spot_img
Home Blog Page 6350

କୋଭିଡ୍ କଟକଣା ଭାଙ୍ଗିଲେ ଛାତ୍ର ଓ ଯୁବ କଂଗ୍ରେସ ନେତା, କ୍ୟାପିଟାଲ୍ ଥାନାରେ ମାମଲା…

ଭୁବନେଶ୍ୱର : ହଥରସ ନିର୍ମମ ଘଟଣା ସାମ୍ନାକୁ ଆସିବା ପରେ ଭୁବନେଶ୍ୱର ଛାତ୍ର ଓ ଯୁବ କଂଗ୍ରେସ ବିକ୍ଷୋଭ କରିଥିଲା ।  ତେବେ ବିକ୍ଷୋଭ ସମୟରେ କୋଭିଡ୍ କଟକଣା ଉଲଂଘନ ହୋଇଥିବା ଦେଖା ଯାଇଥିଲା ।

କୋଭିଡ କଟକଣାକୁ ଉଲଂଘନ ଅଭିଯୋଗରେ ୨୨ ଜଣଙ୍କ ବିରୋଧରେ କ୍ୟାପିଟାଲ ଥାନା ମାମଲା ରୁଜୁ ହୋଇଛି । କୋର୍ଟରେ ହାଜର ହେବାକୁ ଏମାନଙ୍କ ପୋଲିସର ନିର୍ଦ୍ଦେଶ ମିଳିଛି । ଛାତ୍ର କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ଓ ଆଜି ମଧ୍ୟ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ କୋଭିଡ କଟକଣାକୁ  ଉଲଘଂନ କରି ହୋଇଥିଲା ବିକ୍ଷୋଭରେ ୩୦ରୁ ଅଧିକ ଛାତ୍ର ଓ ଯୁବ ନେତା ସାମିଲ ଥିଲେ । ଏମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Covid-19: ଆଣ୍ଟିଜେନ୍ ଟେଷ୍ଟ ବେଳେ ମହିଳାଙ୍କ ମସ୍ତିଷ୍କରେ ହୋଇଗଲା ଛିଦ୍ର, ନାକ ଦେଇ ବାହାରିଲା ତରଳ ପଦାର୍ଥ

ୱାଶିଂଟନ୍: ମହାମାରୀ କରୋନାକୁ ନେଇ ଚିନ୍ତାରେ ଦୁନିଆ । ସଂକ୍ରମଣ ରୋକିବାକୁ ଟେଷ୍ଟିଂ, ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ଆମେ କହିବାକୁ ଯାଉଥିବା ଏ ଘଟଣା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । କାରଣ କୋଭିଡ୍ ଟେଷ୍ଟିଂ ପାଇଁ ଯାଇଥିବା ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଆପଣଙ୍କୁ ଚମକାଇ ଦେବ । ଏଭଳି ଏକ ଘଟଣା ବିଷୟରେ ମେଡିକାଲ ଜର୍ଣ୍ଣାଲରେ ସୂଚନା ଦେଇଛନ୍ତି ଡାକ୍ତର ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open
FILE

ଆମେରିକାର ଜଣେ ମହିଳା କୋଭିଡ୍ ଟେଷ୍ଟ ପାଇଁ ଯାଇଥିଲେ । ତାଙ୍କର ନାକରୁ ନମୁନା ସଂଗ୍ରହ କରୁଥିଲେ ସ୍ୱାସ୍ଥ୍ୟକର୍ମୀ । ଆଣ୍ଟିଜେନ୍ ଟେଷ୍ଟ ବେଳେ ମହିଳାଙ୍କ ମସ୍ତିଷ୍କରେ ଛିଦ୍ର ସୃଷ୍ଟି ହୋଇଥିଲା । ତା’ପରେ ମସ୍ତିଷ୍କରୁ ନାକ ଦେଇ ତରଳ ପଦାର୍ଥ ନିର୍ଗତ ହୋଇଥିଲା । ଯାହା ଫଳରେ ମହିଳାଙ୍କ ଜୀବନ ସଂକଟରେ ପଡ଼ି ଯାଇଥିଲା । ଏଥିସହ ତାଙ୍କ ପାଇଁ ସଂକ୍ରମଣ ବିପଦ ବଢ଼ି ଯାଇଥିଲା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଟେଷ୍ଟିଂ ବେଳେ ପ୍ରୋଟକଲ ମାନିବା ଜରୁରୀ । ମୁଣ୍ଡ କିମ୍ବା ନାକରେ ସର୍ଜରୀ ହୋଇଥିଲେ ଓରାଲ ଟେଷ୍ଟିଂ କରିବା ଉଚିତ୍ । ଆଣ୍ଟିଜେନ୍ ଟେଷ୍ଟ ବେଳେ ନାକର ଗୋଟିଏ ପାର୍ଶ୍ୱରେ ତରଳ ପଦାର୍ଥ ନିର୍ଗତ ହୋଇଥିଲା । ତା ସହିତ ମୁଣ୍ଡବିନ୍ଧା, ବାନ୍ତି, ତଣ୍ଟିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Covid-19  Nasal Swab Test Punctured Womans Brain Lining And Leaked Brain Fluid From Her Nose

ପୂର୍ବରୁ ମଧ୍ୟ ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ସେତେବେଳେ କିଛି ସମସ୍ୟା ହୋଇ ନଥିଲା । ଦ୍ୱିତୀୟ ଥର ଆଣ୍ଟିଜେନ ଟେଷ୍ଟ ବେଳେ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା ଉପକରଣକୁ ନାକର ବେଶୀ ଭିତରକୁ ନେଇ ଯାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଡାକ୍ତର ନିର୍ଗତ ତରଳ ପଦାର୍ଥକୁ ସଂରକ୍ଷିତ ପୁଣି ଡ୍ରେନେଜ୍ କରିଥିଲେ । ଫଳରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିଥିଲା ।

