spot_img
Home Blog Page 6328

କେନ୍ଦ୍ର ସରକାର କଲେ ସ୍ପଷ୍ଟ, ଦେଶରେ ସମସ୍ତଙ୍କୁ ଦିଆ ଯିବ ନାହିଁ କରୋନା ଟିକା

ଭୁବନେଶ୍ୱର: କରୋନା ସଂକ୍ରମଣ ବଢିବା ସହ ଭ୍ୟାକ୍ସିନ ପ୍ରସ୍ତୁତିକୁ ପ୍ରକ୍ରିୟାକୁ ମଧ୍ୟ ଦ୍ରୁତ ଗତିରେ କରିବା ପାଇଁ ପ୍ରୟାସ କରାଯାଇଥିଲା । ଯାହା ଭ୍ୟାକ୍ସିନ ପ୍ରସ୍ତୁତିର ସ୍ୱାଭାବିକ ପଦ୍ଧତି ନୁହେଁ । ସାଧାରଣତଃ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ମଧ୍ୟ ୪ ବର୍ଷ ସମୟ ଆବଶ୍ୟକ କରିଥାଏ । କିନ୍ତୁ କୋଭିଡର ଆତଙ୍କରେ ବାଧ୍ୟ ହୋଇ କେନ୍ଦ୍ର ସରକାର ଏହାକୁ ୧୬ରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ପ୍ରୟାସ କରିଛନ୍ତି । ଏଭଳି ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ।

ସେ କହିଛନ୍ତି ଯେ ଭାରତରେ ଭ୍ୟାକ୍ସିନ ପ୍ରସ୍ତୁତର ଉଦ୍ଦେଶ୍ୟକୁ ପ୍ରଥମେ ବୁଝିବାକୁ ପଡ଼ିବ । ସଭିଁଙ୍କୁ ଭ୍ୟାକ୍ସିନ ଦେବା କଥା ସରକାର କେବେ କହିନାହାନ୍ତି କିମ୍ୱା ଏହା କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ମଧ୍ୟ ନୁହେଁ । ମୁଖ୍ୟତଃ କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି । ଭ୍ୟାକ୍ସିନ ଆସିବା ପରେ ମଧ୍ୟ ସମସ୍ତଙ୍କୁ ଭ୍ୟାକ୍ସିନ ଦିଆଯିବ ନାହିଁ ।

କରୋନା ଚେନ୍ ଭାଙ୍ଗିବା ପାଇଁ ଆବଶ୍ୟକ ଥିବା କ୍ଷେତ୍ରରେ ଭ୍ୟାକ୍ସିନର ପ୍ରୟୋଗ ହେବ । ସେହିଭଳି ପ୍ରାଥମିକତା ଦୃଷ୍ଟି କୋଣରୁ କେବଳ ଜଟିଳ ଭାବେ ସଂକ୍ରମିତ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ଦିଆଯିବ । କରୋନା ଭ୍ୟାକ୍ସିନ ଆସିବା ପରେ ଏହାକୁ ତଥ୍ୟ ଆଧାରରେ ବ୍ୟବହାର କରାଯିବ । ତଥ୍ୟାତ୍ମକ ବିଶ୍ଲେଷଣ ପରେ ହିଁ ଟିକାକରଣ ହେବ ।

ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ଖଣି ନିଗମ ପାଇଁ ୨ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମର ଉତ୍ପାଦନ କ୍ଷମତା ବଢାଇବା ସହ ସ୍ୱଚ୍ଛତା ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଆସନ୍ତା ବର୍ଷ ସୁଦ୍ଧା ୨୦ ମିଲିୟନ ଟନ୍  ଲୁହା ପଥର ଉତ୍ପାଦନ ନେଇ ନିଗମ ଲକ୍ଷ୍ୟ ରଖିଥିବା କୁହାଯାଇଛି । ଗ୍ରାହକ ଏକତ୍ରୀକରଣ ପରିଚାଳନା ବ୍ୟବସ୍ଥା ଓ ଖଣିଜ ପଦାର୍ଥ ଗଚ୍ଛିତ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ସକ୍ରିୟ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ଆଜି ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପରିଚାଳନା ବ୍ୟବସ୍ଥା ନେଇ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି । ଏହି ଦୁଇ ଆପ୍  5 ‘T’ ବିଭାଗ ଅନ୍ତର୍ଗତ ରଖାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଓଏମସି ଏବେ ସାରା ଦେଶରେ ଏକ ଅଗ୍ରୀଣ ସରକାରୀ ସଂସ୍ଥା ଭାବେ କାର୍ଯ୍ୟରତ ଅଟେ । ଏହି ଆପ୍ ମାଧ୍ୟମରେ ରାଜ୍ୟ ଖଣି ନିଗମକୁ ଗ୍ରାହକକୈନ୍ଦ୍ରୀକ କରିବାର ପ୍ରୟାସ କରାଯାଇଛି । ସେହିଭଳି କିଭଳି ଭାବେ ଖଣିଜ ପଦାର୍ଥକୁ ବ୍ୟବସ୍ଥିତ ଭାବେ ଗଚ୍ଛିତ  କରାଯାଇ ପାରିବ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଖଣି ନିଗମରେ ସ୍ୱଚ୍ଛତା ଆଣିବା ଦିଗରେ ଏହି ଆପ୍ ବ୍ୟାପକ ଭାବେ ସହାୟକ ହେବ । କ୍ରୟ-ବିକ୍ରୟ, ବିତରଣ ପ୍ରକ୍ରିୟା ଓ ଗଚ୍ଛିତ ରଖିବା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଉଦ୍ୟମ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଗତ ୬ ଦଶନ୍ଧୀ ଧରି ରାଜ୍ୟ ଖଣି ନିଗମ ବିକାଶର ଏକ ମୁଖ୍ୟ ସ୍ରୋତ ଭାବେ ଠିଆ ହୋଇଛି । ପ୍ରଗତୀର ଯେଉଁ ଅଧ୍ୟାୟ, ରାଜ୍ୟ ରଚିଛି ଏହା ପଛରେ ଓଡ଼ିଶା ଖଣି ନିଗମର ଯଥେଷ୍ଟ ଭୂମିକା ରହିଛି ।

