spot_img
Home Blog Page 6333

ମାସକ ପରେ ପଡ଼ିଛି ଛାଡଖାଇ, ଜାଣନ୍ତୁ କେଉଁ ଆମିଷର ଦାମ କେତେ ?

ଭୁବନେଶ୍ୱର: ଶେଷ ହେଲା କାର୍ତ୍ତିକ ମାସ । ମାସକ କାର୍ତ୍ତିକ ବ୍ରତ ପରେ ଆଜି ପଡ଼ିଛି ଛାଡଖାଇ । ଆମିଷ ଦୋକାନରେ ଲାଗିଛି ଲୋକଙ୍କ ପ୍ରବଳ ଭିଡ଼। ସକାଳୁ ମାଛଠୁ ଆରମ୍ଭ କରି ମାଂସ ଦୋକାନରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସେପଟେ ଲୋକଙ୍କ ଚାହିଦା ଅଧିକ ଦେଖି ଆମିଷ ଦ୍ରବ୍ୟ ମହଜୁଦ ରଖିଛନ୍ତି ଦୋକାନୀ । 

ଏଥରକ ମଙ୍ଗଳବାର ଛାଡ଼ଖାଇ ପଡ଼ିଥିବାରୁ କେତେ ଲୋକ ଆଜି ଛାଡ଼ଖାଇ କରିବା ପରିବର୍ତ୍ତେ ଆସନ୍ତା କାଲି କରିବାକୁ ଯାଉଛନ୍ତି । ତେବେ ଏସବୁ ମଧ୍ୟରୁ ବିଭିନ୍ନ ସ୍ଥାନରେ ଲୋକେ ମିଳିମିଶି ଭୋଜିଭାତର ଆୟୋଜନ କରିଛନ୍ତି । ସେହିପରି ଛାଡ଼ଖାଇ ପାଇଁ ଆମିଷ ଦୋକାନୀମାନେ ଭିଡ଼କୁ ଦେଖି ମାଛ, ମାଂସକୁ ମଧ୍ୟ ଚଢାଦରରେ ବିକ୍ରି କରୁଛନ୍ତି ।

ଆସନ୍ତୁ ଜାଣିବା ଆଜି କେଉଁ ଆମିଷ କେତେ ରେଟ୍

ରୋହି ମାଛ-୧୮୦

ଗ୍ରୀନ କାମ୍ପି- ୬୦୦ ଟଙ୍କା

ପାମ୍ପଲେଟ ମାଛ- ୨୮୦ ଟଙ୍କା

ନଈ ମିରକାଳି- ୨୫୦ ଟଙ୍କା

ସେଉଳ- ୫୦୦ ଟଙ୍କା

ଟାଇଗର ଫିସ- ୮୦୦ ଟଙ୍କା

ଖାସି ମାଂସ- ୭୦୦ ଟଙ୍କା

ଇଲିସି ମାଛ- ୬୦୦ ଟଙ୍କା

ରୂପଚାନ୍ଦି ମଛ- ୧୮୦ ଟଙ୍କା

ଦେଶି କୁକୁଡ଼ା- ୫୦୦ ଟଙ୍କା 

ବଏଲର କୁକୁଡ଼ା- ୨୦୦ ଟଙ୍କା

ଚିଲିକା କଙ୍କଡ଼ା- ୫୦୦ ଟଙ୍କା

କଣ୍ଟାଳ ଚିଙ୍ଗୁଡ଼ି- ୩୦୦ ଟଙ୍କା

 

ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ବିଜୟ କୃଷ୍ଣ ପଟେଲ

ଭୁବନେଶ୍ୱର: ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଜୟ କୃଷ୍ଣ ପଟେଲ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ଆଜି କାର୍ଯ୍ୟରେ ଯୋଗ ଦେବେ । ଦିନ ସାଢେ ୧୧ଟା ସମୟରେ କମିଶନ କର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବେ । ୧୯୫୩ ମସିହା ଜାନୁଆରୀ ୨୪ରେ ସୁନ୍ଦରଗଡ଼ ସହରରେ ଜନ୍ମ ଗ୍ରହଣ କରି ଥିବା ଜଷ୍ଟିସ ପଟେଲ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ।

