spot_img
Home Blog Page 6307

ବଢ଼ିବାରେ ଲାଗିଛି ହାତୀପଲଙ୍କ ଉପଦ୍ରବ, ଘରଦ୍ୱାର ଭାଙ୍ଗିବା ସହ ଚାଷ ନଷ୍ଟ କରୁଛନ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଗତ ୧୬ ଦିନ ହେବ ଏହି ରେଞ୍ଜରେ ହାତୀ ପଲ ପଶି ଧାନ ଫସଲ ଠାରୁ ଆରମ୍ଭ କରି ପନିପରିବା ଚାଷ ନଷ୍ଟ କରିଥିବା ଦେଖିବାକୁ ମିଳିଛି  । ଗତ ରାତି ରୁ ବିନିକା ରେଞ୍ଜର ପାପକ୍ଷୟ, ରହିଲା, ପଳିପଡ଼ା ଓ ଉର୍ଲେ ଆଦି ଗାଁ ରେ ହାତୀ ଚାଷ ନଷ୍ଟ କରିଛନ୍ତି ।

ବିଗତ ଦିନରେ ଏହି ବିନିକା ରେଞ୍ଜର  ଝରାପଡ଼ା ସିନ୍ଦୁରପୁର, ଗୁଲାପଡ଼ା, ଗଣେଷପୁର, କେଉଟପଡ଼ା ଓ ମଣିଗାଁ ଆଦି ଗାଁରେ ଧାନ ଚାଷ ସହ ପନିପରିବା ଚାଷକୁ ଦଳି ଚକଟି  ନଷ୍ଟ କରିବା ସହ ଘର ଦ୍ଵାର ଭାଙ୍ଗିଥିବା ଦେଖାଯାଇଛି । ପାଖାପାଖି ୪୦ଟି ହାତୀ ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ମହାନଦୀ ଡେଇଁ ଆସି ଏହି ଅଞ୍ଚଳରେ ଡେରା ବାନ୍ଧିଥିବା ବେଳେ ବ୍ୟାପକ କ୍ଷତି କରୁଛନ୍ତି । ସ୍ଥାନୀୟ ଲୋକ ତଥା ବନ ବିଭାଗ ଅକ୍ଳାନ୍ତ ପରିଶ୍ରମ କରି ହାଦୀ ଘଉଡିବାରେ ବିଫଳ ହେଉଛନ୍ତି  । ଫଳରେ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅସ୍ତବ୍ୟସ୍ତ କଲାଣି ଶୀତ, ଆହୁରି ବଢ଼ିବ

ଭୁବନେଶ୍ୱର: ରାଜ୍ୟ ବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି ଶୀତ । ଶୁସ୍କ ଜଳବାୟୁ ଯୋଗୁଁ ବଢୁଛି ଥଣ୍ଡା । ତଳମୁହାଁ ପାରଦ । ଗତ ୨୪ ଘଣ୍ଟାରେ ୧୬ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ଏବେ ମଧ୍ୟ ୮.୪ ଡିଗ୍ରୀକୁ ନେଇ ସବୁଠୁ ଥଣ୍ଡା ସହର ପାଲଟିଥିଲା ସୋନପୁର । ଦାରିଙ୍ଗବାଡିରେ ୯ ଓ ଫୁଲବାଣୀରେ ୧୦ ରହିଥିଲା ପାରା ।

ସେପଟେ କନ୍ଧମାଳରେ ଜାରି ରହିଛି ଶୀତର ପ୍ରବାହ । ଧିରେ ଧିରେ ପାରଦ ଖସିବା ଯୋଗୁଁ ବାଲିଗୁଡ଼ା, ଦାରିଙ୍ଗିବାଡ଼ି, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଆଁଉଛନ୍ତି । ଏହାସହ ଶୀତରେ ନିଜକୁ ଫିଟ୍ ରଖିବା ପାଇଁ ବିଭିନ୍ନ ସ୍ଥାନରେ ମର୍ଣ୍ଣିଂ ଓ୍ୱାକ୍, ଯୋଗ ଓ ବ୍ୟାୟାମ କରୁଛନ୍ତି ଲୋକେ ।

