spot_img
Home Blog Page 6308

ଏକା ସାଙ୍ଗରେ କରୋନା ଟିକା ନେବେ ଓବାମା, ବୁଶ୍ ଓ କ୍ଲିଣ୍ଟନ୍… ଦୂର କରିବେ ଆମେରିକାବାସୀଙ୍କ ଆଶଙ୍କା

ଯୁକ୍ତରାଷ୍ଟ୍ର ଆମେରିକା: ଏକା ସାଙ୍ଗରେ କ୍ୟାମେରା ସମ୍ମୁଖରେ କରୋନା ଟିକା ନେବେ ଓବାମା, ବୁଶ୍ ଏବଂ କ୍ଲିଣ୍ଟନ୍ । ଦେଶବାସୀଙ୍କୁ ଭରସା ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜଜ ଡବ୍ଲୁ ବୁଶ୍ ଏବଂ ବିଲ୍ କ୍ଲିଣ୍ଟନ । ଟିକା ପ୍ରତି ଆମେରିକାବାସୀଙ୍କ ବିଶ୍ୱାସ ଜନ୍ମେଇବା ପାଇଁ ଏକା ସାଙ୍ଗରେ ଟିକା ନେବେ ଏହି ତିନି ବଡ ନେତା ।

ଏକ ଟିଭି କାର୍ଯ୍ୟକ୍ରମରେ ଲାଇଭ ସୋ’ ରେ ଏହି ତିନି ନେତା ଟିକା ନେବେ ବୋଲି ଜଣାପଡିଛି । ଆମେରିକାରେ କିଛି ଲୋକେ କରୋନା ଟିକାକୁ ନେଇ ସନ୍ଦେହରେ ଥିବାବେଳେ ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଓବାମା, ବୁଶ୍ ଏବଂ କ୍ଲିଣ୍ଟନ୍ । ଆମେରିକାରେ କରୋନା ଟିକାକୁ FDAର ମଞ୍ଜୁରି ମିଳିଥିଲେ ମଧ୍ୟ ଦେଶରେ ୪୦ ପ୍ରତିଶତ ଲେକେ ଏହାକୁ ନେଇ ଆଶଙ୍କାରେ ରହିଛନ୍ତି ।

ଲୋକଙ୍କୁ ଭରସା ଦେବା ପାଇଁ ଏବେ ଆଗକୁ ଆସିଛନ୍ତି ଆମେରିକାର ଏହି ତିନି ବଡ଼ ନେତା । ମହାମାରୀ ଭୂତାଣୁ ଆମେରିକାରେ ସର୍ବାଧିକ ପ୍ରଭାବ ପକାଇସାରିଥିବାବେଳେ ଏବେ ଟିକା ଅପେକ୍ଷାରେ ଅଛନ୍ତି ଦେଶବାସୀ । ତେବେ ଖୁବ ଶୀଘ୍ର ଆମେରିକାରେ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ନୌସେନା ଦିବସରେ ଆମେରିକାର ଭେଟି… ଜାରି କଲା ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଦିବସ ଅବସରରେ ଆମେରିକାର ଲକହିଡ୍ ମାର୍ଟିନ ଭାରତକୁ ଏକ ମହତ୍ୱପୂର୍ଣ୍ଣ ଭେଟି ଦେବାକୁ ଘୋଷଣା କରିଛି । ଲକହିଡ୍ ମାର୍ଟିନ ଭାରତକୁ ଦେବାକୁ ଥିବା ଶକ୍ତିଶାଳି ଏମଏଚ-୬୦ ଆର, ଅର୍ଥାତ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ଜାରି କରିଛି । ଖୁବଶୀଘ୍ର ଏହି ହେଲିକପ୍ଟର ଭାରତକୁ ଦେବାକୁ ଯାଉଛି ଆମେରିକା ।

