spot_img
Home Blog Page 6301

କେମିତି ରହିବ ନୂଆ ସଂସଦ ଭବନ; ଫଟୋ ଜାରି

ନୂଆଦିଲ୍ଲୀ: ଆାସନ୍ତା ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଭୂମି ପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ଅବ୍ୟବହିତ ପୂର୍ବରୁ ନୂଆ ସଂସଦ ଭବନର ଫଟୋଚିତ୍ର ସାମ୍ନାକୁ ଆସିଛି ।

ଏହାର ନିର୍ମାଣ କାର୍ଯ୍ୟ ୨ ବର୍ଷ ଭିତରେ ଅର୍ଥାତ୍ ୨୦୨୨ ସୁଦ୍ଧା ଶେଷ କରାଯିବାକୁ ନିଷ୍ପତି ହୋଇଥିବା ବେଳେ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଯାହା ସମ୍ପର୍କରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଶନିବାର ଦିନ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ଏଭଳି ଏକ ମନ୍ଦିର ହେବ, ଯାହା ରାଷ୍ଟ୍ରର ବିବିଧତାକୁ ପ୍ରତିବିମ୍ବିତ କରିବ ।

୬୪ ହଜାର ବର୍ଗମିଟର ପରିଧିରେ ନିର୍ମିତ ହେବାକୁ ଥିବା ଏହି ନୂତନ ସଂସଦ ଭବନର କାର୍ଯ୍ୟ ଚଳିତବର୍ଷ ଡିସେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି । ସଂସଦ ଭବନରେ ୧୬,୯୨୧ ବର୍ଗ ମିଟର ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ କରାଯିବ।

ଭବନକୁ ତିନି ମହଲା ବିଶିଷ୍ଟ କରାଯିବା ସହ ତ୍ରିକୋଣୀୟ ମଧ୍ୟ କରାଯିବ। ଏହାବ୍ୟତୀତ ଡାଇନିଙ୍ଗ ରୁମ୍, କମିଟି ରୁମ୍, କନଫରେନ୍ସ ରୁମ୍, ଲାଇବ୍ରେରୀ ମଧ୍ୟ ନିର୍ମାଣ କରାଯିବାର ନିଷ୍ପତ୍ତି ନିଆଯାଇଛି।

ତେବେ ଏହି ଭବନରେ ଲୋକସଭା ସଦସ୍ୟଙ୍କ ପାଇଁ ପାଖାପାଖି ୮୮୮ ସିଟ୍ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ଆସନ ରହିବ ।

 

ପାଠକ ଆଣ୍ଡ ସନ୍‌ର କଳା ସାମ୍ରାଜ୍ୟକୁ ଭେଦିଲା ଏସ୍‌ଆଇଟି: ସତ ଓଗାଳିଲେ ବାପ-ପୁଅ

ଭୁବନେଶ୍ୱର: ୩ ଦନିଆ ରିମାଣ୍ଡରେ ସବୁ ଓଗାଳି ଦେଇଛନ୍ତି ବାପପୁଅ । ତେଣୁ ଆଉ ରିମାଣ୍ଡ ଦରକାର ନାହିଁ ବୋଲି ସ୍ପଷ୍ଟ କରିଛି  ଭିଜିଲାନ୍ସ । ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଜେରା ବେଳେ ଏସ୍‌ଆଇଟିକୁ ମିଳିଛି ବହୁ ବିସ୍ଫୋରକ ତଥ୍ୟ । ସଫାସଫା କହିଛି, ଆକାଶ କେବେ ବି ନଥିଲା ଟାଟା ମୋଟର୍ସର ଏମ୍‌ଡି । ପାଠକ କଳା ସାମ୍ରାଜ୍ୟ ଲିଙ୍କ୍‌ ନେଇ ତଦନ୍ତ ଜାରି ରଖିଛି ଟିମ । ରିମାଣ୍ଡରେ ସରିବା ପରେ ଉଭୟଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ପାଠକ ଆଣ୍ଡ ସନ୍‌ର କଳା ସାମ୍ରାଜ୍ୟକୁ ଭେଦିଲା ଏସ୍‌ଆଇଟି ।  ଆକାଶ ଥିଲା ଟାଟା କମ୍ପାନୀରେ ଫେକ୍ ଏମ୍‌ଡି । ସ୍ପଷ୍ଟ କଲା ଭିଜିଲାନ୍ସ ଏସ୍‌ଆଇଟି । କୌଣସି ପଦପଦବୀରେ ନଥାଇ ଜାଲ୍ ନିଯୁକ୍ତିର ଜାଲ ବିଛାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛି ଆକାଶ । ଅଭୟ ପାଠକ ଯେଉଁ ସବୁ ଜାଗାରେ ଚାକିରି କରିଥିଲେ, ସେସବୁ ଜାଗାରେ ଏବେ ବି ଛାନଭିନ ଜାରି ରଖିଛି ଏସ୍ଆଇଟି । ଅଭୟଙ୍କ ଜ୍ବାଇଁ ଘର ବିହାରର ପାଟଣାରେ ମଧ୍ୟ ଟିମ ତଦନ୍ତ କରୁଛି । ତେବେ ଫୋକସରେ ରହିଛି ୩ବର୍ଷରେ ବନିକରଣ ପାଇଁ ଖର୍ଚ୍ଚ ହୋଇଥିବା ୬ଶହ କୋଟି ଟଙ୍କା । ସ୍କାନର୍‌ରେ ଅନେକ ଡିଏଫଓ, ଏସିଏଫ ଓ ରେଞ୍ଜର ।

