spot_img
Home Blog Page 6314

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ୧୫ଟି ଅନଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ୧୫ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ (Cage Culture) ପାଇଁ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।

CM Inaugurated 15 Online Services Of Fisheries & Animal Resources Development Department

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ- ଅନ୍‌ଲାଇନ ସେବା ଦ୍ୱାରା ମାଛ ଚାଷୀ ଓ ଉଦ୍ୟୋଗୀ ମାନେ ଘରେ ରହି ଅନ୍‌ଲାଇନରେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ । ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍ସ ପ୍ରାପ୍ତି, ଲବଣାତ୍ମକ ଜଳରେ ମାଛ ଚାଷ ଲାଗି ପଞ୍ଜୀକରଣ, ବିଭିନ୍ନ ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ ।

ବୃହତ ଓ ମଧ୍ୟମ ଧରଣର ହ୍ରଦରେ କେଜ୍‌ କଲ୍‌ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ନୂତନ ନୀତି ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ରାଜ୍ୟର ବାର୍ଷିକ ମତ୍ସ୍ୟ ଉତ୍ପାଦନ ୧.୨୪ ଟନ୍‌ ବଢ଼ିପାରିବ ଏବଂ ରାଜ୍ୟରେ ମାଛର ସମ୍ପୂର୍ଣ୍ଣ ଚାହିଦା ପୂରଣ  ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କେଜ୍‌ କଲ୍‌ଚର ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ହେବ । ଜଳଭଣ୍ଡାର ଲିଜ୍‌ ରୟାଲଟିରୁ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଗୁଡ଼ିକ ଲାଭବାନ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

CM Inaugurated 15 Online Services Of Fisheries & Animal Resources Development Department (4)

ରାଜ୍ୟର କୃଷି ଉଦ୍ୟୋଗୀ ମାନଙ୍କୁ ରାଜ୍ୟ ସରକାର ବାର୍ଷିକ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଓ ଯୁବକ ମାନଙ୍କୁ ବ୍ୟାପକ ଭାବରେ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ- ରାଜ୍ୟ ସରକାର କୃଷିର ଆନୁଷଙ୍ଗିକ କ୍ଷେତ୍ର ଗୁଡ଼ିକୁ ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ଗ୍ରହଣ କରିଛନ୍ତି । ଏଥିପାଇଁ ଚଳିତ ବର୍ଷ ଏହି କ୍ଷେତ୍ରର ବଜେଟ୍ ପରିମାଣ ଦୁଇ ଗୁଣ ବୃଦ୍ଧି କରାଯାଇଛି । ୨୦୧୯-୨୦ରେ ରାଜ୍ୟର ମତ୍ସ୍ୟ ଓ ପଶୁ ସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୯ ପ୍ରତିଶତ ରହିଥିଲା । ଯାହାକି ଅନ୍ୟ ପ୍ରାଥମିକ କ୍ଷେତ୍ର ଗୁଡ଼ିକ ଠାରୁ ଯଥେଷ୍ଟ ଅଧିକ । ଏହା ସହିତ କୋଭିଡ୍ ସମୟରେ ଆନୁଷଙ୍ଗିକ କ୍ଷେତ୍ର ଗୁଡ଼ିକ ପାଇଁ ରାଜ୍ୟ ସରକାର ୧୭୩ କୋଟି ଟଙ୍କାର କୋଭିଡ୍ ପ୍ୟାକେଜ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ୪୪ ହଜାରରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ।

CM Inaugurated 15 Online Services Of Fisheries & Animal Resources Development Department (4)

ସୂଚନାଯୋଗ୍ୟ ଯେ- ରାଜ୍ୟର ବୃହତ ଓ ମଧ୍ୟମ ଜଳଭଣ୍ଡାରର ୧ ପ୍ରତିଶତ ଜଳଭାଗରେ ବ୍ୟବସାୟିକ ଭାବରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ୬୦୦ଟି ସବ୍‌ ଜୋନ୍‌ ମଧ୍ୟରୁ ୧୦୦ଟି ସବ୍‌ ଜୋନରେ ଉଦ୍ୟୋଗୀ ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ଉଦ୍ୟୋଗୀଙ୍କ ସହିତ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।

ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ- ମୁଖ୍ୟମନ୍ତ୍ରୀଙ୍କର ଦୃଢ ନେତୃତ୍ୱରେ ବିଭାଗ ରାଜ୍ୟର କୃଷକ ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ୱ ଦେବା ସହ ଏ କ୍ଷେତ୍ରରେ ଅଧିକ ଉଦ୍ୟୋଗୀ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରାଯାଉଛି ।

CM Inaugurated 15 Online Services Of Fisheries & Animal Resources Development Department (4)

