spot_img
Home Blog Page 6311

ଆମାଜନ ଇଣ୍ଡିଆ ନିର୍ମାଲ୍ୟ ବିକ୍ରି କରିବା ଘଟଣା: ପୁରୀ ସିଂହଦ୍ୱାର ଥାନାରେ ଆମାଜନ ଇଣ୍ଡିଆ ନାଁରେ ଏତଲା

ପୁରୀ: ଅନ୍‌ଲାଇନ୍‌ ମାର୍କେଟିଂ ସଂସ୍ଥା ଆମାଜନ ଇଣ୍ଡିଆ ନାଁରେ ପୁରୀ ସିଂହଦ୍ୱାର ଥାନାରେ ଏତଲା । ଅନଲାଇନରେ ଆମାଜନ ଇଣ୍ଡିଆ ନିର୍ମାଲ୍ୟ ବିକ୍ରି କରିବା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଆମାଜନ ନିର୍ମାଲ୍ୟ ବିକ୍ରୀ କରୁଛି, ସେ ନେଇ ଏତଲା ଦିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା ୩୦-ଏ,  ଆଇପିସି -୧୦୯ ଏବଂ ୨୯୫ରେ ରୁଜୁ ହୋଇଛି ମାମଲା ।

ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ନିର୍ମାଲ୍ୟ । ଅନଲାଇନରେ ଅଧିକ ଦରରେ ନିର୍ମାଲ୍ୟ ବିକ୍ରି ହେଉଛି । ପ୍ରଥମେ ଆମାଜନ ଇଣ୍ତିଆ ଏହାକୁ ଦୀର୍ଘବର୍ଷ ଧରି ବିକ୍ରି କରୁଥିବାର ଅଭିଯୋଗ ଆଣିଥିଲେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ପରେ ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦେଇଛି ।

ମାରାଥନ ଜେରାର କୋପ ସମ୍ଭାଳି ପାରିଲେନି ଆକାଶ, ମାନିଲେ କେବଳ ରୁବାବ ପାଇଁ ଏଭଳି ଜାଲିଆତି କରୁଥିଲେ

ଭୁବନେଶ୍ୱର: ମାରାଥନ ଜେରାର କୋପ ସମ୍ଭାଳି ପାରିଲେ ନାହିଁ ଆକାଶ । ଶେଷରେ ଧଇଁସଇଁ ହୋଇ ସତ ମାନିଲେ । ଘନ ଘନ ଜେରାରେ ଏସଆଇଟି ଆଗରେ ସତ ମାନିଛନ୍ତି ଆଇଏଫଏସ ଅଭୟ ପାଠକଙ୍କ ଠକ ପୁଅ ଆକାଶ ପାଠକ । ସେ ଟାଟା କମ୍ପାନୀରେ ଚାକିରି କରୁନଥିଲେ । କେବଳ ରୁବାବ ପାଇଁ ଏପରି ଖୋଳପା ପିନ୍ଧିଥିଲେ ଆକାଶ । ଭିଜିଲାନ୍‌ସ ଏସଆଇଟିର ମାରାଥନ ଜେରା ସମୟରେ ଏହା ସେ ସ୍ୱୀକାର କରିଥିବା ଜଣାପଡ଼ିଛି । ଲୋକଙ୍କୁ ଠକିବା ପାଇଁ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଉଥିଲେ ।

ତିନି ଦିନିଆ ରିମାଣ୍ଡରେ ଥିବା ଆକାଶ ଲୋକଙ୍କ ଆଗରେ ନିଜର ଷ୍ଟାଟସ ଦେଖାଇବାକୁ ଏଭଳି ଜାଲିଆତି କରିଥିବା ମାନିଛନ୍ତି । କମ୍ପାନୀ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମଧ୍ୟ ସ୍ୱୀକାର କରିଥିବା ଜଣାପଡ଼ିଛି । ଆକାଶ ପାଠକ, ଟାଟା କମ୍ପାନୀରେ ଚାକିରୀ କରିନାହାନ୍ତି ବୋଲି ନନ୍ଦିଘୋଷ ଟିଭି ବାରମ୍ବାର କହି ଆସୁଥିଲା । ଏସମ୍ପର୍କରେ ନନ୍ଦିଘୋଷ ଟିଭି ପକ୍ଷରୁ କମ୍ପାନୀଠାରୁ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଥିଲା । ଟାଟା କମ୍ପାନୀର ଏଚଆର ମୁଖ୍ୟ ଆକାଶ ଟାଟା ମୋଟର୍ସରେ ଚାକିରି କରିନଥିବା ଇମେଲ୍ ଯୋଗେ ଆମକୁ ଜଣାଇଥିଲେ ।