 ରାଜ୍ୟର ସାମାଜିକ ଓ ଆର୍ଥିକ ପ୍ରଗତୀ ଦିଗରେ ରାଜ୍ୟ ଖଣି ନିଗମର ସହଯୋଗକୁ ମୁଖ୍ୟମନ୍ତ୍ରୀ ଖୋଲା ହୃଦୟରେ ପ୍ରଶଂସା କରିଥିବା ବେଳେ କୋଭିଡ୍ ସଙ୍କଟ ବେଳେ ନିଗମର ପ୍ରୟାସ ସନ୍ତୋଷଜନକ ଥିଲା ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଓଏମସି କୋଭିଡ୍ ସମୟରେ ଯଥାସମ୍ଭବ ସହାୟତା ଯୋଗାଇଛି । ସେହିଭଳି ନିଜର ସାମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଓଡିଶା ଖଣି ନିଗମ ଆହାର ଓ ଆଦର୍ଶ ବିଦ୍ୟାଳୟ ଭଳି ରାଜ୍ୟ ସରକାରଙ୍କର କାଳଜୟୀ ଯୋଜନାକୁ ପ୍ରୋତ୍ସାହିତ କରିଛି । ସେହିଭଳି ଜଙ୍ଗଲ ସଂରକ୍ଷଣ ଓ ଖଣିର ମାନକୁ ନେଇ ସେ ନିଗମର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସେହିଭଳି ଓଡିଶା ଖଣି ନିଗମ ଭବିଷ୍ୟତରେ ରାଜ୍ୟର ପ୍ରଗତୀ ପାଇଁ ଅସମ୍ଭବ ସମ୍ଭାବନା ନେଇ ଆସୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଷ୍ଟିଲ୍ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍, ପ୍ରିନସିପାଲ୍ ସେକ୍ରେଟାରୀ ସୁରେନ୍ଦ୍ର କୁମାର ଓ ଓଏମସି ଏମଡି ଉପସ୍ଥିତ ଥିଲେ । ଆପ୍ ସମ୍ୱନ୍ଧୀତ ସୂଚନା ଦେବା ପାଇଁ ଦୁଇଟି ଛୋଟ ଭିଡିଓ ମଧ୍ୟ ରିଲିଜ ହୋଇଥିଲା ।

 

 

 

ସିଲ୍ ହେଲା ସ୍କୁଲ୍, ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଚାଲିଥିଲା ପାଠପଢ଼ା ସହ ପରୀକ୍ଷା

ଭୁବନେଶ୍ୱର: ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଅବମାନନା । ସିଲ୍ ହେଲା ଶିକ୍ଷାନୁଷ୍ଠାନ । ରାଜଧାନୀର ଚିନ୍ତାମଶିଶ୍ୱର ଅଞ୍ଚଳରେ ଥିବା ଶ୍ରୀ ସାଇ ସରସ୍ୱତୀ ଶିଶୁମନ୍ଦିରକୁ ବିଏମସି ସିଲ୍ କରି ଦେଇଛି । ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସରାକର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଏହାକୁ ଅମାନ୍ୟ କରି ଚିନ୍ତାମଶିଶ୍ୱର ଅଞ୍ଚଳରେ ଥିବା ଶ୍ରୀ ସାଇ ସରସ୍ୱତୀ ଶିଶୁମନ୍ଦିର ଖୋଲିଥିଲା ।