ଏହି ଅବସରରେ କେଜ୍‌ କଲ୍‌ଚର ମାଛ ଚାଷ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଦୁଇ ଜଣ କେଜ୍‌ କଲ୍‌ଚର ଚାଷୀ ମାନଙ୍କ ମତାମତ ନିଆଯାଇଥିଲା । ବିଭାଗୀୟ ସଚିବ ଆର୍‌ ରଘୁ ପ୍ରସାଦ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌. କେ ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ

ବାସ୍ତୁ ଶାସ୍ତ୍ର ଅନୁସାରେ, ଅଇଁଠା ବାସନ ରାତି ସାରା ପକାଇ ରଖିଲେ, ପରିବାର ଉପରେ ଏହାର ଖରାପ ପ୍ରଭାବ ପଡ଼ିବା ସହ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏପରିକି ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ ଝଗଡ଼ା ସୃଷ୍ଟି ହୋଇଥାଏ । ଘରର ଲୋକେ ମିଳିମିଶି ରହିନଥା’ନ୍ତି।

ଯଦି ଆପଣ ରାତିସାରା ବାସନକୁ ଅଇଁଠା ପକାଇ ରଖୁଛନ୍ତି, ତେବେ ଘରେ ଥିବା ସକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇ ଯାଇଥାଏ । ତେଣୁ ଅଇଁଠା ବାସନ ଘରେ ପକାଇ ନ ରଖିବା ପାଇଁ ବାସ୍ତୁ ଶାସ୍ତ୍ର ବିଶାରଦମାନେ ପରାମର୍ଶ ଦେଇଥା’ନ୍ତି।

କୁହାଯାଏ, ମା’ ଲକ୍ଷ୍ମୀ ସଫାସୁତୁରା ଘରେ ହିଁ ବାସ କରନ୍ତି। ଏଣୁ ଅଇଁଠା ବାସନ ପଡ଼ି ରହିବା ଯୋଗୁ ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ବ୍ୟବସାୟରେ କ୍ଷତି ହେବା ସହ ଆପଣ କରିବାକୁ ଚାହୁଁଥିବା ନୂଆ କାର୍ଯ୍ୟରେ ମଧ୍ୟ ଅସଫଳ ହୋଇଥା’ନ୍ତି।

ବୈଜ୍ଞାନିକ ଦୃଷ୍ଟିକୋଣରୁ, ରାତିସାରା ଅଇଁଠା ବାସନ ପଡ଼ି ରହିବା ଦ୍ୱାରା ସେଥିରୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହି ବ୍ୟାକ୍ଟେରିଆ ବାସନ ସଫା କଲା ପରେ ମଧ୍ୟ ବାସନରୁ ଯାଇ ନ ଥା’ନ୍ତି । ଆଉ ସଫା କରିବା ପରେ ମଧ୍ୟ ଏହି ସବୁ ବାସନରେ ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ।

ନିଯୁକ୍ତି ନାଁରେ କେତେ ଠକିଛ ? ପ୍ରଦୀପଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍

ଭୁବନେଶ୍ୱର: ଭାବି ଜ୍ୱାଇଁ ସହ ଜନ ଠକେଇ । ଜଣେ କି ଦୁଇ ଜଣ ନୁହେଁ ପୂରା ୬୮ ଜଣଙ୍କୁ ଠକିଥିବା ନେଇ ଅଭିଯୋଗ । ଦେଶରେ ଲକଡାଉନ୍ ଲାଗି ଥିବାବେଳେ ଭାବି ଜ୍ୱାଇଁ ସହ ମିଶି ଲୋକଙ୍କୁ ଠକୁଥିଲେ ଶ୍ୱଶୁର । ଜନଜୀବନ ଠପ୍ ହୋଇ ପଡ଼ିଥିବା ବେଳେ ଅନଲାଇନରେ ବୁଣିଥିଲେ ଠକେଇର ଜାଲ୍ । ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ କେତେ ଜଣଙ୍କୁ ଲୁଟିଛନ୍ତି, କେତେ ଟଙ୍କା ନେଇଛନ୍ତି ? ପ୍ରଦୀପଙ୍କୁ ଏସବୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍ ।

ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ପ୍ରଦୀପଙ୍କୁ ଥାନାକୁ ନେଇ ଜେରା କରୁଛି । ସାଇବର ଥାନାର କେସ୍ ନମ୍ବର ୨୬/୨୦୨୦ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ନାଁରେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଥିଲା ।

