spot_img
Home Blog Page 6351

ପ୍ଲାଜ୍‌ମା ଦାତାଙ୍କୁ ସାଧୁବାଦ୍‌ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ଲାଜ୍‌ମା ଦାତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ କହିଛନ୍ତି ଯେ, ପ୍ଲାଜମା ଦାନ କରି ରାଜ୍ୟର କୋଭିଡ-୧୯ ମୁକାବିଲାକୁ ସୁଦୃଢ଼ କରୁଥିବା କୋଭିଡ୍‌ ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ଅନେକ ଅନେକ ସାଧୁବାଦ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ଲାଜ୍‌ମା ଦାନ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହି ଜନଆନ୍ଦୋଳରେ ସାମିଲ ହୋଇ ୩୦୦ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି । ସେମାନଙ୍କ ପ୍ଲାଜ୍‌ମା ଦାନ ଦ୍ୱାରା ଅନେକ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି । ପ୍ଲାଜ୍‌ମା ଥେରାପୀ ଦ୍ୱାରା ସେମାନଙ୍କ ଜୀବନ ରକ୍ଷା ହୋଇପାରିଛି । କରୋନାରେ ଗୁରୁତର ସଂକ୍ରମିତଙ୍କୁ ପ୍ଲାଜ୍‌ମା ଦାନ କରି ଜୀବନ ରକ୍ଷା କ୍ଷେତ୍ରରେ ଏହି ଯୋଦ୍ଧାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଆଜି ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଗାନ୍ଧୀଙ୍କ ଫଟୋ ରଖି ପୂଷ୍ପମାଲ୍ୟ ଆର୍ପଣ କରିଛନ୍ତି । ଏନେଇ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଦେଖାଯାଇଛି ।

IPL 2020: ନିଜ ଦମଦାର ଫର୍ମରେ ପୁଣି ଫେରିବ କି ଚେନ୍ନାଇ ? ଆଜି SRHକୁ ମିଳିପାରେ କଡ଼ା ଟକ୍କର

ଦୁବାଇ: ଆଇପିଏଲରେ ଚେନ୍ନାଇ ଏବଂ ସନରାଇଜରର୍ସ ଟିମକୁ ଆରମ୍ଭରୁ ହିଁ ସବୁଠୁ ସନ୍ତୁଳିତ ଦଳ ଭାବେ ବିବେଚନା କରାଯାଉଛି । କିନ୍ତୁ ଚଳିତ ବର୍ଷ ଉଭୟ ଟିମ୍ ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ ଦୁଇଟିରେ ପରାଜୟ ବରଣ କରିଛନ୍ତି । ମିଡିଲ ଅଡର ସନ୍ତୁଳିତ ନଥିବା କାରଣରୁ ଭଭୟ ଟିମ ପରାଜୟ ସାମ୍ନା କରୁଥିବା ବିଶେଷଜ୍ଞ ମତ ଦେଇଛନ୍ତି ।

ମୁରଲି ବିଜୟଙ୍କ ସ୍ଥାନ ନେଇପାରନ୍ତି ରାୟଡୁ

ମୁରଲୀ ବିଜୟଙ୍କ ଖରାପ ଫର୍ମକୁ ଦେଖି ଲାଗୁଛି ରାୟଡୁ ତାଙ୍କୁ ରିପ୍ଲେସ କରିପାରନ୍ତି । କିନ୍ତୁ ବ୍ରାଭୋଙ୍କ କ୍ଷେତ୍ରରେ ଏହା କୁହାଯାଇପାରିବ ନାହିଁ କାରଣ ତାଙ୍କୁ ଏକାଦଶ ସ୍ଥାନରେ ଖେଳାଇବାକୁ ହେଲେ ମହେନ୍ଦ୍ର ସିଂ ଧୋନିଙ୍କୁ ପୁରା ବ୍ୟାଟିଂ ଅର୍ଡର ବଦଳାଇବାକୁ ପଡ଼ିବ । କିନ୍ତୁ କେଦାର ଯାଦବଙ୍କ ଖରାପ ଫର୍ମ ଧୋନିଙ୍କ ଚିନ୍ତା ବଢ଼ାଇପାରେ କାରଣ ତାଙ୍କୁ ରିପ୍ଲେସ କରିବା ପାଇଁ ଟିମରେ ସେପରି କେହି ବିକଳ୍ପ ନଜର ଆସୁନାହିଁ ।

ବ୍ରାଭୋଙ୍କୁ ଟିମରେ ଆଣିବା ପାଇଁ କାହାକୁ ବାହାର କରିବେ ଧୋନି ?