NCRB ରିପୋର୍ଟ: ଜବତ ନକଲି ନୋଟ୍ ମଧ୍ୟରେ ସର୍ବାଧିକ ୨୦୦୦ ଟଙ୍କିଆ

ନୂଆଦିଲ୍ଲୀ: ଦେଶରେ ନୋଟବନ୍ଦୀକୁ ଚାରି ବର୍ଷ ବିତିଲାଣି  । କିନ୍ତୁ ମୋଦି ସରକାର ଯେଉଁ ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନେଇଥିଲେ ତାହା ଫଳପ୍ରଦ ହୋଇପାରିଲା ନାହିଁ । ସରକାରଙ୍କ ସବୁଠୁ ବଡ଼ ଲକ୍ଷ୍ୟ ଥିଲା ନକଲି ନୋଟରୁ ତ୍ରାହି ମିଳିବ  । କିନ୍ତୁ ତାହା ସମ୍ଭବ ହୋଇନି  । ବିଗତ ବର୍ଷ ମାନଙ୍କରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଯେତିକି ନକଲି ନୋଟ ଜବତ ହୋଇଛି ସେ ମଧ୍ୟରୁ ସର୍ବାଧିକ ୨୦୦୦ ହଜାର ଟଙ୍କିଆ ରହିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ରହିଛି ।

୨୦୧୮ ତୁଳନାରେ ୨୦୧୯ରେ ଅଧିକ ନକଲି ନୋଟ ଜବତ କରାଯାଇଛି  । ସେହି ବର୍ଷ ୨୫ କୋଟି ୩୯ ଲକ୍ଷ ନକଲି ଟଙ୍କା ଜବତ କରାଯାଇଛି  । କର୍ଣ୍ଣାଟକରୁ ସର୍ବାଧିକ ନକଲି ୨୦୦୦ ଟଙ୍କିଆ ନୋଟ ଜବତ କରାଯାଇଛି  । ଆରବିଆଇର ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ ଛପାଯାଇନାହିଁ  ।

ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !

କୃଷି ଆଇନ ବିରୋଧରେ କଂଗ୍ରେସର କସରତ: ୨ କୋଟି ଦସ୍ତଖତ ପାଇଁ ଦେଶବ୍ୟାପୀ ଅଭିଯାନ….

ଭୁବନେଶ୍ୱର : ନୂଆ କୃଷି ଆଇନକୁ ନେଇ ବିରୋଧ ସାରା ଦେଶରେ ତୀବ୍ର ରୂପ ନେଇଛି । ଆଇନ ଆସିବା ଦ୍ୱାରା ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବ ବୋଲି କହୁଛି । ସଂସଦରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ସମାନ ଆରୋପ ଲଗାଇଥିଲା  । ମାତ୍ର ସଂଖ୍ୟାବଳର ବାହାଦୂରୀରେ ସରକାର ଆଇନ ପାସ କଲେ । ବିଲ୍ ସିନା ଆଇନରେ ପରିଣତ ହେଲା ହେଲେ ଚାଷୀ ନଛୋଡବନ୍ଧ ।

ସ୍ପଷ୍ଟ ଶଦ୍ଦରେ ଗୋଟିଏ ଦାବି ଉଠୁଛି । ସରକାରୀ ମଣ୍ଡି ହେଉ କିମ୍ୱା ବେସରକାରୀ ଯୋଗାଡ଼, ଚାଷୀକୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତୁ । ଏହିକ୍ରମରେ ରାଜ୍ୟ କଂଗ୍ରେସ ମଧ୍ୟ ରାଜ୍ୟବ୍ୟାପୀ ବିରୋଧ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ କଂଗ୍ରେସର ପ୍ରତି ଜୋନସ୍ତରରେ ବିକ୍ଷୋଭ ହେବା ସହ ବ୍ଲକ୍ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏସମ୍ୱନ୍ଧୀୟ ସୂଚନା ଦେଇ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଆଇନ ଚାଷୀ ସ୍ୱାର୍ଥବିରୋଧୀ ଅଟେ ।

ଏହାର ପ୍ରତିବାଦରେ ଆମେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିବୁ । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ କଂଗ୍ରେସ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି । ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ମତ ନେବୁ । ବିଲ ସମ୍ପର୍କରେ ସାଧାରଣର ମତ କଣ ତାହା ଜାଣିବାକୁ ଚେଷ୍ଟା କରିବୁ । ବିଲ୍ ଚାଷୀ ବିରୋଧୀ ହୋଇଥିବା ହେତୁ ଅଧିକ ସଂଖ୍ୟକ ଚାଷୀ ପରିବାର ପାଖରେ ପହଞ୍ଚିବୁ । ସାରା ଦେଶରେ ୨ କୋଟି ମତ ନେବା ପାଇଁ ଲକ୍ଷ୍ୟ ରଖିଛୁ ।  ଏହା ପରେ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ ପାଖରେ ଦାବି ଉପସ୍ଥାପନ କରିବାର ଲକ୍ଷ୍ୟ ରହିଛି ବୋଲି ପ୍ରଦୀପ କହିଛନ୍ତି ।