Crime Branch Cyber Cell Questioned Pradip Panigrahi In Tata Motors Case

ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ଏମଡି ପରିଚୟ ଦେଇ କାରବାର କରୁଥିଲେ । ଗଞ୍ଜାମର ପ୍ରାୟ ୬୮ ଜଣଙ୍କୁ ଟାଟା ମୋଟର୍ସର ନକଲି ନିଯୁକ୍ତି ପତ୍ର ଦେଇ ଠକିଥିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ଟିମ୍ ୨ ଦିନ ଧରି ଛାନଭିନ୍ କରିଥିଲା । ଠକେଇର ଶିକାର ହୋଇଥିବା କିଛି ଲୋକ ସିଧାସଳଖ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ଟାଟା ମୋଟର୍ସରେ ଚାକିରି ପାଇ ଟଙ୍କା ଜମା କରିଥିବା ଅଭିଯୋଗ କରିଛନ୍ତି ।

Crime Branch Cyber Cell Questioned Pradip Panigrahi In Tata Motors Case

କେବଳ ପ୍ରଦୀପ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ତା ନୁହେଁ । ଭାବି ଜ୍ୱାଇଁ-ଶ୍ୱଶୁରଙ୍କ ଆକାଉଣ୍ଟ ମଧ୍ୟରେ ମଧ୍ୟ ଦେଣନେଣ ହୋଇଛି । ଏପରିକି କୌଣସି ଚାକିରି କରିନଥିବା ଆକାଶ ପାଠକଙ୍କ ଆକାଉଣ୍ଟରେ ରହିଛି ୧୪ କୋଟି ୭୭ ଲକ୍ଷ ଜମା ଟଙ୍କା । ଏସବୁ ଜମା ସ୍ରୋତର ଛାନଭିନ୍ ଲାଗି ଭିଜିଲାନ୍ସ ଇଡି ଓ ଆୟକର ବିଭାଗକୁ ଚିଠି ଲେଖିଛି । ଗିରଫ ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ତିନିଦିନିଆ ରିମାଣ୍ଡରେ ନେଇ SIT ଜେରା କରୁଥିବା ବେଳେ ଆଜି ପ୍ରଦୀପଙ୍କୁ ପଚରାଉଚରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

ଏଥିସହ ପଢ଼ନ୍ତୁ- ଟାଟା ମୋଟର୍ସ ନାଁରେ ଠକେଇ; ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଟାଟା ମୋଟର୍ସ ନାଁରେ ଠକେଇ; ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ EOW ସ୍କାନରକୁ ଆସିଲେ ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ସରକାରୀ ବାସଭବନରୁ ପଚରାଉଚରା ଲାଗି ନେଇଥିବା ସୂଚନା ମିଳିଛି ।

 Crime Branch Interrogating Pradeep Panigrahi On Tata Motors Case

ନିଜକୁ ଟାଟା ମୋଟର୍ସ ଏମଡିର ପରିଚୟ ଦେଇ ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ୬୮ ଜଣଙ୍କୁ ନକଲି ନିଯୁକ୍ତି ପତ୍ର ଦେଇଥିଲେ । ଏଥିସହ ଟାଟା ମୋଟର୍ସ ମଧ୍ୟ କ୍ରାଇମବ୍ରାଞ୍ଚରେ ଆକାଶଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ୨ ଦିନ ଧରି ବ୍ରହ୍ମପୁରରେ ଯାଞ୍ଚ କରୁଥିଲା । ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ କିଛି ଶିକ୍ଷିତ ଯୁବକ ଯୁବତୀଙ୍କ ଚାକିରି କରାଇବା ନାଁରେ ଭାବି ଜ୍ୱାଇଁଙ୍କ ସହଯୋଗରେ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଆକାଶ ଓ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା ଦେଣନେଣ ହୋଇଥିଲା ।

 Crime Branch Interrogating Pradeep Panigrahi On Tata Motors Case

ପୂର୍ବରୁ ଆକାଶ ପାଠକଙ୍କୁ ଗିରଫ କରଯାଇଥିବା ବେଳେ ଏବେ ସେ SITର ରିମାଣ୍ଡରେ ଅଛନ୍ତି । ତଦନ୍ତ ବେଳେ ଆକାଶଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଆକାଶଙ୍କ ଆକାଉଣ୍ଟରେ ହୋଇଥିବା ଆର୍ଥିକ କାରବାରର ତଦନ୍ତ ଲାଗି ଭିଜିଲାନ୍ସ ଇଡି ସହ ଆୟକର ବିଭାଗକୁ ଚିଠି ଲେଖିଛି ।

