spot_img
Home Blog Page 6327

‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଚୀନ୍ ସୀମାରେ ବିବାଦ ଭିତରେ ‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ପରୀକ୍ଷା କରିଛି ଭାରତ । ଆଣ୍ଡାମାନ-ନିକୋବର ଦ୍ବୀପରେ ଏହି କ୍ଷେପଣାସ୍ତ୍ରର ସଫଳ ଦ୍ବାରା ପରୀକ୍ଷଣ କରାଯାଇଛି । ଏହା ଭାରତୀୟ ନୌସେନାର କରାଯାଉଥିବା ପରୀକ୍ଷଣର ଏକ ଅଂଶ । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏହି ମିଶାଇଲ୍‌କୁ ଡେଭଲପ୍ କରିଛି । ଗୋଟେପଟେ ଭାରତ-ଚୀନ ସୀମା ବିବାଦ ଲାଗିରହିଥିବା ବେଳେ ନୌସେନା ନିଜର ଶକ୍ତି ବୃଦ୍ଧି ପାଇଁ ବ୍ରହ୍ମୋସ ସୁପରସୋନିକ୍ କୃଜ୍ର ମିଶାଇଲ ପରୀକ୍ଷଣ କରିଛି ।

ଭାରତୀୟ ବାୟୁସେନା ଓ ନୌସେନା ଆଗାମୀ ଦିନରେ ବ୍ରହ୍ମୋସ୍‌ର କିଛି ନୂଆ ସଂସ୍କରଣର ପରୀକ୍ଷା କରିବେ ବୋଲି ସେନା ପକ୍ଷରୁ କୁହାଯାଇଛି । ସେପଟେ ଓଡିଶାର ଅବ୍ବଦୁଲ କଲାମ ହ୍ବିଲର ଦ୍ବୀପରୁ ମଧ୍ୟ ଗତ କିଛିଦିନ ମଧ୍ୟରେ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାରେ ସକ୍ଷମ ସାଜିଛି ଡିଆରଡିଓ ।

ଗୋଟେପଟେ ଚାନର ନାଲିଆଖି ଏବଂ ଅନ୍ୟପଟେ ପଡୋଶୀ ପାକର ସୈତାନୀ ଭିତରେ ଭାରତୀୟ ସେନା ନିଜର ଶକ୍ତିକୁ ମଧ୍ୟ ସକ୍ଷମ କରିବାରେ ଲାଗିଛି । ଯେଉଁ କ୍ରମରେ ଆଜି ପୁଣି ନୌସେନାରେ ସାମିଲ ହୋଇଛି ଆଉ ଏକ ଅଧ୍ୟାୟ । ‘ବ୍ରହ୍ମୋସ ସୁପରସୋନିକ୍ କୃଜ୍’ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍ ସଂସ୍କରଣ ପରୀକ୍ଷା ମଙ୍ଗଳବାର କରିଛି ଭାରତ । ଆଣ୍ଡାମାନ-ନିକୋବର ଦ୍ବୀପରୁ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ଭାବେ ଉତକ୍ଷେପଣ ହୋଇଥିବା ସୂଚନା ଦେଇଛି ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ।

ଗ୍ରେଟର ହାଇଦ୍ରାବାଦ ମତଦାନ ଶେଷ; ୧୫୦ ଡିଭିଜନରେ ମତଦାନ

ହାଇଦ୍ରାବାଦ: ଶେଷ ହୋଇଛି ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନ । ଏ ନେଇ ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିଲା । ନିର୍ବାଚନରେ ତ୍ରିକୋଣୀୟ ଲଢେଇ ହୋଇଛି  । ଟିଆରଏସ, ବିଜେପି ଓ ଏଆଇଏମଆଇଏମ  ମଧ୍ୟରେ କଡା ଟକ୍କର ହେଉଛି   ।  ୪ଟି ଜିଲ୍ଲାରେ ୧୫୦ ଡିଭିଜନରେ ମତଦାନ କେନ୍ଦ୍ର ହୋଇଥିଲା  । ନଗର ନିଗମ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି  ।

