ଲଜମା ଦାନ କରିଥିବା ୪ ଜଣ ଗୃହରକ୍ଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ଓ ଗୃହରକ୍ଷୀ ବାହିନୀର ବହୁ ଅଧିକାରୀ ସାମିଲ ହୋଇଥିଲେ ।

ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ‘ଫାଇଜର’

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର । ଏନେଇ ଡିଜିସିଆଇ ନିକଟରେ ଆବେଦନ କରିଛି ଔଷଧ ପ୍ରସ୍ତୁତକାରୀ କଂପାନି ଫାଇଜର୍‌ ଇଣ୍ଡିଆ । କଂପାନୀ ପକ୍ଷରୁ, ଦେଶରେ ଟିକା ଆମଦାନୀ ଓ ବିତରଣ ନେଇ ମଞ୍ଜୁରୀ ପ୍ରଦାନ କରିବାକୁ ଆବେଦନ କରାଯାଇଛି ।

ଔଷଧ ଓ କ୍ଲିନିକାଲ୍‌ ପରୀକ୍ଷଣ ନିୟମ, ୨୦୧୯ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତର ଜନସଂଖ୍ୟା ଅନୁଯାୟୀ କ୍ଲିନିକାଲ ପରୀକ୍ଷଣରେ ରିହାତି ଦିଆଯିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଫାଇଜର୍‌ ଭାରତ ଶାଖାରେ ପ୍ରସ୍ତୁତ ହୋଇଛି ଏହି କୋଭିଡ୍‌ ଟିକା । ଗତ ବୁଧବାର ବ୍ରିଟେନ୍ ଫାଇଜର୍‌ର‌ କୋଭିଡ୍‌-୧୯ ଟିକାର ଜରୁରୀକାଳିନ ବ୍ୟବହାର ଲାଗି ଅସ୍ଥାୟୀ ମଂଜୁରୀ ପ୍ରଦାନ କରିଥିଲା ।

ସୂଚନା ଅନୁଯାୟୀ ଫାଇଜର-ବାୟୋଏନଟେକର ଟିକାକୁ ବ୍ରିଟେନ୍ ପକ୍ଷରୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ମେଡିସିନ୍ ଏବଂ ହେଲ୍‌ଥ କେୟାର ରେଗୁଲଟୋରି ଏଜେନ୍ସିର ଅନୁମତି ପରେ ବ୍ରିଟେନ୍ ସରକାର ଏହି ଅନୁମତି ପ୍ରଦାନ କରିଥିଲେ । ଏନେଇ ନ୍ୟୁଜ୍‌ ଏଜେନ୍ସି ବ୍ଲୁମବର୍ଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବ୍ରିଟେନ୍ ସରକାର ୪୦ ନିୟୁତ୍ ଡୋଜ୍ ଅର୍ଡର କରିଥିଲେ । ଫାଇଜର ଟିକା ୯୫ ପ୍ରତିଶତ କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ୬୫ରୁ ଅଧିକ ବର୍ଷର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା କାମ ଦେବ ବୋଲି କୁହାଯାଉଛି ।

ପ୍ରେମ ବିବାହକୁ ସ୍ୱୀକୃତି ଦେଲାନି କଙ୍ଗାରୁକୋର୍ଟ, ପ୍ରେମିକ ସାଜିଲା ଦାଦନ…

ନବରଙ୍ଗପୁର: ପ୍ରେମ ବିବାହ ପାଇଁ ଦାଦନ ସାଜିଛି ପ୍ରେମିକ । ସାମାଜିକ ସ୍ୱୀକୃତି ମିଳିନଥିଲା ପ୍ରେମ ବିବାହକୁ । ଏଥିପାଇଁ ଘର ଛାଡ଼ିଥିଲେ ପ୍ରେମୀ ଯୁଗଳ । ଆଉ ଗାଁକୁ ଫେରିଲା ପରେ ଦୁହିଁକୁ ବିଚ୍ଛେଦ କରି କଙ୍ଗାରୁ କୋର୍ଟରେ ୫୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା । ଆଉ ଏହି ଜୋରିମାନା ପାଇଁ ସ୍ୱାମୀ ସାଜିଛି ଦାଦନ ।

ପ୍ରେମ କେତେବେଳେ ଦିକ୍ଷା ତ କେତେବେଳେ ପରୀକ୍ଷା । ଆଉ ସେହି ପରୀକ୍ଷା ଦେଉଛନ୍ତି ପ୍ରତାପ । ପ୍ରେମର ଫଗୁଣରେ ପ୍ରତାପ ଭଲପାଇ ବସିଥିଲେ ଫଗୁଣୀକୁ । ଫଗୁଣୀକୁ ନେଇ ଏକ ସୁନ୍ଦର ନିଡ଼ଟେ ଗଢିବାକୁ ଚାହିଁଥିଲେ । ତାହା ହିଁ ହୋଇଥିଲା । ଦୁହେଁ ଦୁହିଁକୁ ବିବାହ କରି ଘରଠୁ ଦୂରରେ ଏକ ପ୍ରେମର ବସା ଗଢ଼ିଥିଲେ । କାହିଁକି ନା ତାଙ୍କ ପ୍ରେମ ବିବାହକୁ ମିଳ ନଥାନ୍ତା ସାମାଜିକ ସ୍ୱୀକୃତି । ପ୍ରାୟ ଗୋଟିଏ ମାସ ପରେ ଗାଁକୁ ଫେରିଥିଲେ ଏହି ପ୍ରେମୀ ଯୁଗଳ । ଭାବିଥିଲେ ଗାଁ ଲୋକ ଦେବେ ସାମାଜିକ ସ୍ୱୀକୃତି । ହେଲେ ସ୍ୱୀକୃତି ମିଳିବା ବଦଳରେ ଦୁହିଁଙ୍କୁ ବିଚ୍ଛେଦ କରି ସମାଜ ମାଗିଥିଲା ୫୦ ହଜାର ଟଙ୍କା ଜୋରିମାନା । ଆଉ ଏବେ ପ୍ରେମ ବିବାହର ପାଉଣା ପାଇଁ ସ୍ୱାମୀ ସାଜିଛି ଦାଦନ ।

ଏମିତି ଏକ ପ୍ରେମ ବିଚ୍ଛେଦର ଦାଦନ ଦୁଃଖ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଖାଡେଗାଁରେ । ଗାଁର ପ୍ରତାପ କଲାର ଏବଂ ସେହି ଗାଁର ଫଗୁଣି ଗଣ୍ଡ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ । ଆଉ ଚଳିତ ବର୍ଷ ଜୁନ ୨୭ ତାରିଖରେ ପୋଡ଼ଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁକୁ ଚାଲିଯାଇଥିଲେ । ହେଲେ ଜୁଲାଇ ୪ ତାରିଖରେ ଗାଁକୁ ଫେରିଥିଲେ ଏହି ପ୍ରେମି ଯୁଗଳ । ଆଉ ଗାଁର କଙ୍ଗାରୁ କୋର୍ଟ ଭରିଦେଇଥିଲା ଦୁହିଁଙ୍କ ପ୍ରେମରେ ଦାରୁଣ ଦୁଃଖ । ପ୍ରେମିକ ପ୍ରତାପଙ୍କୁ ସଜାଇ ଦେଇଥିଲା ଦାଦନ ।