spot_img
Home Blog Page 6342

ସଞ୍ଜିବନୀ (ପ୍ଲାଜମା) ସଂଗ୍ରହରେ ଆଗୁଆ ହେଲା ରାଉରକେଲା, ପଶ୍ଚିମ ଓଡିଶାର ଗୁରୁତର କରୋନା ରୋଗୀଙ୍କୁ ଦେଉଛି ଜୀବନ

ରାଉରକେଲା: କରୋନା ପାଇଁ ଚାଲିଛି ଅହରହ ସଂଘର୍ଷ । କରୋନା ପ୍ରତିଷେଧକ ବାହାରି ନାହିଁ । ଠିକ୍‌ ଏତିକିବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି ପ୍ଲାଜମା । କରୋନାରେ ଅତି ଗୁରୁତର ରୋଗୀ ମଧ୍ୟ ସୁସ୍ଥ ହେଉଛନ୍ତି ପ୍ଲାଜମା ପାଇଁ । ସେଥିପାଇଁ ରାଜ୍ୟରେ ପ୍ଲାଜମା ଡୋନେଟକୁ ରାଜ୍ୟ ସରକାର ସ୍ୱୀକୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହ୍ୱାନ ମଧ୍ୟ ଦେଇଛନ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ । ଆଉ ଏବେ ଏହି ପ୍ଲାଜମା ସଂଗ୍ରହରେ ରାଉରକେଲା ଓଡିଶାରେ ପ୍ରଥମ ହୋଇଛି । ରାଉରକେଲାରେ ୨୦୨୦ ଜୁଲାଇ ୩୦ରେ ଖୋଲାଯାଇଥିବା ରାଜ୍ୟର ତୃତିୟ ପ୍ଲାଜମା ବ୍ୟାଙ୍କ  ।

ତେବେ ରେକର୍ଡରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ପ୍ଲାଜମା ବ୍ୟାଙ୍କରେ ୧୦୪ ଜଣଙ୍କ ଠାରୁ  ପ୍ଲାଜମା ସଂଗ୍ରହ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ବ୍ୟାଙ୍କ  । ପାଞ୍ଚ ଜଣ ଡାକ୍ତର, ପୋଲିସ, ଓଢ୍ରାଫ, ସି.ଆର.ପି.ଏଫ ଜବାନ, ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କ ସହ କିଛି ସ୍ୱେଚ୍ଛାସେବୀ ପ୍ଲାଜମା ଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ସ୍ଥାନିୟ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ  ଧନ୍ୟବାଦ ଦେଇଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ  । ଅଧିକରୁ ଅଧିକ  ପ୍ଲାଜମା କିପରି ସଂଗ୍ରହ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ପ୍ଲାଜମା ଦାନ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ରାଉରକେଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି  । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ପ୍ଲାଜମା ଦେଇ ଖୁସି ପ୍ରକାଶ କରିଛନ୍ତି  । ରାଉରକେଲା  ପ୍ଲାଜମା ବ୍ୟାଙ୍କରେ ସଂଗ୍ରୁହିତ ପ୍ଲାଜମା ପୂରା ପଶ୍ଚିମ ଓଡିଶାର ଗୁରୁତର କରୋନା ରୋଗୀଙ୍କୁ ଜୀବନ ବଞ୍ଚାଇବାରେ ସହାୟକ ହେଉଛି  ।

ଆରଜେଡ଼ି ନେତାଙ୍କୁ ଗୁଳି ମାରି ହତ୍ୟା , ତେଜସ୍ୱୀ ଯାଦବଙ୍କୁ ଦାୟୀ କଲେ ପରିବାର

ପାଟନା: ବିହାର ବିଧାନସଭା ନିର୍ବାଚନକୁ ହାତଗଣତି ଦିନ ରହିଛି । ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ନେତା ଶକ୍ତି ମଲ୍ଲିକଙ୍କ ହତ୍ୟା ହୋଇ ଯାଇଛି । ରବିବାର ପାହାନ୍ତିଆ ରାତି ୩ଟା ପାଖାପାଖି ସମୟରେ କିଛିଜଣ ଦୁବୁର୍ତ୍ତ ଘରେ ଶକ୍ତିଙ୍କ ଘରେ ପସି ତାଙ୍କ ଉପରେ ଗୁଳିଚାଳନା କରି ଫେରାର ହୋଇଯାଇଛନ୍ତି । ଆଉ ଏହି ହତ୍ୟା ପାଇଁ ଶକ୍ତିଙ୍କ ପତ୍ନୀ ଏବଂ ସମ୍ପର୍କୀୟ ରାଷ୍ଟ୍ରୀୟ ଜନତା ଦଳର ଶୀର୍ଷ ନେତା ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

କିଛିଦିନ ତଳେ ଶକ୍ତି ବିହାର ରାଣୀଗଞ୍ଜ ବିଧାନସଭା ଆସନରୁ ଲଢିବା ପାଇଁ ଶକ୍ତି ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ତେଜସ୍ୱୀ ଯାଦବଙ୍କ ନିକଟକୁ ଟିକେଟ ପାଇଁ ଯାଇଥିଲେ । ହେଲେ ଏକଦା ଆରଜେଡିର ଏସସିଏସଟି ସେଲର ପୂର୍ବ ସଚିବ ଥିବା ଶକ୍ତିଙ୍କୁ ଟିକେଟ ପାଇଁ ସିଧା ମନା କରାଯାଇଥିଲା । ଏପରିକି ଟିକେଟ୍ ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କା ମଗାଯିବା କଥା ମଧ୍ୟ ଶକ୍ତି ଅଭିଯୋଗ ଆଣିଥିଲେ । କେବଳ ଯେ ଟଙ୍କା ମଗାଯାଇଥିଲା ତାହା ନୁହେଁ, ତାଙ୍କ ଜାତି ପ୍ରତି ମଧ୍ୟ ଆକ୍ଷେପମୂଳକ ମନ୍ତବ୍ୟ ଦିଆଯାଇଥିଲା । ଏପରିକି ବିଭିନ୍ନ ସମୟରେ ତାଙ୍କୁ ମାରିଦେବାକୁ ଧମକ ମିଳୁଥିବା ତାଙ୍କ ପରିଜନ କହିଛନ୍ତି । ତାଙ୍କୁ ଗୁଳି କରାଯିବା  ସମୟରେ ଘରେ ତାଙ୍କ ସ୍ତ୍ରୀ , ପିଲା ସହ ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ସତ ମାତ୍ର ବ୍ୟାପକ ରକ୍ତସ୍ରାବ ଯୋଗୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲେ । ଏଥିସହିତ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେଜସ୍ୱୀ ଯାଦବଙ୍କ ସମେତ ଶକ୍ତିଙ୍କ ମୃତ୍ୟୁ ପାଇଁ  ଅରାରିୟା ଅଞ୍ଚଳର କାଲୋ ପାଶ୍ୱୱାନ, ସୁନୀତି ଦେବର ଏବଂ ତେଜସ୍ୱୀଙ୍କ ନିକଟତମ କୁହାଯାଉଥିବା ଅନିଲ ସାଧୁଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠିଛି । ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଏହି ହତ୍ୟାରେ ଯଦି ପ୍ରକୃତରେ ତେଜସ୍ୱୀ ଯାଦବଙ୍କ ସଂପୃକ୍ତି ଥାଏ, ତେବେ ଏହା ତାଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ କରିବ । ଆରେଜେଡି ବ୍ୟାକଫୁଟରେ ରହିବ । ଘଟଣାର ନିରପକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି ।