ଲକହିଡ୍ ମାର୍ଟିନ କମ୍ପାନି ନିଜ ଟ୍ୱିଟର ଆକାଉଣ୍ଟରେ ରୋମିଓ ହେଲିକପ୍ଟର ଫଟୋ ସହ ଲେଖିଛି ଯେ, ନୌସେନା ଦିବସ ଅବସରେ ଆମେ ଗର୍ବର ସହ ଭାରତୀୟ ନୌସେନାର ପ୍ରଥମ ଏମଏଚ-୬୦ର ଫଟୋ ଜାରି କରୁଥିବା ଲେଖିଥିବା ଦେଖିବାକୁ ମିଳିଛି । ଏଥିରେ ଲେଖାଯାଇଛି ରୋମିଓ ଫର ଇଣ୍ଡିଆ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବ୍ରୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ ସମୟରେ ୨୪ଟି ରୋମିଓ ହେଲିକପ୍ଟର ପାଇଁ ଭାରତ ଚୁକ୍ତି କରିଥିଲା । ଏଥିପାଇଁ ଆମେରିକାକୁ ୨୧ ହଜାର କୋଟି ଟଙ୍କା ଦେବାକୁ ଭାରତ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଆଣ୍ଟି ସବମେରିନ୍ ୱାର ଫାୟାରରେ ମାହିର ରୋମିଓ ହେଲିକପ୍ଟର ଭାରତକୁ ଆସିଲେ ସେନାର ଶକ୍ତି ଦ୍ୱିଗୁଣିତ ହେବ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଉଚ୍ଚଶିକ୍ଷା ସଚିବଙ୍କ ଚିଠି, ଖୋଲିବ ପିଏଚଡି-ଏମଫିଲ୍ ଛାତ୍ରଛାତ୍ରୀଙ୍କ ଗବେଷଣାଗାର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । କଲେଜ୍ ଲାବରେଟୋରି ଖୋଲିବାକୁ ଅନୁମତି ଦେଲା ଉଚ୍ଚଶିକ୍ଷା ବିଭାଗ । ବିଜ୍ଞାନ ଓ ବୈଷୟିକ ବିଭାଗ ପିଏଚଡି, ଏମଫିଲ୍ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଗବେଷଣାଗାର ଖୋଲିବାକୁ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

କୋଭିଡ ସତର୍କତା ଅବଲମ୍ବନ କରି ଗବେଷଣା କରିବେ ଛାତ୍ରଛାତ୍ରୀ । ଗବେଷଣାଗାର କିପରି ଖୋଲାଯିବ ସେ ନେଇ ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍‌ରେ ପୂର୍ବରୁ ଉଲ୍ଲେଖ ରହିଛି । ପିଏଚଡି ଥେସିସ୍ ପେପର ଦାଖଲ କରିବାକୁ 6 ମାସ ସମୟ ବୃଦ୍ଧି କରିଛି ୟୁଜିସି । ଚଳିତବର୍ଷ ଡିସେମ୍ବର 31 ପରିବର୍ତ୍ତେ ଆସନ୍ତା ବର୍ଷ ଜୁନ 30 ଯାଏ ସମୟସୀମା ବୃଦ୍ଧି କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ୟୁଜିସି ଚିଠି ଲେଖିଛନ୍ତି।

କୋଭିଡ-୧୯ କାରଣରୁ ଦୀର୍ଘ ଧନି ବନ୍ଦ ପଡିଛି ବିଦ୍ୟାଳୟ ଠାରୁ ବିଶ୍ବ ବିଦ୍ୟାଳୟ । ଯଦ୍ବାରା ଏହା ଭିତରେ ବିଜ୍ଞାନ ଓ ବୈଷୟିକ ବିଭାଗ ପିଏଚଡି, ଏମଫିଲ୍ ଗବେଷଣା କରିବାରୁ ମଧ୍ୟ ବଞ୍ଚିତ ରହିଛନ୍ତି । ତେଣୁ ଖୁବ ଶୀଘ୍ର କିପରି ଗବେଷଣାଗାର ଖୋଲାଯିବ, ସେନେଇ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ  ।

