spot_img
Home Blog Page 632

ସଫଳତାର ସହ ସରିଛି ନବୀନଙ୍କ ଅସ୍ତ୍ରୋପଚାର, ଆଜି ଭେଟିବେ ପ୍ରିୟଜନ

ଭୁବନେଶ୍ବର: ଗତକାଲି ସଫଳତାର ସରିଛି ଅସ୍ତ୍ରୋପଚାର । ଏବେ ଅବଜରଭେସନରେ ରହିଛନ୍ତି ଓଡ଼ିଆଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ। ରବିବାର ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ହୋଇଛି ନବୀନଙ୍କ ସର୍ଜରୀ । ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ସେ ଡିସଚାର୍ଜ ହେବେ । ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ । ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି । ଗତକାଲି ନବୀନଙ୍କ ପାଖରେ ଉପସ୍ଥିତ ଥିଲେ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ ।

ଅସ୍ତ୍ରୋପ୍ରଚାର ପରେ ୪୮ ଘଣ୍ଟା ନବୀନ ଅବଜରବେସନରେ ରହିବେ ବୋଲି କହିଥିଲେ ଡାକ୍ତର । ତେବେ ଆଜି କିଛି ବିଶିଷ୍ଟ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇପାରନ୍ତି । ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦସ୍ପନ୍ଦନ ନବୀନ ପଟ୍ଟନାୟକ । ଦୈବୀ ଦୁର୍ବିପାକ ହେଉ ଅବା ଯେକୌଣସି ସମସ୍ୟା । ପ୍ରତିଟି ମୁହୁର୍ତ୍ତରେ ରାଜ୍ୟର ହିତ ପାଇଁ ଠିଆ ହୋଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଅସୁସ୍ଥତା ଖବର ଶୁଣି ବ୍ୟସ୍ତ ହୋଇପଡିଥିଲେ ରାଜ୍ୟବାସୀ । ମୁମ୍ବାଇରେ ନବୀନଙ୍କ ସଫଳ ଅସ୍ତ୍ରୋପ୍ରଚାର ପରେ ସଭିଏଁ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳମତ ନିର୍ବିଶେଷରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନେତା ।

 

ମୁର୍ଶିଦାବାଦରେ ଟ୍ରାକ୍ଟର-ଡମ୍ପର ଧକ୍କା : ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଟ୍ରାକ୍ଟର-ଡମ୍ପର ଧକ୍କା । ଦୁର୍ଘଟଣାରେ ୫ ମୃତ, ୧୦ରୁ ଅଧିକ ଗୁରୁତର । କାନ୍ଦି ଥାନା ଗୋରକାନ୍ ପାୱାର ହାଉସ୍ ଛକରେ ଘଟିଛି ଦୁର୍ଘଟଣା । ଆହତଙ୍କୁ ମୁର୍ଶିଦାବାଦ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୨୦ ଜଣ ତୀର୍ଥଯାତ୍ରୀ ବୀରଭୂମର ବାଲୁକା ଅଞ୍ଚଳରୁ ଗାଧୋଇ ଫେରୁଥିବା ସମୟରେ ଟ୍ରାକ୍ଟରଟି ଏକ ଡମ୍ପର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟରଟି ଘଟଣାସ୍ଥଳେ ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସମସ୍ତ ମୃତକ ଏବଂ ଆହତ ବ୍ୟକ୍ତି ମୁର୍ଶିଦାବାଦର ହରିହର ପାରା ଥାନା ଅନ୍ତର୍ଗତ ରୁକୁନପୁର ଅଞ୍ଚଳର ବୋଲି ଜଣାପଡିଛି ।