ବ୍ରାଭୋଙ୍କ ବଦଳରେ ସ୍ୟାମ କୁରେନଙ୍କୁ ନିଆଯାଇଥିଲା । ସ୍ୟାମ କୁରେନ ଚେନ୍ନାଇ ପାଇଁ ପ୍ରଥମ ତିନିଟି ମ୍ୟାଚ୍‌ରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ନିଜର ପ୍ରଭାବ ପକାଇଛନ୍ତି । ବ୍ରାଭୋଙ୍କୁ ଦଳରେ ରଖିବା ପାଇଁ ଧୋନିଙ୍କୁ ସଚିନ ୱାଟସନ କିମ୍ବା ଜୋଶ ହେଜଲଉଡଙ୍କୁ ବାହାର କରିବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ, କେନ୍ ୱିଲିୟମସନଙ୍କ ଆଗମନରେ ସନରାଇଜର୍ସର ମିଡିଲ ଅଡର ସୁଦୃଢ ହୋଇଛି । ଯାହା ସେମାନଙ୍କୁ ଦୁଇଟି ପରାଜୟ ପରେ ପ୍ରଥମ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା । ଜନି ବେୟାରଷ୍ଟୋ ଏବଂ ଡେଭିଡ ୱାର୍ନରଙ୍କର ମଧ୍ୟ ଟିମରେ ଅବଦାନ ରହିଛି ଏବଂ ଏଭଳି ପରିସ୍ଥିତିରେ ଦଳ କୈଣସି ପ୍ରକାର ଅବହେଳା ଗ୍ରହଣ କରିବ ନାହିଁ ।

SRHକୁ ମିଡିଲ ଅଡରରେ ‘ବିଗ୍ ହିଟର’ର ଆବଶ୍ୟକତା ରହିଛି-

ସନରାଇଜରର୍ସଙ୍କୁ ଯଦି ସଫଳତା ହାସଲ କରିବାର ଅଛି ତେବେ ମିଡିଲ ଅଡରରେ ଜଣେ ଭଲ ‘ବିଗ୍ ହିଟର’ ଆଣିବାର ଆବଶ୍ୟକତା ରହିଛି । କାରଣ ବେୟାରଷ୍ଟୋ, ୱାର୍ଣ୍ଣର ଏବଂ ୱିଲିୟମସନଙ୍କ ବିଫଳତା ଦଳକୁ ଅସୁବିଧାରେ ପକାଇପାରେ । କାଶ୍ମୀରର ଅବଦୁଲ ସମଦ ଆଶା ବଢ଼ାଇଥିବାବେଳେ ପ୍ରିୟମ ଗର୍ଗ ଏବଂ ଅଭିଷେକ ଶର୍ମା ନିଜ ଖେଳକୁ ଉନ୍ନତ କରିବାର ଆବଶ୍ୟକତା ରହିଛି ।

ବୋଲିଂ କଥା କହିବାକୁ ଗଲେ ଉଭୟ ଦଳର ବୋଲିଂ ବିଭାଗ ସମାନ ଥିବା ଦେଖିବାକୁ ମିଳିଛି । ଚେନ୍ନାଇର ଦୀପକ ଚାହର, ହେଜଲଉଡ୍, କରେନ, ରବିନ୍ଦ୍ର ଜାଡେଜା ଏବଂ ପୀୟୁଷ ଚାୱଲା ଦୁବାଇର ଧିମା ୱିକେଟ୍ ପାଇଁ ଉପଯୋଗୀ ସାବସ୍ତ୍ୟ ହୋଇଛନ୍ତି । ସନରାଇଜର୍ସ ଟି. ନାଟାରାଜନଙ୍କୁ ଡେଥ୍ ଓଭର ଏକ୍ସପଟ ଭାବରେ ପାଇଛି ଯିଏ ବିଶ୍ୱ ଟି -୨୦ର ଏକ ନମ୍ବର ବୋଲର ରସିଦ ଖାନଙ୍କ ଜଣେ ଭଲ ସହଯୋଗୀ ସାବସ୍ତ୍ୟ ହୋଇପାରିବେ ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଜାତିର ପିତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଳି ଜ୍ଞାପନ କରିଛନ୍ତି । ବାପୁଙ୍କ ଫଟୋରେ ନବୀନ ପୁଷ୍ପମାଲ୍ୟ ଦେଇ ତାଙ୍କର ବଳିଷ୍ଠ ଅବଦାନକୁ ସ୍ମରଣ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ସତ୍ୟ ଓ ଅହିଂସାର ପ୍ରତୀକ ହେଉଛନ୍ତି ମହାତ୍ମା ଗାନ୍ଧୀ ।ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଲୋକଙ୍କ କଲ୍ୟାଣରେ ତାଙ୍କ ପ୍ରଦର୍ଶିତ ମାର୍ଗ ସର୍ବଦା ସହାୟକ । 

ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ରୋହିତ ପୂଜାରୀ, ବିଧାନସଭା ସଚିବ ଓ ଅନ୍ୟାନ୍ୟ କର୍ମଚାରୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଅସୁରକ୍ଷିତ ମହିଳା: ନେତାଙ୍କୁ ସୁରକ୍ଷା ଯୋଗଇଦେବାକୁ ନେଇ ଟାର୍ଗେଟରେ ଯୋଗୀ ସରକାର

ମୁମ୍ୱାଇ: ଉତ୍ତରପ୍ରଦେଶ ହାଥରସ ଓ ବଳରାମପୁରରେ ଯୁବତୀଙ୍କ ସହିତ ହୋଇଥିବା ବର୍ବରତା ପରେ ଏବେ ସାରା ଦେଶରେ ଯୋଗୀ ସରକାରଙ୍କୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି । ହାଥ୍‌ରସର ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାର ନେଇ ଲୋକଙ୍କ କ୍ରୋଧ ଥମିନଥିବା ବେଳେ  ରାଜ୍ୟର ବଳରାମପୁର ଜିଲ୍ଲାରେ ହୋଇଥିବା ଘଟଣା ଦେଶବାସୀଙ୍କୁ ଦୋହଲାଇ ଦେଇଛି ।

Ravi Kishan gets Y+ security after threat calls post speaking on Bollywood, drugs - india news - Hindustan Times

ବଳରାମପୁର ଜିଲ୍ଲାରେ ୨୨ ବର୍ଷୀୟ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ପରେ ମୃତ୍ୟୁ ଘଟଣା ଲୋକଙ୍କୁ ଅଧିକ ବ୍ୟଥିତ କରିବା ସହ ମହିଳା ଓ ଯୁବତୀଙ୍କ ସୁରକ୍ଷା ନେଇ ଚିନ୍ତିତ କରିଛି । ନିକଟର ଭୋଜପୁରି ଅଭିନେତା ତଥା ସୁପରଷ୍ଟାର ରବି କିଷନଙ୍କୁ ଯୋଗୀ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଇଥିବା ଓ୍ୱାଇ-ପ୍ଳସ୍ ସିକ୍ୟୁରିଟି ସୁରକ୍ଷା ନେଇ ଆକ୍ଷେପ କରିବା ସହ ସୋସିଆଲ ମିଡିଆରେ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

घमासान के बीच रवि किशन को मिली Y+ सुरक्षा, ट्वीट कर लिखा- शुक्रिया महाराज जी! - Bjp mp ravi kishan y plus security uttar Pradesh government yogi adityanath bollywood - AajTak

           ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ରବି କିଷନ ବଲିଉଡର ଡ୍ରଗ୍ସ ଲିଙ୍କ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ସାଂସଦ ତଥା ବଲିଉଡର ବିଗତ ଦିନର ଅଭିନେତ୍ରୀ ଜୟା ବଚ୍ଚନ ଏହାକୁ ବିରୋଧ କରିଥିଲେ । କିଛି ଲୋକ ‘ଯେଉଁ ଥାଳିରେ ଖାଅନ୍ତି ସେହି ଥାଳିରେ ଛିଦ୍ର’ କରନ୍ତି । ରବି କିଷନ ନିଜ ପ୍ରତିକ୍ରିୟାରେ ଡ୍ରଗ୍ସ ନେଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ନେପାଳକୁ ମଧ୍ୟ ଦାୟୀ କରିଥିଲେ । ରବି କିଷାନଙ୍କ ଏଭଳି ବୟାନ ପରେ ଉତ୍ତରପ୍ରଦେଶରେ ଯୋଗୀ ସରକାର ତାଙ୍କୁ ଓ୍ୱାଇ-ପ୍ଳସ୍ ସୁରକ୍ଷା ପ୍ରଦାନ କରିଥିଲେ । ଯାହାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ରବି କିଷନ ଟ୍ୱିଟ୍ କରି  ଧନ୍ୟବାଦ ଜଣାଇଥିଲେ ।