ମୁରିବାହଲର କୋଟିପତି ରେଞ୍ଜର ଗିରଫ, ମିଳିଲା ୧ କୋଟି ୮୬ ଲକ୍ଷ ଟଙ୍କାର ସମ୍ପତ୍ତି

ବଲାଙ୍ଗିର: ଜଙ୍ଗଲି ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବଲାଙ୍ଗିର ଜିଲ୍ଲା ମୁରିବାହଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ରେଡ୍ ବେଳେ ପ୍ରଶାନ୍ତଙ୍କ ପାଖରୁ ୧ କୋଟି ୮୬ ଲକ୍ଷ ୫୪ ହଜାର ୫୯୨ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗୁରୁବାର ଡିସେମ୍ବର ୩ ତାରିଖରେ ଭିଜିଲାନ୍ସର ଟିମ୍ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଥିଲା ।

Vigilance Arrested Muribahal Forest Ranger Prashanta Nayak

ଟିଟିଲାଗଡ଼ରେ ଥିବା ପ୍ରଶାନ୍ତଙ୍କ ୩ ମହଲା ଘର, ଟିଟିଲାଗଡ଼ ବେଲପଦରରେ ଥିବା ଫାର୍ମ ହାଉସ୍, ମୁରିବାହାଲ ସରକାରୀ କ୍ୱାର୍ଟର ସହ ଅଫିସରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ସର୍ଚ୍ଚ ବେଳେ ଭିଜିଲାନ୍ସକୁ ୧ କୋଟି ୮୬ ଲକ୍ଷ ୫୪ ହଜାର ୫୯୨ ଟଙ୍କାର ସମ୍ପତ୍ତି ମିଳିଛି । ଏଥିରେ ଗୋଟିଏ ୩ ମହଲା ଘର, ୧୦ ଖଣ୍ଡ ପ୍ଲଟ୍, ୨ଟି କାର, ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କରେ ଥିବା ଜମା, ଇନ୍ସୁରାନ୍ସ ପଲିସି, ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା ସହ ୨.୭ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ରହିଛି ।

Vigilance Arrested Muribahal Forest Ranger Prashanta Nayak

ରେଡରୁ ଜଣାପଡ଼ିଛି ପ୍ରଶାନ୍ତଙ୍କ ପାଖରେ ୧ କୋଟି ୩୯ ଲକ୍ଷ ୯୨ ହଜାର ୯୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଏତେ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ପ୍ରମାଣ ମିଳିବା ପରେ ସମ୍ବଲପୁର ଭିଜିଲାନ୍ସ ମୁରିବାହଲ ଫରେଷ୍ଟ ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ଏବେ ବି ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ମ୍ୟାଲେରିଆ ନିରାକରଣ; ଆଗରେ ଓଡ଼ିଶା

ଓଡିଶା : ମ୍ୟାଲେରିଆ ନିରାକରଣରେ ଓଡ଼ିଶାକୁ ସଫଳତା । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗୁଆ ରାଜ୍ୟ । ୨୦୧୮ତୁଳନାରେ ୨୦୧୯ରେ ରାଜ୍ୟରେ ମାଲେରିଆ ସଂକ୍ରମଣ କମିଛି । ବିଗତ ବର୍ଷ ତୁଳନାରେ ୨୦୧୯ରେ ୧୭.୬ ପ୍ରତିଶତ କମିଛି ସଂକ୍ରମଣ ହାର ।

୨୦୧୯ରେ ମୋଟ ୩୯ ହଜାର ୫୫୬ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପୂର୍ବବର୍ଷ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୪୦.୩୯ ପ୍ରତିଶତ ହ୍ରାସ ହୋଇଥିବାବେଳେ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟାରେ ୮୭ ପ୍ରତିଶତ ହ୍ରାସ ହୋଇଛି । ୨୦୧୯ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୦.୬ ପ୍ରତିଶତ ରହିଛି ।