କାରଣ ଏହି ନିର୍ବାଚନ ଫଳାଫଳ ହିଁ ରାଜ୍ୟରେ ବିଜେପିର ଭବିଷ୍ୟତ ଧାର୍ଯ୍ୟ କରିବ  । ଗତ ୨୦୧୬ ନିର୍ବାଚନରେ ଟିଆରଏସ ୯୯ , ଏଆଇଏମଆଇଏମ  ୪୪ଟି ଆସନ ଜିତିଥିଲା  । ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା  । ମାତ୍ର ୪ଟି ଆସନ ଜିତିଥିଲା ବିଜେପି । ଏଥର ବିଜେପି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋରଦାର ପ୍ରଚାର କରିଛି । ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହାଇଦ୍ରାବାଦରେ ପ୍ରଚାର କରିଥିଲେ  ।

ହାଇଟ ନୁହେଁ, ହାର୍ଟ ମିଶିଛି

ରାଜକୋଟ: ସମ୍ପର୍କର ସଂଜ୍ଞା ସାତ ସମୁଦ୍ରର ସୀମା ଠାରୁ ମଧ୍ୟ ବ୍ୟାପ୍ତ । ବିସ୍ତୀର୍ଣ୍ଣ ବେଳାଭୂମିର ବାଲି କଣିକା ଠାରୁ ବି ବିକ୍ଷିପ୍ତ । ଖୋଜିଲେ ମିଳେନା କିମ୍ବା ଧାଇଁଲେ ଧରି ହୁଏନା । କେଉଁଠି, କେତେବେଳେ ଏବଂ କାହାସହ ଏଇ ସମ୍ପର୍କ ଗଢିଉଠେ ତାହା କହିବା ମୁସ୍କିଲ । ସତ କହିବାକୁ ଗଲେ ସ୍ବଂୟ ନାରାୟଣ ମଧ୍ୟ ଏହି ସମ୍ପର୍କର ସୂତା ଖିଅରେ ବେଳେ ବେଳେ ଗୁଡାଇ ହୋଇଯାଆନ୍ତି । ଏମିତି ଏକ ସମ୍ପର୍କ ଏବେ ସାରା ଦେଶରେ ସାଜିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଏଠି ହାଇଟ ଦେଖି ନୁହେଁ ବଂର ହାଟ ସହ ମିଶିଛି ହାଟ । ଆଉ ତା ପରେ ଯାହା ହୋଇଛି, ତାହା ସମ୍ପର୍କ ପ୍ରବନ୍ଧରେ ସୃଷ୍ଟି କରିଛି ପରିକଳ୍ପନାର ନୂତନ ପରିଭାଷା ।

ହଁ, ଏମିତି ଏକ ସମ୍ପର୍କ ଏବେ ସାତ ଜନ୍ମ ପାଇଁ ସାଥି ସାଜିଛନ୍ତି । ଝିଅର ଉଚ୍ଚତା ସାଢେ ପାଞ୍ଚ ଫୁଟ ଥିବାବେଳେ ପୁଅର ଉଚ୍ଚତା ଅଢେଇ ଫୁଟ । ଜଣେ ଦୁନିଆ ଦେଖିପାରୁନଥିବା ବେଳେ ଆଉ ଜଣେ ଦୁନିଆ ଦେଖାଇବାକୁ ଅଗ୍ନିକୁ ରଖିଛି ସାକ୍ଷୀ । ଗୁଜୁରାଟର ରାଜକୋଟରେ ଘଟିଛି ଏମିତି ଏକ ଘଟଣା । ୨୯ ବର୍ଷୀୟ ଦୃଷ୍ଟି ବାଧିତା ଶାନ୍ତା ମାକ୍ବାନା ୩୮ ବର୍ଷୀୟ ରମେଶ ଡଙ୍ଗରଙ୍କୁ କରିଛନ୍ତି ବିବାହ । ଏବଂ ଉଭୟେ ଏହି ବୈବାହିକ ସମ୍ପର୍କରେ ଅତ୍ୟନ୍ତ ଆନନ୍ଦିତ ରହିଥିବା ମଧ୍ୟ କହିଛନ୍ତି ।

