spot_img
Home Blog Page 631

କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ା ଯାଉଛି

ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ା ଯାଉଛି । କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବାହାର କରାଯାଉଛି । ବିଭିନ୍ନ ରୁମ୍ ର ତାଲା ବି ଭଙ୍ଗା ଯାଉଛି । ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡ଼ା ଯାଉଛି ।
ବହୁ ଅଣଛାତ୍ର ହଷ୍ଟେଲରେ ରହୁଥିବାର ଅଭିଯୋଗ ।

ବିରଳ ମହାଜାଗତିକ ଦୃଶ୍ୟ: ଆକାଶରେ ଲାଲ୍ ଜହ୍ନ

ଆକାଶରେ ଲାଲ୍ ଜହ୍ନ। ରୂପେଲି ଜହ୍ନ ରକ୍ତିମ ବର୍ଣ୍ଣ ଧାରଣା କରିଥିଲା। ଗତ ରାତିରେ ଆକାଶରେ ଦେଖା ଯାଇଥିଲା ଏହି ବିରଳ ମହାଜାଗତିକ ଦୃଶ୍ୟ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଆକାଶରେ। ଭାରତ ସମେତ ବହୁ ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖା ଯାଇଥିଲା। ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହୋଇଥିଲା। ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡରେ ହୋଇଥିଲା ସର୍ବମୋକ୍ଷ। ପୂର୍ଣ୍ଣିମା ହେବା ସତ୍ତ୍ଵେ ଚନ୍ଦ୍ର ପୁରା ଲୁଚି ଯାଇଥିଲା । ଲୋକେ ଏହି ମହାଜାଗତିକ ଦୃଶ୍ୟ ଦେଖି ବହୁତ ଖୁସି ହୋଇଥିଲେ। ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା।

ସାରର ଅଭାବ ଓ କଳାବଜାରିକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ

ସାର ପାଇଁ ରାସ୍ତାରୋକ । ସୁବର୍ଣ୍ଣପୁର -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବାଗଦୁଲି ଛକରେ ଚାଷୀଙ୍କ ରାସ୍ତାରୋକ । ସାର ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ସାରର ଅଭାବ ସହ କଳାବଜାରି ଦେଖିବାକୁ ମିଳିଛି । ୟୁରିଆ ବସ୍ତା ୭୦୦-୮୦୦ ଟଙ୍କାରେ ବିକ୍ରି ଚାଲିଛି କିନ୍ତୁ ପ୍ରଶାସନ ନିଦାବିଷ୍ଣୁ । ବାଗଦୁଲି ଅଂଚଳରେ ବର୍ତମାନ ୨୫୦୦ ବସ୍ତା ସାର ଦରକାର ଥିବାବେଳେ ଡିଲର ପାଖକୁ ଆସିଛି ମାତ୍ର ୧୮୦ ବସ୍ତା ଏଣୁ ବର୍ତ୍ତମାନ ଚାଷୀମାନେ ପ୍ରତିବାଦ ସ୍ୱରୂପ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି।

