spot_img
Home Blog Page 6351

କରୋନା ଟିକାର ପ୍ରସ୍ତୁତି ପାଇଁ ଜୋରସୋର ଚାଲିଛି ପ୍ରୟାସ, ଏନେଇ ତିନୋଟି ସହରକୁ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ: କରୋନା ଟିକାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ଆଜି ତିନୋଟି  ସହରକୁ ଗସ୍ତ କରିବେ ପି ଏମ । ଭାରତରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ ଓ ଏହାର ବିତରଣ ନେଇ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ଏହାର ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ । ମୋଦି ପ୍ରଥମେ ଅହମ୍ମଦାବାଦର ଜାଇଡସ୍ ବାୟୋଟେକ ପାର୍କ ଗସ୍ତ କରି ‘ଜାଇକୋଡ-ଭି’ ଟିକାର କରିବେ ସମୀକ୍ଷୀ। ।

ଏହା ପରେ ପ୍ରଧାନମନ୍ତ୍ରୀ ପୁଣେ ଗସ୍ତ କରି ସେଠାରେ ଟୀକା ଉତ୍ପାଦନ, ବିତରଣ ଓ ଭ୍ୟାକ୍ସିନର ସ୍ଥିତି ପରଖିବେ । ପୁଣେରେ କୋଭିସିଲ୍ଡର ସ୍ଥିତି ପରଖିବେ ମୋଦି । ଶେଷରେ ହାଇଦ୍ରାବାଦର ଭାରତ ବାୟୋଟେକରେ କୋଭିକ୍ସିନ ଟିକାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଦେଶବାସୀ କରୋନା ବିରୋଧରେ ଦୀର୍ଘ ଦିନ ଧରି ଲଢେଇ ଜାରି ରଖିଥିବାବେଳେ ଖୁବ ଶୀଘ୍ର ଟିକା ମିଳିବାକୁ ଯାଉଛି । ଏହାର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ିବେ ପିଲା । ଆସନ୍ତା ଶିକ୍ଷାବର୍ଷରୁ ପିଲାମାନଙ୍କୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା, ବିଶେଷ କରି ଇଞ୍ଜିନିୟରିଂ ପାଠ ପଢ଼ାଯିବ । ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ବସିଥିଲା । ବିଦ୍ୟାଳୟ ଶିକ୍ଷା ବୋର୍ଡରେ ଥିବା ସ୍ଥିତିର ମୂଲ୍ୟାଙ୍କନ କରିବା ପରେ ଜାତୀୟ ଶିକ୍ଷା ଏଜେନ୍ସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସିଲାବସ୍ ବାହାରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ପୋଖରିଆଲ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷରୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଖୋଲାଯିବ । ଏଥିପାଇଁ ଆଇଆଇଟି ଏବଂ ଏନଆଇଟି ପାଠ୍ୟକ୍ରମକୁ ସର୍ଟଲିଷ୍ଟ କରାଯାଇଛି । ହିନ୍ଦୀ ଓ ଇଂରାଜୀକୁ ଛାଡ଼ିଲେ JEE -MAIN ପରୀକ୍ଷା ୯ଟି ଆଞ୍ଚଳିକ ଭାଷାରେ କରିବାକୁ ଏନ୍‌ଟିଏ ଗତ ଅକ୍ଟୋବରରୁ ନିଷ୍ପତ୍ତି ନେଇଛି ।

ଗିରଫ ପରେ ନିଲମ୍ୱିତ ହେଲେ IFS ଅଭୟକାନ୍ତ ପାଠକ

ଭୁବନେଶ୍ୱର: ଗିରଫ ପରେ ନିଲମ୍ୱିତ ହେଲେ IFS ଅଭୟକାନ୍ତ ପାଠକ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିଲମ୍ୱିତ ହୋଇଛନ୍ତି ଅଭୟକାନ୍ତ । ଅତିରିକ୍ତ ପିସିସଏଫ ଦାୟିତ୍ୱରେ ଥିଲେ ଅଭୟକାନ୍ତ । ବେନାମୀ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପାଠକ ବାପ-ପୁଅ । ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଅଭୟକାନ୍ତ ଓ ପୁଅ ଆକାଶକୁ ଗିରଫ ପରେ ଝାରପଡା ଜେଲ ପଠାଇଛି ଭିଜିଲାନ୍ସ । ଏବେ ତାରକା ହୋଟେଲ ବଦଳରେ ଜେଲ ଭିତରେ କଟିବ ଜୀବନ । ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଉଭୟ ବାପ ଓ ପୁଅ । ଦୁଇ ଦିନ ଧରି ଭିଜିଲାନର ମାରାଥନ୍ ଚଢାଉ ପରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ । ଭୁବନେଶ୍ବର ଭିଜିଲାନ୍ସ ସେଲ କାର୍ଯ୍ୟାଳୟରେ ବାପା ପୁଅଙ୍କୁ ସାମ୍ନାସାମ୍ନି ଜେରା ପରେ ଡାକ୍ତରୀ ଯାଞ୍ଚ କରି ଗିରଫ କରାଯାଇଥିଲା ।

