spot_img
Home Blog Page 6337

କମୁଛି ସଂକ୍ରମଣ: ଟ୍ୱିଟ କରି ନିଜର ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ ୨୪ଘଣ୍ଟାରେ ୫ଶହ ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଏଥିପାଇଁ କୋଭିଡ୍‌ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଲଢେଇକୁ ଜିତିବାରେ ସକ୍ଷମ ହୋଇଛି । ତେବେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ବିଟ୍‌ରେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଆଜି ରାଜ୍ୟରେ ୨୪ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । କ୍ୱାରେଣ୍ଟାଇନରୁ ୨୪୧ ଓ ୧୭୭ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ କମିଛି । ଆଜି ଦିନକରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେଜୁଛି କୃଷି ଆଇନ ବିରୋଧୀ ନିଆଁ… ହକ୍ ପାଇଁ ସିନ୍ଧୁ ସୀମାରେ ଆନ୍ଦୋଳନରେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ: ତେଜୁଛି କୃଷି ଆଇନ୍‌ ବିରୋଧୀ ନିଆଁ । ପ୍ରବଳ ଶୀତ କାକରରେ ଦିଲ୍ଲୀ ହରିୟାଣା ସିନ୍ଧୁ ବର୍ଡରରେ ହକ୍‌ ପାଇଁ ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ୟାର ସମାଧାନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଏବେ ରାଜ୍ୟସ୍ତରରେ ଜୋରଦାର ହେବ ବୋଲି ଚାଷୀମାନେ କହିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦ୍ୱାରା ପୂର୍ବପରି ଏମ୍‌ଏସ୍‌ପି ମିଳିବନି, ବଡ଼ବଡ଼ ବ୍ୟବସାୟୀଙ୍କ ହାତରେ ରହିବେ ଚାଷୀ । ଏଣୁ ଆଇନ ଫେରାଇ ନେବାକୁ ଦାବି କରି ହକ୍ ପାଇଁ ଏକଜୁଟ ହୋଇଛନ୍ତି ହଜାର ହଜାର ଚାଷୀ ।

 

ଦିଲ୍ଲୀର ସମସ୍ତ ପ୍ରବେଶ ପଥ ସିଲ୍‌ କରିବାକୁ ଦେଇଛନ୍ତି ଚେତାବନୀ । ସେପଟେ ଚାଷୀ ଆନ୍ଦୋଳନକୁ ଆଖିରେ ରଖି କେନ୍ଦ୍ରସରକାର ମନ୍ଥନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ରାଜନାଥ ସିଂହ, ନରେନ୍ଦ୍ର ସିଂ ତୋମର, ଅମିତ ଶାହା ପ୍ରମୁଖ ଆଲୋଚନା କରିଛନ୍ତି । ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବଢୁଛି ଶୀତ: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯ ଡ଼ିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରା, ବଢୁଛି ଶୀତ । ଦିନକୁ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବାରେ ଲାଗିଛି । ଏବେ ପ୍ରବଳ ଜାଡରେ ଥରୁଛି ଗାଁଠୁ ସହର । ୧୧ସହରରେ ୧୫ଡିଗ୍ରୀ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ସୋନପୁରରେ ୯ ଡ଼ିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ।

ସେହିପରି ଦାରିଙ୍ଗବାଡିରେ ୯.୫, ଅନୁଗୁଳରେ ୧୦.୬, ଫୁଲବାଣୀରେ ୧୧.୩ , କେନ୍ଦୁଝର ୧୨.୦, ବାରିପଦାରେ ୧୨.୪ , ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨,ବଲାଙ୍ଗୀରରେ ୧୪  ଓ କଟକରେ ୧୪.୮ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା । ଭୁବନେଶ୍ୱରରେ ୧୬.୦ଡ଼ିଗ୍ରୀ ରହିଛି ତାପମାତ୍ରା । ସେପଟେ ରାଜ୍ୟରେ ଆହୁରି 3ରୁ ୪ଡିଗ୍ରୀ କମିବ ପାରଦ, ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି ।

