spot_img
Home Blog Page 6347

Hathras Case: ମିଡିଆକୁ କାହିଁକି ଡରୁଥିଲେ ଯୋଗୀ ସରକାର, କଣ ଲୁଚାଇବାକୁ ଚାହୁଁଥିଲେ ?

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାର ୫ ଦିନ ପରେ ଯୋଗୀ ସରକାରଙ୍କ ୟୁ ଟର୍ଣ୍ଣ । ତଦନ୍ତ ଆଳରେ ପୀଡ଼ିତାଙ୍କ ମୃତ୍ୟୁ ପରଠାରୁ ହାଥରସ ଗାଁକୁ ପ୍ରଶାସନ ମିଡିଆ, ସମାଜସେବୀ କାହାକୁ ବି ଗାଁକୁ ଛାଡ଼ୁ ନଥିଲା । ପୀଡ଼ିତାଙ୍କ ପରିବାର ସହ ମିଶିବାକୁ ଦେଉନଥିଲା । ପ୍ରାୟ ୫ ଦିନ ପରେ ପ୍ରଶାସନ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଗଣମାଧ୍ୟମକୁ ଛାଡ଼ିଛି । ଅନେକ ଗଣମାଧ୍ୟମ ହାଥରସ ପହଞ୍ଚି ପୀଡିତାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି । ପୀଡିତାଙ୍କ ଭାଉଜ ମିଡିଆ ଆଗରେ ଦେଇଥିବା ବୟାନ ଅନୁସାରେ, ତାଙ୍କ ପରିବାରକୁ ନଜର ବନ୍ଦୀ କରି ରଖାଯାଇଥିଲା ।

ଏପରିକି ଘରୁ ବାହାରିବା କିମ୍ବା ଶୌଚ ହେବାକୁ ମଧ୍ୟ କଟକଣା ଜାରି କରାଯାଇଥିଲା । କାହା ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ପୋଲିସ ମାରପିଟ କରୁଥିବା ମଧ୍ୟ ତାଙ୍କ ଭାଉଜ ଅଭିଯୋଗ କରିଛନ୍ତି । ଏପରିକି ଡିଏମ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିବା ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଝିଅ ଯଦି କରୋନାରେ ମରିଥାନ୍ତା ତେବେ କ୍ଷତିପୂରଣ ପାଇଥାନ୍ତ କି ବୋଲି ଡିଏମ ତାଙ୍କୁ ପ୍ରଶ୍ନ କରିଥିବା ପରିବାର ଲୋକେ କହିଛନ୍ତି ।

ଗୁରୁବାର ପୀଡିତାଙ୍କ ପରିବାର ସହ ଭେଟି ପଚରାଉଚରା କରିଛନ୍ତି ଏସଆଇଟି ଟିମ୍ । ଘଟଣାର ଏସଆଇଟି ତଦନ୍ତ ଉପରେ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଶେଷ ମୁହୂର୍ତ୍ତରେ ଝିଅର ମୁହଁକୁ ମଧ୍ୟ ପୋଲିସ୍ ଦେଖିବାକୁ ସୁଯୋଗ ଦେଇ ନଥିବା ପୀଡିତାଙ୍କ ମାଆ କାନ୍ଦିକାନ୍ଦି ମିଡିଆ ଆଗରେ ବର୍ଣ୍ଣନା କରିଛନ୍ତି । ରାତିର ଅନ୍ଧକାରରେ ପରିବାର ଲୋକଙ୍କୁ ତାଲା ପକାଇ ଶବକୁ ପୋଡି ଦେଇଥିଲା ପୋଲିସ୍ । ତେବେ ସେ ତାଙ୍କ ଝିଅ ଥିଲା କି ଅନ୍ୟ କାହାର ଶବ, ସେକଥା ଜାଣି ନଥିବା କହିଛନ୍ତି ।

