spot_img
Home Blog Page 6339

ପୁରୀରେ ଧଳା ଜହରର ଜାଲ: ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ, ୬ ଗିରଫ

ପୁରୀ: ପୁରୀରୁ ବ୍ରାଉନସୁଗାର ଜବତ । ପୁରୀ ମଙ୍ଗଳାଘାଟ ଛକ ନିକଟରେ ପୋଲିସ ଓ ଏମଭିଆଇର ମିଳିତ ଚେକିଂ କରୁଥିବା ବେଳେ ଜବତ କରାଯାଇଛି ବ୍ରାଉନସୁଗର । ଏହି ସମୟରେ ୨୭୫ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରାଯାଇଛି । ଏନେଇ ତଦନ୍ତ ପରେ ବ୍ରାଉନସୁଗାର ବ୍ୟବସାୟ ପାଇଁ ଅଣାଯାଉଥିବା ପୋଲିସ ସୂଚନା ପାଇଥିଲା । ଘଟଣାରେ ଏକ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରିଛି ବାସେଳୀ ସାହି ପୋଲିସ ।

ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଗାଡି, ବନ୍ଧୁକ ଓ ବ୍ରାଉନସୁଗାର ଜବତ କରାଯାଇଛି । ୨ଟି ଗାଡ଼ି ମଧ୍ୟରୁ ଗୋଟେ ସଫାରି କାର ଓ ଆଉ ଏକ ପଲସର ବାଇକ୍ ଜବତ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧାରୁ ଚାଲାଣ କରୁଥିଲେ । ଥରେ ଏମାନେ ବାରମ୍ବାର ବ୍ରାଉନସୁଗର ଚାଲଣ କରୁଥିବା ଜଣାପଡ଼ିଛି । ତେବେ ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏହି କାରବାର ନେଇ ମାଷ୍ଟରମାଇଣ୍ଡକୁ ମଧ୍ୟ ପୋଲିସ ଧରିଛି । ଦୀର୍ଘ ୨ ବର୍ଷରୁ ପୁରୀରେ ଏହି ଚାଲାଣ ଚାଲିଛି । କେମିତି ଏହି ଚାଲାଣ କରାଯାଉଥିଲା ଏନେଇ ପୋଲିସ ତଦନ୍ତ । ମାମଲାର ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ ହେବ ।

ଆଜି ଜିଏସ୍‌ଟି କାଉନସିଲ୍‌ର ବୈଠକ, ତୁରନ୍ତ ଜିଏସଟି ସହୟତା ଦେବାକୁ ଦାବି କରିବ ଓଡ଼ିଶା

ଭୁବନେଶ୍ୱର: ସୋମବାର ଜିଏସ୍‌ଟି କାଉନ୍‌ସିଲର ୪୨ ତମ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟଗୁଡ଼ିକର କ’ଣ ରହିବ ପ୍ରସ୍ତାବ, ତା’ ଉପରେ ସମସ୍ତଙ୍କ ନଜର । ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ୧୮ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ କରିଛି ଓଡିଶା । ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଓଡ଼ିଶା ସବୁବେଳେ କ୍ଷତିପୂରଣ ବଢ଼ାଇବାକୁ ଦାବି କରିଆସୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।  ଅର୍ଥନୀତିର ମାନ୍ଦାବସ୍ଥାକୁ ଦେଖି ଜିଏସ୍‌ଟି କ୍ଷତି ଭରଣା ସମୟସୀମା ଯାହା ୨୦୨୨ପର୍ଯ୍ୟନ୍ତ ଥିଲା, ତାହା ଆଗକୁ କ୍ଷତିର ଆକଳନ  ଅନୁଯାୟୀ ବଢାଇବାକୁ କେନ୍ଦ୍ର ରାଜି ହୋଇଛି  । ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଏ ନେଇ ଆଲୋଚନା ହେବ ।