ହତାଶ ଚାଷୀ ! ବର୍ଷକର ପରିଶ୍ରମର ଫଳ ବାଳୁଙ୍ଗା ଗଛ

ଗଞ୍ଜାମ: ଚାଷୀଙ୍କୁ ବାଳୁଙ୍ଗା ଟେନସନ୍ । ଭଲ ଧାନ ଅମଳ ପାଇଁ ଆଶା ରଖିଥିବା ଚାଷୀ ଏବେ ହତାଶ । ନିଜ ଚାଷ ଜମିରେ ବାଳୁଙ୍ଗା ଧାନ ଦେଖି, ଚଷା ପୁଅର ଅଣ୍ଟା ଭାଙ୍ଗି ପଡିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ସବୁ ଧାନ ଫଳସ ଏବେ ବାଳୁଙ୍ଗାରେ ପରିଣତ ହୋଇଛି । ଫଳରେ ବର୍ଷ ଜାକର ପେଟପାଟଣାକୁ ନେଇ ଚିନ୍ତାରେ ପଡିଛି ଚାଷୀ ।

କରୋନା କଟକଣା ଆଉ ସ୍ୱଳ୍ପ ବର୍ଷାରେ ବି ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥିଲା ଚାଷୀ । ଭାବିଥିଲା ଅମଳ ପରେ ଋଣ ସୁଝିବ, ପରିବାରର ପେଟ ପୋଷିବ । ହେଲେ ଅମଳ ବେଳ ସବୁ ଆଶା ପାଣିରେ ମିଳେଇଗଲା । ବିଲରେ ଧାନ ପରିବର୍ତ୍ତେ ଦେଖିବାକୁ ମିଳିଛି ବାଳୁଙ୍ଗା । ଆଉ ସେହି ବାଳୁଙ୍ଗା ଦେଖି ଏବେ ମୁଣ୍ଡରେ ହାତ ଦେଇଛି ଚଷା ପୁଅ । ଏଭଳି ସ୍ଥିତିରେ କୃଷି ବିଭାଗ ପକ୍ଷରୁ କ୍ଷତିପୁରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀକୂଳ ।

ବାଳୁଙ୍ଗା ଧାନ ଯୋଗୁ ପୁରୁଷୋତ୍ତମପୁର ବ୍ଲକର ଖୋସଳାପଲ୍ଲୀ, ପିଛୁଳି, ସାହାପୁର ଭଳି ଅନେକ ଗାଁର ଚାଷୀ ଏବେ ହତାଶ । ତେବେ ଧାନ ବିହନରେ ତୃଟି ଯୋଗୁ ଚାଷୀ ଏଭଳି ଦଶା ଭୋଗିଥିବା ଅଭିଯୋଗ ହୋଇଛି । ବାଳୁଙ୍ଗା ହୋଇଥିବା ଚାଷ ଜମି ଗୁଡିକୁ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରାଯିବ ଓ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ଚାଷୀଙ୍କ ସ୍ୱାର୍ଥକୁ ଦଷ୍ଟିରେ ରଖି ସରକାର ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଚାକିରିଆ ହୁଅନ୍ତୁ କି ବ୍ୟବସାୟ କରୁଥିବା ବ୍ୟକ୍ତି, ସତର୍କ ରୁହନ୍ତୁ ନଚେତ୍

ଆଜିର ପଞ୍ଚାଙ୍ଗ:

୫ ଡିସେମ୍ବର,  ଶନିବାର, ବିଛା ୨୦ଦିନ

୧୪୨୭ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,

ମାର୍ଗଶିର କୃଷ୍ଣ ୫ମୀ ରାତ୍ର ୦୮:୧୦ ଗତେ ୬ଷ୍ଠୀ

କର୍କଟ ଚନ୍ଦ୍ର ଅହୋରାତ୍ର

– ପୂଷ୍ୟା ଦିବା ୦୨:୨୭ ଗତେ ଅଶ୍ଲେଷା ନକ୍ଷତ୍ର

– ଘାତ ଚନ୍ଦ୍ର – ନାସ୍ତି

– ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର

– ଯୋଗିନି – ଦକ୍ଷିଣେ ରାତ୍ର ୦୮:୧୦ ଗତେ ପଶ୍ଚିମେ

– ପୁଷ୍କର ଦୋଷ – ୧ପାଦ

 ଶୁଭ ସମୟ 

ଦିବା ୦୭:୩୮ ରୁ ୦୮:୫୪

ଦିବା ୧୧:୫୯ ରୁ ୧୨:୫୮

ଦିବା ୦୨:୨୦ ରୁ ୦୨:୫୨

ରାତ୍ର ୦୩:୩୬ ରୁ ୦୩:୪୧

– ଅଶୁଭ ସମୟ –

ପ୍ରାତଃ ୦୮:୫୪ ରୁ ୧୦:୧୫

ଦିବା ୧୨:୫୮ ରୁ ୦୨:୨୦

ଦିବା ୦୩:୪୧ ରୁ ୦୬:୪୧

ମେଷ

ଆଶ୍ୱିନୀ – ଆଜି ସକାଳୁ ଓଁ ଅଙ୍ଗାରକାୟ ନମଃ ୨୧ଥର ପାଠ ସହିତ ମଥାରେ ଲାଲଚନ୍ଦନ ଲଗାନ୍ତୁ ଦିନଟି ମନମୁତାବକ ରହିବ ।

