spot_img
Home Blog Page 6315

ଦେଶର ଶ୍ରେଷ୍ଠ ୧୦ ଥାନା ଘୋଷଣା

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ୧୦ଟି ଥାନାର ନାମ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନିଷ୍ଠାପର କର୍ତ୍ତବ୍ୟ ପ୍ରତିପାଦିତ କରି ଏହି ଦଶ ଥାନା ଅର୍ଜନ କରିଛନ୍ତି ସୁନାମ । ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକାଶ କରିଥିବା ଏହି ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି ମଣିପୁର ଥୌବଲୀ ଜିଲ୍ଲାର ନେଙ୍ଗପୋସେମ୍ବ ଥାନା । ଭଲ କାର୍ଯ୍ୟ କରି ଦେଶର ଶ୍ରେଷ୍ଠ ଥାନା ଭାବେ ନିର୍ବାଚିତ ହୋଇଥିବା ଜଣାଇଛି ଗୃହ ବିଭାଗ । ସେହିପରି ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ସଲାମସେଟର ଏଡବ୍ଲ୍ୟୁପିସି- ସିରାମଙ୍ଗଳମ ଥାନା ରହିଥିବାବେଳେ ତୃତୀୟ ସ୍ଥାନ ବଜାୟ ରଖିଛି ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଖାରସାଙ୍ଗ ଥାନା ।

ବର୍ଷ ୨୦୨୦ ପାଇଁ ୧୬,୬୭୧ ଥାନା ପ୍ରତିଯୋଗିତାରେ ସାମିଲ ରହିଥିଲେ  । ସେମାନଙ୍କ  ମଧ୍ୟରୁ ଶ୍ରେଷ୍ଠ ଦଶଟି ଥାନାକୁ ନିର୍ବାଚିତ କରିଛି କେନ୍ଦ୍ର ଗୃହ ବିଭାଗ । ଯେଉଁଥିରେ ସମୁଦାୟ ୧୦ ଟି ଥାନାକୁ ପର୍ଯ୍ୟାୟ କ୍ରମେ  କରାଯାଇଛି ବିବେଚିତ । ଏହି ପର୍ଯ୍ୟାୟରେ ଚତୁର୍ଥରେ ଛତିଶଗଡ ସୁରଜପୁରର ଝିଲମିଲ ଥାନା, ପଞ୍ଚମରେ ଗୋଆର ସଙ୍ଗୁଇମ, ଷଷ୍ଠରେ ଆଣ୍ଡାମାନ ନିକୋବରର କାଳୀଘାଟ ଥାନା, ସପ୍ତମରେ ସିକିମର ପୂର୍ବ ପାକୟୋଙ୍ଗ ଥାନା ରହିଛି ।

ସେହିପରି ଏହି ତାଲିକାର ଅଷ୍ଟମରେ ରହିଛି ଉତ୍ତରପ୍ରଦେଶ ମୁର୍ସିଦାବାଦର ଙ୍କାଠ ଥାନା , ନବମରେ ଦାଦ୍ରା ନଗର ହାବେଲୀର ଖାନବେଲ ଥାନା ରହିଥିବା ବେଳେ ତାଲିକାର ୧୦ରେ ରହିଛି ତେଲେଙ୍ଗାନା କରୀମନଗର ଜିଲ୍ଲାର ଜମ୍ମିକୁଣ୍ଟା ଟାଉନ ଥାନା । ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ବାର୍ତ୍ତାରେ କୁହାଯାଇଛି, କେନ୍ଦ୍ର ସରକାର ପ୍ରତିବର୍ଷ ଦେଶର ଶ୍ରେଷ୍ଠ ୧୦ ଥାନାକୁ ମନୋନୀତ କରିଥାଆନ୍ତି । ଫଳରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ କରିବାର ପ୍ରତିବଦ୍ଧତା ଏହା ଦ୍ୱାରା ବୃଦ୍ଧି ଘଟିଥାଏ । ଫଳରେ ପୋଲିସ କର୍ମଚାରୀଙ୍କ  ନିଷ୍ଠାପର କାର୍ଯ୍ୟ କରିବାର ପ୍ରତିଯୋଗିତା ପ୍ରକାଶ ପାଇଥାଏ ।

ଟାଟା ମୋଟର୍ସରେ ଝିଅର ଚାକିରି କରାଇ ଦେବେ କହି ପ୍ରଦୀପ ନେଇଛନ୍ତି ୬ ଲକ୍ଷ ଟଙ୍କା !