ବିଚ୍‌ ରାସ୍ତାରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ମର୍ଡର ଲାଇଭ୍ ।  ରାଜଧାନୀରେ ଦିନ ଦ୍ୱିପ୍ରହରରେ ହତ୍ୟା କାଣ୍ଡ । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ଗୋଡାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ । ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ କନ୍ଦ୍ର କରି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଉଛି ଶମ୍ଭୁନାଥ । କିଛି ଦୁର୍ବୃତ୍ତ ତାଙ୍କ ବେକକୁ ହାଣୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକୁ ନେଇ ପ୍ରତିବାଦରେ ସାମନ୍ତରାପୁରରେ ପୋଡ଼ା ଜଳା । ପୁରୀ ଯାଉଥିବା ରାସ୍ତାକୁ ଟାୟାର ଜାଳି ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।

ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରତିବାଦରେ ମୃତ ଦେହକୁ ରାସ୍ତା ଉପରେ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଶମ୍ଭୁକୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ । ତେବେ ଯେଉଁମାନଙ୍କ ନାମରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ସେମାନେ ଏବେ ଫେରାର ରହିଛନ୍ତି ।

ସୂଚନା ଅନୁଯାୟୀ, ହତ୍ୟା ପଛରେ ଦିଲୁ ବେହେରାର ହାତ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ଦିଲୁ ନାମକ ମିଠା ଦୋକାନୀଙ୍କ ପାଖରେ ଜମ୍ବୁ କାମ କରୁଥିଲେ । ସେଠାରୁ ବାହାରି ନିଜେ ମିଠା ଦୋକାନ କରିଥିଲେ ଜମ୍ବୁ । ବ୍ୟାବସାୟିକ ଶତ୍ରୁତାରୁ ଜମ୍ବୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ବିଭିନ୍ନ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଅଭିଯୁକଙ୍କୁ ଗିରଫ କରାଯିବ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।

ବିଜୟଙ୍କ ଅନୂଭୂତି: ‘ଚ୍ୟାଲେଞ୍ଜ ଦେଇ କାମ କରିବା ସେ ଶିଖିଥିଲେ, ଯାହା ଚାହୁଁଥିଲେ ତାହା କରି ଦେଖାଉଥିଲେ’

ଭୁବନେଶ୍ୱର: ଆଉ ନହାନ୍ତି ମହାରଥୀ । ଯାତ୍ରା ମହାରଥୀ, ଶହ ଘୋଡ଼ାକୁ ଶହେ ହାତୀ- ଏକା ଲଢ଼ିବ ମହାରଥୀ, ଏଭଳି ଅନେକ କଥା ରହିଛି ପ୍ରଦୀପ ମହାରଥୀଙ୍କୁ ନେଇ । ହେଲେ ଯାହା ପାଇଁ ଏତେ କଥା, ସେ ଆଜି ଆରପାରିରେ । ସାରା ରାଜ୍ୟରେ ଶୋକକୂଳ ପରିବେଶ । ଆଉ ଶୋକାକୂଳ ପରିବେଶରେ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ଶେଷକୃତ୍ୟ ।

ଚ୍ୟାଲେଞ୍ଜ ଦେଇ କାମ କରିବା ଜାଣିଥିଲେ ମହାରଥୀ । ଦିନେ ବିଜୁ ବାବୁଙ୍କୁ ଜୋର ଜବରଦସ୍ତି ଠେଲି ନେଇ ସଭାରେ ଛିଡ଼ା କରିଥିବା ବ୍ୟକ୍ତି ହେଉଛି ସେହି ମହାରଥୀ । ରଧାନାଥ ରଥ ସଭାକାର୍ଯ୍ୟ ଆରମ୍ଭ କରିବାର ଥିଲା କିନ୍ତୁ ମହାରଥୀ ଚାହିଁଥିଲେ ବିଜୁ ବାବୁ ଆରମ୍ଭ କରନ୍ତୁ । ଆଉ ତାହା କରି ଦେଖାଇଥିଲେ । ସଭାକୁ ବିଜୁ ବାବୁ ନିମନ୍ତ୍ରୀତ ନଥାଇ ମଧ୍ୟ ତାଙ୍କୁ ମଞ୍ଚରେ ଛିଡ଼ା କରାଇଥିଲେ ମହାରଥୀ । ଏଭଳି କିଛି ପୁରୁଣା କଥାକୁ ମନେ ପକାଇଛନ୍ତି ଚଣ୍ଡିଖୋଲର ବିଜୟ ସାହୁ ।

Pradeep Maharathy

ସ୍ୱର୍ଗତ ମହାରଥୀଙ୍କୁ ମନେ ପକାଇ କିଛି ଅନୂଭୂତି ବଖାଣିଛନ୍ତି ବିଜୟ । ସେ କହିଛନ୍ତି, ଭିପି ସିଂ ରାଜୀଵ ଗାନ୍ଧୀଙ୍କ ମନ୍ତ୍ରୀ ମଣ୍ଡଳରୁ ଅର୍ଥମନ୍ତ୍ରୀ ଭାବେ ଇସ୍ତଫା ଦେଇ ଜନମୋର୍ଚା ଗଠନ କରୁଥାନ୍ତି । ଏଥିରେ ଓଡିଶାରୁ ଭଜମନ ବେହେରା, ଅନାଦି ଦାସ ବି ଥିଲେ । ଦେବାଶିଷ ନାୟକ ଆବାହକ ବୋଧେ ଥିଲେ । ଭିପି ସିଂ ବିଭିନ୍ନ ରାଜ୍ୟ ଭ୍ରମଣ କରି ବୋଫର୍ଶ ଘଟଣା ଉପରେ ସଭା ସମିତି କରୁଥାନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ପ୍ୟାରେଡ୍‌ ଗ୍ରାଉଣ୍ଡରେ ଏକ ଜନସଭା ଘୋଷଣା ହୋଇଥାଏ । ସେପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ନେତା ବିଜୁ ବାବୁ ଭିପିଙ୍କ ଉଦ୍ୟମକୁ ଗୁରୁତ୍ୱ ଦେଇ ନଥାନ୍ତି, ବରଂ ଜନମୋର୍ଚାକୁ ସେ ପ୍ରଥମେ ଜନମୂର୍ଚ୍ଛା ବୋଲି କହିଥିଲେ ।