କିନ୍ତୁ ଭାବୀ ଜ୍ୱାଇଁଙ୍କ ପାଇଁ ଓକିଲାତି କରି ସେ ଟାଟା ମୋଟର୍ସରେ ଏମ୍‌ଡି ଭାବେ ଚାକିରି କରୁଥିବା ଦାବି କରୁଥିଲେ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ। ଏପରିକି ସେ ସେଣ୍ଟ୍ରାଲ ସ୍କୁଲରେ ପଢୁଥିଲେ ଓ ଜି-ମ୍ୟାଟ୍‌ରେ ଟପ୍ପର ହୋଇଥିବା କହୁଥିଲେ । ପୂର୍ବରୁ ଗୋପାଳପୁରର ୬୦ରୁ ଅଧିକ ଟାଟା ବିସ୍ଥାପିତ ଚାକିରି ପାଇଁ ଆକାଶ ପାଠକଙ୍କ ଠକାମୀର ଶୀକାର ହୋଇଥିବା ଖୋଦ୍ କମ୍ପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ଠକେଇର ଶୀକାର ହୋଇଥିବା ଲୋକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରି ଅଧିକ ତଥ୍ୟ ସଂଗ୍ରହ କରୁଛି ।

ଆଜି ରାତି ୧୨ରୁ ସମସ୍ତଙ୍କ ପାଇଁ ନେଟଫ୍ଲିକ୍ସ ଫ୍ରି; ଜାଣନ୍ତୁ, କେମିତି କରିବେ ଏକ୍ସେସ୍

ନୂଆଦିଲ୍ଲୀ: ଆଜି ରାତି ୧୨ଟାରୁ ଦୁଇ ଦିନ ଲାଗି ସମସ୍ତଙ୍କ ପାଇଁ ନେଟଫ୍ଲିକ୍ସ ଫ୍ରିରେ ଉପଲବ୍ଧ ହେବ । କେବଳ ଏକ୍ସେସ୍ କରି ଏହାକୁ ମାଗଣାରେ ଦେଖିହେବ । ଏପରିକି ଆପଣଙ୍କୁ ବ୍ୟାଙ୍କ ବିବରଣୀ ତଥା ଡେବିଟ୍ କିମ୍ବା କ୍ରେଡିଟ କାର୍ଡ ନମ୍ବର ଏଣ୍ଟର ମଧ୍ୟ କରିବାକୁ ପଡିବ ନାହିଁ ।

ନେଟଫ୍ଲିକ୍ସ ଅନୁଯାୟୀ, ଏହି ପ୍ରମୋସନାଲ୍ ଅଫରରେ ୟୁଜର୍ସମାନେ ନେଟଫ୍ଲିକ୍ସର ସବୁ କଣ୍ଟେଣ୍ଟ ଏକ୍ସେସ୍ କରିପାରିବେ । ଅର୍ଥାତ୍  ପ୍ରିମିୟମ୍ ନେଟଫ୍ଲିକ୍ସର ଫିଚର୍ସ ଗୁଡିକୁ ମଧ୍ୟ ୟୁଜର୍ସମାନେ ଦୁଇ ଦିନ ପାଇଁ ମାଗଣାରେ ଦେଖିବାର ସୁବିଧା ପାଇପାରିବେ ।

ଏହି StreamFest କେବଳ ସେହିମାନଙ୍କ ଗ୍ରାହକଙ୍କ ପାଇଁ, ଯେଉଁମାନେ ନେଟଫ୍ଲିକ୍ସର ସବସ୍କ୍ରାଇବର ନୁହଁନ୍ତି । ତେବେ ଏହି ମାଗଣା ଅଫର ପାଇଁ ଆପଣଙ୍କୁ ପ୍ରଥମେ ନେଟଫ୍ଲିକ୍ସରେ ଆକାଉଣ୍ଟ ବନାଇବାକୁ ପଡିବ। ଯେଉଁଥିପାଇଁ ଆପ୍ ଡାଉନଲୋଡ୍ କରିପାରିବେ କିମ୍ବା Netflix.com/streamfestର ୱେବସାଇଟକୁ ଯାଇପାରିବେ।