ବ୍ରହ୍ମପୁର: ପ୍ରଦୀପଙ୍କ ବାହାସ୍ଫୋଟର ଦ ଏଣ୍ଡ୍ । ଦଳରୁ ବିଦା ହେବା ପରେ ବାଚଳାମୀ ଆରମ୍ଭ କରି ଦେଇଥିବା ପ୍ରଦୀପ ପାଣିଗ୍ରାହୀ ଯେ ଅର୍ଥ ମୋହରେ ଏତେ ତଳକୁ ଖସି ଯାଇ ପାରନ୍ତି, ତାର ପ୍ରମାଣ ମିଳିଛି । ଜ୍ୱାଇଁ ଶ୍ୱଶୁରଙ୍କ ନେକ୍ସସ୍ ଅଧ୍ୟାୟ ଖୋଲିଛନ୍ତି ଗୋପାଳପୁର ବିଧାନସଭା ମଣ୍ଡଳୀର ଜଣେ ଟାଟା ବିସ୍ଥାପିତ । ଯାହାଙ୍କ ଝିଅକୁ ଟାଟା ମୋଟର୍ସରେ ଚାକିରି ଦେବାକୁ କହି ପ୍ରଦୀପ ଓ ଆକାଶ ପାଠକ ଠକିଛନ୍ତି ୬ଲକ୍ଷ ଟଙ୍କା ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ଟାଟା କୋଲନୀରେ ରୁହନ୍ତି ଗୋପାଳପୁର ବିଧାନସଭା ମଣ୍ଡଳୀର ହେମନ୍ତ ରଥ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଅଭାବୀ ମଣିଷଙ୍କୁ ଜାଲ୍ ନିଯୁକ୍ତିର ଜାଲ ପକାଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପାଠକ ପରିବାର ସହ ପ୍ରଦୀପଙ୍କ ମୁଖା ଖୋଲିବା ପରେ ଗୋପାଳପୁର ଥାନାରେ ଫେରାଦ ହୋଇଛନ୍ତି ହେମନ୍ତ ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ତିନିଝିଅଙ୍କ ବାପା ହେଉଛନ୍ତି ହେମନ୍ତ । ବଡ଼ଝିଅ ବିଟେକ୍ ପାସ୍ କରିବା ପରେ ଚାକିରି ଖୋଜୁଥିଲେ । ବାପା ହେମନ୍ତ ଝିଅର ଚାକିରି ପାଇଁ କୌଣସି ପ୍ରାଇଭେଟ୍ କମ୍ପାନୀରେ ସୁପାରିସ୍ କରିବାକୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁହାରୀ କରିଥିଲେ । ଆଉ ପ୍ରଦୀପ, ନିଜ ଜାଲ୍ ନିଯୁକ୍ତିର ଜାଲରେ ପକାଇ ଦେଇଥିଲେ ହେମନ୍ତଙ୍କୁ । ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ତାଙ୍କୁ ଆପ୍ଲାଏ କରିବାକୁ ପ୍ରବର୍ତ୍ତାଇଥିଲେ ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ଝିଅ ଅନଲାଇନରେ ଆପ୍ଲାଏ କଲେ । ଏପଟେ ବିଧାୟକ ପ୍ରଦୀପ ନିଜ ଠକ ଭାବି ଜ୍ୱାଇଁ ଆକାଶଙ୍କ ସାହାରା ନେଇ ପର୍ଯ୍ୟାୟକ୍ରମେ ଟଙ୍କା ନେଇ ଚାଲିଲେ । ମିଛ ଚାକିରିର ସତ ଡିଲ୍ ହୋଇଥିଲା ୬ ଲକ୍ଷ ଟଙ୍କାରେ । ଅଭାବୀ ବିସ୍ଥାପିତ ହେମନ୍ତ ଧାର ଉଧାର କରି ଝିଅର ଚାକିରି ପାଇଁ ପ୍ରଥମେ ଲକ୍ଷେ, ଏହାପରେ ୨ଲକ୍ଷ ଓ ଶେଷରେ ୩ ଲକ୍ଷ ଟଙ୍କା ଏମିତି ୬ ଲକ୍ଷ ଟଙ୍କା ଦେଇଥିଲେ ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

କେବଳ ହେମନ୍ତ ନୁହେଁ ସୁନୀଲ ନାମକ ଜଣେ ଯୁବକ ଚାକିରି ପାଇଁ ୪ ଲକ୍ଷ ଟଙ୍କା ନିଜ ଆକାଉଣ୍ଟରୁ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଦେଇଥିବା ଅଭିଯୋଗ କରିଛନ୍ତି ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ପାଠକ-ପ୍ରଦୀପ ଲିଙ୍କର ଗୁମର ଖୋଲୁଛି ଭିଜିଲାନ୍ସ । ସ୍ପେଶାଲ୍ ଇନେଭେଷ୍ଟିଗେସନ୍ ଟିମ୍ (SIT) ତନାଘନା କରୁଛି ପୂରା ଘଟଣାର । ଏଭଳି ସ୍ଥିତିରେ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ପ୍ରଦୀପଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି, ତାର ଭବିଷ୍ୟତ କଣ ? ତଥ୍ୟ କହୁଛି, ହେମନ୍ତଙ୍କ ଭଳି ୬୮ଜଣଙ୍କୁ ନିଯୁକ୍ତି ଚିଠା ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଭାବି ଜ୍ୱାଇଁ-ଶ୍ୱଶୁର ଯୋଡ଼ି । ଏବେ ହେମନ୍ତ ପୋଲିସ୍ ପାଖରେ ପହଞ୍ଚିଲେଣି ।  ସବୁଠାରୁ ବଡ଼କଥା ହେଲା କିଏ ଫେରାଇବ ଗରିବ ହେମନ୍ତଙ୍କ ୬ ଲକ୍ଷ ଟଙ୍କା ? ଏ ଉତ୍ତର ଦେଇ ପାରିବେ ତ ପ୍ରଦୀପ ।

ସକାଳୁ ଦାନ୍ତ ନଘଷି ପାଣି ପିଇବା ଶରୀର ପକ୍ଷେ ଖୁବ ହିତକର ! ଜାଣନ୍ତୁ କେମିତି…

ଜଣେ ବ୍ୟକ୍ତି ପାଞ୍ଚ ଦିନ ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ମନୁଷ୍ୟ ଶରୀରରେ ୭୦ ପ୍ରତିଶତ କେବଳ ଜଳ ରହିଥାଏ । ଏଣୁ ଜଳ ବିନା ଜୀବନ ଅସମ୍ଭବ କୁହାଯାଇଥାଏ । ତେବେ କିଛି ଲୋକ ସକାଳୁ ଉଠିବା ମାତ୍ରେ ଅଘଷା ପାଟିରେ ଚା’ କିମ୍ବା କଫି ପିଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି ଚା-କଫି ଇତ୍ୟାଦି ଠାରୁ ବହୁତ ଗୁଣରେ ଲାଭଦାୟକ ହୋଇଥାଏ ଅଘଷା ପାଟିରେ ପାଣି ପିଇବା । ତେବେ ଆସନ୍ତୁ ଜାଣିବା ଅଘଷା ପାଟିରେ ପାଣି ପିଇଲେ ଶରୀରକୁ କ’ଣ ଲାଭ ମିଳିଥାଏ ।