ତାଙ୍କ ପରିବାର ନାର୍କୋ ପରୀକ୍ଷା କରିବେ ନାହିଁ । କାରଣ ତଦନ୍ତ ପ୍ରକ୍ରିୟା ଉପରେ ତାଙ୍କର ଭରସା ନଥିବା କହିଛନ୍ତି ପୀଡିତାଙ୍କ ଭାଉଜ । ଜଣେ ମହିଳାଙ୍କ ବୀଭତ୍ସ ହତ୍ୟା କରାଯାଇଛି । ଏହାକୁ ନେଇ ରାଜନୀତି କରାଯାଉଛି । ତେଣୁ ତାଙ୍କୁ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି ପୀଡିତାଙ୍କ ପରିବାର ଲୋକେ । ସେପେଟେ ଘଟଣାର ୪ ଦିନ ପରେ ଯୋଗୀ ସରକାର ଆକ୍ସନ ନେଇଛନ୍ତି । ଏସପି, ଡିଏସପିଙ୍କ ସମେତ ୭ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

ହାଥରସକୁ ନେଇ ଗୃହରେ କଂଗ୍ରେସର ହଟ୍ଟଗୋଳ, ବିଧାନସଭା ୩ଟା ଯାଏଁ ମୁଲତବି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଉତ୍ତରପ୍ରଦେଶ ହାଥରସ୍ ତାତି । ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆରମ୍ଭରୁ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବି । କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୩ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଥମେ ୧୫ ମିନିଟ, ପରେ ଆଉ ୧୦ ମିନିଟ, ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ରଖା ଯାଇଥିଲା । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।

Congress Rocks In Odisha Assembly Over Hathras Issue

ସର୍ବଦଳୀୟ ବୈଠକ ପରେ ବି କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ । ମୋଦି ବିରୋଧୀ ନାରା ଓ ରାହୁଲ ଗାନ୍ଧୀ ଜିନ୍ଦାବାଦର ନାରା ଦେଇଥିଲା କଂଗ୍ରେସ ସଦସ୍ୟ । ଫଳରେ ଗୃହକୁ ବାଚସ୍ପତି ଦିନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ।

Congress Rocks In Odisha Assembly Over Hathras Issue

ହାଥରସ୍ ପ୍ରସଙ୍ଗରେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରତିକ୍ରିୟା ରଖିଛନ୍ତି । ସେ ଘଟଣାକୁ ନିନ୍ଦା କରିଛନ୍ତି । ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ଯୋଗୀ ସରକାରଙ୍କ ହାତବାରିସୀ ସାଜିଛି । ଜିଲ୍ଲାପାଳ ବିବୃତି ବଦଳାଉଛନ୍ତି । ଦଳିତ ମହିଳାଙ୍କୁ ତୁରନ୍ତ ନ୍ୟାୟ ପାଇଁ ଆମେ ଦାବି କରୁଛୁ । ନ ହେଲେ ମହିଳା ରାଜରାସ୍ତାକୁ ଓହ୍ଲାଇବେ । ଆନ୍ଦୋଳନ ଦିଲ୍ଲୀ ଯାଏଁ ଯିବ ବୋଲି କହିଛନ୍ତି ।

Congress Rocks In Odisha Assembly Over Hathras Issue

ବିଧାନସଭା ଆରମ୍ଭରୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବଲାଙ୍ଗିରରେ କୋଭିଡ ନେଇ ଆନ୍ଦୋଳନ ଚାଲିଛି । ହେଲେ ବିଧାୟକ ବିଧାନସଭାରେ ସେହି ପ୍ରସଙ୍ଗ ଉଠାଉ ନାହାନ୍ତି ବୋଲି ନରସିଂହ କହିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ- ଉତ୍ତର ପ୍ରଦେଶ ଘଟଣା ଓଡ଼ିଶା ବିଧାନସଭାରେ ଆଲୋଚନା କରିବା ଉଚିତ ନୁହେଁ ।

