spot_img
Home Blog Page 6310

ଅଜଣା ଗାଡ଼ି ଧକ୍କାରେ ହେଟା ବାଘ ମୃତ

ଆସିକା: ଅଜଣା ଗାଡ଼ି ଧକ୍କାରେ ହେଟା ବାଘର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଦାରୁବ୍ରହ୍ମ ଗାଁ ନିକଟରେ ବାଘକୁ କୌଣସି ଏକ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଆହତ ହେଟା ବାଘଟି ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇବା ପରେ ବାଘଟିକୁ ବନ ବିଭାଗ ଉଦ୍ଧାର କରିଥିଲା ।

Hyenas Tiger Dead In Unknown Vehicle Accident In Ganjam

ଆହତ ହେଟା ବାଘଟିକୁ ପଶୁ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ସେଠାର ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ କିଭଳି ବାଘଟିକୁ ଗାଡ଼ି ଧକ୍କା ଦେଲା ତାର ତଦନ୍ତ କରୁଛି ବନ ବିଭାଗ ।

ହାଇଦ୍ରାବାଦ ନିର୍ବାଚନ; ବଢୁଛି ବିଜେପି, ଖସୁଛି କେସିଆର

ହାଇଦ୍ରାବାଦ: ସମୟ ସାଙ୍ଗକୁ ବୃଦ୍ଧି ଘଟୁଛି ଉତ୍କଣ୍ଠା । ମଧ୍ୟାହ୍ନର ତାତି ଅପରାହ୍ନକୁ ଥମିଯାଉଛି । ସକାଳେ ବହୁ ଥିବା ପବନ ସଂନ୍ଧ୍ୟାକୁ କମିଯାଉଛି । ଆଉ ଏହାରି ଭିତରେ କିଏ ପିନ୍ଧିବ ପଗଡି । କାହାର ହେବ ଗ୍ରେଟର ହାଇଦ୍ରାବାଦ । ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏନେଇ ବଢୁଛି ଶଙ୍କା ।  ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲଟି ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାକୁ ଯାଉଥିବାବେଳେ ପୂର୍ବ ନିର୍ବାଚନ ଅପେକ୍ଷା ଭଗୱା ବିଜେପିର ବଢୁଛି ସିଟ  ।  ୧୫୦ କର୍ପୋରେଟ ଆସନ ପାଇଁ ଡିସେମ୍ବର ୧ ତାରିଖରେ ନିର୍ବାଚନ ହୋଇଥିବାବେଳେ ଆଜି ପ୍ରକାଶ ପାଇବାରେ ଲାଗିଛି ନିର୍ବାଚନ ଫଳ ।

୧୫୦ ଆସନ ପାଇଁ ପଡିଥିବା ଭୋଟ ଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ଆଗୁଆ ସତ୍ତାରେ ବସିଥିବା TRS । ସେପଟେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟିକୁ ମିଳିବାକୁ ଯାଉଛି ହାଇଦ୍ରାବାଦରେ ସଫଳତା । ଭୋଟ ଗଣତି ଆରମ୍ଭ ହେବା ସମୟରେ ଦଳ ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ପାଖାପାଖି ୯୦ ଆସନରେ ଆଗୁଆ ରହିଥିଲା । ବର୍ତ୍ତମାନ ବିଜେପି ଭୋଟ ଗଣତିରେ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି AIMIM ତୃତୀୟ ସ୍ଥାନରେ ରହିଛି ।

ବର୍ତ୍ତମାନ ସୁଦ୍ଧା କେସିଆର ପାର୍ଟି TRS ୬୫ ଆସନରେ ଆଗୁଆ ରହିଥିବାବେଳେ ବିଜେପି ରହିଛି ୩୫ ଆସନରେ ଆଗୁଆ । ଅନ୍ୟପଟେ ଧର୍ମଗତ ଅର୍ଥାତ ମୁସଲିମ କାର୍ଡ ଖେଳୁଥିବା ଆଶାଉଦ୍ଦିନ ଓୱେସିଙ୍କ ଦଳ ୨୨ରେ ଆଗୁଆ ରହିଛି । ସେପଟେ କଂଗ୍ରେସର ସ୍ଥିତି ପୂର୍ବ ଅପେକ୍ଷା ଦୁର୍ବଳ ଦେଖାଯାଉଛି । କାରଣ ଦଳ ମାତ୍ର ୨ଟି ଆସନରେ ଆଗରେ ରହିଥିବା ଜଣାପଡିଛି ।