            ତେବେ ସମ୍ପ୍ରତି ଦୁଷ୍କର୍ମ ଘଟଣା ପରେ ରବି କିଷନଙ୍କୁ ଓ୍ୱାଇ-ପ୍ଳସ୍ ସୁରକ୍ଷା ଦିଆଯିବା ନେଇ ସୋସିଆଲ୍ ମିଡିଆରେ ସମାଲୋଚନାର ଶରବ୍ୟ ହୋଇଛନ୍ତି । ରବି କିଷନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇ କିଛି ଟ୍ୱିଟର ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି ଯେ, ‘ଦେଶର ଝିଅଙ୍କୁ କେବେ ସୁରକ୍ଷା ଦିଆଯିବ, ଦେଶର ଝିଅଙ୍କୁ ମଧ୍ୟ ଏଭଳି ସୁରକ୍ଷା ଦିଆଯାଇଥିଲେ ଭଲ ହୁଅନ୍ତା’ ।

ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଏଭଳି କିଛି ସୁରକ୍ଷା ଦେଶର ଗରିବ ଝିଅଙ୍କ ମଧ୍ୟ ଯୋଗାଇଥିଲେ ଭଲ ହୁଅନ୍ତା । ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ସେମାନଙ୍କୁ x,y,z ସିକ୍ୟୁରିଟି ନୁହେଁ ବରଂ  ସମାଜର କିଛି ପିସାଚଙ୍କ ଠାରୁ ସୁରକ୍ଷା ଆବଶ୍ୟକ ।

ପୁଣି ଉଠିଲା ବିଜୁଙ୍କୁ ଭାରତ ରତ୍ନ ଦାବି

ରାଉରକେଲା: ଓଡ଼ିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ନେଇ ପୁଣି ଦାବି ଉଠିଛି । ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଵିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିଵା ପାଇଁ ଦାବି ହୋଇଛି । ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି, ରାଉରକେଲା ଓକିଲ ସଂଘ, ବିଜୁ ଫାଉଣ୍ଡେସନ ସହ ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଜୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।

ରାଉରକେଲା ସହରର ପାନପୋଷ ଜନତା ଧର୍ମଶାଳାଠାରେ ମହାତ୍ମାଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ସଭାରେ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରାଯାଇଛି । ସଭାପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସାଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ଡକ୍ଟର ଗଣେଶୀଲାଲ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯିବ ।

ରାହୁଲଙ୍କ ସହ ପୋଲିସର ଦୁର୍ବ୍ୟବହାରକୁ ସଞ୍ଜୟ ରାଉତଙ୍କ ସମାଲୋଚନା: କହିଲେ, ଗଣତନ୍ତ୍ର ଉପରେ ଗଣଦୁଷ୍କର୍ମ

ମୁମ୍ୱାଇ: କଂଗ୍ରେସ ସାଂସଦ ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୋଲିସର ଦୁର୍ବ୍ୟବହାର ଘଟଣାକୁ ସମାଲୋଚନା ସଞ୍ଜୟ ରାଉତ । ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ରାଉତ କହିଛନ୍ତି ଯେ, ହାଥ୍‌ରସ୍ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ପୋଲିସ ଯେଉଁ ଭଳି ଦୁର୍ବ୍ୟବହାର କରିଛି ତାକୁ ଦେଶରେ କେହିଁ ବି ସମର୍ଥନ କରିବେନାହିଁ । ରାହୁଲ ଗାନ୍ଧୀଙ୍କ ଗସ୍ତ ସମୟରେ ତାଙ୍କୁ ଯମୁନା ଏକ୍ସପ୍ରେସ ନିକଟରେ ପୋଲିସ ଦ୍ୱାରା ଅଟକା ଯାଇଥିଲା । ଆଉ ସେ ପିନ୍ଧିଥିବା ପୋଷାକର କଲର ଧରିବା ସହ ତାଙ୍କୁ ତଳେ ପକାଇଦେଇଥିଲା । ଦେଶର ଏକ ରାଜନୈତିକ ଦଳର ଶୀର୍ଷ ନେତାଙ୍କ ସହ ଏଭଳି ବ୍ୟବହାର ଗଣତନ୍ତ୍ର ସହ ଦୁଷ୍କର୍ମ । ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ  । ସେ ଆହୁରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁତ୍ର । ଉଭୟ ଦେଶ ପାଇଁ ବଳିଦାନ ଦେଇଛନ୍ତି । ଏ କଥାକୁ ଆମେ ଭୁଲିଯିବା ଉଚିତ୍ ନୁହେଁ ।