BMC Sealed Sisumandir School For Opening Without Permission

ଶିଶୁମନ୍ଦିରରେ ପିଲାଙ୍କ ପାଠପଢା ସହିତ ଅର୍ଦ୍ଧ ବାର୍ଷିକ ପରାକ୍ଷା ଚାଲିଥିଲା । ଏ ସମ୍ପର୍କରେ ସୂଚନା ପାଇ ବିଏମସି ନର୍ଥ ଜୋନ୍ ଡେପୁଟି କମିଶନର ଅଂଶୁମାନ ରଥ ଅତର୍କିତ ଚଢ଼ାଉ କରିଥିଲେ । ରେଡ୍ ବେଳେ ଶିଶୁମନ୍ଦିରରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଥିଲେ । ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ ବାହାରକୁ ବାହାରକୁ ଆଣିବା ପରେ ବିଏମସି ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି ।

ଶତ୍ରୁ ସୁଡଙ୍ଗରେ ଭାରତୀୟ ବୀର

ନୂଆଦିଲ୍ଲୀ: ସୈତାନ ଶତ୍ରୁର ସନ୍ଧାନକୁ ଜୋରଦାର କରିଛି ଭାରତୀୟ ସେନା । ଗୁଳିରେ ଧୂଳି ଚଟାଇବା ପରେ ମଧ୍ୟ ଆତଙ୍କୀଙ୍କ ଅନୁସନ୍ଧାନକୁ ଆଖି ଆଢୁଆଳକୁ ଠେଲି ଦେଇନାହାଁନ୍ତି ଭାରତୀୟ ବୀର ଯବାନ । ନଗରୋଟା ଏନକାଉଣ୍ଟରରେ ପଡୋଶୀ ଶତ୍ରୁ ପାକିସ୍ତାନର ୪ ଆତଙ୍କବାଦୀକୁ ବିଚ୍ ରାସ୍ତାରେ ଉଡାଇଦେଇଥିଲେ ଭାରତୀୟ ସୈନିକ । କିନ୍ତୁ ଏହା ପରେ ମଧ୍ୟ ଶତ୍ରୁର ପିଛା ଛାଡିନି ଭାରତ । ଯେଉଁ ସୁଡଙ୍ଗ ଦେଇ ପାକିସ୍ତାନରୁ ଭାରତ ଆସିବାରେ ସକ୍ଷମ ହୋଇଥିଲେ ଏହି ୪ ସୈତାନ, ଆଉ ସେହି ସୁଡଙ୍ଗର ଅନୁସନ୍ଧାନକୁ ଜୋରଦାର କରିଛି ସେନା ।

ଜଣେ ଶୀର୍ଷ ସ୍ତରୀୟ ସେନା ଅଧିକାରୀଙ୍କ ସୂଚନା ମୁତାବକ, ଭାରତୀୟ ସୈନିକ ଉକ୍ତ ସୁଡଙ୍ଗର ୨୦୦ ମିଟର ପର୍ଯ୍ୟନ୍ତ ଭିତରକୁ ଯିବାରେ ସକ୍ଷମ ସାଜିଛନ୍ତି । ପାକିସ୍ତାନର ଯେଉଁ ସ୍ଥାନରୁ ସୁଡଙ୍ଗର ଆରମ୍ଭ ହୋଇଥିଲା, ସେହି ପର୍ଯ୍ୟନ୍ତ ଭାରତୀୟ ସୁରକ୍ଷା ବଳ ପହଁଚି ପାରିଛନ୍ତି । ଯେଉଁଦିନ ନଗରୋଟା ଠାରେ ୪ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ଏନକାଉଣ୍ଟର କରିଥିଲେ, ଠିକ ତାହାର ପୂର୍ବଦିନ ଏହି ସୁଡଙ୍ଗ ଦେଇ ଭାରତ ସୀମାକୁ ପ୍ରବେଶ କରିଥିଲେ ଏହି ଆତଙ୍କୀ ।

ଭାରତ-ପାକ ସୀମାରେ ୧୫୦ ମିଟର ଲମ୍ବର ଏକ ସୁଡଙ୍ଗ ଥିବା ପ୍ରଥମେ ପରିଲିଖିତ କରିଥିଲା ଜମ୍ମୁ କାଶ୍ମୀର ଶାମ୍ବା ସେକ୍ଟର ୨୨ ନମ୍ବର ସୁରକ୍ଷା ବଳ । ଏହାପରେ ଏହାର ପତ୍ତା ଲଗାଇଥିଲା ସୁରକ୍ଷା ବାହିନୀ । ସୁରକ୍ଷାବଳର କହିବା ମୁତାବିକ, ନଗରୋଟା ଅନକାଉଣ୍ଟରରେ ନିହତ ହୋଇଥିବା ୪ ଆତଙ୍କବାଦୀ ଏହି ସୁଡଙ୍ଗର ବ୍ୟବହାର କରି ଭାରତ ଆସିବାରେ ସକ୍ଷମ ହୋଇଥିଲେ । କାରଣ ନଭେମ୍ବର ତୃତୀୟ ସପ୍ତାହରେ ସେହିପରି ସେନାର ଗୁଳିରେ ପ୍ରାଣ ହରାଇଥିବା ଆତଙ୍କୀଙ୍କ ମୋବାଇଲ ଫୋନରୁ ମିଳିଥିଲା ସୁଡଙ୍ଗର ସନ୍ଧାନ ।