ଇଶାନ-ଅନନ୍ୟାଙ୍କ ‘ଖାଲି ପିଲୀ’ ରେ ଚାଲିଚା ସେନ୍ସର ବୋର୍ଡର କଇଁଚୀ, କଟିଲା ଏହି ସବୁ ସିନ୍…

ନୂଆଦିଲ୍ଲୀ: ଇଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଖାଲି ପିଲୀ’ ଉପରେ ସେନସର ବୋର୍ଡର କଇଁଚୀ ଚାଲିଛି । ଏହି ଫିଲ୍ମଟି ଆଜି ରିଲିଜ ହୋଇଥିବାବେଳେ ଏହାକୁ ଆପଣ ନିଜ ଲାପଟପ, ମୋବାଇଲ ସହ ଗୁରୁଗ୍ରାମ ଏବଂ ବାଙ୍ଗାଲୁରୁର କିଛି ଡ୍ରାଇଭ-ଇନ ସିନେମା ହଲରେ ମଧ୍ୟ ଦେଖିପାରିବେ । ସିମାନେ ହଲରେ ଫିଲ୍ମଟି ରିଲିଜ ହେଉଥିବାରୁ ଫିଲ୍ମଟିକୁ CBFC ପାଖକୁ ସାର୍ଟିଫିକେଟ ପାଇଁ ପଠାଯାଇଥିଲା ଏବଂ ଯାହା ଆଶଙ୍କା କରାଯାଉଥିଲା ଫିଲ୍ମର ଅନେକ ସିନ କଟାବଛା କରାଯାଇଛି ।

CBFC ଏହି ଫିଲ୍ମରେ କେବଳ ଗାଳିଗୁଲଜ ନୁହେଁ ବରଂ ଭର୍ଜିନିଟିର ଉଲ୍ଲେଖ ଥିବା ସିନ୍, ଅନନ୍ୟା ପାଣ୍ଡେଙ୍କ ଚରିତ୍ରକୁ ଖରାପ ନଜରରେ ଦେଖାଇବା ଏବଂ ଏମିତିକି ‘ଆଇଟମ’ ଶବ୍ଦକୁ ମଧ୍ୟ ହଟାଇ ଦିଆଯାଇଛି । ଏହା ବ୍ୟତୀତ ‘ତେହେସ ନେହେସ’ ଗୀତ ପାଇଁ କିଛି ସେକସ୍ୟୁଆଲ ଏବଂ ଅନ୍ୟ ସିନ୍ ଗୁଡିକୁ ମଧ୍ୟ ହଟାଇ ଦିଆଯାଇଛି ।

ଡାଇଲଗ ଗୁଡ଼ିକର କଥା ଯଦି କହିବା ତେବେ ‘ନଲ୍ଲା ହୈ ତୁ’, ‘ଦସ ସାଲ ତକ୍ ଭର୍ଜିନ ରହା’, ‘ହୋଲ୍ଡ କରକେ ବେଠାଥା’, ‘ଭର୍ଜିନ ବ୍ରହ୍ମଚାରୀ’, ‘ହରାମୀ’ ଭଳି ଡାଇଲଗକୁ ହଟାଇ ଦିଆଯାଇଛି । ‘ମାଆ କି ଆଖ୍’ କୁ ‘ଭେନସ କି ଆଖ୍’ କରିଦିଆଯାଇଛି । ‘ଆଇଟମ’କୁ ‘ଲଡକୀ’ ଏବଂ ‘ଗାଳି’କୁ ‘ଆଣ୍ଟି’ କରିଦିଆଯାଇଛି ।

ଏହା ବ୍ୟତୀତ ଫିଲ୍ମର ପ୍ରଡ୍ୟୁସରଙ୍କୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଏକ ଡିସକ୍ଲାଇମର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି ସେନସର ବୋର୍ଡ  । ଏହି ଡିସକ୍ଲାଇମରରେ, ଫିଲ୍ମଟି ଶିଶୁ କିମ୍ବା ମହିଳା ମାନଙ୍କ ଶୋଷଣ ଏବଂ ବସ୍ତୁକରଣକୁ ସମର୍ଥନ କରେନାହିଁ ବୋଲି ଉଲ୍ଲେଖ କରିବା ପାଇଁ ସେନସର ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହା ସହିତ ତମ୍ବାଖୁର ବ୍ୟବହାରକୁ ନେଇ ଦିଆଯାଇଥିବା ୱାର୍ନିଂର ଫଣ୍ଟ ସାଇଜ ବଢ଼ାଇବା ପାଇଁ କୁହାଯାଇଛି ।

ଖାଲି ପିଲୀ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମକବୁଲ ଖାନ ଏବଂ ଏହା ତାଙ୍କର ଡେବ୍ୟୁ ଫିଲ୍ମ ଅଟେ । ଫିଲ୍ମଟିକୁ ପ୍ରଡ୍ୟୁସ କରିଛନ୍ତି ଅଲ୍ଲୀ ଅବାସ ଜଭର, ହିମାଂଶୁ ମେହରା ଏବଂ ଜୀ ଷ୍ଟୁଜିଓଜ୍ । ଫିଲ୍ମରେ ଇଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ସହିତ ପାତାଲ ଲୋକର ଅଭିନେତା ଜୟଦୀପ ଅହଲାବତ ମଧ୍ୟ ଅଛନ୍ତି । ଏହି ଫିଲ୍ମର ସୁଟିଂ ସେପ୍ଟେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା । ଏହା ୨୦୨୦ ମସିହା ଜୁନ ୨୨ରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ସିନେମା ହଲ ବନ୍ଦ ହେବା କାରଣରୁ ଏହାକୁ OTT ରେ ରିଲିଜ କରାଗଲା । ଅବଶ୍ୟ ବର୍ତ୍ତମାନ ସିମେନା ହଲ ମଧ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି ।

ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ସୃଷ୍ଟ ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ୦୩ ତାରିଖ ସକାଳ ୮ଟା ୩୦ ଯାଏଁ ୧୧ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

Rain Fore Cast Yellow Waring To 11 Districts Of Odisha

୪ ତାରିଖ ସକାଳ ୮ଟା ଯାଏଁ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୋନପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହିଭଳି ରାଜ୍ୟରେ ୬ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବ ।

Rain Fore Cast Yellow Waring To 11 Districts Of Odisha

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୪୦ରୁ ୫୦ କିମି ଘଣ୍ଟାପ୍ରତି ବେଗର ପବନ ବହିବାର ସମ୍ଭାବନା ରହିଛି । ତେଣୁ, ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନେ ୫ ତାରିଖ ଯାଏଁ ପ୍ରବେଶ ବାରଣ କରାଯାଇଛି ।

ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !

ଜୟପୁର: ବିଜେପି ଓ କଂଗ୍ରେସର ପୂର୍ବ ମହିଳା ନେତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ । ସେମାନେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗ ଆଣିଛନ୍ତି କିଛି ନାବାଳିକା । ଆଉ ଏହି ଅଭିଯୋଗ ଆଧାରରେ ଜଣେ ବିଜେପି ନେତ୍ରୀ ମଧ୍ୟ ଗିରଫ ହୋଇଛନ୍ତି ।

बीजेपी-कांग्रेस महिला नेता मिलकर चला रही थी सेक्स रैकेट. ( फोटो: सुनीता वर्मा उर्फ संपत्ति बाई )

ଅଭିଯୋଗ ଅନୁଯାୟୀ, ବିଜେପିର ସବାଇ ମାଧୋପୁରର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ସୁନିତା ବର୍ମା ଏବଂ କଂଗ୍ରେସ ସେବାଦଳ ମହିଳା ବର୍ଗର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ପୂଜା ଏବଂ ପୁନମ୍ ଚୌଧୁରୀ ମିଶିକରି ସେକ୍ସ ରାକେଟ୍ ଚଳାଇଥିଲେ ।  ଯେଉଁଥିରେ ନିରୀହ ନାବାଳିକାଙ୍କୁ ଫସାଯାଉଛି ଏବଂ ତାଙ୍କ ଦ୍ୱାରା ଖରାପ କାମ କରାଯାଉଥିଲା ।

बीजेपी-कांग्रेस महिला नेता मिलकर चला रही थी सेक्स रैकेट.

ସବାଇ ମାଧୋପୁର ଜିଲ୍ଲାର ଜଣେ ନାବାଳିକା ଝିଅ ଏହି ଘଟଣାର ପର୍ଦ୍ଦାଫାସ କରିଥିଲେ । ଏହି ମାମଲାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଶିବରାମ ମିଣା, ଜିଲ୍ଲା ଆୟୋଗ କେନ୍ଦ୍ରରେ କାମ କରୁଥିବା ବାଲା ସନ୍ଦୀପ ଶର୍ମା, ଇଲେକ୍ଟ୍ରିସିଆନ୍ ରାଜୁ ଏବଂ ସୁନିତାଙ୍କ ସହଯୋଗୀ ହୀରାଲାଲ ସମେତ ଏଯାବତ୍ ୫ ଲୋକ ଗିରଫ ହୋଇଛନ୍ତି । କଂଗ୍ରେସ ନେତା ପୁନମ୍ ଚୌଧୁରୀ ଫେରାର ଥିବା ବେଳେ ବିଜେପି ନେତା ସୁନିତା ବର୍ମାଙ୍କୁ ଗିରଫ ହୋଇଛନ୍ତି ।

बीजेपी-कांग्रेस महिला नेता मिलकर चला रही थी सेक्स रैकेट.)

ଅଭିଯୋଗକାରୀ ନାବାଳିକ ଝିଅ ନିଜ ବୟାନରେ କହିଛି ଯେ, ବିଜେପି ଏବଂ କଂଗ୍ରେସର ଜିଲ୍ଲାସ୍ତରୀୟ ନେତା ରାଜ୍ୟର ଅନ୍ୟ କିଛି ବଡ଼ ନେତାଙ୍କ ସହିତ ମିଶି ଦେହ କାରବାର ଚଳାଇଥିଲେ । ଏବଂ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ବିଜେପିର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ସୁନିତା ବର୍ମା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଥିଲେ ଯେ, ରାଜନୀତିରେ ବହୁ ସଂଖ୍ୟାରେ ଚରିତ୍ରହୀନ ଲୋକ ରହିଛନ୍ତି । ସେମାନଙ୍କ ନାମ ଓ କାମ ଉଭୟ ଜାଣିଛି । ସମୟ ଆସିଲେ ସେମାନଙ୍କ ଖୁଲାସା କରିବେ । ତେବେ ପୋଲିସ ପୂରା ମାମଲାର ତଦନ୍ତ କରୁଛି ।

Bigg Boss 14: କେବଳ ସପ୍ତାହେ ପାଇଁ ବିଗ୍ ବସ୍ ଘରକୁ ଆସୁଛନ୍ତି ବହୁ ଚର୍ଚ୍ଚିତ ରାଧେ ମାଆ ! ସାମ୍ନାକୁ ଆସିଲା ଏହି ସତ…

ନୂଆଦିଲ୍ଲୀ: ବିଗ୍ ବସ୍ ୧୪କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ଗୁରୁବାର ସୋ’କୁ ନେଇ କିଛି ଫଟୋ ଭାଇରାଲ ହୋଇଛି । ଫଟୋରେ ବିଗବସ୍ ହାଉସର ଝଲକ ମିଳିବା ସହ ସୋ’ର ହୋଷ୍ଟ ସଲମାନ ଖାନଙ୍କର ମଧ୍ୟ କିଛି ନିଆରା ଇନ୍ଦାଜ ଦେଖିବାକୁ ମିଳୁଛି । କିନ୍ତୁ ଏଥି ମଧ୍ୟରେ କେହି ଯଦି ଲାଇମଲାଇଟ ନେଉଛନ୍ତି ତେବେ ସେ ହେଉଛନ୍ତି ରାଧେ ମାଁ ।