-ସକାଳୁ ଉଠି ଅଘଷା ପାଟିରେ ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ । ରାତିରେ ଶୋଇବା ସମୟରେ ପାଟିରେ ସୃଷ୍ଟି ହୋଇଥିବା ଲାଳ ପେଟକୁ ସଫା ରଖିବା ସହ ତ୍ୱଚା ଉଜ୍ଜ୍ୱଳ କରିଥାଏ ।

– ଖାଲି ପେଟରେ ସକାଳୁ ପାଣିପିଇବା ଦ୍ୱାରା ଶରୀରରେ ୨୫ ପ୍ରତିଶତ ଅଧିକ ଶକ୍ତି ସୃଷ୍ଟି ହୋଇଥାଏ। ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ କରିବା ସହ ମେଦ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ।

-ସକାଳୁ ଉଠିବା ମାତ୍ରେ ପାଣି ଏକ ଗ୍ଲାସ ପିଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ ରଖିଥାଏ ।

-ସଠିକ୍ ଭାବେ ପାଣି ପିଇବା ଦ୍ୱାରା ତ୍ୱାଚର ଚମକ ରହିବା ସହ ଏଥି ସମ୍ବନ୍ଧୀୟ ବିଭିନ୍ନ ଅସୁବିଧାରୁ ରକ୍ଷା ମିଳିଥାଏ ।

ଭାଙ୍ଗକୁ ଔଷଧ ବୋଲି ମାନିଲା ଜାତିସଂଘ, ୨୭ ଦେଶ ସପକ୍ଷରେ ଦେଲେ ଭୋଟ୍

ଯୁକ୍ତରାଷ୍ଟ୍ର ଆମେରିକା: ଯୁକ୍ତରାଷ୍ଟ୍ର ସଂଘରେ ହୋଇଥିବା ଐତିହାସିକ ମତଦାନ ପରେ ଭାଙ୍ଗକୁ ଏକ ଔଷଧ ରୂପର ମାନ୍ୟତା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର (WHO) ବିଶେଷଜ୍ଞଙ୍କ ସୁପାରିସ ପରେ ସଂଯୁକ୍ତ ରାଷ୍ଟ୍ର ଏହି ନିଷ୍ପତ୍ତି ନେଇଛି । ଯୁକ୍ତରାଷ୍ଟ୍ରର ମାଦକ ପଦାର୍ଥ ଆୟୋଗ ଭାଙ୍ଗକୁ ସେହି ଡ୍ରଗ୍ସ ତାଲିକାରୁ ହଟାଇଦେଇଛି ଯେଉଁଠି ହେରୋଇନ ଭଳି ଡ୍ରଗ୍ସ ସାମିଲ ଥିଲା । ଏହି ଲିଷ୍ଟରେ ସେହି ସମସ୍ତ ଡ୍ରଗ୍ସକୁ ରଖାଯାଏ ଯାହା ଅତ୍ୟନ୍ତ ଆଡିକଟିଭ ଅଟେ । ଅବଶ୍ୟ ଯୁକ୍ତରାଷ୍ଟ୍ରର ଆଇନ ଅନୁସାରେ, ଭାଙ୍ଗକୁ ଏବେ ବି ଡାକ୍ତରୀ ଚିକିତ୍ସା ପାଇଁ ନିଷେଧ ଔଷଧ ଭାବରେ ବିବେଚନା କରାଯାଏ ।

 

ତେବେ ପ୍ରତିବନ୍ଧିତ ମାଦକ ପଦାର୍ଥକୁ ଲିଷ୍ଟରୁ ବାହାର କରିବା ପାଇଁ ଯୁକ୍ତରାଷ୍ଟ୍ର ମତଦାନ କରିଥିଲା । ଏହି ମତଦାନ ପକ୍ଷରେ ୨୭ ଦେଶ ଥିବା ବେଳେ ୨୫ ସଦସ୍ୟ ଏହାର ବିରୋଧରେ ଭୋଟ ଦେଇଥିଲେ । ଏହି ଐତିହାସିକ ଭୋଟିଂ ସମୟରେ ଆମେରିକା ଏବଂ ବ୍ରିଟେନ ପରିବର୍ତ୍ତନର ପକ୍ଷରେ ମତଦାନ ଦେଇଥିଲେ । ଅନ୍ୟପଟେ ଭାରତ, ପାକିସ୍ତାନ, ନାଇଜେରିଆ ଏବଂ ଋଷ ଏହି ପରିବର୍ତ୍ତନର ବିରୋଧରେ ଥିଲେ ।

ତେବେ ଯୁକ୍ତରାଷ୍ଟ୍ରର ଏହି ନିଷ୍ପତ୍ତି ପରେ ଭାଙ୍ଗରେ ତିଆରି ଔଷଧ ବ୍ୟବହାରରେ ବୃଦ୍ଧି ଦେଖିବାକୁ ମିଳିପାରେ । ଏହା ବ୍ୟତୀତ ଭାଙ୍ଗ ଉପରେ ବୈଜ୍ଞାନିକ ଅନୁସନ୍ଧାନରେ ମଧ୍ୟ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିପାରେ । ଜାତିସଂଘର ଏହି ନିଷ୍ପତ୍ତି ପରେ ବିଶ୍ୱାସ କରାଯାଏ ଯେ ଅନେକ ଦେଶ ମଧ୍ୟ ଭାଙ୍ଗ ଏବଂ ଭାଙ୍ଗର ବ୍ୟବହାରକୁ ନେଇ ନୀତି ପରିବର୍ତ୍ତନ କରିପାରନ୍ତି ।