ଇପସିତା ଓ ଚିନ୍ମୟଙ୍କୁ ସମ୍ଵର୍ଦ୍ଧିତ କରିବ ବିଜେଡି

ବିଜୁ ଛାତ୍ର ଜନତା ଦଳର ନବ ନିଯୁକ୍ତ ସଭାନେତ୍ରୀ ଇପସିତା ସାହୁ ଓ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁଙ୍କୁ ଆଜି ସମ୍ଵର୍ଦ୍ଧିତ କରାଯିବ। ଏହି ଦୁଇ ଯୁବ ନେତା ଓ ସେମାନଙ୍କୁ ମାର୍ଗ ଦର୍ଶନ କରିବା ପାଇଁ ଚୟନ ହୋଇଥିବା ଅନ୍ୟ ନେତାଙ୍କୁ ସମ୍ଵର୍ଦ୍ଧିତ କରାଯିବ। ଆଜି ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ପଦଯାତ୍ରା କରାଯିବ। ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଯୁବ ଓ ଛାତ୍ର ବିଜେଡି କର୍ମକର୍ତା ଶଙ୍ଖ ଭବନ ଯାଏଁ ପଦଯାତ୍ରା କରିବେ। ସେଠାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି ସମାରୋହରେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ଉପସଭାପତି ପ୍ରତାପ ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଯୋଗ ଦେବେ। ସମସ୍ତ ଛାମୁଆ ସଂଗଠନକୁ ସୁଦୃଢ କରି ଦାୟିତ୍ବବାନ ବିରୋଧୀ ଦଳ ଭାବେ କିପରି ଦଳ ଆଗକୁ ଯାଇ ସରକାରଙ୍କ ତ୍ରୁଟିକୁ ଲୋକଲୋଚନକୁ ଆଣିବ, ସେ ନେଇ ସାଧାରଣ ସଭାରେ ଆଲୋଚନା ହେବ।

GST ହଟିବ ମାତ୍ର ଶସ୍ତା ହେବନି ବୀମା, ୫% ହୋଇପାରେ ମହଙ୍ଗା !

ନିକଟରେ ଜିଏସଟି କାଉନସିଲରେ ସ୍ବାସ୍ଥ୍ୟ ବୀମା ଉପରୁ ୧୮ ପ୍ରତିଶତ ଟ୍ୟାକ୍ସ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର କୋଟକର ଏକ ରିପୋର୍ଟ ମୁତାବକ, ଏହାଦ୍ବାରା ପଲିସୀ ଧାରୀଙ୍କୁ ଶସ୍ତା ପ୍ରିମିୟମର ଲାଭ ମିଳିବନି । ଇନପୁଟ ଟ୍ୟାକ୍ସ କ୍ରେଡିଟ ନ ମିଳିବା ଫଳରେ ବୀମା କମ୍ପାନୀମାନେ ପ୍ରିମିୟମ ଦରରେ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ହେଲଥ ଇନସ୍ୟୁରାନ୍ସ ଓ ଲାଇଫ୍ ଇନସ୍ୟୁରାନ୍ସ ଉପରେ କୌଣସି ଜିଏସଟି ଲାଗିବନି ବୋଲି କୁହାଯାଇଥିଲା । ତେଣୁ ଏହାଦ୍ବାରା ବୀମା ପଲିସୀ ନେବା ଶସ୍ତା ହୋଇଯିବ ବୋଲି ସାଧାରଣରେ ଧାରଣା ହୋଇଥିଲା । ୧୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବନି ବୋଲି ସମସ୍ତେ ଭାବି ନେଇଥିଲେ । ମାତ୍ର ଏହା ମଧ୍ୟରେ ଆସିଥିବା ରିପୋର୍ଟ ଏବେ ପୁଣି ଥରେ ପଲିସୀ ଧାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ହେଲଥ ଇନସ୍ୟୁରାନ୍ସ ଉପରୁ ଜିଏସଟି ହଟିବା ପରେ ଗ୍ରାହକଙ୍କୁ ଫାଇଦା ବଦଳରେ ପ୍ରିମିୟମରେ ୩-୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ।