ଦ୍ୱିଜା ନକ୍ଷତ୍ର – ଆଜି ଗୋଟେ କମ୍ବଳ କୌଣସି ଅସହାୟକୁ ସାହାଯ୍ୟ କରନ୍ତୁ ଏବଂ କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

କୃତ୍ତିକା ନକ୍ଷତ୍ର – ଆଜି ଯାନ୍ତ୍ରିକ ବିଭାଗରେ ଚାକିରି ହେଉ କିମ୍ବା ବ୍ୟବସାୟ କରୁଥିବା ବ୍ୟକ୍ତି ସତର୍କ ରହିବେ ନଚେତ କ୍ଷୟକ୍ଷତି ହେବ, ଅଶ୍ୱତ୍ଥ ଚେର ପାଖରେ ରଖି ଦିନ କାଟନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ସବୁଜ ରଙ୍ଗ

ଉପାୟ- ହନୁମାନଙ୍କୁ ଦର୍ଶନ ସହିତ ଲୁହାକଣ୍ଟାଟିଏ ପାଖରେ ରଖନ୍ତୁ କଲ୍ୟାନ ହେବ ।

ବୃଷ

କୃତ୍ତିକା ନକ୍ଷତ୍ର – ସମୟ ଏତେ ଶୁଭ ରହିବ ନାହିଁ ତେଣୁ ଖଣ୍ଡେ ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ ।

ରୋହିଣି ନକ୍ଷତ୍ର – ଦାମ୍ପତ୍ୟ ଜୀବନରେ ବାଧା ସହିତ , ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ, ମା ଲକ୍ଷ୍ମୀଙ୍କର ବ୍ରତ ରଖନ୍ତୁ କଲ୍ୟାଣ ହେବ ।

ମୃଗଶିରା ନକ୍ଷତ୍ର – ଆୟଠାରୁ ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାର୍ଯ୍ୟ ହାସ ହେବ, ପାରାଙ୍କୁ ଚଣା ଖୁଆଇବେ କଲ୍ୟାଣ ହେବ ।

ଶୁଭ ରଙ୍ଗ – କମଳା

ଉପାୟ- ଓଁ ନମଃ ଶିବାୟ ଜପ କରନ୍ତୁ କଲ୍ୟାଣ ହେବ ।

ମିଥୁନ

ମୃଗଶିରା ନକ୍ଷତ୍ର – ହଳଦିଆ କନିଅର ଏବଂ ଚମ୍ପା ଫୁଲ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ମନୋବାଞ୍ଛିତ ଫଳ ମିଳିବ ।

ଆଦ୍ରା ନକ୍ଷତ୍ର – ଆଜି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ ନହେଲେ ନିଜର କ୍ଷତି ହେବ, ହନୁମାନଚାଳିଶା ଜପ କରନ୍ତୁ କଲ୍ୟାଣ ହେବ ।

ପୂନର୍ବସୁ ନକ୍ଷତ୍ର – ଆଜି ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ତେଣୁ ଓଁ ଗଂ ଗଣପତୟେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ଧଳା

ଉପାୟ – ଓଁ ସୋମାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

କର୍କଟ

ପୂନର୍ବସୁ ନକ୍ଷତ୍ର – ଆଶାଜନକ ପରିବେଷ ପରିସ୍ଥିତି ରହିବ ଏବଂ କିଛି ଖାଦ୍ୟ କୌଣସି କଳା ଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ପୂଷ୍ୟା ନକ୍ଷତ୍ର – ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ, ଓଁ ନମଃ ଶିବାୟ ଜପ କରନ୍ତୁ କଲ୍ୟାଣ ହେବ ।

ଅଶ୍ଲେଷା ନକ୍ଷତ୍ର – ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ତେଣୁ ସ୍ନାନସାରି ମହାମୃତ୍ୟୁଞ୍ଜୟ ୫୪ଥର ପାଠକରନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ହଳଦିଆ

ଉପାୟ – ଆଜି ମା’ ଲକ୍ଷ୍ମୀଙ୍କର ବ୍ରତ ରଖନ୍ତୁ ଏବଂ ଗାଇଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ସିଂହ

