spot_img
Home Blog Page 6297

ବିଧାୟକମାନେ ଟଙ୍କା ନେଇଥିବା ମନ୍ତବ୍ୟ: ସମ୍ୱିତ ପାତ୍ରଙ୍କୁ କୋର୍ଟ ନୋଟିସ ପଠାଇବ କଂଗ୍ରେସ

ଭୁବନେଶ୍ୱର:  ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଯିବ କୋର୍ଟ ନୋଟିସ। ବିଧାୟକଙ୍କୁ କିଣିବା ପ୍ରସଙ୍ଗରେ କ୍ଷମା ମାଗି ନଥିବାରୁ ଖୁବ୍‌ଶୀଘ୍ର ନୋଟିସ ପଠାଇବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କ୍ଷମା ନମାଗିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନରସିଂହ ମିଶ୍ର କହିଛନ୍ତି।

Narasingha Mishra Appointed Leader Of Congress Legislative Party

                ସୂଚନା ଯୋଗ୍ୟ ଯେ, ‘ପରୀ’ ପ୍ରସଂଗରେ ବିଜୁ ଜନତା ଦଳ ସହ କଂଗ୍ରେସ ଡିଲ କରିଥିବା ନେଇ ଅଭିଯୋଗ କରିଥିଲେ ବିଜେପି ନେତା ସମ୍ୱିତ ପାତ୍ର । କଂଗ୍ରେସ ବିଧାୟକ ବିକ୍ରି ହୋଇଛନ୍ତି, ସେମାନେ ଟଙ୍କା ନେଇ ପ୍ରସଂଗରେ ଚୁପ୍ ରହିଥିବା ଅଭିଯୋଗ କରିଥିଲେ ସମ୍ୱିତ ପାତ୍ର । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ମାମଲାର ତଦନ୍ତ ନେଇ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)ଗଠନ ନେଇ କଂଗ୍ରେସ ଦାବି କରିଥିଲା । ମାମଲାର ତଦନ୍ତ ନେଇ ଏସ୍ଆଇଟି ଗଠିତ ହୋଇଥିବାରୁ ପରବର୍ତ୍ତୀ ସମୟରେ ବିଧାନସଭାରେ ‘ପରୀ’ ପ୍ରସଂଗ ଉଠାଇନଥିବା କଂଗ୍ରେସ ପକ୍ଷରୁ କୁହାଯାଇଥିଲା । । ଏଥିସହିତ ସମ୍ୱିତ ପାତ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି ଏ ନେଇ ୧୫ ଦିନ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା ।

ପରୀ ମୃତ୍ୟୁ ମାମଲା, ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ କରିବ SITର ୫ ଜଣିଆ ଟିମ୍

ସୀମା ବିସ୍ତାର କରିବାକୁ ଚୀନର ଚକ୍ରାନ୍ତ, ମାନବ ପରୀକ୍ଷଣ ପାଇଁ ଷଡଯନ୍ତ୍ର

ହାକା: ନିଜର ସୈନ୍ୟମାନଙ୍କୁ ସୁପର ସୋଲଜର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଚୀନ୍  । ଏ ନେଇ ବିସ୍ତାରବାଦୀ ଚୀନ୍‌ ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ କରିଛି  । ଏନେଇ  ସୂଚନା ଦେଇଛନ୍ତି  ଆମେରିକା ଗୁପ୍ତଚର  । ଲଦାଖଠାରୁ ଆରମ୍ଭ କରି ତାଇବାନ୍ ସୀମା ପର୍ଯ୍ୟନ୍ତ ପଡୋଶୀ ଦେଶ ମଧ୍ୟକୁ ନିଜର ସୀମା ବିସ୍ତାର କରିବାକୁ ଚକ୍ରାନ୍ତ ଆରମ୍ଭ କରିଛି ଚୀନ  । ସେପଟେ ଏହି ଉଦ୍ଦେଶ୍ୟ ଗୁଡିକୁ ପୂରା କରିବା ପାଇଁ ଚୀନ୍‌ ଏହି ପରୀକ୍ଷଣ କରୁଥିବା ସୂଚନା ମିଳିଛି ।