ସେହିପରି ୨୦୧୬ ରେ ମ୍ୟାଲେରିଆ ମୃତ୍ୟୁସଂଖ୍ୟା ୭୭ ଥିବାବେଳେ ୨୦୧୯ରେ ମୃତ୍ୟୁସଂଖ୍ୟା ୯ କୁ ହ୍ରାସ ପାଇଛି । ମାଲକାନଗିରି, ରାୟଗଡ଼ା ଓ କୋରାପୁଟରେ ସ୍ଥିତି ଚିନ୍ତାଜନକ ରହିଛି । କୋଭିଡ ପାଇଁ ଜୁଲାଇ ପର୍ଯ୍ୟନ୍ତ ସଂକ୍ରମଣ ବଢ଼ିଛି । ତେବେ ଜୁଲାଇ ପରଠୁ ସଂକ୍ରମଣହାର ୭୦ ପ୍ରତିଶତ ହ୍ରାସ ହୋଇଛି ।

ଇସଲାମିକ ଶାସନ ପାଇଁ ଅନ୍ଧ ତୁର୍କୀ, ଆତଙ୍କରାଜ ପାଇଁ ପାକ ସହ ବାନ୍ଧିଛି ବନ୍ଧୁତା

ନୂଆଦିଲ୍ଲୀ: ନାର୍ଗାନ-କାରବାଖରେ ଆତ୍ମଘାତୀର ଆତଙ୍କରାଜ ଖେଳାଇବା ପରେ ଏବେ କାଶ୍ମୀରରେ କୁଖ୍ୟାତ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ତୁର୍କୀ । ହଁ, ଖବର ମିଛ ନୁହେଁ । ଶତ୍ରୁ ସୈତାନ ପାକିସ୍ତାନ ଏବଂ ତାହାର ବନ୍ଧୁ ତୁର୍କୀ ଏବେ ମିଳିତ ଭାବେ ଆରମ୍ଭ କରିଛନ୍ତି ଚକ୍ରାନ୍ତ । ତୁର୍କୀ ଏବେ ଆର୍ମୋନିଆର ନାର୍ଗାନ-କାରବାଖକୁ ଅକ୍ତିଆର କରିସାରିବା ପରେ କାଶ୍ମୀର ଉପରେ ରଖିଛି ଆଖି । ସୂଚନା ମୁତାବକ ତୁର୍କୀ ଏବଂ ତାହାର ଧାର୍ମିକ ଗୁଲାମ ସାଜିଥିବା ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ରଚିଛନ୍ତି ରଚନା ।

ସିରିଆର ନ୍ୟାସନାଲ ଆର୍ମି କ୍ୟାମ୍ପରେ କୁଖ୍ୟାତ ଆତଙ୍କାବାଦୀଙ୍କୁ ଏକାଠି କରିବାରେ ଲାଗିଛି ତୁର୍କୀ । ଉତ୍ତର ସିରିଆର ଏକ ଅଞ୍ଚଳରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ନେଇ ସୂଚନା ମିଳିଛି । ଏହି ଜେହାଦୀ ମାନେ ଏବେ ଅନ୍ତ୍ରରାଷ୍ଟ୍ରୀୟ ସ୍ତରରେ ସିପାହୀ ତୁର୍କୀ ପାଇଁ ସାଜିଛନ୍ତି ସିପାହୀ । ଲିବିଆ, ଅଜରବୈଜାନ, ଆର୍ମୋନିଆ, ୟମନ ଏବଂ ଦକ୍ଷିଣ କୁର୍ଦିସ୍ତାନରେ ଏହି ଆତଙ୍କୀ ଖତରନାକ ଖେଳ ଖେଳିସାରିବା ପରେ ଏବେ ପାକିସ୍ତାନ ପାଇଁ ଅଣ୍ଟା ଭିଡିଛି । ଏକ ଖବର ସଂସ୍ଥାର ରିପୋର୍ଟ ମୁତାବିକ ଏହି ଜେହାଦୀ ଏବେ ଭାରତୀୟ ସୈନ ସହ ଯୁଦ୍ଧ ଲଢିବା ପାଇଁ ସଜବାଜ ହେଉଛନ୍ତି ।