୨୦୧୬ରେ ହୋଇଥିବା GHMC ନିର୍ବାଚନେରେ ଶାସକ TRS ୯୯ ଆସନରେ ଗୋଲାପି ବାନା ଉଡାଇଥିଲା । ସେହିପରି ସାମ୍ପ୍ରଦାୟିକ କାର୍ଡ ଖେଳୁଥିବା ଓୱେସିଙ୍କ ପାର୍ଟି ୪୪ଟି ସିଟ ଜିତିବାରେ ସକ୍ଷମ ହୋଇଥିଲା । ଯେଉଁଥିରେ ମାତ୍ର ତିନେଟି ଆସନ ପାଇବାରେ ସଫଳ ହୋଇପାରିଥିଲା ବିଜେପି । କିନ୍ତୁ ଚଳିତ ନିର୍ବାଚନେରେ ବିଜେପିର ତୁଙ୍ଗ ନେତାଙ୍କ ଋଣନୀତି ଏବଂ ହିନ୍ଦୁତ୍ବ କାର୍ଡ ଦଳକୁ ଏକପ୍ରକାର ସଫଳତା ଦେବାରେ ସଫଳ ହୋଇଛି ।

ଚାରୋଟି ଜିଲ୍ଲାକୁ ନେଇ ଗଠିତ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲଟି କର୍ପୋରେସନ ଅଧିନରେ ଆସୁଛି ୨୪ଟି ବିଧାନସଭା କ୍ଷେତ୍ର ଏବଂ ୫ଟି ଲୋକସଭା ଆସନ । ତେଣୁ ଦେଶର ବୃହତ ମହାନଗର ନିଗମ ମଧ୍ୟରୁ ଅନ୍ୟତମ ରହିଥିବା ହାଇଦ୍ରାବାଦ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । ତେଣୁ ସଂନ୍ଧ୍ୟା ସୁଦ୍ଧା ଫଳାପଳ ସ୍ପଷ୍ଟ ହେବାକୁ ଥିବାବେଳେ କିଏ ଅକ୍ତିଆର କରୁଛି ଦକ୍ଷିଣ ଭାରତର ଏହି ବୃହତ ସହର । ତାହା କେବଳ ଦେଖିବାକୁ ବାକି ।

ଖାଲି ଠକେଇ ନୁହେଁ ବେଆଇନ୍ ଅର୍ଥ କାରବାରରେ ବି ଲିପ୍ତ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଠକେଇ ଓ ଚଞ୍ଚକତା ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ କେତେ ହୋଇଛି କାରବାର । ଗତ ୬ ମାସ ମଧ୍ୟରେ ଯେଉଁ ଟଙ୍କା ଆସିଛି ତାର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇତି ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ କିଛି ସଂସ୍ଥା ନିୟମିତ ଭାବେ ଟଙ୍କା ଡିପୋଜିଟ୍ କରିଛନ୍ତି ପ୍ରଦୀପଙ୍କ ଆକାଉଣ୍ଟରେ । ଏ ସବୁ କିଭଳି ସିଧାସଳଖ ମନି ଲଣ୍ଡ୍ରିଂ ସହ ସମ୍ପୃକ୍ତ ତାର ପ୍ରମାଣ ମିଳିବାରେ ଲାଗିଛି ।

Arrested MLA Pradeep Panigrahi’s Money Laundering Exposed

ସୂର୍ଯ୍ୟକାନ୍ତ ସାହୁଙ୍କ ସୂର୍ଯ୍ୟ ଫିଲିଂ ଷ୍ଟେସନର ଆକାଉଣ୍ଟ ଷ୍ଟେଟମେଣ୍ଟରୁ ବଡ଼ ଖୁଲାସା ହୋଇଛି । ୨୦୨୦ ଅଗଷ୍ଟ ୨୭ ତାରିଖରେ ସୂର୍ଯ୍ୟ ଫିଲିଂ ଷ୍ଟେସନର ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କାର କ୍ୟାସ୍ ଡିପୋଜିଟ୍ ହେଉଛି । ତାର କେଇ ମିନିଟ୍ ମଧ୍ୟରେ ଚେକ୍ ଆକାରରେ RTGS ଦ୍ୱାରା ଏହି ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେଉଛି । କେବଳ ସେତିକି ନୁହେଁ, ସେହି ୨୭ ତାରିଖରେ ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଛି ୧୦ ଲକ୍ଷ ଟଙ୍କା ।