ଖରିଫ ଋତୁ ଭଳି ରବି ଋତୁରେ ବି ଧାନ କିଣାରେ ଅବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଖରିଫ ଋତୁ ଭଳି ରବି ଋତୁରେ ବି ଧାନ କିଣାରେ ଅବ୍ୟବସ୍ଥା। ବିଲରୁ ଧାନ ସଂଗ୍ରହ ଚାଲିଥିବା ବେଳେ ମଣ୍ଡି ବନ୍ଦ କରିବାକୁ ସରକାର ଯୋଜନା କଲେଣି। ଚାଷୀ ଟୋକନ ଧରି ବସିଛନ୍ତି, ହେଲେ ଧାନ ବିକିବାକୁ ସକ୍ଷମ ହେଉନାହାନ୍ତି। ମଣ୍ଡିରେ ବର୍ଷାରେ ଧାନ ଭିଜୁଥିବା ବେଳେ ଏହାର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ଏଭଳି ବ୍ୟବସ୍ଥା ଲାଗି ରହିଲେ ଚାଷୀ ଅଧିକ ହଇରାଣ ହେବେ। ଜୁନ୍ ୩୦ ସୁଦ୍ଧା ମଣ୍ଡି ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଜୁଲାଇ ୧୫ ଯାଏଁ ବଢାଇବାକୁ ବିଜେଡ଼ି ଦାବି କରିଛି। ଚାଷୀଙ୍କ ଧାନ ସରକାର ନ କିଣିଲେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଚେତାବନୀ ଦେଇଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଆମେ ଧାନ ଶୀଘ୍ର ଉଠାଇବାକୁ ନିଷ୍ପତ୍ତି ନେଇଛୁ।

ଧାନ କିଣାରେ ପୁଣି ବିଭ୍ରାଟ। ରବି ଭଳି ଖରିଫରେ ବି ରୀତିମତ କଟନୀ ଛଟନୀ। ଧାନ କିଣା ଅବ୍ୟବସ୍ଥା ଦୂର ନ ହେଲେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଦେଇଛି ଚେତାବନୀ। ଚାଷୀଙ୍କ ଧାନ ସରକାର ନ ନେଲେ ମନ୍ତ୍ରୀଙ୍କୁ ଗାଁରେ ପୁରାଇଦେବୁନି ବୋଲି ବିଜେଡ଼ି କହିଛି। ମନ୍ତ୍ରୀ କହୁଛନ୍ତି ବର୍ଷା ହେଲେ ଆମେ କଣ କରିବୁ, ଏହା ପ୍ରକୃତିର ନିୟମ । ବର୍ଷା ଯୋଗୁଁ ଧାନ ଅମଳରେ  ଚାଷୀ ବ୍ୟସ୍ତ ଥିବା ବେଳେ ଧାନ କିଣା ନେଇ ଜୁନ୍ ୩୦ ଯାଏଁ ସରକାରଙ୍କ ଅବଧି ଅଡ଼ୁଆରେ ପକାଇଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡ଼ି। ଜୁନ୍ ୩୦ ଯାଏଁ ଅବଧି ଥିବା ବେଳେ ଏବେଠାରୁ ଅନେକ ମଣ୍ଡିରେ ତାଲା ପଡ଼ିଲାଣି। ମଣ୍ଡିକୁ ଧାନ ନ ଆଣିବାକୁ ଚାଷୀଙ୍କୁ କୁହାଗଲାଣି। ଅବଧି ଜୁଲାଇ ୧୫ ଯାଏଁ ବୃଦ୍ଧି କରିବାକୁ ବିଜେଡ଼ି ଦାବି କରିଛି। ଧାନ କିଣା ଅବ୍ୟବସ୍ଥା ଦୂର ନ ହେଲେ କଂଗ୍ରେସ ବି ଆନ୍ଦୋଳନ କରିବ ବୋଲି କହିଛି।

ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ଖରିଫ ଋତୁରେ ୭୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା। ରବି ଋତୁରେ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବୁ। ଆମର ଉଦେଶ୍ୟ ହେଉଛି ଚାଷୀଙ୍କର ଟୋକନ ଲାପସ  ନ ହେଉ। ଚାଷୀ ହଇରାଣ ନ ହୁଅନ୍ତୁ। ବର୍ଷା ଦିନରେ ବର୍ଷା ହେବ, ଆମେ କଣ କରିପାରିବୁ, ଏହା ପ୍ରକୃତିର ନିୟମ। ବର୍ଷା ହେଲେ ଧାନ ଉଠି ପାରିବ ନାହିଁ। ଧାନ ଓଦା ହୋଇଯିବ କେମିତି ଉଠାଇବୁ। ଧାନ ଓଦା ହୋଇଗଲେ  ଆଦ୍ରତା ବଢ଼ିଯିବ। ଜୁନ ୩୦ ସୁଦ୍ଧା  ସବୁ ଧାନ ଉଠାଇଦେବୁ। ଧାନ କିଣା ଏବେ ଜୋରସୋର ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।  ଧାନରେ କ୍ଵିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡ଼ି ପ୍ରଦାନ କରି ସରକାର ବାହାବା ନେବାକୁ ବସିଥିବା ବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଚାଷୀଙ୍କ ଅବସ୍ଥା ସଙ୍ଗୀନ। ପ୍ରତି କ୍ଵିଣ୍ଟାଲରେ ୧୫ରୁ ୨୦ କେଜି କଟନୀଛଟନୀ ହେଉଛି। ଧାନର ସୁରକ୍ଷା ପାଇଁ ମଣ୍ଡିରେ କିଛି ବ୍ୟବସ୍ଥା ନାହିଁ। ତା ସାଙ୍ଗକୁ ଧାନ କିଣାର ସୀମିତ ଅବଧି ଚାଷୀମାନଙ୍କୁ ଚିନ୍ତାରେ ପକାଇଛି।