ମଘା ନକ୍ଷତ୍ର – ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ତମ୍ବା ପାତ୍ରରେ ଜଳପାନ କରନ୍ତୁ ମନମୁତାବକ ଫଳ ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ମଲ୍ଲି, ଟରାଟ, ଚମ୍ପା ନିଜ ଗୃହରେ ମା ଲକ୍ଷ୍ମୀଙ୍କୁ ସଜାନ୍ତୁ ଆର୍ଶିବାଦ ମିଳିବ॥

ଉତ୍ତରାଫାଲଗୁନୀ ନକ୍ଷତ୍ର – ଭାବିଥିବା କିମ୍ବା ଚେଷ୍ଟା କରୁଥିବା କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବାରେ ବାଧା ଉପୁଜିବ, ଆଜି ଖଣ୍ଡେ ଆଦା ପାଟିରେ ରଖି ଦିନ ଅତିବାହିତ କରନ୍ତୁ ।

ଶୁଭ ରଙ୍ଗ – ସବୁଜ

ଉପାୟ – ତମ୍ବାର ପାତ୍ରରେ ଜଳ, ଲାଲ ଚନ୍ଦନ ଏବଂ ଗୁଡ ମିଶାଇ ସୂଯ୍ୟଙ୍କୁ ଅଘ୍ୟ ଦିଅନ୍ତୁ କଲ୍ୟାଣ ହେବ ॥

କନ୍ୟା

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ, ଓଁ ବିଷ୍ଣବେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ହସ୍ତା ନକ୍ଷତ୍ର – ଆଜି ଅଚାନକ ମନକୁ ଅଶାନ୍ତ କରିଦେବ, ଆତ୍ମବଳ କମିଜିବ ତେଣୁ ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ ।

ଚିତ୍ରା ନକ୍ଷତ୍ର – କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଶରୀରରେ ଯନ୍ତ୍ରଣା ଭୋଗିବେ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ହଳଦିଆ

ଉପାୟ – ୧୦୮ଥର ଓଁ ହଂ ହନୁମତେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ସବୁଜ

ଉପାୟ – ୨୧ଥର ଓଁ ରାଧାବଲ୍ଲଭାୟ ନମଃ ଜପ କରିନ୍ତୁ କଲ୍ୟାଣ ହେବ  ।

ତୁଳା

ଚିତ୍ରା ନକ୍ଷତ୍ର – ଛେନାର ମଣ୍ଡା ପିଠା ମାଆ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ କଲ୍ୟାଣ ହେବ ।

ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ଓଁ ଗଂ ଗଣପତୟେ ନମଃ ଜପ କରନ୍ତୁ କଲ୍ୟାଣ ହେ ।

ବିଶାଖା ନକ୍ଷତ୍ର – ନିଜର ଆତ୍ମିୟ ବନ୍ଧୁବାନ୍ଧବ ଓ ସାଙ୍ଗସାଥି ଙ୍କର ସହଯୋଗ ରହିବ ଫଳରେ କୌଣସି ମନମୁତାବକ କାର୍ଯ୍ୟ ପୁରଣ ହେବ,

ଆଜି ଲବଙ୍ଗ ପାଟିରେ ରଖି ଦିନକାଟନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ସବୁଜ

ଉପାୟ – ଚନ୍ଦନ କାଠି ଶିବମନ୍ଦିରରେ ଦାନ କରନ୍ତୁ କଲ୍ୟାଣ ହେବ ।

ବିଛା

ବିଶାଖା ନକ୍ଷତ୍ର – କର୍ମକ୍ଷେତ୍ରରେ ବାଧାବିଘ୍ନର ସୂଚନା ରହିଛି ତେଣୁ ଆଜି ନିଜର ଯୋଜନା ଗୁଡିକ ଗୁପ୍ତ ରଖନ୍ତୁ ଏବଂ ରୁଟିଗୁଡ ଗାଇଙ୍କୁ ଖୁଆଇବେ କଲ୍ୟାଣ ହେବ ।

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ, ଆର୍ଥିକ ଅଭାବ ରହିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ଅର୍ଥଚିନ୍ତା ବଢିବ ତେଣୁ ମନେ ମନେ ଓଁ କୁବେରାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ଶୁଭରଙ୍ଗ – ଧଳା

ଉପାୟ – ଆମିଷ ଖାଇନ୍ତୁ ନାହିଁ ଏବଂ ଗାୟତ୍ରି ମନ୍ତ୍ର ୧୧ଥର ଜପ କରନ୍ତୁ କଲ୍ୟାଣ ହେବ ।

ଧନୁ ରାଶି

ମୁଳା ନକ୍ଷତ୍ର – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ, ପାଠ୍ୟ ଉପକରଣ ଗରିବ ପିଲାଙ୍କୁ ଦିଅନ୍ତୁ କଲ୍ୟାଣ ହେବ ।