ସେପଟେ ଆକାଶଙ୍କ ଚାକିରି ନେଇ ଟାଟା କଂପାନୀ ପୁଣି ସ୍ପଷ୍ଟୀକରଣ ଦେଇଛି । ସ୍କାଏ କିଙ୍ଗ ଠାରୁ ଚାଟର ଫ୍ଲାଇଟ ବୁକିଂ ସମୟରେ ଆକାଶ ନିଜକୁ ଟାଟା କଂପାନୀର କର୍ମଚାରୀ ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଫ୍ଲାଇଟ୍ ବୁକିଂ ପରେ ଜିଏସଟି ବାବଦ ଅର୍ଥ ଟାଟା କଂପାନୀକୁ ଯାଇଥିବା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏସବୁକୁ ଖଣ୍ଡନ କରିଛନ୍ତି ଟାଟା କର୍ତ୍ତୃପକ୍ଷ । ଏପରିକି ସ୍କାଏ କିଙ୍ଗ୍ ସଂସ୍ଥା ଟାଟାର ଭେଣ୍ଡର ନୁହେଁ ବୋଲି ମଧ୍ୟ ରୋକଠୋକ୍ ଜଣାଇଛନ୍ତି । ଆକାଶ ପାଠକ ଗିରଫ ହେବା ପରେ ସ୍କାଏ କିଙ୍ଗ୍ କର୍ତ୍ତୃପକ୍ଷ ଭୁବନେଶ୍ବର ଖାରବେଳନଗର ଥାନାରେ ଏତଲା ଦେଇଥିଲା । ଟାଟାର ଉତ୍ତର ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।  ଏତେସବୁ ପରେ ବି ବାପା-ପୁଅଙ୍କ ମୁହଁ ପୁଟାଣି ଭାଙ୍ଗିନି ।

କ୍ଷୀର କ୍ଷୀର ପାଣି ପାଣି ହୋଇଯାଇଛି । ଦୁଇ ଠକ ସର୍ଦ୍ଦାରଙ୍କ ପାଇଁ ଯୋଗାଡ଼ ହୋଇଯାଇଛି ତଥ୍ୟ ପ୍ରମାଣ । ତେଣୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଆବଶ୍ୟକତା ନଥିବା କହିଛି ଏସଆଇଟି । ସେପଟେ ପାଠକ ବାସଭବବନର ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ଭିଜିଲାନସ । ରିମାଣ୍ଡରୁ ମିଳିଥିବା ପ୍ରମାଣକୁ ନେଇ ଭିଜିଲାନସ କି ରଣନୀତି ପ୍ରସ୍ତୁତ କରୁଛି, ତା ଉପରେ ସମସ୍ତଙ୍କ ନଜର ।

ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରାେଧୀଙ୍କ ପ୍ରଶଂସା: କୁଶପୁତ୍ତଳିକା ଦାହ ସହ ଇସ୍ତଫା ଦାବି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରୋଧୀଙ୍କ ପ୍ରଶଂସା । ଗୋପାଳପୁରରେ ବାଣ ଫୁଟାଇ ପ୍ରଦୀପଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ । ଏହା ସହ ଦଳ ତଦନ୍ତକାରୀ ସଂସ୍ଥା ଆଗରେ ତିନୋଟି ଦାବି ରଖିଛି । ସେପଟେ ବ୍ରହୁପୁରରେ ପ୍ରଦୀପଙ୍କ ଗିରଫଦାରି ନେଇ ବିଜେପିର ପ୍ରେସ୍‌ମିଟ୍‌ ବେଳେ କଂଗ୍ରେସ ବିରୋଧ କରିଛି । କଂଗ୍ରସ ଓ ବିଜେପି ମୁହଁମୁହିଁ ହୋଇଛନ୍ତି  ।

