spot_img
Home Blog Page 6319

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ୱାର୍ଲଡ ଫୁଡ ପ୍ରୋଗ୍ରାମ (WFP) କୁ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଚଳିତ ବର୍ଷ World Food Programme (WFP)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର । ନୋବେଲ ଶାନ୍ତି ପୁରସ୍କାର ସେହି ବ୍ୟକ୍ତିତ୍ୱଙ୍କୁ ଦିଆଯାଇଥାଏ ଯିଏ ବିଶ୍ୱବ୍ୟାପି ଶାନ୍ତି କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ କାମ କରିଥାନ୍ତି । ତେବେ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ସବୁଠୁ ଆଗରେ ଥିଲେ ଗ୍ରେଟା ଥନବର୍ଗ । କିନ୍ତୁ Norwegian Nobel Committee ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର World Food Programme (WFP)କୁ ପ୍ରଦାନ କରିଛି । କ୍ଷୁଧା ବିରୋଧରେ ଲଢ଼େଇ ପାଇଁ WFPକୁ ଉଚ୍ଚ ପ୍ରଂଶସା କରାଯାଇଛି ।

ଭୂତ ରାସନ କାର୍ଡ ଘଟଣା: ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେଲା ତଦନ୍ତ ରିପୋର୍ଟ

ରାଉରକେଲା: ରାଉରକେଲାରେ ଭୂତ ରାସନ କାର୍ଡ ଘଟଣାର ତଦନ୍ତ ରିପୋର୍ଟ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଛି  । ଯୋଗାଣ ବିଭାଗର ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯାଇଛି  । ରାଜ୍ୟ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ କରୋନା ସହାୟତା ଅର୍ଥ ଏକ ହଜାର ଟଙ୍କା ଲେଖା ପ୍ରଦାନ କରିଥିଲେ ମଧ୍ୟ ରାଉରକେଲାର କିଛି ହିତାଧିକାରୀ ଅର୍ଥ ନେଇ ନଥିଲେ। ତେଣୁ ଭୂତ ରାସନ କାର୍ଡ ଥିବା ଅଭିଯୋଗ ହୋଇଥିଲା।

ଯୋଗାଣ ବିଭାଗ ତଦନ୍ତରୁ ୨ ହଜାର ୪୬୩ ଜଣ ରାସନ କାର୍ଡ ହିତାଧିକାରୀଙ୍କ ମଧ୍ୟରୁ୧ ହଜାର ୧୩୩ ଜଣ ଚିହ୍ନଟ ହୋଇଥିବାବେଳେ ବଳକା ୧ ହଜାର ୩୩୦ ଜଣ ଚିହ୍ନଟ ହୋଇ ପାରିନଥିଲେ। ଫଳରେ ୧ ହଜାର ୩୩୦ ଜଣଙ୍କ ଭୂତ ରାସନ କାର୍ଡଧାରୀ ଥିବା ସନ୍ଦେହ କରାଯାଇଥିଲା  । ୧ ହଜାର ୩୩୦ ରାସନ କାର୍ଡଧାରୀଙ୍କୁ ଯୋଗାଣ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ଆଧାର କାର୍ଡ ସହ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିବା ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଉରକେଲା ସହରରେ ଅନେକ ଗରିବ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଆବେଦନ କରୁଥିଲେ ମଧ୍ୟ ରାସନ କାର୍ଡ ପାଉନଥିବା ଅଭିଯୋଗ ହେଉଛି । ରାଉରକେଲା ସହରରେ ଭୂତ ରାସନ କାର୍ଡ ଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଯୋଗାଣ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ମେଡ ଇନ୍ ଇଣ୍ଡିଆର ଦମ: ଆଣ୍ଟି ରେଡିଏସନ ମିସାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (DRDO) । ଶୁକ୍ରବାର ଭାରତ ଆଣ୍ଟି ରେଡିଏସନ ମିସାଇଲ ରୁଦ୍ରମର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲକୁ DRDO ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ପରୀକ୍ଷଣ ସୁଖୋଇ-୩୦ ଫାଇଟର ଏୟାରକ୍ରାଫ୍ଟରୁ କରାଯାଇଛି ।

ଭାରତରେ ପ୍ରସ୍ତୁତ କରାଯାଇଥିବା ଏହା ହେଉଛି ପ୍ରଥମ ମିଶାଇଲ ଯାହାକୁ ଯେକୌଣସି ଉଚ୍ଚତାରୁ ମଧ୍ୟ ଫାୟାର କରାଯାଇପାରିବ । ଏହି ମିଶାଇଲ ଅନେକ ପ୍ରକାର ସିଗନାଲ ଏବଂ ରେଡିଏସନକୁ ଧରିପାରିବ । କେବଳ ସେତିକି ନୁହେଁ ନିଜ ରଡାରକୁ ଆଣି ଏହା ମିଶାଇଲକୁ ନଷ୍ଟ ମଧ୍ୟ କରିପାରିବ ।