କରୋନାକୁ ନେଇ ଆର୍ଥିକ ସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।  ଅର୍ଥ ମନ୍ତ୍ରଣାଳୟର ତଥ୍ୟ କହୁଛି, ଚଳିତବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ଗତ ୬ମାସ ମଧ୍ୟରେ ସର୍ବାଧିକ ରହିଛି । ଏହା ଦେଶର ଅର୍ଥନୈତିକ କ୍ଷେତ୍ର ସୁଧରୁଥିବା ଦର୍ଶାଉଛି । ସେପ୍ଟେମ୍ବର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ୯୫ ହଜାର ୪୮୦ କୋଟି ଟଙ୍କା ଥିଲା । ସେପ୍ଟେମ୍ବରରେ ରାଜସ୍ୱ ସଂଗ୍ରହ ଚଳିତ ଆର୍ଥିକବର୍ଷରେ ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ମୋଟ ଜିଏସ୍‌ଟି ସଂଗ୍ରହ ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟି ୧୭ ହଜାର ୭୪୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ୨୩ ହଜାର ୧୩୧ କୋଟି ଟଙ୍କା, ସମନ୍ଵିତ ଜିଏସ୍‌ଟି ୪୭ ହଜାର ୪୮୪ କୋଟି ଟଙ୍କା ଏବଂ ସେସ୍‌ ୭ ହଜାର ୧୨୪ କୋଟି ଟଙ୍କା ଅଛି । ସେପ୍ଟେମ୍ବର ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ପରିମାଣ ୩୯ ହଜାର କୋଟିରୁ ଅଧିକ ଥିବା ବେଳେ ରାଜ୍ୟ ସରକାରଙ୍କ ମୋଟ ଜିଏସଟି ପରିମାଣ ୪୦ ହଜାର ୧୨୮ କୋଟି ଟଙ୍କା ରହିଛି । ଯାହା ଗତବର୍ଷ ଏହି ସମୟଠାରୁ ଚଳିତବର୍ଷ ଜିଏସଟି ପରିମାଣ ଚାରି ପ୍ରତିଶତ ଅଧିକ ।

୩୪ ଟି ଆପ୍‌କୁ ପ୍ଳେ-ଷ୍ଟୋରରୁ ହଟାଇଲା ଗୁୁଗୁଲ, ଆପଣଙ୍କ ମୋବାଇଲରେ ଥିଲେ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ: ଜୁଲାଇରୁ ସେପ୍ୱେମ୍ୱର ମଧ୍ୟରେ ୩୪ଟି ଆପକୁ ପ୍ଳେ-ଷ୍ଟୋରରୁ ହଟାଇଛି ଗୁଗୁଲ । ହଟାଯାଇଥିବା ଆପ୍ ଗୁଡ଼ିକ ଜୋକର ମାଲଓ୍ୱାରେ ଦ୍ୱାରା ପ୍ରଭାବିତ । ଜୋକର ମାଲଓ୍ୱାରେ ନୂଆ ନୁହଁ କିନ୍ତୁ ଏହା ଏବେ ମଧ୍ୟ ଆଣ୍ଡ୍ରୋଏଡ ୟୁଜରଙ୍କ ପାଇଁ ମୁଣ୍ଡ ବ୍ୟାଥର କାରଣ ପାଲଟିଛି । ଏହାର କୋଡ ଅତ୍ୟନ୍ତ ଛୋଟ ହୋଇଥିବାରୁ ଏହାକୁ ଚିହ୍ନଟ କରିବା ଏକ୍ସପର୍ଟଙ୍କ ପାଇଁ ବି କଷ୍ଟକର ହେଉପଡ଼ୁଛି । ଏକ ଭିନ୍ନ ଟେକ୍ନିକ୍ ‘ଡ୍ରପର’ ଦ୍ୱାରା ଏହା ଗୁଗୁଲ ସିକ୍ୟୁରିଟିକୁ ଭେଦ କରି ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ମୋବାଇଲ ମଧ୍ୟରେ ପହଞ୍ଚିଥାଏ । ବର୍ତ୍ତମାନ ଜୋକର ମାଲଓ୍ୱାରେ ଦ୍ୱାରା ପ୍ରଭାବିତ କିଛି ନୂଆ ଆପ୍‌ର ତାଲିକା ପ୍ରସ୍ତୁତ ହୋଇଛି । ଯାହାକୁ କାର୍ଲିଫର୍ଣ୍ଣିଆର ସିକ୍ୟୁରିଟି ଏକ୍ସପର୍ଟ ଦ୍ୱାରା ଚିହ୍ନଟ କରାଯାଇଛି । ନିମ୍ନରେ ଦିଆଯାଇଥିବା ଏହି ଆପଗୁଡ଼ିକ ପ୍ଳେ ଷ୍ଟୋରରୁ ହଟାଇଦିଆଯାଇଛି, ଯଦି ଆପଣ ଏବେ ମଧ୍ୟ ଏହି ଆପଗୁଡ଼ିକୁ ହଟାଇନାହାନ୍ତି ତେବେ ଶୀଘ୍ର ହଟାଇ ଦିଅନ୍ତୁ ।