ଜେଲ୍‌ରେ ପ୍ରଦୀପ ପାଣିଗ୍ରାହୀ  । ବାହାରେ ବିରୋଧୀଙ୍କ ଓ୍ବାହା ଓ୍ବାହା। ପ୍ରଦୀପଙ୍କ କୁଶପୁତ୍ତଳିକା ଦାହ ସହ ବାଣ ଫୁଟାଇ ଖୁସି ମନାଇଛି କଂଗ୍ରେସ । ଚାକିରି ନାଁରେ ନିରୀହ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଲୁଟିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଜନପ୍ରତିନିଧି ମୁଖାରେ ଜନତାଙ୍କୁ ଭୁଆଁ ବୁଲାଇଛନ୍ତି । ବିଧାୟକ ପଦରୁ ପ୍ରଦୀପଙ୍କ ଇସ୍ତଫା ପାଇଁ ଦାବି ଜୋର୍‌ ଧରିଛି  । ଠକେଇର ଶିକାର ଯୁବକ ଯୁବତୀଙ୍କୁ ଟଙ୍କା ଫେରସ୍ତ ଓ ବିଧାୟକଙ୍କ ବେଆଇନ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଦାବି କରିଛି କଂଗ୍ରସ  ।

ସେପଟେ ବ୍ରହ୍ମପୁରରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ  । ପ୍ରଦୀପଙ୍କ ଗିରଫଦାରି ପ୍ରସଙ୍ଗରେ ବିଜେପିର ପ୍ରେସ୍‌ମିଟ୍‌ ବେଳେ ହଙ୍ଗାମା । ବିଜେପି ନେତାଙ୍କୁ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ ସହ ଗୋ ବ୍ୟାକ୍ ନାରା ଦେଇଥିଲେ । ବିଜେପିକୁ ବ୍ରହ୍ମପୁର ବିଧାୟକ ମଧ୍ୟ ସମାଲୋଚନା କରିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆହୁରି କଡ଼ କାର୍ଯ୍ୟାନୁଷ୍ଠାନ ପାଇଁ କେବଳ ଗଞ୍ଜାମ ନୁହେଁ ରାଜ୍ୟବ୍ୟାପୀ ଦାବି ଉଠିଲାଣି।

ଫଳପ୍ରଦ ହେଲାନି ଆଲୋଚନା, ଫେଲ ମାରିଲେ ସରକାର

ନୂଆଦିଲ୍ଲୀ: ପଞ୍ଚମ ବୈଠକ ମଧ୍ୟ ହୋଇପାରିଲା ନାହିଁ ଫଳପ୍ରଦ । ସମସ୍ତ ଯୋଜନା ସ୍ୱତେ ଫେଲ ମାରିଲେ ସରକାର । ଚାଷୀଙ୍କ ଜିଦ ଆଗରେ ପୁଣି ମୁଣ୍ଡ ନୁଆଁଇଲେ ସରକାର  ।  ଆଉ କିଛି ଦିନ ସମୟ ମାଗିଲେ କୃଷିମନ୍ତ୍ରୀ । ପୂର୍ବରୁ ଆନ୍ଦୋଳନରତ ଚାଷୀଙ୍କ ସହ କେନ୍ଦ୍ର ସରକାର ଚାରି ଚାରି ଥର ବୈଠକ କରିଥିଲେ କିନ୍ତୁ ବିଫଳ ହୋଇଥିଲା ଆଲୋଚନା । ସମସ୍ତ ପ୍ରସ୍ତୁତି ସହ ଆଜି ମଧ୍ୟ କେନ୍ଦ୍ର ସରକାରର ଦୁଇ ବରିଷ୍ଠ ମନ୍ତ୍ରୀ ବିଜ୍ଞାନ ଭବନରେ ହୋଇଥିଲେ ଅବତୀର୍ଣ୍ଣ । ପରେ ଚାଷୀଙ୍କ ସହ କରିଥିଲେ ଆଲୋଚନା । ଭାବିଥିଲେ ବୋଧ ହୁଏ ଚାଷୀଙ୍କୁ ମନାଇବାରେ ଆଜି ସଫଳ ହେବେ । ହେଲେ ନା, ଅଟଳ ଚାଷୀଙ୍କୁ ମନାଇବାରେ ପୂର୍ବ ପରି ଫେଲ ମାରିଲେ କୃଷି ମନ୍ତ୍ରୀ ।