Arrested MLA Pradeep Panigrahi’s Money Laundering Exposed

ସେହିପରି ମୁମ୍ବାଇ ଫ୍ଲାଟ୍ ବାବଦରେ ଥରକେ ୧ ଲକ୍ଷ, ୨ ଲକ୍ଷ ଓ ୧୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ଏହା ମନି ଲଣ୍ଡ୍ରିଂକୁ ସ୍ପଷ୍ଟ ଭାବେ ପ୍ରତୀୟମାନ କରିବା ସହ ଏତେ ଟଙ୍କା କାହିଁକି ଡିପୋଜିଟ୍ ହେଉଥିଲା ତାହା ବି ପ୍ରଶ୍ନ ସୃଷ୍ଟି କରିଛି ? ସୂର୍ଯ୍ୟ ଫିଲିଂ ଷ୍ଟେସନ ଭଳି ଆହୁରି ବହୁ ଲୋକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଉଭୟ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକଙ୍କ ଆକାଉଣ୍ଟକୁ ଭିନ୍ନ ଭିନ୍ନ ସମୟରେ ଟ୍ରାନ୍ସଫର ହୋଇଛି । ଏ ସବୁର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Arrested MLA Pradeep Panigrahi’s Money Laundering Exposed

ଭାବି ଜ୍ୱାଇଁ ଆକାଶଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ପ୍ରଦୀପ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୂର୍ବରୁ ଆକାଶ ପାଠକ ଗିରଫ ହୋଇଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ସ୍ୱତନ୍ତ୍ର କୋର୍ଟ ପ୍ରଦୀପଙ୍କ ଜାମିନ୍ ଖାରଜ କରିବା ପରେ ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ପ୍ରଦୀପ ପାଣିଗ୍ରାହୀ ଏବେ ଝାରପଡ଼ା ଜେଲର ଆଇସୋଲେସନ୍ ୱାର୍ଡରେ ଅଛନ୍ତି ।

ବୋଲେରୋ ସହ ଧକ୍କା ପରେ ଜଳିଗଲା ବାଇକ୍, ବାପ-ପୁଅ ମୃତ

ବଲାଙ୍ଗିର: ନିମିଷକେ ଚାଲିଗଲା ଜୀବନ । ଆଖି ଦେଖୁ ଦେଖୁ ଯମ ନେଇଗଲା ସ୍ୱାମୀ ଓ ପୁଅର ପ୍ରାଣ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଜମ୍ବେଲ ଛକରେ ଏମିତି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ମଧ୍ୟାହ୍ନରେ ଏକ ବୋଲେରୋ ସହ ବାଇକ୍ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ କେହି କିଛି ବୁଝିବା ଆଗରୁ ଜଳି ଯାଇଥିଲା ବାଇକଟି ।

Bike Brunt After Crashed With Bolero In Bolangir, 2 Dead

ବାଇକରେ ୪ ଜଣ ଯାତ୍ରା କରୁଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷକର ଛୁଆ ଓ ମାଆ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ମାଆ, ଛୁଆଙ୍କୁ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଇକରେ ୪ ଜଣ ବଲାଙ୍ଗିରରୁ ରୁଷୁଡ଼ା ଯାଉଥିବା ବେଳେ ଜମ୍ବେଲ ଛକରେ ଏହି ଦୁର୍ଘଟଣା ଘଟିଥିଲା ।

ବରକୁ ଛାଡି କାଉନସିଲିଂ ପାଇଁ ଗଲେ କନ୍ୟା; ବନିଲେ ସରକାରୀ ଶିକ୍ଷକ

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣେ ବଧୂ ବିବାହର ଠିକ୍ ପରେପରେ ବରକୁ ଛାଡି ପଳାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁଯାୟୀ ଗୋଣ୍ଡାର ରାମନଗର ସ୍ଥିତ ବାରବାଙ୍କିର ବାସିନ୍ଦା ପ୍ରଜ୍ଞା ତିଓ୍ୱାରି ବିବାହର ଠିକ୍ ପରେ ମଣ୍ଡପ ଛାଡି ଚାକିରି ଲାଗି କାଉନସିଲିଂ ପାଇଁ ଯାଇଥିଲେ । ଆଉ ଯାହା ପରେ ତାଙ୍କୁ ସରକାରୀ ଚାକିରି ମିଳିଥିବା ବେଳେ ସେ ଶିକ୍ଷକ ବନିପାରିଛନ୍ତି । ପରେ ସେ ପୁଣି ମଣ୍ଡପକୁ ଫେରି ଶାଶୂଘରକୁ ଆନନ୍ଦଉଲ୍ଲାସର ସହ ବିଦା ହୋଇଛନ୍ତି ।