1. All Good PDF Scanner
2. Mint Leaf Message-Your Private Message
3. Unique Keyboard – Fancy Fonts & Free Emoticons
4. Tangram App Lock
5. Direct Messenger
6. Private SMS
7. One Sentence Translator – Multifunctional Translator
8. Style Photo Collage
9. Meticulous Scanner
10. Desire Translate
11. Talent Photo Editor – Blur focus
12. Care Message
13. Part Message
14. Paper Doc Scanner
15. Blue Scanner
16. Hummingbird PDF Converter – Photo to PDF
17. All Good PDF Scanner
18. com.imagecompress.android
19. com.relax.relaxation.androidsms
20. com.file.recovefiles
21. com.training.memorygame
22. Push Message- Texting & SMS
23. Fingertip GameBox
24. com.contact.withme.texts
25. com.cheery.message.sendsms (two different instances)
26. com.LPlocker.lockapps
27. Safety AppLock
28. Emoji Wallpaper
29. com.hmvoice.friendsms
30. com.peason.lovinglovemessage
31. com.remindme.alram
32. Convenient Scanner 2
33. Separate Doc Scanner

ସାମାଜିକ ଦୂରତାକୁ ଫୁ: ଫୁଟବଲ ମ୍ୟାଚ୍ ଦେଖିବାକୁ ବିନା ମାସ୍କରେ ଏକାଠି ହେଲେ ଶହ ଶହ ଲୋକ

କୋରାପୁଟ: କରୋନାରେ ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ କେମିତି ଏହାର ମୁକାବିଲା ହୋଇପାରିବ ସେ ନେଇ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ସରକାର । କିନ୍ତୁ ଏଭଳି ପରିସ୍ଥିତିରେ ଲୋକେ କିଛି ବୁଝିବାକୁ ନାରାଜ । ଆଉ ଏହି ସଙ୍କଟାପର୍ଣ୍ଣ ପରିସ୍ଥିତିରେ ଲୋକଙ୍କ ଭିଡ଼ ଉପରେ କଟକଣା ଲାଗିଛି କିନ୍ତୁ କୋରାପୁଟର ଏକ ଘଟଣା ସବୁ କଟକଣାକୁ ଫୁ କରିଛି । ସମସ୍ତଙ୍କ ଅଜାଣତରେ ସେଠାରେ ଆୟୋଜିତ ହୋଇଛି ୭ ଦିନର ଫୁଟବଲ୍ ମ୍ୟାଚ୍ ।

କୋରାପୁଟରେ ଆୟୋଜିତ ଫୁଟବଲ୍ ମ୍ୟାଚ୍ ଓ ମେଲୋଡି କାର୍ଯ୍ୟକ୍ରମ କାହା ଅନୁମତିରେ ହୋଇଛି । କିଏ ସପ୍ତାହେ ଧରି ମ୍ୟାଚ୍ ଓ ମେଲୋଡି ପରି ମସ୍ତିର ଆୟୋଜନ ପାଇଁ ଅନୁମତି ଦେଲା ତାକୁ ନେଇ ଆରମ୍ଭ ହେଲା ତନାଘନା । କୋରାପୁଟ ଏସପି ମୁକେଶ କୁମାର ଭାମୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ କୋଭିଡ ସଂକଟ ସମୟରେ କୋରାପୁଟ ଲମତାପୁଟରେ ସପ୍ତାହେ ଧରି ଆୟୋଜିତ ହୋଇଥିଲା ଫୁଟବଲ ମ୍ୟାଚ୍ ଓ ମେଲୋଡି । ସାମାଜିକ ଦୂରତା ଭୁଲି ମେଲୋଡି ମସ୍ତିରେ ଝୁମିଥିଲେ ଶହଶହ ଦର୍ଶକ । ତାସାଙ୍ଗକୁ ମ୍ୟାଚ ଦେଖିବାକୁ ଲାଗିଥିଲା ଖଚାଖଚ ଭିଡ । ସବୁଠୁ ବଡ କଥା ହେଲା ପ୍ରଶାସନର ବିନା ଅନୁମତିରେ ଏହା ସପ୍ତାହେ ଧରି ଚାଲିଥିଲେ ବି ନା ପୋଲିସ ନା ପ୍ରଶାସନ କେହି ରୋକ୍ ଲଗାଇପାରିନଥିଲେ ।