ପୁଣି ୪ ଦିନର ମହଲତ ମାଗିବା ସହ ଆସନ୍ତା ୯ ତାରିଖରେ ଆଲୋଚନା କରିବାକୁ ଧାର୍ଯ୍ୟ ହୋଇଛି ସମୟ । ନୂତନ କୃଷି ଆଇନରେ MSP ପ୍ରତ୍ୟାହାର ପ୍ରତିବାଦରେ ଅଟଳ ରହିଥିବା ଚାଷୀଙ୍କୁ ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଯଦି ସରକାର ଚାହୁଁଛନ୍ତି ତେବେ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରନ୍ତୁ ବୋଲି ଦାବି ଉପସ୍ଥାପନା କରିଥିଲେ ଚାଷୀ ପ୍ରତିନିଧି ମଣ୍ଡଳୀ । ଆନ୍ଦୋଳନରତ ଚାଷୀଙ୍କ କହିବା ଅନୁଯାୟୀ, ବୈଠକରେ କମିଟି ନିଜର ଦାବି ପୂର୍ବ ପରି ଉପସ୍ଥାପିତ କରିଛି । ଦାବିରେ କୌଣସି ପରିବର୍ତ୍ତନ ଆମେ ଚାହୁଁ ନାହୁଁ ।

ସେପଟେ ଚାଷୀ ପ୍ରତିନିଧି ମଣ୍ଡଳୀରେ ରହିଥିବା ସଦସ୍ୟ ବୁଟା ସିଂଙ୍କ କହିବା ଅନୁଯାୟୀ । ଆମେ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛୁ, ନୂତନ ଆଇନକୁ ପ୍ରତ୍ୟାହୃତ କରାଯାଉ । ଏହି ଦାବିରେ ସଂଗଠନ ସାଲିସ କରିବ ନାହିଁ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ବୈଠକରୁ କିଛି ସମୟ ପାଇଁ ବିରତି ନେଇଥିଲେ । ଆପୋସ ଆଲୋଚନା ପାଇଁ ବୈଠକ ଗୃହର ବାହାରକୁ ଯାଇଥିଲେ । ଏବଂ ପରେ ୪ ଦିନର ମହଲତ ମାଗିଥିଲେ । ତେଣୁ ଆସନ୍ତା ୯ ତାରିଖରେ କେନ୍ଦ୍ର ସରକାର ସହ ଚାଷୀ ପ୍ରତିନିଧି ମଣ୍ଡଳୀର ବୈଠକ ବସିବାକୁ ତାରିଖ ଧାର୍ଯ୍ୟ ହୋଇଛି ।

ନ୍ୟାୟ ମାଗୁଚି ପରୀ: ମାଇଲେଜ ନେବାକୁ ନୟାଗଡ଼ରେ ବିଜେପି ଓ କଂଗ୍ରେସର ଡ୍ରାମାବାଜି

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ଧରିବା ପାଇଁ ଏସ୍‌ଆଇଟି ଚଳାଇଛି ମାରାଥନ ଛାନ୍‌ଭିନ୍‌ । ଅନ୍ୟପଟେ ବିରୋଧୀ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ରାଜନୀତି ଆରମ୍ଭ କରିଦେଇଛନ୍ତି । ପରୀର ପରିବାର ଲୋକଙ୍କୁ ସମବେଦନା ଜଣାଇବା ନାଁରେ ଦଳର ତୁଙ୍ଗ ନେତା ନୟାଗଡ଼ରେ ଡେରା ପକାଇଛନ୍ତି । ତେବେ ପରୀକୁ ନେଇ ରାଜନୀତି ନକରିବାକୁ ନିବେଦନ କରିଛି ବିଜେଡି । ଉଭୟ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଓ ପରୀ ମୃତ୍ୟୁ ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିବ ବୋଲି ବିଜେଡି କହିଛି ।