ହାର ମାନିଲେ ସରକାର ! କୃଷିମନ୍ତ୍ରୀ କହିଲେ ଆନ୍ଦୋଳନ ବନ୍ଦ କର, ସରକାର ଆଲୋଚନା ପାଇଁ ରାଜି

ନୂଆଦିଲ୍ଲୀ: ଚାଷୀଙ୍କ ଜିଦ୍ ଆଗରେ ହାର ମାନିଲେ ସରକାର । ପ୍ରଥମେ ଦିଲ୍ଲୀରେ ଏଣ୍ଟ୍ରି ପାଇଁ ଦେଲେ ଅନୁମତି । ଏବେ କେନ୍ଦ୍ରମନ୍ତ୍ରୀ କହିଲେ ‘ଆସ ଆଲୋଚନା କରିବା’ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କୁ ନିବେଦନ କରିଛନ୍ତି ଯେ, ଦୟାକରି ଆନ୍ଦୋଳନ ବନ୍ଦ କରନ୍ତୁ । କରୋନା ଏବଂ ଥଣ୍ଡା ଦିନ ହୋଇଥିବାରୁ ଏହା ଚାଷୀଙ୍କ ସ୍ୱାସ୍ଥ୍ୟ ପ୍ରତି ଘାତକ ହୋଇପାରେ । ତେଣୁ ଆନ୍ଦୋଳନ ବନ୍ଦ କରନ୍ତୁ ଏବଂ ଆସନ୍ତା ୩ ତାରିଖ ଦିନ ଆଲୋଚନା ପାଇଁ ପ୍ରସ୍ତୁତ ହୁଅନ୍ତୁ । କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଚାଷୀଙ୍କ ହୀତ ପାଇଁ କେନ୍ଦ୍ର ସରକାର ସବୁବେଳେ ବିହିତ ପଦକ୍ଷେପ ନେବାକୁ ତୟାର ଅଛନ୍ତି । ଚାଷୀମାନଙ୍କ ଏକ ପ୍ରତିନିଧି ଦଳ ସହ କେନ୍ଦ୍ର ସରକାର ଆସନ୍ତା ୩ ତାରିଖ ଦିନ ଆଲୋଚନା କରିବାକୁ ରାଜି ହୋଇଛନ୍ତି ।

Farmer Protest Against Modi govt Details

ତେବେ ଶୁକ୍ରବାର ସକାଳୁ ଚାଷୀଙ୍କୁ ଦିଲ୍ଲୀରେ ପ୍ରଥମେ ଏଣ୍ଟ୍ରି କରିବାକୁ ଦେଇ ନଥିଲା ପୋଲିସ । ଏହାପରେ ଚାଷୀଙ୍କ ଆନ୍ଦୋଳନ ଭଙ୍ଗ କରିବା ପାଇଁ ପାଣି ମାଡ଼ କରିଥିଲା । ହେଲେ ସବୁ ବାଧା ବିଘ୍ନକୁ ଏଡ଼ାଇ ଚାଷୀମାନେ ଆଗକୁ ବଢ଼ିଥିଲେ । ଶେଷରେ ଚାଷୀଙ୍କ ଜିଦ୍‌ ଆଗରେ ହାର ମାନିଥିଲେ ସରକାର । ପରେ ଦିଲ୍ଲୀରେ ଏଣ୍ଟ୍ରି ସହ ବୁରାଡିରେ ଚାଷୀଙ୍କୁ ଆନ୍ଦୋଳନ କରିବା ପାଇଁ ଅନୁମତି ଦେଇଥିଲେ ।

କୃଷି ଆଇନକୁ ବିରୋଧ କରି ଦ୍ୱିତୀୟ ଦିନରେ ପହଞ୍ଚିଛି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଜିଦ୍‌ରେ ଅଟଳ ଥିଲେ ଚାଷୀ । ରାତି ତମାମ ପାନିପତ ଟୋଲ ପ୍ଲାଜା ନିକଟରେ ଚାଷୀ ଶୋଇଥିବା ବେଳେ ସକାଳୁ ସକାଳୁ ପୁଣି ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ସିନ୍ଧୁ ସୀମା ଦେଇ ସେମାନେ ଦିଲ୍ଲୀରେ ପ୍ରବେଶ କରିବା ପୂର୍ବରୁ ସେଠାରେ ତାଙ୍କୁ ପୋଲିସ ଅଟକାଇଥିଲା ।