ଆପ୍ ଡାଉନଲୋଡ୍ ପରେ ସାଇନ୍ ଅପ୍ କରିବାକୁ ପଡିବ ଏବଂ ଆପଣଙ୍କୁ ଫୋନ୍ ନମ୍ବର, ଇମେଲ୍ ଆଇଡି ତଥା ପାସୱାର୍ଡ ଏଣ୍ଟର କରିବାକୁ ପଡିବ । ଆକାଉଣ୍ଟ୍ ଓପନ୍ କରିବା ପରେ ଆପଣ ୱେବସାଇଟରେ ଏହି ଆପକୁ ଡିସେମ୍ବର ୫ ଓ ୬ ତାରିଖରେ ମାଗଣା ନେଟଫ୍ଲିକ୍ସ ଦେଖିପାରିବେ । ଏହି ଫେଷ୍ଟ ଅଧୀନରେ ଆପଣ ଟିଭି, ପିସି, ଲାପଟପ୍ କିମ୍ବା ମୋବାଇଲରେ ଦେଖିପାରିବେ ।

ହେଲେ ଆପଣ ଏହାକୁ କେବଳ ଏସଡି କଣ୍ଟେଣ୍ଟ୍ ଦେଖିପାରିବେ ।

ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ

ଭୁବନେଶ୍ୱର: ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ । ଗତ ୨୭ ତାରିଖ ଦିନ ନାଗାର୍ଜୁନ ବେଶ ଓଲାଗି ପରେ ୨୮ତାରିଖରେ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା । କାହିଁକି ଆଉ କିଏ ଆଣିଥିଲା ସେନେଇ ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ । ତେବେ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ପଠାଯାଇଥିବା ସୂଚନା ମିଳିଛି । ଏନେଇ କୌଣସି ନିୟମ ବହିର୍ଭୂତ କାର୍ଯ୍ୟ କରାଯାଇନଥିବା ବେଳେ ଏକ ନିର୍ଦ୍ଦିଷ୍ଠ ଗଣମାଧ୍ୟମ ଏ ଘଟଣାକୁ ଅତିରଞ୍ଜିତ କରି ଉପସ୍ଥାପନ କରିଥିଲା । ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଏବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିରକୁ ଫେରିଛି ।

ରାସ୍ତା ମଝିରେ ହାତୀକୁ ହଇରାଣ, ଲୋକେ ଚିଡ଼ାଉଛନ୍ତି ହାତୀ ସହ ସେଲ୍ଫି ନେଉଛନ୍ତି

ମୟୂରଭଞ୍ଜ: ହାତୀ ସହ ସେଲ୍ଫି  ନେବାକୁ ଉଦ୍ୟମ । ରାସ୍ତା ମଝିରେ ହାତୀକୁ ହଇରାଣ ହରକତ । ମରଣରକୁ ବାଜି ଲଗାଇ ଦୁଷ୍ଟ ଲୋକେ ନେଉଛନ୍ତି ସେଲ୍ଫି । ଜଙ୍ଗଲୀ ରାସ୍ତାରେ ହାତୀ ତା ବାଟରେ ଯାଉଛି, କିନ୍ତୁ ଲୋକ ମାନଙ୍କର ବାତୁଳି ବାହାରୁଛି । ହାତୀକୁ ହୋହଲା କରି ଚିଡ଼ାଉଛନ୍ତି । ଚିଡ଼ାଇବା ପରେ ହାତୀ ଆକ୍ରମଣ କରିବାକୁ ଆସିବା ସମୟରେ ଲୋକେ ଫଟୋ ଉଠାଉଛନ୍ତି । ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନୋଡପୁର ଅଞ୍ଚଳର ।

 