ସୂଚନା ଅନୁଯାୟୀ ଭାଙ୍ଗ ଏବଂ ଭାଙ୍ଗର ଔଷଧିୟ ଲାଭ ବିଷୟରେ ଆଲୋଚନା ବର୍ତ୍ତମାନ ଜୋର ଧରିଛି । ବର୍ତ୍ତମାନ ୫୦ରୁ ଅଧିକ ଦେଶ ଭାଙ୍ଗର ଚିକିତ୍ସା ମୂଲ୍ୟ ବୁଝୁଛନ୍ତି ଏବଂ ଏହାକୁ କୌଣସି ପ୍ରକାରେ ଆଇନଗତ କରିଛନ୍ତି । କାନାଡା, ଉରୁଗ୍ୱେ ଏବଂ ଯୁକ୍ତରାଷ୍ଟ୍ରର ୧୫ଟି ରାଜ୍ୟରେ ଭାଙ୍ଗର ଔଷଧିୟ ବ୍ୟବହାରକୁ ଆଇନଗତ କରିସାରିଛି ।

ନାତୁଣୀଙ୍କୁ ଧରି ସୁନା ଦୋକାନ ସଫା କରୁଥିଲେ ଆଈ

ଭଦ୍ରକ: ଭଦ୍ରମୁଖା ତଳେ ଚୋର ଚେହେରା । ଏମାନେ ଏମିତି ସେମିତି ଚୋର ନୁହଁନ୍ତି । ବେଶଭୂଷାରେ ସମ୍ଭ୍ରାନ୍ତ ଦିଶୁଥିବା ଏହି ୩ ମହିଳା ଆଖି ଆଗରେ ବୁଲାଉଥିଲେ କଳାକନା । ଅତି ଚଞ୍ଚକତାର ସହ ଗହଣା ଦୋକାନରୁ ଲୁଟୁଥିଲେ ସୁନା, ରଖି ଦେଉଥିଲେ ଇମିଟେସନ୍ । ଲେଡି ଲୁଟେରାଙ୍କ ଏମିତି କାରନାମା ଧରା ପଡ଼ିଯାଇଛି । ସୁନା କିଣିବାକୁ ଆସିବାକୁ ଆସିଥିବା ୩ ମହିଳା ଏବେ ଜେଲରେ ।

Bhadrak Police Detained 3 Women For Gold Ornament Loot

ବୁଧବାର ସନ୍ଧ୍ୟା । ଜମି ଆସୁଥାଏ ବେପାର । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସରେ ପହଞ୍ଚିଥିଲେ ଗୋଟିଏ ପରିବାରର ତିନିଜଣ । ସମ୍ପର୍କରେ ଆଈ, ନାତୁଣୀ ଓ ଝିଅ । ଆମ୍ଭ ହେଲା ସୁନା ଦେଖା । କାନଫୁଲରୁ ମୁଦି ଗୋଟିକ ଗୋଟିକ ପରେ ଗୋଟିଏ ଅଳଙ୍କାର ଦେଖିଲେ । ସୁନା କିଣିବା ବାହାନାରେ ସାଙ୍ଗରେ ଆଣିଥିବା ଇମିଟେସନକୁ ସୁନା ଜାଗାରେ ରଖି ଦେଉଥିଲେ । ଏହା ଉପରେ ପଡ଼ିଥିଲା ଦୋକନୀଙ୍କ ନଜର ।

Bhadrak Police Detained 3 Women For Gold Ornament Loot

ଦୋକାନୀ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଚତୁରାତର ସ୍ଥାନୀୟ ଲୋକଙ୍କୁ ଖବର ଦେଇ ବାହାରୁ ଜୁଏଲର୍ସ ଗ୍ରୀଲ୍ ପକାଇ ପୋଲିସକୁ ଖବର ଦେଇଥିଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ସୁନା ଲୁଟ୍ କରୁଥିବା ୩ ଜଣ ମହିଳାଙ୍କୁ ଧରିବା ସହ ଇମିଟେସନ୍ ଅଳଙ୍କାର ଜବତ କରିଛି । ଥାନାକୁ ନେଇ ୩ ମହିଳାଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ବିପୁଳ ଇମିଟେସନ୍ ସହ ନଗଦ ୪୯ ହଜାର ଟଙ୍କା ଜବତ କରାଯାଇଛି ।

Bhadrak Police Detained 3 Women For Gold Ornament Loot

ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ କରୁଛି । ତେବେ, ଗ୍ରାହକ ବେଶରେ ଲୁଟ୍ ପାଇଁ ଆସିଥିବା ମହିଳାମାନେ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗର ଆସାନସୋଲରୁ ଆସି ଏମାନେ ଭଦ୍ରକରେ ଲୁଟ୍ ଷଡ଼ଯନ୍ତ୍ର ରଚିଥିଲେ । ତେବେ, ଏମାନଙ୍କ ବିରୋଧରେ ପୂର୍ବରୁ କିଛି ଲୁଟ୍ ଅଭିଯୋଗ ରହିଛି କି ନାହିଁ ତାର ତଦନ୍ତ କରୁଛି ପୋଲିସ ।