 ସୈନିକ ମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ମଧ୍ୟ  ପରୀକ୍ଷଣ କରାଯାଉଛି  । ଯଦି ଚକ୍ରାନ୍ତକାରୀ ଚୀନ ଏପରି କାର୍ଯ୍ୟରୁ ନିବୃତ ନରହେ ତେବେ‌ ଆମେରିକା ସବୁଠୁ ବଡ଼ ବିପଦ ଭାବେ ଉଭା ହେବ ବୋଲି ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ।  ରାଟ୍‌କ୍ଲିଫ୍‌ଙ୍କ ଏହି ମନ୍ତବ୍ୟ ଉପରେ ଆମେରିକାର ଗୁପ୍ତଚର ସଂସ୍ଥା CIA ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।  ତେବେ ସୁପର୍‌ ସୋଲଜର୍ ତିଆରି କରିବା ପାଇ ଚୀନ୍ ପିପୁଲ୍ସ ଲିବରେଶନ ଆର୍ମିର ଯବାନମାନଙ୍କ ଉପରେ ମାନବ ପରୀକ୍ଷଣ ଚଳାଇଛି ।

ଆମେରିକାର NBC ନ୍ୟୁଜ୍‌ ସୂଚନା ଅନୁସାରେ, ଏହା ଫଳରେ ଯବାନମାନେ ହଲିଉଡ୍‌ ଫିଲ୍ମର ହିରୋ କ୍ୟାପ୍‌ଟେନ୍ ଆମେରିକା ଓ ୟୁନିଭର୍ସାଲ ସୋଲଜର ଭଳି ଶକ୍ତିଶାଳୀ ହେବେ  । ଏହି ପରୀକ୍ଷଣରେ ଚୀନ୍‌ CRISPR ଜିନ୍ ଏଡିଟିଂ ବୈଷୟିକ କୌଶଳ ଆପଣାଉଛି  । ଜେନଟିକ୍ ଡିଜିଜ୍‌ର ଚିକିତ୍ସା ପାଇ ଏଭଳି ପରୀକ୍ଷଣ କରାଯାଇଥାଏ  । ସେପଟେ ପାଶ୍ଚାତ୍ୟ ଦେଶର ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ବୈଷୟିକ ଜ୍ଞାନର ବ୍ୟବହାର ଅନୈତିକ ଅଟେ  । ଯାହା ଦ୍ୱାରା ସୁସ୍ଥ ଲୋକଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିନ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥାଏ  ।

ଦେଶୀ ମାଂସ ଖାଇ ଟଙ୍କା ନଦେବାରୁ ଆରଏମସି କର୍ମଚାରୀଙ୍କୁ ହତ୍ୟା !

ରାଉରକେଲା: ଆରଏସପି କର୍ମଚାରୀଙ୍କୁ ହତ୍ୟା । ରାଉରକେଲା ସହରର ବନ୍ଧମୁଣ୍ଡା ଥାନା ତିଲକାନଗରେ ଜଣେ  ଆରଏସପି କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ବାଡ଼ିରେ ପିଟି ପିଟି ହତ୍ୟା ଆରଏସପି କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖାସି ମାଂସ ବାକିରେ ନେଇ ତିନି ହଜାର ଟଙ୍କା ନଦେବାରୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Miscreants Murder An RSP Employee For Meat Amount

୪ଜଣରୁ ଅଧିକ ଅଭିଯୁକ୍ତ ପଦ୍ମଲୋଚନଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ପଦ୍ମଲୋଚନ ପୂର୍ତ୍ତିଙ୍କୁ ହତ୍ୟା ପରେ ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସାଇଣ୍ଟିଫିକ ଟିମ୍, ପୋଲିସ ଡିଏସପି ଓ ବନ୍ଧମୁଣ୍ଡା ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛନ୍ତି ।

‘ମଦ ମାଫିଆଙ୍କ ସହ ଜଡ଼ିତ ପ୍ରଦୀପ, ଝିଅ ବାହାଘର ନେଇ ଆଣିଥିଲେ ଟଙ୍କା’