ଦୀର୍ଘ ଆଠ ଦଶ ଦିନ ଧରି ବେତନଟୀ ରେଞ୍ଜରେ ୪୨ଟିକିଆ ହାତୀପଲ ଉପଦ୍ରଵ କରୁଛନ୍ତି । ଘର ଭାଙ୍ଗିବା ସହ ଚାଷ ଗଛପତ୍ର ନଷ୍ଟ କରୁଛନ୍ତି । ଯେଉଁଥିପାଇଁ ଲୋକମାନେ ହାତୀକୁ ଚିଡ଼ାଇ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ସେପଟେ ଘଟଣା ସ୍ଥାନରେ ବନବିଭାଗ ନଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ଏଭଳି ହାତି ରାସ୍ତା ଉପରକୁ ଚାଲି ଆସୁଛନ୍ତି କିନ୍ତୁ ଏଥିପ୍ରତି ଯେମିତି ବନବିଭାଗର ତିଳେ ମାତ୍ରବି ଦୃଷ୍ଟି ନାହିଁ ।

ଖୋଲୁଛି ପାଠକ ବାପ-ପୁଅଙ୍କର କଳା ସାମ୍ରାଜ୍ୟର ପେଡ଼ି, ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଆକାଶ ପାଠକ ଟାଟା ମୋଟର୍ସର ଏମ୍‌ଡି କି ନାହିଁ । ଏହାର ସତ ଜାଣିବାକୁ ଟାଟା କମ୍ପାନୀକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଚିଠି ଲେଖାଯାଇଛି । ନିଜକୁ ଟାଟା ମୋଟର୍ସର ଏମ୍‌ଡି କହି ସ୍କାଏକିଙ୍ଗ୍‌ ଟ୍ରାଭେଲ ସଂସ୍ଥାକୁ ଆକାଶ ଠକିଥିବା ଖାରବେଳନଗର ଥାନାରେ ଆକାଶଙ୍କ ନାଁରେ ଅଭିଯୋଗ ହୋଇଛି । ଟାଟା ପକ୍ଷରୁ ଉତ୍ତର ଆସିଲେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସେପଟେ ପାଠକ ବାପାପୁଅଙ୍କୁ ୩ ଦିନିଆ ରିମାଣ୍ଡର ନେଇ ଜେରା କରୁଛି ଭିଜିଲାନ୍‌ସ ଏସ୍‌ଆଇଟି । ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଟକ ସିଟି ହସ୍ପିଟାଲ ନିଆଯାଇଥିଲା । ୧୦ ଜଣ ଭିଜିଲାନ୍‌ସ ଅଫିସରଙ୍କୁ ନେଇ ଗଠିତ ଦୁଇଟି ଟିମ୍‌ ବାପପୁଅଙ୍କୁ ଜେରା କରୁଛନ୍ତି । ବରିଷ୍ଠ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ କେମିତି ହେଲେ କୁବେର । ବ୍ୟାଙ୍କରେ ଜମା ଅଛି ଜମି ବିକ୍ରି ଟଙ୍କା । ଏ ମିଛ ଉତ୍ତର ପଛର ସତ ଖୋଜୁଛି ଏସ୍‌ଆଇଟି ।

ଏପରିକି ପାଠକଙ୍କ ବିଭିନ୍ନ କର୍ମସ୍ଥଳୀରୁ ମିଳିଥିବା ଦୁର୍ନୀତିର ଇନପୁଟ୍‌କୁ ନେଇ ମଧ୍ୟ ପ୍ରଶ୍ନ କରିଛି ଭିଜିଲାନସ । ସରକାରୀ ଯୋଜନାରେ ଅର୍ଥ ଆତ୍ମସାତ କରିଛନ୍ତି କି ? ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ କେବେଠାରୁ ସଂପର୍କରେ ଅଛନ୍ତି ? ପୁଅ ଆକାଶ ପାଠକ ସତରେ କଣ ଟାଟା କମ୍ପାନୀରେ ଚାକିରି କରନ୍ତି ? ଚାକିରି ପୂର୍ବରୁ କଣ କରୁଥିଲେ ଆକାଶ ? ଏସବୁ ପ୍ରଶ୍ନ ପଚାରିଛି ଏସ୍‌ଆଇଟି ।