ରାଧେ ମାଆ ଚଳିତ ବର୍ଷ ବିଗ ବସରେ ପ୍ରତିଯୋଗୀ ହୋଇ ଆସୁଛନ୍ତି । ଯଦିଓ ରାଧେ ମାଆଙ୍କର ସୋ’ ରେ ପ୍ରତିଯୋଗୀ ହେବା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରୁଛି କିନ୍ତୁ ଏହା ସହ ଯେ, ରାଧେ ମାଆ ଚଳିତ ବର୍ଷ ବିଗ୍ ବସରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ।

ବିବାଦରେ ଘେରି ରହୁଥିବା ରାଧେ ମାଆ ବିଗ ବସରେ ଦର୍ଶକମାନଙ୍କୁ କେତେ ଏଣ୍ଟରଟେନ୍ କରୁଛନ୍ତି ତାହା ଦେଖିବା ବାକି ରହିଲା । ତେବେ ଲାଟେଷ୍ଟ ଖବର ଅନୁଯାୟୀ ରାଧେ ମାଆ ଦେଶର ସବୁଠୁ ବଡ଼ ରିୟାଲିଟି ସୋରେ ଅଂଶ ଗ୍ରହଣ କରୁଛନ୍ତି ସତ କିନ୍ତୁ ମାତ୍ର ଏକ ସପ୍ତାହ ପାଇଁ ।

ଏକ ନ୍ୟୁଜ ପୋର୍ଟାଲ ମୁତାବକ ରାଧେ ମାଆ ବିଗ୍ ବସକୁ ପ୍ରତିଯୋଗୀ ହିସାବରେ ଆସୁଛନ୍ତି କିନ୍ତୁ ମାତ୍ର ଏକ ସପ୍ତାହ ପାଇଁ । ଏକ ସପ୍ତାହ ପରେ ସେ ଘରୁ ବିଦାୟ ନେବେ । ଯଦି ଏପରି ହୁଏ ତେବେ ରାଧେ ମାଆଙ୍କୁ ଦୀର୍ଘ ସମୟ ପାଇଁ ଦେଖିବାକୁ ଚାହୁଥିବା ବିଗ ବସ୍ ଫ୍ୟାନ ମାନେ ନିଶ୍ଟୟ ନିରାଶ ହେବେ ।

ରାଧେ ମାଆ କାହିଁକି କେବଳ ଏକ ସପ୍ତାହ ପାଇଁ ସୋ’ ରେ ରହିବା ତାହା ସ୍ପଷ୍ଟ ହୋଇପାରିନାହିଁ । ଏମିତିରେ ଏହାକୁ କେବଳ ଏକ ଗୁଜବ ବୋଲି କୁହାଯାଉଛି, ତେବେ ଚ୍ୟାନେଲ ତରଫରୁ ଏହି ଗୁଜବକୁ ନେଇ କିଛି ସ୍ପଷ୍ଟିକରଣ ଦିଆଯାଇନାହିଁ ।

ଏବେ ଏହି ଗୁଜବରେ କେତେ ଦମ ଅଛି ତାହା ତ ସୋ ଆରମ୍ଭ ହେଲେ ଜଣାପଡ଼ିବ । କିନ୍ତୁ ରାଧେ ମାଆଙ୍କ ବିଗ ବସ ହାଉସକୁ ଆସିବା ମେକର୍ସଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇପାରେ । କୁହାଯାଉଛି ଯେ, ରାଧେ ମାଆ ନିଜ ତ୍ରିଶୁଳ ନେଇ ଘର ଭିତରକୁ ଯିବାକୁ ଚାହୁଛନ୍ତି ।

ତେବେ ମେକର୍ସ ମାନଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, ରାଧେ ମାଆ ଏଭଳି କିଛି ଜିନିଷ ଘର ଭିତରକୁ ନେଇ ଯାଇପାରିବେ ନାହିଁ । ଏମିତିରେ ସେ ମେକର୍ସଙ୍କ କଥା ମାନୁଛନ୍ତି ନା ଦର୍ଶକଙ୍କୁ କିଛି ମଜାଦାର ଦେଖିବାକୁ ମିଳିବ, ତାହା ସମୟ କହିବ । ସୋ’ର କଥା କହିବାକୁ ଗଲେ, ବିଗ୍ ବସ ସିଜିନ ୧୪ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ପ୍ରତିଯୋଗୀଙ୍କ ଲିଷ୍ଟ ମଧ୍ୟ ଫାଇନାଲ ହୋଇସାରିଛି ।

କ’ଣ ପାଇଁ ବ୍ୟାଙ୍କ ଲକରରେ ୪୦ ବର୍ଷ ଧରି ବନ୍ଦ ଥିଲା ମହାତ୍ମା ଗାନ୍ଧୀଙ୍କ ଅସ୍ଥି ?