ପ୍ରଜ୍ଞାଙ୍କ ହାତରେ ମେହେନ୍ଦି ଲାଗିଥିବା ବେଳେ ତାଙ୍କ ଜୁଡାରେ ଗଜରା ଲାଗିଥିବା ଦେଖିବାକୁ ମିଳିଥିଲା । ତାଙ୍କର ବୁଧବାର ଦିନ ବିବାହ ହୋଇଥିବା ବେଳେ ଗୁରୁବାର ସକାଳ ୫ଟାରେ ସାତ ଫେରା ସହ ସ୍ୱାମୀ ତାଙ୍କ ସିନ୍ଥିରେ ସିନ୍ଦୁର ଲଗାଇଥିଲେ ।

ଯାହା ପରେ ସେ କାଉନସିଲିଂ ହେବାକୁ ଥିବା ଗୋଣ୍ଡା ସ୍ଥିତ ବିଏସଏ ଅଫିସ ଅଭିମୁଖେ ବାହାରିଥିଲେ । ଏନେଇ ପ୍ରଜ୍ଞା କହିଛନ୍ତି ଯେ ତାଙ୍କ ପାଇଁ ତାଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ ।  ସେ ଆହୁରି ବି କୁହନ୍ତି ତାଙ୍କ ସ୍ୱାମୀ ତାଙ୍କର ଲକି ଚାର୍ମିଂ ବୋଲି ।

 

ସୋଲାପୁରର ପ୍ରାଇମେରୀ ଶିକ୍ଷକ ଜିତିଲେ Global Teacher Prize, ମିଳିଲା ୭ କୋଟିର ପୁରସ୍କାର ରାଶି

ମହାରାଷ୍ଟ୍ର: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ପରିଷଦ ସ୍କୁଲର ଏକ ପ୍ରାଇମେରୀ ଶିକ୍ଷକ ୭ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି । ରଣଜିତ ସିଂହ ଡିସଲେ ଗ୍ଲୋବାଲ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଭାରତୀୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷକର ମାନ୍ୟତା ମିଳିଛି ।

ୟୁନେସ୍କୋ ଏବଂ ଲଣ୍ଡନ ସ୍ଥିତ ୱାର୍କୀ ଫାଉଣ୍ଡେସନ ଦ୍ୱାରା ଦିଆଯାଉଥିବା ଗ୍ଲୋବାଲ ଟିଚର ପ୍ରାଇଜ ଡିସେମ୍ବର ୩ ତାରିଖ ଦିନ ଘୋଷଣା କରାଯାଇଥିଲା । ସୋଲାପୁର ପରିତୋୱାଡୀ ଜିଲ୍ଲା ପରିଷଦ ସ୍କୁଲର ଶିକ୍ଷକ ରଣଜିତସିଂହ ଡିସଲେ ଏହି ପୁରସ୍କାର ଜିତିଛନ୍ତି । ଲଣଅଡନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ହୋଇଥିବା ଏହି ସମାରୋହରେ ସୁପ୍ରସିଦ୍ଧ ଅଭିନେତା ଷ୍ଟିଫନ ଫ୍ରାୟ ଏହି ପୁରସ୍କାର ଘୋଷଣା କରିଥିଲେ ।

ବିଶ୍ୱର ୧୪୦ ଦେଶର ୧୨ ହଜାରରୁ ମଧ୍ୟ ଅଧିକ ଶିକ୍ଷକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଝିଅ ମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଭାରତରେ ଦ୍ରୁତ ପ୍ରତିକ୍ରିୟା (QR) କୋଡେଡ୍ ପାଠ୍ୟପୁସ୍ତକ ବିପ୍ଳବକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ ପାଇଁ ରଣଜିତ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

୨୦୧୪ରେ ୱର୍କେ ଫାଉଣଅଡେସନ ଦ୍ୱାରା ସ୍ଥାପିତ ବାର୍ଷିକ ପୁରସ୍କାର ପାଇଁ ବିଶ୍ୱବ୍ୟାପି ୧୦ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଥିଲା । ଏହି ପୁରସ୍କାର ଏମିତି ବିଚକ୍ଷଣ ଶିକ୍ଷକଙ୍କୁ ଦିଆଯାଏ ଯେଉଁମାନେ ନିଜର ଶିକ୍ଷଣ କ୍ଷେତ୍ର ଉକ୍ତୃଷ୍ଟ ଯୋଗଦାନ ଦେଇଛନ୍ତି । ରଣଜିତ ସିହଂଙ୍କ ଏହି ସଫଳତାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରଣଜିତ ସିଂହ ଡିସଲେ ଜିତିଥିବା ପୁରସ୍କାର ରାଶିର ୫୦ ପ୍ରତିଶତ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଁଞ୍ଚିଥିବା ଶିକ୍ଷକଙ୍କ ସହ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଲାଭ କରିବା ପାଇଁ ସୁଯୋଗ ମିଳିବ । ଏହି ସମାରୋହ ଭର୍ଚ୍ୟୁଆଲ ଆୟୋଜିତ କରାଯାଇଥିଲା ।

ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାରେ ଓଡ଼ିଶା ନମ୍ବର ୱାନ୍‌

ଭୁବନେଶ୍ୱର: ଦେଶରେ ଓଡ଼ିଶା ଏକ ନମ୍ବର । ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ । ମହାରାଷ୍ଟ୍ର ଓ ଗୁଜରାଟ ଭଳି ବିକଶିତ ରାଜ୍ୟଠାରୁ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଓ ସ୍ୱଚ୍ଛତା ବହୁତ ଭଲ୍ । ଦେଶରେ ଓଡ଼ିଶା ଦ୍ରୁତଗାମୀ ଉନ୍ନତ ରାଜ୍ୟ ପାଲଟିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ସ୍କୋର ୧୧୦.୦୮ ରହିଛି । ମିଳିଥିବା ସୂଚନା ଅନୁଯାୟୀ ମୋଟ ସ୍କୋର ୧୬୦ରୁ ୧୧୦.୦୮ ପଏଣ୍ଟ ପାଇଛି ଓଡ଼ିଶା । ସ୍ୱଚ୍ଛତାରେ ମୋଟ ୭୦ ପଏଣ୍ଟରୁ ଓଡ଼ିଶାକୁ ମିଳିଛି ୬୦.୦୪ପଏଣ୍ଟ ।

Odisha Ranked No 1 Position In Health Sector In Country

ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବା ବେଳେ ଝାଡ଼ଖଣ୍ଡ ଦ୍ୱିତୀୟ ଓ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ଅଛନ୍ତି । ଗୁଜରାଟ ଚତୁର୍ଥ ସ୍ଥାନରେ ଓ ଆସାମର ସ୍ଥାନ ପଞ୍ଚମରେ ରହିଛି । ସେହିଭଳି ସ୍ୱଚ୍ଛତାରେ ଓଡ଼ିଶା ପଛକୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ରହିଛନ୍ତି । ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବ ସର୍ଭେରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି ।

୨୪ଘଣ୍ଟାରେ ରାଜ୍ୟରୁ ନୂଆ ୩୭୭କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ୨୪ଘଣ୍ଟାରେ ୩୭୭କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୨୧୫, ଲୋକାଲ କେସ୍ ୧୬୨ । ଖୋର୍ଦ୍ଧାରୁ ସର୍ବାଧିକ ୫୬, ସୁନ୍ଦରଗଡ଼ରୁ ୪୭, ଅନୁଗୁଳରୁ ୨୮, ମୟୂରଭଞ୍ଜରୁ ୨୫, କଟକରୁ ୧୮, ବାଲେଶ୍ୱରରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କରୋନାରେ ଆଉ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୩୯୪ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୧୪ହଜାର ୨୩ ଆକ୍ଟିଭ କେସ୍ ରହିଛି ୪ହଜାର ୫୫୮ ।

ମୁଖ୍ୟମନ୍ତ୍ରୀ ଯେତେବେଳେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାବିଚିନ୍ତି କରନ୍ତି: ସାଂସଦ ଚନ୍ଦ୍ର ଶେଖର ସାହୁ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଘଟଣାରେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଯେତେବେଳେ ଯେଉଁ ନିଷ୍ପତ୍ତି ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାବିଚିନ୍ତି କରନ୍ତି । ସ୍ୱଚ୍ଛ ନିର୍ମଳ ଶାସନରେ ଦୁର୍ନୀତି ଓ ଜନ ବିରୋଧୀଙ୍କୁ ଆଦୌ ପ୍ରଶ୍ରୟ ନାହିଁ ଏହା ଦ୍ୱାରା ସେ ସ୍ପଷ୍ଟ ସୂଚନା ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ତଦନ୍ତ ଜାରି ରହିଥିବାରୁ ଅଧିକ କିଛି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଯେଉଁ ନିଷ୍ପତ୍ତି ନେଇଛନ୍ତି ଆମେ ତାକୁ ସ୍ୱାଗତ କରୁଛୁ । ୨୦୦୦ ମସିହା ପରଠୁ ମୁଖ୍ୟମନ୍ତ୍ରୀ ଯାହା ପଦକ୍ଷେପ ନେଇଛନ୍ତି  ତାହା ପରବର୍ତ୍ତୀ ସମୟରେ ସଠିକ ପ୍ରମାଣିତ ହୋଇଛି । ଯିଏ ଦୋଷ କରିଛି ଦଣ୍ଡ ପାଇଛି ।  ତଦନ୍ତ ଚାଲିଛି ଆଇନ ତା ବାଟରେ ଯିବ।

ସେପଟେ ପ୍ରଦୀପଙ୍କ ଗିରଫଦାରୀ ପରେ ତାଙ୍କୁ ଚାର୍ଲସ୍ ଶୋଭରାଜଙ୍କ ସହିତ ତୁଳନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ବିଧାୟକ, ତାଙ୍କ ପରିବାର ଓ ଭାବୀ ଜାମାତାଙ୍କ ପରିବାର ମିଳିତ ଭାବେ ଲୋକଙ୍କୁ କିଭଳି ଠକେଇ କରିଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି ସାଂସଦ । ବିଜେଡିରୁ ବହିଷ୍କାର ହୋଇଥିବା ବିଧାୟକଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ସେ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଯେ, ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର ୪ ମାସରେ ୨ କୋଟି ୫୦ ଲକ୍ଷ ଟଙ୍କା କେଉଁଠୁ ଆସିଲା ? ଗଞ୍ଜାମରେ ମଦ ମାଫିଆ ଭାବେ ପରିଚିତ ସୂର୍ଯ୍ୟ ସାହୁଙ୍କ ସଂପର୍କୀୟ ରବୀନ୍ଦ୍ର ସାହୁ କାହିଁକି ୭୫ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଛନ୍ତି ? ଏହା ଲୋକଙ୍କ ହିତ ପାଇଁ କାମ କି ? ଭାବୀ ଜ୍ୱାଇଁଙ୍କ ସହିତ ଟାଟାରେ ଚାକିରି ଦେବାକୁ କହି ଲୋକଙ୍କୁ ଠକିଥିବା ନେଇ ଟାଟା ମୋଟର୍ସ ମଧ୍ୟ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛି । ଏତେ ସବୁ ଠକେଇ ଅଭିଯୋଗ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିବା ପରେ କେବେ ସେ ବିଧାୟକ ପଦ ଛାଡ଼ିବେ ବୋଲି ଅମର ପ୍ରଶ୍ନ କରିଛନ୍ତି ।

ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ମଧ୍ୟ ବର୍ଷିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବହୁ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବାର ଥିଲା । ବହୁତ ବିଳମ୍ବରେ ଧରିଲେ । ତାଙ୍କ କେଳେଙ୍କାରୀ ବହୁତ ପୂର୍ବରୁ ଚାଲିଛି ବୋଲି ତାରା କହିଛନ୍ତି ।…

ଭଲ ପାଇ କରିଥିଲେ ଦ୍ୱିତୀୟ ବିବାହ; ହେଲେ ସନ୍ଦେହ ପାଇଁ ଚାଲିଗଲା ଗର୍ଭବତୀଙ୍କ ଜୀବନ

ଅମୃତସର: ଡେଲିଭରି ପୂର୍ବରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଜଣେ ଗର୍ଭବତୀ ମହିଳା । ଏମିତିକି ତାଙ୍କର ଝିଅ ଓ ମା ମଧ୍ୟ ପ୍ରାଣତ୍ୟାଗ କରିଛନ୍ତି ।

ଆତ୍ମହତ୍ୟା କରିବା ପୂର୍ବରୁ ସେମାନେ ଶେଷଥର ପାଇଁ ଏକ ଫଟୋ ଉଠାଇ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ। ଏହି ହୃଦୟ ବିଦାରକ ଘଟଣା ଘଟିଛି ପଞ୍ଜାବର ତରନତରାନ ସହରରେ।

ସୂଚନା ଅନୁଯାୟୀ ସ୍ୱାମୀ ଜଣକ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବାରୁ ଏଭଳି କରୁଣ ପରିସ୍ଥିତ ଘଟିଛି । ତରନତାରନର ଗୁରୁ ତେଗ ବାହାଦୂର ନାଗରରେ ରହୁଥିଲେ ଗୀତିନ୍ଦର କୗେର ଓ ତାଙ୍କ ସ୍ୱାମୀ ରାଜବୀର ସିଂ । ଏହା ଗୀତିନ୍ଦର କୗେରଙ୍କ ଦ୍ୱିତୀୟ ବିବାହ ହୋଇଥିବା ବେଳେ ସେ ପୂର୍ବରୁ ଲବପ୍ରିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସେହି ବିବାହରୁ ତାଙ୍କର ଏକ ଝିଅ ରହିଛି ।

ହେଲେ ତାଙ୍କ ସ୍ୱାମୀଙ୍କ ସହ ବିବାଦ ଯୋଗୁଁ ତାଙ୍କର ଛାଡପତ୍ର ହୋଇଥିଲା। ଏହା ପରେ ତାଙ୍କ ଜୀବନରେ ଆସିଥିଲେ ରାଜବୀର ସିଂ ନାମକ ଜଣେ ଯୁବକ । ପରେ ଦୁହେଁ ଦୁହିଁଙ୍କ ଅତି ନିକଟତର ହେବାପରେ ବିବାହ କରିଥିଲେ।

ପଞ୍ଜାବ ରୋଡୱେରେ ଗୀତିନ୍ଦର କୗେର କାମ କରୁଥିଲା ବେଳେ ତାଙ୍କ ସ୍ୱାମୀ ରାଜବୀର ତାଙ୍କ ଚରିତ୍ର ଉପରେ ସବୁବେଳେ ସନ୍ଦେହ କରୁଥିଲେ । ଏମିତିକି ଯୗେତୁକ ପାଇଁ ମଧ୍ୟ ହଇରାଣ କରୁଥିଲେ। ଯେଉଁଥିପାଇଁ ତାଙ୍କ ମା’ ପ୍ରୀତମ କୗେର କିଛି ଦିନ ପୂର୍ବରୁ ତାଙ୍କ ଘରକୁ ଆସିଥିଲେ ।

ଗୀତିନ୍ଦରଙ୍କ ପରିବାର ସମ୍ପର୍କୀୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଯୗେତୁକ ପାଇଁ ହଇରାଣ ହରକତ କରୁଥିଲେ ଏବଂ ତାଙ୍କ ଦରମା ମଧ୍ୟ ଛଡ଼ାଇ ନେଉଥିଲେ । ଯେଉଁଥିପାଇଁ ଚିନ୍ତାରେ ରହୁଥିଲେ ସେ ।

ତେବେ ଏନେଇ ସେ ପୋଲିସର ସହାୟତା ମଧ୍ୟ ଲୋଡିଥିଲା ବେଳେ ତାଙ୍କୁ ନ୍ୟାୟ ମିଳିପାରିନଥିଲା ।

ଗୀତିନ୍ଦରଙ୍କ ସ୍ୱାମୀ ରାଜବୀର ସିଂ ଅସ୍ତ୍ରଶସ୍ତ୍ରର ସଉକିନ ଥିଲେ । ସେ ଏକ ରାଇସ୍ ମିଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲାବେଳେ ସେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ଫେସବୁକରେ ଫଟୋ ମଧ୍ୟ ପୋଷ୍ଟ କରୁଥିଲା ।