ହେଲେ ବୁରାଡିରେ ଆନ୍ଦୋଳନ କରିବାକୁ ସିଧା ସିଧା ମନାକରିଛନ୍ତି ଚାଷୀ । ଆନ୍ଦୋଳନ ପାଇଁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ସାଙ୍ଗରେ ରଖିଛନ୍ତି ଚାଷୀ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ । ସରକାର ସେମାନଙ୍କ ଦାବି ନମାନିଲେ ଆନ୍ଦୋଳନ ଆହୁରି ତେଜିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀବାସୀଙ୍କ ଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଟ୍ରାଫିକ ଜାମ୍ ଥିବା ବେଳେ ମେଟ୍ରୋ ଓ ରେଳ ଚଳାଚଳ ବନ୍ଦ ରହିଛି । ହରିୟାଣାରୁ ଦିଲ୍ଲୀ ଯାଉଥିବା ଲୋକଙ୍କର ଯାଞ୍ଚ କରାଯାଉଛି । ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ବନ୍ଦ ରହୁଛି ।

ବର୍ଷର ଝିଅକୁ ହତ୍ୟା କରି ପୋତିଦେଲା ବାପା

କୋରାପୁଟ: ପିଶାଚ ସାଜିଲା ବାପା । ୬ ବର୍ଷର ଝିଅକୁ ହତ୍ୟା କରି ପୋତିଦେଲା ବାପା । ଏଭଳି ନୃସଂଶ ଘଟଣା ଘଟିଛି କୋରାପୁଟ ପଟାଙ୍ଗି ବ୍ଲକ ଟାଉପଦର ଗାଁରେ । ଦେଓମାଳି ପର୍ବତ ନିକଟର ଭୈରବ ମନ୍ଦିର ଠାରୁ ମୃତଦେହକୁ ପୋତିଥିବା ଅବସ୍ଥାରେ ଠାବ କରିଛି ପଟାଙ୍ଗୀ ପୋଲିସ । ଗତ କିଛିଦିନ ତଳେ ଝିଅ ନିଖୋଜ ହୋଇଥିବା ନେଇ ନିଜେ ବାପା ସୂଚନା ଦେଇଥିଲେ । ଏନେଇ ଥାନାରେ ଏତଲା ପରେ ପୋଲିସ ଇଭେଷ୍ଟିଗେସନ ଆରମ୍ଭ କରିଥିଲା । ତେବେ ତଦନ୍ତରୁ ନିଜେ ବାପା ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ସେପଟେ ଗ୍ରାମବାସୀ ବାପା ଝିଅକୁ ବଳି ଦେଇଥିବା ଅଭିଯୋଗ କରିଛନ୍ତି ।

ଯାତ୍ରୀବାହୀ ବସ ଉପରକୁ ଦୁର୍ବୃତ୍ତ କଲେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ବସ୍ ଚାଳକ

ଭୁବନ: ଯାତ୍ରୀବାହୀ ବସ ଉପରକୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଲେ ବସ୍ ଚାଳକ । ବାଇକରେ ଆସିଲେ ସାମ୍ନାପଟୁ ଗଳି ମାରିଲେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଜିରାଉତ ସେତୁ ନିକଟ ଛକରେ । ମଲ୍ଲିକ ନାମକ ଏକ ଯାତ୍ରୀବାହୀ ବସ ଉପରକୁ ଜଣେ ଯୁବକ ଓ ଯୁବତି ଗୁଳି ଚଳାଇଛନ୍ତି । ବସଟି କଟକରୁ ଭୁବନ ଅଭିମୁଖେ ଯାଉଥିବା ବେଳେ ଦେଓଗାଁ ରାସ୍ତାରେ ଏକ ବାଇକରେ ଦୁଇ ଜଣ ଯୁବକ ଓ ଯୁବତୀ ବାରମ୍ବାର ଓଭରଟେକ୍ କରିଥିଲେ । ଏଭଳି ନକରିବା ପାଇଁ ବସ ଡ୍ରାଇଭର କହିବାରୁ ସେମାନଙ୍କ ସହ ଝଗଡ଼ା ହୋଇଥିଲା । ପରେ ଯୁବକ-ଯୁବତୀ ଉତ୍ୟକ୍ତ ହୋଇ ବାଜିରାଉତ ସେତୁ ନିଳକଣ୍ଠପୁର ଛକରେ ବସ ଡ୍ରାଇଭର ଉପରକୁ ବ୍ୟାଗରୁ ମାଉଜର ଖୋଲି ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକ ଆସିବାରୁ ଦୁଇ ଜଣ ନଦୀ ପଠାକୁ ଦୌଡି ପଳାଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

ମାଇନସ୍ ଟ୍ରାକ୍‌ରେ ଦେଶର ଜିଡିପି..!