ଜୋର ଧରିଲା ବିଦ୍ୟୁତ ବିଭାଗରେ ଠିକା ପ୍ରଥା ଉଛେଦ ଦାବି

ଜୋର ଧରିଲା ବିଦ୍ୟୁତ ବିଭାଗରେ ଠିକା ପ୍ରଥା ଉଛେଦ ଦାବି। ବିଦ୍ୟୁତ ବିଭାଗରେ ଠିକା ପ୍ରଥା ଉଛେଦ କରିବା ସହ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ “ପାୱାର ସପ୍ଲାୟ ୟୁନିଅନ” ଯାଜପୁର ଶାଖା ପକ୍ଷରୁ ଦାବି କରାଯାଇଛି । ଦଶରଥପୁର ସ୍ଥିତ କଣ୍ଠ ମଣ୍ଡପଠାରେ ଆୟୋଜିତ ଏକ ସଭାରେ ଦଶରଥପୁର, ବିଞ୍ଝାରପୁର ଓ ଯାଜପୁର ଉପଖଣ୍ଡର ସମସ୍ତ ଠିକା କର୍ମଚାରୀମାନେ ଏକ ବୈଠକ ଅୟୋଜନ କରିଥିଲୋ। ଯେଉଁଥିରେ କି କାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଉପକରଣ ବିଦ୍ୟୁତ ବିଭାଗ ପ୍ରଦାନ କରୁନଥିବା ନେଇ ଅଭିଯୋଗ କରିଥିଲେ। ଅନ୍ୟପଟେ ବର୍ଷ ବର୍ଷ ଧରି ବିଦ୍ୟୁତ ବିଭାଗରେ ଠିକାରେ କାମ କରୁଥିବାରୁ ଯଥାଶୀଘ୍ର ବିଦ୍ୟୁତ ବିଭାଗ ଓ ରାଜ୍ୟ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରାଦନ କରିବାକୁ ଦାବି ହୋଇଥିଲା।

ବ୍ରହ୍ମପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ବ୍ରହ୍ମପୁର ଟାଟା ବେଞ୍ଜ ଛକରୁ କମାପଲ୍ଲୀ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଛେଦ ଆରମ୍ଭ ହୋଇଥିବା ବେଳେ ସମସ୍ତ ଦୋକାନର ବୋର୍ଡ ସବୁ ହଟା ଯାଉଛି। ଏହା ହେଉଛି ସହରର ଏକ ମୁଖ୍ୟ ରାସ୍ତା। ଜବର ଦଖଲ ଯୋଗୁଁ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଏହାର ସମାଧାନ ପାଇଁ ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଉଛି।

ଅନଲାଇନ ଠକକୁ ଗିରଫ କଲା କମିଶନରେଟ ପୋଲିସ: ଠକି ନେଇଥିଲା ୧୩ ଲକ୍ଷ

ଅନଲାଇନ ଠକକୁ ଗିରଫ କଲା କମିଶନରେଟ ପୋଲିସ। କଟକ ଜଗତପୁର ବହୁଗ୍ରାମ ଅଂଚଳ ର ସୁବାସ ଚନ୍ଦ୍ର ଜେନାଙ୍କ ଠାରୁ ଅନଲାଇନ ରେ 13 ଲକ୍ଷ 72 ହଜାର 70 ଟଙ୍କା ଠକେଇ କରିଥିବା ଜଣେ ଯୁବକକୁ କମିଶନରେଟ ପୋଲିସ ଗିରଫ କରିଛି।। ଅଭିଯୁକ୍ତ ଝାରସୁଗୁଡା ବେଲପାହାଡ ଅଂଚଳ ର ଅନୁରାଗ ପଟ୍ଟନାୟକ। ଗତ ମେ 16 ତାରିଖରୁ 29 ତାରିଖ ମଧ୍ଯ ରେ ନିବେଶ ଟଙ୍କା ଦୁଇ ଗୁଣା ହେବ ବୋଲି ଲୋଭ ଦେଖାଇ ଏହି ଟଙ୍କା ଠକି ନେଇଥିଲା। ପରେ ନିବେଶକାରୀ ଠକେଇର ଶୀକାର ହୋଇ ଥିବା ଜାଣି ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ କରି ଝାରସୁଗୁଡାର ଏହି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ତାଠାରୁ ପୋଲିସ ଗୋଟିଏ ମୋବାଇଲ, ଆଧାର କାର୍ଡ, ପ୍ୟାନ କାର୍ଡ ଓ ଏକ ଘରୋଇ ବ୍ୟାଙ୍କର ଚେକ୍ ବୁକ ଜବତ କରିଛି।

ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ

ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଶ୍ଵୀନ କୃଷ୍ଣ ପକ୍ଷ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯିବାର ବିଧି ରହିଛି । ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ବ ରହିଥିବା ବେଳେ ଏହି ସମୟରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ୧୫ ଦିନ ପର୍ଯ୍ୟନ୍ତ ନିୟମ ନିଷ୍ଠାରେ ଏହି ପକ୍ଷ ପାଳନ କଲେ ପିତୃ ପୁରୁଷଙ୍କ ପରିବାର ଉପରେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ନିୟମ ନିଷ୍ଠାର ସହ ଏହି ଅପରପକ୍ଷ ବା ପିତୃପକ୍ଷକୁ ପାଳନ କରନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି । ସେହିପରି ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାକୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ବେଙ୍ଗଲ ଫାଇଲ୍ସକୁ ନେଇ ବଢି଼ଲା ବିବାଦ: ଆଜି ଶୁଣାଣି କରିବେ ହାଇକୋର୍ଟ

ବେଙ୍ଗଲ ଫାଇଲ୍ସକୁ ନେଇ ବଢି଼ଲା ବିବାଦ। ସ୍ବାଧୀନତା ସଂଗ୍ରାମୀ ତଥା କିମ୍ବଦନ୍ତୀ ବ୍ୟକ୍ତିତ୍ବ ଗୋପାଳ ମୁଖାର୍ଜୀ ଓରଫ ଗୋପାଳ ପାଠାଙ୍କ ନାତି ଶାନ୍ତନୁ ମୁଖାର୍ଜୀଙ୍କ ଆବେଦନର ଶୁଣାଣି ଆଜି କରିବେ କଲିକତା ହାଇକୋର୍ଟ। ଅଗଷ୍ଟ ୧୯୪୬ରେ କେନ୍ଦ୍ରୀୟ କଲିକତାର ହିନ୍ଦୁମାନଙ୍କ ସୁରକ୍ଷାରେ ସେ ନେଇଥିଲେ ପ୍ରମୁଖ ଭୂମିକା। ବେଙ୍ଗଲ ଫାଇଲ୍ସରେ ଥିବା କିଛି ଦୃଶ୍ୟକୁ ପୁନଃସମ୍ପାଦନ ଓ କିଛି ଦୃଶ୍ୟକୁ କାଟିବା ଲାଗି ଆବେଦନ କରିଛନ୍ତି ଶାନ୍ତନୁ। ଏହି ସଂଗ୍ରାମୀଙ୍କୁ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟର ଲୋକଙ୍କ ହତ୍ୟାକାରୀ ବୋଲି ଫିଲ୍ମରେ ଭୁଲ ଭାବେ ଦର୍ଶାଯାଇଥିବା ଅଭିଯୋଗ କରିଛନ୍ତି ଶାନ୍ତନୁ। ପରିବାରର ଅଭିଯୋଗ- ଫିଲ୍ମରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗଣହତ୍ୟା କରିବା ଲାଗି ଗୋପାଳ ପାଠାଙ୍କୁ ଚିତ୍ରଣ କରାଯାଇଛି। ଗୋପାଳଙ୍କ ପରିବାର ପକ୍ଷରୁ ଲଢୁଛନ୍ତି ଆଇନଜୀବୀ ଦେବାଞ୍ଜନ ମୁଖାର୍ଜୀ। ଜଷ୍ଟିସ ଅମ୍ରିତା ସିହ୍ନାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଗତ ଅଗଷ୍ଟରେ ବେଙ୍ଗଳ ଫାଇଲ୍ସ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀଙ୍କ ନାଁରେ ବାଓବଜାର ଥାନାରେ ଏତଲା ଦେଇଥିଲେ ଶାନ୍ତନୁ। ତାଙ୍କର ଅଭିଯୋଗ ଥିଲା ଫିଲ୍ମ ନିର୍ମାଣ କରିବା ପୂର୍ବରୁ ଗୋପାଳଙ୍କ ସମ୍ପର୍କରେ ଅନୁମତି ନେଇଥିଲେ ଅଗ୍ନିହୋତ୍ରୀ।