୨୦୦୮ଜାନୁଆରୀ ୧୭ରୁ ୨୦୧୫ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟର ବିଚାରପତି ଥିଲେ । ଏହା ସହିତ ସେ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ୨୦୧୭ ଜୁନ ୮ତାରିଖରୁ ୨୦୨୦ ଜାନୁଆରୀ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ସଭାପତି ଦାୟିତ୍ୱ ତୁଲାଇଛନ୍ତି । ଜଷ୍ଟିସ ବି ପି ଦାଶଙ୍କ ପରଠାରୁ ଅର୍ଥାତ ନଭେମ୍ବର ୧୪ତାରିଖ ଠାରୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା ।

୨୦୨୦ ଶେଷ ସୁଦ୍ଧା ୧୦୦ କୋଟି ଲୋକଙ୍କ ପାଖରେ ପହଞ୍ଚିବ 5G: ରିପୋର୍ଟ

ନୂଆଦିଲ୍ଲୀ: ୨୦୨୦ ମସିହା ଶେଷ ସୁଦ୍ଧା ୧୦୦ କୋଟି ଲୋକଙ୍କ ପାଖରେ ଥିବ 5G କନେକ୍ଟିଭିଟି । ଏନେଇ ଏରିକସନ୍ ମୋବିଲିଟି ପକ୍ଷରୁ ରିପୋର୍ଟ ଜାରି କରାଯାଇଛି ।

ରିପୋର୍ଟ ମୁତାବକ ଦୁନିଆର ମୋଟ୍ ଜନସଂଖ୍ୟାର ପ୍ରାୟ ୧୫% ଅଂଶରେ 5G କଭରେଜ୍ ଏକ୍ସେସ୍ ହୋଇପାରିବ । ଏଥିସହିତ ୨୦୨୬ ମସିହା ବେଳକୁ ୬୦ ପ୍ରତିଶତ ଜନସାଧାରଣ 5G କଭରେଜ୍ କ୍ଷେତ୍ର ମଧ୍ୟରେ ରହିବ । ସେତେବେଳକୁ 5G ସବସ୍କ୍ରିପସନ ୩.୫ ବିଲିୟନ୍ ଅର୍ଥାତ୍ ୩୫୦ କୋଟି ଟଙ୍କା ଯାଏଁ ପହଞ୍ଚିପାରିବ ।

ଭାରତର କେତେ ଲୋକଙ୍କ ପାଖରେ ରହିଛି 5G ?

ଏରିକସନର ରିପୋର୍ଟ ମୁତାବକ ଭାରତରେ ୨୦୨୬ ମସିହାରେ ମୋଟ୍ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ମଧ୍ୟରୁ ୨୭% ଲୋକଙ୍କ ପାଖରେ 5G ସବସ୍କ୍ରିପସନ ଥିବ ।

୨୦୩୦ ସୁଦ୍ଧା ଏଡସ୍ କବଳରୁ ରାଜ୍ୟକୁ ମୁକ୍ତ କରିବା ପାଇଁ ଲକ୍ଷ୍ୟ

ଭୁବନେଶ୍ୱର: ଆଜି ବିଶ୍ୱ ଏଡସ୍ ଦିବସ । ସାରା ବିଶ୍ୱରେ ଆଜି ପାଳିତ ହେଉଛି ଏଡସ୍ ଦିବସ । ଏଡସ୍ ନିରାକରଣ ପାଇଁ ଚାଲିବ ଶୋଭାଯାତ୍ରା ଓ ସଚେତନା । ଚଳିତ ବର୍ଷ ଏଡସ୍ ଦିବସରେ ଥିମ୍ ରହିଛି ଏଡସ୍ ମହାମାରୀକୁ ସମ୍ପର୍ଣ୍ଣ ସମାପ୍ତ କରିବା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ।

୨୦୩୦ ସୁଦ୍ଧା ଏଡସ୍ କବଳରୁ ରାଜ୍ୟ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୧୯୮୮ରୁ ପ୍ରତିବର୍ଷ ଡିସେମ୍ବର ପହିଲାକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଉଛି । ଏହି ଭୟଙ୍କର ରୋଗରେ ବିଶ୍ୱରେ ଏପର୍ଯ୍ୟନ୍ତି ପ୍ରାୟ ଅଢେଇ କୋଟି ଲୋକ ପ୍ରାଣ ହରାଇଥିବା ବେଳେ କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଉଛନ୍ତି ।

