spot_img
Home Blog Page 6336

ଆଜି ପ୍ରଥମ ଥର ପାଇଁ ସାଂଘାଇ ସହଯୋଗ ସଂଗଠନ ବୈଠକର ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ଆଜି ଭାରତ ପ୍ରଥମ ଥର ପାଇଁ ସାଂଘାଇ ସହଯୋଗ ସଂଗଠନ ବୈଠକର ଅଧ୍ୟକ୍ଷତା କରିବ । ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ଦେଶର ପ୍ରଧାନମନ୍ତ୍ରୀ ମାନେ ଯୋଗେ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିନ୍ତୁ ବୈଠକରେ ଯୋଗ ଦେବେ ନାହିଁ । ତାଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ କାର୍ଯ୍ୟକ୍ରମ ଥିବାରୁ ସେ ବୈଠକରେ ଯୋଗ ଦେଇପାରିବେ ନାହିଁ ।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏଥିରେ ଅଧ୍ୟକ୍ଷତା କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେବେନାହିଁ । ବୈଦେଶିକ ବ୍ୟାପାର ସଂସଦୀୟ ସଚିବ ପାକିସ୍ତାନ ପକ୍ଷରୁ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି । ଋଷ, ଚୀନ୍, କଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ପ୍ରଧାନମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେବେ । ୨୦୧୭ ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ଏସସିଓର ସ୍ଥାୟୀ ସଦସ୍ୟ ହୋଇଥିଲେ । ଗତ ବୈଠକରେ ଋଷିଆ ଅଧ୍ୟକ୍ଷତା କରିଥିଲା ।

ନାଇଜେରିଆରେ ଗଣହତ୍ୟା: ୧୦୦ରୁ ଉର୍ଦ୍ଧ ଚାଷୀ ଓ ମତ୍ସ୍ୟଜୀବୀଙ୍କ ତଣ୍ଟି କାଟି ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆ: ନାଇଜେରିଆର ଉତ୍ତର ବର୍ନୋ ରାଜ୍ୟରେ ଗଣହତ୍ୟା । ଆତଙ୍କବାଦୀ ସଂଗଠନ ବକୋହାରାମ ୧୦୦ରୁ ଅଧିକ ଚାଷୀ ଓ ମତ୍ସଜୀବୀଙ୍କୁ ତଣ୍ଟିକାଟି ହତ୍ୟା କରିଛନ୍ତି । ଘଟଣାକୁ ନେଇ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରୀ ଦୁଃଖ ପ୍ରକାଶ କରିବା ସହ ବକୋହାରମର ଏଭଳି କାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି । ଏଭଳି ହତ୍ୟାକାଣ୍ଡ ପାଇଁ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବର୍ଣ୍ଣୋ ସମୁଦାୟର ଲୋକ ଫସଲ କାଟୁଥିବା ବେଳେ ଏହି ହତ୍ୟାକାଣ୍ଡ ହୋଇଛି । ଏଥିସହ ୧୩ ବର୍ଷ ପରେ ସେମାନେ ସ୍ଥାନୀୟ ପ୍ରଶାସନ ପାଇଁ ମତଦାନ କରିବାକୁ ଯାଉଥିଲେ । ଏହାକୁ ବିରୋଧ କରି ବକୋହାରାମ ସଂଗଠନ ଏଭଳି ଗଣହତ୍ୟା କରିଛନ୍ତି । ନାଇଜେରିଆରେ ପ୍ରଥମ ଥର ପାଇଁ ଏଭଳି ଗଣହତ୍ୟା ନଜରକୁ ଆସିଛି । ପ୍ରଶାସନ ମୃତକଙ୍କ ଶବକୁ ଗୋଟିଏ ଜାଗାରେ ଅନ୍ତିମ ସଂସ୍କାର କରିଛି । ସେପଟେ ଗଣହତ୍ୟା ପରେ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ଅଟକ ରଖିଛନ୍ତି ଆତଙ୍କବାଦୀ ସଂଗଠନ ।

ଜୁଲାଇ ୧୬ ପରେ ପ୍ରଥମ ଥର ୫ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଦିନକରେ ୪୧୮ ପଜିଟିଭ, ୫ମୃତ