ନୂଆଦିଲ୍ଲୀ: ମାଇନସ୍ ଟ୍ରାକ୍‌ରେ ଦେଶର ଜିଡିପି । ପ୍ରକାଶ ପାଇଛି ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୈମାସିକ ଜିଡିପି ରିପୋର୍ଟ । ଗତ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଜିଡିପି ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ତ୍ରୈମାସିକ ଜିଡିପି ରିପୋର୍ଟ ମାଇନସ ୭ ଦଶମିକ ୫ ପ୍ରତିଶତ ରହିଛି । ଯାହା ୮୫.୩୦ ଲକ୍ଷ କୋଟି ଟଙ୍କା ରହିଛି ।

ପୂର୍ବରୁ ପ୍ରଥମ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ମାଇନସ୍‌ ୨୩ ଦଶମିକ ୯ ପ୍ରତିଶତ ଥିଲା । ପ୍ରଥମ ତ୍ରୈମାସିକ ଜିଡିପି ରିପୋର୍ଟ ତୁଳନାରେ ଏଥର ସ୍ଥିତିରେ ସୁଧାର ଆସିଛି । କରୋନା ମହାମାରୀ ପାଇଁ ପ୍ରଥମ ଜିଡିପି ହାର ବହୁତ କମ ରହିଥିଲା । କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁ ଜିଡିପି ହାର ଖସିଛି ବୋଲି ବିଶେଷଜ୍ଞ କହିଛନ୍ତି । ଏଥିସହ ଅକ୍ଟୋବର ମାସରେ ୮ଟି କୋର୍ ଇଣ୍ଡଷ୍ଟ୍ରିଜର ପ୍ରଦର୍ଶନ ନୈରାଶ୍ୟ ଜନକ ରହିଛି । ତେବେ ଆରବିଆଇର ଅନୁମାନ ଅନୁସାରେ ଦ୍ୱିତୀୟ ତ୍ରୈମାସିକ ରିପୋର୍ଟରେ ଭଲ ପ୍ରଦର୍ଶନ ହୋଇଛି ।

ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ, ରାସ୍ତାରେ ଟାୟାର ଜାଳିଲେ ଡାକ୍ତରଖାନା ଭାଙ୍ଗିଲେ

ଭୁବନେଶ୍ୱର: ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ । ଡାକ୍ତରଖାନାରେ ପସିଲେ ଭଙ୍ଗା ରୁଜା କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ  ଥାନା  ଜଳେଶ୍ଵରପୁର  ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପାଣିରେ  ବୁଡ଼ି ଯାଇଥିବା ଶିଶୁ କନ୍ୟାର ମୃତ୍ୟୁକୁ ନେଇ  ହସ୍ପିଟାଲରେ ସମ୍ପର୍କିୟମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଙ୍ଗା ରୁଜା କରିଛନ୍ତି । ତେବେ ନ୍ୟାୟ ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ  ଭୋଗରାଇ  ପୋଲିସ  ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି  ।

ସୂଚନା ଅନୁଯାୟୀ, ଭୋଗରାଇ ଥାନା ଛୋଟ ମହେଶ ପୁର ଗାଁର ଅନୀଲ କାମିଳାଙ୍କ ତିନି ବର୍ଷର  ଝିଅ ଦିବ୍ୟାଂସି ଆଜି  ଅପରାହ୍ନରେ  ପାଣିରେ  ବୁଡ଼ି ଯାଇଥିଲା । ଘର ଲୋକେ ଉଦ୍ଧାର କରି ଝିଅକୂ ଜଳେଶ୍ଵରପୁର ହସ୍ପିଟାଲକୁ ଆଣି ଥିଲେ । ମାତ୍ର   ସନ୍ଧ୍ୟା ବେଳେ କୌଣସି ଡାକ୍ତର  ହସ୍ପିଟାଲରେ ନଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ  ଜଣେ  କର୍ମଚାରୀ  ଡାକ୍ତର ତାଙ୍କ  ସରକାରୀ ବାସଭବନରେ  ଅଛନ୍ତି  ସେଠାକୁ  ନେଲେ  ଦେଖିବେ ବୋଲି କହିଥିଲେ । ଘର ଲୋକେ  ଡାକ୍ତରଙ୍କୁ  ତାଙ୍କ  ବାସଭବନରୁ  ଡାକି ଆଣିବା  ପରେ  ଡାକ୍ତର  ଶିଶୁଟିର  ମୃତ୍ୟୁ  ହୋଇ ଯାଇଥିବା କହିଥିଲେ । ଫଳରେ  ସେଠାରେ  ଉତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ  ଭୋଗରାଇ  ପୋଲିସ ପହଞ୍ଚି  ତଦନ୍ତ  ଆରମ୍ଭ କରିଛି ।