ବର୍ତ୍ତମାନ ଏହି ମିସାଇଲର ଡେଭେଲପମେଣ୍ଟ ଟ୍ରାୟଲରେ ଜାରି ରହିଛି । କିନ୍ତୁ ଏହି ଟ୍ରାୟଲ ପୁରା ହେବାପରେ ଖୁବଶୀଘ୍ର ଏହାକୁ ସୁଖୋଇ ଏବଂ ସ୍ୱଦେଶୀ ବିମାନ ତେଜସରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ସୂଚନା ଅନୁଯାୟୀ ଚଳିତ ସପ୍ତାହରେ DRDO ସୁପରସୋନିକ ମିଶାଇଲ ଆସିଷ୍ଟେଡ ରିଲିଜ ଅଫ ଟରପିଡୋର ସଫଳ ପରୀକ୍ଷଣ କରିଥିଲା । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (DRDO) ଓଡ଼ିଶା ତଟ୍ଟ ଅଞ୍ଚଳରେ ଏହାର ପରୀକ୍ଷଣ କରିଥିଲା ।

IPL 2020 : ରାଜସ୍ଥାନ ରୟାଲ୍ସ VS ଦିଲ୍ଲୀ କ୍ୟାପିଟାଲ୍ସ; ରନ୍ ବର୍ଷାକୁ ଅପେକ୍ଷା

ଭୁବନେଶ୍ୱର: ସାରଜାହା ଗ୍ରାଉଣ୍ଡରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ ରାଜସ୍ଥାନ ରୟାଲ୍ସକୁ । ଉଭୟ ଟିମ୍ ବିଧ୍ୱଂସ ବ୍ୟାଟିଂ ଲାଇନ ଅପ୍ ସହ ହାଇ ସ୍କୋରିଂ ମ୍ୟାଚ ପାଇଁ ପ୍ରସ୍ତୁତ ଥିବା ବେଳେ ସାରଜାହାର ବ୍ୟାଟିଂ ଫ୍ରେଣ୍ଡଲି ପିଚ୍ ମ୍ୟାଚରେ ରୋମାଞ୍ଚ ଭରିବ । ଦିଲ୍ଲୀ ପଏଣ୍ଟ ଟେବୁଲରେ ଏବେ ୨ ନମ୍ୱର ସ୍ଥାନରେ ରହିଛି । ୫ଟି ମ୍ୟାରୁ ୪ଟିରେ ବିଜୟ ହାସଲ କରି ଟିମ୍ ଏକ ଦୃଢ ମନୋବଳ ସହ ରାଜସ୍ଥାନର ମୁକାବିଲା କରିବ ।

ଅନ୍ୟପକ୍ଷରେ ରାଜସ୍ଥାନରେ ତାରକା ଖେଳାଳିଙ୍କ ସଂଖ୍ୟା  ଅଧିକ । ସଞ୍ଜୁ ଓ ବଟଲର ଯେଉଁ ଭଳି ଭାବେ ପ୍ରଦର୍ଶନ କରୁଛନ୍ତି, ମ୍ୟାଚକୁ ଏକତରଫା କରିବାର ସବୁ ସାମର୍ଥ୍ୟ ସେମାନଙ୍କ ପାଖରେ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବନି । ସେହିଭଳି ଅଷ୍ଟ୍ରେଲିଆ ଟିମ୍ ଅଧିନାୟକ ଷ୍ଟିଭେନ ସ୍ମିଥ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି । ଏଣୁ ଦିଲ୍ଲୀ ପାଇଁ ମ୍ୟାଚ ସହଜ ହେବ ନାହିଁ ।ଦିଲ୍ଲୀ ମଧ୍ୟ ବ୍ୟାଟିଂରେ କୌଣସି ପ୍ରକାରରେ କମ୍ ନୁହେଁ ।

ଶିଖର ଧାଓ୍ୱନ ଓ ପୃଥ୍ୱୀ ସଙ୍କ ସହ ଇନିଙ୍ଗ୍ସ ଓପନ କରିବ ଦିଲ୍ଲୀ । ଉଭୟ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାରେ ଏକଦମ ମାହିର୍ । ସେହିଭଳି ମଧ୍ୟ କ୍ରମରେ ଶ୍ରେୟସ ଆୟର, ରିଶବ୍ ପନ୍ଥ ଓ ମାର୍କସ ଷ୍ଟୋଇନିସ ମ୍ୟାଚକୁ ଦଳ ସପକ୍ଷକୁ ଆଣି ପାରିବେ ।ସାରଜାହାରେ ମ୍ୟାଚ ହାଇ ସ୍କୋରିଂ ହେଉଥିବା ହେତୁ ଉଭୟ ପକ୍ଷର ବୋଲିଂ ଉପରେ ମଧ୍ୟ ନଜର ରହିବ । ବିକଟ ପରିସ୍ଥିତିରେ ବୋଲରମାନେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ମଧ୍ୟ ମ୍ୟାଚ ବିଜୟ କିମ୍ୱା ପରାଜୟର ଏକ ବଡ଼ କାରଣ ହେବ ।