ଭୁବନେଶ୍ୱର: ରାଜ୍ୟରେ ୫ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ୪୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୪୧ ଓ ଲୋକାଲ କେସ୍ ରହିଛି ୧୭୭ । ସୁନ୍ଦରଗଡ଼ରୁ ୪୧, ଅନୁଗୁଳରୁ ୩୪, ମୟୂରଭଞ୍ଜରୁ ୩୨, କଟକରୁ ୨୫, ଖୋର୍ଦ୍ଧା ଓ ନୂଆପଡାରୁ ୨୩ଜଣ ଲେଖାଏଁ, ଯାଜପୁରରୁ ୨୦, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୧୯ ଜଣ ଲେଖାଏଁ, ରାୟଗଡ଼ା ଓ ସମ୍ବଲପୁରରୁ ୧୭ଜଣ ଲେଖାଏଁ, ଜଗତସିଂହପୁରରୁ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୭ ଶହ ୪୨ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୮ହଜାର ୭୨୫ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୧୧ହଜାର ୨୫୬ । ଆକ୍ଟିଭ କେସ୍ ରହିଛି ୫ହଜାର ୬୭୭ ।

ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ୍ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ଜୁଲାଇ ଅର୍ଥାତ୍ ୪ମାସ ପରେ ରାଜ୍ୟରେ ୫ଶହ ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ ୨୪ଘଣ୍ଟାରେ ୫ଶହ ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଏଥିପାଇଁ କୋଭିଡ୍‌ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଜିତୁଛି । ତେବେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ୱିଟ୍‌ରେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଣି ନକଲି ଘିଅ କାରଖାନା ଠାବ: କୋଟିଏ ଟଙ୍କାର ଅପମିଶ୍ରିତ ଘିଅ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

କଟକ: କଟକରେ ପୁଣି ଠାବ ହେଲା ନକଲି ଘିଅ କାରଖାନା। ନକଲି ତେଲ, ନକଲି ସସ୍ ପରେ ଏବେ ନକଲି ଘିଅ କାରଖାନା ଠାବ ହୋଇଛି । ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଠାବ ହୋଇଥିଲା । ଜଗତପୁର ନୂତନ ଶିଳ୍ପାଞ୍ଚଳରେ ମିଳିତ ଚଢ଼ାଉ ହୋଇଛି । ଅପମିଶ୍ରଣ କରି ସୁବାସ ବ୍ରାଣ୍ଡ ନାଁରେ ଘିଅ ବିକ୍ରି ହେଉଥିଲା ।

କମିଶନରେଟ୍ ପୋଲିସ,‌ ଖାଦ୍ୟ ସୁରକ୍ଷା ଅଧିକାରୀ, ଓଜନ ଓ ମାପ ବିଭାଗ ନିରୀକ୍ଷକ ଚଢ଼ାଉରେ ସାମିଲ ହୋଇଛନ୍ତି  ।  କୋଟିଏରୁ ଅଧିକ ଟଙ୍କାର ଅପମିଶ୍ରିତ ଘିଅ ଜବତ ହୋଇଛି । ତେବେ ଏହି କାରଖାନାରେ କେବଳ ଘିଅ ନୁହେଁ ଅସଲି ବ୍ରାଣ୍ଡରେ ନକଲି ଦ୍ରବ୍ୟ ପ୍ରସ୍ତୁତ ହେଉଥିବାର ମଧ୍ୟ ନଜର ଆସିଛି । ଘିଅ ସହ ବିଭିନ୍ନ ବ୍ରାଣ୍ଡର ସସ୍, ଆଚାରକୁ ମଧ୍ୟ ଅପମିଶ୍ରଣ କରାଯାଉଥିବା ଜଣାପଡ଼ିଛି ।

କିଛି ଦିନ ତଳେ ଜଗତପୁରରେ ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ । ନକଲି କାରଖାନା ଚାଲୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା।