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ, ମହୁ କିମ୍ବା ମିଠା ଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କଟିଯିବ ।

ଶୁଭ ରଙ୍ଗ – ଧଳା

ଉପାୟ – କିଛି ମିଠା କିଣି କୌଣସି ବୃଦ୍ଧବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଆଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ ।

ଶ୍ରବଣା ନକ୍ଷତ୍ର – ଆଜି ମନ ଦୁର୍ବଳ ରହିବ, ସ୍ନାନବେଳେ ତେଲ ଲଗାଇବେ ନାହିଁ ଏବଂ ବାଧିଲା ଭଳିଆ କାହାକୁ କହିବେ ନାହିଁ ।

ଧନିଷ୍ଠା ନକ୍ଷତ୍ର – ଆଜି ବାରିଅଁଳା ବୃକ୍ଷର ଚେର ପାଖରେ ରଖିବେ ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

ଶୁଭ ରଙ୍ଗ – ସବୁଜ

ଉପାୟ – ହରେ କୃଷ୍ଣ ହରେ ରାମ ମନେମନେ ଜପ କରୁନ୍ତୁ କଲ୍ୟାଣ ହେବ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଗୃହରେ କିମ୍ବା ସାଙ୍ଗସାଥିରେ ବିଶୃଙ୍ଖଳା ସୃଷ୍ଟି ହେବ, ସ୍ନାନସାରି  ଓଁ ରାଁ ରାହବେ ନମଃ ୫୪ଥର ଜପ କରନ୍ତୁ କଲ୍ୟାଣ ହେବ ।

ଶତଭିଷା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗୃହନିମାଣ ଆଦି କାଯ୍ୟ ଆରମ୍ଭ କରିବେ ।

ପର୍ବଭାଦ୍ର ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ସ୍ନାନପରେ ଲକ୍ଷ୍ମୀଙ୍କର ସ୍ତୁତି ପାଠ କରନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ – ଲାଲ ରଙ୍ଗ

ଉପାୟ – ମହୁ କିମ୍ବା କୌଣସି ମିଠା ଖାଇ ଦିନଟି ଆରମ୍ଭ କରନ୍ତୁ କଲ୍ୟାଣ ହେବ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ନିଜର ସକ୍ଷ ମୁତାବକ କିଛି ଖାଦ୍ୟ କୌଣସି ଜିବକୁ ଖାଇବାକୁ ଦିଅନ୍ତୁ ମନର ଆଶା ପୁରଣ ହେବ ।

ଉତ୍ତରଭାଦ୍ର ନକ୍ଷତ୍ର – ଆଜି ଗଙ୍ଗାଜଳ ସହିତ ହଳଦି ମିଶାଇ ଗୃହରେ ମାଆଲକ୍ଷ୍ମୀଙ୍କୁ ସ୍ନାନକରାନ୍ତୁ ଏବଂ ପାଦୁକା ପାଆନ୍ତୁ ଆର୍ଶିବାଦ ମିଳିବ ।

ରେବତୀ ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରିବେ କଲ୍ୟାଣ ହେବ ।

ଶୁଭ ରଙ୍ଗ – ଲାଲ

ଉପାୟ – ଖାଇଲାବେଳେ କ୍ଷିର କିମ୍ବା ଦହି ମିଶାଇ ଖାଆନ୍ତୁ ।

ଶନିବାର ମହାଉପାୟ- ଘୋଡାନାଲ ଦ୍ୱାରା ଦୈନଦିନ ଜୀବନର ସମସ୍ୟା ସମାଧାନ । ଘୋଡାନାଲର ବ୍ୟବହାର ଦ୍ୱାରା ବହୁ ସମସ୍ୟା ସମାଧାନ ହେଇଥାଏ I ଯଦି କୌଣସି ବି କାମ ସଫଳ ହେଉନାହିଁ ତେବେ ଘୋଡ଼ାନାଲରୁ ମୁଦି ତିଆରି କରି ଡାହାଣ ହାତର ମଧ୍ୟମା ଆଙ୍ଗୁଳି ରେ ଧାରଣ କରିଲେ ଶୁଭ । କଳା ଘୋଡାର ନାଲକୁ ଏକ କଳା ବସ୍ତ୍ରରେ ରଖି ଅଲମାରୀରେ ରଖିଲେ , ଅଯଥା ଅର୍ଥହାନୀ ହେବନାହିଁ  । ଯେଉଁ ବ୍ୟକ୍ତିମାନଙ୍କର ଶନି ଦଶା ପଡିଥାଏ ସେମାନେ ଘୋଡ଼ାନାଲ ମୁଦି ପିନ୍ଧିବା ଦ୍ୱାରା ଶନିଙ୍କ କୋପରୁ ରକ୍ଷା ପାଇଥାନ୍ତି ।ଶନିବାରରେ ଘୋଡ଼ାନାଲକୁ ସୋରିଷ ତେଲରେ ବୁଡ଼ାଇ ରଖି ତା’ପର ଶନିବାରରେ ଘର ଦୁଆର ସାମ୍ନାରେ ଓଲଟା (ଇଂଲିଶ୍ ଅକ୍ଷର ୟୁ ଭଳି) ଟାଙ୍ଗିଦେଲେ ସମସ୍ତ ବାସ୍ତୁଦୋଷ ସହିତ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଥାଏ ।