ବ୍ରହ୍ମପୁର: ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପରେ ସାମ୍ୱାଦିକ ସମ୍ମିଳନୀ କରି ପ୍ରଦୀପଙ୍କ ଦୁର୍ନୀତି ଲମ୍ୱା ତାଲିକା ବଖାଣିଛନ୍ତି ଶ୍ରୀ ଜେନା । ୨୦୦୪ ମସିହା ଠାରୁ କ୍ଷମତାର ଅପବ୍ୟବହାର କରି ସେ ବହୁ ଦୁର୍ନୀତି କରିଥିବା ସେ ଅଭିଯୋଗ ଆଣିଛନ୍ତି । ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ଜମି, କରାପଲ୍ଲୀ ପଞ୍ଚାୟତ ବିକ୍ରମପୁରରେ ଜମି ହାତେଇବାରେ ଦୁର୍ନୀତି ହୋଇଛି ଏବଂ ଏହାକୁ ସେ ଅସାଧୁ ଉପାୟରେ ହାତେଇଥିବା ଶ୍ରୀ ଜେନା କହିଛନ୍ତି ।  କରୋନା ସମୟରେ ପ୍ରଦୀପଙ୍କ ବିଳାସ କଥାକୁ ମଧ୍ୟ ସେ ଦୋହରାଇଛନ୍ତି । ଲୋକେ ଭୂତାଣୁର ଭୟ ମଧ୍ୟରେ ପେଶି ହେଉଥିବା ବେଳେ ସେ ଅୟସ କରୁଥିବାର ଅଭିଯୋଗ କରିଛନ୍ତି । ଏଥିସହିତ ସୋରଡାରେ ଶତାଧିକ ଏକର ଜମି ଗଚ୍ଛିତ ରହିଛି ଏବଂ ଏହାର ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ମଦଭାଟି,  ମଦମାଫିଆଙ୍କ ସହ ପ୍ରଦୀପ ଜଡିତ ରହିଛନ୍ତି । ଝିଅ ବାହାଘର ନେଇ ସେ ଲକ୍ଷ ଲକ୍ଷ ଟଙ୍କା ଆଣିଥିବା ଅଭିଯୋଗ କରିଛନ୍ତି ରମେଶ । ଗଞ୍ଜାମ ଜିଲ୍ଲାର ପ୍ରାୟ ଅନେକ ଅଞ୍ଚଳରେ ପ୍ରଦୀପଙ୍କ ଦୁର୍ନୀତି ଚେର ମାଳିଥିବା ସେ କହିଛନ୍ତି । ଏଣୁ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫକୁ ସମର୍ଥନ କରିବା ସହ ଏଭଳି ଗିରଫଦାରୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରମେଶ ଜେନା ।

            ଅପରପକ୍ଷରେ ରମେଶଙ୍କ ନାଁରେ ୫୪ଟି ମିଥ୍ୟା ମାମଲା ଲଗାଇବାରେ ପ୍ରଦୀପଙ୍କ ହାତ ଥିବା ସେ କହିଛନ୍ତି ।

୨୦୨୧ରେ କେଉଁ ମାସରେ ପଡୁଛି କେତେ ଛୁଟି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ୨୦୨୦ ମସିହା ଶେଷ ହେବାକୁ ଯାଉଥିବା ବେଳେ ନୂଆବର୍ଷ ତଥା ୨୦୨୧କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ତେବେ ଏହି ଛୁଟିଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଛୁଟିଠାରୁ ଅଧିକ କିମ୍ବା କମ୍ ହୋଇପାରେ ।

୨୦୨୧ରେ ପଡୁଥିବା ଛୁଟି ଏବଂ ପ୍ରମୁଖ ପର୍ବଗୁଡିକ-

ଜାନୁଆରୀ ମାସ ଛୁଟି:-
ଜାନୁଆରୀ ୦୧-(ଶୁକ୍ରବାର)- ନୂଆ ବର୍ଷ

ଜାନୁଆରୀ ୧୩- (ବୁଧବାର)- ଲୋହଡି
ଜାନୁଆରୀ ୧୪- (ଗୁରୁବାର)- ପୋଙ୍ଗଲ ଏବଂ ମକର ସଂକ୍ରାନ୍ତି
ଜାନୁୟାରୀ ୨୦- (ବୁଧବାର)- ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ
ଜାନୁଆରୀ ୨୬- (ମଙ୍ଗଳବାର)- ସାଧାରଣତନ୍ତ୍ର ଦିବସ

ଫେବୃଆରୀ ଛୁଟି:-
ଫେବୃଆରୀ ୧୬- (ମଙ୍ଗଳବାର) ବସନ୍ତ ପଞ୍ଚମୀ
ଫେବୃଆରୀ ୧୯- (ଶୁକ୍ରବାର) ଶିବାଜୀ ଜୟନ୍ତୀ
ଫେବୃଆରୀ ୨୬- (ଶୁକ୍ରବାର) ହଜରତ ଅଲିଙ୍କ ଜନ୍ମଦିନ
ଫେବୃଆରୀ ୨୭- (ଶନିବାର) ଗୁରୁ ରବିଦାସ ଜୟନ୍ତୀ