ମାତ୍ର ୪ରୁ ୫ ଦିନରେ ଖୁବ ଗୁଡାଏ ତଥ୍ୟ ପାଇଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ । ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଦକ୍ଷ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କ ତତ୍ତ୍ବାବଧାନରେ ଚାଲିଛି ତଦନ୍ତ । ଏସଆଇଟି ଗଠନକୁ ୫ ଦିନ ହୋଇଥିବାବେଳେ ଘଟଣାରେ ସଂପୃକ୍ତି ସନ୍ଦେହରେ ବାବୁଲି ନାୟକଙ୍କ ଘରେ ଖାନତଲାସି କରାଯାଇଛି । ବାବୁଲି ନାୟକ ଓ ତାଙ୍କ ପୁଅଙ୍କୁ ଅରୁଣ ବୋଥ୍ରା ପଚରାଉଚରା କରିଛନ୍ତି । ବାବୁଲି ନାୟକଙ୍କ ଯାନବାହନ ଓ ଡ୍ରାଇଭରଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି । ତେବେ ଆଉ ୨ ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ନ୍ୟାୟ ମାଗୁଚି ପରୀ । ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିବାବେଳେ ବିରୋଧୀ ଏହି ପ୍ରସଙ୍ଗରୁ ମାଇଲେଜ ନେବାକୁ ପଛାଉନାହାନ୍ତି । ସମବେଦନା ଜଣାଇବା ଆଳରେ ରାଜରାସ୍ତାରେ ଚାଲିଛି ହାଇ ପ୍ରୋଫାଇଲ ଡ୍ରାମା । ପିସିସି ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ବରେ କଂଗ୍ରେସ ପ୍ରତିନିଧି ଦଳ ପରୀ ଗାଁରେ ପହଞ୍ଚି କରିଛି ରାଜନୈତିକ ସମାବେଶ । ଏପରି ଏକ ସମ୍ବେଦନଶୀଳ ମାମଲାରେ ନେତାଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସ୍ବାଗତ କରିବା କେତେ ଦୂର ଯୁକ୍ତିଯୁକ୍ତ ? ବିଜେପି ବି ରାଜକୀୟ ଠାଣିରେ ପହଞ୍ଚିଥିଲା ଯଦୁପୁରରେ । ହାଥରସ କିମ୍ବା ରାଜଧାନୀ ନାବାଳିକା ନ୍ୟାୟ ବେଳକୁ ମୁହଁରେ ତୁଣ୍ଡି ଦେଇ ବସିଥିବା ବିଜେପି ନେତା ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପହଞ୍ଚିଥିଲା ବିଜେପି । ସିବିଆଇ ତଦନ୍ତ ଦାବି କରିବା ସହ ଅନିର୍ଦ୍ଦିଷ୍ଟ କାଳ ଆରମ୍ଭ କରିଦେଇଛି ଧାରଣା ଡ୍ରାମା । ସେପଟେ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ କରୁଛି, ଏହାକୁ ରାଜନୀତି କୁଟାଖିଅ କରାନଯାଉ ବୋଲି ଲେନିନ କହିଛନ୍ତି । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ବେଳେ ସମ୍ବିତ ପାତ୍ର ଓ ଚେଲ୍ଲାକୁମାର କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଲେନିନ୍ କହିଛନ୍ତି ଯେ, ଘଟଣାରେ ଗଣମାଧ୍ୟମ କର୍ମଚାରୀଙ୍କ ସଂପୃକ୍ତି ରହିଛି । ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ସହଯୋଗ କଲେ ତଦନ୍ତ ଆଗକୁ ଯିବ । ପରୀ ନ୍ୟାୟ ପାଉ, ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ବି ନ୍ୟାୟ ପାଉ । କିନ୍ତୁ ଏହାକୁ ନେଇ ଶସ୍ତା ରାଜନୀତି ବନ୍ଦ ହେଉ ବୋଲି କହିଛି ବୁଦ୍ଧିଜୀବୀ ମହଲ ।

 

ଧାନ ବିଲରୁ ନରକଙ୍କାଳ ଠାବ, ହତ୍ୟା ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ଗାଁରେ ଆତଙ୍କ । ଧାନ ବିଲରେ ନର କଙ୍କାଳ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଛି । ଯାହାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ଭେଜିପୁଟ ଗ୍ରାମବାସୀ । ଆଜି ଅପରାହ୍ଣରେ ଭେଜିପୁଟ ଗ୍ରାମର ଗଞ୍ଜ ନାଳ ନିକଟ ଧାନ ବିଲକୁ ଧାନ କାଟିବାକୁ ଯାଇଥିଲେ କିଛି ଚାଷୀ । ଧାନ କାଟୁ କାଟୁ ଦେଖିଥିଲେ ପଡ଼ିଛି ହାଡ଼ ।