ରାଜସ୍ଥାନ ପକ୍ଷରୁ ପେସ୍ ୟୁନିଟ୍ ସମ୍ଭାଳିବା ଦାୟିତ୍ୱ ଜୟଦେବ ଉନାଦକତ୍, ଜୋଫ୍ରା ଆର୍ଚର ଓ ସ୍ରେୟସ ଗେପାଳଙ୍କ ଉପରେ ନ୍ୟସ୍ତ ରହିବ । ତେବେ ପାଓ୍ୱାର ପ୍ଲେ ଓଭରରେ ଅଙ୍କିତ ରାଜପୁତଙ୍କ ସ୍ୱିଂ କିଛି କମାଲ କରିପାରେ । ସେହିଭଳି ରବିଚନ୍ଦ୍ରନ୍ ଅଶ୍ୱିନୀ, ଏକ୍ସର ପଟେଲ୍ ସ୍ପିନ ବିଭାଗର ପ୍ରମୁଖ ଅସ୍ତ୍ର ହେବେ । ପେସ୍ ୟୁନିଟର ଏକମାତ୍ର ଭରସା ହେଲେ କାଗିସୋ ରାବାଡା । ଏମାନଙ୍କ ପ୍ରଦର୍ଶନ ଟିମର ଭାଗ୍ୟ ନିର୍ଦ୍ଧାରଣ କରିପାରେ । ତେବେ ଉଭୟ ଟିମର ଶକ୍ତି ବ୍ୟାଟିଂରେ ରହିଛି । ସାରଜାହା ମଧ୍ୟ ବ୍ୟାଟିଂଙ୍କ ପାଇଁ ସ୍ୱର୍ଗ । ଏଭଳି ସ୍ଥିତି ମ୍ୟାଚ କାହା ସପକ୍ଷରେ ଯିବ, ତାହା ସମୟ କହିବ ।

ଚୋକରଙ୍କ ବାବାଙ୍କ ଟିକେଟ୍ କଟିଲା, ଆଜୀବନ କରିବେ ଫଳାହାର

ଛପରା(ବିହାର):  ବିହାର ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଯାଇଛି । ମେଣ୍ଟ ନିର୍ବାଚନରେ କାହାର ଟିକେଟ କଟୁଛି ତ ଆଉ କାହାକୁ ମିଳୁଛି । ଆମନୌର ବିଧାନସଭା ଆସନରୁ ବିଧାୟକ ଥିବା ବିଜେପି ନେତା ଶତ୍ରୁଘ୍ନ ଚିୱାରୀ ଏଥରକ ବି ଟିକେଟ୍ ମିଳିବା ନେଇ ଆଶାବାଦୀ ଥିଲେ । ହେଲେ, ବିଜେପି ଚଳିଥର ଅମନୌର ଆସନରେ ପ୍ରାର୍ଥୀ ଦେଇନାହିଁ । ବିଜେପିର ସହଯୋଗୀ ଦଳ ଏହି ଆସନରେ ପ୍ରାର୍ଥୀ ଦେଇଛି । ଟିକେଟ୍ କଟିବାରୁ ଅମନୌର ବିଧାୟକ ଘୋଷଣା କରିଛନ୍ତି ସେ ଆଜୀବନ ଅନ୍ନ ଗ୍ରହଣ କରିବେ ନାହିଁ । କେବଳ ଫଳ ଖାଇ ରହିବେ । ବିଧାୟକଙ୍କ ଏଭଳି ବିରୋଧ ସମସ୍ତଙ୍କୁ ଚକିତ କରିଦେଇଛି । ଏହାକୁ ନେଇ ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି ଶତ୍ରୁଘ୍ନ ।

BJP MLA Shatrughan Tiwari Alias Chokar Baba Ticket Cut-off From Amnore Will Not Eat Food Forever