ଜମ୍ମୁ-କାଶ୍ମୀରରେ ଇସଲାମିକ ଶାସନର ସ୍ଥାପନା କରିବା ପାଇଁ ତୁର୍କୀ ରାଷ୍ଟ୍ରପତି ରୋଚମ ତୈୟତ ପାକିସ୍ତାନ ସହ ଭିତିରି ବନ୍ଧୁତା ବାନ୍ଧିଛନ୍ତି । ସେପଟେ ସିଆର ନ୍ୟାସନାଲ ଆର୍ମିର ସୁଲେମାନ ଶାହ ବ୍ରିଗେଡିଅରର କମାଣ୍ଡର ମହମ୍ମଦ ଅବୁ ଉମଶା ୫ ଦିନ ତଳେ ଘୋଷଣା କରିଛନ୍ତି କି, ତୁର୍କୀ ଚାହୁଁଛି ଏହି ଆତଙ୍କୀ ମାନଙ୍କୁ କାଶ୍ମୀର ପଠାଯାଉ । କେଉଁମାନେ କାଶ୍ମୀର ଆସିବେ ତାହାର ଏକ ତାଲିକା ତୁର୍କୀ ପ୍ରସ୍ତୁତ କରୁଥିବା ଜଣାପଡିଛି । ସେପଟେ ଭାରତ ସେନା ସହ ଲଢେଇ କରିବାକୁ ଆସିବାକତୁ ଥିବା ଜେହାଦୀଙ୍କ ପାଇଁ ୨ ହଜାର ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ତୁର୍କି ।

ଜାମିନ ଆବେଦନ କଲେ ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀ

କଟକ: ଜେଲରୁ ଜାମିନ୍ ଆବେଦନ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗିରଫ IFS ଅଧିକାରୀ ଅଭୟକାନ୍ତ ପାଠକ । ୩ ଦିନିଆ ରିମାଣ୍ଡରେ ନେଇ SITର ଜେରା ପରେ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅଭୟ । ରିମାଣ୍ଡରେ ନେଇ SIT ପାଠକ ବାପ-ପୁଅଙ୍କୁ ଜେରା କରଥିବା ବେଳେ ଆସନ୍ତାକାଲି କୋର୍ଟରେ ହାଜର କରିବ ।

Abhay Kant Pathak And Pradeep Panigrahi Bail Plea In Court

ଅନ୍ୟପଟେ ଭାବି ଜ୍ୱାଇଁ ଆକାଶଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଜାମିନ୍ ଆବେଦନ କରିଛନ୍ତି । ପ୍ରଦୀପ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଗତକାଲି ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରଦୀପଙ୍କ ଜାମିନ ଆବେଦନକୁ ଏସଡିଜେଏମ କୋର୍ଟ ଖାରଜ କରି ଦେଇଥିଲେ ।

Abhay Kant Pathak And Pradeep Panigrahi Bail Plea In Court

ଅନ୍ୟପଟେ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ଭିଜିଲାନ୍ସକୁ ଆହୁରି ୧.୪୭ କୋଟି ଟଙ୍କା ଜମା ମିଳିଛି । ଏଯାବତ୍ ଆକାଶଙ୍କ ତିନୋଟି ଆକାଉଣ୍ଟରୁ ୧୭.୫୨ କୋଟି ଟଙ୍କାର ଜମା ଠାବ ହୋଇଛି । ଆକାଶଙ୍କ ନାଁରେ ବଲାଙ୍ଗିର ଓ ବ୍ରହ୍ମପୁରରେ ଆକାଉଣ୍ଟ ରହିଥିବା ବେଳେ ସେଥିରେ କେତେ ଦେଣନେଣ ହୋଇଛି ତାର ଛାନଭିନ୍ ଚାଲିଛି ।