ଗତ ୨୪ ଘଣ୍ଟାରେ ୩ ହଜାର ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦୈନିକ ପ୍ରାୟ ୫୦ ହଜାର ପାଖାପାଖି କରୋନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ମାତ୍ରା କମିଛି । ପୂର୍ବରୁ ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଏହା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ ହଜାର ୫୩ ଜଣ କରୋନା ପଜିଟିଭ୍ ମାମଲା ଆସିଛି । ସେଥିରୁ ୧୮୦୪ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୨୪୯ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ କେସ୍ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୪, ବାଲେଶ୍ୱରରୁ ୬୫, ବରଗଡ଼ ୯୮, ଭଦ୍ରକ ୭୦, ବଲାଙ୍ଗିର ୯୫, ବୌଦ୍ଧ ୨୮, କଟକ ୨୫୬, ଦେବଗଡ଼ ୧୬, ଢେଙ୍କାନାଳ ୫୧, ଗଜପତି ୧୮, ଗଞ୍ଜାମ ୫୨, ଜଗତସିଂହପୁର ୭୨, ଯାଜପୁର ୧୧୦, ଝାରସୁଗୁଡ଼ା ୧୪୬, କଳାହାଣ୍ଡି ୪୧, କନ୍ଧମାଳ ୩୨, କେନ୍ଦ୍ରାପଡ଼ା ୧୧୫, କେନ୍ଦୁଝର ୧୩୩, କୋରାପୁଟ ୪୪, ମାଲକାନଗିରି ୬୨, ମୟୂରଭଞ୍ଜ ୧୫୩, ନବରଙ୍ଗପୁର ୧୪, ନୟାଗଡ଼ ୬୭, ନୂଆପଡ଼ା ୫୬, ପୁରୀ ୧୨୭, ରାୟଗଡ଼ା ୩୬, ସମ୍ବଲପୁର ୧୨୩, ସୋନପୁର ୮୩, ସୁନ୍ଦରଗଡ଼ ୯୮ ଓ ଷ୍ଟେଟପୁଲରୁ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏଯାବତ୍ ରାଜ୍ୟରେ ୨ ଲକ୍ଷ ୨୯ ହଜାର ୩୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୩୧୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ୧ ଲକ୍ଷ ୯୪ ହଜାର ୧୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୮୯୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ବିଶ୍ୱର ଦୀର୍ଘତମ ହାଇୱେ ଟନେଲ ‘ଅଟଳ ଟନେଲ’ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି

ମନାଲି: ହିମାଚଳ ପ୍ରଦେଶର ଚାମ୍ବା ଉପତ୍ୟାକାରେ ବହିବ ବିକାଶର ନୂଆ ଧାରା । ଲାହୋର ଘାଟିବାସୀଙ୍କ ପାଇଁ ବଡ଼ ଦିନ । ଲୋକାର୍ପିତ ହେଲା ବହୁପ୍ରତିକ୍ଷୀତ ଅଟଳ ଟନେଲ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋହତଙ୍ଗରେ ପହଞ୍ଚି ବିଶ୍ୱର ସବୁଠୁ ବଡ଼ ଟନେଲ୍ ଅଟଳ ଟନେଲର ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ଏହାସହ ଡିଫେନ୍ସ ଷ୍ଟାଫ ଚିଫ୍ ବିପିନ ରାୱତ ଓ ଚିଫ୍ ଜେନେରାଲ ଏମଏମ ନରୱାଣେ ଉପସ୍ଥିତ ଅଛନ୍ତି । ଟନେଲ ଲୋକାର୍ପଣ ପରେ ଟନେଲ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ୨୦ ବର୍ଷ ପରେ ଆଜି ଅଟଳ ଟନେଲକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଟନେଲ ନିର୍ମାଣ ହେବା ଫଳରେ ଲେହ ଓ ମନାଲୀକୁ ୪୬ କିଲୋମିଟର ରାସ୍ତା ହ୍ରାସ ପାଇଛି । ଏଥିସହ ଯାତ୍ରା ସମୟ ମଧ୍ୟ ୪ରୁ ୫ ଘଣ୍ଟା କମିଛି । ଏଥିସହ ଏହା ଦ୍ୱାରା ସୀମାକୁ ସବୁଦିନିଆ ରାସ୍ତାର ବାଟ ଫିଟିଛି । ପୂର୍ବର ବରଫପାତ ପାଇଁ ବର୍ଷକୁ ୬ ମାସ ଘାଟି ରାସ୍ତା ବନ୍ଦ ହୋଇପଡୁଥିଲା ।