ମୋର୍ଗାନଙ୍କ କୋର୍ଡ ୱାଡକୁ ନେଇ ବଢୁଛି ବିବାଦ

କେପ ଟାଉନ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ପଡିଛି ଯବନିକା । ଚଳିତ ସପ୍ତାହରେ ଚାଲିଥିବା ସିରିଜକୁ ବରାବର କ୍ଲିନ ସ୍ୱିପ କରିଛି ଇଂଲଣ୍ଡ । ସେପଟେ ନିଜ ମାଟିରେ ଧୂଳି ଚାଟିଛି ଘରୋଇ ସାଉଥ ଆଫ୍ରିକା । କିନ୍ତୁ ସବୁ ଭିତରେ ଜୋରଧରିଛି ଏକ ବିରାଟ ବିଭ୍ରାଟ । ଅଭିଯୋଗ ଉଠିଛି ଭ୍ରମଣକାରୀ ଇଂଲଣ୍ଡ ଟିମର କ୍ୟାପଟେନ ଇୟାନ ମୋର୍ଗାନଙ୍କ ବିରୋଧରେ । ସିରିଜର ଅନ୍ତିମ ମ୍ୟାଚ ଚାଲିଥିବା ସମୟରେ ମୋର୍ଗାନଙ୍କୁ ପଠାଯାଇଥିବା ‘କୋର୍ଡ ୱାଡ’କୁ ନେଇ ଏବେ ଉଠୁଛି ପଡୁଛି କ୍ରିକେଟ ଜଗତ ।

ଅନ୍ତିମ ମ୍ୟାଚକୁ ୯ ୱିକେଟରେ ପୋଛି ନେଇଥିଲା ଇଂଲିଶ ଟିମ । କିନ୍ତୁ ମ୍ୟାଚ ଚାଲିଥିବା ସମୟରେ ଡ୍ରେସିଂ ରୁମରେ ବସିଥିଲେ ଅଧିନାୟକ ମାର୍ଗନ । ସେହି ସମୟରେ କୋଡ ୱାର୍ଡରେ କ୍ୟାପଟେନଙ୍କ ପାଖକୁ ଆସିଥିଲା 4Eଏବଂ 2C ଲେଖାଥିବା ମେସେଜ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ଖୋଦ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଏହାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି ଖେଳ ସମୟରେ ଏପରି କାର୍ଯ୍ୟ ନିୟମ ବାହାରେ । ତେଣୁ କୋର୍ଡ ୱାଡରେ ଆସିଥିବା ମେସେଜର ତଦନ୍ତ କରାଯାଉ ।

ପଡିଆରେ ମୋର୍ଗାନ ବ୍ୟାଟିଂ କରୁଥିବା ବେଳେ ଫ୍ଲେ-କାର୍ଡ ଜରିଆରେ ଡ୍ରେଂସି ରୁମରୁ ମୋର୍ଗାନଙ୍କୁ ଆଡକୁ ଏକ କୋର୍ଡ ଦେଖାଯାଇଥିଲା । ଯେଉଁଥିରେ 4Eଏବଂ 2C ଲେଖାଯାଇଥିଲା । ଖେଳ ଶେଷ ହେବା ପରେ ୱିକେଟ କିପର ବଟଲର କହିଛନ୍ତି, ଏହି କୋର୍ଡ ୱାର୍ଡ ବିଶେଷ କିଛି ଆମ ଦଳକୁ ଲାଭ ଦେଲାନି । ଏହା ମୋର୍ଗାନ ଏବଂ ନାଥନଙ୍କ ଏକ ନୂଆ ତରିକା । ଖେଳ ନିୟମରେ କୈଣସି ଅବମାନନା କରାଯାଇନାହିଁ । ମୋର୍ଗାନ ବିଶ୍ୱର ଜଣେ ଭଲ କ୍ୟାପଟେନ ତେଣୁ ଅଭିଯୋଗ ଲଗାଇବା ଆବଶ୍ୟକ ନାହିଁ ।

ରାଜ୍ୟ ପାଇଁ ଗୌରବ: ଇଣ୍ଡିଆଜ୍‌ ଚାର୍ମିଂ ମିସ୍‌ ଇଣ୍ଡିଆ ହେଲେ ଖୋର୍ଦ୍ଧା ଜଟଣୀର ଝିଅ ପ୍ରିୟଙ୍କା ମହାପାତ୍ର

ଭୁବନେଶ୍ୱର: ଗୋଆରେ ଆୟୋଜିତ ଇଣ୍ଡିଆଜ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ବାଜି ମାରିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା ମହାପାତ୍ର । ଖୋର୍ଦ୍ଧା ଜଟଣୀର ପ୍ରିୟଙ୍କା ପିନ୍ଧିଛନ୍ତି ତାଜ୍ । ସିନେମା ଏବଂ ମେଗା ସିରିଏଲରେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରିୟଙ୍କା । ତେବେ ଏହି ମିସ ଇଣ୍ଡିଆ ମୁକୁଟ ପିନ୍ଧିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଝିଅ ।