ବ୍ରହ୍ମପୁତ୍ର ନଦୀରେ ସୁପର୍‌ ଡ୍ୟାମ୍‌ ତିଆରି କରିବ ଚୀନ, ଚିନ୍ତାରେ ଭାରତ ଓ ବାଂଲାଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଚୀନର ସାହାସ । ଏଲଏସିରେ ବିବାଦ ପରେ ଏବେ ତିବ୍ବତରେ ଆଉ ଏକ ବିରାଟ ଷଡଯନ୍ତ୍ର କରିବାକୁ ଯାଉଛି । ତିବ୍ବତ ଦେଇ ଯାଇଥିବା ବ୍ରହ୍ମପୁତ୍ର ନଦୀର ସୁପର ଡ୍ୟାମ ନିର୍ମାଣ କରିବାକୁ ଯାଉଛି ଚୀନ୍ । ପଞ୍ଚ ବାର୍ଷିୟ ଯୋଜନା ଚୀନ ଏହାକୁ ସିକୃତି ଦେଇଥିବା ବେଳେ ଡ୍ୟାମ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଛି ।

ବ୍ରହ୍ମପୁତ୍ର ନଦୀକୁ ତିବ୍ବତରେ ୟାରଲୁଙ୍ଗ ଜଙ୍ଗବୋ ନଦୀ କୁହାଯାଏ । ଏହି ନଦୀର ତଳ ଅଞ୍ଚଳରେ ଜଳ ବିଦ୍ୟୁତ ଯୋଜନା ପାଇଁ ଏକ ଡ୍ୟାମ ନିର୍ମାଣ ହେବାକୁ ଯାଉଛି । ଆସନ୍ତା ବର୍ଷ ଏହାର ନିର୍ମାଣ ହେବ ବୋଲି ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି । ତଳ ମୁଣ୍ଡରେ ଏଭଳି ନିର୍ମାଣ ପରେ ଚିନ୍ତାରେ ପଡିଯାଇଛନ୍ତି ଭାରତ ଓ ବାଙ୍ଗଲାଦେଶ ।

ଏହି ନିର୍ମାଣ ହେଲେ ବ୍ରହ୍ମପୁତ୍ର ଓ ଭାରତରେ ଥିବା ଚାଷୀ ଓ ବିଭିନ୍ନ ଜଳ ପ୍ରକଳ୍ପ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ସେପଟେ ଚୀନର କହିବା କଥା ଅନ୍ୟ ଦେଶର ସ୍ବାର୍ଥ ପ୍ରତି ମଧ୍ୟ ନଜର ରହିଛି । ଭାରତ ଓ ବାଙ୍ଗଲାଦେଶ ଯେମିତି ହଇରାଣ ନେହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ।

Chandra Grahan 2020: ୪ ଘଣ୍ଟା ୨୧ ମିନିଟର ଚନ୍ଦ୍ର ଗ୍ରହଣ, ଏହି ୭ଟି କଥା ଉପରେ ଦିଅନ୍ତୁ ଧ୍ୟାନ

ଆଜି ଦ୍ୱିପ୍ରହରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଗ୍ରହଣର ଅବଧି ୪ ଘଣ୍ଟା ୨୧ ମିନିଟ ରହିବ । ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ଗ୍ରହଣ ସମୟରେ କିଛି କାମ କରିବାକୁ ବାରଣ କରାଯାଇଥାଏ । ଅବଶ୍ୟ ଏହା ଏକ ଉପଛାୟା ଗ୍ରହଣ ଅଟେ, ଯାହାର ଏତେଟା ପ୍ରଭାବ ପଡ଼ିବ ନାହିଁ । ତଥାପି ଏହି ସବୁ ଜିନିଷ ଉପରେ ସାବଧାନ ରହିବା ଆବଶ୍ୟକ…

୧. ଗ୍ରହଣକୁ ଖାଲି ଆଖିରେ ଦେଖନ୍ତୁ ନାହିଁ । ଗ୍ରହଣ ସମୟରେ ଖାଇବା ଏବଂ ରାନ୍ଧିବାରୁ ନିବୃତ ରୁହନ୍ତୁ । ଗ୍ରହଣ ପରେ ସ୍ନାନ କଲେ ତାର ପ୍ରଭାବ କମ ହୋଇଯାଇଥାଏ ।