କରୋନା ଟିକା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନା ଟିକା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ କମ୍ପାନୀ ସହିତ ଆଲୋଚନା କରିବେ । ଭିଡିଓ କନଫରେନ୍‌ସିଂରେ ଜେନେଭା ବାୟୋଫାର୍ମା, ବାୟୋଲୋଜିକାଲ୍-ଇ ଓ ଡକ୍ଟର ରେଡ୍ଡି ଫାର୍ମାର ପ୍ରତିନିଧିଙ୍କ ସହ ଟିକା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିବେ । ଟିକା ପ୍ରସ୍ତୁତି ଓ ବଣ୍ଟନ ନେଇ ମଧ୍ୟ ଆଲୋଚନା ହୋଇପାରେ ।

ଗତ ଶନିବାର ଦିନ ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ କରି ଟିକା ଉତ୍ପାଦନ ପ୍ରକ୍ରିୟା ସଂପର୍କରେ ସମୀକ୍ଷା କରିଥିଲେ ମୋଦି । ପୁନେରେ ସେରମ୍ ଇନଷ୍ଟିଚ୍ୟୁଟ୍‌ରେ କରୋନା ଭ୍ୟାକସିନ୍ ପ୍ରସ୍ତୁତି ସଂପର୍କରେ ବୁଲି ଦେଖିଥିଲେ । ଭାରତ ବାୟୋଟେକ୍, ସିରମ୍ ଇନଷ୍ଟିଚ୍ୟୁଟ୍ ଓ ଜାଇଡସ୍ କାଡିଲା ଗସ୍ତ କରି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଟିକା ସମ୍ପର୍କିତ ଜ୍ଞାନ ବିଷୟରେ ଜାଣିବା ପରେ ସିରମ୍‌ ସିଇଓ ଆଦର ପୁନାୱାଲା ବିସ୍ମୟ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟିକା ସ୍ଥିତି ସମୀକ୍ଷା କଲାବେଳେ ଟିକାର ପ୍ରସ୍ତୁତି ଓ ବିକାଶ ନେଇ ଅନେକ କିଛି ପ୍ରଶ୍ନ କରିଥିଲେ। ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଗଭୀର ଜ୍ଞାନ ଜାଣିଲା ପରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓ ବିସ୍ମୟ ପ୍ରକାଶ କରିଛନ୍ତି। ଟିକାର ପ୍ରତ୍ୟେକ ପର୍ଯ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବଦରେ ପ୍ରଧାନମନ୍ତ୍ରୀ ଟିକିନିଖି ତଥ୍ୟ ରଖିଥିବାରୁ ତାଙ୍କୁ ବୁଝାଇବା ବେଶ୍‌ ସହଜ ଥିଲା ବୋଲି ପୁନାୱାଲା କହିଛନ୍ତି।

ଟାଟା ପ୍ରକଳ୍ପରେ ଚାକିରିର ନକଲି ନିଯୁକ୍ତିପତ୍ର ଉପରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର : ବ୍ରହ୍ମପୁର ଟାଟା ପ୍ରକଳ୍ପରେ ଚାକିରି ନେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ ପାଇଁ ଗଞ୍ଜାମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ୨ ଇନ୍ସପେକ୍ଟର ପହଞ୍ଚି ନକଲି ନିଯୁକ୍ତିପତ୍ର ନେଇ ଖୋଳତାଡ କରୁଛନ୍ତି । ନକଲି ନିଯୁକ୍ତିପତ୍ର ପାଇଥିବା କିଛି ଆବେଦନକାରୀଙ୍କୁ କାଲି ଗୋପାଳପୁର ଥାନାରେ ପଚରାଉଚରା କରାଯାଇଛି । ନିଲମ୍ବିତ ଆଇଏଫଏସ ଅଭୟକାନ୍ତଙ୍କ ପୁଅ ନିଯୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ପାଖରେ ଦାଖଲ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Akash Pathak Fake MD Of Tata Motors Issued Offer Letters