ସମୁଦ୍ରପତ୍ତନର ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଏହି ଟନେଲର ଲମ୍ବ ୯ ଦଶମିକ ୨ କିଲୋମିଟର । ଯାହା ଜାତୀୟ ରାଜପଥରେ ନିର୍ମିତ ବିଶ୍ବର ଦୀର୍ଘତମ ଟନେଲ ଅଟେ । ଟନେଲର ସୁରକ୍ଷା ପାଇଁ ପ୍ରତି ୧୫୦ ମିଟର ଦୂରତାରେ ଟେଲିଫୋନ ଓ ୬୦ ମିଟର ଦୂରତାରେ ଅଗ୍ନି ନିରାପତ୍ତା ଯନ୍ତ୍ର ରଖାଯାଇଛି । ସେହିପରି ଟନେଲରେ ୨୫୦ଟି ସିସିଟିଭି ଲଗାଯାଇଛି । ୨୦୦୦ ମସିହା ଜୁନ ୩ ତାରିଖରେ ଏହାର ପରିକଳ୍ପନା କରାଯାଇଥିଲା । ପରେ ୨୬ ମେ ୨୦୦୨ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଆଳୁ ଓ ପିଆଜ ଦର ଉପରେ ଲଗାମ କଷିଲା ପ୍ରଶାସନ

ରାଉରକେଲା: ବର୍ଷା ଓ ବନ୍ୟା ପରେ ରାଜ୍ୟରେ ପରିବା ଦର ବଢ଼ି ବଢ଼ି ଚାଲିଛି । ପିଆଜ ଦର କେଜି ପିଛା ୫୦ ଟଙ୍କା ଛୁଇଁଥିବା ବେଳେ ୩୦ ତଳକୁ ଖସୁନି ଆଳୁ । ପନିପରିବାର ବଢ଼ି ଚାଲିଥିବା ଦର ନିୟନ୍ତ୍ରଣ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି । ନିର୍ଦ୍ଧାରିତ ଦରରେ ଆଳୁ ଓ ପିଆଜ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।

Sundergarh District Administration Fixed Selling Price Of Onions & Potatoes

ପିଆଜର ହୋଲସେଲ ଦର କେଜି ପିଛା ୩୬ରୁ ୩୭ ଟଙ୍କା ଓ ଖୁଚୁରା ଦର କେଜି ପିଛା ୪୩ ରୁ ୪୪ ଟଙ୍କାରେ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଳୁର ହୋଲସେଲ ଦର କେଜି ପିଛା ୨୮ରୁ ୨୯ ଟଙ୍କା ଓ ଖୁଚୁରା ଦର ୩୩ରୁ ୩୪ ଟଙ୍କା ସ୍ଥିର କରାଯାଇଛି ।

Sundergarh District Administration Fixed Selling Price Of Onions & Potatoes

ଯଦି କେହି ବିକ୍ରେତା ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ଆଳୁ ଓ ପିଆଜ ବିକ୍ରି କରନ୍ତି ତାହାଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

ସାଙ୍ଘାତିକ ହେଲା ସାରୁଅ ମାମଲା: ଓଟିଭି ଏମ୍‌ଡିଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ଘଟଣାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଜଗି ପଣ୍ଡାଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ବାଘମାରୀ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନୁସୂଚିତ ଜନଜାତି ଲୋକଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଛି ମାମଲା ।

ଏସ୍‌ସି-ଏସ୍‌ଟି ଆଇନ ଅନୁସାରେ ରୁଜୁ ହୋଇଛି ମାମଲା । ଏସ୍‌ସି-ଏସ୍‌ଟି ଆଇନର ଧାରା ୩-୧-F ଓ Gରେ ମାମଲା ରୁଜୁ ହୋଇଛି । ଏସ୍‌ସି-ଏସ୍‌ଟି ଆଇନର ଧାରା ୨-V-Aରେ ରୁଜୁ ହୋଇଛି ମାମଲା । ଆଇପିସିର ଧାରା ୪୪୭, ୫୦୬ ଏବଂ ୩୪ରେ ମାମଲା ରୁଜୁ ହୋଇଛି ।

ଅଭିଯୋଗକାରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ କିଛିବର୍ଷ ତଳେ ସାରୁଅରେ ତାଙ୍କ ଜମି କିଣିବାକୁ ଓଟିଭି ସଂସ୍ଥା ଲୋଭ ଦେଖାଇଥିଲା । କିନ୍ତୁ ସେ ବିକି ନଥିଲେ । କିନ୍ତୁ ଓଟିଭି ଆଖପାଖ ଲୋକଙ୍କ ଜମି କିଣି ପାଚେରି ତିଆରି କରିଦେଇଛି । ଫଳରେ ସେ ଜମିକୁ ଯାଇ ଚାଷ କରିପାରୁନାହାନ୍ତି କି ଉପର ମୁଣ୍ଡରୁ ଜମିକୁ ପାଣି ଆସିପାରୁନାହିଁ ।

ଓଲଟା ଓଟିଭି ଏମ୍‌ଡି ଜଗି ପଣ୍ଡା, ତାଙ୍କ ବାପା ଓ ଭାଇ ଧମକ ଦେଉଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି । ସେ ନ୍ୟାୟ ଦାବି କରିଥିବା ବେଳେ ବାଘମାରୀ ପୋଲିସ ଜଗି ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ନାଁରେ ମାମଲା ରୁଜୁ କରିଛି ।

ଋଣର ସୁଧ ଉପରେ ଦେବାକୁ ପଡ଼ିବନି ସୁଧ, ସରକାରଙ୍କ ସତ୍ୟପାଠ

ନୂଆଦିଲ୍ଲୀ: ଯଦି ଆପଣ କରୋନା ସଂକଟରେ ଲୋନ ମୋରେଟୋରିୟମର ସୁବିଧା ନେଇଛନ୍ତି ତ ଆପଣଙ୍କ ପାଇଁ ଭଲ ଖବର । ବ୍ୟାଙ୍କ ଲୋନ୍ ମୋରେଟୋରିୟମ ଉପରେ ଚାର୍ଜ ନେବ ନାହିଁ । ଏହି ସୂଚନା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ଶିଳ୍ପ, ଶିକ୍ଷା, ଘର, ଅଟୋ ଋଣ ଉପରେ ଚକ୍ରବୃଦ୍ଧି ସୁଦ୍ଧ ନିଆଯିବ ନାହିଁ । ଏହାବାଦ୍ କ୍ରେଡିଟ୍ କାର୍ଡ ବକେୟା ଉପରେ ମଧ୍ୟ ସୁଧ ନିଆଯିବ ନାହିଁ । କେନ୍ଦ୍ର ପକ୍ଷରୁ ସତ୍ୟପାଠରେ କୁହାଯାଇଛି- ମହାମାରୀ ସ୍ଥିତିରେ ସୁଧ ଉପରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦିଆଯାଇଥିବା ବେଳେ ସରକାର ଏହି ଖର୍ଚ୍ଚ ବହନ କରିବା ହେଉଛି ସମାଧାନ ।

Centre Ready To Waive Interest On Interest During Six Month Moratorium

କରୋନା ପାଇଁ ମାର୍ଚ୍ଚରେ ଲକଡାଉନ୍ ଲାଗୁ ହୋଇଥିଲା । ଲକଡାଉନ୍ ପାଇଁ କାମ ଧନ୍ଦା ବନ୍ଦ ହୋଇଯାଇଥିଲା । ଅଧିକାଂଶ ଲୋକ ଲୋନର ଇଏମ୍ଆଇ ଦେବା ସ୍ଥିତିରେ ନଥିଲେ । ଏହାକୁ ଦେଖି ଆରବିଆଇ ଆଦେଶ ପରେ ବ୍ୟାଙ୍କ ଇଏମଆଇ ପରିଶୋଧ ଉପରେ ୬ ମାସ ମହଲତ ମିଳିଥିଲା । ତେବେ, ବଡ଼ ସମସ୍ୟା ଥିଲା ମୋରେଟେରିୟମ ବଦଳରେ ଲଗାଯାଉଥିବା ଚାର୍ଜକୁ ନେଇ । ଏହି ଅତିରିକ୍ତ ଚାର୍ଜ ଗ୍ରାହକଙ୍କ ଉପରେ ଭାର ହୋଇଥିଲା । ଏବେ ଏହା ଉପରେ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଏବେ ମୋରେଟେରିୟମ ଲାଭ ନେଇଥିବା ଲୋକଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ । ସେହି ଗ୍ରାହକଙ୍କୁ କେବଳ ଋଣର ସାମାନ୍ୟ ସୁଧ ଦେବାକୁ ପଡ଼ିବ ।