ଟିକେଟ କଟିବା ପରେ ଶତ୍ରୁଘ୍ନ ସ୍ଥାନୀୟ ସାଂସଦଙ୍କୁ ଟାର୍ଗେଟ୍ କରିଛନ୍ତି । ଶତ୍ରୁଘ୍ନ ସ୍ଥାନୀୟ ସାଂସଦଙ୍କ ସହ ମଙ୍ଗଳ ପାଣ୍ଡେ ଓ ସୁଶୀଲ ମୋଦିଙ୍କୁ ବି ଶାଣିତ ଆକ୍ରମଣ କରିଛନ୍ତି । ଏମାନେ ସମସ୍ତେ ମିଶି ତାଙ୍କ ଟିକେଟ କାଟିଥିବା ଅଭିଯୋଗ କରିଛନ୍ତି ଚୋକର ବାବା (ଶତ୍ରୁଘ୍ନ ତିୱାରୀ) । ସେ କହିଛନ୍ତି- ‘ମୋ ଲୋକପ୍ରିତା ସହିନପାରି ଏମାନେ ସମସ୍ତେ ମିଶି କରି ମୋ ଟିକେଟ୍ କାଟି ଦେଇଛନ୍ତି, ଯେଉଁଥିପାଇଁ ମୁଁ ଆଜୀବନ ଫଳ ଖାଇ ରହିବାକୁ ନିଷ୍ପତ୍ତି ନେଇଛି ।’

BJP MLA Shatrughan Tiwari Alias Chokar Baba Ticket Cut-off From Amnore Will Not Eat Food Forever

ଚୋକର ବାବାଙ୍କ କହିବା କଥା- ‘ମୁଁ ଯାହାଙ୍କୁ ଗତଥର ନିର୍ବାଚନରେ ପରାସ୍ତ କରିଥିଲି ଦଳ ତାଙ୍କୁ ହିଁ ଟିକେଟ୍ ଦେଇଛି । ମୁଁ ଏବେ ବିଧାୟକ ଥିବାବେଳେ ନିର୍ବାଚନ ପ୍ରସ୍ତୁତିରେ ଲାଗିଛି । ବନ୍ୟା ବେଳେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କାମ କରୁଥିଲି । ଯେଉଁଥିପାଇଁ ତାଙ୍କ ଲୋକପ୍ରିୟତା ମଧ୍ୟ ଲଗାତାର ବୃଦ୍ଧି ପାଇଛି । ଏହି କଥା ସାଂସଦଙ୍କୁ ହଜମ ହେଲାନି, ତେଣୁ ଟିକେଟ୍ କାଟି ଦେଇଛନ୍ତି ।’

BJP MLA Shatrughan Tiwari Alias Chokar Baba Ticket Cut-off From Amnore Will Not Eat Food Forever

ଦଳୀୟ ଟିକେଟ୍ କଟିବା ପରେ ନାରାଜ ଥିବା ଚୋକର ବାବା କହିଛନ୍ତି- ସେ ଏବେ ସନ୍ୟାସୀଙ୍କ ଭଳି ଜୀବନ ଯାପନ କରିବେ । ସେ ସନ୍ୟାସୀଙ୍କ ଭଳି ବିରୋଧ କରିବେ । ଏଥିସହ ସେ ଆଜୀବନ ଅନ୍ନ ଖାଇବେ ନାହିଁ ବୋଲି ଘୋଷଣା କରିଛନ୍ତି । କେବଳ ଫଳ ଖାଇ ହିଁ ରହିବେ । ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଶେଷ ହୋଇଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।

କାହିଁକି Playing Elevenରେ ନାହାନ୍ତି Universe Boss କ୍ରିସ୍ ଗେଲ୍? ମ୍ୟାଚ ଖେଳିବା ନେଇ ଖୁବଶୀଘ୍ର ଖୋଲିବ ବାଟ…

ଭୁବନେଶ୍ୱର: ଏଥର ଆପିଏଲ କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂକୁ ଅପେକ୍ଷା କରି ରହିଛି । ହେଲେ ଅପେକ୍ଷାର ଅନ୍ତ ଘଟୁନି । ୩୨୬ ଛ’ ଓ ୬ଟି ଶତକ ସହ ଏଯାବତ୍ ଆଇପିଏଲର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ଗେଲଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳୁଛନ୍ତି । ଏପଟେ ଟିମ୍ କିଙ୍ଗ୍ସ ଇଲଭେନ୍ ପଞ୍ଜାବ ନିଜର କ୍ରମାଗତ ୫ମ ପରାଜୟ ହାସଲ କରିସାରିଲାଣି । କେବଳ ଟିମ୍ ଭାବେ ପଞ୍ଜାବ ମାତ୍ର ୨ ଅଙ୍କ ସହ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