ଏହାସହ ଭୁବନେଶ୍ୱରରେ ଥିବା ଆକାଶଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ୮ କୋଟି ୪୦ ଲକ୍ଷ ଅଧିକ ଟଙ୍କା ଡିପୋଜିଟ ହୋଇଛି । ଖାଲି ସେତିକି ନୁହେଁ ବ୍ରହ୍ମପୁରରେ ମଧ୍ୟ କ୍ୟାସ୍‌ ଡିପୋଜିଟ ହୋଇଥିଲା । ଲକଡାଉନ ସମୟରେ ଅଭୟ ଏବଂ ତାଙ୍କ ପରିବାର ଲୋକ ଚାଟର ପ୍ଲେନରେ ଫରେନକୁ ଯାଇ ବୁଲାବୁଲି ମଧ୍ୟ କରିଛନ୍ତି । ସେପଟେ ଆକାଶ ଏକ କୋଟି ଟଙ୍କା ଦରମା ପାଉଥିଲେ ବୋଲି ଅଭୟ କହିଥିଲେ । କିନ୍ତୁ ତାକୁ ନେଇ ଆକାଶ କୌଣସି ସାଲାରୀ କାଗଜପତ୍ର ଦେଖାଇ ପାରିନଥିଲେ ।

Akash Pathak Fake MD Of Tata Motors Issued Offer Letters

ପ୍ରଥମେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଆୟ ବହିର୍ଭୂତ ସଂପତ୍ତି ଭିଜିଲାନସକୁ ତାଜୁବ କରିଥିଲା  ।  ୧୩ଟି ସ୍ଥାନରେ ରେଡ୍ କରାଯାଇଥିଲା । ଯେଉଁଥିରେ ଭିଜିଲାନ୍ସ ମାଳ ମାଳ ପ୍ଲଟ, କୋଠାବାଡି ସାଙ୍ଗକୁ କୋଟି କୋଟି ଟଙ୍କାର ସମ୍ପତ୍ତି ଖୋଜି ବାହାର କରିଥିଲା  । ଏପରି ଭାବେ ୫୦ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଥିବା ଜଣାପଡିଛି  । ତାପରେ ଅଭୟକାନ୍ତଙ୍କ ପୁଅର ହାଇପ୍ରୋଫାଇ ମେଣ୍ଟେନାସ ସମସ୍ତଙ୍କ  ମୁଣ୍ଡକୁ ଟିଣ କରିଥିଲା । ସେ ଟାଟା ମୋଟର୍ସରେ କାମ କରୁଥିବା ଏବଂ ତାଙ୍କ ମାସିକ ଦରମା ୧ କୋଟି ହୋଇଥିବା କହିଥିଲେ । ଏହାପରେ ଚାଲିଥିଲା ତନାଘନା ।

https://youtu.be/FCQX99wsn74

ଏପର୍ଯ୍ୟନ୍ତ ସୁଦ୍ଧା ୧୫୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡା:  ବାଲିଗୁଡାରେ ମିସନ୍ କ୍ଲିନ୍ ଗଞ୍ଜେଇ ଅଭିଯାନ ଜାରି । ବିଭିନ୍ନ ସ୍ଥାନରେ କରାଯାଉଛି ଗଞ୍ଜେଇ ଗଛ ନଷ୍ଟ । ସେହିଭଳି ଆଜି ପୁଣି ୧୭୦ଏକର ଜଙ୍ଗଲ ଜମିରେ ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କଲା ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍  । ବୁଡାଗୁଡ଼ା ପଞ୍ଚାୟତର ବୌଦୁଙ୍ଗିଆ,ରୁତୁଙ୍ଗିଆ ଓ ସାକୁସବାଲି ଅଞ୍ଚଳରେ ୧୭କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ  ।

ଲଗାତାର ଭାବେ କନ୍ଧମାଳ ଜିଲ୍ଲାରେ ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରୁଛି ଅବକାରୀ ବିଭାଗ  । ଗତ ୨୭ ଦିନ ମଧ୍ୟରେ ବାଲିଗୁଡ଼ା ଅଞ୍ଚଳରେ ୧୫ଶହ ଏକର ଜମିରୁ ବେଆଇନ୍ ଗଞ୍ଜେଇ ଚାଷ ପୋଡି ନଷ୍ଟ କରିଛି ମିଳିତ ଟିମ୍ । ଯାହାର ଆନୁମାନିକ ମୂଲ୍ୟ ୧୫୦ କୋଟି ହେବ ବୋଲି ପୋଲିସ୍ ସୂଚନା ଦେଇଛି  ।