ସୁସ୍ଥ ହେଲେ ମହାପ୍ରଭୁ : ଗଜପତିଙ୍କୁ ଖବର ଦେଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ: ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେଲେ ସେବାୟତ । ଦ୍ଵାଦଶୀ ତିଥି ଅବସରରେ ଦଇତାପତିଙ୍କ ଦ୍ବାରା ରାଜପ୍ରାସାଦ ବିଜେ ନୀତି  । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଇବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଥିଲା । ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବାବେଳେ ଶ୍ରୀଜୀଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳକ ଔଷଧ ଲାଗି କରାଯାଇଥିଲା । ଔଷଦ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏହି ଖବର ଗଜପତି ମହାରାଜଙ୍କୁ ସୂଚିତ କରିବା ସହିତ ଶ୍ରୀଜିଉଙ୍କ ଅନବସର ପ୍ରସାଦ ରୂପେ କରାଳ, ଚନ୍ଦନ ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀ ନଅରକୁ ବିଜେ କରିଛନ୍ତି ସେବାୟତ । ପରେ ପହୁଡ଼ ଆଳତି ନୀତି ହେବା ପରେ ଦଇତାପତି ମାନେ ଘଣା ଲାଗି ନୀତି କରାଇବେ ।

ଗାଁକୁ ଅପହଞ୍ଚ ମୌଳିକ ସୁବିଧା ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: ଗାଁକୁ ଅପହଞ୍ଚ ମୌଳିକ ସୁବିଧା ସୁଯୋଗ । ପଟାଙ୍ଗୀ ବ୍ଳକ ଚନ୍ଦକା ପଞ୍ଚାୟତ କୋଦାବାଲସା ଗାଁକୁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ପକ୍କା ରାସ୍ତା ।ଫଳରେ ନାହିଁ ନଥିବା ସମସ୍ଯାର ସମ୍ମୁଖୀନ ହେଉଛନ୍ତି ଲୋକେ । ଖାଲଖମା ପାହାଡି ରାସ୍ତାରେ ବିପଦଶଙ୍କୁଳ ଭାବେ ଯିବା ଆସିବା କରିବା ସହ ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି । ସମସ୍ଯା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ାଖାବଡ଼ା ପାହାଡି ରାସ୍ତାରେ ଯାତାୟତ କରୁଛନ୍ତି ଉପାନ୍ତ ଅଞ୍ଚଳ ଲୋକେ । ନିଦାବିଷ୍ଣୁ ପାଲଟିଛି ପ୍ରଶାସନ । ପକ୍କା ରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ଚନ୍ଦକା ପଞ୍ଚାୟତର କୋଦାଵାଲସା ଗାଁ ଲୋକେ । ଆବଡାଖାବଡା ରାସ୍ତାରେ ଚାଲିଯିବା ମୁସ୍କିଲ ହୋଇ ପଡୁଥିବା ବେଳେ ଜରୁରୀ କାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ଫଳରେ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆରେ ଦୁଇ କିଲୋମିଟର ବୋହି ନେବାକୁ ପଡୁଛି । ବର୍ଷା ଦିନେ ଲୋକଙ୍କ ସମସ୍ଯା ଦ୍ଵିଗୁଣିତ ହୋଇଯାଏ ।

ଗାଁକୁ ରାସ୍ତା ନଥିବାରୁ ରାସନ ଚାଉଳ ହେଉ କି ଭତ୍ତା ପାଇଁ ଯିବା ବେଳେ ବୟସ୍କ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦାନା ବାନ୍ଧୁଛି । ଅନ୍ଯପଟେ ଯେପରି ଶୀଘ୍ର ରାସ୍ତା ନିର୍ମାଣ ହେବ ତାର ବ୍ଯବସ୍ଥା କରିବୁ ବୋଲି କହିଛନ୍ତି ବ୍ଲକ ଅଧ୍ଯକ୍ଷା ।