ଫ୍ୟାନ୍ସଙ୍କର ପ୍ରଶ୍ନ ଗେଲ୍ କାହିଁକି ଖେଳୁନାହାଁନ୍ତି ? ଟୁର୍ଣ୍ଣାମେଣ୍ଟରେ ଗେଲଙ୍କୁ କେବେ ଖେଳିବାକୁ ସୁଯୋଗ ମିଳିବ ତାହାକୁ ଗେଲ୍ ଓ ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି । ତେବେ ବହୁ ପ୍ରତୀକ୍ଷା ପରେ କିଙ୍ଗ୍ସ ଇଲଭେନ୍ କୋଚ୍ ଅନୀଲ କୁମ୍ୱଲେ ନିଜ ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତି, ଗେଲ୍ ସନରାଇଜର୍ସ ହାଇଦ୍ରାବାଦ୍ ମ୍ୟାଚରେ ଖେଳିବା ଏକପ୍ରକାର ନିଶ୍ଚିତ ଥିଲା । ମାତ୍ର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ମ୍ୟାଚ ଖେଳିବାକୁ ଦିଆ ଯାଇନଥିଲା । କୁମ୍ୱଲେ କହିଛନ୍ତି ଯେ ଗେଲଙ୍କର ଫୁଡ୍ ପଏଜନିଂ ହୋଇଛି । ପେଟରେ ସମସ୍ୟା ଥିବା କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଛି  । ସେ ସୁସ୍ଥ ହେବା ପରେ ତୁରନ୍ତ ତାଙ୍କୁ ମ୍ୟାଚ ଖେଳାଯିବ ।

ସୂଚନା ଥାଉ କି, ପଞ୍ଜାବ ଆଇପିଏଲର ଚଳିତ ସଂସ୍କରଣରେ ୬ଟି ମ୍ୟାଚ ଖେଳି ୫ଟିରେ ପରାଜୟ ବରଣ କରିଛି । ଆଗାମୀ ସମୟରେ ଟୁର୍ଣ୍ଣାମେଣ୍ଟରେ ଟପ୍ ୪କୁ ଯିବାର ହେଲେ ଆସନ୍ତା ୮ଟିରୁ ଅତିକମରେ ୬ଟି ମ୍ୟାଚ୍ ଜିତିବାକୁ ପଡିବ । ଏଣୁ ଏଭଳି ଦମଦାର ବ୍ୟାକ୍ ପାଇଁ ଟିମ୍ ଗେଲଙ୍କୁ ଉପରକ୍ରମରେ ବ୍ୟାଟିଂ କରାଇବାକୁ ଚାହିଁବ, ନିଶ୍ଟୟ ।

ମାଣ୍ଡା ରାଜାଙ୍କଠାରୁ ମୋଦି,୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିଲେ ପାଶ୍ୱାନ

କେନ୍ଦ୍ରମନ୍ତ୍ରୀ ତଥା ବିହାର ଦଳିତ ରାଜନୀତିର ଚିହ୍ନାମୁହଁ ରାମବିଳାଶ ପାଶ୍ୱାନଙ୍କର ଦେହାନ୍ତ ସହ ଭାରତୀୟ ରାଜନୀତିର ଗୋଟିଏ କାଳଖଣ୍ଡ ଶେଷ ହୋଇଛି । ୫୦ ବର୍ଷର ପାଶ୍ୱାନଙ୍କ ରାଜନୈତିକ ଯାତ୍ରା ଥିଲା ଭାରତୀୟ ରାଜନୀତିର କଡ ଲେଉଟାଣିର ସମୟ । ଇଏ ଏମିତି ଗୋଟିଏ ସମୟ ଥିଲା ଯାହାଥିଲା ରାଜନୀତିରେ ମଣ୍ଡଳ ଓ କମଣ୍ଡଳ ପରୀକ୍ଷଣର ଯୁଗ । ପାଶ୍ୱାନ ମଣ୍ଡଳ ରାଜନୀତି କାଳରେ ’କମଣ୍ଡଳ’ର ଘୋର ବିରୋଧୀ ଥିଲେ । ହିନ୍ଦି ହାର୍ଟଲ୍ୟାଣ୍ଡରେ ଦଳିତ ଉତ୍ଥାନ କାଳରେ ସେ ବିଜେପିର ହିନ୍ଦୁତ୍ୱ ଧୃବୀକରଣର ଘୋର ବିରୋଧୀ ଥିଲେ । କିନ୍ତୁ ରାଜନୀତିର ପାଣିପାଗକୁ ଆଗୁଆ ପଢିବାରେ ମାହିର ଥିବା ଏହି ନେତା ଆଗକୁ ଚାଲି ବିଜେପି ନେତୃତ୍ୱାଧିନ ସରକାରରେ ବି ସାମିଲ ହୋଇଥିଲେ । ସେ ମଣ୍ଡଳ ରାଜନୀତିକୁ ସଂପୂର୍ଣ୍ଣ ତ୍ୟାଗ ନକରି ମଧ୍ୟ କମଣ୍ଡଳ ମଣ୍ଡଳୀରେ ସାମିଲ ହୋଇପାରିଥିଲେ ।