ଦେଶରେ ୯୪ ଲକ୍ଷ ଟପିଲା କରୋନା ସଂକ୍ରମଣ: ଦିନକରେ ୩୮ ହଜାରରୁ ଅଧିକ ଆକ୍ରାନ୍ତ, ୪୪୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୩୮ହଜାର ୭୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୪୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୨ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୮୮ଲକ୍ଷ ୪୭ହଜାର ୬୦୦ଜଣ । ଆକ୍ଟିଭ କେସ୍ ରହିଛି ୪ଲକ୍ଷ ୪୬ହଜାର ୯୫୨ । ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୩୭ହଜାର ୧୩୯ରେ ପହଞ୍ଚିଛି ।

ମହାରାଷଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ଦିନକରେ ୫ହଜାର ୫୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫ହଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର୍ରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ଟପିଲାଣି । ସେହିପରି ଦିଲ୍ଲୀରେ ୪ହଜରା ୯୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ମୋଟ୍ ଆକ୍ରାନତଙ୍କ ସଂଖ୍ୟା ୫ଲକ୍ଷ ୬୬ହଜାର ପାର୍ । କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶରେ ୮ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବୈଶ୍ୱିକସ୍ତରରେ ପ୍ରତି ନିୟୁତ ଜନସଂଖ୍ୟାରେ ସର୍ବନିମ୍ନ ମୃତ୍ୟୁସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ।
ଗତକାଲି ହୋଇଥିବା ୮,୭୬, ୧୭୩ ନମୁନା ପରୀକ୍ଷାକୁ ମିଶାଇ ଦେଶରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ନିମନ୍ତେ ଏ ପର୍ଯ୍ୟନ୍ତ ୧୪, ୦୩, ୭୯, ୯୭୬ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ।

କ୍ୟାମେରା ଦେଖିଲେ ଚିଇଁକି ଉଠୁଛନ୍ତି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ କର୍ମଚାରୀ

ଭୁବନେଶ୍ୱର: ଗଣମାଧ୍ୟମକୁ ଦେଖିଲେ ଛାନିଆ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । କ୍ୟାମେରା ଦେଖିଲେ ଚିଇଁକି ଉଠୁଛନ୍ତି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ କର୍ମଚାରୀ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଥିବା କିଛି ଉପହାର ଓ ପୋଷାକ ପତ୍ର ଜଣେ ନେଉଥିବାର ଖବର ସଂଗ୍ରହ କଲା ବେଳେ ବିରୋଧ କରିଥିଲେ ପ୍ରଦୀପ ପାଣିଗ୍ରାହୀଙ୍କ କର୍ମଚାରୀ । ଆମ ପ୍ରତିନିଧିଙ୍କ ସହ ଧସ୍ତାଧସ୍ତି କରିବା ସହ ନ୍ୟୁଜ କରିବାକୁ ବିରୋଧ କରିଥିଲେ। ନନ୍ଦିଘୋଷ କ୍ୟାମେରା ଟିମ ଓ ନନ୍ଦିଘୋଷ ଗାଡିର ଚିତ୍ର ଉତ୍ତୋଳନ କରିଥିଲେ । ଧସ୍ତାଧସ୍ତି କରୁଥିବା ବ୍ୟକ୍ତି ପ୍ରଦୀପ ପାଣିଗ୍ରାହୀଙ୍କର ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