ଏହି ବିବାହକୁ ନେଇ ଶାନ୍ତା ମାକ୍ବାନା କହିଛନ୍ତି, ମୋ ସ୍ବାମୀ ମୋ ଠାରୁ ଉଚ୍ଚତାରେ ଢେର ଛୋଟ । କିନ୍ତୁ ତାଙ୍କ ହୃଦୟ ଛୋଟ ନୁହେଁ । ସେ ଜଣେ ଅତ୍ୟନ୍ତ ଭଲ ମଣିଷ । ଜୀବନ ସାଥି ରୁପେ ମୁଁ ତାଙ୍କୁ ପାଇ ଖୁବ ଗର୍ବିତ ବୋଲି କହିଛନ୍ତି ମାକ୍ବାନା । ସେହିପରି ରମେଶ ଡଙ୍ଗର କହିଛନ୍ତି, ଏହା ପ୍ରେମ ବିବାହ ନୁହେଁ । ଏହା ଥିଲା ଆରେଞ୍ଜ ମ୍ୟାରେଜ । ସବୁ ସ୍ବତେ ମଧ୍ୟ ମୁଁ ମାକ୍ବାନାଙ୍କୁ ସାଥି ରୂପେ ପାଇଛି । ଖୁସି ମଧ୍ୟ ରହିଛି । ଉଚ୍ଚତା, ସୌନ୍ଦର୍ଯ୍ୟ ଦେଖି ନୁହେଁ ବଂର ଜଣେ ସୁଶୋଭିତ ହୃଦୟବାନ ବ୍ୟକ୍ତିଙ୍କୁ ଜୀବନ ସାଥି ରୂପେ ପାଇଥିବା କହିଛନ୍ତି ଡଙ୍ଗର ।

ଉଭୟେ ପତୀ-ପତ୍ନୀ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ, ଡଙ୍ଗର ଶିକ୍ଷକ ଭାବେ ସ୍ଥାନୀୟ ବିଦ୍ୟାଳୟରେ ଜାରି ରଖିଛନ୍ତି ଶିକ୍ଷାଦାନ । ସେପଟେ ମାକ୍ବାନା କହିଛନ୍ତି, ମୁଁ ଦୃଷ୍ଟି ବାଧିତା ସତ କିନ୍ତୁ ମୋ ସ୍ବାମୀଙ୍କ ଆଖିରେ ଦୁନିଆ ଦେଖିବାର ପ୍ରୟାସ କରିବି । ମାକ୍ବାନା- ଡଙ୍ଗରଙ୍କ ଏହି ବିବାହକୁ ନୂତନ ଦିଶା ଦେଖାଇଛି ସ୍ଥାନାୟୀ ସ୍ବେଛାସେବୀ ସଂଗଠନ ସତ୍ୟମ ସେବା ମଣ୍ଡଳ । କୋଭିଡ-୧୯ ଦୃଷ୍ଟିରୁ ସରକରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରାଯିବା ସହ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମାପନ ହୋଇଛି ଏହି ବିବାହ ।