ରାଜନୀତିର ପାଣିପାଗ ବିଶେଷଜ୍ଞ

ରାମବିଳାଶଙ୍କୁ ଏମିତିରେ ରାଜନୀତିର ପାଣିପାଗ ବିଜ୍ଞାନୀ ବୋଲି କୁହାଯାଉ ନଥିଲା । ସେ ଭାରତୀୟ ରାଜନୀତିର ଆଗତ ଭବିଷ୍ୟତ ପଢି ପାରୁଥିଲେ । ତେଣୁ ସବୁ ବେଳେ ତାଙ୍କୁ ଠିକ୍ ସମୟରେ ଠିକ୍ କ୍ୟାମ୍ପରେ ଦେଖିବାକୁ ମିଳୁଥିଲା । ୯ଥରର ସାଂସଦ । ୭ ଥର କେନ୍ଦ୍ରମନ୍ତ୍ରୀ । ପାଶ୍ୱାନ ଦେଶର ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସଂସଦକୁ ଯାଇଥିବା ପାଶ୍ୱାନ ୧୯୯୦ ଦଶକ ପରେ ନରସିଂହ ରାଓଙ୍କ ସରକାରକୁ ଛାଡି ବାକି ସବୁ ସରକାରରେ ସେ ମନ୍ତ୍ରୀ ରହିଥିଲେ । ମାନେ ସରକାର ଯେଉଁ ମେଣ୍ଟର ହେଉନା କାହିଁକି ରାମବିଳାଶ ମନ୍ତ୍ରୀ ହେବା ସୁନିଶ୍ଚିତ ଥିଲା ।

vp singh with paswan

କେନ୍ଦ୍ରରେ ୭ଥର ମନ୍ତ୍ରୀ

ରାମ ବିଳାଶ ପାଶ୍ୱାନ କେନ୍ଦ୍ର ସରକାରରେ ୭ଥର ମନ୍ତ୍ରୀ ହୋଇଥିଲେ । ଅଟଳ ବିହାରୀ ବାଜପାୟୀଙ୍କ ସରକାରରେ ସେ ଦୁଇଥର ଓ ନରେନ୍ଦ୍ର ମୋଦିଙ୍କ ସରାକରରେ ଦୁଇଥର ମନ୍ତ୍ରୀ ଥିଲେ । ୧୯୮୯ ମସିହାର ଚନ୍ଦ୍ରଶେଖର ଓ ପି ଭି ନରସିଂହ ରାଓଙ୍କ ସରକାରକୁ ଛାଡି ଗତ ୩୦ ବର୍ଷ ମଧ୍ୟରେ ଯେଉଁ ସବୁ ସରକାର ଗଠନ ହୋଇଥିଲା ସେଥିରେ ସେ ମନ୍ତ୍ରୀ ହୋଇଥିଲେ । ବିଶ୍ୱନାଥ ପ୍ରତାପ ସିଂହ,ଏଚଡି ଦେବଗୌଡା,ଇନ୍ଦ୍ର କୁମାର ଗୁଜରାଲ,ଅଟଳ ବିହାରୀ ବାଜପାୟୀ,ମନମୋହନ ସିଂହ ଓ ନରେନ୍ଦ୍ର ମୋଦିଙ୍କ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ଏମିତି ବି କୁହାଯାଉଥିଲା ଯେ, ଆଗକୁ କେଉଁ ମେଣ୍ଟ ସରକାର ଗଢିବ ତାହା ପାଶ୍ୱାନଙ୍କ ଷଷ୍ଠ ଇନ୍ଦ୍ରୀୟ ତାଙ୍କୁ କହି ଦେଉଥିଲା । ତେଣୁ ନିର୍ବାଚନ ପୂର୍ବରୁ ପାଶ୍ୱାନ ମେଣ୍ଟ ବଦଳାଇ ଦେଉଥିଲେ । ଏହାର ଅଲଗା ଅର୍ଥ ମଧ୍ୟ ଥିଲା ଯେ, ପାଶ୍ୱାନ ଯେଉଁ ମେଣ୍ଟକୁ ଯାଉଥିଲେ ସେହି ମେଣ୍ଟର ସରକାର ଗଠନ ସମ୍ଭାବନା ଅଧିକ ରହୁଥିଲା ।