ଦେବ ଦୀପାବଳି ଶୁଭାରମ୍ଭ ସହ କାଶି ବିଶ୍ୱନାଥ ମନ୍ଦିର ଓ୍ୱେବ୍‌ସାଇଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରାଣାସୀ: ବାରଣାସୀରେ ଦେବ ଦୀପାବଳି ମହୋତ୍ସାବ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ପହଞ୍ଚି ପ୍ରଥମ ଦୀପ ଜାଳି ଦେବ ଦୀପାବଳିକୁ ଶୁଭାରମ୍ଭ କରିଥିଲେ । ଏହା ସହିତ କାଶି ବିଶ୍ୱନାଥ ମନ୍ଦିର ଓ୍ୱେବ୍‌ସାଇଟ୍‌କୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଥମେ ବାରଣାସୀରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ମୋଦି ନୂତନ କୃଷି ଆଇନକୁ ନେଇ ଉଠିଥିବା ବିରୋଧ ବିଷୟରେ କହିଥିଲେ । କିଛି ବିରୋଧୀ ଦଳ କୃଷି ଆଇନକୁ ନେଇ ମିଛ ଗୁଜବ ପ୍ରଚାର କରିବା ସହ ଚାଷୀଙ୍କୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୋଦି କହିଛନ୍ତି ।

ଏହା ସହିତ ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଚୋରି ବିଷୟରେ ମଧ୍ୟ ମୁହଁ ଖୋଲିଛନ୍ତି ମୋଦି । ୧୦୦ବର୍ଷ ପୂର୍ବେ ଭାରତରୁ ଚୋରି ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଭାରତକୁ ଫେରୁଛି । କାଶୀ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ପୂର୍ବରୁ ଏହି ପ୍ରୟାସ ହୋଇଥିଲେ ଅନେକ ପ୍ରତିମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇପାରିଥାନ୍ତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କିଛି ଲୋକଙ୍କ ପାଇଁ ଉତ୍ତରାଧିକାରୀର ଅର୍ଥ ହେଉଛି ସେମାନଙ୍କର ନିଜ ପରିବାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସେପଟେ ଯେଉଁ ସମୟରେ ଭାରତ ବିକାଶର ଶିଖର ଛୁଇଁଛି, ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ କାଶିରେ ପଡିଛି ବୋଲି ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରାକ୍ଟର…

0

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାନବିଶୋଳରେ ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚଳନ୍ତା ଟ୍ରାକ୍ଟରରେ ନିଆଁ ଲାଗିଛି। ସୌଭାଗ୍ୟ ବଶତଃ ଡ୍ରାଇଭର ରକ୍ଷା ପାଇ ଯାଇଛନ୍ତି  ।

କିନ୍ତୁ ଧାନ ସବୁ ପୋଡି ନଷ୍ଟ ହୋଇଛି । ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ନଅଣସାହିର ଅଞ୍ଜନ ବେହେରା ବିଲରୁ ଟ୍ରାକ୍ଟରରେ ଧାନ ବୋଝେଇ କରି ଆଣୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

ବାହାରିନରେ ଓଡ଼ିଆ ସମାଜ ପାଳିଲା ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ୱର : ବୋଇତ ବନ୍ଦାଣ ହେଉଛି ଉତ୍କଳୀୟ ପରମ୍ପରାର ଏକ ଅଂଶବିଶେଷ । ଦେଶ ବିଦେଶରେ ଯେଉଁଠି ବି ଓଡ଼ିଆ ରୁହନ୍ତୁ ନା କାହିଁ ବୋଇତ ବନ୍ଧାଣ ଉତ୍ସବକୁ ଜାକଜମକରେ ପାଳନ କରନ୍ତି । ଚଳିତବର୍ଷ କୋରନା କଟକଣା ଯୋଗୁଁ ଫିକା ପଡିଛି ବୋଇତ ବନ୍ଧାଣ ଉତ୍ସବ । ଘରେ ରହି ଉତ୍ସବକୁ ପାଳନ କରିବା ଲାଗି ବିଭିନ୍ନ ଦେଶର ସରକାର ପରାମର୍ଶ ଦେଇଛନ୍ତି । ତେବେ ଘରେ ରହି ଅନେକ ଓଡ଼ିଆ ପାଣି ଟବରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି ।