ସେହିପରି ଏନକାଉଣ୍ଟର ସମ୍ବନ୍ଧରେ ସୂଚନା ଦେଇ ବର୍ଡର ସିକ୍ୟୁରିଟ ଫୋର୍ସ(ବିଏସଏଫ) ଡିଜି ରାକେଶ ଆସ୍ଥାନାଙ୍କ କହିଛନ୍ତି, ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନରୁ ସୁଡଙ୍ଗ ବାବଦରେ ମିଳିଛି ସୁରାକ । ଯାହାର ବିଶ୍ଲେଷଣ ଜାରି ରହିଛି । ଶାମ୍ବା ସେକ୍ଟର ୨୨ ନମ୍ବରରୁ ମିଳିଥବା ସୁଡଙ୍ଗ ସହ ଏହି ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହିଥିଲେ ରାକେଶ ଆସ୍ଥାନା । ଏବଂ ପରିଶେଷରେ ସୁରକ୍ଷା ବଳ ସୁଡଙ୍ଗର ୨୦୦ ମିଟର ପର୍ଯ୍ୟନ୍ତ ଭିତରକୁ ଯାଇ ସତ୍ୟର ସନ୍ଧାନ କରିଛି ।

କଳା ପତାକା ଦେଖି ଚିହିଁକି ଉଠିଲେ ଏହି ବିଜେପି ନେତା, କହିଲେ ଏମିତି କଥା…

ଅମ୍ୱାଲା: ହରିୟାଣା ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଚାଷୀଙ୍କ ଆକ୍ରୋଶ ଏବେ ଶୀର୍ଷରେ ରହିଛି । ଆନ୍ଦୋଳନ ପାଇଁ ଦିଲ୍ଲୀ ଆସିବାକୁ ଚାହୁଁଥିବା ଚାଷୀମାନଙ୍କ ସହ ହରିୟାଣା ସରକାର ଯେଉଁ ଭଳି ଭାବେ ବ୍ୟବହାର କଲେ ତାହାକୁ ଚାଷୀମାନେ ଅତି ନିନ୍ଦନୀୟ ବୋଲି କହିଥିଲେ । ସେହିଭଳି ହରିୟାଣା ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ସାରା ଦେଶରେ ଚାଷୀ ବିରୋଧୀ ପଦକ୍ଷେପ ବୋଲି ବିଚାର କରାଗଲା । ତେବେ ଏବେ ପୁଣି ଥରେ ହରିୟାଣା ନେତା ତଥା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରତନଲାଲ୍ କଟାରିଆ ଚାଷୀଙ୍କୁ ଅପମାନ କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଘଟଣା ଏହା ଯେ, ମନ୍ତ୍ରୀ ରତନଲାଲ୍ କଟାରିଆ ଆଜି ଅମ୍ୱାଲାରେ ପହଞ୍ଚିଥିଲେ । ୫-୬ଟି ସ୍ଥାନରେ ତାଙ୍କର କାର୍ଯ୍ୟକ୍ରମ ରହିଥିବା ବେଳେ ଏଗୁଡିକ ମଧ୍ୟରେ ସବୁଠାରୁ ପ୍ରମୁଖ କାମ ଥିଲା ଅମ୍ୱାଲାରେ ରେଲୱେ ବ୍ରିଜ୍ ନିର୍ମାଣ କରିବା । ସେଠାରେ ମନ୍ତ୍ରୀ ପହଞ୍ଚିବା ପରେ ଚାଷୀମାନେ ବଡ ସଂଖ୍ୟାରେ ଉପସ୍ଥିତ ରହି ତାଙ୍କୁ ବିରୋଧ କରିଥିଲେ । କଳା ପତାକା ଦେଖାଇବା ସହ କେନ୍ଦ୍ର ସରକାର ଓ କଟାରିଆଙ୍କ ବିରୋଧରେ ବୟାନବାଜି କରିଥିଲେ । ଏହାପରେ କଟାରିଆ ବିରକ୍ତି ଭାବ ଦର୍ଶାଇ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଏକ ଭୁଲ୍ ମନ୍ତବ୍ୟ ରଖିଥିଲେ ।