vajpayee paswan

ମଣ୍ଡଳ କମିଶନ

ମନ୍ତ୍ରୀ ଭାବେ ପାଶ୍ୱାନଙ୍କ କାମକୁ ସବୁବେଳେ ମନେ ରଖାଯିବ । ସିଏ ସବୁବେଳେ ଏମିତି କିଛି କାମ କରୁଥିଲେ ଯାହା ଦେଶବ୍ୟାପୀ ଚର୍ଚ୍ଚା ଓ ବିତର୍କର ବିଷୟ ହେଉଥିଲା । ଭିପି ସିଂହଙ୍କ ସରକାରରେ ସମାଜ କଲ୍ୟାଣ ମନ୍ତ୍ରୀ ଭାବେ ସେ ମଣ୍ଡଳ କମିଶନ ରିପୋର୍ଟର ସୁପାରିସକୁ ଲାଗୁ କରିବା କାମ କରିଥିଲେ । ଏଥିପାଇଁ ଓବିସି ସମ୍ପ୍ରଦାୟକୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥିଲା । ଯାହା ଆଗକୁ ଭାରତୀୟ ରାଜନୀତିକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ଗାଁ ଗାଁରେ ମୋବାଇଲ କ୍ରାନ୍ତି ଆଣିବାରେ ମଧ୍ୟ ତାଙ୍କ ଭୂମିକା ଥିଲା । ୧୯୯୬ ମସିହାରେ ଗୁଜୁରାଲ ସରକାରର ପତନ ପରେ ସେ ଏନଡିଏରେ ସାମିଲ ହୋଇଥିଲେ । ଏନଡିଏ ସରକାରରେ ସଂଚାର ମନ୍ତ୍ରୀ ଭାବେ ଦେଶରେ ମୋବାଇଲ କ୍ରାନ୍ତି ଆଣିବାରେ ସେ ସଫଳ ହୋଇଥିଲେ । କରୋନା କାଳରେ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ଭାବେ ଗରିବଙ୍କ ପାଖରେ ଖାଦ୍ୟ ପହଂଚାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା, ଅପରିବର୍ତ୍ତିତ ରହିଲା EMI ଏବଂ ଋଣ ସୁଧହାର

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ଇଏମ୍‌ଆଇ ଏବଂ ଋଣ ସୁଧହାର । ବଦଳିଲାନି ରୋପୋ ଓ ରିଭର୍ସ ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ଚଳିତବର୍ଷ ରେପୋ ହାରକୁ ୪ ପ୍ରତିଶତ ରଖିଥିବାବେଳେ ରିଭର୍ସ ରେପୋ ୩ ଦଶମିକ ୩୫ ପ୍ରତିଶତ ରଖିଛନ୍ତି । ଆଜି ମୁଦ୍ରାନୀତି କମିଟି ବୈଠକ ପରେ ଏହି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଇଏମ୍‌ଆଇ ଓ ଋଣ ସୁଧହାରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏହାଛଡା ଚଳିତ ଆର୍ଥିକବର୍ଷରେ ଜିଡିପି ୯ ଦଶମିକ ୫ ପ୍ରତିଶତ ହ୍ରାସ ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ମୁଦ୍ରାନୀତି କମିଟିର ତିନି ଦିନିଆ ସମୀକ୍ଷା ବୈଠକ ପରେ ରିଜର୍ଭ ବ୍ୟାଙ୍କ ଏଭଳି ପୂର୍ବାନୁମାନ କରିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅର୍ଥନୀତି ସାମାନ୍ୟ ଉନ୍ନତି ଆସିବ ଏବଂ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ସକାରାତ୍ମକ ସୀମା ପର୍ଯ୍ୟନ୍ତ ପହଞ୍ଚିପାରେ । ଏହାପୂର୍ବରୁ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ- ସିଏସଓ ଦ୍ବାରା ପ୍ରକାଶିତ ଆକଳନ ଅନୁଯାୟୀ ଜିଡିପି ପ୍ରଥମ ତ୍ରୈମାସରେ ୨୩ ଦଶମିକ ୯ ପ୍ରତିଶତ ହ୍ରାସ ପାଇଛି ।

ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ନରସିଂହପୁର: ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ । କରୋନାରେ ଲୋକଙ୍କ ସହାୟତା କରୁଥିବା ଯୋଦ୍ଧା ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନାର ଏଏସଆଇ ମୋହନ କାର୍ଜି । ନରସିଂହପୁର ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ମଦନ ମୋହନ କାର୍ଜି କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଏସଡିପିଓ ଆଲୋକ ରଞ୍ଜନ ରାୟ ।

ସୂଚନା ଅନୁସାରେ, ଏଏସଆଇ ମଦନ ମୋହନ କାର୍ଜିଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଥିଲା । ତେଣୁ ସେ ସେପ୍ଟେମ୍ବର ୨୨ରେ କାନପୁର ଥାନା ଅନ୍ତର୍ଗତ ଅଢେଇଗୁଣ୍ଡି ଠାରେ ସ୍ୱାବ ଟେଷ୍ଟ କରିଥିଲେ । ଏହାର ରିପୋର୍ଟ ପଜିଟିଭ ଆସିଥିଲା । ତେଣୁ ତାଙ୍କୁ କଟକରେ ଥିବା ସୃଷ୍ଟି ଘରୋଇ ହସ୍ପିଟାଲର କୋଭିଡ କେଆରରେ ଭର୍ତ୍ତି କରାଯାଇଥିଲା ।