ଠକେଇରେ ମାହିର୍ ପାଠକ ବାପ-ପୁଅ, ଟିକେଟ୍ ବୁକିଂ କରି ମଉଜ ପରେ ଦେଉନଥିଲେ ପୂରା ଟଙ୍କା

ଭୁବନେଶ୍ୱର: ପାଠକ ବାପ-ପୁଅ ଖାଲି ଟଙ୍କାରେ ଅଏସ୍ କରୁଥିଲେ ତା’ନୁହେଁ । କାମ ହାସଲ ପରେ ଟଙ୍କା ଫାଙ୍କିବାରେ ବି ଧୂରନ୍ଧର ଥିଲେ । ଗିରଫ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ବିରୋଧରେ ନୂଆ ଅଭିଯୋଗ ଆସିଛି । ସୌଖୀନ ଜୀବନ ଜିଉଁଥିବା ପାଠକ ବାପ-ପୁଅ କେବଳ ଆକାଶରେ ଉଡ଼ୁନଥିଲେ । ଆକାଶରେ ଉଡ଼ିବା ସହ ଲୋକଙ୍କୁ ଚୂନ ଲଗାଉଥିଲେ । ପ୍ରଥମେ ଅଗ୍ରୀମ ଅର୍ଥ ଦେଇ ଟିକେଟ୍ କାଟି ବିଶ୍ୱାସଭାଜନ ହେଉଥିଲେ । ପରେ ଟ୍ରିପର ସମସ୍ତ ଅର୍ଥ ନଦେଇ ଧମକ ଚମକ ଦେଉଥିଲେ । ଏନେଇ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱରର ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି ।

Allegation Against Pathak Son And Father Not Paying Charter Flight Rent Amount

ସ୍କାଏ କିଙ୍ଗ କମ୍ପାନୀର ପ୍ରଭାସ ଚୌଧୁରୀ ଥାନାରେ ଠକ ପାଠକ ବାପ-ପୁଅଙ୍କ ବିରୋଧରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ ଆକାଶ ଟାଟା ମୋଟର୍ସ ଲିମିଟେଡର ଏମଡି ପରିଚୟ ଦେଇ ସ୍କାଏ କିଙ୍ଗରେ ଚାର୍ଟର ଫ୍ଲାଇଟ୍ ଟିକେଟ୍ ବୁକ୍ କରିଥିଲେ । ଆକାଶ ମେଲରେ ନକଲି କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ ଜୁନ ମାସରେ ବୁକ୍ କରିଥିଲେ । ଯାହାର ଦାମ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ହୋଇଥିବା ବେଳେ ସେ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ଦେଇଥିଲେ । ସ୍କାଏ କିଙ୍ଗ ବଳକା ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ମାଗିବାରୁ ଆକାଶ ନଦେଇ ଧମକ ଚମକ ଦେଇଥିଲେ ।

Allegation Against Pathak Son And Father Not Paying Charter Flight Rent Amount

ବଳକା ଟଙ୍କା ନଦେଇ ଆକାଶ ସ୍କାଏ କିଙ୍ଗକୁ ଧମକ ଦେଇଥିଲେ । ସେବା ବନ୍ଦ କଲେ ପିରଣାମ ଭୟଙ୍କର ହେବ ବୋଲି ଠକ ଆକାଶ ପାଠକ ଧମକ ଦେଇଥିବା ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଖାରବେଳ ନଗର ଥାନା ପୋଲିସ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ବାପାକୁ ଝିଅର ହତ୍ୟା ଧମକ, ସେହେଲା ରସିଦଙ୍କ ବିରୋଧରେ ମାମଲା…

0

ଜେଏନୟୁର ପୂର୍ବତନ ଛାତ୍ର ସଂସଦ ଉପାଧ୍ୟକ୍ଷ ସେହେଲା ରସିଦଙ୍କ ସତ କଣ । ତାଙ୍କ ବାପା ଅବଦୁଲ ରସିଦ ସୋରାଙ୍କ ସାଂଘାତିକ ଅଭିଯୋଗ ପରେ ଏବେ ଚାରିଆଡେ ଏହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଅବଦୁଲ ରସିଦ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କାଶ୍ମୀର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଝିଅ ସେହେଲା ରସିଦ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରି ପୋଲିସ ସୁରକ୍ଷା ଦାବି କରିଛନ୍ତି ।

ଏଥିସହ ଆତଙ୍କବାଦୀଙ୍କୁ ଫଣ୍ଡି କରୁଥିବା କିଛି ବ୍ୟକ୍ତିଙ୍କ ସମ୍ପର୍କରେ ସେହେଲା ଅଛନ୍ତି ବୋଲି ବାପା ଅବଦୁଲ ଅଭିଯୋଗ କରିଛନ୍ତି। ଏଥିପାଇଁ ୩ କୋଟି ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ସେହେଲା ରସିଦ । ତାଙ୍କ ବାପାର ଚରିତ୍ର ଭଲ ନଥିବା ବେଳେ ମା ଓ ଭଉଣୀଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ଏପଟେ ସେହେଲା କାଶ୍ମୀର ପଲିଟିକ୍ସରେ ସକ୍ରିୟ ରାଜନୀତି ଆରମ୍ଭ କରିବା ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ବାପା ।

ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା ସେହେଲା କାହିଁକି କାଶ୍ମୀର ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ପଛରେ ବଡଧରଣର ଆର୍ଥିକ କାରବାର ହୋଇଥିବା ଅଭିଯୋଗ ହୋଇଛି । ସେହେଲାଙ୍କ ବ୍ୟାଙ୍କ ଆକାଉଣ୍ଟର ତନାଘନା କରିବାକୁ ମଧ୍ୟ ବାପା ଅବଦୁଲ ଦାବି କରିଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ସେହେଲା ରସିଦ ।

ମାନିଲେନି ଚାଷୀ, ୩ରେ ପୁଣି ଆଲୋଚନା

ନୂଆଦିଲ୍ଲୀ: ବିଫଳ ହେଲା ଚାଷୀ ଓ କେନ୍ଦ୍ର ସରକାରଙ୍କ ଆଲୋଚନା । ନିଜ ଜିଦ୍‌ରେ ଅଟଳ ଚାଷୀ, ସରକାରଙ୍କର କୌଣସି ପ୍ରସ୍ତାବରେ ରାଜି ହୋଇନାହାନ୍ତି । ଫଳରେ ସାଢେ ୩ଘଣ୍ଟା ଧରି ଚାଲିଥିବା ବୈଠକ ବିଫଳ ହୋଇଛି  । ଆସନ୍ତା ୩ତାରିଖରେ ଆଉ ଥରେ ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଆଜିର ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ  ।

ବୈଠକରେ ପ୍ରେଜେନଟେସନ  ମାଧ୍ୟମରେ ଆନ୍ଦୋଳନକାରୀ ଚାଷୀଙ୍କ ପ୍ରତିନିଧିକୁ ସରକାର ବୁଝାଇବାକୁ ଚେଷ୍ଟା କରିଥିଲେ  । ଏମଏସପି ଓ ମଣ୍ଡି ପୂର୍ବଭଳି ଲାଗୁ ରହିବ  । ଏହି ଆଇନ ଅନୁସାରେ କେବଳ ଚାଷୀ ହିଁ ନିଜ ସାମଗ୍ରୀକୁ ଅନ୍ୟ ସ୍ଥାନରେ ବିକ୍ରି କରିବାର ସ୍ୱାଧିନତା ପାଇବେ  । ଏଥିରେ ଚାଷୀଙ୍କର ରୋଜଗାର ବଢିବା ସହ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଲାଭ ହେବ  । କିନ୍ତୁ ସରକାରଙ୍କ ଏଭଳି ପ୍ରୟାସ ଫେଲ ମାରିଛି  । ଚାଷୀଙ୍କର ଏକମାତ୍ର ଜିଦ୍ କେନ୍ଦ୍ର ସରକାର ଆଇନକୁ ପ୍ରତ୍ୟାହାର କରନ୍ତୁ  । ନହେଲେ ଆନ୍ଦୋଳନ ଜାରି ରହିବ  ।