ଗର୍ଗ ଜ୍ୟୋତିଷ: ଜ୍ୟୋତିରବିଦ୍ ଶ୍ରୀପତି ଆଚାର୍ଯ୍ୟ 

ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ

ଯାଜପୁର: ଯାଜପୁର ରୋଡ୍ ଥାନା ବାଳୁଙ୍ଗାବନ୍ଦୀ ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ ୨ ଗୋଷ୍ଠୀର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଦାନଗଦୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଏହାକୁ ନିମ୍ନମାନର ଦର୍ଶାଇ ଗ୍ରାମର କିଛି ଲୋକ ବିରୋଧ କରିଥିଲେ ।

Group Clash In Jajpur For Road Construction, 7 Injured

ତେବେ ଗାଁର ଆଉ ଏକ ଗୋଷ୍ଠୀ ରାସ୍ତା ନିର୍ମାଣ କରୁଥିବା ଠିକାଦାର ସପକ୍ଷରେ ବାହାରିଥିଲେ । ପ୍ରଥମେ ଯୁକ୍ତିତର୍କ ପରେ ହାତାହାତି ଆଡ଼କୁ ଯାଇଥିଲା କଥା । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ଗୋଷ୍ଠୀରୁ ୭ ଜଣ ଆହତ ହୋଇଛନ୍ତି । ଦାନଗଦୀ ଫାଣ୍ଡିରେ ୨ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଲୋକ ପ୍ରତିନିଧି ଭାବେ ପ୍ରଦୀପ ପଦବୀର ଅପବ୍ୟବହାର କରିଛନ୍ତି: ଦାମ ରାଉତ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ଦାମୋଦର ରାଉତ । ପ୍ରଦୀପ ପାଣିଗ୍ରାହୀ ଲୋକ ପ୍ରତିନିଧି ହେବାର ଯୋଗ୍ୟତା ହରାଇ ସାରିଛନ୍ତି । ଠକ ଆକାଶ ପାଠକ ସହିତ ସମ୍ପର୍କ ରଖି କଳା କାରନାମାର ମାଲିକ ହୋଇଯାଇଛନ୍ତି ପ୍ରଦୀପ । ଜଣେ ଲୋକ ପ୍ରତିନିଧି ହୋଇ ପ୍ରଦୀପ ଟଙ୍କା ଠକେଇ କରି ଆଣି ଠକ ଆକାଶକୁ ଦେଉଥିଲେ ।

Senior Politician Damodar Rout Reacts On PradeeP Arrest

ଲୋକ ପ୍ରତିନିଧି ଭାବେ ପ୍ରଦୀପ ନିଜ ପଦବୀର ଅପବ୍ୟବହାର କରିଛନ୍ତି ବୋଲି କହିଛନ୍ତି ଦାମୋଦର ରାଉତ । ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବାହାର କରିଛନ୍ତି, ମୁଁ ତାକୁ ସ୍ୱାଗତ କରୁଛି । ପ୍ରଦୀପ ନିଜ ଆଡ଼ୁ ବିଧାନସଭାରୁ ଅପସରି ଯିବା କଥା । ଏଭଳି କଳାକାରନାମାରେ ଜଡ଼ିତ ବ୍ୟକ୍ତି ବିଧାନସଭା ପରି ପବିତ୍ର ଗୃହରେ ବସିବା ଅନୁଚିତ୍ ବୋଲି କହିଛନ୍ତି ଦାମ ।