ଆସନ୍ତା ସପ୍ତାହରେ ଦିଆଯିବ କରୋନା ଭ୍ୟାକସିନ୍; ପାର୍ଶ୍ୱ ପ୍ରତିକ୍ରିୟା ହେଲେ କ୍ଷତିପୂରଣ ଦେବେ ବ୍ରିଟେନ୍ ସରକାର

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଟିକାକରଣ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି ସରକାର। କରୋନା ଟିକା ନେବା ପରେ ଯଦି କାହା ଶରୀରରେ କୗେଣସି ପାର୍ଶ୍ୱ ପ୍ରତିକ୍ରିୟା ଥାଏ, ତେବେ ବ୍ରିଟେନ ସରକାର କ୍ଷତିପୂରଣ ଦେବେ ।

ନିକଟ ଅତୀତରେ ବ୍ରିଟେନ ପକ୍ଷରୁ ଫାଇଜର ଏବଂ ବାୟୋଏନଟେକର କରୋନା ଟିକାକୁ ଜରୁରୀକାଳୀନ ଭାବେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି । ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ବ୍ରିଟେନ ନାଗରିକମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରିଛି।

ଏହି ଟିକାର ଦୁଇଟି ଡୋଜ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୧ ଦିନ ବ୍ୟବଧାନରେ ଦିଆଯିବ। ସୂଚନା ଅନୁଯାୟୀ ୟୁନାଇଟେଡ୍ କିଙ୍ଗଡମ୍ ପକ୍ଷରୁ ୧୬ ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ତେବେ ଆଗାମୀ ଦିନରେ ବେଲଜିୟମରୁ ପ୍ରଥମ ବ୍ୟାଚ୍ ଟିକା  ବ୍ରିଟେନରେ ଆସି ପହଞ୍ଚିବ। ଏହି ଡୋଜ ଡିସେମ୍ବର ୧୫ରୁ ସାଧାରଣ ଲୋକଙ୍କୁ ଦିଆଯିବ ବୋଲି ଆଶା କରାଯାଉଛି । ଏସମ୍ପର୍କରେ ବ୍ରିଟିଶ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ୮ ଲକ୍ଷ ଡୋଜ ମିଳିବାକୁ ଥିବାବେଳେ ଆଉ ଲକ୍ଷାଧିବ ଟିକା ଆସିବା ପ୍ରକ୍ରିୟା ଜାରି ରହିବ।

 

୪ କ୍ୱିଣ୍ଟାଲରୁ ଅଧିକ ଚନ୍ଦନକାଠ ଜବତ, ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା

କଟକ: ଏସଟିଏଫ ଜାଲରେ ଚନ୍ଦନକାଠ ତସ୍କର  । ବିପୁଳ ମୂଲ୍ୟବାନ କାଠ ଜବତ ହୋଇଥିବା ବେଳେ  ୩ଜଣ ତସ୍କରଙ୍କୁ ଗିରଫ କରାଯାଇଛି । ଗିରଫ ୩ଜଣ ହେଲେ ହଳଦିବସନ୍ତ ଅଞ୍ଚଳର ହେମନ୍ତ ଚାଟୋଇସ୍, କୃଷ୍ଣପ୍ରସାଦର ଦଣ୍ଜପାଣୀ ଦାସ, ବାଲିଯୋଡିର  କାହ୍ନୁଚରଣ ଭୋଇ । ଚୋରାରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଦଳଯୋଡ଼ି ଜଙ୍ଗଲରେ ଚନ୍ଦନକାଠ ବେପାର କରୁଥିବା ବେଳେ ସେମାନଙ୍କଠାରୁ ୪ କ୍ୱିଣ୍ଟାଲ ୬୦ କେଜିର ଚନ୍ଦନକାଠ ଜବତ ହୋଇଛି । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୭୦ଲକ୍ଷ ହେବ । ୩ ଜଣଙ୍କ ବିରୋଧରେ ଟାଙ୍ଗୀ ଥାନାରେ ମାମଲା ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏସଟିଏଫ ।