ଇରାନ ଉପରେ ବୋମା ବିସ୍ଫୋରଣ ପରେ ଆମେରିକାରେ ହାଇ ଆଲର୍ଟ : ସବୁ ସ୍କୁଲ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଇରାନ ଉପରେ ବୋମା ବିସ୍ଫୋରଣ ପରେ ଆମେରିକା ହାଇ ଆଲର୍ଟରେ, ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଇରାନରେ ହୋଇଥିବା ଆକ୍ରମଣ ପରେ ଆମେରିକୀୟ ଅଧିକାରୀମାନେ ହାଇ ଆଲର୍ଟରେ ।  ନ୍ୟୁୟର୍କ ଏବଂ ୱାଶିଂଟନ ପରାମର୍ଶ ଜାରି କରିବା ସହ  ସେନା ମୁତୟନ କରିଛନ୍ତି। ସହରର ଧାର୍ମିକ, ସାଂସ୍କୃତିକ ଏବଂ କୂଟନୈତିକ ସ୍ଥାନରେ ଅତିରିକ୍ତ ବାହିନୀ ମୁତୟନ ।  ଇରାନ  ଉପରେ କଡ଼ା ନଜର ରଖିଛି ଆମେରିକା ।  ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପାଟ୍ରୋଲିଂ ବୃଦ୍ଧି । ଅନେକ ଅନ୍ତର୍ଜାତୀୟ ବିମାନ କମ୍ପାନୀ ମଧ୍ୟପ୍ରାଚ୍ୟର ବିସ୍ତୃତ ଅଞ୍ଚଳରୁ ବିମାନ ଚଳାଚଳକୁ  କରିଥିଲେ ରଦ୍ଦ ।

ମଧ୍ୟପ୍ରାଚ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂଘର୍ଷର ଏକ ନାଟକୀୟ ମୋଡ଼ – ତିନୋଟି ଇରାନ ପରମାଣୁ ସ୍ଥାନ ଉପରେ ଆମେରିକୀୟ ବିମାନ ଆକ୍ରମଣ ପରେ ନ୍ୟୁୟର୍କ ଏବଂ ୱାଶିଂଟନ ସମେତ ପ୍ରମୁଖ ଯୁକ୍ତରାଷ୍ଟ୍ର ସହରଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଇସ୍ରାଏଲ ଓ ଇରାନ  ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି କରିଛି ଆମେରିକା  ।  ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି । ଯୁଦ୍ଧର ଦଶମ ଦିନରେ ଇସ୍ରାଏଲ ସପକ୍ଷରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଅଶଙ୍କା ଦେଖାଦେଇଛି । ଜୁନ୍ ୧୩ ରେ ଇରାନ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ସେବେ ଠାରୁ ଉଭୟ ଦେଶ ପରସ୍ପର ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ।

 

ବିସ୍ଥାପିତଙ୍କୁ ସରକାରଙ୍କ ଅଣଦେଖା

ନନ୍ଦିଘୋଷ ବ୍ୟୁରୋ: ପ୍ରତିଶୃତି ପାଲଟିଲା ପ୍ରତାରଣା । ଜଟଣୀ ପୌରପରିଷଦ ଲୋକୋ କଲୋନୀରୁ ବିସ୍ଥାପିତ ହୋଇଥିବା ୨ ଶହ ପରିବାରକୁ ସରକାରଙ୍କ ଅଣଦେଖା ।  ସରକାର ରେଳବାଇ ପାଚେରୀ ସମ୍ପ୍ରସାରଣ କରିବା ପାଇଁ ସେମାନଙ୍କୁ ଉଚ୍ଛେଦ କରିଦେଲେ । ହେଲେ ଥଇଥାନ ନକରିବାରୁ କିଏ ଜରିପାଲ ତଳେ ତ କିଏ ଓଭରବ୍ରିଜ ତଳେ ଭାଗ୍ଯକୁ ଆଦରି ପଡି ରହିଛନ୍ତି । ଶୀଘ୍ର ଘର ଖଣ୍ଡେ ଯୋଗାଇଦେବାକୁ ଦାବି ।