ମାର୍ଚ୍ଚ ଛୁଟି:-
ମାର୍ଚ୍ଚ ୮- (ସୋମବାର)- ମହର୍ଷି ଦୟାନନ୍ଦ ସରସ୍ୱତୀ ଜୟନ୍ତୀ
ମାର୍ଚ୍ଚ ୧୧-(ଗୁରୁବାର)- ମହାଶିବରାତ୍ରୀ
ମାର୍ଚ୍ଚ ୨୮-(ରବିବାର)- ହୋଲିକା ଦହନ୍
ମାର୍ଚ୍ଚ ୨୯- (ସୋମବାର)- ହୋଲି

ଏପ୍ରିଲ୍ ଛୁଟି:-

ଏପ୍ରିଲ୍ ୨-(ଶୁକ୍ରବାର)- ଗୁଡ୍ ଫ୍ରାଇଡେ
ଏପ୍ରିଲ ୪- (ରବିବାର)- ଇଷ୍ଟର ଡେ
ଏପ୍ରିଲ ୧୩-(ମଙ୍ଗଳବାର)- ଚୖେତ୍ର ସୁଖଲଦି
ଏପ୍ରିଲ ୧୪- (ବୁଧବାର)- ବୈଶାଖୀ ଏବଂ ଆମ୍ବେଦକର ଜୟନ୍ତୀ
ଏପ୍ରିଲ୍ ୨୧- (ବୁଧବାର)- ରାମ ନବମୀ

ମେ ଛୁଟିଦିନ:-
ମେ ୨୧-(ବୁଧବାର)- ଇଦ୍-ଉଲ୍-ଫିତର୍
ମେ ୨୬-(ବୁଧବାର)- ବୁଦ୍ଧ ପୂର୍ଣ୍ଣିମା

ଜୁନ୍ ମାସରେ କୈାଣସି ଛୁଟି ନାହିଁ ।

ଜୁଲାଇ ମାସ ଛୁଟିଦିନ:-

ଜୁଲାଇ ୨୧- (ବୁଧବାର) ଇଦ୍-ଉଜୁହା (ବକରିଦ୍)

ଅଗଷ୍ଟ ମାସ ଛୁଟିଦିନ:-

ଅଗଷ୍ଟ ୧୫- (ରବିବାର)- ସ୍ୱାଧୀନତା ଦିବସ
ଅଗଷ୍ଟ ୧୯- (ଗୁରୁବାର)- ମହରମ୍
ଅଗଷ୍ଟ ୨୧- (ଶନିବାର)- ଓନମ୍
ଅଗଷ୍ଟ ୨୨- (ରବିବାର)- ରାକ୍ଷୀ
ଅଗଷ୍ଟ ୩୦- (ସୋମବାର)- ଜନମାଷ୍ଟମୀ

ସେପ୍ଟେମ୍ବର ମାସ ଛୁଟିଦିନ:-
ସେପ୍ଟେମ୍ବର ୧୦- (ଶୁକ୍ରବାର)- ଗଣେଶ ଚତୁର୍ଥୀ

ଅକ୍ଟୋବର ଛୁଟିଦିନ:-
ଅକ୍ଟୋବର ୨-(ଶନିବାର)- ଗାନ୍ଧୀ ଜୟନ୍ତୀ
ଅକ୍ଟୋବର ୧୫- (ଶୁକ୍ରବାର)- ଦଶହରା
ଅକ୍ଟୋବର ୧୯- (ମଙ୍ଗଳବାର)- ଇଦ୍ ଉଲ୍ ମିଲାଦ
ଅକ୍ଟୋବର ୨୦- (ବୁଧବାର)- ମହର୍ଷି ବାଲ୍ମିକି ଜୟନ୍ତୀ
ଅକ୍ଟୋବର ୨୪- (ରବିବାର)- କରବା ଚୌଥ୍

ନଭେମ୍ବର ଛୁଟିଦିନ:-
ନଭେମ୍ବର ୨-  ଧନତେରସ୍
ନଭେମ୍ବର ୩- ନରକ ଚର୍ତୁଦଶୀ
ନଭେମ୍ବର ୪- ଦୀପାବଳୀ
ନଭେମ୍ବର ୫- ଗୋବର୍ଦ୍ଧନ ପୂଜା
ନଭେମ୍ବର ୬- ଭାଇଦୁଜ
ନଭେମ୍ବର ୧୦- ଛଟ ପୂଜା
ନଭେମ୍ବର ୨୦- ଗୁରୁ ତେଗ ବାହାଦୂର ଶହୀଦ ଦିବସ