ବର୍ଷ ଶେଷରେ ଯୁଦ୍ଧକାଳୀନ ଭିତ୍ତିରେ ଭ୍ୟାକ୍ସିନକୁ ମିଳିବ ଅନୁମତି: ଏମ୍ସ୍ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭ୍ୟାକ୍ସିନ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଭାରତ ଟିକାକରଣ ନେଇ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି କରୁଛି । କିଭଳି ଭାବେ ସରଳ ଓ ସମୟ ଉପଯୋଗୀ ବିତରଣ ହୋଇପାରିବ, ସରକାର ସେ ଉପରେ ଧ୍ୟାନ ଦେଉଛନ୍ତି । ଏଇ ମଧ୍ୟରେ ଏମ୍ସ ନିର୍ଦ୍ଦେଶକଙ୍କର ବୟାନ ଆସିଛି । ସେ କହିଛନ୍ତି ଯେ, ଭାରତରେ ଭ୍ୟାକ୍ସିନ ପରୀକ୍ଷଣ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଣୁ ଖୁବ୍ ଶୀଘ୍ର ଭ୍ୟାକ୍ସିନ ବ୍ୟବହାର ଉପଯୋଗୀ ହୋଇଯିବ । ତେଣୁ ଚଳିତ ମାସରେ ଶେଷ ସୁଦ୍ଧା କିମ୍ୱା ଆସନ୍ତା ବର୍ଷ ଆରମ୍ଭରୁ ହିଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପାଇଁ ଅନୁମତି ମିଳିଯିବ ।

ଏମ୍ସ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିୟା କହିଛନ୍ତି ଯେ, ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଆଦର୍ଶ ସମୟ ଆମ ପାଖେ ନାହିଁ । ତେଣୁ ଆମେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ କରିବାକୁ ପ୍ରଚେଷ୍ଟା କରିଛୁ । ସେହିଭଳି ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏହାର ବିତରଣ ପାଇଁ ପ୍ରସ୍ତୁତି ଶେଷ କରିଥିବା ନିଜ ପକ୍ଷରୁ ଉଲ୍ଲେଖ କରିସାରିଛନ୍ତି । କୋଲ୍ଡ ଷ୍ଟୋରେଜ୍, ଭ୍ୟାକ୍ସିନେସନ ଟ୍ରେନିଂ, ଟିକା ବିତରଣ ଶୃଙ୍ଖଳ ତିଆରି କରିବା ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରେ ଆହ୍ୱାନ ହୋଇଥିଲେ ମଧ୍ୟ ଏହା ପରେ ଯଥାସମ୍ଭବ ଗୁରୁତ୍ୱ ଦିଆଯାଉଛି ।

ତେବେ ବ୍ୟସ୍ତତା ମଧ୍ୟରେ ପ୍ରସ୍ତୁତି ହେଉଥିବା ଟିକାର ମାନ ଓ ଏହାକୁ ନେଇ ସୃଷି ହେଉଥିବା ଅସୁରକ୍ଷିତ ମନୋଭାବ ଉପରେ ମଧ୍ୟ ନିର୍ଦ୍ଦେଶକ ଖୋଲା ମନ୍ତବ୍ୟ ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ମାନ ଓ ଜନସୁରକ୍ଷା ସହ ଆମେ ଆଦୌ ସାଲିସ କରିନାହୁଁ । ସେହିଭଳି ମାନବ ପରୀକ୍ଷଣ ପରେ, ପରୀକ୍ଷଣରୁ ମିଳିଥିବା ତଥ୍ୟ ଆମ ପାଇଁ ସନ୍ତୋଷଜନକ ଅଟେ । ଏଭଳି ତଥ୍ୟ ଆମକୁ ସ୍ପଷ୍ଟ କରୁଛିୁ ଯେ ଭ୍ୟାକ୍ସିନ ନେଇ କୌଣସି ଗୁରୁତର ସମସ୍ୟା ନାହିଁ । ୭୦ରୁ ୮୦ ହଜାର ସେଚ୍ଛାସେବୀଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରେ କୌଣସି ସମସ୍ୟା ଦେଖିବାକୁ ମିଳିନାହିଁ, ଯାହା ଆମମାନଙ୍କ ପାଇଁ ଏକ ବଡ଼ ସଫଳତା ।

ଚାଷୀଙ୍କ ନିଆଁରେ ଘିଅ; ବିଲକୁ ବିରୋଧକରି ଫେରାଇଲେ ସମ୍ମାନ

ନୂଆଦିଲ୍ଲୀ: ଥମୁନି ଆନ୍ଦୋଳନ । କମୁନି ଗର୍ଜନ । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ରାଜଧାନୀରେ ଲାଗିଥିବା ନିଆଁ । ଗୋଟେପଟେ ସରକାର କରୁଛନ୍ତି ଆଲୋଚନା । ଅନ୍ୟପଟେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । ପଞ୍ଜାବ -ହରିଆଣାର କୃଷକ ମାନେ ଏବେ ମଧ୍ୟ ରାଜଧାନୀର ରୋଡ ଉପରେ ଅଡି ବସିଛନ୍ତି । ସେପଟେ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବାକୁ ଆରମ୍ଭ ହୋଇଛି ନୂଆ ତରିକା । ଦୁଇ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଫେରାଇବାରେ ଲାଗିଛନ୍ତି ‘ପଦ୍ମଶ୍ରୀ ସମ୍ମାନ’। ସମ୍ମାନ ଫେରାଇବାର ସିଲସିଲା ଏବେ ଜୋର ଧରିଛି ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଫେରାଇ ଦେଇଛନ୍ତି ପଦ୍ମ ବିଭୂଷଣ ପୁରସ୍କାର । ସେହିପରି ଅକାଳୀ ଦଳର ନେତା ସୁଖଦେବ ସିଂ ଢୀଢସା ମଧ୍ୟ ପଦ୍ମ ଭୂଷଣ ପୁରସ୍କାର ଫେରାଇବାକୁ କରିଛନ୍ତି ଘୋଷଣା । ପ୍ରକାଶ ସିଂ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅର୍ଜନ କରିଥିବା ସମ୍ମାନ ଫେରାଇ ଦେଇଥିବାବେଳେ ସମାନ ବାଟ ଆପଣେଇବେ ବୋଲି ଧମକ ଦେଇଛନ୍ତି ସୁଖଦେବ ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଦୀର୍ଘ ୮ ଦିନ ଧରି ଆନ୍ଦୋଳନ ଥମୁ ନଥିବା ବେଳେ ଏପଟେ ସମ୍ମାନ ଫେରାଇବା କାର୍ଯ୍ୟ କେନ୍ଦ୍ର ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦୁଇ ପୃଷ୍ଠା ସମ୍ବଳିତ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ । ଚିଠିରେ ସେ ଉଲ୍ଲେ ଖ କରିଛନ୍ତି, କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ବିଲ ଘୋର କୃଷି ବିରୋଧି । ଏବଂ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଥିବା କୃଷକଙ୍କୁ ସରକାରଙ୍କ ହାତବାରିସି ସାଜିଥିବା ପୋଲିସ ଯେପରି ଦମନ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ମୁଁ ଘୋର ବିରୋଧ କରୁଛି ବୋଲି କହିଛନ୍ତି ପ୍ରକାଶ ।