 

କେବଳ ସେତିକି ନୁହେଁ ଫାଇନାଲ ମ୍ୟାଚରେ ସ୍ଥାନୀୟ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ଅତିଥି ଭାବେ ସେଠାରେ ଯୋଗ ଦେଇଥିଲେ । ଯାହାକୁ ନେଇ ଏବେ ପୋଲିସର ପାରିଆ ପଣିଆ ଉପରେ ପ୍ରଶ୍ନ ଉଠିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ପାର କରିଥିବା ବେଳେ ଲୋକଙ୍କୁ ସଚେତନ କରିବାରେ ଲାଗି ପଡିଛି ପ୍ରଶାସନ । ହେଲେ ଏହି ସମୟରେ ନା ଲୋକ ସଚେତନ ହେଉଛନ୍ତି ନା ପୋଲିସ ପ୍ରଶାସନ ଏଥିପ୍ରତି ନିଘା ଦେଉଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ହଠାତ୍ ହସ୍ପିଟାଲ ବାହାରକୁ ଆସି ପ୍ରଶଂସକଙ୍କ ନିକଟରେ ପହଞ୍ଚିଲେ ଟ୍ରମ୍ପ

ଓ୍ୱାସିଂଟନ: କରୋନା ଭାଇରସ ସହ ଲଢ଼ୁଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ସନ୍ଧ୍ୟାରେ ହଠାତ୍ ନିଜ ହସ୍ପିଟାଲରୁ ବାହାରି ଆସିଥିଲେ ଏବଂ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପ୍ରଶାସନକି ଅଧିକାରୀଙ୍କ ଅଭିବାଦନ ଗ୍ରହଣ କରିଥିଲେ । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ  ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଟ୍ରମ୍ପ ସନ୍ଧ୍ୟା ସାଢ଼େ ୫ଟାରେ କିଛି ସମୟ ପାଇଁ ହସ୍ପିଟାଲ ପରିସରରୁ ବାହାରକୁ ଆସିଥିଲେ ଏବଂ କାରରେ ବସି ନିଜ ପ୍ରଶଂସକଙ୍କୁ ନିକଟକୁ ଯାଇଥିଲ । କିଛି ସମୟ ପରେ ପୁଣି ସେ ହସ୍ପିଟାଲକୁ ଫେରିଯାଇଛନ୍ତି ।

          ଏହି ଯାତ୍ରା ପୂର୍ବରୁ ଟ୍ରମ୍ପ ଏକ ଭିଡିଓ ଜାରି କରି କହିଥିଲେ ଯେ, ସେ ନିଜ ସମର୍ଥକଙ୍କ ସହ ମିଶିବା ପାଇଁ ହଠାଥ୍ ଆସିବେ । ସେ ଆହୁରି କହିଛନ୍ତି ଯେ, ସେ କୋଭିଡ-୧୯ ସମ୍ପର୍କରେ ବହୁତ କିଛି ଶିଖିଛନ୍ତି । ସେ ବାସ୍ତବରେ ସ୍କୁଲ ଯାଇ ଏହା ଶିକ୍ଷିଛନ୍ତି । ହସ୍ପିଟାଲ ବାସ୍ତବରେ ଗୋଟିଏ ସ୍କୁଲ ବୋଲି ସେ କହିଛନ୍ତି । ଟ୍ରମ୍ପ ନିଜ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନେଇ ଲୋକଙ୍କୁ ଜଣାଇବା ପାଇଁ ହସ୍ପିଟାଲ ବାହାରକୁ ଆସିଥିବା କୁହାଯାଉଛି  । ନିର୍ବାଚନ ପ୍ରଚାର ମଧ୍ୟରେ ଟ୍ରମ୍ପଙ୍କ ଏଭଳି ଦାବି ବିରୋଧୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

Donald Trump has COVID-19. How might this affect his chances of  re-election? - ABC News