Centre Ready To Waive Interest On Interest During Six Month Moratorium

ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ମୋରେଟୋରିୟମ୍ ମାମଲାରେ କେନ୍ଦ୍ର ସରକାରଙ୍କୁ କଡ଼ା ଟିପ୍ପଣୀ କରିଥିଲେ । କୋର୍ଟ କହିଥିଲେ ଏହା ସମ୍ବନ୍ଧରେ ସତ୍ୟପାଠ ଦାଖଳ କରି କୋର୍ଟ ନିଜ ନୀତି ସ୍ପଷ୍ଟ କରନ୍ତୁ । ରିଜର୍ଭ ବ୍ୟାଙ୍କକୁ ଆଳ କରି ପଛରେ ଲୁଚି ନିଜକୁ ବଞ୍ଚାନ୍ତୁ ନାହିଁ । ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରି କହିଥିଲେ କେବଳ ବ୍ୟବସାୟର ଲାଭ ଦେଖନ୍ତୁ ନାହିଁ । ଲୋକଙ୍କ ଅସୁବିଧା ମଧ୍ୟ ଦେଖନ୍ତୁ ।

କେତେ ପ୍ରଭାବଶାଳୀ ହେବ କରୋନା ଭ୍ୟାକ୍ସିନ୍ ? ଜାଣନ୍ତୁ କଣ କହୁଛନ୍ତି ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ୁଛି । ଲକ୍ଷେ ଟପିଲାଣି କରୋନା ମୃତ୍ୟୁସଂଖ୍ୟା । କରୋନାର କାୟା ବଢ଼ି ଚାଲିଥିବା ବେଳେ ଭ୍ୟାକ୍ସିନକୁ ନେଇ ଲୋକଙ୍କ ଆଂକାକ୍ଷା ବଢ଼ି ଚାଲିଛି । ତେବେ, ଭ୍ୟାକ୍ସିନ୍ ଆସିଲେ ଏହା କେତେ ପ୍ରଭାବଶାଳୀ ହେବ । ଏହା ଉପରେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ ପ୍ରତିକ୍ରିୟା ରଖିଛନ୍ତି ।

Not Enough Coronavirus Vaccine Until 2024 Serum Institute India

କେଉଁ ଭ୍ୟାକ୍ସିନ୍ ସୁରକ୍ଷିତ ?

କେମିତି ଜଣାପଡ଼ିବ କେଉଁ ଭ୍ୟାକ୍ସିନ୍ ସୁରକ୍ଷିତ । ଏହି ପ୍ରଶ୍ନର ଉତ୍ତରରେ ଗୁଲେରିଆ କହିଛନ୍ତି- ଆମେ କୌଣସି ଭ୍ୟାକ୍ସିନ୍ ପ୍ରସ୍ତୁତ କଲାବେଳେ ଆନିମଲ ଟ୍ରାଏଲ କରାଯାଏ ଓ ଦୀର୍ଘ ସମୟ ଧରି ତାର ଫଲୋଅପ୍ କରୁ । କିନ୍ତୁ, ସମୟ ବଞ୍ଚାଇବା ପାଇଁ କରୋନା ଭାଇରସ୍ ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଏକାସଙ୍ଗରେ କରାଯାଉଛି । ତେଣୁ ଦେଖିବା କଥା ଭ୍ୟାକ୍ସିନର ଲଙ୍ଗ ଟର୍ମ ସାଇଡ୍ ଇଫେକ୍ଟ କଣ ହେବ । ଭ୍ୟାକ୍ସିନ୍ ଆସିବା ପରେ ଟୀକି ଦିଯାଇଥିବା ଲୋକଙ୍କ କ୍ଲୋଜ୍ ମନିଟରିଂ କରାଗଲେ କଣ ସାଇଡ୍ ଇଫେକ୍ଟ ଆସୁଛି କି ନାହିଁ ଜଣାପଡ଼ିବ ।