Skeleton Found From Paddy Field Of Ganjam Khallikote  

ହାଡ଼ ଗୁଡ଼ିକୁ ଦେଖି ସେମାନଙ୍କ ଭୟଭୀତ ହୋଇ ପଡ଼ିଥିଲେ । ପରେ ଦେଖିବା ବେଳକୁ କ୍ଷେତ ସାରା ନରକଙ୍କାଳର ଅଂଶ ଏଣେତେଣେ ପଡ଼ି ରହିଛି । ତେବେ ଏହି ନରକଙ୍କାଳ କାହାର ଏଠାରେ କେମିତ ପଡ଼ିଲା ? ସେନେଇ କେହି କିଛି ଜାଣିନାହାଁନ୍ତି । ତେବେ, ନରକଙ୍କାଳ ପାଖରେ ଚୁଟି ପଡ଼ିଥିବାରୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଖଲ୍ଲିକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Skeleton Found From Paddy Field Of Ganjam Khallikote  

ତେବେ, ଗୁଣି ପରେ କେହି ଶବକୁ ବିଲରେ ଫୋପାଡ଼ି ଦେଇଥିଲା କି ? ନା ଯୋଜନାବଦ୍ଧ ଭାବେ କାହାକୁ କରାଯାଇଛି ହତ୍ୟା ? ଏବେ ଏସବୁ ପ୍ରଶ୍ନ ଉଙ୍କି ମାରୁଛି । ବିଲରେ ନରକଙ୍କାଳର ବିଭିନ୍ନ ଅଂଶ ଏଣେତେଣେ ପଡ଼ିଥିବା ବେଳେ ଖପୁରି ବି ପଡ଼ିଛି । ତେବେ, ଏ ନରକଙ୍କାଳ କାହାର ? ପୋଲିସ ଛାନଭିନ୍ ଚଳାଇଛି ।

କଙ୍ଗନାଙ୍କ ସହ ବିବାଦ ପରେ ବଢୁଛି ଦିଲଜିତଙ୍କ ଫଲୋଅର୍ସ

ନୂଆଦିଲ୍ଲୀ: ଚଳିତ ମାସରେ ଚାଷୀ ଆନ୍ଦୋଳନ ଦେଶର ରାଜନୀତିକୁ ସରଗରମ କରୁଥିବା ବେଳେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଓ ଅଭିନେତା ଦିଲଜିତ ଦାେସଞ୍ଜଙ୍କ ଟ୍ୱିଟର୍ ଓ୍ୱାର୍ ଚର୍ଚ୍ଚାରେ ରହିଛି ।

ଅଧିକ କଥା କହିବା ଉପରେ ବିଶ୍ୱାସ କରୁନଥିବା ଦିଲଜିତ୍ ସୋସିଆଲ୍ ମିଡିଆରେ କଙ୍ଗନାଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । କେତେବେଳେ ସେ କଙ୍ଗନାଙ୍କୁ ବଡମାନଙ୍କ ସହ ସମ୍ମାନର ସହ କଥା ହେବା ଲାଗି ପରାମର୍ଶ ଦେଉଥିବା ବେଳେ ଆଉ କେତେବେଳେ ତାଙ୍କ କଥାକୁ ବକବାସ୍ ବୋଲି କହିଥିଲେ ।

ହେଲେ କଙ୍ଗନା କଥା ବୁଲାଇବାକୁ ଚାହିଁଥିଲେବି ଦିଲଜିତ୍ ନିଜ କଥାରେ ଅଡି ବସିଥିଲେ । ସୋସିଆଲ୍ ମିଡିଆରେ ବାକବିତର୍କ ପରେ ଦିଲଜିତଙ୍କୁ ଲୋକମାନଙକ୍ ସମର୍ଥନ ମିଳିବାରେ ଲାଗିଥିଲା । ଏମିତିକି ତାଙ୍କ ଟ୍ୱିଟ୍ ଗୁଡିକ ବି ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା ।

ଏକ ମିଡିଆ ଖବର ମୁତାବକ ଏହି ଟ୍ୱିଟର ବିବାଦ ପରେ ଦିଲଜିତ ଅଧିକ ଲୋକପ୍ରିୟ ହୋଇଥିବା ବେଳେ ତାଙ୍କ ଫଲୋଅର୍ସ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଯାଇଛି ।

ଡ୍ରାଇଭର ସହ ପିଲିଅନ୍ ପିନ୍ଧିବେ ହେଲମେଟ୍, ନହେଲେ ରଦ୍ଦ ହେବ DL

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ବାଇକ୍ ଦୁର୍ଘଟଣା । ସଚେତନ ହେଉନାହାଁନ୍ତି ଲୋକ । ବାରମ୍ବାର ସଚେତନତା ସତ୍ତ୍ୱେ ଅନେକ ହେଲମେଟ ନପିନ୍ଧି ବାଇକ୍ ଚଳାଉଛନ୍ତି । ଏପରିସ୍ଥଳେ ଦୁର୍ଘଟଣା ଘଟିଲେ ଚାଳକ ସହ ପଛରେ ବସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି । ଅନେକ ସମୟରେ ପ୍ରାଣହାନୀ ଘଟୁଛି । ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପିଲିଅନ୍ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି ।

ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଦୁଇ ଚକିଆ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି (ପିଲିଅନ୍) ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ଉଭୟ ହେଲମେଟ୍ ପିନ୍ଧି ନଥିବେ ତ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରି ଦିଆଯିବ । ନିଜ ସହ ପଛରେ ବସିଥିବା ବ୍ୟକ୍ତିଙ୍କ ସୁରକ୍ଷା ଲାଗି ହେଲମେଟ୍ ପିନ୍ଧିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।

Diving licence will be suspended if both the ride and person sitting do not wear helmets

ପୂର୍ବରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ହେଲମେଟ ନ ପିନ୍ଧି ଥିଲେ ଡିଏଲ୍ ଜବତ ଲାଗି ପୋଲିସକୁ ବି କ୍ଷମତା ମିଳିଛି । ଆଇନ୍ ଅନୁସାରେ ହେଲମେଟ ନ ପିନ୍ଧି ଗାଡ଼ି ଚାଳନା କରୁଥିଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ଲାଗି ରଦ୍ଦ ହେବ ବୋଲି କୁହାଯାଇଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ରଦ୍ଦ ହୋଇପାରେ ଡିଏଲ୍ ।

) ଧାର୍ଯ୍ୟ ଗତିଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକରେ ନାଲିବତି ଡେଇଁବା

) ମାଲ ପରିବହନ ଗାଡ଼ିରେ ଓଭରଲୋଡିଂ ଏବଂ ଲୋକଙ୍କୁ ପରିବହନ

) ମଦ କିମ୍ବା ଅନ୍ୟ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା

) ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନର ବ୍ୟବହାର କରିବା

) ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା

ଅନ୍ୟପଟେ ଆଜି କଟକ ଆରଟିଓ ଓଲଟପୁର ପୋଲିସ ସହ ମିଳିତ ଚେକିଂ କରିଥିଲା । ଚେକିଂ ବେଳେ ୯୨ ଜଣ ବାଇକ୍ ଆରୋହୀଙ୍କୁ ଜରିମାନା ହେଲମେଟ ନ ପିନ୍ଧିଥିବା ଯୋଗୁଁ କରାଯାଇଛି । ୪୨ଟି ଡ୍ରାଇଭିଂ ଲାଇସେନ୍ସକୁ ତିନିମାସ ଲାଗି ବାତିଲ୍ କରାଯାଇଥିବା ବେଳେ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଏଥିସହ ପଢ଼ନ୍ତୁ- ଫୋନରେ କଥା ହୋଇ ଡ୍ରାଇଭିଂ କଲେ ରଦ୍ଦ ହେବ ଲାଇସେନ୍ସ

‘ସରକାର ଭାଙ୍ଗିବାକୁ ବଳ ଗୋଟାଉଛି ବିଜେପି , ପାଇଲଟ ପାଲଟିଛି ବି-ଟିମ ’

ଜୟପୁର: ପୁଣି ରାଜସ୍ଥାନ ରାଜନୀତିକୁ ମାଡି ଆସିଲାଣି ଅସ୍ଥିରତାର ଅମାବାସ୍ୟା । ଅବିଶ୍ୱାସର ଅମା ଅନ୍ଧକାର ଭିତରେ ଖୋଦ ନିଜ ଦଳର ନେତା । ନିଜ ଘର ଢିଙ୍କି ହିଁ, ସାଜିଛି କୁମ୍ଭୀର । ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ । ରାଜ୍ୟରେ ସରକାର ଭାଙ୍ଗିବା ପାଇଁ ବିଜେପି ପୁନର୍ବାର ଚକ୍ରାନ୍ତ ଆରମ୍ଭ କରିଦେଇଥିବା କହିଛନ୍ତି ଅଶୋକ ।

ମହାରାଷ୍ଟ୍ର ଭଳି ରାଜସ୍ଥାନରେ ଅସ୍ଥିରତା ସୃଷ୍ଟି କରିବାକୁ ଅମିତ ଶାହା ଖେଳ ଆରମ୍ଭ କରିଦେଇଛନ୍ତି । ଏହି ଖେଳର କ୍ୟାପଟେନ ସାଜିଛନ୍ତି ଖୋଦ କଂଗ୍ରେସ ନେତା । ରାଜ୍ୟ ଦାୟିତ୍ବରେ ଥିବା ପ୍ରଭାରୀ ଅଜୟ ମାକେନ ହିଁ ସରକାର ଭାଙ୍ଗିବାର ସୂତ୍ରଧାର ପାଲଟିଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କଂଗ୍ରେସର ଯୁବ ନେତୃତ୍ବ ତଥା ଚର୍ଚ୍ଚିତ ଚେହେରା ସଚିନ ପାଇଲଟଙ୍କୁ ବିରୋଧରେ ପୁନର୍ବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଶୋକ ।

ଅଶୋକ ଗେହଲଟଙ୍କ ଅଭିଯୋଗ, ଅମିତ ଶାହା କଂଗ୍ରେସର ବିଧାୟକଙ୍କୁ ବସାଇ ଚା-ବିସ୍କୁଟ ଖୁଆଉଛନ୍ତି । ଏବଂ କହୁଛନ୍ତି ରାଜସ୍ଥାନରେ ସୁନିଶ୍ଚିତ ସରକାର ଭାଙ୍ଗିବେ । ସେପଟେ ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଆମ ବିଧାୟକଙ୍କୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାଜସ୍ଥାନର ଲୋକେ କଂଗ୍ରେସ ସରକାରକୁ ସତ୍ତାରେ ଦେଖିବାକୁ ଚାହୁଁଥିବାବେଳେ ବିଜେପି କ୍ଷମତାର ଅପବ୍ୟବହାର କରୁଛି । କିଛି କଂଗ୍ରେସର କୁଚକ୍ରୀ ଗୋଷ୍ଠୀ କ୍ଷମତା ପାଇଁ ଲୁଚି ଛପି ବିଜେପି ଶରଣରେ ପଶିଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଏସସିବି ପାଇଁ ୨ ୱେବସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ…

କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଏଥିପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ମଧ୍ୟ ସହଯୋଗ ନିଆଯାଇଛି । 5-T  ବିଭାଗ ଅଧିନରେ ମେଡିକାଲ କଲେଜର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏସସିବିର ଏହି ଟ୍ରାନ୍‌ସଫର୍ମେସନରେ ପୂର୍ବତନ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ   ଏଥିପାଇଁ ଦୁଇଟି ୱେବସାଇଟ୍ ଉନ୍ମୋଚିତ ହୋଇଛି ।

  SCBMCH.IN ଏବଂ SCBMCHALUMNI.IN ନାମରେ ରହିଛି ଏହି ଦୁଇ ୱେବସାଇଟର ନାମ  ।  ଏସସିବି ମେଡିକାଲ କଲେଜ ଓ ପୁରାତନ ଛାତ୍ରସଂଘ ନାମରେ ଏହି ୱେବସାଇଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି  । ଏହି ୨ ୱେବସାଇଟ୍ ଏସସିବିର ଭାବମୂର୍ତ୍ତି ସୁଧାରିବାରେ ଓ ସଠିକ ସେବା ପ୍ରଦାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୯୪୪ ମସିହାରେ ପୁରୀ ଫେରନ୍ତା ତୀର୍ଥଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୋବ୍ରା ମହାନଦୀ କୂଳରେ ଏକ ଚିକିତ୍ସା ଶିବିର ଆରମ୍ଭ ହୋଇଥିଲା ।

ଆଜି ଏହା ଏସସିବି ମେଡିକାଲ କଲେଜ ଭଳି ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ପରିଣତ ହୋଇଛି । ୭୬ ବର୍ଷରେ ପହଞ୍ଚିଥିବା ଏହି ମେଡିକାଲ କଲେଜ, ଆଗାମୀ ଦିନରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବାରେ ସହାୟକ ହେବ । କଲେଜରେ ବିଶ୍ଵସ୍ତରୀୟ ତଥା ତଥ୍ୟଭିତ୍ତିକ ୱେବ୍‌ସାଇଟ୍‌ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,