ଅପରପକ୍ଷରେ ଟ୍ରମ୍ପଙ୍କ ଏଭଳି ଯାତ୍ରାକୁ ଡାକ୍ତରମାନେ ସମାଲୋଚନା କରିଛନ୍ତି ।  ମହାମାରୀ ଦ୍ୱାରା ଯୁଝୁଥିବା  ଡୋନାଲ୍ଡ ଟ୍ରମ୍ପ ନିଜକୁ ପୃଥକଭାବେ ରଖୁନାହାନ୍ତି । ଜଜ୍ ଓ୍ୱାସିଂଟନ ୟୁନିଭରସିଟି ଡାକ୍ତର ଜେମ୍ସ ଫିଲିପ୍ କହିଛନ୍ତି, ରାଷ୍ଟ୍ରପତିଙ୍କ ଏସୟୁବି ନା କେବଳ ବୁଲେଟପ୍ରୁଫ୍ ଏହା କେମିକାଲ ଆକ୍ରମଣରୁ ମଧ୍ୟ ରକ୍ଷାକରିପାରିବ  । ଏହି କାର୍ ମଧ୍ୟରେ କୋଭିଡ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଟ୍ରମ୍ପଙ୍କ ଏଭଳିଦାୟିତ୍ୱହୀନ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ହସ୍ପିଟାଲକୁ ମଧ୍ୟ ସାରା ବିଶ୍ୱକୁ ଧ୍ୱସଂ କରିପାରୁଥିବା ‘ନ୍ୟୁକ୍ଳିୟର ଫୁଟବଲ’ ନେଇ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ

          ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଜାରି ଗୁଜବ ମଧ୍ୟରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ବୟାନ ଜାରି କରିଛନ୍ତି । ସେମାନେ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଦେଖିବାକୁ ମିଳିଛି । ଶୁକ୍ରବାର ତାଙ୍କୁ ଜର ଆସିନାହିଁ । ରକ୍ତରେ ଅକ୍ସିଜେନର ମାତ୍ର ମଧ୍ୟ ଠିକ୍ ରହିଛି । ଏଭଳି ଡାକ୍ତରମାନେ କହିଛନ୍ତି ଟ୍ରମ୍ପ ସୋମବାର ହ୍ୱାଇଟ ହାଉସକୁ ଫେରିପାରିବେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଆମେରିକା ସେନାର ଓ୍ୱାଲ୍ଟର ରୋଡ ମେଡିକାଲ ସେଣ୍ଟର ହସ୍ପିଟାଲରେ ଚାଲିଛି ।

ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ: ଲୁଟେରାଠାରୁ ଜବତ ହେଲା ଏହି ସବୁ ଜିନିଷ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ମାତୁଛନ୍ତି ଲୁଟେରା । କେତେବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତ ଆଉ କେତେବେଳେ କିଏ ମାରପିଟ୍ କରି ଲୁଟ୍ କରୁଛନ୍ତି । ନିକଟରେ ଭୁବନେଶ୍ୱର ସ୍ଥିତ ବରିମୁଣ୍ଡ ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ତେବେ ଆଜି ଏହି ଘଟଣାର ପର୍ଦ୍ଦାଫାସ  ହୋଇଛି । ଶେଷରେ ଲୁଟେରାକୁ ଧରିଛି କମିଶନରେଟ୍ ପୋଲିସ । ଲୁଟେରା ସୌମ୍ୟରଂଜନ ଜେନାଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତଠାରୁ ବନ୍ଧୁକ ସହ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ସୌମ୍ୟରଞ୍ଜନର ଘର ବରିମୁଣ୍ଡ ଟାଙ୍ଗୀବନ୍ତରେ ବୋଲି ଜଣାପଡ଼ିଛି । ଗତ ୨୯ ତାରିଖରେ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସେପ୍ଟେମ୍ବର ମାସ ୭ ତାରିଖରେ ନନ୍ଦନବିହାର ଆଇଓବି ବ୍ୟାଙ୍କ ଶାଖାରୁ ଲୁଟ ଘଟଣାରେ ସଂପୃକ୍ତି ନେଇ ପୋଲିସ ଖୋଳତାଡ଼ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ସ୍ପେଶାଲ ସ୍କ୍ୱାଡ ତଦନ୍ତ କରୁଛି । ଦୁଇଟି ବ୍ୟାଙ୍କରୁ ଲୁଟ୍‌ରେ ଜଣେ ହିଁ ଅପରେସନ୍ କରୁଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା ।