ପୂର୍ବଠାରୁ ଆନ୍ଦୋଳନକୁ ବିସ୍ତାର କରାଯିବ ବୋଲି ଚାଷୀ କହିଛନ୍ତି  । ସେପଟେ ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ କହିବା କଥା ଆଲୋଚନା ଅନେକ ମାତ୍ରାରେ ସଫଳ ହୋଇଛି  । ଆହୁରି ଅଧିକ ଆଲୋଚନା ପାଇଁ ଆସନ୍ତା ୩ରେ ପୁଣି ଥରେ ବୈଠକ ବସିବ  ।

ଲୋକପ୍ରିୟ ପ୍ଲାନର ଦର ବଢାଇଲା ଭୋଡାଫୋନ୍-ଆଇଡିଆ, ଜାଣନ୍ତୁ କେଉଁ ପ୍ଲାନର ଦର ବଢିଲା…

ନୂଆଦିଲ୍ଲୀ: ଭୋଡାଫୋନ୍-ଆଇଡିଆ କମ୍ପାନୀ ନିଜର ଦୁଇଟି ଲୋକପ୍ରିୟ ପ୍ଲାନର ଦର ବଢାଇଛି । ୫୯୮ ଓ ୭୪୯ ଦରର ପ୍ଲାନକୁ ୫୦ ଟଙ୍କା ଲେଖାଏଁ ବଢାଇଛି କମ୍ପାନୀ । ଉଲ୍ଲେଖଯୋଗ୍ୟ ଏହି ଦୁଇଟି ପ୍ଲାନ୍ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଉପଲବଧ ଅଟେ । ୫୯୮ର ପ୍ଲାନ୍ ଏବେ ଯାହା ୬୪୯ ଟଙ୍କା ହୋଇଛି, ଏଥିରେ ଗ୍ରାହକଙ୍କୁ ୮୦ ଜିବି ଡାଟା ମିଳୁଛି । ଏହାସହ ଅନଲିମିଟେଡ୍ କଲ୍ ଓ ୧୦୦ ଏସଏମଏସର ସୁବିଧା ମଧ୍ୟ ରହିଛି । ଅନ୍ୟପକ୍ଷରେ ୭୪୯ ପ୍ଲାନ୍ ଯାହା ଏବେ ୭୯୯ ହୋଇଛି ସେଥିରେ ୧୨୦ ଜିବି ଡାଟା ଓ ଅନଲିମିଟେଡ୍ କଲର ସୁବିଧା ରହିଛି ।

ଏଥରେ ପ୍ରାଇମେରୀ କନେକ୍ସନ୍ ପାଇଁ ୬୦ ଜିବି ଓ ସେକେଣ୍ଡାରୀ କନେକ୍ସନ ବାବଦକୁ ୩୦-୩୦ ଜିବି ଡାଟା ଉପଲବଧ ହେବ । ତେବେ ଏବେ ଏହି ପ୍ଲାନର ଦର ବଢିବା ପରେ ଗ୍ରାହକଙ୍କ ମଧ୍ୟରେ ଏହାର ଗ୍ରହଣୀୟତା କମିବାର ସମ୍ଭାବନା ରହିଛି । ଟେଲିକମ୍ ବିଶେଷଜ୍ଞଙ୍କ କହିବା କଥା ଯେ ପ୍ରିପେଡ୍ ପ୍ଲାନରେ କୌଣସି ପରିବର୍ତ୍ତନ ନକରି ପୋଷ୍ଟପେଡରେ ପରିବର୍ତ୍ତନ କରିବା କମ୍ପାନୀ ପକ୍ଷରେ ଏକ ନିୟନ୍ତ୍ରିତ ଦରବୃଦ୍ଧି ପଦକ୍ଷେପ ହୋଇପାରେ । ଏହି ପ୍ଲାନ୍ ବ୍ୟବହାର କରୁଥିବା ଲୋକେ ଏହି ଦରକୁ ଗ୍ରହଣ କରିପାରିବେ ବୋଲି ଅନୁମାନ କରାଯାଇପାରେ ।

ପୁରୀ ପରେ ଚନ୍ଦ୍ରଭାଗାରେ OTDCର କାଫେଟେରିଆ ଲୋକାର୍ପିତ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀର ଚନ୍ଦ୍ରଭାଗା ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(OTDC)ର ଏକ କାଫେଟେରିଆ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ଏହି କାଫେଟେରିଆର ଲୋକାର୍ପିତ କରିଛନ୍ତି । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, OTDCର ପରିଚାଳନା ନିର୍ଦ୍ଦେଶକ ସଚିନ୍. ଆର୍ ଯାଦବ ମଧ୍ୟ ଏହି ଲୋକାର୍ପିତ ଉତ୍ସବରେ ଉପସ୍ଥିତ ଥିଲେ । OTDC ଦ୍ୱାରା ପରିଚାଳିତ ଏହି ‘ଚନ୍ଦ୍ରଭାଗା ବିଚ୍ କାଫେ’ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଆଶା ବ୍ୟକ୍ତ କରିଛନ୍ତି ।

OTDC Inaugurated Cafeteria In Chandrabhaga Beach Puri

ଏହା ପୂର୍ବରୁ ଗତ ମାସରେ ପୁରୀ ବ୍ଲୁ ଫ୍ଳାଗ୍ ବିଚରେ ଏକ କାଫେଟେରିଆ ଲୋକାର୍ପିତ ହୋଇଥିଲା । ଯାହା କି ପ୍ରଥମ ୩୦ ଦିନ ମଧ୍ୟରେ ସାଢ଼େ ତିନି ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିଛି ଓ ଧିରେ ଧିରେ ପର୍ଯ୍ୟଟକଙ୍କ ପାଖରେ ଏହାର ଚାହିଦା ମଧ୍ୟ ବଢୁଛି । ପୁରୀର ବ୍ଲୁ ଫ୍ଳାଗ୍ ବିଚ୍ ପରେ ଚନ୍ଦ୍ରଭାଗା ବେଳାଭୂମି ଆଉ ଏକ କାଫେଟେରିଆ ଲୋକାର୍ପିତ କରି ଓଟିଡିସି ପୁଣି ଥରେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଆଉ ଏକ ପଦକ୍ଷେପ ନେଇଛି ।

ଚନ୍ଦ୍ରଭାଗା ବେଳାଭୂମିକୁ ଅଧିକ ମନୋରମ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମିରେ ଏକ କାଫେଟେରିଆ ପରିଚାଳନା ନିମନ୍ତେ ସୁଯୋଗ ଦେଇଥିବାରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କାଫେଟେରିଆ ପର୍ଯ୍ୟଟକମାନଙ୍କୁ ଚନ୍ଦ୍ରଭାଗା ବେଳାଭୂମିକୁ ଉପଭୋଗ କରିବାରେ ସହାୟକ ହେବ ।

OTDC Inaugurated Cafeteria In Chandrabhaga Beach Puri

ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ଦ୍ରୁତ ବିକାଶ ଓ ଉନ୍ନତିକରଣ ପାଇଁ ସବୁବେଳେ ସୁଯୋଗ ଦେଉଥିବାରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ତଥା ପ୍ରଶାସନିକ କଳର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି ବୋଲି ମନ୍ତ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ।

OTDC Inaugurated Cafeteria In Chandrabhaga Beach Puri

ଏହି ନୂଆ କାଫେଟେରିଆ ସମ୍ପର୍କରେ ସୂଚନା ଦେଇ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ସଚିନ୍. ଆର୍ ଯାଦବ କହିଥିଲେ ଯେ- ଚନ୍ଦ୍ରଭାଗା ବିଚ୍ କାଫେରେ ପର୍ଯ୍ୟଟକମାନେ ନିଜର ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ । ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସୁସ୍ୱାଦୁ ସାମୁଦ୍ରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକମାନଙ୍କୁ ପରିବେଷଣ କରାଯିବ। ବାଲିପ୍ରନ୍, କ୍ରାଫ୍ଟଚିଲ୍ଲି, ଫିସଫିଙ୍ଗର, ଗୋଲଡେନ୍ ଫ୍ରାଏଡ୍ ପ୍ରନ୍, ବେବିକର୍ଣ୍ଣ, ସାଣ୍ଡିୱିଚ୍, ଚିକେନ ପକୋଡ଼ା, ହୁକାନୁଡଲ୍ସ, ପନିର ପକୋଡ଼ା, ଭେଜ ପକୋଡ଼ା ସହିତ ଆଇସକ୍ରିମ୍, ମିନେରାଲ ୱାଟର, ଚା ଓ କଫି ସୁଲଭ ମୂଲ୍ୟରେ ଏହି କାଫେଟେରିଆରେ ଉପଲବ୍ଧ ହେବ ।

କେନ୍ଦ୍ର ସରକାର କଲେ ସ୍ପଷ୍ଟ, ଦେଶରେ ସମସ୍ତଙ୍କୁ ଦିଆ ଯିବ ନାହିଁ କରୋନା ଟିକା

ଭୁବନେଶ୍ୱର: କରୋନା ସଂକ୍ରମଣ ବଢିବା ସହ ଭ୍ୟାକ୍ସିନ ପ୍ରସ୍ତୁତିକୁ ପ୍ରକ୍ରିୟାକୁ ମଧ୍ୟ ଦ୍ରୁତ ଗତିରେ କରିବା ପାଇଁ ପ୍ରୟାସ କରାଯାଇଥିଲା । ଯାହା ଭ୍ୟାକ୍ସିନ ପ୍ରସ୍ତୁତିର ସ୍ୱାଭାବିକ ପଦ୍ଧତି ନୁହେଁ । ସାଧାରଣତଃ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ମଧ୍ୟ ୪ ବର୍ଷ ସମୟ ଆବଶ୍ୟକ କରିଥାଏ । କିନ୍ତୁ କୋଭିଡର ଆତଙ୍କରେ ବାଧ୍ୟ ହୋଇ କେନ୍ଦ୍ର ସରକାର ଏହାକୁ ୧୬ରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ପ୍ରୟାସ କରିଛନ୍ତି । ଏଭଳି ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ।

ସେ କହିଛନ୍ତି ଯେ ଭାରତରେ ଭ୍ୟାକ୍ସିନ ପ୍ରସ୍ତୁତର ଉଦ୍ଦେଶ୍ୟକୁ ପ୍ରଥମେ ବୁଝିବାକୁ ପଡ଼ିବ । ସଭିଁଙ୍କୁ ଭ୍ୟାକ୍ସିନ ଦେବା କଥା ସରକାର କେବେ କହିନାହାନ୍ତି କିମ୍ୱା ଏହା କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ମଧ୍ୟ ନୁହେଁ । ମୁଖ୍ୟତଃ କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି । ଭ୍ୟାକ୍ସିନ ଆସିବା ପରେ ମଧ୍ୟ ସମସ୍ତଙ୍କୁ ଭ୍ୟାକ୍ସିନ ଦିଆଯିବ ନାହିଁ ।

କରୋନା ଚେନ୍ ଭାଙ୍ଗିବା ପାଇଁ ଆବଶ୍ୟକ ଥିବା କ୍ଷେତ୍ରରେ ଭ୍ୟାକ୍ସିନର ପ୍ରୟୋଗ ହେବ । ସେହିଭଳି ପ୍ରାଥମିକତା ଦୃଷ୍ଟି କୋଣରୁ କେବଳ ଜଟିଳ ଭାବେ ସଂକ୍ରମିତ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ଦିଆଯିବ । କରୋନା ଭ୍ୟାକ୍ସିନ ଆସିବା ପରେ ଏହାକୁ ତଥ୍ୟ ଆଧାରରେ ବ୍ୟବହାର କରାଯିବ । ତଥ୍ୟାତ୍ମକ ବିଶ୍ଲେଷଣ ପରେ ହିଁ ଟିକାକରଣ ହେବ ।