 

ସେ କହିଥିଲେ ଯେ, ଯଦି ବିରୋଧ କରିବାର ଥିଲା ଓ କଳା ପତାକା ଦେଖାଇବାର ଥିଲା ତେବେ ଅନ୍ୟ କେଉଁଠାରେ ମରିଲେନି । ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ସେ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ଅନ୍ୟପକ୍ଷରେ କୃଷକମାନେ ସ୍ପଷ୍ଟ କରିଛନ୍ତି ଯେ କୌଣସି ଅପଶଦ୍ଦ ଆମ ଉପରେ ପ୍ରଭାବ ପକାଇ ପାରିବ ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ବିରୋଧ ଜାରି ରଖିବୁ ।

ମଦ ପିଇ ହାତରେ ଧରିଥିଲେ ବୋମା, ଦ୍ରୁତଗତିରେ କରୁଥିଲେ ବାଇକ୍ ଡ୍ରାଇଭିଂ

ବ୍ରହ୍ମପୁର: ମାନି ନଥିଲେ ଗାଡ଼ି ଚାଳନାର କୌଣସି ନିୟମ । ମୁଣ୍ଡରେ ନା ଥିଲା ହେଲମେଟ, ନା ଗାଡ଼ିରେ ବେଗ ଉପରେ ନିୟନ୍ତ୍ରଣ । ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ ମାଡ଼ି ଯାଉଥିଲେ ୨ ଜଣ । ପୁଣି ହାତରେ ଥିଲା ସୁତୁଲି ବୋମା । ଏଭଳି ଅବସ୍ଥାରେ ସବୁ ନିୟମକୁ ଅମାନ୍ୟ କରି ଦ୍ରୁତ ଗତିରେ ବାଇକରେ ଯାଉଥିବା ୨ ଜଣଙ୍କ ସହ ବଡ଼ ଭୟଙ୍କର ଦୁର୍ଘଟଣା ଘଟିଛି । ପ୍ରବଳ ବେଗରେ ଯାଉଥିବା ବାଇକଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ବୋମା ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

Bomb Explosion in Running Bike, One Dead In Ganjam

ସମୟ ଅପରାହ୍ଣ ୩ଟା ୪୧ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସିର ନୂଆ ଫାସୁଳା ଗାଁ ପଟୁ ଦ୍ରୁତ ଗତିରେ ନିଶାସକ୍ତ ଅବସ୍ଥାରେ ଯାଉଥିବା ବେଳେ ନିର୍ମଳଝର ନିକଟରେ ଦୁର୍ଘଟଣା ଘଟିଥିଲା । ଅଳ୍ପ ମୋଡ଼ଣି ରାସ୍ତାରେ ଭାରସାମ୍ୟ ହରାଇ ଖସି ଯାଇଥିଲା ବାଇକ୍ । ବାଇକ୍ ଖସିବା ମାତ୍ରେ ହାତରେ ଥିବା ବୋମା ବିସ୍ଫୋରଣ ଘଟିଥିଲା । କେହି କିଛି ବୁଝିବା ପୂର୍ବରୁ ରାସ୍ତାରେ ଛିଟିକି ପଡ଼ିଥିଲା ବୁନ୍ଦାକୁ ବୁନ୍ଦା ରକ୍ତ ସହ ମାଂସ, ହାଡ଼ । ସୌଭାଗ୍ୟର କଥା ୨ ଯୁବକ ପେଟ୍ରୋଲ ପମ୍ପର ତେଲ ଭରିବା ପାଇଁ ଯାଉଥିବା ବେଳେ ଟାଙ୍କି ପୂର୍ବରୁ ଦୁର୍ଘଟଣା ଘଟିଛି ।

Bomb Explosion in Running Bike, One Dead In Ganjam

ବିସ୍ଫୋରଣ ସ୍ଥାନରୁ କିଛି ଦୂରରେ ମୃତାହତଙ୍କ ଡାହାଣ ହାତ ଛିଟିକି ପଡ଼ିଛି । ମୃତକ ମଣ୍ଟୁ ମହାରାଣା (୨୨ ବର୍ଷ) । ଗୁରୁତର ସିଲୁ ପାହାନକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେବେ ଯୁବକ ଦ୍ୱୟ କାହିଁକି ହାତରେ ବୋମା ଧରି ଯାଉଥିଲେ । ଦୁହେଁ କୌଣସି ଅପରାଧ ଘଟାଇବା ଲାଗି ଯାଉଥିଲେ ନା ଅନ୍ୟ କୌଣସି ଅପରାଧୀ ଗ୍ୟାଙ୍ଗକୁ ଯୋଗାଉଥିଲେ ବୋମା । ସ୍ଥାନୀୟ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ କରୁଛି । ଘଟଣାସ୍ଥଳରୁ ହାତ ବୋମାର ଅଂଶକୁ ପୋଲିସ ଜବତ କରିଛି ।

ଟ୍ରକ୍ ଥିଲା ଓଭରଲୋଡ୍, ନଥିଲା ପରମିଟ୍

ଭଦ୍ରକ: ଦୁର୍ଘଟଣା ରୋକିବାକୁ କଠୋର ହେଉଛନ୍ତି ସରକାର । ଓଭର ଲୋଡ୍, ସ୍ପିଡ୍ ଡ୍ରାଇଭିଂ, ମୋବାଇଲ ବ୍ୟବହାର କରି ଗାଡ଼ି ଚାଳନା, ନିଶାଦ୍ରବ୍ୟ ପାନ କରି ଡ୍ରାଇଭିଂ ଓ ଗାଡ଼ି ଚାଳନା ବେଳେ ହେଲମେଟ୍ ପିନ୍ଧି ନଥିଲେ ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଲାଗି ନିୟମ କରାଯାଇଛି । ଭଦ୍ରକରେ ଓଭରଲୋଡିଂ ଓ ବିନା ପରମିଟ୍‌ରେ ରାସ୍ତାରେ ଗଡ଼ୁଥିବା ଏକ ଟ୍ରକକୁ ଜରିମାନା କରାଯାଇଛି । ଆଇରନ୍ ବୋଝେଇ କରି ନେଉଥିବା ଏକ ଟ୍ରକକୁ ଦେବାକୁ ପଡ଼ିଛି ମୋଟା ଅଙ୍କର ଜରିମାନା ।

Bhadrak RTO Fined 87,620 Rupees To An Truck For Playing In Road With Out Permit

ଆଇରନ୍ ବୋଝେଇ କରି ଝାଡ଼ଖଣ୍ଡରୁ ବିଶାଖାପାଟଣା ଯାଉଥିବା ଟ୍ରକକୁ ଭଦ୍ରକରେ ୮୭ ହଜାର ୬୨୦ ଟଙ୍କା ଜରିମାନା କରାଯାଇଛି । ଓଭରଲୋଡିଂ କରି ନେଉଥିବା ଟ୍ରକ୍‌ଟି ଭଦ୍ରକଠାରେ ଆର୍‌ଟିଓ ଚେକିଂ ବେଳେ ଧରାପଡ଼ିଥିଲା । କାଗଜପତ୍ର ଯାଞ୍ଚ ବେଳେ ଟ୍ରକ୍‌ଟିର ପରମିଟ୍ ନ ଥିବା ଜଣାପଡ଼ିଥିଲା । ଟ୍ରକ୍‌ଟି ତାମିଲନାଡ଼ୁର । ଏ ନେଇ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଡ୍ରାଗନକୁ ଡରାଉଛି ଶୀତ,ଲଦାଖରେ ପ୍ରତିଦିନ ବଦଳୁଛନ୍ତି ଚୀନ ସୈନିକ

ନୂଆଦିଲ୍ଲୀ: ଯେଉଁଠି ମାଇନସ ଡିଗ୍ରୀରେ ଭାରତୀୟ ସେନା ସୀମା ଜଗିବାରେ ସକ୍ଷମ, ସେଠି ଶୀତ ସମ୍ଭାଳି ପାରୁନାହିଁ ଚୀନ । ପ୍ରତିଦିନ ନିଜର ସୈନିକ ପରିବର୍ତ୍ତନ କରୁଛି ଡ୍ରାଗନ । ହଁ ଆଜ୍ଞା, ଚୀନ ସେନାର ଏପରି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ପୂର୍ବ ଲଦାଖ ସୀମାରେ । ମେ ମାସରେ ଭାରତ- ଚୀନ ସେନା ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ଉଭୟ ଦେଶର ଯବାନ ଏହି ସଂଘର୍ଷରେ ହୋଇଥିଲେ ସହିଦ । ଆଉ ଏହା ପରେ ଉଭୟ ଦେଶ ନିଜ ନିଜର ସୀମାକୁ କରିଦେଇଥିଲେ ଏକଦମ କଡାକଡ଼ି ।

ବିଶେଷକରି ପୂର୍ବ ଲଦାଖ ସୀମାରେ ଡ୍ରାଗନ ନିଜର ଅତ୍ୟଧିକ ସେନା ସାମର୍ଥ୍ୟ ବଢାଇଦେଇଥିଲା । କିନ୍ତୁ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ସହ ଶୀତର ଅତ୍ୟଧିକ କୋପରେ ଥରହର ହେଉଛି ଚୀନ । ଭାରତ ସହ ସଂଘର୍ଷ କରିବାକୁ ସଜବାଜ ହେଉଥିବା ଚୀନ ଏବେ ପ୍ରତିଦିନ ଶୀତ ସହ କରୁଛି ସଂଗ୍ରାମ । ସିଧାସଳଖ କହିବାକୁ ଗଲେ, ପୂର୍ବ ଲଦାଖ ସୀମାରେ ଭାରତୀୟ ସେନା ଶୀତର ଛାତିଫାଡି ସୀମାକୁ ସୁରକ୍ଷା ଦେଉଥିବାବେଳେ କିନ୍ତୁ ଶୀତକୁ ସହ୍ୟ କରିବାରେ ଅସମର୍ଥ ସାଜିଛି ଡ୍ରାଗନ । ଯେଉଁଥିପାଇଁ ପ୍ରତିଦିନ ପୂର୍ବ ଲଦାଖ ସୀମାରେ ପିପୁଲ୍ସ ଲେବରେସନ ଆର୍ମି (ପିଏଲଏ) ସେନାରେ ଘଟୁଛି ପରିବର୍ତ୍ତନ ।

ଖବର ସରାବରାହ ସଂସ୍ଥା ଏଏନଆଇର ସୂଚନା ମୁତାବକ, ଭାରତ-ଚୀନ ନିୟନ୍ତ୍ରଣ ରେଖା ଅର୍ଥାତ ଏଲଓସି ନିକଟରେ ଭାରତୀୟ ସେନା ପିପୁଲ୍ସ ଲେବରେସନ ଆର୍ମି ଠାରୁ ଅଧିକ ସମୟ କାର୍ଯ୍ୟ କରିପାରୁଛନ୍ତି । ସୀମାରେ ପ୍ରତିଦିନ ଡ୍ରାଗନ ସେନା ପରିବର୍ତ୍ତନ କରୁଥିବାବେଳେ, ସେମିତି ବଜ୍ର ପରି ଠିଆ ହୋଇ ସୀମାରେ ସୁରକ୍ଷା ଦେଉଛନ୍ତି ଭାରତୀୟ ସେନା । ତାପମାତ୍ରା ପ୍ରତିଦିନ କମିବା ସହ ତୁଷାରପାତ ମଧ୍ୟ ପ୍ରତିଦିନ ବଢୁଛି । ଫଳରେ ଚୀନ ସେନା ପାଇଁ ବାଧା ସାଜିଛି ପାଗ । ଗୋଟେପଟେ ଶୀତକୁ ଡ୍ରାଗନ ସେନା ଡରୁଥୁବା ବେଳେ, ଅନ୍ୟପଟେ ଭାରତୀୟ ସେନା ଶୀତକୁ ବେଖାତିର କରି ସୁରକ୍ଷାକୁ କରିଛି କଡାକଡି ।

କମିଟି ଗଠନ କରି କୃଷି ଆଇନ ଉପରେ ତର୍ଜମା ପାଇଁ ପ୍ରସ୍ତାବ ରଖିଲେ ସରକାର…

ନୂଆଦିଲ୍ଲୀ: ବଡ ଧରଣର ବିକ୍ଷୋଭ ପରେ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଆଲୋଚନା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ କୃଷକ ସଙ୍ଗଠନ ପକ୍ଷରୁ ପୁଣି ଥରେ ସରକାରଙ୍କ ପାଖରେ ସେଇ ଏକା କଥା ଦୋହରା ଯାଇଛି । ଚାଷୀଙ୍କ କହିବା କଥା ଯେ ସରକାର ଆଣିଥିବା ଆଇନ ଚାଷୀ ସ୍ୱାର୍ଥରେ ନୁହେଁ ଓ ଏହି ଆଇନକୁ ପ୍ରତ୍ୟାହାର କରାଯାଉ ।

ଏଭଳି ପ୍ରତିକ୍ରିୟା ଶୁଣିବା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଚାଷୀ ସଙ୍ଗଠନମାନଙ୍କ ପାଖରେ ଏକ ପ୍ରସ୍ତାବ ରଖିଛନ୍ତି । ସେ କହିଛନ୍ତି ୪-୫ଟି ବଡ଼ ସଙ୍ଗଠନକୁ ଏକାଠି କରି ଏକ କମିଟି ଗଠନ କରାଯାଉ । ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଲୋକେ ମଧ୍ୟ ଏଥିରେ ସାମିଲ ରହିବେ । କିଛି କୃଷି ବିଶେଷଜ୍ଞଙ୍କୁ ମଧ୍ୟ ସାଙ୍ଗରେ ରଖାଯିବ ସମସ୍ତେ ଏକାଠି ବସି ପ୍ରସଙ୍ଗ ଉପରେ ତର୍ଜମା କରିବା ଓ ଯାହା ଆବଶ୍ୟକ ତାହା କରିବ ।