ଭିନ୍ନକ୍ଷମଙ୍କୁ ସକ୍ଷମ କରୁଛି ସୁନ୍ଦରଗଡ଼ର ଏଆରସି: ଆଶାବାଡ଼ି ଛାଡ଼ି ଠିଆ ହେଲେ ଯୋଶେଫ ତିର୍କୀ

ରାଉରକେଲା: ୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ବାଟ ଚାଲୁଥିଲେ ଯୋଶେଫ । ହେଲେ ଏବେ ଆଉ ଆଶାବାଡ଼ିର ସାହାରା ଦରକାର ପଡ଼ୁନି ।  ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି । ଏହା  ସମ୍ଭବ ହୋଇପାରିଛି ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ସହାୟତାରେ । ବିନା ଆଶା ବାଡ଼ିରେ ଛିଡ଼ା ହୋଇପାରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଯୋଶେଫ ଏବଂ ଏଆରସି, ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

          ୧୯୯୬ ମସିହାର ଘଟଣା। ଯୋଶେଫ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସମ୍ବଲପୁରରୁ ରାଉରକେଲା ଆସୁଥିଲେ। ହେଲେ ଟ୍ରେନରେ ତାଙ୍କ ଗୋଡ଼ ଖସିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଡାହାଣ ଗୋଡ ହରାଇଥିଲେ। ସେହିଦିନଠାରୁ ଯୋଶେଫଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ତାଙ୍କର ସବୁ ସ୍ୱପ୍ନ ମଧ୍ୟ ଚୂରମାର ହୋଇଗଲା। ଆଶାବାଡ଼ି ପାଲଟିଗଲା ଯୋଶେଫଙ୍କ ଜୀବନର ସବୁଠାରୁ ବଡ଼ ସାଥୀ! ସ୍ଥାନୀୟ ଏଏନଏମ ଦିଦିଙ୍କଠାରୁ ଯୋଶେଫ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସମ୍ପର୍କରେ ଜାଣିବାକୁ ପାଇଲେ। ଏଠାରେ ଭିନ୍ନକ୍ଷମମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ମିଳୁଥିବା ଖବର ପାଇ ଯୋଶେଫ ତାଙ୍କ ବାପା ଏବଂ ସାଙ୍ଗ ଜୟଚନ୍ଦ୍ର ଚୌଧୁରୀଙ୍କୁ ଧରି ସୁନ୍ଦରଗଡ଼ ଆସିଥିଲେ।

 ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ରେ ସମସ୍ତ ପ୍ରମାଣପତ୍ର ଦାଖଲ କରି କୃତ୍ରିମ ଗୋଡ଼ ପାଇଁ ମାପ ଦେଇଥିଲେ ଯୋଶେଫ। ନିକଟରେ ତାଙ୍କୁ କୃତ୍ରିମ ଗୋଡ଼ ମିଳିଛି। ଏହି କୃତ୍ରିମ ଗୋଡ଼କୁ ସେ କିଭଳି ଭାବରେ ବ୍ୟବହାର କରିବେ ସେ ନେଇ ତାଙ୍କୁ ସେଠାରେ ତାଲିମ ମଧ୍ୟ ଦିଆଯାଇଛି। ଏବେ ଯୋଶେଫ କୃତ୍ରିମ ଗୋଡ଼ ସାହାଯ୍ୟରେ ଛିଡ଼ା ହୋଇପାରୁଛନ୍ତି। ‘‘ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ଭାଇଭଉଣୀଙ୍କ ପାଇଁ ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଚିକିତ୍ସା ଓ ପୁନର୍ବାସ ଲାଗି ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ରୋବୋଟିକ୍ସ ଫିଜିଓଥେରାପି ସହିତ କମ୍ପ୍ୟୁଟର ମାଧ୍ୟମରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଦିଆଯାଉଛି। ତେଣୁ ଜିଲ୍ଲାର ହିତାଧିକାରୀମାନେ କିପରି ଏହି ସେବା ପାଇ ପାରିବେ ସେଥିପାଇଁ ଆମେ ବ୍ୟବସ୍ଥା କରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଳ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ନିର୍ମିତ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ମିଳୁଛି। ବ୍ରେନ ଷ୍ଟ୍ରୋକ, ସେରିବ୍ରାଲ ପାଲସି, ମେରୁଦଣ୍ଡ ଆଘାତ ଲାଗି ଏହି ଚିକିତ୍ସା ବେଶ୍ ଲାଭଦାୟକ ହୋଇପାରିଛି। ତା’ ସହିତ ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାରୁ କମ୍ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । ଏହି କେନ୍ଦ୍ରରେ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ କରିବାକୁ ଚାହୁଁଥିବା ବ୍ୟକ୍ତି ଏଆରସିର ମୋବାଇଲ୍ ନମ୍ବର 7327815125 କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର 011-41182138 ମାଧ୍ୟମରେ ଯୋଗାଯୋଗ କରିପାରିବେ।

ବର୍ଷାର ବିତ୍ପାତ, ୫୦ ଉପରେ ଏହି ସବୁ ପରିବା ଦର

ଭୁବନେଶ୍ୱର: ଆକାଶ ଛୁଆଁ ହୋଇଛି ପରିବା ଦର । କରୋନା ପରେ ସ୍ଥିତି ନ ସୁଧୁରିଥିବା ବେଳେ ଏବେ ଲଗାଣ ବର୍ଷାରେ ବେହାଲ ହେଲେଣି ଲୋକେ । ଲଗାଣ ବର୍ଷା ଯୋଗୁଁ ନିୟନ୍ତ୍ରଣ ବାହାରେ ପନିପରିବା ଦର । ଚାଷ ଜମିରେ ପାଣି ପଶି ସବୁ ଫସଲ ଉଜାଡ଼ି ଦେଇଛି । ବର୍ଷା ଯୋଗୁଁ  ବିଲରୁ ଫସଲ ଆସି ପାରୁ ନଥିବାରୁ ମୁଲ୍ୟ ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ । ଏହି କାରଣରୁ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଚିନ୍ତାରେ ଖାଉଟି ।

ସେପଟେ ଫସଲ ଅମଳ ହୋଇନପାରି ବିଲରେ ହିଁ ପଚିସଢି ଯାଉଥିବାରୁ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ । ବନ୍ୟା ପରେ ଧୀରେ ଧୀରେ ସୁଧୁରୁଥିଲା ପରିସ୍ଥିତି । ହେଲେ ଲଘୁଚାପ ବର୍ଷା ପୁଣି ବଢାଇଛି ସମସ୍ୟା । ବିଲରୁ ପରିବା ଅମଳ ହୋଇପାରୁ ନଥିବାରୁ ପରିବା ଦର ଆକାଶ ଛୁଆଁ ହେଲାଣି । ସେହିପରି କିଛିଦିନ ତଳେ ନାସିକରୁ ଲଗାଣ ବର୍ଷା ଯୋଗୁଁ ସେଠାରୁ ପିଆଜ ଆମଦାନୀ ହୋଇପାରୁ ନଥିବା ତେଣୁ ପିଆଜ ଦର ବୃଦ୍ଧି ପାଇଥିବା କହିଥିଲେ ବ୍ୟହବସାୟୀ ।

ଅନ୍ୟପଟେ କଲରା, ପୋଟଳ, ବାଇଗଣ, ବିଲାତିର ମୂଲ୍ୟ କେଜି ପିଛା  ୫୦ ରୁ ୬୦ ଟଙ୍କା ହୋଇ ଥିବା ବେଳେ ଛୁଇଁ କ୍ୟାପସିକମ ର ମୂଲ୍ୟ ୧୦୦ ଟଙ୍କା ପାର । ଯାହାକୁ ଚିନ୍ତାରେ ଖାଉଟି । ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ  । ଫଳରେ ଖାଉଟିଙ୍କ ଚାହିଦା ଅନୁଯାଇ ପରିବା ବଜାର କୁ ଆସିବା ପାଇଁ ଏକ ସପ୍ତାହ ସମୟ ଲାଗିପାରେ।

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା: ରାଜ୍ୟପାଳ ଡକାଇଲେ ବୈଠକ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରବିବାର ରାତିରେ କିଛି ଦୁର୍ବୃତ୍ତ ବିଜେପି ନେତା ମନୀଷ ଶୁକ୍ଳାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଶୁକ୍ଳାଙ୍କ ହତ୍ୟା ଜିଲ୍ଲାର ଟିଟାଗଡ଼ ପୋଲିସ ଷ୍ଟେସନ ସାମ୍ନାରେ ହୋଇଛି । ଏହା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ପରିସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରିଛି ପ୍ରଶାସନ । ଘଟଣାକୁ ନେଇ ବିଜେପି ପକ୍ଷରୁ ବେରକପୁର ବନ୍ଦ ନେଇ ଆହ୍ୱାନ ଦିଆଯାଇଥିଲା । ଘଟଣାର ଗମ୍ଭୀରତାକୁ ନଜରରେ ରଖି ରାଜ୍ୟପାଳ ଜୟଦୀପ ଧନଖଣ୍ଡ ଏହି ପ୍ରସଂଗରେ ଆଲୋଚନା ପାଇଁ ରାଜ୍ୟ ଡିଜିପି ସମେତ ଅନ୍ୟ ଅଧିକାରୀଙ୍କୁ ସୋମବାର ରାଜଭବନ ଆମନ୍ତ୍ରିତ କରିଥିଲେ ।