ବିଜୟରୁ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ କଲା ଭାରତ

ଓଭାଲ୍: ବିଜୟରୁ ଟି-୨୦ ସିରିଜ ଆରମ୍ଭ କରିଛି ଭାରତ । ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ବିରାଟ ବାହିନୀ । ବୋଲରମାନଙ୍କର ଲଢୁଆ ବୋଲିଂ ବଳରେ ଘରୋଇ ଦଳକୁ ୧୧ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ନଟରାଜନ ଓ ଚହଲ ତିନୋଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

India Won 1St T20I Against Australia By 11 Runs In Oval (3)

ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଓପନର କେ. ଏଲ. ରାହୁଲ ଏବଂ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ । ପ୍ରଥମରୁ ଓପନର ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି ନଥିଲେ ସୁଦ୍ଧା ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ୭ମ ୱିକେଟ୍‌ରେ ୩୯ ରନ୍‌ ଯୋଡ଼ିଥିଲେ । ଜାଡେଜା ୨୩ ବଲରୁ ଦ୍ରୁତ ୪୪ ରନ୍‌ ସଂଗ୍ରହ କରିବାରୁ ଦଳ ୭ ୱିକେଟ ହରାଇ ସମ୍ମାନଜନକ ୧୬୧ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

India Won 1St T20I Against Australia By 11 Runs In Oval (3)

ତେବେ ଜବାବରେ ଘରୋଇ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୫୦ ରନ କରିବାରେ ସମର୍ଥନ ହୋଇଥିଲା । ଫଳରେ ଓଭାଲ ଟି-ଟ୍ୱେଣ୍ଟିକୁ ୧୧ ରନରେ ଭାରତ ଜିତି ନେଇଛି । ଏକଦିବସୀୟ ସିରିଜ୍ ହାରିବା ପରେ ଟି-୨୦ରେ ପ୍ରଥମ ବିଜୟ ଦଳର ମନୋବଳକୁ ବଢାଇଛି । ୟୁଜଭେନ୍ଦ୍ର ଚହଲ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଆରମ୍ଭ ହେବ କାର୍ତ୍ତିକ ଆର୍ୟାନଙ୍କ ଫିଲ୍ମ ‘ଧମାକା’ର ସୁଟିଂ

ନୂଆଦିଲ୍ଲୀ: ଉଦୀୟମାନ ତାରକା କାର୍ତ୍ତିକ ଆର୍ୟାନ ଙ୍କର ଆଗାମୀ ଚଳଚ୍ଚିତ୍ର ‘ଧମାକା’ର ସୁଟିଂ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ସେ ଇନ୍‌ଷ୍ଟାଗ୍ରାମ୍‌ରେ କୁଲ୍‌ ଅନ୍ଦାଜରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ମୁହଁ ହାତ ଧୋଇ ‘ଧମାକା’ ଆରମ୍ଭ କରିବା। ଆସନ୍ତା ସପ୍ତାହରୁ । କାର୍ତ୍ତିକ ନିଜ ଜନ୍ମ ଦିନ ଅବସରରେ ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଥିଲେ। ଆଗକୁ ସେ ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କ ସହ ‘ଭୁଲ୍‌ ଭୁଲେୟା-୨’ ଓ ଜାହ୍ନବୀ କପୁରଙ୍କ ସହ ‘ଦୋସ୍ତାନା-୨’ରେ ନଜର ଆସିବେ ।

‘ମୋ ସ୍କୁଲ’ ଅଭିଯାନକୁ ୧୦.୭୫ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ବର: ‘ମୋ ସ୍କୁଲ’ ଅଭିଯାନ ପ୍ରକଳ୍ପକୁ ୧୦.୭୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଯାଇଛି ଏହି ନିଷ୍ପତି । ଏହି ଯୋଜନା ଜରିଆରେ ୨୦ହଜାର ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିବା ଜଣାପଡିଛି ।

ଓଡ଼ିଶାର ମୋଟ ୨୬୫୭ଟି ବିଦ୍ୟାଳୟର ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଗଜପତିରେ ୫୩.୭୨ ଲକ୍ଷ, ସୁନ୍ଦରଗଡ଼ରେ ୪୬.୭୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ କଳାହାଣ୍ଡିରେ ୩୬.୦୭, ବାଲେଶ୍ୱରରେ ୩୫.୯୨, କଟକରେ ୨୧.୯୩ ଟଙ୍କା ପ୍ରଦାନ କରାଯାଇଛି ।

ଶୁକ୍ରବାର ବସିଥିବା ବୈଠକରେ ମୋ ସ୍କୁଲ ଅଭିଯାନକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସଚିବ । ପ୍ରତି ଜିଲ୍ଲା ଓ ଗୋଷ୍ଠୀସ୍ତରରେ ସହାୟତା ଦଳ ଗଠନ କରାଯିବ । ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ପୁରାତନ ଛାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ନିଷ୍କର୍ଷ ହୋଇଛି ନିଷ୍ପତି ।