ବିସ୍ଥାପିତଙ୍କୁ ସରକାରଙ୍କ ଅଣଦେଖା । ଘର ଭାଙ୍ଗିଲା ବେଳକୁ ବହୁ ପ୍ରତିଶୃତି ଦେଇଥିଲେ। ଅଥଚ ଏବେ ଭୁଲି ଯାଇଛନ୍ତି। ବାଧ୍ୟ ହୋଇ କିଏ ଟିଣ ଆଉ ଜରିପାଲ ଘରେ ପଡ଼ି ରହିଛି ତ କିଏ ରାସ୍ତା କଡ଼ରେ  ଜରି ପାଲ ଘେରାଉ କରି ରହୁଛନ୍ତି । ଆଉ କିଏ ତ ଫ୍ଲାଏ ଓଭର ତଳେ ଭଙ୍ଗା କୁଡିଆରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଏମାନେ ସମସ୍ତେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦ ୨୦ ନମ୍ବର ୱାର୍ଡର ଲୋକୋ   କଲୋନୀରେ ରହୁଥିଲେ । ସରକାର ରେଳବାଇ ପାଚେରୀ ସମ୍ପ୍ରସାରଣ କରିବା ପାଇଁ ସେମାନଙ୍କୁ ଉଚ୍ଛେଦ କରିଦେଲେ। ହେଲେ ଥଇଥାନ କରିବାକୁ ଭୁଲିଯିବାରୁ ଦୁର୍ଦ୍ଦିନରେ ୨ ଶହ ପରିବାର । ବିସ୍ଥାପିତମାନେ ବାରମ୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇବାକୁ ଗୁହାରି କଲେ ବି କେହି ଶୁଣୁନାହାନ୍ତି ।

ବିସ୍ଥାପିତ ପରିବାରକୁ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହୋଇଛି । ବିଜେଡି ସରକାର ଭୂମିହୀନ ମାନଙ୍କୁ ଜାଗା ମିଶନ ଜରିଆରେ ଥଇଥାନ କରିଥିଲେ । ହେଲେ ଏବର ସରକାର ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୁଲିଯାଇଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି। ସମସ୍ୟା ସଂପର୍କରେ ପୌରାଧ୍ୟକ୍ଷ କହିଛନ୍ତି, ଆମେ ଏ ବିଷୟରେ ସରକାରଙ୍କୁ ଅବଗତ କରାଇଛୁ । ଯଦି ସରକାର ଖୁବ ଶୀଘ୍ର ସମସ୍ୟାର ସମାଧାନ ନ କରନ୍ତି ତାହାଲେ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

 

ଏହିସବୁ ଟିଭି ଅଭିନେତ୍ରୀ, ପରଦାରେ ଟମବୟ: ବାସ୍ତବରେ ବେଶ ସୁନ୍ଦର

ନନ୍ଦିଘୋଷ ବ୍ୟୁରୋ: ଟିଭି ସିରିଏଲକୁ ବେଶ ପସନ୍ଦ କରିଥାନ୍ତି ଦର୍ଶକେ । ପ୍ରତିଦିନ ସିରିଏଲ ଦେଖିବା କିଛି ଲୋକଙ୍କ ଅଭ୍ୟାସ । ତେବେ ଟିଭିରେ ଅଭିନୟ କରୁଥିବା ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯାହାଙ୍କ ସୁନ୍ଦରତାକୁ ଆପଣ ମଧ୍ୟ ପ୍ରଂଶସା ନକରି ରହିପାରିବେ ନାହିଁ । ତେବେ ଆସନ୍ତୁ ଏହି ପାଠ ମାଧ୍ୟମରେ ଜାଣିବା ଏହି ଅଭିନେତ୍ରୀଙ୍କ ସମ୍ପର୍କରେ କିଛି ଅଜଣା କଥା ।

ଆସି ସିଂ : ଟେଲିଭିଜନ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଆସୀ ସିଂ । ମିତ ସିରିୟଲରେ ଲିଡ୍ ରୋଲରେ ନଜର ଆସିଥିଲେ । ତାଙ୍କ ଅଭିନୟ ସାଙ୍ଗକୁ ଗ୍ଲାମରକୁ ବେଶ ପସନ୍ଦ କରିଛନ୍ତି ଦର୍ଶକେ । ହରିୟାଣାର ଏହି ଅଭିନେତ୍ରୀ ପରଦାରେ ଟମବୟ, ବାସ୍ତବରେ କିନ୍ତୁ ବହୁତ ସୁନ୍ଦର ଦେଖାଯାଆନ୍ତି ।