ମୁଁ ଏତେ ଗରିବ ଯେ, କୃଷକଙ୍କ ପାଇଁ ପ୍ରାର୍ଥନା କରିବା ଛଡା ମୋ ପାଖରେ ଆଉ କିଛି ନାହିଁ । ମୁଁ ଯାହା ହୋଇଛି ଏଇ କୃଷକଙ୍କ ପାଇଁ । ତେଣୁ ତାଙ୍କ ସହ ଘଟୁଥିବା ଅନ୍ୟାୟ, ଅନୀତି ଏବଂ ଦମନନୀଳୀକୁ ବରଦାସ୍ତ କରାଯିବ ନାହିଁ ବୋଲି ସିଧା ସିଧା ଚିଠିରେ ଲେଖିଛନ୍ତି ପ୍ରକାଶ ସିଂ ବାଦଲ । ପୀର୍ବରୁ ଏହି କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ପ୍ରକାଶ ସିଂ ବାଦଲଙ୍କ ବୋହୂ ହରସମିତ କୌର ବାଦଲ । ସ୍ଥିତି ଏମିତି ହେଲା ଯେ, NDA ସରକାରର ଘନିଷ୍ଠ ତଥା ସର୍ବପ୍ରଥମ ସହଯୋଗୀ ଦଳ ତାଲିକାରୁ ମଧ୍ୟ ବାଦ ନେଇଥିଲେ ପ୍ରକାଶ ସିଂ ବାଦଲ । ଆଉ ସର୍ବଶେଷରେ ଏବେ ପଦ୍ମ ବିଭୂଷଣ ସମ୍ମାନକୁ ମଧ୍ୟ ଫେରାଇଦେଇଛନ୍ତି ଶିରୋମଣୀ ଅକାଳୀ ଦଳର ଏହି ବରିଷ୍ଠ ନେତା ।

HDFC ଡିଜିଟାଲ ସେବା ଉପରେ ରୋକ୍ ଲଗାଇଲା RBI…

ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଘରୋଇ ବ୍ୟାଙ୍କ ଏଜଡିଏଫସି ଉପରେ କଟକଣା ଲଗାଇଛି  । ବିଶେଷ ଭାବେ ବ୍ୟାଙ୍କର ଡିଜିଟାଲ ସେବା ଉପରେ ଏହି କଟକଣା ଲଗାଇ ଦିଆଯାଇଛି । ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ ଓ ପେମେଣ୍ଟ ୟୁଟିଲିଟି ସର୍ଭିସ ଭଳି ସେବାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ସେହିଭଳି ଏଜଡିଏଫସି ବ୍ୟାଙ୍କ ଅସ୍ଥାୟୀ ଭାବେ ନିଜର କ୍ରେଡିଟ୍ କାର୍ଡ ସେବାକୁ ବନ୍ଦ କରିଛି ।

ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଏଚଡିଏଫସି ବ୍ୟାଙ୍କର ଅନଲାଇନ ସେବାରେ ସମସ୍ୟା ଦେଖାଦେଉଛି । ଏଥିପାଇଁ ବାଧ୍ୟ ହୋଇ ଆରବିଆଇ ଏହି ସେବାକୁ ସାମୟିକ ଭାବେ ବନ୍ଦ କରି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଚେଷ୍ଟା କରିଛି । ଇମ୍ଟରନେଟ୍ ସେବା ଦ୍ୱାରା ବ୍ୟାଙ୍କରେ ହେଉଥିବା କାରବାରରେ ଅସ୍ୱାଭାବିକତା ପରିଲିକ୍ଷିତ ହେଉଛି । ଏପରିକି ଆରବିଆଇର କହିବା କଥା ଯେ ଅନଲାଇନ୍ ବ୍ୟାପାରରେ କିଛି ସମସ୍ୟା ମଧ୍ୟ ରହିଛି । ପ୍ରାଇମେରୀ ଡାଟା ସେଣ୍ଟରରେ ପାୱାର ଫେଲ୍ ହେବା ହେତୁ ଏହି ଗଡବଡ ହୋଇଥିବା ଆରବିଆଇ ପକ୍ଷରୁ କୁହାଯାଉଛି ।

ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ଆରବିଆଇ ପୁଣି ଥରେ ନୂଆ ଓ ବିକଶିତ ଅନଲାଇନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଏଚଡିଏଫସିକୁ ନିର୍ଦ୍ଦେଶ ଦେଇଛନ୍ତି । ଆରବିଆଇ ପରାମର୍ଶ କ୍ରମେ ଏଚଡିଏଫସି ବ୍ୟାଙ୍କ ମଧ୍ୟ ଡିଜିଟାଲ ୨.୦ ପାଇଁ ପ୍ରସ୍ତୁତି ଚଳାଇଛି ।