କିଛି ଦିନ ହସ୍ପିଟାଲରେ ରହିବାପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କିଛି ସୁଧାର ଆସି ନଥିଲା ଏବଂ  ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏଏସଆଇ ମଦନ ମୋହନ କାର୍ଜିଙ୍କ ଘର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଡ଼ ଦେଉଳି ଗାଁରେ ବୋଲି ଜଣାପଡିଛି ।

ରାମବିଳାଶ ପାଶୱାନଙ୍କ ଦେହାନ୍ତ ଖବର ଶୁଣି ପ୍ରଥମ ସ୍ତ୍ରୀଙ୍କ ହେଲା ଏମିତି ଅବସ୍ଥା

ପାଟଣା: ଲୋକ ଜନଶକ୍ତି ପାର୍ଟି (ଏଲଜିପି)ର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଗୁରୁବାର ରାତିରେ ଦେହାନ୍ତ ହୋଇଯାଇଛି । ପାଶୱାନଙ୍କ ପରଲୋକ ଖବର ଦେଶବ୍ୟାପୀ ଖେଳି ଯାଇଥିଲା । ହେଲେ ପାଶୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କୁ ଏହି କଥା ଜଣାଇନଥିଲେ । ରାଜକୁମାର ଦେବୀ ହୃଦ୍ ରୋଗୀ ହୋଇଥିବାରୁ ମୃତ୍ୟୁଖବର ତାଙ୍କୁ ଦିଆଯାଇ ନଥିଲା । ତେବେ, ବିଳମ୍ବିତ ରାତିରେ ସେ ପାଶୱାନଙ୍କ ଦେହାନ୍ତ ଖବର ସହ ଶୁଣି କାନ୍ଦି କାନ୍ଦି ତଳେ ପଡ଼ି ଯାଇଥିଲେ ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ଏଲଜିପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ରାମବିଳାଶ ପାଶୱାନ ଦୁଇଥର ବିବାହ କରିଥିଲେ । ପାଶୱାନ ପ୍ରଥମେ ୧୯୬୦ ମସିହାରେ ବିହାରର ଖଗିଡ଼ୟାର ରାଜକୁମାରୀ ଦେବୀଙ୍କୁ ବିବାହ କରିଥିଲେ । ୧୯୮୨ରେ ହରିୟାଣାର ରୀନାଙ୍କୁ ବାହା ହୋଇଥିଲେ ପାଶୱାନ ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ପ୍ରଥମ ପତ୍ନୀଙ୍କ ୨ ଝିଅ ଅଛନ୍ତି । ଝିଅଙ୍କ ନାଁ ହେଉଛି- ଉଷା ଓ ଆଶା । ଉଭୟଙ୍କ ବିବାହ ମଧ୍ୟ ସରିଛି । ଦ୍ୱିତୀୟ ପତ୍ନୀ ରୀନାଙ୍କ ଏକ ପୁଅ ଓ ଗୋଟିଏ ଝିଅ ଅଛି ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ରାମବିଳାଶ ପାଶୱାନ ୧୯୮୧ରେ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଲୋକସଭା ନିର୍ବାଚନରେ ଜେଡିୟୁ ପାଶୱାନଙ୍କୁ ଦୁଇ ପତ୍ନୀ ନେଇ ନାମାଙ୍କନରେ ଘେରିଥିଲା । ତାପରେ ପାଶୱାନଙ୍କ ଓକିଲ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦସ୍ତାବିଜ୍ ଦାଖଲ କରିଥିଲେ । ଯେଉଁଥିରୁ ରାଜକୁମାରୀଙ୍କୁ ପାଶୱାନ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଥିଲା ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ଗୁରୁବାର କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ନିଧନ ଖବର ଚାରିଆଡ଼େ ବ୍ୟାପି ଯାଇଥିଲା । କିନ୍ତୁ, ଏ ଖବରକୁ ପ୍ରଥମ ପତ୍ନୀ ରାଜକୁମାରୀଙ୍କୁ ପ୍ରଥମେ ଦିଆଯାଇ ନଥିଲା । ରାତି ୧୦ଟା ବେଳେ ସେ ଖବର ଜାଣିବା ପରେ କାନ୍ଦି କାନ୍ଦି ତଳେ ପଡ଼ି ଯାଇଥିଲେ ।