୯୦ ଦଶକର ପ୍ରାରମ୍ଭ । ହଠାତ ଓଡ଼ିଶାରୁ ଆସିଥିବା ଗୋଟିଏ ଖବର ପୂରା ଦେଶକୁ ଚମକାଇ ଦେଇଥିଲା । ଏହି ଖବର ଥିଲା ଯେ, ଓଡ଼ିଶାର ଗୋଟିଏ ବ୍ୟାଙ୍କର ଲକରରେ ମହାତ୍ମା ଗାନ୍ଧୀଙ୍କ ଅସ୍ଥି ତାଙ୍କ ନିଧନ ପରଠାରୁ ସୁରକ୍ଷିତ ଅଛି । ଏକ କାଠ ଡବାରେ ଗାନ୍ଧୀଙ୍କ ଅସ୍ଥି ଥିବା ଖବରକୁ ପ୍ରଥମେ ଓଡ଼ିଆ ଖବର କାଗଜ ଛାପିଥିଲେ । ପରେ ଏହି ଖବରକୁ ଜାତୀୟ ଗଣମାଧ୍ୟମ ଜୋରଦାର ଢଙ୍ଗରେ ପ୍ରଚାର କରିବାକୁ ଆରମ୍ଭ କଲା । ଏହି କାଠ ଡବାକୁ ନେଇ ଓଡ଼ିଶା ସରକାର ପ୍ରଶ୍ନଘେରକୁ ଆସିଗଲେ । ମାମଲା ଶେଷକୁ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତତ୍କାଳୀନ ପ୍ରଧାନ ବିଚାରପତି ଅହମଦିଙ୍କ ବେଞ୍ଚରେ ମାମଲାର ଶୁଣାଣି ହୋଇଥିଲା ।

Why Mahatma Gandhi's Ashes Kept Secret For 40 Years in Odisha

୯୦ ଦଶକର ଏହି ଘଟଣା । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୂତ୍ରରୁ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ମିଳିଥିଲା ଏସବିଆଇରେ ବିଗତ ୪୦ ବର୍ଷ ହେଲା ମହାତ୍ମା ଗାନ୍ଧୀଙ୍କ ଅସ୍ଥି ରହିଛି । ବାପୁଜୀଙ୍କ ଅସ୍ଥିକୁ ଏକ ଲକରରେ ଲୁଚାଇ କରି ରଖାଯାଇଛି । ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ଏହି ଖବର ପ୍ରକାଶିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ କେହି ବି ଜାଣିପାରି ନଥିଲେ ଏମିତି କିଭଳି, କାହିଁକି ହେଲା । କିଏ ଏବଂ ଏଭଳି କରିବା ପଛରେ ତାର ଉଦ୍ଦେଶ୍ୟ କଣ ?

ଗାନ୍ଧୀଜୀଙ୍କ ଅସ୍ଥି ଓଡ଼ିଶାରେ ଥିବା ଖବର ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା । ପରେ ଏହା ଏକ ରହସ୍ୟ ବନିଗଲା । ଏମିତିକି କିଛି ସଂଗଠନ ଅସ୍ଥି ମହାତ୍ମା ଗାନ୍ଧୀଙ୍କର ନୁହେଁ ବରଂ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କର ବୋଲି ପ୍ରଶ୍ନ ଉଠାଇଥିଲେ । ସୁବାସଙ୍କ ଅସ୍ଥି ହୋଇଥିବାରୁ ଏହାକୁ ବ୍ୟାଙ୍କରେ ଲୁଚାଇ ରଖାଯାଇଥିବା କହିଥିଲେ ।

Why Mahatma Gandhi's Ashes Kept Secret For 40 Years in Odisha

ଅସ୍ଥି ପାଇଁ ଅଣନାତିଙ୍କ ଚିଠି

ପ୍ରଖ୍ୟାତ ଲେଖକ ପିଟର ଫ୍ରେଞ୍ଚ ତାଙ୍କ ବହି ‘ଲିବର୍ଟି ଓ ଡେଥ’ରେ ଏହି କଥା ବିସ୍ତୃତ ଉଲ୍ଲେଖ କରିଛନ୍ତି । ଗାନ୍ଧୀଜୀଙ୍କ ଅଣନାତି ତୁଷାର ଅରୁଣ ଗାନ୍ଧୀ ୧୯୯୬ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ବାପୁଙ୍କ ଅସ୍ଥିକୁ ନେଇ ଯାଞ୍ଚ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ । ଚିଠିରେ ସେ କିଛି ସମ୍ବାଦ ପତ୍ରର ଏ ସମ୍ପର୍କରେ ଜାଣିବାକୁ ପାଇଥିବା ସୂଚନା ଦେଇଥିଲେ ।

Why Mahatma Gandhi's Ashes Kept Secret For 40 Years in Odisha

ସେ ଲେଖିଥିଲେ ‘ସତରେ କଣ ଏ ଖବର ସତ ? ଓଡ଼ିଶାର କଟକର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲକରରେ ଗାନ୍ଧୀଜୀଙ୍କ ଅସ୍ଥି ରଖାଯାଇଥିଲେ ବହୁତ ଦୁଃଖ ଦାୟକ । କାରଣ ହିନ୍ଦୁ ପରମ୍ପରା ପ୍ରଥା ଅନୁସାରେ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ନଦୀରେ ଭସାଇ ଦେଲା ପରେ ହିଁ ଆତ୍ମାକୁ ଶାନ୍ତି ମିଳିଥାଏ ।’ ଏନେଇ କିଛି ଜଣାପଡ଼ିଲେ ତାଙ୍କୁ ଜଣାଇବାକୁ ସେ ଅନୁରୋଧ କରିଥିଲେ ।

ବ୍ୟାଙ୍କର ଉତ୍ତର

ତୁଷାରଙ୍କ ଚିଠିର ଉତ୍ତର ନା ଓଡ଼ିଶାର ରାଜ୍ୟପାଳ କି ମୁଖ୍ୟମନ୍ତ୍ରୀ କେହି ବି ଦେଇନଥିଲେ । ତେବେ ଚିଠିର କିଛିଦିନ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଚିଠି ଲେଖି ଉତ୍ତର ଦେବା ସହ ଏହାର ଯାଞ୍ଚ କରାଯିବ ବୋଲି କହିଥିଲେ । କିଛିଦିନ ପରେ ତୁଷାରଙ୍କୁ ଫୋନ୍ ଆସିଥିଲା । ପ୍ରକାଶିତ ଖବର ସତ ବୋଲି କୁହାଯାଇଥିଲା । ଗାନ୍ଧିଜୀଙ୍କ ଅସ୍ଥି କଟକର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକରରେ ଏକ କାଠ ବାକ୍ସରେ ରହିଛି । ବାକ୍ସ ଉପରେ ଲେଖାଯାଇଛି ‘ମହାତ୍ମା ଗାନ୍ଧୀଙ୍କ ଅସ୍ଥି’ ।