 

ସଭା ଦିନ ବିଜୁ ବାବୁ ଉପସ୍ଥିତ ହେବା ସୂଚନା ବି ନଥିଲା । ଘୋଷଣା ହୋଇଥିଲା ସମାଜ ସମ୍ପାଦକ ଡକ୍ଟର ରାଧାନାଥ ରଥ ସଭାପତିତ୍ୱ କରିବେ । ହେଲେ ବୋଧେ ବିଜୁ ବାବୁ ସଭା ପୂର୍ବ ଦିନ ବୁଝି ପାରିଲେ ଯେ ଭିପିଙ୍କ ଜନସଭା ଜୋରଦାର ହେବ । ଆମେ ମାନେ ପଡ଼ିଆରେ ମିଟିଂ ଶୁଣିବା ପାଇଁ ଯାଇଥାଉ । ହଠାତ୍‌ ଦେଖିଲୁ ପ୍ରଦୀପ ମହାରଥୀ ପିପିଲରୁ ପ୍ରାୟ ଦୁଇରୁ ତିନି ହଜାର ଲୋକ ଧରି ସଭାସ୍ଥଳରେ ପହଞ୍ଚିଲେ ଓ ସାଙ୍ଗରେ ବିଜୁ ବାବୁଙ୍କୁ ଶୋଭାଯାତ୍ରାରେ ଆଣିଥାନ୍ତି ।

ପ୍ରଦୀପ ମହାରଥୀ ବିଜୁ ବାବୁଙ୍କୁ ମଞ୍ଚ ଉପରକୁ ଠେଲି ନେଇ ବସେଇ ଦେଲେ । ବିଜୁ ବାବୁ ବିନା ନିମନ୍ତ୍ରଣରେ ସଭାପତି ଆସନ ଅଳଙ୍କୃତ କରି ସଭାକାର୍ଯ୍ୟ ଆରମ୍ଭ କରିଦେଲେ । ପୋଷ୍ଟରରେ ଘୋଷିତ ସଭାପତି ରାଧାନାଥ ରଥ ଆଶ୍ଚର୍ଯ୍ୟ ହୋଇ ବସି ରହିଲେ । ଅବଶ୍ୟ କିଛି ସମୟ ପରେ ବିଜୁ ବାବୁ କହିଲେ ଏଣିକି ବାବୁଜୀ ସଭା ପରିଚାଳନା କରିବେ । ସେଦିନ ସଭାରେ ଜବରଦସ୍ତି ବିଜୁ ବାବୁଙ୍କୁ ଅନୁପ୍ରବେଶ କରାଇବାରେ ମୁଖ୍ୟ ନାୟକ ଥିଲେ ପ୍ରଦୀପ ମହାରଥୀ । ଆଜି ସେଇ ମହାରଥୀଙ୍କ ଜୀବନ ରଥ ଅଟକି ଯାଇଛି ।

ବିଜୟ ସାହୁ, ଚଣ୍ଡୀଖୋଲ

ରାଜ୍ୟ ପାଇଁ ଆସୁଛି ଆଉ ଏକ ଲଘୁଚାପ, ୧୩ ତାରିଖକୁ ନେଇପାରେ ‘ସାମୁଦ୍ରିକ ବାତ୍ୟା’ର ରୂପ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଲଘୁଚାପରେ ଭିଜୁଛି ରାଜ୍ୟ । ୯ରୁ ଆଉ ଏକ ଲଘୁଚାପ ଆସୁଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ୯ରୁ ଆରମ୍ଭ ହୋଇ ୨/୩ ଦିନ ମଧ୍ୟରେ ଡିପ୍ରେସନ ରୂପ ନେବ । ଲଘୁଚାପ ପ୍ରଭାବରେ ଅକ୍ଟୋବର ୧୧ରୁ ୧୩ ମଧ୍ୟରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଆସନ୍ତାକାଲି ପାଇଁ ୧୬ ଜିଲ୍ଲାକୁ ୟଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଂଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ମଧ୍ୟ ୟଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର । ଲଘୁଚାପ କାରଣରୁ ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ପ୍ରବଳ ବର୍ଷା ଆକଳନ କରାଯାଇଛି । ଲଘୁଚାପ ବର୍ଷା ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଏବେ କିନ୍ତୁ ୭ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।

ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କୁ ଅନ୍ତିମ ବିଦାୟ,ପୁଅ ଦେଲେ ମୁଖାଗ୍ନୀ

ପୁରୀ: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଅନ୍ତେଷ୍ଟି କ୍ରିୟା ଶେଷ ହୋଇଛି । ମହାରଥୀଙ୍କର ରବିବାର ସକାଳେ ପରଲୋକ ହୋଇଛି  । ତାଙ୍କ ଶେଷ ଦର୍ଶନ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ତାଙ୍କୁ ଭଲ ପାଉଥିବା ଲୋକେ ସ୍ୱର୍ଗଦ୍ୱାର ପାଖେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ପୁରୀ ସହରରେ ସେ ନିଜ ଛାତ୍ର ଜୀବନ ଓ ରାଜନୈତିକ ଜୀବନ ଅତିବାହିତ କରିଥିବା ହେତୁ ତାଙ୍କୁ ଶେଷ ଥର ଭେଟିବା ପାଇଁ ଯଥେଷ୍ଟ ଜନଗହଳି ହୋଇଥିଲା । ପୁରୀ ଜିଲ୍ଲା ପ୍ରଶାସନ, ବିଜେଡିର ପ୍ରମୁଖ ନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ଣ ହେଲା । ଉଲ୍ଲେଖଯୋଗ୍ୟ ଯେ, ମହାରଥୀଙ୍କ ବିୟୋଗ ରାଜନୈତିକ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମରଶରୀରକୁ ସକାଳୁ ସକାଳୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ନିଆଯିବା ପରେ ସେଠାକୁ ତାଙ୍କ ସମର୍ଥକଙ୍କ ସୁଅ ଛୁଟିଥିଲା ।

ଦଳ ମତ ନିର୍ବିଶେଷରେ ସବୁ ଦଳର ନେତା ତାଙ୍କ ଶେଷ ଦର୍ଶନ ପାଇଁ ଉପସ୍ଥିତ ଥିବା ଦେଖା ଯାଇଥିଲା । ମହାରଥୀଙ୍କ ପାର୍ଥିବ ଶରୀର ପାଖରେ ବସିଥିଲେ ଝିଅ ପଲ୍ଲବୀ, ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରପ୍ରତାପ । ଝିଅ ପଲ୍ଲବୀ ବାପାଙ୍କ ବିୟୋଗରେ ଭାଙ୍ଗିପଡିଥିଲେ । ପାର୍ଥିବ ଶରୀର ପାଖରେ ବସି ଆଖି ଲୁହକୁ ସମ୍ଭାଳି ପାରୁନଥିଲେ । ଶେଷ ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ଆଖିରେ ମଧ୍ୟ ଥିଲା ଶୋକର କଳାବାଦଲ । ପରେ ପରେ ବାସଭବନରୁ ପାର୍ଥିବ ଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ସବୁ ଦଳର ବିଧାୟକ ପ୍ରଦୀପଙ୍କ ପ୍ରାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଥିଲେ । ସେଠାରୁ ବିଜେଡି କାର୍ଯ୍ୟାଳୟ ଯାଇଥିଲା ମହାରଥୀଙ୍କ ମର ଶରୀର । ସେଠାରେ ଅନେକ ନେତା, ମନ୍ତ୍ରୀ ଓ ବିଧାୟକ ତାଙ୍କର ଶେଷ ଦର୍ଶନ କରିଥିଲେ ।

ପରେ ପରେ ପିପିଲିସ୍ଥିତ ତାଙ୍କ ଫାର୍ମ ହାଉସକୁ ନିଆଯାଇଥିଲା ମହାରଥୀଙ୍କ ପାର୍ଥିବ ଶରୀର । ଶହଶହ ସଂଖ୍ୟାରେ ସମର୍ଥକ ଓ ପିପିଲି ବାସୀ ତାଙ୍କ ଶେଷ ଦର୍ଶନ କରିଥିଲେ। ପିପିଲି ବଜାର ଜନ ସମୁଦ୍ର ପାଲଟିଯାଇଥିଲା । କାନ୍ଦିକାନ୍ଦି ତାଙ୍କ ପ୍ରିୟ ନେତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ନିର୍ବାଚନମଣ୍ଡଳୀର ଲୋକ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଦୀପ ମହାରଥୀଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଯୁବକଙ୍କୁ ନିର୍ମମଭାବେ ହତ୍ୟା କଲେ ବିଜେପି ନେତା: ଦୋଷରୁ ବଞ୍ଚିବା ପାଇଁ ନିଜ ଗାଡ଼ି ଉପରେ ଚଳାଇଲେ ଗୁଳି

ଝାଡ଼ଖଣ୍ଡ: ମଶୋଦପୁରର ମାନଗୋରେ ଶୁକ୍ରବାର ଘଟିଥିବା ହତ୍ୟାକାଣ୍ଡ ଘଟଣା ଖୁଲାସା କରିଛି ପୋଲିସ । ସମ୍ପୃକ୍ତ ମାମଲାରେ ବିଜେପି ନେତା ରାଜେଶ ସିଂହଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି । ତେବେ ମାମଲାରେ ମୋଟ ୮ ଜଣ ଅଭିଯୁକ୍ତ ଥିବା ବେଳେ ଅନ୍ୟ ୪ ଜଣଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଚଢ଼ାଉ କରୁଛି ।

बीजेपी नेता ने हत्या करके खुद पर हमले का रचा ड्रामा.

ଘଟଣାନୁଯାୟୀ, ଶୁକ୍ରବାର କୁଖ୍ୟାତ ଅପରାଧୀ ଚିକ୍କି ଯାଦବଙ୍କୁ ହତ୍ୟା କରାଯାଇଥିଲା । ଅତ୍ୟନ୍ତ ବିବତ୍ସଭାବେ ତାଙ୍କୁ ହତ୍ୟା କରାଯାଇଥିଲା । ପ୍ରଥମେ ତାଙ୍କୁ ଗୁଳି ମରାଯାଇଥିଲା ପରେ ଗାଡ଼ିକୁ ମୁଣ୍ଡ ଉପରେ ଚଢ଼ାଇ ତାକୁ ମରିଦିଆଯାଇଥିଲା । ଏହି ଜଙ୍ଘନ୍ୟକାଣ୍ଡ ଭିଆଇଥିଲେ ବିଜେପି ନେତା ରାଜେଶ ସିଂହ ଓ ତାଙ୍କ ସହଯୋଗୀ । ହେଲେ ଏହି ହତ୍ୟାକାଣ୍ଡରୁ ବର୍ତ୍ତିବାକୁ ଏକ ପ୍ଳାନ୍ କରିଥିଲେ ରାଜେଶ ।

बीजेपी नेता ने हत्या करके खुद पर हमले का रचा ड्रामा.

ସେ ଏମଜିଏମ୍ ଥାନାରେ ପହଞ୍ଚି ଘଟଣା ଦିନ ତାଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃର୍ତ୍ତ ଗୁଳି ଚଳାଇଥିବା ଅଭିଯୋଗ କରିଥିଲେ । ହେଲେ ପରେ ପୋଲିସ ଜାଣିବାକୁ ପାଇଲା ଯେ, ଘଟଣା ଦିନ ସେହି ସ୍ଥାନରେ ଏବଂ ସେହି ସମୟରେ ଚିକ୍କି ଯାଦବଙ୍କୁ ହତ୍ୟା କରାଯାଇଛି ।  ପୋଲିସ ହତ୍ୟା ଏବଂ ଗୁଳିକାଣ୍ଡକୁ ଗୋଟିଏ ସମୟରେ ଏବଂ ଗୋଟିଏ ସ୍ଥାନରେ ଘଟିବା ଜାଣିବା ପରେ ରାଜେଶଙ୍କ ଉପରେ ପୋଲିସର ସନ୍ଦେହ ଘନିଭୂତ ହୋଇଥିଲା । ଏ ନେଇ ବିଜେପି ନେତାଙ୍କୁ ପୋଲିସ ପଚରାଉଚରା କରିଥିଲା । ଏବଂ ଜେରା ବେଳେ ସତସାମ୍ନାକୁ ଆସିଥିଲା । ପୋଲିସ ସୂଚନା ମୁତାବକ ହତ୍ୟାରେ ୮ ଜଣ ଲୋକ ସାମିଲ ଥିଲେ ।

बीजेपी नेता ने हत्या करके खुद पर हमले का रचा ड्रामा.

            ପୋଲିସ ଏହି ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରିଛି ଏବଂ ୯ ଏମ୍‌ଏମ୍ ପିସ୍ତଲ ମଧ୍ୟ ଜବତ କରିଛି । ସୂଚନା ଯୋଗ୍ୟ ଯେ, ବିଜେପି ନେତା ଚିକ୍କି ଯାଦବ ନିଜ ଗାଡ଼ି ଦ୍ୱାରା ଧକ୍କା ମାରିବା ସହ ତାଙ୍କୁ ୩୦୦ ମିଟର ଯାଏଁ ଘୋଷାଡି ନେଇଥିଲା ଏବଂ ପରେ ତାକୁ ୪ଟି ଗୁଳି ମରାଯାଇଥିଲା । ଏହା ପରେ ବି ଥମିନଥିଲା ବର୍ବରତା । ପରେ ପଥର ଛେଚି ହତ୍ୟା କରିଥିଲା । ଏହା ପରେ ରାଜେଶ ନିଜେ ନିଜ ଗାଡ଼ି ଉପରେ ଗୁଳି ମାରିଥିଲା ଏବଂ ଥାନାରେ ପହଞ୍ଚି  ମାମଲା ରୁଜୁ କରିଥିଲେ । ସିଟି ଏସପି ସୁଭାଷ ଚନ୍ଦ୍ର ଜାଟ୍ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜଣେ ଅପରାଧୀ ଚିକି ଯାଦବଙ୍କ ହତ୍ୟା ହୋଇଛି । ଏଥିସହିତ ସେହି ସମୟରେ ଜଣେ ବିଜେପି ନେତା ରାଜେଶ ସିଂହଙ୍କ ଉପରେ ମଧ୍ୟ ଗୁଳି ଚଳାଯାଇଥିଲା । ଯେତେବେଳେ ତଦନ୍ତ ଆରମ୍ଭ ହେଲା ରାଜେଶ ସିଂହଙ୍କ ଉପରେ ସନ୍ଦେହ ବଢ଼ିଥିଲା । ଏବଂ ଜେରା ବେଳେ ରାଜେଶ ହତ୍ୟା କରିଥିବା ନେଇ ମାନିନେଇଥିଲା । ହତ୍ୟାରେ ସମ୍ପୃକ୍ତ ୮ ଲୋକ ସାମିଲ ଥିବାବେଳେ ୪ ଜଣ ଲୋକ ଗିରଫ ହୋଇଛନ୍ତି ।

‘ଶେଷ ଦର୍ଶନ କରିପାରିଲିନି, ସାରା ଜୀବନ ମୋର ଅବଶୋଷ ରହିବ’

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ମହାରଥୀ । ସ୍ୱର୍ଗଦ୍ୱାରରେ ଶେଷ ହେଲା ଅନ୍ତ୍ୟେଷ୍ଠି । ଶହ ଶହ ଲୋକଙ୍କ ମଧ୍ୟରେ ଶୋକାକୂଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ । ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ ।

ମହାରଥୀଙ୍କୁ ମନେପକାଇ, କରୋନା ଯୋଗୁଁ ନିଜ ଘରେ ଆଇସୋଲେସନ୍‌ରେ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ‌ କୋହଭରା କଣ୍ଠରେ କହିଛନ୍ତି ‘ମୁଁ ଆଜି ମୋ ସାଙ୍ଗକୁ ଦେଖିପାରିଲିନି । ୧୦୦ ଘୋଡ଼ାକୁ ୧୦୦ ହାତୀ, ଏକା ଲଢ଼ିବ ମହାରଥୀ । ଆଜି ମୋର ସାଙ୍ଗ ହାରିଗଲା ଏବଂ ମୋତେ ଛାଡ଼ି ଚାଲିଗଲା । ୧୯୭୧ ମସିହାରୁ ଛାତ୍ର ଆନ୍ଦୋଳନରୁ ଆରମ୍ଭ କରି ୧୯୯୦ ମସିହାରେ ଆମେ ଏକାଠି ବିଧାୟକ ଓ ନବୀନ ବାବୁଙ୍କ ନେତୃତ୍ଵରେ ଆମେ ଏକାଠି ଗୋଟିଏ ଦଳରେ ଏକ ପରିବାର ଭାବେ ଚଳି ଆସିଛୁ ।’

ବିଧାନସଭାର ସବୁଠାରୁ ହସଖୁସି ଓ ମଜାଳିଆ ଲୋକମାନଙ୍କ ଭିତରୁ ସେ ଜଣେ ଥିଲା । ଆମେ ପରସ୍ପରକୁ ସାଙ୍ଗ ବୋଲି ଡକାଡାକି ହୋଇଥାଉ । ସେ ଜଣେ ମାଟିର ମଣିଷ ଓ ସ୍ପଷ୍ଟବାଦୀ ଲୋକ ଥିଲା ।

ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଥିବାରୁ ଆଜି ତାର ଶେଷ ଦର୍ଶନ କରିପାରିଲି ନାହିଁ । ଯେଉଁଟା କି ମୋର ଆଜି ଏବଂ ଜୀବନ ସାରା ଅବଶୋଷ ହୋଇରହିଲା । ସାଙ୍ଗ ତୋର ଅମର ଆତ୍ମାର ସଦଗତି ହେଉ ଏତିକି ପ୍ରାର୍ଥନା ।

Ranendra pratap Swain On maharathy

ମହାରଥୀ, ବିଷ୍ଣୁ ଦାସ ଓ ଦୁଇ ଅଫିସର…

ବିଷ୍ଣୁ ଦାସ ଓ ପ୍ରଦୀପ ମହାରଥୀ । ଲମ୍ବା ଅବଧୀ ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଆଗପଛ ହୋଇ ଦୁହେଁ ଦୁନିଆରୁ ନେଇଛନ୍ତି ମେଲାଣି । ମାଟି ଓ ମଣିଷଙ୍କ ସହ ଶେଷ ପର୍ଯ୍ୟନ୍ତ ଯୋଡି ହୋଇ ରହିଥିବା ଦୁଇ ନେତାଙ୍କୁ ନେଇ ନିଜ ବ୍ୟକ୍ତିଗତ ଅନୁଭୂତିକୁ ମନେ ପକାଉଛନ୍ତି ଢେଙ୍କାନାଳ ଆଇଆଇଏମସି ସହକାରୀ ପ୍ରଫେସର ଜ୍ୟୋତି ପ୍ରକାଶ ମହାପାତ୍ର

ଆଗ ବିଷ୍ଣୁ ଦାସ ଗଲେ। ଜଗତସିଂହପୁରରେ ସମସ୍ତେ ତାଙ୍କୁ ବିଷ୍ଣୁ ଭାଇ ବୋଲି ହିଁ ଜାଣନ୍ତି ଓ ଡାକନ୍ତି। ଏବେ ପ୍ରଦୀପ ମହାରଥୀ। ଆଗ, ପଛ ହୋଇ।ଜଗତସିଂହପୁରରେ ମୁଁ ସମ୍ବାଦରେ ଯୋଗ ଦେଇଥାଏ। ଜିଲ୍ଲା ପ୍ରତିନିଧି ଭାବେ। ପ୍ରଥମ କରି ସେ ଜିଲ୍ଲା ଦେଖୁଥାଏ ମୁଁ। ଛୋଟିଆ, ବକୁଟେ ସହର- ଆମ ଯାଜପୁରର କୌଣସି ବ୍ଲକ ସଦର ମହକୁମା ପରି। ରାତିରେ ସେଠି ହୋଟେଲରେ ସେବେ ରୁଟି ବି ମିଳୁ ନଥିଲା ଖାଇବାକୁ। ବାଇକରେ ଗଲେ ପାଞ୍ଚ ମିନିଟରେ ସହର ସରିଯାଏ। ଯୋଉଦିନ ଜଗତସିଂହପୁର ଗଲି, ପରଦିନ ସକାଳେ ମୋ ଲ୍ୟାଣ୍ଡ ଫୋନରେ ଫୋନ ଆସିଲା (ମୋବାଇଲ ମୋର ନଥିଲା। ପୁଣି ଜଗତସିଂହପୁର ସହରରେ ଓ ସେଇଠୁ ଦୂର ପାରାଦୀପରେ ହିଁ କେବଳ ମୋବାଇଲ ଲାଗୁଥିଲା। ଆଉ କୋଉଠି ନୁହେଁ। ୨୦୦୪ ନିର୍ବାଚନ ଏବେକାର ମନ୍ତ୍ରୀ ରଘୁନନ୍ଦନ ଦାସ ହାରିଯିବା ପଛରେ ଏଇ ଯୋଗାଯୋଗ ହିଁ ମୁଖ୍ୟ ସମସ୍ୟା ଥିଲା ବୋଲି ମୁଁ ଭାବେ। ସେ ଜମା ଦି ହଜାରରୁ କମ ଭୋଟରେ ହାରିଥିଲେ)।

ଫୋନରେ ଜଣେ କିଏ କହିଲେ- ମୁଁ ବିଷ୍ଣୁ ଭାଇ କହୁଛି। ଶୁଣିଲି ଆପଣ କାଲି ଆମ ଜିଲ୍ଲାକୁ ଆସିଲେ!

– ନମସ୍କାର ସାର୍‌, ହଁ, କାଲି ସଂଜକୁ ଆସିଲି।
– ମୋ’ ଘରକୁ ଆସନ୍ତୁ । ଆପଣ ଯୋଉଠି ରହୁଛନ୍ତି, ସେଇଠୁ ଚଲା ବାଟ । ମୁଁ ଅପେକ୍ଷା କରିଛି । ନା କାହାକୁ ପଠେଇବି ଆପଣଙ୍କୁ ଆଣିବାକୁ ?
– ନାହିଁ ସାର୍‌, ମୁଁ ଚାଲିଯିବି।

ସେଠି ପହଂଚି ଦେଖିଲା ବେଳକୁ ଗୋଟାଏ ହାଟ ଲାଗିଛି । ତାଙ୍କ ଘର ଦାଣ୍ଡ, ବାଡ଼ି, ଚାରିଆଡ଼େ ଦି’ ହଜାରରୁ ଅଧିକ ଲୋକ । ବହୁତ ସମୟ ମୁଁ ଚୁପଚାପ ଛିଡ଼ା ହେଲି । ପରେ ଭାବିଲି ଫେରି ଆସିବି । କେହି କାହାରିକୁ ଶୁଣୁ ନ ଥାଆନ୍ତି ସେଠି ।

ମୁଁ ଫେରୁଛି, ଜଣେ କିଏ ପଚାରିଲା- ଦରଖାସ୍ତ ଆଣିଛ ?
– ନାହିଁ।
– ଦିଅ, ମୁଁ ଲେଖିଦେବି।
ପରେ ମୁଁ ତାଙ୍କୁ ଆସିବାର କାରଣ କହିଲି।
ଘଣ୍ଟାକରେ ଯାଇ ବିଷ୍ଣୁ ଦାସଙ୍କ ସହ ଦେଖାହେଲା । ମତେ କହିଲେ- ଆପଣ ଏତେ ଛୋଟ ପିଲା । ଆମ ଜିଲ୍ଲା ଭାରି ଗଣ୍ଡଗୋଳିଆ । କେମିତି ସମ୍ଭାଳିବେ ? ଯାହା ଦର୍କାର ହେବ ମତେ କହିବେ ।
– ଆପଣମାନେ ତ ଚାହିଁଲେ ଗଣ୍ଡଗୋଳ କମିଯିବ। ସେ ଆଡ଼କୁ ଦୃଷ୍ଟି ଦେଲେ ଭଲ । ମୁଁ କହିଲି ।
ସେ ଚୁପ ହୋଇଗଲେ। ମତେ କହିଲେ- ଆସ, ଅଲଗା କଥା ହେବା ।
ବହୁତ ସମୟ ଆମେ କଥା ହୋଇଥିଲୁ । ଶେଷକୁ ସେ କହିଥିଲେ- ଆପଣଙ୍କ ପରି ପିଲା ସମ୍ବାଦିକତାକୁ ନ ଆସିଥିଲେ ଭଲ ହୋଇ ଥାଆନ୍ତା । ଯଦି ଆସିଛନ୍ତି, ତ ଭଲ ହୋଇଛି ।

ଜଗତସିଂହପୁର ରହଣି ବେଳେ ରାତି ଡେରିରେ ସେ ମତେ ଡକେଇ ପଠେଇବେ। ଅନେକ କଥା ଆମେ କହୁ। ଚାହା ପିଉ। କେତେ କଷ୍ଟରେ ତାଙ୍କ ପିଲାଦିନ କଟିଥିଲା, ସେସବୁ ସେ କୁହନ୍ତି। ଦିନେ ଦିନେ ମୋ ଘରକୁ ସେଇ ଡେରି ରାତିରେ ଆସନ୍ତି। ଗପିବାକୁ। ୨୦୦୪ ନିର୍ବାଚନରେ ଗୋଟିଏ ନିର୍ବାଚନମଣ୍ଡଳୀରେ ବହୁତ ଗଣ୍ଡଗୋଳ ହେଲା ଭୋଟ ଦିନ। ପୁଲିଂ ପାର୍ଟି ଅପହୃତ ହୋଇଗଲେ। ଜିଲ୍ଲାପାଳ ଏ ଖବର ଲୁଚେଇ ଥାଆନ୍ତି। ଏସପିଙ୍କୁ ମୁଁ ପଚାରିଲି- ଏମିତି ହୋଇଛି ବୋଲି ଶୁଣୁଛି, କେତେ ସତ? ସେତେବେଳକୁ ରାତି ଏଗାର। ପ୍ରଥମ ଥର ଇଭିଏମ ବ୍ୟବହାର ହେଉଥାଏ। ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଥରେ। ବହୁତ ବିଭ୍ରାଟ ବି ସାମ୍ନାକୁ ଆସୁଥାଏ।

ପାଞ୍ଚ ମିନିଟ ପରେ ଏସପି ଫୋନ କଲେ- ହଁ, ସତ। ମୁଁ କିଛି ଖବର ପାଉନି। ଆପଣ ରାତିରେ ସେ ଗାଁକୁ ଯାଆନ୍ତୁ। ମୁଁ ଗାଡ଼ି ଓ ସାଧା ପୋଷାକରେ ପୁଲିସ ଦେଉଛି। ପ୍ଲିଜ ମତେ ଜଣାନ୍ତୁ।

ସେଇ ରାତିରେ ମୁଁ ଗଲି ସମୁଦ୍ର କୂଳର ସେଇ ପାଞ୍ଚ ଗାଁକୁ। ଯାହା ଦେଖିଲି- ଭୟଙ୍କର। ଏସପିଙ୍କୁ କହିଲି। ସଙ୍ଗେ ସଙ୍ଗେ ସେ ଫୋର୍ସ ପଠେଇଲେ ଓ ପୁଲିଂ ପାର୍ଟି ଉଦ୍ଧାର ହେଲା।

ଏସପି ଥିଲେ- ସୁରେଶ ପାଲସାନିଆ। ଟୋକା, ୨୫ ବର୍ଷର। ସେ ଏବେ ଆଉ ନାହାନ୍ତି। କେବେଠୁ ଗଲେଣି। ପରେ ସେଠାକାର ବିଧାୟକ ପ୍ରାର୍ଥୀ ମତେ ମାରିଦେବାକୁ ଧମକେଇଲେ। ଏସପି ଜାଣିଲେ। ମତେ ନ ଜଣେଇ ମୋ ଘର ଆଗରେ ସାଧା ପୋଷାକ ପୁଲିସ ରଖିଦେଲେ। ବିଷ୍ଣୁ ଦାସ ବି ଜାଣିଲେ। ଆଉ ସିଧା ଆସି ମୋ ଘରେ।

ତାଙ୍କୁ ଯେତେ ମୁଁ କହିଲି, କିଛି ହେବନି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ସେ ଶୁଣିଲେନି। ଗୋଟିଏ କୋଡ଼ିଏ, ବାଇଶି ବର୍ଷର ବଳିଷ୍ଠ ଟୋକାକୁ ମତେ ଦେଖେଇଲେ। କହିଲେ- ଆ ନାଁ କାଲୁ। ଏ ରହିଲା ଆପଣଙ୍କ ପାଖେ। ଯେତେଦିନ ଜଗତସିଂହପୁରରେ ରହିବେ, ଏ ଆପଣଙ୍କୁ ଛାଡ଼ି କୁଆଡ଼େ ଯିବନି।ପ୍ରଥମେ ମୁଁ ବିରକ୍ତ ହେଲି। କିନ୍ତୁ କାଲୁ ଥିଲା ଚମତ୍କାର ଢଙ୍ଗରେ ସ୍ନେହୀ। ଯୁଆଡେ ମୁଁ ଯିବି, ବାଇକ ପଛରେ ବସିବ। କେବେ ପଚାରିନି- କୁଆଡ଼େ ଆମେ ଯାଉଛନ୍ତି। କ୍ରମଶଃ ମୁଁ କାଲୁ ଘରର ସଦସ୍ୟ ହୋଇଗଲି।

ପ୍ରତିଟି କଥାର ଉତ୍ତର ଦେବ- ଆଜ୍ଞା ଭାଇ।

ବିଷ୍ଣୁ ଦାସ ପରେ ମନ୍ତ୍ରୀ ହେଲେ। ଫୋନ କଲେ- ଏତେ ଲୋକ, ଶୁଭେଚ୍ଛୁ ଏଠି। ଆପଣ ନାହାନ୍ତି ?
– ମୁଁ ପରା ବିରୋଧୀ। ଉତ୍ତର ଦେଲି।
ରାତିରେ ଭୁବନେଶ୍ୱର ମୋ ଘରକୁ ଆସିଥିଲେ।

ଯେବେ ନିଜ ପୁଅ ମାର୍କ ବଢ଼େଇବା ନେଇ ତାଙ୍କର ବିପଦ ବଢିଲା, ମୁଁ କହିଥିବା କଥା ଶୁଣିଲେ ନାହିଁ। ସାମ୍ବାଦିକ ସମ୍ମିଳନୀ ଡାକିଦେଲେ ଓ ଫଶିଗଲେ। ଇସ୍ତଫା ଦେଲେ।

ସେଦିନ ରାତିରେ ମୁଁ ତାଙ୍କ ଘରକୁ ଗଲି। କ୍ଷମତା ଗଲା ପରେ ଜଣେ ବରିଷ୍ଠ ନେତା କେମିତି କାନ୍ଦନ୍ତି, ସେ ରାତିରେ ମୁଁ ଦେଖିଛି।

ଗଣଶିକ୍ଷା ମନ୍ତ୍ରୀ ସେ ଥିବା ବେଳେ ଯାହାର ଯାହା କାମ ଥାଏ, ଫୋନ କରିଦେଲେ ହୋଇଯାଏ।

ପ୍ରଦୀପ ମହାରଥୀଙ୍କ ଚେହେରା ବିରାଟ। ଆଖି ଢେମା ଢେମା। ଦେଖିଲେ ଡର ଲାଗେ। ବିଧାନସଭାରେ ବଡ଼ ହଇରାଣ କରନ୍ତି ବିରୋଧୀ ଦଳକୁ। ବେଳେବେଳେ ଶାସକ ଦଳକୁ ବି ସାବାଡ଼ କରି ଦିଅନ୍ତି। ତାଙ୍କ ଡାଇଲଗରେ ବିଧାନସଭା ଫାଟି ପଡ଼େ। ହସେଇ ହସେଇ ବେଦମ କରି ଦିଅନ୍ତି। ଭାରି ସ୍ନେହୀ। ଦିନେ ସଚିବାଳୟରେ ମୁଁ ଗୃହ ବିଭାଗ ଆଗ ଅଫିସିଆଲ କ୍ୟାଣ୍ଟିନ ଆଗରେ ବସିଛି। ସେଠୁ ବାବୁମାନଙ୍କ ପାଇଁ ଚାହା ଯାଏ। ତେଣୁ କପ ଓ ପ୍ଲେଟରେ ଚାହା ମିଳେ ବୋଲି ସେଇଠୁ ଚାହା ପିଇବାକୁ ଭଲ ଲାଗେ।

ଉଦାସ ଅପରାହ୍ନ

ଅଚାନକ ମହାରଥୀ ସେଠି ଗାଡ଼ିରୁ ଓହ୍ଲେଇଲେ। ମତେ ଦେଖି ପାଖକୁ ଆସିଲେ। କହିଲେ- ହୋ ଯାଜପୁରିଆ, କଣ ସ୍ୟାଡ଼ ଦେଖା ଯାଉଛ?
– ନାହିଁ ସାର, ଏମିତି ।
ସେଇଠି ବସିଲେ ମୋ ପାଖେ। କହିଲେ- ମୋ ପାଇଁ ଚାହାଟେ ମଗା।
ଆମେ ଚାହା ପିଉଛୁ। ପୁଣି ପଚାରିଲେ- କଣ ସମସ୍ୟା କହୁନ। ମହାରଥୀ କାହାକୁ ଡରେନି ବା।
ମୁଁ କହିଲି- ଆମ ଗାଁ ସ୍କୁଲରେ ଶିକ୍ଷକ ନାହାନ୍ତି। ଦଶଟି ଶ୍ରେଣୀକୁ ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷା ସହାୟକ।
– ଫାଇଲ କାହା ପାଖେ ଅଛି ? ନା ଆରମ୍ଭ ହୋଇନି କାମ ? (ସେବକୁ ଶିକ୍ଷାମନ୍ତ୍ରୀ ଆଉ ଜଣେ)
– ଶୁଭକାନ୍ତ ସାରଙ୍କ ପାଖେ ପଡିଛି। (ଶୁଭକାନ୍ତ ବେହେରା ଭାରତୀୟ ବିଦେଶ ସେବାର ଅଧିକାରୀ ଥିଲେ। ଡେପୁଟେସନରେ ଓଡ଼ିଶା ଆସିଥିଲେ। ଥିଲେ- ଗଣଶିକ୍ଷା ବିଭାଗର ସ୍ବତନ୍ତ ସଚିବ। ସିଏ ବି ପୃଥିବୀରୁ ଗଲେଣି ବିଦାୟ ନେଇ)।
– ମୁଁ ଫୋନ କରି ଦେଉଛି ।
– ନାହିଁ ମ। ତାଙ୍କ ପାଖକୁ ଗଲେ ତ ସେ ବସିବାକୁ କହୁ ନାହାନ୍ତି। କି କାମ କରିବେ କେବେ ? ମୋର ସନ୍ଦେହ ।

ଚାଲ ତାଙ୍କ ପାଖକୁ ଯିବା- ବୋଲି ମହାରଥୀ କହିଲେ । ଜବରଦସ୍ତ ଢଙ୍ଗରେ କଥା ହେଲେ। କହିଲେ- ଫାଇଲ ଦସ୍ତଖତ ହେଲେ ମହାରଥୀ ଉଠିବ। ଆଉ କଣ ଆପଣ ଲୋକଙ୍କୁ ବସିବା ପାଇଁ କହୁ ନାହାନ୍ତି । ଛିଡ଼ା ହେଉଛନ୍ତି ଆମ ଲୋକ । ତେଣୁ ସେମାନଙ୍କ ଭାଗ ଆଜି ମହାରଥୀ ବସିବ ।

ଶୁଭକାନ୍ତ ସାରଙ୍କ ବିରକ୍ତି ବାରି ହୋଇ ପଡୁଥାଏ। ସେ ଫାଇଲ ମଗେଇ କାମ କଲେ ।

ମହାରଥୀ ଆସିଲା ବେଳକୁ କହିଲେ- ଲୋକଙ୍କ ଚୌକି ଆପଣଙ୍କ ସାମ୍ନାରେ ପଡିଛି। ଲୋକ ଛିଡ଼ା ହୋଇ ଯାଉଛନ୍ତି। କି ଦୁଃଖ କଥା । ଏମିତି ନ ହେଲେ ଭଲ । ନ ହେଲେ ମହାରଥୀ ଆସି ଡେଲି ଏଇଠି ବସିବ ।

ଆମ ସ୍କୁଲରେ ଶିକ୍ଷକ ପୋଷ୍ଟିଂ ହେଲା। ଶୁଭକାନ୍ତ ସାର ବସିବାକୁ ତେଣିକି ଆଗ କହିଲେ ।

ଏ କାହାଣୀର, ଏ କଥାର ମୁଖ୍ୟ ଚରିତ୍ର ବିଷ୍ନୁ ଦାସ, ଜଗତସିଂହପୁର ଏସପି ପାଲସାନିଆ ସାର, ଶୁଭକାନ୍ତ ସାର ସବୁ ଚାଲି ଯାଇଥିଲେ। ଆଜି ମହାରଥୀ ବି ଗଲେ।

ଉଭୟ ବିଷ୍ନୁ ଦାସ ଓ ମହାରଥୀ ଲୋକଙ୍କ ନେତା ଥିଲେ। ଲୋକଙ୍କ ସମସ୍ୟାକୁ ସଦାକାଳ ପ୍ରାଧାନ୍ୟ ଦେଇ ଆସିଥିଲେ।

ବିଦାୟ। ଚିର ବିଦାୟ।

ଜ୍ୟୋତି ପ୍ରକାଶ ମହାପାତ୍ର, ସହକାରୀ ପ୍ରଫେସର, ଭାରତୀୟ ଜନସଞ୍ଚାର ସଂସ୍ଥାନ

ପ୍ରଦୀପ ମହାରଥୀଙ୍କ ପରଲୋକ ନେଇ ଗୃହକୁ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଉନାହାନ୍ତି । ଏ ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚିଠି ଲେଖି ଗୃହକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ବ୍ୟକ୍ତ କରିବା ସହ  ତାଙ୍କ ରାଜନୈତିକ ଜୀବନୀ ଓ ଉପଲବ୍ଧି ସମ୍ପର୍କରେ ସୂଚିତ କରିଛନ୍ତି ।

            ମାନ୍ୟବର ବାଚସ୍ପତିଙ୍କୁ ନିକଟକୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସ୍ୱର୍ଗତ ମହାରଥୀ ୪ ଜୁଲାଇ ୧୯୫୫ ମସିହାରେ ପୁରୀ ଜିଲ୍ଲା ଖୋରାପଦାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଶା ବିଧାନସଭାକୁ ୨୦୦୦ ମସିହା ଠାରୁ ଲଗାତାର ନିର୍ବାଚିତ ହୋଇଆସିଥିବା ବେଳେ ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାକୁ ମିଶାଇ ମୋଟ ୭ ଥର ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୧୯୯୦ ମସିହାରେ ସରକାରୀ ଉପ ମୁଖ୍ୟ ସଚେତକ ଏବଂ ୨୦୦୦ ମସିହାରେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏଥିସହିତ ସେ ୨୦୧୧-୧୨ ମସିହା ଯାଏଁ ରାଜ୍ୟ କୃଷି ମନ୍ତ୍ରୀ, କୃଷି, ୨୦୧୪-୨୦୧୭ ଯାଏଁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ, ୨୦୧୭-୧୯ ଯାଏଁ କୃଷି ଓ କୃଷକ ସଶକ୍ତିକରଣ ଏବଂ ପଞ୍ଚାୟତିରାଜ, ପାନୀୟ ଜଳ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

 ରବିବାର ୬୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ଏହା ରାଜ୍ୟ ତଥା ତାଙ୍କ ପରିବାରବର୍ଗଙ୍କ ନିମନ୍ତେ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜନୀତିର ମହାରଥୀଙ୍କୁ କେବେ ଭୁଲି ହେବ ନାହିଁ, ମନେ ରହିବ ସେ ଅନ୍ଦାଜ