କେନ୍ଦ୍ର ବିଜ୍ଞାନ ଭବନରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ଏମଏସପି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଛି । ପ୍ରୋଜେକ୍ଟର ମାଧ୍ୟମରେ ସରକାର ଆଇନରେ ଥିବା ଏମଏସପି ସମ୍ୱନ୍ଧିତ ତଥ୍ୟ ସମ୍ପର୍କରେ ଆଲୋଚନା କରୁଛନ୍ତି । ଆଇନ କଣ ପାଇଁ ଅଣାଯାଇଛି ଓ ଏଥିରେ ଚାଷୀର କଣ ଲାଭ ହେବ ସେନେଇ ଆଲୋଚନା ହେଉଛି ।

ତେବେ ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ଜାରି ରଖିଛନ୍ତି । ମମତା ବାନାର୍ଜୀ ନୂଆ କୃଷି ଆଇନକୁ ଅସମ୍ୱିଧାନିକ ବୋଲି କହିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହୋଲତ୍ ସରକାର ଆଲୋଚନାରେ ବିଳମ୍ୱ କରିଥିବା କହିଛନ୍ତି ।

ଚେଇଁ ଶୋଇଥିଲା ବନ ବିଭାଗ, ଖବର ପ୍ରସାରଣ ପରେ ବନ୍ଧାହେଲେ ବଜ୍ରକାପ୍ତା ବ୍ୟବସାୟୀ

ଢେଙ୍କାନାଳ: ଖବର ପ୍ରସାରଣ ପରେ ଆକ୍ସନ୍ । ବନ୍ଧା ହେଲେ ୨ ଚୋର । ଢେଙ୍କାନାଳ ଜିଲ୍ଲାରେ ବଜ୍ରକାପ୍ତା ଚୋରାଚାଲାଣ ଓ ଅବୈଧ ବିକ୍ରିକୁ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ନେଇଛି ବନ ବିଭାଗ । ବଜ୍ରକାପ୍ତା ରାକେଟରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଘନଶ୍ୟାମ ବେହେରାଙ୍କ ଘର ଖୋର୍ଦ୍ଧାରେ ହୋଇଥିବା ବେଳେ ଅନ୍ୟ ଜଣେ ଜିତେନ୍ଦ୍ର ପ୍ରଧାନଙ୍କ ଘର ଜଟଣୀରେ । ଏଥିସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।

Dhenkanal Forest Department Arrested Two In Pangolin Transport Case

ବଜ୍ରକାପ୍ତାଟି ଢେଙ୍କାନାଳ କପିଳାସ ରେଞ୍ଜ ଅଞ୍ଚଳରୁ ଧରା ହୋଇଥିବା ବେଳେ ଅନ୍ୟତ୍ର ଚାଲାଣ କରାଯାଇଥାନ୍ତା । ୧୦ ଦିନ ପୂର୍ବରୁ ଏହି ବଜ୍ରକାପ୍ତାଟି ଖୋର୍ଦ୍ଧା ଚାଲାଣ ହୋଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ସୋମବାର ନଭେମ୍ବର ୩୦ ତାରିଖରେ ନନ୍ଦିଘୋଷ ଟିଭିରେ ଏ ସମ୍ପର୍କିତ ଏକ ଷ୍ଟିଙ୍ଗ ଅପରେସନର ଖବର ପ୍ରସାରଣ କରାଯାଇଥିଲା । ଏଥିରେ ଗତ ତିନି ମାସ ଧରି ଚାଲିଥିବା ଅପରେସନକୁ ପ୍ରସାରଣ କରାଯାଇଥିଲା ।

Dhenkanal Forest Department Arrested Two In Pangolin Transport Case

ଯେଉଁଥିରୁ କପିଳାସ ରେଞ୍ଜ ଜଙ୍ଗଲରେ ବଜ୍ରକାପ୍ତା ରାକେଟ ମାତିଥିବା ସ୍ପଷ୍ଟ ହୋଇଥିଲା । ଷ୍ଟିଙ୍ଗ ଅପରେସନ୍ ଅନୁସାରେ ବଜ୍ରକାପ୍ତା ଚୋରା ଚାଲାଣର ଚେର ଓଡ଼ିଶାରୁ କଲିକତା ଲମ୍ବିଛି ବୋଲି ସୁରାକ ମିଳିଥିଲା । ଏହା ଢେଙ୍କାନାଳରୁ ଆରମ୍ଭ ହୋଇ ଖୋର୍ଦ୍ଧା, ପୁରୀ ଓ କୋଲକାତା ଚାଲାଣ ହେଉଛି । ନନ୍ଦିଘୋଷ ଟିଭିର ଷ୍ଟିଙ୍ଗରେ ଧରା ପଡ଼ିଥିଲେ ୨ ଜଣ ବଜ୍ରକାପ୍ତା ବେପାରୀ । ଯାହାକୁ ପରେ ବାନ୍ଧିଛି ବନ ବିଭାଗ ।