ପ୍ରଥମ ଓଡ଼ିଶା ଝିଅ ଭାବରେ ଚାର୍ମିଙ୍ଗ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜଟଣୀର ପ୍ରିୟଙ୍କା ମହାପାତ୍ର । ଦେଶର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ହାସଲ କରିଛନ୍ତି ସଫଳତା । ପ୍ରିୟଙ୍କା ଏହି ICF ଚାରମିଙ୍ଗ ରେ ଭାଗ ନେଲାବେଳେ ଓଡ଼ିଆ ବିର ପାଇକ ମାଟିର ବେଶ ପୋଷାକରେ ସଜିତ ହୋଇଥିଲେ।

୨୨ ବର୍ଷୀୟା ପ୍ରିୟଙ୍କା ଯୁକ୍ତ ୩ ବିଜ୍ଞାନରେ ରସାୟନ ବିଜ୍ଞାନରେ ଅନର୍ସ ରଖି ବାଙ୍କୀ କଲେଜରୁ ଟପ୍ପର ହୋଇଛନ୍ତି । ବର୍ତ୍ତମାନ ସେ ଛୋଟ ପରଦାରେ ବେଶ୍ ସକ୍ରିୟ ଅଛନ୍ତି । ଜଣେ ମେଧାବୀ ଛାତ୍ରୀ ହିସାବରେ ପାଠ ପଢିବା ସମୟରୁ ଅଭିନୟ, ମଡେଲିଂ, ନୃତ୍ୟ, ସଙ୍ଗୀତ ପ୍ରତି ଥିଲା ତାଙ୍କର ଥିଲା ରୁଚି । ବାପା ବିଭୁତି ମହାପାତ୍ର ଏବଂ ମାତା ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ତାଙ୍କର ଏହି କାମରେ ବେଶ ସପୋର୍ଟ କରିଥାନ୍ତି । ଏକମାତ୍ର ଓଡ଼ିଆ ଭାବେ ସାରା ଭାରତ ବର୍ଷର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଗୌରବ ହାସଲ କରିଛନ୍ତି ପ୍ରିୟଙ୍କା ।

୧୫ ଶହ ଟଙ୍କାରୁ ୨ ହଜାର କୋଟି, ଜାଣନ୍ତୁ MDH ମାଲିକଙ୍କ ପରଦା ପଛର କାହାଣୀ

ନୂଆଦିଲ୍ଲୀ: ଆଉ ନାହାଁନ୍ତି ପ୍ରସିଦ୍ଧ ମସଲା MDHର ମାଲିକ ମହାଶୟ ଧରମପାଲ ଗୁଲାଟି । ୯୭ ବର୍ଷ ବୟସରେ ମାତା ଚନନ ଦେବୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଏହି ପ୍ରସିଦ୍ଧ ବିଜନେସମ୍ୟାନ ।

୧୯୨୩ ମସିହା ମାର୍ଚ୍ଚ ମାସ ୨୭ ତାରିଖରେ ସିଆଲକୋଟ ବା ପାକିସ୍ତାନରେ ଜନ୍ମ ହୋଇଥିଲେ ଧରମପାଲ । ଦେଶ ବିଭାଜନ ପରେ ଧରମପାଲ ଏବଂ ତାଙ୍କ ପରିବାର ଭାରତ ଆସିଯାଇଥିଲେ । ସାଙ୍ଗରେ ଆଣିଥିଲେ ୧୫୦୦ ଟଙ୍କା । ପ୍ରଥମେ ଜଣେ ଘୋଡ଼ା ଗାଡ଼ି ଚାଳକ ଭାବରେ କାମ ଆରମ୍ଭ କଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପରିବାର କରୋଲବାଗର ଆଜମଲ ଖାନ ରୋଡରେ ମସଲା ଦୋକାନ ଆରମ୍ଭ କରିବା ପାଇଁ ସମସ୍ତ ସାମଗ୍ରୀ ଠୁଳ କଲେ । ମହାସିଆନ ଦି ହାଟି ବା ଏମଡିଏଚ୍ ତାଙ୍କ ବାପା ମହାଶୟ ଚୁନିଲାଲ ଗୁଲାଟିଙ୍କ ଦ୍ୱାରା ସ୍ଥାପିତ ହେଲା । ଧୀରେ ଧୀରେ ବିଜନେସ ବଢିଲା ଏବଂ ଏବେ ଭାରତ ଏବଂ ଦୁବାଇରେ ଏମଡିଏଚର ୧୮ଟି ଫ୍ୟାକ୍ଟ୍ରି ରହିଛି । ଯେଉଁଠାରୁ ବିଶ୍ୱର ବିଭିନ୍ନ ସ୍ଥାନକୁ ମସଲା ରପ୍ତାନୀ ହେଉଛି ।