Why Mahatma Gandhi's Ashes Kept Secret For 40 Years in Odisha

ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଔପଚାରିକ ଭାବେ ୧୯୯୬ ମସିହା ମାର୍ଚ୍ଚ ୦୮ରେ ତୁଷାରଙ୍କୁ ଏକ ଚିଠି ପଠାଇଥିଲେ । ଯେଉଁଥିରେ ଲେଖାଥିଲା- ୧୯୫୦ ମସିହା ନଭେମ୍ବର ୨୯ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସଚିବ ୧୮ ଇଞ୍ଚ ଦୈର୍ଘ୍ୟ ଓ ୨୦ ପ୍ରସ୍ତର ଏକ ବାକ୍ସ ବ୍ୟାଙ୍କ ଲକରରେ ଜମା କରିଥିଲେ । ଏହା ବଦଳରେ ବ୍ୟାଙ୍କ ସେହିଦିନ ତାଙ୍କୁ ଡିପୋଜିଟ୍ ରିସିପ୍ଟ ଦେଇଥିଲା ଯାହାର ନମ୍ବର ୩୦/୨୧ । ବ୍ୟାଙ୍କ ଏହା ଉପରେ ନଜର ରଖିଛି ଏବଂ ବାକ୍ସଟି ସୁରକ୍ଷିତ ଥିବା କୁହାଯାଇଥିଲା ।

ଏହା ପୂର୍ବରୁ ୧୯୯୪ ମସିହା ଡିସେମ୍ବରରେ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖା ଯାଇଥିଲା । ଯେଉଁଥିରେ ଲକରରୁ ଏହାକୁ ନେଇଯିବାକୁ ବ୍ୟାଙ୍କ କହିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ବାକ୍ସକୁ ଓଡ଼ିଶା ସରକାରଙ୍କ ଦ୍ୱାରା ଜମା କରାଯାଇଥିବାରୁ ସରକାର ହିଁ ଯାହା ବାକ୍ସ ଉପରେ ଯାହା ନିଷ୍ପତ୍ତି ନେଇପାରିବେ ।

ଜବାବ ଦେଲେନି ସରକାର

ବ୍ୟାଙ୍କରୁ ଚିଠି ପାଇବା ପରେ ତୁଷାର ପୁଣି ଥରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । ରାମାନୁଜମଙ୍କୁ ଅନ୍ୟ ଏକ ଚିଠି ଲେଖିଥିଲେ । ଏଥିସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । କହିଥିଲେ- ଗାନ୍ଧିଜୀଙ୍କ ଅସ୍ଥି ପାଇବା ପାଇଁ ତାଙ୍କୁ ସାହାଯ୍ୟ କରାଯାଉ । ଫଳରେ ହିନ୍ଦୁ ରୀତିନୀତି ଅନୁସାରେ ଶେଷ ନୀତି କରାଯାଇ ପାରିବ । ପୁଣି ଥରେ ତୁଷାରଙ୍କୁ ଚିଠିର କୌଣସି ଉତ୍ତର ମିଳିନଥିଲା ।

Janaki Ballabh Patnaik

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ଏହା ଗୁଜବ

୧୯୯୬ ମାର୍ଚ୍ଚ ୨୧ରେ ତୁଷାର ନିଜେ ଓଡ଼ିଶା ଆସି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗୁଜବ ବୋଲି କହିଥିଲେ । ଗୁଜବ ଉପରେ ତୁଷାର ବିଶ୍ୱାସ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ୧୯୫୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ । ତାଙ୍କ ପାଖରେ କୌଣସି ସଚିବ ନଥିଲେ । ଏବଂ ସରକାରଙ୍କ ପାଖରେ ଏନେଇ କୌଣସି ରେକର୍ଡ ମଧ୍ୟ ନାହିଁ ।

ଏହି ଗୁଜବ ଉପରୁ ପରଦା ହଟାଇବାକୁ ଜାନକୀଙ୍କ ସରକାର ସିବିଆଇ ଯାଞ୍ଚ କରିବାକୁ ଯାଉଥିବା କହିଥିଲେ । ଯେଉଁଥିରେ ଅସ୍ଥିର ରସାୟନିକ ଯାଞ୍ଚ କରାଯିବ । ଯେଉଁଥିରୁ ଜଣାପଡ଼ିବ ଏହି ଅସ୍ଥି ଗାନ୍ଧିଜୀଙ୍କର କି ନୁହେଁ ?

Gandhi Jayanti 2020 How Mahatma Gandhi Celebrate His Birthday

ମୁଖ୍ୟମନ୍ତ୍ରୀ ଏହି ମାମଲାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଭୁଲ୍ ପ୍ରମାଣିତ କରିବା ସହ ବ୍ୟାଙ୍କ ଭ୍ରମାତ୍ମକ ତଥ୍ୟ ଦେଉଛି । ପୂରା ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ତୁଷାର କହିଥିଲେ ବ୍ୟାଙ୍କର କୌଣସି ଅଧିକାରୀ କାହିଁକି ଏମିତି କରିବେ ?