୨. ଗ୍ରହଣ ପରେ ବାସି ଖାଦ୍ୟ ଖାଇବା ଉଚିତ ନୁହେଁ । ରାତି ରନ୍ଧା ଖାଦ୍ୟ ଗୁଡ଼ିକୁ ପଶୁ ମାନଙ୍କୁ ଦେଇଦେବା ଉଚିତ । ଯଦି ଘରେ ଦୁଗ୍ଧ ଜାତୀୟ କିଛି ଖାଦ୍ୟ ଅଛି ତେବେ ତା ଉପରେ ତୁଳସୀ ପତ୍ର ପକାଇ ଦିଅନ୍ତୁ ।

୩. ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଗ୍ରହଣର ଛାୟାରୁ ଦୂରରେ ରହିବା ଉଚିତ । କାରଣ ଗ୍ରହଣର ଛାଇର କୁପ୍ରଭାବ ଶିଶୁ ଉପରେ ପଡ଼ିଥାଏ । ଏହାବ୍ୟତିତ ବୃଦ୍ଧ ଓ ରୋଗୀଙ୍କୁ ବାହାରକୁ ଯିବାକୁ ବାରଣ କରିବା ଉଚିତ ।

୪.ଗ୍ରହଣ ସମୟରେ ଚୁଟି ଏବଂ ନଖ କାଟନ୍ତୁ ନାହିଁ । ଏହି ସମୟରେ ଛୁଞ୍ଚି ସୂତାରେ କୌଣସି କାମ କରନ୍ତୁ ନାହିଁ । ଏହାକୁ ଅଶୁଭ ବିବେଚନା କରାଯାଏ । ଏହି ସମୟରେ ଧାରୁଆ ଜିନିଷ ତଥା ଛୁରୀ, କଣ୍ଟା, ଛୁଞ୍ଚିର ବ୍ୟବହାର କରନ୍ତୁ ନାହିଁ ।

୫. ଗ୍ରହଣ ସମୟରେ କୌଣସି ନୂଆ ବା ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଏହା ଦ୍ୱାରା କାର୍ଯ୍ୟ ଅସଫଳ ହୋଇପାରେ । ଏହାସହ ଗ୍ରହଣ ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବା ଉଚିତ ନୁହେଁ ।

୬. ଗ୍ରହଣ ସମୟରେ ମାଂସ ବା ମଦ ସେବନ କରିବା ଅନୁଚିତ  । ଗ୍ରହଣ କାଳ ମଧ୍ୟରେ ଶୋଇବାରୁ ମଧ୍ୟ ନିବୃତ ରହନ୍ତୁ ।

୭. ଗ୍ରହଣ ସମୟ ଆରମ୍ଭ ହେବା ପୂର୍ବରୁ ଖାଇବା ଜିନିଷରେ ତୁଳସୀ ପତ୍ର ପକାଇଦିଅନ୍ତୁ । ଏହାଦ୍ୱାରା ଖାଦ୍ୟ ଉପରେ ଗ୍ରହଣର ପ୍ରଭାବ ପଡ଼ିନଥାଏ । କିନ୍ତୁ ମନେ ରଖନ୍ତୁ ଗ୍ରହଣ ସମୟରେ ତୁଳସୀ ପତ୍ର ତୋଳିବେ ନାହିଁ ।

ଟାଟା ମୋଟର୍ସ ନାମରେ ଆକାଶଙ୍କ ଠକେଇ ମାମଲା,ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଦାବି କଲା କଂଗ୍ରେସ

ବ୍ରହ୍ମପୁର : ବ୍ରହ୍ମପୁର ଟାଟା ପ୍ରକଳ୍ପରେ ଚାକିରି ନେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ । ଏନେଇ ଆଜି ଗଞ୍ଜାମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ୨ ଇନ୍ସପେକ୍ଟର ପହଞ୍ଚି ନକଲି ନିଯୁକ୍ତିପତ୍ର ନେଇ ଖୋଳତାଡ କରୁଛନ୍ତି । ନକଲି ନିଯୁକ୍ତିପତ୍ର ପାଇଥିବା କିଛି ଆବେଦନକାରୀଙ୍କୁ କାଲି ଗୋପାଳପୁର ଥାନାରେ ପଚରାଉଚରା କରାଯାଇଛି । ନିଲମ୍ବିତ ଆଇଏଫଏସ ଅଭୟକାନ୍ତଙ୍କ ପୁଅ ନିଯୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଏଣେ ଏହି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତିକୁ ନେଇ କଂଗ୍ରେସ ତାଙ୍କ ଗିରଫଦାରୀ ଦାବି କରିଛି । କଂଗ୍ରେସ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି ।

ଏତଲାରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୬୮ ଜଣ ବେକାର ଯୁବକଙ୍କ ସହ ଆକାଶ ବଡ ଧରଣର ଠକେଇ କରିଛନ୍ତି । ସେମାନଙ୍କୁ ବାର୍ଷିକ ୬ ଲକ୍ଷ ଟଙ୍କାର ଦରମା ଲୋଭ ଦେଖାଇ ଠକା ଯାଇଛି । ଏହି ଠକେଇରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ,ତାଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଓ ସୂର୍ଯ୍ୟକାନ୍ତ ସାହୁ ନାମକ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇଛି । ସମସ୍ତଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ଦାବି କରିଛି ।ଏନେଇ ଗୋପାଳପୁର ଥାନା ଆଗରେ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ ।

ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ପାଖରେ ଦାଖଲ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ୬୦ରୁ ଅଧିକ ଲୋକଙ୍କୁ ଆକାଶ ପାଠକ କିଭଳି ଠକିଛନ୍ତି ତାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ଟିମ ବ୍ରହ୍ମପୁରରେ ପହଞ୍ଚି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଅଫିସରେ କିଛି ଅଧିକାରୀଙ୍କୁ ନେଇ ଗୋପନ ବୈଠକ କରିଥିଲା  । ଏହାପରେ ଟାଟା ଥଇଥାନ କଲୋନୀର କିଛି ଲୋକଙ୍କୁ ଡାକି ପଚରାଉଚରା ବି କରିଥିଲା  । ତେବେ ଟାଟା ଗ୍ରୁପର ଏତଲା ମୁତାବକ, ଆକାଶ ପାଠକ ନିଜକୁ ପୁଣେ ପାସେଞ୍ଜର ଡିଭିଜନର ଏମଡିଭାବେ ଦର୍ଶାଇ ଟାଟାର ଫେକ୍ ଲେଟର ହେଡ୍ ଓ ଷ୍ଟାମ୍ପ ବ୍ୟବହାର କରିଥିଲେ । କେବଳ ସେତିକି ନୁହେଁ ଆକାଶ ଏହାକୁ ବ୍ୟବହାର କରି ମିଛ ଫଏଲ୍ ନମ୍ବର ଓ ତାରିଫ ପକାଇ ୬୮ ଜଣ ଲୋକଙ୍କୁ ଅଫର ଲେଟର ଦେଇଛନ୍ତି ।

ଅରୁଣ ଫୁଲେରା ବୋଲି ଜଣେ ବ୍ୟକ୍ତିଙ୍କୁ ଟାଟା ଗ୍ରୁପର ଏଚଆର ସିନିୟର ମ୍ୟାନେଜର ଭାବେ ଦର୍ଶାଇ ତାଙ୍କ ଦସ୍ତଖତରେ ଏ ସବୁ ଚିଠି ପଠାଯାଇଥିଲା  । ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି, ମ୍ୟାନେଜମେଣ୍ଟ ଟ୍ରେନି, ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଦିଆଯାଇଛି ପୋଷ୍ଟିଂ । ଏପ୍ରିଲ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ବିଭିନ୍ନ ଲୋକଙ୍କୁ ଦିଆଯାଇଛି ଅଫର ଲେଟର  । ଏସବୁ ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆକାଶଙ୍କୁ ସବୁ ସମୟରେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଜାଲିଆତି କଲେ ମଧ୍ୟ ଥାନାରେ ଏତଲା ହେଉନଥିବା କୁହାଯାଉଛି । ତେବେ ଠକାମୀର ଶିକାର ହୋଇଥିବା ୬୮ ଜଣଙ୍କୁ ଏସମ୍ପର୍କରେ ତଥ୍ୟ ଲୁଚାଇବାକୁ ଧମକ ଦେଉଥିବା ଅଭିଯୋଗ କରିଛି କଂଗ୍ରେସ ।