ବାହାରିନରେ ରହୁଥିବା ଓଡ଼ିଆ ମାନେ ଘରେ ରହି ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିଛନ୍ତି । ପରମ୍ପରା ରକ୍ଷା ଲାଗି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ଼. ଅରୁଣ କୁମାର ପ୍ରହରାଜ ଓ ତାଙ୍କ ପତ୍ନୀ ସୁଇମମିଙ୍ଗ ପୁଲରେ ଚଳିତବର୍ଷ ବୋଇତ ବନ୍ଧାଣ ଉତ୍ସବ ପାଳନ କରିଛନ୍ତି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ, ରଥଯାତ୍ରା, ଗଣେଶ ପୂଜା ସହ ସମସ୍ତ ଓଡ଼ିଆ ପର୍ବ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ପାଳନ କରାଯାଏ । ସମସ୍ତ ଓଡ଼ିଆ ବୋଇତ ବନ୍ଧାଣ ପର୍ବକୁ ଜାକଜକମରେ ପାଳନ କରନ୍ତି ।

କୋଭିଡ୍ ଟିକାକରଣ ପାଇଁ ପ୍ରସ୍ତୁତ ରହିଛି ରାଜ୍ୟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଭ୍ୟାକ୍ସିନ ଆସିବା ପୂର୍ବରୁ ରାଜ୍ୟ ସରକାରମାନେ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । ଏହି କ୍ରମରେ ଓଡ଼ିଶା ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ସେ କହିଛନ୍ତି ଯେ, କୋଭିଡ ଟିକାକରଣ ପାଇଁ ପ୍ରସ୍ତୁତ ରହିଛି ଓଡ଼ିଶା  । ନୀତି ଆୟୋଗ ଗାଇଡ୍‌ଲାଇନ୍‌ ଅନୁଯାୟୀ ଯୋଜନା ପ୍ରସ୍ତୁତ ହୋଇଛି । ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିଛି । ୮ହଜାର ୩ଶହ ସ୍ବାସ୍ଥ୍ୟକର୍ମୀ ଟିକା ଦେବେ  ।

ଟିକାକରଣ ପ୍ରସ୍ତୁତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି  । ଟିକାକରଣ ପାଇଁ ୩୦ହଜାର କେନ୍ଦ୍ର ପ୍ରତିଷ୍ଠା ହୋଇଛି  । ଏନ୍‌ଜିଓ, ଏନ୍‌ସିସି ଓ ନାଗରିକ ସଂଗଠନ ଏହି ଟିକାକରଣରେ ସହଯୋଗ କରିବେ ।

ରାଜନୀତିକୁ ଏଣ୍ଟ୍ରି କରିପାରନ୍ତି ସୁପରଷ୍ଟାର ରଜନୀକାନ୍ତ…

ନୂଆଦିଲ୍ଲୀ: ରାଜନୀତିକୁ ଏଣ୍ଟ୍ରି କରିପାରନ୍ତି ସୁପରଷ୍ଟାର ରଜନୀକାନ୍ତ । ହେଲେ ଏହାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ସୋମବାର ସକାଳେ ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ବୈଠକରେ ଯୋଗଦେଇଥିଲେ ମଧ୍ୟ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।

ବୈଠକରେ ଜିଲ୍ଲା ସଚିବମାନଙ୍କ ନିକଟରେ ନିଜ ମତ ରଖିଥିବା ବେଳେ ସକ୍ରିୟ ରାଜନୀତିକୁ ନେଇ କୌଣସି ନିଷ୍ପତ୍ତି ନେଲେ ପାର୍ଟି ସଦସ୍ୟମାନଙ୍କର ସମର୍ଥନ ଲୋଡିବେ ବୋଲି କହିଛନ୍ତି ରଜନୀକାନ୍ତ । ଏହା ସହିତ ରାଜନୀତିରେ ଏଣ୍ଟ୍ରି କଲେ ଖୁବ୍ ଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି ।