କମ୍ପାନୀ ଏବେ ୬୨ଟି ପ୍ରଡକ୍ଟ ବିକ୍ରି କରୁଛି ଏବଂ ଉତ୍ତର ଭାରତରେ ୮୦ ପ୍ରତିଶତ ମାର୍କେଟ ଶେୟାର ଥିବା ଦାବି କରୁଛି । ଗୁଲାଟି ବିଶ୍ୱର ପ୍ରାୟ ପୁରୁଣା ବିଜ୍ଞାପନ ତାରକା । ଥରେ ବିଜ୍ଞାପନ ସୁଟିଂରେ ଝିଅର ବାପା ଚରିତ୍ରରେ ଅଭିନୟ କରୁଥିବା ଆକ୍ଟର କୌଣସି କାରଣରୁ ତାହା କରିପାରିଲେ ନାହିଁ । ଯାହାପରେ ନିଜେ ଗୁଲାଟିଙ୍କୁ ନିର୍ଦ୍ଦେଶକ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଲେ । ଏହାଦ୍ୱାରା କିଛି ଟଙ୍କା ବଞ୍ଚିଯିବ ଭାବି ଗୁଲାଟି ଏମଡିଏଚ ମସଲା ବିଜ୍ଞାପନରେ ଝିଅର ବାପା ଚରିତ୍ରରେ ଅଭିନୟ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ । ତାହା ପରଠାରୁ ସେ ଦେଶର ପ୍ରତି ଘରେ ଘରେ ପରିଚିତ ହୋଇଗଲେ ।

ପଞ୍ଚମ ଶ୍ରେଣୀରୁ ପାଠପଢା ଛାଡ଼ିଥିବା ଗୁଲାଟି ଏଫଏମସିଜି ସେକ୍ଟରରେ ଅଧିକ ଇନକମ କରୁଥିବା ସିଇଓ ଭାବରେ ବେଶ୍ ଜଣାଶୁଣା ।
ସ୍ପାଇସ କିଙ୍ଗ୍ ଭାବରେ ଜଣାଶୁଣା ଗୁଲାଟି ୨୦୧୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

PFI ଉପରେ EDର ଦେଶବ୍ୟାପୀ ରେଡ୍

ନୂଆଦିଲ୍ଲୀ: ଉଗ୍ରବାଦୀ ସଂସ୍ଥା, ପିଏଫଆଇ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର ପଡିଛି । ସାରା ଦେଶରେ ପିଏଫଆଇ ସଙ୍ଗଠନ ଥିବା ସ୍ଥାନରେ ଇଡି ରେଡ୍ କରିବା ଆରମ୍ଭ କରିଛି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଏହି ଦେଶବ୍ୟାପୀ ରେଡ୍ ହେଉଛି । କେରଳର ୬ଟି ସ୍ଥାନରେ ଏହି ରେଡ୍ ପଡିଛି । କୋଚି, ମାଲାପୁରମ୍ ଓ ଥିରୁବନନ୍ତପୁରମ୍ ସେଗୁଡ଼ିକ ମଧ୍ୟରୁ ଅନ୍ୟତମ ।

ସେହିଭଳି ତାମିଲନାଡୁର ୫ଟି ସ୍ଥାନ, ପଶ୍ଚିମବଙ୍ଗର ୨ଟି ସ୍ଥାନ, କର୍ଣ୍ଣାଟକର କିଛି ସ୍ଥାନ, ସାହିନବାଗ୍, ଉତ୍ତରପ୍ରଦେଶର ଲକ୍ଷୌ ଓ ବିହାରର ଦରଭଙ୍ଗା ଭଳି ସ୍ଥାନରେ ମଧ୍ୟ ଇଡି ପହଞ୍ଚିଛି । ସେହିଭଳି ମହାରାଷ୍ଟ୍ରର ଔରଙ୍ଗାବାଦ, ରାଜସ୍ଥାନର ଜୟପୁରରେ ଇଡି ଟିମ୍ ପହଞ୍ଚି ଜେରା ଓ ଯାଞ୍ଚ କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପିଏଫଆଇ ଇଡିର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଛି ।

ସରକାରଙ୍କୁ ବିରୋଧ କରୁଥିବା ହେତୁ ତାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏଭଳି କରାଯାଉଥିବା ପିଏଫଆଇ କହିଛି । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ପୋଲିସ ଅଧିନରେ ପୂର୍ବରୁ ପିଏଫଆଇ ବିରୋଧରେ ଅନେକ ମାମଲା ରହିଛି । ଅଧିକାଂଶ ମାମଲା ସିଏଏ ବିକ୍ଷୋଭ ସମୟର ଅଟେ । ଏହି ସଂସ୍ଥା ଉପରେ ଅଭିଯୋଗ ଯେ ସଂସ୍ଥା ସିଏଏ ବିକ୍ଷୋଭ ସମୟରେ ଅର୍ଥ ଯୋଗାଇ ଦଙ୍ଗା ଉସକେଇବାରେ ସହାୟତା କରିଥିଲା । ନସରୁଦ୍ଦିନ ଏଲାମରମ୍ ଏହାର ଏବେ କାର ଅଧ୍ୟକ୍ଷ ହୋଇଥିବା ବେଳେ ଅନେକ ଥର ତାଙ୍କୁ ଏହି ପ୍ରସଙ୍ଗ ଜେରା ମଧ୍ୟ କରାଯାଇ ସାରିଛି ।

ସାବତ ମାଆ କାଟି ଦେଲା ୯ ବର୍ଷର ଝିଅର ଗାଲ

ବାଲିଗୁଡ଼ା: ମାଆ ଡାକରେ କଳଙ୍କ ସାଜିଲା ସାବତ ମାଆ । ସ୍ନେହ, ଭଲ ପାଇବା ଭୁଲି ସାବତ ଝିଅକୁ ଦେଲା ଯନ୍ତ୍ରଣା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ପଡ଼ା ଗାଁରେ । ୯ ବର୍ଷର ଝିଅର ଗାଲକୁ ବ୍ଲେଡ୍ରେ ସାବତ ମାଆ କାଟି ଦେଇଥିବା ଅଭିଯୋଗ ହୋଇଛି । ଖବରପାଇ ଘଟଣାସ୍ଥଳରେ ଚାଇଲ୍ଡ ଲାଇନ୍ ଟିମ୍ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଥାନାରେ ଅଭିଯୋଗ କରିଛି ।

Step Mother Cut 9 Year Old Daughter’s Chick In Baliguda

ସୂଚନା ଅନୁସାରେ କାମ୍ପଡ଼ା ଗାଁର ଦିଲୀପ ଦିଗାଲ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ୯ ବର୍ଷର ଝିଅଟିଏ ରହିଛି । ଗତକାଲି ପ୍ରଥମ ପତ୍ନୀଙ୍କ ଝିଅ ଓ ଦ୍ୱିତୀୟ ପତ୍ନୀଙ୍କ ପୁଅ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଝିଅର ଗାଲକୁ ସାବତ ମାଆ ପାର୍ବତୀ ବ୍ଲେଡରେ କାଟି ଦେଇଥିବା ଅଭିଯୋଗ ହୋଇଛି ।

ଚାଷୀ ଖାଇଲେନି ସରକାରଙ୍କ ଖାଦ୍ୟ; ସିନ୍ଧୁ ସୀମାରୁ ଆସିଲା ଖାଦ୍ୟ…

ନୂଆଦିଲ୍ଲୀ: ଦିଲ୍ଲୀ ଚାଷୀ ଆନ୍ଦୋଳନ ୮ ଦିନରେ ପହଞ୍ଚିଲାଣି । ସରକାରଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଆଜି ୨ୟ ଆଲୋଚନା ହେଉଛି । ତେବେ ଆଜିର ବୈଠକରେ ଏଭଳି ଏକ ଘଟଣା ଘଟିଛି ଯାହା ଆଦୌ ସ୍ୱାଭାବିକ ନଥିଲା । ଆଲୋଚନା ମଝିରେ ସରକାର ଚାଷୀନେତାଙ୍କ ପାଇଁ ମଧ୍ୟାହ୍ଣ ଭୋଜନର ବ୍ୟବସ୍ଥା କରିଥିଲେ । ମାତ୍ର ଚାଷୀ ସରକାରଙ୍କ ପ୍ରଦତ୍ତ ଖାଦ୍ୟ ଗ୍ରହଣ କରିବାକୁ ମନା କରିଛନ୍ତି । ଚାଷୀ ସଙ୍ଗଠନର ନେତାମାନଙ୍କ ପାଇଁ ସିନ୍ଧୁ ସୀମା ପାଖରୁ ଖାଦ୍ୟ ଅଣାଯାଇଛି ଓ ଚାଷୀ ନେତାମାନେ ତାହାକୁ ହିଁ ଖାଇଛନ୍ତି । ଏକ ଆମ୍ୱୁଲାନ୍ସ ସହାୟତାରେ ସେମାନଙ୍କ ପାଇଁ ଖାଦ୍ୟ ଆସି ବିଜ୍ଞାନ ଭବନରେ ପହଞ୍ଚିଥିଲା ।

ଉଲ୍ଲେଖଯୋଗ୍ୟ ଯେ ସରକାର ନେତାମାନଙ୍କୁ ଖାଦ୍ୟ ଗ୍ରହଣ କରିବାକୁ କହିବା ପରେ ଚାଷୀମାନେ ଏଭଳି କରିବାକୁ ମନା କରିଥିଲେ । ଚାଷୀ ନେତାଙ୍କର କହିବା କଥା ଯେ, ସରକାର କୃଷି ଆଇନ ଆଣି ସେମାନଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିଛନ୍ତି । ଏହା ବିରୋଧରେ ଦିଲ୍ଲୀରେ ବ୍ୟାପକ ବିକ୍ଷୋଭ ଚାଲୁଛି । ଏଭଳି ସ୍ଥିତିରେ ସରକାରଙ୍କ ଆତିଥ୍ୟ ସ୍ୱୀକାର କରିବାର ପ୍ରଶ୍ନ ଉଠୁନାହିଁ । ଆମ ଚାଷୀ ଭାଇମାନେ ସୀମାରେ ଯେଉଁଭଳି ସ୍ଥିତିରେ ରହିଛନ୍ତି ଓ ଯାହା ଖାଉଛନ୍ତି ଆମେ ମଧ୍ୟ ସେମିତି ହିଁ ରହିବାକୁ ପସନ୍ଦ କରିବୁ । ତେଣୁ ସରକାରଙ୍କ ପ୍ରଦତ୍ତ ଖାଦ୍ୟ ଖାଇବାର ସାମାନ୍ୟତମ ଆଗ୍ରହ ଆମମାନଙ୍କ ମଧ୍ୟରେ ନାହିଁ ।

ଚାଷୀମାନଙ୍କ ପକ୍ଷରେ ଥିବା ଏକମାତ୍ର ମହିଳା ନେତା କବିତା ତାଲୁକଦାରଙ୍କ ପ୍ରଶ୍ନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ଅଲ ଇଣ୍ଡିଆ କିଷାନ ସଂଯୁକ୍ତ କମିଟିର ମଧ୍ୟ ସଦସ୍ୟ ଅଟନ୍ତି ।ଆଜି ବୈଠକରେ ସେ ସରକାରଙ୍କ ଭାଷାରେ ସରକାରଙ୍କୁ ପ୍ରଶ୍ନ କରି ତାର୍କିକ ଉତ୍ତର ମାଗିଥିଲେ । ଚାଷୀଙ୍କ ପକ୍ଷ ନେଇ ସେ କହିଥିଲେ ଯେ, ସରକାର ପ୍ରସଙ୍ଗକୁ ବୁଲାଇ ବୁଲାଇ କେବଳ ସମୟ ବରବାଦ କରିବାକୁ ଚାହୁଁଛନ୍ତି । ଆମର ଦାବି ଏକଦମ ସ୍ପଷ୍ଟ । ଏମଏସପି ଓ ଏହାର ଦରକୁ ସରକାର ଆଇନରେ ସ୍ଥାନିତ କରନ୍ତୁ ତେବେ ଯାଇ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିବୁ ।

ତେବେ ପ୍ରଥମ ଥର ପାଇଁ ଚାଷୀଙ୍କ ପକ୍ଷରୁ ଏତେ ଦୃଢ ଯୁକ୍ତି ଉପସ୍ଥାପନା ଦେଖି ସରକାରଙ୍କୁ ବ୍ୟାକ୍ ଫୁଟରେ ଦେଖିବାକୁ ମିଳିଥିଲା । ସେହିଭଳି ଚାଷୀଙ୍କର ଏପିଏମସି ଆକ୍ଟର ୧୭ ତମ ପଏଣ୍ଟ ଉପରେ ମତଭେଦ, ଜରୁରୀ ଦ୍ରବ୍ୟ ଅଧିନିୟମର ୮ ନମ୍ୱର ପଏଣ୍ଟ ଉପରେ ମତଭେଦ ରହିଛି | ଏହା ବ୍ୟତୀତ ଚୁକ୍ତିଭିତ୍ତିକ ଚାଷରେ ୧୨ ନମ୍ୱର ପଏଣ୍ଟ ଉପରେ ମତଭେଦ ରହିଛି |