          ମିଳିଥିବା ସୂଚନା ମୁତାବକ ମନିଷ ଶୁକ୍ଳା ରବିବାର ରାତି ପାଖାପାଖି ୮ଟାରେ ଟିଟାଗଢ଼ ଥାନା ସମ୍ମୁଖରେ ଥିବା ପାର୍ଟି କାର୍ଯ୍ୟାଳୟ ଉପସ୍ଥିତ ଥିଲେ । ଏହି ସମୟରେ ସେଠାକୁ ବାଇକ୍ ଯୋଗେ କିଛି ଦୁର୍ବୃର୍ତ୍ତ ଆସି ପହଞ୍ଚିଥିଲେ ଏବଂ ମନୀଷଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲ ପଠାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଘଟଣାର ପ୍ରତିବାଦରେ ପଶ୍ଚିମବଙ୍ଗ ବିଜେପି ବେରକପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ଯୁବକଙ୍କୁ ନିର୍ମମଭାବେ ହତ୍ୟା କଲେ ବିଜେପି ନେତା: ଦୋଷରୁ ବଞ୍ଚିବା ପାଇଁ ନିଜ ଗାଡ଼ି ଉପରେ ଚଳାଇଲେ ଗୁଳି

ଆଜି ମହିଳା କମିଶନରେ ହାଜର ହେବେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁର୍ଷ୍କମ ମାମଲା । ଆଜି ମହିଳା କମିଶନରେ ହାଜର ହେବେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି । ମହିଳା କମିଶନରେ ହାଜର ହେଲା ପରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି କରିବେ କମିଶନ । ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ଗଣଦୁର୍ଷ୍କମ ଘଟଣା ନେଇ ଓଟିଭି ଏମଡିଙ୍କ ପାଖରେ ଅଭିଯୋଗ କରିବା ପରେ, ସେ କଣ ପଦକ୍ଷେପ ନେଇଥିଲେ ସେନେଇ ପଚାରିବେ କମିଶନ ।

ଗତ ୧ ତାରିଖରେ ହାଜର ହେବା ପାଇଁ ଭୁବନେଶ୍ୱର ଡିସିପଙ୍କ ଜରିଆରେ ସମନ କରିଥିଲେ ମହିଳା କମିଶନ । ହାଜର ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ନହେବାକୁ ଓଟିଭି ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ପ୍ରତିନିଧି ପଠାଇ ପାରିବେ ବୋଲି କହିଥିଲେ କୋର୍ଟ । କିନ୍ତୁ କିଏ ହାଜର ହେବେ ଓ କିଏ ଅଥରାଇଜଡ ପର୍ସନ ସେନେଇ ଲିଖିତ ଆକାରରେ କମିଶନକୁ ଜଣାଇବେ । କିନ୍ତୁ ଓଟିଭି ଏମଡି ଲିଖିତ ଭାବେ ନଜଣାଇ ପିଆରଓଙ୍କୁ ପଠାଇଥିଲେ । ଫଳରେ ଶୁଣାଣି ହୋଇ ପାରିନଥିଲା ।

ନାବାଳିକା ଗଣଦୁର୍ଷ୍କମ ମାମଲା ନେଇ ପକ୍ଷ ରଖିବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ସେପଟେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ମନୋରଞ୍ଜନ ଷଡଙ୍ଗୀ । ନାବାଳିକା ଦୁଷ୍କର୍ମ ଘଟଣାରେ ତାଙ୍କୁ ପ୍ରାୟ ୨ଘଣ୍ଟା ଧରି ଜେରା କରିଛି ମହିଳା ଥାନାର ପୋଲିସ । ପୂର୍ବରୁ ଓଟିଭର ଇନପୁଟ ଓ ଆଉଟପୁଟ ମୁଖ୍ୟ, ଓଟିଭିର ଏଚଆର ମୁଖ୍ୟ, ସହକାରୀ ଏଚଆର ମୁଖ୍ୟଙ୍କୁ ମଧ୍ୟ ଜେରା କରାଯାଇଛି ।