ଅସ୍ଥି ଦାୟିତ୍ୱ ଆମର ନୁହେଁ: ବ୍ୟାଙ୍କ

ଏହା ପରେ ଓଡ଼ିଶା ସରକାରଙ୍କ ସଚିବ ୧୯୯୬ ମସିହା ମାର୍ଚ୍ଚ ୨୩ରେ ଏସବିଆଇର ଭୁବନେଶ୍ୱର ଜେନରାଲ ମ୍ୟାନେଜର(ପରିଚାଳନା)ଙ୍କୁ ଚିଠି ଲେଖିଥିଲେ । କହିଥିଲେ- ଲକରରେ ଥିବା ବାକ୍ସ ଉପରେ ରାଜ୍ୟ ସରକାରଙ୍କ କୌଣସି ଦାୟିତ୍ୱ ନାହିଁ । ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଥିବା କୁହାଯାଉଛି । ବ୍ୟାଙ୍କ ବାକ୍ସକୁ ନେଇ କିଛି ବି କରିପାରେ ।

Gandhi Jayanti 2020 How Mahatma Gandhi Celebrate His Birthday

ବିଭିନ୍ନ ସଂଗଠନର ଆନ୍ଦୋଳନ

ବେଳକୁ ବେଳ ମାମଲା ସଙ୍ଗୀନ ହେବାରେ ଲାଗିଥିଲା । ବାକ୍ସ ଉପରେ କୌଣସି ଦାୟିତ୍ୱ ନଥିବା କହୁଥିବା ରାଜ୍ୟ ସରକାର ପରେ ପଛଘୁଞ୍ଚା ଦେଇଥିଲେ । ତୁଷାର ଆମରଣ ଅନଶନ କରିବା ପରେ ସରକାର ମତ ବଦଳାଇ ଥିଲେ । ବ୍ୟାଙ୍କ ଚାହିଁଲେ ତୁଷାରଙ୍କୁ ବାକ୍ସ ଦେଇପାରିବ ବୋଲି ସରକାର କହିଥିଲେ । ଏହି ମାମଲାରେ କେତକ ସଂଗଠନ ହସ୍ତକ୍ଷେପ କରିଥିବାରୁ ଯାହା କିଛି ହେବ କୋର୍ଟରେ ବୋଲି ଗାନ୍ଧିଜୀଙ୍କ ଅଣନାତି ତୁଷାରଙ୍କୁ ଅବଗତ କରାଇଥିଲା ବ୍ୟାଙ୍କ । ଯଦି ସେ କୋର୍ଟଙ୍କ ଆଦେଶ ଆଣିବେ ତ ତାଙ୍କୁ ଗାନ୍ଧିଜୀଙ୍କ ଅସ୍ଥି ବାକ୍ସ ଦିଆଯିବ ।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅସ୍ଥି ନେଲେ ତୁଷାର

ସବୁଠୁ ନିରାଶ ହେବା ପରେ ତୁଷାର ଗାନ୍ଧୀ, ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଅଜିଜ୍ ମୁସବ୍ବର ଅହମଦୀଙ୍କୁ ୧୯୯୬ ମସିହା ମେ ୨୬ରେ ଚିଠି ଲେଖି ଅନୁରୋଧ କରିଥିଲେ । ଯାହାକୁ ପିଆଇଏଲ୍ ଆକାରରେ ଶୁଣାଣି କରୁଥିଲେ ସୁପ୍ରିମକୋର୍ଟ । କିଛି ସପ୍ତାହ ପରେ କଟକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକରରେ ଥିବା ମହାତ୍ମା ଗାନ୍ଧୀଙ୍କ ଅସ୍ଥି ବାକ୍ସକୁ ତୁଷାରଙ୍କୁ ଦିଆ ଯାଇଥିଲା ।

Gandhi Jayanti 2020 How Mahatma Gandhi Celebrate His Birthday

କାହିଁକି ଲୁଚା ଯାଇଥିଲା ଅସ୍ଥି ?

୧୯୯୬ ମସିହା ଶେଷ ଏବଂ ୧୯୯୭ ଜାନୁଆରୀରେ ତୁଷାରଙ୍କୁ କାଠର ବାକ୍ସରେ ଥିବା ଅସ୍ଥି ମିଳିଥିଲା । ତୁଷାର ୧୯୯୭ ଜାନୁଆରୀ ୩୦ରେ ଅସ୍ଥିକୁ ନେଇ ଆହ୍ଲାବାଦ ଯାଇଥିଲେ । ସେଠାରେ ଅସ୍ଥିକୁ ଭସାଇ ଦେଇଥିଲେ । ତେବେ, ଆଜି ଯାଏଁ ଜଣାପଡ଼ିନାହିଁ ଗାନ୍ଧିଜୀଙ୍କ ଅସ୍ଥିକୁ କାହିଁକି ଲୁଚାଇ ରଖାଯାଇଥିଲା । ଯଦି ଓଡ଼ିଶା ସରକାର ୧୯୫୦ ମସିହାରେ ଅସ୍ଥି ଲୁଚାଇଥିଲେ ତ ! ଏହା ପଛରେ କଣ ରହିଥିଲା କାରଣ । ତାହା ଏବେବି ରହସ୍ୟ ହୋଇ ରହିଛି ।

ପିଚୁ କାରଖାନାରେ ନିଆଁ: କ୍ଷୟକ୍ଷତିର କୌଣସି ସୂଚନା ନାହିଁ

ସମ୍ବଲପୁର: ସଦରଥାନା ଅନ୍ତର୍ଗତ ଜୟନ୍ତପୁର ଠାରେ ଥିବା  ପିଚୁ କାରଖାନାରେ ନିଆଁ । ଗତକାଲି ରାତିରେ ହୁ ହୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି ।

https://www.facebook.com/NandighoshaTV/videos/774872206626865

ସବ୍ କଣ୍ଟ୍ରାକ୍ଟରଙ୍କୁ ଠକୁଛି IOCL ! ବର୍ଷେ ହେଲା ଦେଉ ନାହିଁ ଟଙ୍କା