ଦିଲ୍ଲୀର ସେଇ ଘୋଡାଗାଡି ବାଲାଙ୍କ କାହାଣୀ,ଯିଏ ୧୫ଶହ ଟଙ୍କାରୁ ତିଆରି କରିଥିଲେ ୨ ହଜାର କୋଟିର ସାମ୍ରାଜ୍ୟ

ନୂଆଦିଲ୍ଲୀ: ଟିଭିରେ ନିଜେ ଅଭିନୟ କରି ଏମଡିଏଚ୍ ମସଲାର ପ୍ରଚାର ପ୍ରସାର କରିଥିବା ଧର୍ମପାଲ ଗୁଲାଟିଙ୍କୁ କିଏବା ନଜାଣେ । ଏହି ପ୍ରସିଦ୍ଧ ବ୍ୟବସାୟୀଙ୍କର ଗୁରୁବାର ସକାଳେ ୯୮ ବର୍ଷ ବୟସରେ ଦେହାନ୍ତ ହୋଇଛି ।

ତାଙ୍କ ଦେହାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀର ଡେପୁଟି ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ଧର୍ମପାଲଙ୍କ ଜୀବନ କାହାଣୀ ଅନ୍ୟ ଲାଗି ପ୍ରେରଣାର ଉତ୍ସ ପାଲଟିଥାଏ ।

ଆସନ୍ତୁ ଜାଣିବା ମାତ୍ର ୧୫୦୦ ଟଙ୍କା ଧରି ଭାରତ ଆସିଥିବା ଧର୍ମପାଲ କିପରି ପାଲଟିଥିଲେ ମସଲା ଜଗତର ବାଦଶାହ । ଆଉ କିଏ ତାଙ୍କର ଉତରାଧିକାରୀ…

ଧର୍ମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ମହାଶୟ ଚୁନି ଲାଲ୍ ଗୁଲାଟି ଓ ମାତାଙ୍କ ନାମ ମାତା ଚନନ ଦେବୀ । ତାଙ୍କର ଦୁଇ ଭାଇ ଓ ୫ ଭଉଣୀ ରହିଛନ୍ତି । ଛୋଟ ବ୍ୟବସାୟରୁ କାରବାର ଆରମ୍ଭ କରିଥିବା ଧର୍ମପାଲ ପରବର୍ତ୍ତୀ ସମୟରେ ବ୍ୟବସାୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ପତ୍ନୀଙ୍କ ମୃତ୍ୟୁର କିଛି ମାସ ପରେ ଏକମାତ୍ର ପୁଅର ଦେହାନ୍ତ-

ଧର୍ମପାଲ ୧୯୪୧ ମସିହାରେ ଲୀଳାବତିଙ୍କ ସହ ବିବାହ ବଦ୍ଧନରେ ଆବଦ୍ଧ ହୋଇଥିଲେ । ୧୯୯୨ ମସିହାରେ ତାଙ୍କର ଦେହାନ୍ତ ଘଟିଥିଲା ବେଳେ ଏହାର ମାତ୍ର ଦୁଇ ମାସ ପରେ ତାଙ୍କର ଏକମାତ୍ର ପୁଅ ସଞ୍ଜୀବର ମଧ୍ୟ ମୃତ୍ୟୁ ହୋଇଥିଲା । ଯାହା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା ।

୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ପରେ ସେ ଭାରତ ପଳାଇ ଆସିଥିଲେ। ପରେ ତାଙ୍କୁ ଅମୃତସରର ରିଫ୍ୟୁଜି କ୍ୟାମ୍ପରେ ରଖାଯାଇଥିଲା । ତା’ପରେ ସେ ନିଜ ଭିଣୋଇ ସହ ଦିଲ୍ଲୀ ଯାଇ କାମ ଖୋଜିବାରେ ଲାଗିଥିଲେ ।  ତାଙ୍କ ପାଖରେ ମାତ୍ର ୧୫ଶହ ଟଙ୍କା ଥିଲା। ଯେଉଁଥିରୁ ୬୫୦ ଟଙ୍କାରେ ଏକ ଘୋଡାଗାଡି କିଣି ନୂଆଦିଲ୍ଲୀ ରେଳ ଷ୍ଟେସନରୁ କୁତୁବ ରୋଡ ପର୍ଯ୍ୟନ୍ତ ଚଳାଇଥିଲେ।  ପରେ ସେ ଏହାକୁ ଭାଇକୁ ଦେଇ ଦେଇଥିଲେ ।

୧୯୪୮ରେ କରୋଲ ବାଗରେ କିଣିଥିଲେ ଦାେକାନ-

କରୋଲ ବାଗର ଅଜମଲ ଖାନ ରୋଡରେ ଏକ ଛୋଟିଆ ଦୋକାନରେ ମସଲା ବିକ୍ରି କରିବା ଆରମ୍ଭ କରିଥିଲେ। ଏ କାମରେ ସଫଳତା ମିଳିବା ପରେ ଚାନ୍ଦନୀ ଚୗେକରେ ଏକ ଦୋକାନ ଭଡାରେ ନେଇଥିଲେ । ପରେ ୧୯୫୪ରେ ସେ କରୋଲ୍ ବାଗରେ ‘ରୂପକ ଷ୍ଟାେରର୍ସ’ ନାମକ ଏକ ଦେକାନର ଶୁଭାରମ୍ଭ କରିଥିଲେ । ଯାହା ସେ ସମୟରେ ଦିଲ୍ଲୀରେ ଭାରତର ପ୍ରଥମ ଆଧୁନିକ ମସଲା ଷ୍ଟାେର ଥିଲା ।