Pradeep Panigrahis’s Red Eyes To Media For Showing Truth

ସେପଟେ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦାହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ନାଲିଆଖି ଦେଖାଇଥିଲେ । ପାଠକ ପରିବାରକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରି ନିଜେ ଫସି  ଯାଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆକାଶ ପାଠକ, ଟାଟା ମୋଟର୍ସ ଲିଙ୍କ୍ ନେଇ ପ୍ରଶ୍ନ ଶୁଣି ଗରମ ହୋଇଯାଇଥିଲେ । ହିତାହିତ ଜ୍ଞାନ ହରାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ମଧ୍ୟ ଦେଇଥିଲେ ପ୍ରଦୀପ ।

ପାଠକ-ପ୍ରଦୀପ ଲିଙ୍କ ନେଇ ସଠିକ୍ ତଥ୍ୟ ପ୍ରସାରଣ କରିଥିବାରୁ ନନ୍ଦିଘୋଷ ଟିଭିକୁ ଟାର୍ଗେଟ୍ କରିଥିଲେ ପ୍ରଦୀପ। ଏପପିକି ବ୍ୟକ୍ତିଗତ ଭାବେ ସାମ୍ବାଦିକଙ୍କୁ ଆକ୍ଷେପ କରିବାକୁ ପଛାଇ ନଥିଲେ । ଆକାଶ, ପ୍ରଦୀପ ଓ ଟାଟା କମ୍ପାନୀ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ଆମ ପ୍ରତିନିଧି । ହେଲେ ଆଙ୍ଗୁଳି ଦେଖାଇ କ୍ୟାମେରାରୁ ଭିଜୁଆଲ ଡିଲିଟ୍ କରିବାକୁ ଧମକ ଦେଇଥିଲେ ପ୍ରଦୀପ ।

ପରମ୍ପରାରେ କରୋନା ବେଡ଼ି: ଏଥର ଫିକା ଫିକା କାର୍ତ୍ତିକ ପୂର୍ଣ୍ଣିମା… ଡଙ୍ଗା ଭସା ଉପରେ କଟକଣା

ଭୁବନେଶ୍ୱର: ଆଜି ହେଉଛି କାର୍ତ୍ତି  ପୂର୍ଣ୍ଣିମା  । ବାବା ଧବଳେଶ୍ୱର ଆଜି ଯୋଗୀ ବେଶରେ ସଜ୍ଜିତ ହୋଇଛନ୍ତି । କରୋନା କଟକଣା ପାଇଁ  ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଯେଉଁଠି ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମ ହେବାକଥା ଆଜି ବିନା ଭକ୍ତରେ ପୀଠ ଖାଁ  ଖାଁ ହୋଇପଡିଛି । ଆଜିର ଦିନରେ ବାବା ଧବଲେଶ୍ୱରଙ୍କ ପୀଠରେ ସ୍ୱତନ୍ତ୍ରତା ହେଉଛି, ଆଜି ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି କରାଯାଇଛି ବାବାଙ୍କର ପ୍ରିୟ ଭୋଗ ଗଜଭୋଗ ।

ସେହିପରି କଟକଣା ଭିତରେ ଫୁଲବାଣୀରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ  । ସହରର ବିଭିନ୍ନ ନଦୀ ଘାଟ, ପୋଖରୀରେ ବୋଇତ ବନ୍ଦାଣ କରିଛନ୍ତି ଅଞ୍ଚଳବାସୀ । କରୋନା କଟକଣା ପାଇଁ ପୂର୍ବବର୍ଷ ପରି ଗହଳିଚହଳି ନଥିଲା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଡଙ୍ଗା ଭସାଇଥିଲେ ଜନସାଧାରଣ । ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ସାମ୍ନାରେ ଦୀପଜାଳି ଠାକୁରଙ୍କୁ ଆରାଧନା କରିଛନ୍ତି । କରୋନା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛି ପ୍ରଶାସନ । ଲୋକଙ୍କୁ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ମୃତୟନ କରାଯାଇଛି  ।