ଟ୍ରାନସଫରମର ବସାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ୱେସ୍କୋ କନିଷ୍ଠ ଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ

ରାଉରକେଲା: ଭିଜିଲାନ୍ସ ଜାଲରେ  ୱେସ୍କୋ ଯନ୍ତ୍ରୀ । ଟ୍ରାନସଫରମର ବସାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ । ଯନ୍ତ୍ରୀ ଯଶୋବନ୍ତ ନାରାୟଣ ଦେଓ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୧୫ ହଜାର ଲାଞ୍ଚ ଟଙ୍କା ଜବତ କରି ଭିଜିଲାନ୍ସ ବିଭାଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଟାଙ୍ଗର ଗାଁରେ । ଯନ୍ତ୍ରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଉକ୍ତ ଗାଁରେ ଗତ ଏପ୍ରିଲ ମାସରୁ  ଟ୍ରାନସଫରମର ପୋଡିଯାଇଥିଲେ ମଧ୍ୟ  ଟ୍ରାନ୍ସଫର୍ମର ବସାଇବା  ପାଇଁ ୱେସ୍କୋର  ସବଡେଗା ସେକ୍ସନର କନିଷ୍ଠ ଯନ୍ତ୍ରୀ ଯଶବନ୍ତ ନାରାୟଣ ଦେଓ ୧୫ ହଜାର ଲାଞ୍ଚ ମାଗିଥିଲେ । ଏନେଇ ଗାଁ ଲୋକେ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଆଜି  ଜଣେ ଗ୍ରାମବାସୀଙ୍କ ଠାରୁ ଯନ୍ତ୍ରୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ସୁନ୍ଦରଗଡ଼ ଭିଜିଲାନ୍ସ ହାତରେ ଧରାପଡି କନିଷ୍ଠ ଯନ୍ତ୍ରୀ  ଗିରଫ ହୋଇଛନ୍ତି ।

ରେଳବାଇ ପ୍ରକଳ୍ପର ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ, କହିଲେ ଆଗେଇ ପାରୁନି ପୁରୀ-କୋଣାର୍କ ରେଳ ପ୍ରକଳ୍ପ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ରାଜ୍ୟରେ ରେଳବାଇ ପ୍ରକଳ୍ପର କାମ ନେଇ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ଜମି ଯୋଗାଇଥିଲେ ମଧ୍ୟ ଏ ଯାଏଁ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଆଗେଇ ପାରୁନି । ପ୍ରକଳ୍ପ ପାଇଁ ରାଜ୍ୟ ୫୦ ପ୍ରତିଶତ ଅର୍ଥ ବହନ କରିଛନ୍ତି । ହେଲେ ୨୦୧୬ରୁ ଆରମ୍ଭ ହୋଇଥିବା କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ସେହିପରି ୨୦୧୭ରୁ ଅନୁମତି ପାଇଥିବା ଗୁଣୁପୁର- ଥେରୁବାଲି ପ୍ରକଳ୍ପ କାମରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଜମି ଚିହ୍ନଟ ପରେ ମଧ୍ୟ ଶିତଳାପାଲି ଓ୍ୱାଗନ କାରଖାନା କାମ ଆରମ୍ଭ ହୋଇନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଏହା ସହିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ କାମ ଅଧପନ୍ତରିଆ ଅବସ୍ଥାରେ ରହିଛି । ପଶ୍ଚିମ ଓଡ଼ିଶାରେ ରେଳ ଯୋଗାଯୋଗର ଉନ୍ନତି ଦାବି ସହ ପଶ୍ଚିମ ଓଡ଼ିଶାକୁ ରାଜଧାନୀ ଓ ତେଜସ୍ ଏକ୍ସପ୍ରେସ ଚଳାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।