ପ୍ରାଚୀ ହାଡ଼ା : ’ତେରି ମେରି ଡୋରିଆଁ’ ଜଣାଶୁଣା ଟିଭି ଶୋରେ ନଜର ଆସିଥିବା ଅଭିନେତ୍ରୀ ପ୍ରାଚୀ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯଦିଓ ପରଦାରେ ସେ ଟମବୟ ଭଳି ଦିଶିଛନ୍ତି କିନ୍ତୁ ତାଙ୍କ ଦେଖିଲେ ଆପଣଙ୍କ ନଜର ମଧ୍ୟ ଲାଗିଯିବ ।

କନିକା ମାନ : ଏହି ଅଭିନେତ୍ରୀ ତାଙ୍କ ଗ୍ଲାମର ପାଇଁ ସବୁବେଳେ ଖବରର ଶିରୋନାମା ପ୍ରସ୍ତୁତ କରନ୍ତି। ସେ ଅନେକ ଶୋ’ରେ କାମ କରିଛନ୍ତି। କନିକା ମାନ “ବଢ଼ୋ ବହୁ” ଶୋ’ରେ ତିତଲି ଭୂମିକାରେ ଅଭିନୟ କରିଥିଲେ। ଏହି ଅଭିନେତ୍ରୀ ଟିଭିରେ ଡେବ୍ୟୁ କରିବା ପାଇଁ ଜଣେ ଟମବୟ ହୋଇଥିଲେ। ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ୍ ରହିଥିବାବେଳେ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି ।

ପ୍ରାଚୀ ତେହେଲାନ : ଚୀ ତେହଲାନ ମଧ୍ୟ ସମାନ ଭୂମିକାରେ ଅଭିନୟ କରିଛନ୍ତି। ସେ ଶୋ’ରେ ପୁଅ ପରି ରହିବାକୁ ପସନ୍ଦ କରୁଥିଲେ। ଶୋ’ରେ ଦେଖାଯାଇଥିଲା ଯେ ସେ ପୁଅ ପରି ପୋଷାକ ପିନ୍ଧନ୍ତି, ଯଦିଓ ବାସ୍ତବ ଜୀବନରେ ସେ କାହାଠାରୁ କମ୍ ନୁହଁନ୍ତି। ଏହି ୩୧ ବର୍ଷୀୟ ଅଭିନେତ୍ରୀ ପଞ୍ଜାବୀ ଫିଲ୍ମରେ ମଧ୍ୟ ଦେଖାଦେଇଛନ୍ତି।

ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସାଧାରଣ ଲୋକଙ୍କୁ ତଡି ବିକାଶ ନାଁରେ ବ୍ୟାପକ ଖଣି ଖନନ କରି ବିନାଶ କରିବାକୁ ଅପଚେଷ୍ଟା ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି । ସରକାର ଖଣି ଖନନ କରିବାରୁ ଦୂରେଇ ରୁହନ୍ତୁ । ଯଦି ଖଣି ଖନନ କରି ଏ ଅଞ୍ଚଳର ପରିବେଶକୁ ନଷ୍ଟ କରିବାକୁ ଅପଚେଷ୍ଟା କଲେ ତାହାକୁ ଜୋରଦାର୍ ବିରୋଧ କରାଯିବ ବୋଲି ବରିଷ୍ଠ ଆଇନଜୀବୀ ତଥା କୋଶଳବାଦୀ ନେତା ପ୍ରମୋଦ ମିଶ୍ର  ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପୂର୍ବ ସରକାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବଲାଙ୍ଗୀର ବାସୀଙ୍କ ହିତ ପାଇଁ କରିଥିଲେ । କିନ୍ତୁ ନୂଆ ସରକାର ସେହି ପ୍ରକଳ୍ପରୁ କେମିତି ଚାଷୀ ପାଣି ପାଇବ, ଲୋକେ ପାନୀୟଜଳ ସମସ୍ୟାର ସମାଧାନ ହେବ ତାହା ପ୍ରଚେଷ୍ଟା ନକରି ସେହି ଅଞ୍ଚଳରେ ଥିବା ଖଣି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ।