ଡିସେମ୍ବର ଛୁଟିଦିନ:-
ଡିସେମ୍ବର ୨୫-  ଖ୍ରୀଷ୍ଟମାସ

ଛତିଶଗଡ଼ ସୁକମା ପୋଲିସକୁ ବଡ଼ ସଫଳତା, ୫ ନକ୍ସଲ ଗିରଫ

ଛତିଶଗଡ଼: ଛତିଶଗଡ଼ ସୁକମା ପୋଲିସକୁ ବଡ଼ ସଫଳତା । ୫ ନକ୍ସଲଙ୍କୁ ଗିରଫ କରିଛି ପୋଲିସ୍ । ଏହାସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଗାଦିରସ୍ ଥାନା ଅନ୍ତର୍ଗତ ଗୁଫଡ଼ି ଜଙ୍ଗଲ ନିକଟରେ ନକ୍ସଲ ଲୁଚିଥିବା ଗୁଇନ୍ଦା ସୂଚନା ପରେ DRG ଯବାନ ଏବଂ CRPF ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଯବାନଙ୍କୁ ଦେଖି ନକ୍ସଲ ପ୍ରଥମେ ଗୁଳିଚାଳନା କରିଥିଲେ ।

Terrorist

ତେବେ ଯବାନଙ୍କ ପାଲଟା ଆକ୍ରମଣରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ଯବାନମାନେ ଗୁଫଡି ଜଙ୍ଗଲ ନିକଟରେ ସର୍ଚ୍ଚ ଅପରେସନ କରିବା ପରେ ୫ ଜଣ ନକ୍ସଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ସୋଡି ଭିମା, ମାଡବି ଲଖମା, ମାଡକାମ୍ ବଣ୍ଡି, ମାଡବି ନନ୍ଦା ଓ କିକିଡ ଗଙ୍ଗା ।

Terrorist

ସେମାନେ ମିଲିଟାରୀ ପ୍ଲାଟୁନ୍ ସଂଗଠନରେ କାର୍ଯ୍ୟରତ ଥିଲେ । ସେମାନଙ୍କ ନିକଟରୁ ଟିଫିନ୍ ବୋମା, ଡିଟୋନେଟର୍, ଜିଲେଟିନ ରଡ଼ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

୨୪ ଘଣ୍ଟାରେ ରାଜ୍ୟରୁ ନୂଆ ୩୯୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୩୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

କ୍ୱାରେଣ୍ଟାଇନରୁ ୨୨୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୬୪ । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୧୯୬ ଜଣ ମୋଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ୩,୧୫,୨୭୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସକ୍ରିୟ ମାମଲା ୪୧୦୨ ରହିଛି ।

ସେହିପରି କରୋନାରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧି ହୋଇଛି । ଯେଉଁମାନଙ୍କ ମଧ୍ୟରେ ବଲାଙ୍ଗିରରୁ ଜଣେ, ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଦୁଇ ଜଣ, କଳାହାଣ୍ଡି ଓ ନୂଆପଡାରୁ ଜଣେ ଲେଖାଏଁ କରୋନା ରାେଗୀଙ୍କର ମୃତ୍ୟୁ ଘଟିଛି ।

ତୁରେକେଲାରେ ହାତୀ ଆତଙ୍କ, ପନିପରିବାଠାରୁ କଦଳୀ ଚାଷ ପର୍ଯ୍ୟନ୍ତ ସବୁ ନଷ୍ଟ..