 

କମୁଛି ସଂକ୍ରମଣ: ଟ୍ୱିଟ କରି ନିଜର ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ ୨୪ଘଣ୍ଟାରେ ୫ଶହ ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଏଥିପାଇଁ କୋଭିଡ୍‌ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଲଢେଇକୁ ଜିତିବାରେ ସକ୍ଷମ ହୋଇଛି । ତେବେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ବିଟ୍‌ରେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଆଜି ରାଜ୍ୟରେ ୨୪ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । କ୍ୱାରେଣ୍ଟାଇନରୁ ୨୪୧ ଓ ୧୭୭ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ କମିଛି । ଆଜି ଦିନକରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେଜୁଛି କୃଷି ଆଇନ ବିରୋଧୀ ନିଆଁ… ହକ୍ ପାଇଁ ସିନ୍ଧୁ ସୀମାରେ ଆନ୍ଦୋଳନରେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ: ତେଜୁଛି କୃଷି ଆଇନ୍‌ ବିରୋଧୀ ନିଆଁ । ପ୍ରବଳ ଶୀତ କାକରରେ ଦିଲ୍ଲୀ ହରିୟାଣା ସିନ୍ଧୁ ବର୍ଡରରେ ହକ୍‌ ପାଇଁ ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ୟାର ସମାଧାନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଏବେ ରାଜ୍ୟସ୍ତରରେ ଜୋରଦାର ହେବ ବୋଲି ଚାଷୀମାନେ କହିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦ୍ୱାରା ପୂର୍ବପରି ଏମ୍‌ଏସ୍‌ପି ମିଳିବନି, ବଡ଼ବଡ଼ ବ୍ୟବସାୟୀଙ୍କ ହାତରେ ରହିବେ ଚାଷୀ । ଏଣୁ ଆଇନ ଫେରାଇ ନେବାକୁ ଦାବି କରି ହକ୍ ପାଇଁ ଏକଜୁଟ ହୋଇଛନ୍ତି ହଜାର ହଜାର ଚାଷୀ ।

 

ଦିଲ୍ଲୀର ସମସ୍ତ ପ୍ରବେଶ ପଥ ସିଲ୍‌ କରିବାକୁ ଦେଇଛନ୍ତି ଚେତାବନୀ । ସେପଟେ ଚାଷୀ ଆନ୍ଦୋଳନକୁ ଆଖିରେ ରଖି କେନ୍ଦ୍ରସରକାର ମନ୍ଥନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ରାଜନାଥ ସିଂହ, ନରେନ୍ଦ୍ର ସିଂ ତୋମର, ଅମିତ ଶାହା ପ୍ରମୁଖ ଆଲୋଚନା କରିଛନ୍ତି । ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବଢୁଛି ଶୀତ: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯ ଡ଼ିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରା, ବଢୁଛି ଶୀତ । ଦିନକୁ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବାରେ ଲାଗିଛି । ଏବେ ପ୍ରବଳ ଜାଡରେ ଥରୁଛି ଗାଁଠୁ ସହର । ୧୧ସହରରେ ୧୫ଡିଗ୍ରୀ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ସୋନପୁରରେ ୯ ଡ଼ିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ।

ସେହିପରି ଦାରିଙ୍ଗବାଡିରେ ୯.୫, ଅନୁଗୁଳରେ ୧୦.୬, ଫୁଲବାଣୀରେ ୧୧.୩ , କେନ୍ଦୁଝର ୧୨.୦, ବାରିପଦାରେ ୧୨.୪ , ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨,ବଲାଙ୍ଗୀରରେ ୧୪  ଓ କଟକରେ ୧୪.୮ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା । ଭୁବନେଶ୍ୱରରେ ୧୬.୦ଡ଼ିଗ୍ରୀ ରହିଛି ତାପମାତ୍ରା । ସେପଟେ ରାଜ୍ୟରେ ଆହୁରି 3ରୁ ୪ଡିଗ୍ରୀ କମିବ ପାରଦ, ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି ।