UNSCରେ ବଢୁଛି ଭାରତର ଦବଦବା, 3ଟି କମିଟିରେ କରିବ ଅଧ୍ୟକ୍ଷତା

1 min read

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବା UNSCରେ ବଢୁଛି ଭାରତର ଦବଦବା । UNSCର 3ଟି କମିଟିରେ ଅଧ୍ୟକ୍ଷତା କରିବ ଭାରତ । ଏହି କମିଟି ଗୁଡିକ ହେଉଛି ତାଲିବାନ ପ୍ରତିବନ୍ଧ କମିଟି, ଲିବିଆ ପ୍ରତିବନ୍ଧ କମିଟି ଓ ଆତଙ୍କବାଦ ନିରୋଧ କମିଟି ।

୨୦୨୧-୨୨ ବର୍ଷ ପାଇଁ ଭାରତକୁ ଏହି ତିନି କମିଟିର ଅଧ୍ୟକ୍ଷତା କରିବାକୁ କୁହାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ତ୍ରିମୂର୍ତ୍ତି । ଜାତିସଂଘର ଏଭଳି ନିଷ୍ପତ୍ତି ପରେ ଖୁସି ଜାହିର କରିଛି ଭାରତ ।

ଆତଙ୍କବାଦ ବିରୋଧରେ ଭାରତ ନେଉଥିବା ପଦକ୍ଷେପ ଆହୁରି ବ୍ୟାପକ ହେବ ଏବଂ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ମଧ୍ୟ ଜାତିସଂଘର ସୁରକ୍ଷା ପରିଷଦରେ ଅନେକ ଗୁରୁ ଦାୟିତ୍ବ ତୁଲାଇଆସିଛି ଭାରତ ।

Leave a Reply