ହେଲେ ପରବର୍ତ୍ତୀ ସମୟରେ ସେ ଏହାକୁ ନିଜ ସାନ ଭାଇ ସତପାଲ୍ ଗୁଲାଟିଙ୍କୁ ହସ୍ତାନ୍ତର କରିଥିଲେ ।

କାହିଁକି ମହିଳାମାନେ ସ୍ୱାମୀ ବା ବୟଫ୍ରେଣ୍ଡର ଫୋନ୍ ଚେକ୍ କରିଥାଆନ୍ତି ? ଗବେଷଣାରୁ ହେଲା ସ୍ପଷ୍ଟ

ସ୍ୱାମୀଙ୍କର କିମ୍ବା ପ୍ରେମିକଙ୍କର ଫୋନ୍‍କୁ ଲୁଚିଛପି ଦେଖିବା, ଚେକ୍‍ କରିବାର ଅଭ୍ୟାସ ଅଧିକାଂଶ ମହିଳାଙ୍କର ଥାଏ । ଯେତେବେଳେ ସ୍ୱାମୀ ନିଜର ପାସ୍‍ୱାର୍ଡ ବଦଳାନ୍ତି ସେତେବେଳେ ଫୋନ୍‍ ଚେକ୍‍ କରିବାର ଇଚ୍ଛା ଆହୁରି ବଢିଯାଇଥାଏ । କିପରି ତାଙ୍କ ଠାରୁ ନୂଆ ପାସୱାର୍ଡ ସଂଗ୍ରହ କରିହେବ ସେଥିପାଇଁ ବଡ଼ ଯୋଜନା ମଧ୍ୟ କରିଥାନ୍ତି ସେମାନେ । ତେବେ ଏପରି ଅନେକ କାହିଁକି କରିଥାନ୍ତି ?

ୟୁନିଭରସିଟି ଅଫ୍‍ ବ୍ରିଟିଶ କଲମ୍ବିଆ ଏବଂ ୟୁନିଭରସିଟି ଅଫ୍‍ ଲିସବନ ପକ୍ଷରୁ କରାଇଥିବା ଗବେଷଣାରୁ ଏହି ବିଷୟ ପଦାକୁ ଆସିଛି ଯେ, ଅଧିକାଂଶ ଯୁବକ/ଯୁବତୀ ନିଜ ପାର୍ଟନର କିମ୍ବା ବନ୍ଧୁଙ୍କ ଫୋନ୍‍ ଚେକ୍‍ କରିବା ପଛର କାରଣ ହେଉଛି ସନ୍ଦେହ ଏବଂ ଅସହ୍ୟ ମନୋଭାବ । ସେମାନଙ୍କ ଧାରଣା ଥାଏ ଯେ, ମୋ ପାର୍ଟନର ଅନ୍ୟ କାହାସହ ଅଧିକ ବନ୍ଧୁତା ସୃଷ୍ଟି ନକରୁ । ଏହି ଘଟଣାକୁ ନେଇ ଅନେକ ସମୟରେ ପ୍ରେମିକ-ପ୍ରେମିକା, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ମଧ୍ୟ ସୃଷ୍ଟି ହୋଇଥାଏ, ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥାଏ ।

ତେବେ ଏହି ଗବେଷଣାରେ ୧୦୨ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନେ ନିଜର ଅନୁଭୂତି ବଖାଣୀ ଥିଲେ । ଏହାଦ୍ୱାରା ପାରିବାରିକ ଓ ସାମାଜିକ ବିବାଦ ସୃଷ୍ଟି ହୋଇଛି । ୪୫ ପ୍ରତିଶତରେ ସମ୍ପର୍କ ଭାଙ୍ଗିବା ଜଣାପଡିଛି । ଫୋନ୍‍ ଚେକ୍‍ କରିବା କାରଣ ହେଉଛି ପରସ୍ପର ମଧ୍ୟରେ ଥିବା ସନ୍ଦେହ ମନୋଭାବ । ମନରେ ଥରେ ଏହି ଭାବନା ସୃଷ୍ଟି ହେଲେ ପରବର୍ତ୍ତୀ ସମୟରେ ଏହା ବ୍ୟାପକ ରୂପ ନେଇଥାଏ । ପ୍ରତିଟି ମୁହୂର୍ତ୍ତରେ ପାର୍ଟନରର କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୁଏ ଏବଂ ତାଙ୍କର ପ୍ରତିଟି ଗତିବିଧିକୁ ଜାଣିବାକୁ ତୀବ୍ର ଇଚ୍ଛା ହୁଏ ।

ତେଣୁ ଏଭଳି ଘଟଣାର ମୂଳ କାରଣ ହେଉଛି ନିଜ ଉପରେ ଏବଂ ନିଜ ପାର୍ଟନରଙ୍କ ଉପରେ ବିଶ୍ୱାସ ନରହିବା । ସନ୍ଦେହ ପରିସ୍ଥିତିକୁ ଭିନ୍ନ ମୋଡ ଦେଇଥାଏ । ତେଣୁ ଅଯଥା ସନ୍ଦେହ ସୃଷ୍ଟି କରିବା ଭୁଲ୍‍ ଅଟେ । ଯଦି ମନରେ କେତେବେଳେ କୌଣସି କାରଣ ପାଇଁ ସନ୍ଦେହ ସୃଷ୍ଟି ହୁଏ ତେବେ ଏହାକୁ ମନ ଭିତରେ ବାନ୍ଧି ନରଖି ଖୋଲାଖୋଲି ପାର୍ଟନରଙ୍କ ସହ ଆଲୋଚନା କରନ୍ତୁ । ଏହାଦ୍ୱାରା ଦୃଢୀଭୂତ ହେଉଥିବା ସନ୍ଦେହ ଧିରେଧିରେ ହ୍ରାସ ପାଇବ ।