ଘରେ କାହିଁକି ରଖନ୍ତି ବଂଶୀ ? ଜାଣନ୍ତୁ

ବଂଶୀର ମଧୁର ସ୍ୱର ପ୍ରେମର ପ୍ରତୀକ। ଘରେ ବଂଶୀ ରଖିବା ଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହା  ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସଦ୍‌ଭାବନା ବଢାଇଥାଏ। ଘରେ ବଂଶୀ ରଖି ଆପଣ ନିଜ ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ଘରେ ବଂଶୀ ରଖିବା ଦ୍ୱାରା ଆଉ କଣ ସବୁ ଲାଭ ମିଳିଥାଏ।

ବ୍ୟବସାୟରେ ଉନ୍ନତି: ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଏକ କାଠ ନିର୍ମିତ ବଂଶୀକୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପୂଜା କରି ଦୋକାନ କିମ୍ବା ଅଫିସ୍‌ର ଛାତ ଉପରେ ଟାଙ୍ଗି ଦିଅନ୍ତୁ ।

ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା  ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ୍‌ରୁମ୍‌ର ଛାତରେ ବିମ୍‌ ଅଛି କି ନାହିଁ। ଯଦି ହଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମ୍‌ର ଦୁଇ ପାର୍ଶ୍ୱରେ ଲାଲ୍‌ ଫିତା ସାହାଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ। ମନେ ରଖନ୍ତୁ ବଂଶୀର ମୁହଁ ଯେପରି ଆପଣଙ୍କ ବେଡ୍‌ ଆଡ଼କୁ ରହିବ।

ଘରେ ଧନର ଅଭାବ ଦେଖାଦେଲେ ଏକ ଚାନ୍ଦିର ବଂଶୀକୁ ଠାକୁର ଘରେ ରଖନ୍ତୁ। ଏହା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ ଓ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ।

ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ପାଇନଥାନ୍ତି, ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ଵାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗିଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।

 

ଯଦି କୌଣସି ଯୁବତୀଙ୍କର ବାହାଘର ବାରମ୍ବାର ଭାଙ୍ଗିଯାଉଥାଏ ବା ବାହାଘର ହେବାରେ ବିଳମ୍ବ ହୋଇଥାଏ ତେବେ  ବେଡ୍ ପାଖରେ ଅବା ତକିଆ ତଳେ ଲାଲ୍‌ ରଙ୍ଗର ବଂଶୀ ରଖନ୍ତୁ। ଖୁବ୍‌ ଶୀଘ୍ର ମନ ପସନ୍ଦର ଜୀବନ ସାଥୀ ମିଳିବେ।

କୃଷି ଆନ୍ଦୋଳନ ପାଇଁ ବଲିଉଡରେ ଟ୍ୱିଟର ଝଡ଼, କଙ୍ଗନାଙ୍କ ନାଁରେ ମାନହାନୀ ମାମଲା ରୁଜୁ

ନୂଆଦିଲ୍ଲୀ: କୃଷି ଆଇନ ମାମଲାରେ ପଞ୍ଜାବର ଚାଷୀ ଆନ୍ଦୋଳନ ଦିଲ୍ଲୀରେ ଗତ ଆଠଦିନ ଧରି ଜାରି ରହିଛି । ଦାବି ପୂରଣ ପାଇଁ କୃଷକମାନେ ଅଡ଼ି ବସିଛନ୍ତି । କିନ୍ତୁ ଗୁରୁବାରକୁ କୃଷକମାନଙ୍କ ସହିତ ଜଡ଼ିତ ଏକ ଭିନ୍ନ ଦୃଶ୍ୟ ନଜର ଆସିଛି । ଗୋଟିଏ ପଟେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ସାରିଛି । ଯେଉଁଠାରେ ଶବ୍ଦ ଏବଂ ଭାଷା ଉପରେ ରୋକ ନାହିଁ । ଏକାଧିକ ଭାଷାରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି ବଲିଉଡର ନାମିଦାମି ସେଲିବ୍ରିଟି ।