0

କଣ୍ଟାବାଞ୍ଜି: ତୁରେକେଲା ଅଂଚଳରେ ହାତୀ ଆତଙ୍କ ଦେଖାଯାଇଛି । ଗତ କିଛି ଦିନ ହେଲା ୩୦ ଟିକିଆ ହାତୀ ପଲ ତୁରେକେଲା ଅଂଚଳର ବିଭିନ୍ନ ଗାଁକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଶନିବାର ବିଲମ୍ବିତ ରାତିରେ ମହୁଲପାଟି ଗାଁର ଯୋରଖଣ୍ଡିପଡାରେ ହାତୀ ପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

ବର୍ଷକର ଅମଳ କରିଥିବା ଧାନକୁ ହାତୀ ଖାଇ ଦେଇଛନ୍ତି । ପନି ପରିବା, କଦଳୀ ଚାଷ ସବୁ ନଷ୍ଟ କରି ଦେଇଛନ୍ତି । କେତେକ ଲୋକଙ୍କ ଘର ମଧ୍ୟ ଭାଙ୍ଗିବା ସହ ଗାଇ ଗୁହାଲ ମଧ୍ୟ ଭାଙ୍ଗିଛନ୍ତି ହାତୀ ପଲ । ତେବେ ଜୀବନ ବଂଚଇବା ପାଇଁ ପଡାର ଲୋକ ଛୋଟ ଛୋଟ ଛୁଆ ପିଲାକୁ ନେଇ ପଡାର ୱାର୍ଡ ମେମ୍ବରଙ୍କ ଘରେ ଆଶ୍ରୟ ନେଇଥିବା ସୂଚନା ମଳିଛି ।

File Photo

ବନ ବିଭାଗ ଠିକ୍‌ରେ କାମ କରୁନଥିବା ବେଳେ ରେଂଜର ମଧ୍ୟ ଗାଁକୁ ଆସୁନାହାନ୍ତି । ଯଦି ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ଉଦ୍ୟମ କରାଯାଏ ତେବେ ଗାଁ ଲୋକ ଶାନ୍ତିରେ ରହିପାରିବେ ବୋଲି କହିଛନ୍ତି । ବନ ବିଭାଗର ଅବହେଳା ଯୋଗୁଁ ଗାଁ ଲୋକଙ୍କୁ ହାତୀ ଆତଙ୍କ ଘାରିଛି । ଅନ୍ୟପଟେ ହାତୀ ଯୋଗୁ ହୋଇଥିବା କ୍ଷୟକ୍ଷତି ସରକାର ପୁରଣ କରନ୍ତୁ ବୋଲି ଯୋରଖଣ୍ଡିପଡା ଗ୍ରାମବାସୀ ଦାବି କରିଛନ୍ତି ।

ଗୋଟିଏ ପଟେ ହାତୀ ଆତଙ୍କରେ ଲୋକେ ଆତଙ୍କିତ ଥିବା ବେଳେ ଅନ୍ୟପଟେ ହାତୀ ମୃତ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଶନିବାର ବିଳମ୍ବିତ ରାତିରେ ରାଉରକେଲାର ଇଣ୍ଟରସିଟି ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଏହି ହାତୀ ମୃତ୍ୟୁ ପାଇଁ କିଏ ଦାୟୀ ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଆରଏମ୍‌ ।

ଲଗାତାର ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ଲଗାତାର ବଢିଚାଲିଛି ପେଟ୍ରୋଲ ଡିଜେଲ ଦର । ରବିବାର ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଡିଜେଲ ଲିଟର ପ୍ରତି ୩୦ ପଇସା ବଢିଛି । ଏହି ବର୍ଦ୍ଧିତ ମୁଲ୍ୟ ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ହୋଇଛି । ଡିଜେଲ୍‌ ଦର ୮୦ ଟଙ୍କା ପ୍ରତି ଲିଟର ହୋଇଛି ।

ଗତ ୫ ଦିନ ହେଲା ଲଗାତାର ପେଟ୍ରୋଲ ଡିଜେଲ ଦର ବଢି ଚାଲିଛି । ଦିଲ୍ଲୀରେ ୨୦ ନଭେମ୍ବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଟଙ୍କା ୩୦ ପଇସାରୁ ଅଧିକ ଦର ବୃଦ୍ଧି ହୋଇଛି । ଦେଶର ଅନ୍ୟ ସ୍ଥାନରେ ପେଟ୍ରୋଲ ଦର ୮୫ ଟଙ୍କା ଛୁଇଁଲାଣି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳର ମୁଲ୍ୟ ୫୦ ଡଲାର ପ୍ରତି ବ୍ୟାରେଲ ବିକ୍ରି ହେଉଛି । ଏଥିପାଇଁ ତୈଳ ଦର ବୃଦ୍ଧି ହୋଇଥିବା କଥା କୁହାଯାଉଛି । ଆସନ୍ତା ଜାନୁଆରୀରେ ତୈଳ ଉତ୍ପାଦନ ୫ ଲକ୍ଷ ବ୍ୟାରେଲ ବଢାଇବା ପାଇଁ ଓପେକ୍‌ ପ୍ଲସ୍‌ ଦେଶ ନିଷ୍ପତ୍ତି ନେଇଥିବା ଯୋଗୁଁ ଅଶୌଧିତ ତୈଳ ମୁଲ୍ୟ ବଢିଥିବା କୁହାଯାଉଛି ।