AIIMS Director Randeep Guleria On Vaccine Efficacy

ପରଖାଯିବ ଭ୍ୟାକ୍ସିନ୍ ପ୍ରଭାବ

ଡକ୍ଟର ଗୁଲେରିଆଙ୍କ ଅନୁସାରେ- ଭ୍ୟାକ୍ସିନ୍ ଦେବା ବେଳେ କେତେକ ପ୍ରକ୍ରିୟା ଉପରେ ଧ୍ୟାନ ଦିଆଯାଇଥାଏ । ଯେମିତି କି ଭ୍ୟାକ୍ସିନ୍ ନେଉଥିବା ଲୋକଙ୍କ ଠାରେ ଆଗରୁ କଣ ରୋଗ ଅଛି । ଯଦି ଅଛି ତ ତାଙ୍କ ଉପରେ ଭ୍ୟାକ୍ସିନର କଣ ପ୍ରଭାବ ପଡ଼ିବ । ବୟସ୍କଙ୍କୁ ଭ୍ୟାକ୍ସିନ୍ କେତେ ଇମ୍ୟୁନିଟି ଯୋଗାଇବ ଏବଂ ସେମାନଙ୍କ ଲାଗି ଏହା କେତେ ସୁରକ୍ଷିତ ହେବ । ଏହି ସବୁ ତଥ୍ୟକୁ ଏକାଠି କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ସମସ୍ତ କଥା ଉପରେ ସ୍ପଷ୍ଟତା ଆସିବା ଦରକାର ।

ଦେଶରେ ମହାମାରୀର କରାଳ ରୂପ…ଏକ ଲକ୍ଷ ଟପିଲା କରୋନାଜନିତ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଲକ୍ଷେ ଟପିଲା କରୋନା ମୃତ୍ୟୁସଂଖ୍ୟା । ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୮୪୨କୁ ବୃଦ୍ଧି ହୋଇଛି । ୨୪ ଘଣ୍ଟାରେ ୭୯ହଜାର ୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଜାରେ ୬୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ଲକ୍ଷ ୭୩ହଜାର ୫୪୫ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୯ଲକ୍ଷ ୪୪ହଜାର ୯୯୬, କରୋନାରୁ ସୁସ୍ଥ ହେଲେଣି ୫୪ଲକ୍ଷ ୨୭ହଜାର ୭୦୭ଜଣ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ୧୪ଲକ୍ଷ ୧୬ହଜାର ୫୧୩ରେ ପହଞ୍ଚିଲାଣି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୩୭ହଜାର ୪୮୦କୁ ବୃଦ୍ଧି ହୋଇଛି । ଆନ୍ଧ୍ରପ୍ରଦେଶରେ ୭ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୃତ୍ୟୁସଂଖ୍ୟା ୫ହଜାର ୯୦୦କୁ ବୃଦ୍ଧି ହୋଇଛି ।

କର୍ଣ୍ଣାଟକ ଓ ତାମିଲନାଡୁରେ ୬ଲକ୍ଷରୁ ଅଧିକ ଲେକାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୯ହଜାର ୧୧୯ ଓ ୯ହଜାର ୬୫୩ରେ ପହଞ୍ଚିଛି । ୟୁପିରେ ୪ଲକ୍ଷରୁ ଅଧିକ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ।

RBIର ଚେତାବନୀ ! ଏହି କଥା ନମାନିଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

ମୁମ୍ବାଇ: ଲୋକଙ୍କୁ ଫ୍ରଡରୁ ବଞ୍ଚାଇବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଅନେକ କ୍ୟାମ୍ପେନ୍ କରାଯାଉଛି । ଏମିତି ବି ଅନଲାଇନ୍ ବ୍ୟାଙ୍କିଂକୁ ନେଇ କେତଥର ଆରବିଆଇ ଚେତାବନୀ ଜାରି କରିଛି । ତେବେ, ଡିଜିଟାଲ ନେଣଦେଣ ନେଇ ଲୋକଙ୍କ ବଢ଼ୁଥିବା ଆଗ୍ରହ ସହ ଫ୍ରଡ୍ ମଧ୍ୟ ବଢ଼ି ବଢ଼ି ଚାଲିଛି । ଏହି ଅଭିଯାନରେ ଆରବିଆଇ ଲୋକଙ୍କୁ ଅନଲାଇନ୍ ଫ୍ରଡ୍ ଓ ବ୍ୟାଙ୍କିଂ ସହ ଜଡ଼ିତ ନେଣଦେଣକୁ ନେଇ ସଚେତନ କରୁଛି । ଯଦି ଆପଣ ଫ୍ରଡରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଏହି କଥାକୁ ଧ୍ୟାନ ଦିଅନ୍ତୁ ।

Beware Of Banking Fraud RBI Give Instruction About How To Secure Your Money From Bank Frauds

ଆରବିଆଇ ନାଁରେ ଆସୁଥିବା କୌଣସି ବି ଇମେଲ୍ ଖୋଲନ୍ତୁ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାଁରେ ଆସୁଥିବା ଇମେଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମା ଟଙ୍କାକୁ ଖାଲି କରି ଦେଇପାରେ ।

ଆରବିଆଇ କହିଛି- ଲୋକଙ୍କୁ RBI ନାଁରେ ବହୁତ ମିଛ ଇମେଲ୍ ଆସିଥାଏ । ଏହି ଇମେଲରେ କୁହାଯାଇଥାଏ ଆପଣ ପୁରସ୍କାର ଜିତିଛନ୍ତି । ଆଉ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ପାଇବା ପାଇଁ ପ୍ରୋସେସିଂ ଫି’ ଓ ଅନ୍ୟ ଚାର୍ଜ ଭାବେ ଟଙ୍କା ମଧ୍ୟ ମାଗିଥାନ୍ତି ।

Beware Of Banking Fraud RBI Give Instruction About How To Secure Your Money From Bank Frauds

ଏହା ଉପରେ ରିର୍ଜଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି- ଆରବିଆଇ ଏଭଳି ଇମେଲ୍ କେବେ କାହାରିକୁ ବି ପଠାଏ ନାହିଁ । ଲଟେରୀ ଜିତିବା କିମ୍ବା ବିଦେଶୀ ଟଙ୍କା ଜିତିବା ନେଇ କୌଣସି ଇମେଲ୍ ଅଥବା ଏସଏମଏସ୍ ଆରବିଆଇ ପଠାଏ ନାହିଁ ।

କେମିତି ଜାଣିବେ ?

Beware Of Banking Fraud RBI Give Instruction About How To Secure Your Money From Bank Frauds

ରିଜର୍ଭ ବ୍ୟାଙ୍କ ନାଁରେ ବହୁତ ଗୁଡ଼ିଏ ମିଛ ଇମେଲ ‘ଆରିବିଆଇ’ ଓ ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଲେଖାଯାଇ ମେଲ୍ ଆସିଥାଏ । ଲୋକ ଏହା ଉପରେ ପ୍ରାୟତଃ ଧ୍ୟାନ ଦେଇନଥାନ୍ତି । ଯଦି ଆପଣ ଅନଲାଇନ୍ ଫ୍ରଡରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଇମେଲ୍ କେଉଁ ଆଡ୍ରେସରୁ ଆସିଛି ଦେଖନ୍ତୁ । ସନ୍ଦିଗ୍ଧ ଅନୁଭବ ହେଉଥିଲେ ଇମେଲରେ କୌଣସି ସୂଚନା ଦିଅନ୍ତୁ ନାହିଁ । ଏଭଳି ଇମେଲ ଓ ଏସଏମଏସର କୌଣସି ଉତ୍ତର ନଦେବା ପାଇଁ ଆରବିଆଇ କହିଛି ।