ଆସନ୍ତାବର୍ଷ ତାମିଲନାଡୁରେ ବିଧନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ସକ୍ରିୟତା ଦେଖିବାକୁ ମିଳିଛି । ତେବେ ଏପରି କ୍ଷେତ୍ରରେ ସୁପରଷ୍ଟାର ରଜନୀକାନ୍ତ ସକ୍ରିୟ ରାଜନୀତିକୁ ଓହ୍ଲାଇବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଗତ ଦୁଇ ବର୍ଷ ହେବ ରାଜନୀକାନ୍ତ ପ୍ରତ୍ୟେକ୍ଷ ପଲଟିକ୍ସରେ ନଥିଲେ ମଧ୍ୟ ନିଜ ପାର୍ଟି କାର୍ଯ୍ୟରେ ଯୋଡି ହୋଇ ରହିଛନ୍ତି । ତେବେ ସୋସିଆଲ ମିଡିଆରେ ଏନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କୁ ରାଜନୀତିକୁ ଆସନ୍ତୁ ବୋଲି ତାଙ୍କର ଅନେକ ସମର୍ଥକ ଲେଖିଛନ୍ତି ।

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଟିମ୍‌ରୁ ଓପନର୍ ଡେଭିଡ୍ ୱାର୍ଣ୍ଣର ଆଉଟ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହାସଲ କରିସାରିଛି । ହେଲେ ଏହାମଧ୍ୟରେ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟ୍‌କା ଲାଗିଛି । ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଓପନର୍ ଡେଭିଡ୍ ୱାର୍ଣ୍ଣର ଫିଲ୍ଡିଂ ସମୟରେ ଆହତ ହୋଇଛନ୍ତି । ଫଳରେ ସେ ତୃତୀୟ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି । ତେବେ ବଡ଼ ଖବର ହେଲା ଅଷ୍ଟ୍ରେଲିଆ ଦଳ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ଆଉ ଜଣେ ଧୁଆଁଧାର୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ ଏଣ୍ଟ୍ରି ଦେଇଛି ।

Australia Cricket

ଡିସେମ୍ବର ୪ରୁ କେନବରାରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ଡାର୍ସି ସର୍ଟଙ୍କୁ ଦଳରେ ସାମିଲ କରାଯାଇଛି । ବାମହାତୀ ଡାର୍ସି ସର୍ଟ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଅଷ୍ଟ୍ରେଲିଆ ପାଇଁ ସେ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିବା ବେଳେ ୩୨.୮୮ ହାରରେ ୫୯୮ ରନ୍ କରିଛନ୍ତି ।

Australia Cricket

ସୂଚନାଯୋଗ୍ୟ, ଡାର୍ସି ସର୍ଟ ୨୦୧୮ରେ ବିସ୍ଫୋରକ ଇନିଂସ ଖେଳି ଅଷ୍ଟ୍ରେଲିଆର ସମସ୍ତ ରେକର୍ଡ ଭାଙ୍ଗିଥିଲେ । ସେ ୱେଷ୍ଟର୍ଣ୍ଣ ୱାରିୟର୍ସ ପାଇଁ କୁଇନ୍ସଲ୍ୟାଣ୍ଡ ବିପକ୍ଷରେ ମାତ୍ର ୧୪୮ ବଲରେ ୨୫୭ ରନ୍‌ର ବଡ଼ ଇନିଂସ ଖେଳିଥିଲେ । ଡାର୍ସି ସେହି ମ୍ୟାଚ୍‌ରେ ୨୪ଟି ଛକା ମାରିଥିଲେ ।  ଯାହା ସମସ୍ତଙ୍କୁ ଚକିତ କରିଥିଲା । ଅଷ୍ଟ୍ରେଲିଆ କ୍ରିକେଟ୍‌ର ତାଲିକା ଏ’, ଇତିହାସରେ ଏହା ହେଉଛି ସବୁଠାରୁ ବଡ ଇନିଂସ ।

Australia Cricket

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍‌ ଡିସେମ୍ବର ୬ ଏବଂ ୮ରେ ଖେଳାଯିବ ।