ଖୁସି ଖବର, ଋଷିଆରେ ସ୍ପୁଟ୍‌ନିକ୍‌ ଭି ଟିକାକରଣ

ନୂଆଦିଲ୍ଲୀ: ଋଷିଆରେ କରୋନା ଟିକା କରଣ ପ୍ରକିୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମସ୍କୋରେ ୭୦ଟି କ୍ଲିନିକ୍‌ରେ ଟିକା ଦିଆଯାଉଛି । ବ୍ରିଟେନ୍‌ ଟିକା କରଣ ନେଇ ଘୋଷଣା କରିବା ପରେ ଋଷ ମଧ୍ୟ ଖୁବଶୀଘ୍ର ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିବ ବୋଲି କହିଥିଲା । ଋଷିଆ ତିଆରି କରିଥିବା ସ୍ପୁଟନିକ୍‌ ଭି ଟିକାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ।

Russia Ship 50 Million Coronavirus Vaccine Sputnik V Doses Brazil

ପ୍ରଥମେ ଡାକ୍ତର, ଶିକ୍ଷକ, ସ୍ୱେଚ୍ଛାସେବୀମାନଙ୍କୁ କରୋନା ଟିକା ଦିଆଯାଉଛି । ୬୦ ବର୍ଷରୁ କମ୍ ବ୍ୟକ୍ତି ମାନଙ୍କୁ ସ୍ପୁଟନିକ୍‌ ଟିକା ଦିଆଯାଉଛି । ରୋଗୀ, ଗର୍ଭବତୀ ଏବଂ ମାନସିକ ରୋଗୀଙ୍କୁ ଟିକାକରଣରୁ ବାଦ୍‌ ଦିଆଯାଇଛି । ପ୍ରଥମ ପାଞ୍ଚ ଘଣ୍ଟାରେ ୫ ହଜାର ଲୋକ ଟିକା ନେବା ପାଇଁ ରେଜିଷ୍ଟର କରିଛନ୍ତି । ଗତ କିଛି ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଅନବରତ ବଢିଚାଲିଛି । ଏହାକୁ ରୋକିବା ପାଇଁ ସରକାର ଟିକାକରଣ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଫାଇଜର ମଧ୍ୟ ଟିକା ରେସ୍‌ରେ ଆଗେଇ ଚାଲିଛି । ଭାରତରେ କୋଭିଡ୍‌ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି ଫାଇଜର୍‌ । ଏନେଇ ଡିଜିସିଆଇ ନିକଟରେ ଆବେଦନ କରିଛି ଔଷଧ ପ୍ରସ୍ତୁତକାରୀ କଂପାନି ଫାଇଜର୍‌ ଇଣ୍ଡିଆ । କଂପାନୀ ପକ୍ଷରୁ, ଦେଶରେ ଟିକା ଆମଦାନୀ ଓ ବିତରଣ ନେଇ ମଞ୍ଜୁରୀ ପ୍ରଦାନ କରିବାକୁ ଆବେଦନ କରାଯାଇଛି ।

ଔଷଧ ଓ କ୍ଲିନିକାଲ୍‌ ପରୀକ୍ଷଣ ନିୟମ, ୨୦୧୯ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତର ଜନସଂଖ୍ୟା ଅନୁଯାୟୀ କ୍ଲିନିକାଲ ପରୀକ୍ଷଣରେ ରିହାତି ଦିଆଯିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଫାଇଜର୍‌ ଭାରତ ଶାଖାରେ ପ୍ରସ୍ତୁତ ହୋଇଛି ଏହି କୋଭିଡ୍‌ ଟିକା । ଗତ ବୁଧବାର ବ୍ରିଟେନ୍ ଫାଇଜର୍‌ର‌ କୋଭିଡ୍‌-୧୯ ଟିକାର ଜରୁରୀକାଳିନ ବ୍ୟବହାର ଲାଗି ଅସ୍ଥାୟୀ ମଂଜୁରୀ ପ୍ରଦାନ କରିଥିଲା ।