ହାଇଦ୍ରାବାଦ ନିର୍ବାଚନ; ଦକ୍ଷିଣ ଦୁର୍ଗରେ ଫୁଟିଲା ପଦ୍ମ

ହାଇଦ୍ରାବାଦ: ସ୍ପଷ୍ଟ ହେବାରେ ଲାଗିଛି ଜନମତ । ପ୍ରକାଶ ପାଇଲା ଫଳାଫଳ । ଦୀର୍ଘ ଏକ ମାସ ଧରି ଦକ୍ଷିଣପ୍ରାନ୍ତ ସହର ହାଇଦ୍ରାବାଦରେ ଚାଲିଥିବା ରାଜନୈତିକ ମାନସ ମନ୍ଥନରେ ପଡିଛି ଯବନୀକା । ୨୦୧୬ ନିର୍ବାଚନରେ ସତ୍ତାର ସାତ ପଛରେ ରହିଥିବା ବିଜେପି ଆଜି ଦେଖାଇଛି କମାଲ । ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ଗୋଲାପୀ ସ୍ଥାନକୁ କରିଛି ଗେରୁଆ । ୧୫୦ ଆସନରେ ଭୋଟ ପଡିଥିବାବେଳେ ଆଜି ଗଣତି ଶେଷ ସରିଛି । ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ ସତ୍ତାଧାରୀ ଟିଏରଆସ ସରକାର ପ୍ରଥମ ସ୍ଥାନ ସହ ୫୬ ଆସନରେ ବିଜୟୀ ହୋଇଛି । ସେହିପରି ୨ ରୁ ୪୮ ଆସନକୁ ଉଠି ଜବରଦସ୍ତ ପ୍ରଦର୍ଶନ କରିଛି ଭଗୁଆ ଧାରୀ ଭାଜପା ।

ସେପଟେ କିନ୍ତୁ ସାମ୍ପ୍ରଦାୟିକତା କାର୍ଡ ଖେଳିଥିବା ସ୍ବତେ ଉନ୍ନତି ପରିବର୍ତ୍ତେ ସ୍ଥିରତା ବଜାୟ ରଖିଛି ଓୱେସିଙ୍କ ପାର୍ଟି । ପୂର୍ବ ନିର୍ବାଚନରେ AIMIM ୪୪ ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିବାବେଳେ ଚଳିତ ନିର୍ବାଚନେରେ ମଧ୍ୟ ସମାନ ସ୍ଥିତି ବଜାୟ ରଖିଛି  ।  ଅନ୍ୟପଟେ ସବୁଠୁ ବଡ଼ କ୍ଷତି ସହିଛି କେସିଆରଙ୍କ TRS। ୯୯ ଆସନରୁ ଏକଦମ ୫୬କୁ ଖସିଆସିଛି ଶାସକ ଟିଆରଏସ ।

ହାଇଦ୍ରାବାଦ ମହାନଗର ନିଗମରେ ପ୍ରଥମଥର ଥର ପାଇଁ ବିଜେପିର ଦମଦାର ବିଜୟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ନେତା ଠୁ କର୍ମୀ । ପ୍ରଚାରର ମଙ୍ଗ ଧରିଥିବା ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହା ବିଜେପି ପ୍ରତି ହାଇଦ୍ରାବାଦ ବାସୀଙ୍କ ଭଲପାଇବାର ପ୍ରତୀକ । ଲୋକେ ପ୍ରଧାନମନ୍ତ୍ରୀଙ୍କୁ ନିଜର ନେତା ଭାବେ ଦେଖିବାକୁ ପୁନର୍ବାର ଦେଖିବାକୁ ପସନ୍ଦ କରୁଛନ୍ତି ବୋଲି ଟ୍ବିଟ ଯୋଗେ ଉଲ୍ଲେଖ କରିଛନ୍ତି ଗୃହମନ୍ତ୍ରୀ । ସେପଟେ ଦଳ ନିର୍ବାଚନକୁ ଦୃଢତାର ସହ ଲଢିଥିବାବେଳେ ଦଳର ତୁଙ୍ଗନେତା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଅଧକ୍ଷ ଜେପି ନଡ୍ଡା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ । ବିଜେପିକୁ ଟକ୍କର ଦେବାକୁ ମଧ୍ୟ ଜୋରଦାର ରାଜନୈତିକ ତୀର ବିନ୍ଧିଥିଲେ କେସିଆର ଏବଂ ଓୱେସି ।