ଯାଜପୁର ପବିତ୍ର ବୌତରଣୀ ନଦୀ ତଟ ଦଶାଶ୍ୱମେଧ ଘାଟ, ଜଗନ୍ନାଥ ମନ୍ଦିର ପରିସର  ଓ ମା ବିରଜା ମନ୍ଦିର ପରିସରରେ ମଧ୍ୟ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପବିତ୍ର ବୌତରଣୀ ନଦୀର ଦଶାଶ୍ୱାମେଧ ଘାଟରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଇବାକୁ ଆସିଥାନ୍ତି । ଚଳିତ ବର୍ଷ କରୋନା ମହାମାରୀ ହେତୁ ଏକତ୍ରିତ ହୋଇ ଡଙ୍ଗା ଭସାକୁ ବାରଣ କରା ଯାଇଥିବା ବେଳେ ମନ୍ଦିରରେ ଦର୍ଶନ ମଧ୍ୟ ବନ୍ଦ କରାଯିବାକୁ ନିର୍ଦେଶ ରହିଛି । ଯାହାକି ଶ୍ରଦ୍ଧାଳୁ ମାନକୁ ନିରାଶ କରିଛି। ଅନ୍ୟ ପଟେ ଛୋଟ ଛୋଟ ଦେଵାଦେବୀ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ସାମଗମ ଦେଖିବାକୁ ମିଳିଛି ।

ସାରା ଦେଶରେ ଶୀତ ସହରୀ: ସକାଳ ଓ ରାତିରେ ସ୍ୱାଭାବିକ ଠାରୁ ଅଧିକ ରହିବ ଥଣ୍ଡା

ନୂଆଦିଲ୍ଲୀ: ଡିସେମ୍ବର ମାସରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଉତ୍ତର, ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର କେତେକ ଅଞ୍ଚଳରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ବେଳେ ରାତିରେ ଓ ବଡ଼ି ସକାଳେ ସ୍ୱାଭାବିକ ଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ। ରବିବାର ଦିନ ଭାରତୀୟ ପାଣିପାଗ ସଂସ୍ଥାନ ପ୍ରକାଶ କରିଥିବା ତ୍ରୈମାସିକ ଋତୁକାଳୀନ ପୂର୍ବାନୁମାନରୁ ଏକଥା ଜଣାପଡ଼ିଛି ।

ଉତ୍ତରପୂର୍ବ ଭାରତର ଅଧିକାଂଶ ଅଞ୍ଚଳ ଏବଂ ପଶ୍ଚିମ ଉପକୂଳ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ଥିବା କଥା ଏହି ପୂର୍ବାନୁମାନରେ ଉଲ୍ଲେଖ ଅଛି। ଅର୍ଥାତ୍‌ ଭାରତର ଏହି ସବୁ ଅଞ୍ଚଳରେ ରାତି ଏବଂ ବଡ଼ି ସକାଳେ ଅଳ୍ପ ଥଣ୍ଡା ଅନୁଭୂତ ହୋଇପାରେ ।

୨୦୦୩ରୁ ୨୦୧୮ ଏହି ୧୬ ବର୍ଷର ପୂର୍ବାନୁମାନ ଆଧାରିତ ‘ମନ୍‌ସୁନ୍‌ ମିସନ୍‌ କପଲଡ୍‌ ଫୋର୍‌କାଷ୍ଟିଙ୍ଗ୍‌ ସିଷ୍ଟମ୍‌’ ମଡେଲ୍‌କୁ ଆଧାର କରି ‘ଆଇଏମ୍‌ଡି’ ଏ ବର୍ଷ ଶୀତାକାଳୀନ ତାପମାତ୍ରାର ପୂର୍ବାନୁମାନ କରିଛି ।

ଏହି ମଡେଲ୍‌ ଅନୁସାରେ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶର ଅଧିକାଂଶ ଅଞ୍ଚଳ, ବିହାର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସାଧାରଣ ଦିନର ସର୍ବାଧିକ ତାପମାତ୍ରା ହାରାହାରି ୦.୫୭-୧ ଡିଗ୍ରି ସେଣ୍ଟିଗ୍ରେଡ୍‌ରୁ ଉପରେ ରହିବ। ତେଣୁ ଏହିସବୁ ଅଞ୍ଚଳରେ ଦିନବେଳା ଆକାଶ ନିର୍ମଳ ରହିବାର ସୂଚନା ମିଳୁଛି ।