ହାଡ଼ଭଙ୍ଗା ଶୀତରେ ଥରୁଛି ପୁରା ରାଜ୍ୟ, ୧୫ ଡିଗ୍ରୀ ତଳେ ରହିଛି ୧୬ ସହର

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ରାଜ୍ୟ । ପାରଦ ଖସୁଛି, ଶୀତ ବଢୁଛି । ୧୫ ଡିଗ୍ରୀ ତଳେ ରହିଛି ୧୬ ସହର । ସବୁଠୁ ଥଣ୍ଡା ସହର ହେଉଛି ସୋନପୁର  । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୪ ରହିଥିବା ବେଳେ ଦାରିଙ୍ଗବାଡିରେ ୯, ଫୁଲବାଣୀ ଓ ଅନୁଗୁଳରେ ୧୦ଡିଗ୍ରୀ, ଭବାନୀପାଟଣାରେ ୧୦.୮,  ଝାରସୁଗୁଡା ୧୧.୮, ତାଳଚେର ୧୨, କେନ୍ଦୁଝର ୧୨.୮ , ସୁନ୍ଦରଗଡ ୧୩, ବଲାଙ୍ଗୀର  ୧୩.୨, କୋରାପୁଟ ୧୩.୨, ବାରିପଦା ୧୪, ହୀରାକୁଦ ୧୪.୧, ସମ୍ବଲପୁର ୧୪.୨, ଟିଟିଲାଗଡ ରେ ୧୪.୨, ବୌଦ୍ଧ ୧୪.୫ଡ଼ିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ।

ସେହିପରି କଟକରେ ୧୫ ଏବଂ ଭୁବନେଶ୍ୱରରେ ୧୬.୬ ଡ଼ିଗ୍ରୀ ରହିଛି ତାପମାତ୍ରା । ବୌଦ୍ଧ , ସୁନ୍ଦରଗଡ ଏବଂ ସୋନପୁର ରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ମିଟର ରହିଛି । ସୁନ୍ଦରଗଡ଼ ଏବଂ ସୋନପୁରରେ ଦୃଶ୍ୟମାନ ଦୂରତା ୧୦୦ମିଟର ରୁ କମ ଥିବା ସୂଚନା ମିଳିଛି ।  କୋରାପୁଟ ଏବଂ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡି ଥିବା ବେଳେ ଦୃଶ୍ୟମାନ ଦୂରତା ୫୦୦ମିଟରରୁ କମ ଥିବା ସୂଚନା ମିଲିଛି ।

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମାରିଲା ସ୍ୱାମୀ, ୭ ମାସର ଗର୍ଭବତୀ ଥିଲା ସ୍ତ୍ରୀ

ସୁନ୍ଦରଗଡ଼: ସ୍ୱାମୀର ଟାଙ୍ଗିଆ ଚୋଟରେ ସାତ ମାସର ଗର୍ଭବତୀ ସ୍ତ୍ରୀର ମୃତ୍ୟୁ । ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କଲା ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କୋଇଡା ଥାନା ପୋଡାଡ଼ିହି ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଅମାନୁଷିକ କାଣ୍ଡ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ସାତ ମାସର ଗର୍ଭବତୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସୈତାନ ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ବୁଧୁ ମୁଣ୍ଡା ସମ୍ବାରି ନାଏକଙ୍କୁ ପ୍ରେମ ବିବାହ କରିଥିଲେ ।

ଦୁହିଁଙ୍କର ତିନଟି ସନ୍ତାନ ଅଛନ୍ତି । ଗତକାଲି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତ୍ୟକ୍ତ ହୋଇ ବୁଧୁ ମୁଣ୍ଡା ଏକ ଧାରୁଆ ଟାଙ୍ଗିଆରେ ସ୍ତ୍ରୀ ସମ୍ବାରିକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିବାରୁ ଘଟଣା ସ୍ଥଳରେ ସ୍ତ୍ରୀ ସମ୍ବାରୀର ମୃତ୍ୟୁ ହୋଇଥିଲା । ଆଜି ସକାଳେ ଖବର ପାଇ ଘଟଣାସ୍ଥଳରେ କୋଇଡା ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି l ଅଭିଯୁକ୍ତ ବୁଧୁ ମୁଣ୍ଡାକୁ  ପୋଲିସ ଅଟକ ରଖି ପଚାର ଉଚରା ଚଳାଇଛି ।…