ସେହିପରି ପାଟଣାଗଡ଼ ଅଞ୍ଚଳର ସାଲେପାଲି ଗ୍ରାଫାଇଟ୍ ମାଇନ୍ସ ଲିଜ ଦେବାକୁ ଯୋଜନା କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଜୋରଦାର୍ ବିରୋଧ କରିଛନ୍ତି । ସ୍ଥାନୀୟ ଲୋକେ ଜନମ ମାଟି ବଞ୍ଚାଓ ସମିତି ନାଁରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆସନ୍ତା କାଲି କୋଶଳ ରାଜ୍ଯ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ସେମାନଙ୍କୁ ସମର୍ଥନ ଜଣାଇବ ବୋଲି କହିଛନ୍ତି ପ୍ରମୋଦ ମିଶ୍ର ।

ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଏକ୍ ହେଉଛନ୍ତି ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର

ନନ୍ଦିଘୋଷ ବ୍ୟୁରୋ: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ମଧ୍ଯପ୍ରାଚ୍ୟର ସମସ୍ତ ଇସଲାମିକ ରାଷ୍ଟ୍ର ଆମେରିକା ବିରୋଧରେ ଏକ ହେବାରେ ଲାଗିଛନ୍ତି। ଆମେରିକାକୁ ଯାଉଥିବା ପଣ୍ୟବାହୀ ଓ ତୈଳବାହୀ ଜାହାଜଗୁଡ଼ିକ ଯେପରି ନପହଞ୍ଚିପାରିବ ସେଥିପାଇଁ ସମସ୍ତ ଜଳପଥଗୁଡ଼ିକରେ କବଜା କରିଲେଣି। ଇରାନ ଦେଇ ଯାଇଥିବା ହର୍ମୁଜ ଷ୍ଟ୍ରେଟ ସମ୍ପୂର୍ଣ୍ଣ ଏବେ ଇରାନ କବଜାରେ। ଏହି ଚାନେଲ ଦେଇ ମଧ୍ଯପ୍ରାଚ୍ୟରୁ ଆମେରିକା ୨୬ ପ୍ରତିଶତ ଅଶୋଧିତ ତୈଳ ପରିବହନ କରିଥାଏ। ଏବେ ଏହି ଚାନେଲ ଇରାନ କବଜାରେ ଥିବାରୁ ଆମେରିକାକୁ ପଣ୍ୟବାହୀ ଓ ତୈଳବାହୀ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଇରାନକୁ ଲାଗିଥିବା ଇସଲାମିକ ରାଷ୍ଟ୍ର ୟେମେନ ମଧ୍ୟ ଆମେରିକାକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରିବାକୁ କରିଛି ଯୋଜନା। ଡୋନାଲଡ ଟ୍ରମ୍ପଙ୍କ ଏକପାଖିଆ ଦାଦାଗିରିକୁ କଡ଼ା ଜବାବ ଦେବା ପାଇଁ ଆମେରିକାକୁ ଦେଇଛି ଚେତାବନୀ। ୟେମେନ କବଜାରେ ଥିବା ଲୋହିତ ସାଗରରେ ଆମେରିକାର ଯୁଦ୍ଧପୋତ ଓ ପଣ୍ୟବାହୀ ଜାହାଜ ଡେରା ପକାଇଛନ୍ତି। ଏହାକୁ ତୁରନ୍ତ ଲୋହିତ ସାଗରରୁ ହଟାଇବାକୁ ଆମେରିକାକୁ କହିଛି ୟେମେନ। ଏହି ସବୁ ଜାହାଜ ନହଟାଇଲେ ସମସ୍ତ ଯୁଦ୍ଧପୋତ ଓ ପଣ୍ଯବାହୀ ଜାହାଜକୁ ଧ୍ବଂସ କରିଦେବାକୁ ଆମେରିକାକୁ ଚେତାବନୀ ଦେଇଛି ୟେମେନ। ଏହା ସହ ଇରାନ ସମର୍ଥନରେ ବଳୀୟାନ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ହାଉଥି ବି ଖୋଲାଖୋଲି ଆମେରିକା ବିରୋଧରେ ଯୁଦ୍ଧ ଡାକରା ଦେଇଛି। ଗୋଟିଏ ପଟେ ହର୍ମୁଜ ଚାନେଲ ଓ ଅନ୍ୟପଟେ ଲୋହିତ ସାଗରରେ ପରିବହନ ବାଧାପ୍ରାପ୍ତ ହେବା ଯୋଗୁ ଆମେରିକା ମଧ୍ୟପ୍ରାଚ୍ୟରୁ ତୈଳ ଆଣିବା ସମ୍ଭବ ହେବ ନାହିଁ।