ଉକ୍ତ ଘଟଣାକୁ ନେଇ ବଲିଉଡ ଆକ୍ଟର ଦିଲଜିତ ଦୋସାଂଝ ଏବଂ କଙ୍ଗନା ରନୌତଙ୍କ ମଧ୍ୟରେ ଗୁରୁବାରକୁ ଟ୍ୱିଟରରେ ଜବରଦସ୍ତ ଯୁଦ୍ଧ ଦେଖିବାକୁ ମିଳିଛି । କୃଷି ଆଇନକୁ ନେଇ ଦୁଇଜଣଙ୍କ ବିଚାର ଭିନ୍ନ ଭିନ୍ନ । ଯାହାର ଝଲକ ଟ୍ୱିଟରରେ ନଜର ଆସିଛି । ଏହି ଟ୍ୱିଟର ଯୁଦ୍ଧ ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ସୀମିତ ହୋଇନାହିଁ । ଏହାର ପ୍ରଭାବ ଉଭୟ ସେଲିବ୍ରିଟିଙ୍କ ଫ୍ୟାନ୍ସଙ୍କ ଉପରେ ମଧ୍ୟ ପଡ଼ିଛି ।

ଗତ କିଛି ଦିନ ପୂର୍ବରୁ ସୋସିଅଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ବୟସ୍କ ମହିଳାଙ୍କର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଫଟୋ ସାମ୍ନାକୁ ଆସିଥିଲା । ସେହି ଫଟୋକୁ କଙ୍ଗନା ଟ୍ୱିଟରରେ ସେୟାର କଲେ ଏବଂ ତାଙ୍କୁ ଶାହିନ ବାଗ୍ ର ବିଲକିସ ଦାଦିଙ୍କ ସହିତ ତୁଳନା କଲେ । ଦିନେ ସିଟିଜେନସିପ ପାଇଁ ଲଢୁଥିବା ଦାଦି ଏବେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା କଙ୍ଗନା ଦାବି କଲେ । ବୃଦ୍ଧା ଜଣକ ମାତ୍ର ୧୦୦ ଟଙ୍କା ପାଇଁ ଏଭଳି କରିଥିବା ଅଭିନେତ୍ରୀ ସୋସିଆଲ ମିଡିଆରେ ଦର୍ଶାଇଲେ । ଯାହା ଦିଲଜିତଙ୍କୁ ପସନ୍ଦ ଆସିଲା ନାହିଁ ଏବଂ କଙ୍ଗନାଙ୍କ ଏଭଳି ଶବ୍ଦରେ ଖପା ହୋଇଗଲେ ଦିଲଜିତ । କଙ୍ଗନା ଲୋକ ଚିହ୍ନିବାରେ ଭୁଲ କରିଥିବା ସେ କହିଛନ୍ତି ।

ତେବେ ଏକ ଭିଡ଼ିଓ ସେୟାର କରି କଙ୍ଗନାଙ୍କୁ ଟ୍ୱିଟରେ ଜବାବ ଦେଇଥିଲେ । ଯାହା ପରଠାରୁ ଦୁଇଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । କିନ୍ତୁ ବାସ୍ତବରେ ୭୩ ବର୍ଷୀୟ ସେହି ମହିଳାଙ୍କ ନାମ ମହିନ୍ଦର କୌର, ଯିଏ ଭତିଣ୍ଡାର ବାହାଦୂରଗଡ଼ ଜଣ୍ଡିଆନ ଗାଁରେ ବାସିନ୍ଦା ବୋଲି ଦିଲଜିତ ଲେଖିଛନ୍ତି । ତେବେ କରିଥିବା ଉକ୍ତ ଟ୍ୱିଟକୁ କଙ୍ଗନା ଡିଲିଟ କରି ଦେଇଥିବା ନଜର ଆସିଛି । ଉକ୍ତ ଘଟଣାକୁ ନେଇ କଙ୍ଗନାଙ୍କ ନାଁରେ ମାନହାନୀ ମାମଲା ରୁଜୁ ହୋଇଛି ।