            ରାହୁଲ ଗାନ୍ଧୀଙ୍କ ସହିତ ହୋଇଥିବା ଦୁର୍ବ୍ୟବହାର ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳିଛି । ଓଡ଼ିଶା କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିବା ସହ ଆଗାମୀ ଦିନରେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ଓଡ଼ିଶାରେ ପୂରାଇ ଦେବୁନି ବୋଲି ଚେତାବନୀ ଦେଇଛି ଦଳ ।

ଗ୍ରେଟର ନୋଏଡ଼ାରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ୨୦୩ ନେତାଙ୍କ ବିରୋଧରେ ଏତଲା

 

ୟୁପି ଗଣଦୁଷ୍କର୍ମ ପ୍ରତିବାଦ ନାଁରେ ରାଜ୍ୟ କଂଗ୍ରେସର ଡେମୋ, ପୀଡିତାଙ୍କ ପ୍ରତି ଦରଦ ନା ରାଜନୀତିର ଡେମୋ ?

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ହାଥରସ କାଣ୍ଡ ପୁରା ଦେଶର ଆତ୍ମାକୁ ଖୀନଭିନ୍ କରିଛି । ଦେଶବ୍ୟାପୀ ଏହାକୁ ନେଇ ପ୍ରତିବାଦ ହେଉଛି । ବିଜେପି ଓ ଏହାର ଉତ୍ତରପ୍ରଦେଶ ଶାସନମୁଖ୍ୟ ଏବେ ସମାଲୋଚନାର ସେଣ୍ଟରଷ୍ଟେଜରେ ଅଛନ୍ତି । କିନ୍ତୁ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଲାଣି । ଭୁବନେଶ୍ୱରରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଯେଉଁଭଳି ପ୍ରତିବାଦ କରାଯାଇଛି, ତାହା ଅତିକମରେ ସେଇଆ ହିଁ କହୁଛି । ଏହି ପ୍ରତିବାଦରେ ପୀଡିତାଙ୍କ ପ୍ରତି ଦରଦ କମ ଅଧିକ ରାଜନୀତି ଥିଲା ଭଳି ଲାଗୁଛି । ପ୍ରତିବାଦ ନାଁରେ ରାଜ୍ୟ କଂଗ୍ରେସ ଷ୍ଟ୍ରିଟ୍ ପ୍ଲେକୁ ଓହ୍ଲାଇ ଆସିଛି । ଷ୍ଟ୍ରିଟ୍ ପ୍ଲେ ପୁଣି ନିଜ ନେତାଙ୍କୁ ସେଣ୍ଟର ଷ୍ଟେଜକୁ ଆଣିବାକୁ । ଏଥିରେ ପୀଡିତାଙ୍କୁ ନ୍ୟାୟ ଦେବା କମ ନିଜ ନେତାଙ୍କ ଦିନକୁ ଦିନ କମୁଥିବା ରାଜନୈତିକ ଗ୍ରାଫକୁ ଉପରକୁ ଉଠାଇବାର ଉଦ୍ୟମ ଅଧିକ ଥିବା ଭଳି ପ୍ରତୀତ ହୋଇଥିଲା ।

CONGRESS_RALLY 3

ଭୁବନେଶ୍ୱରରେ ଆଜି କଂଗ୍ରେସ ଅଭିନବ ପ୍ରତିବାଦ ନାମରେ ଯାହା କରିଛି ତାହା ଏକରକମ ମୁଳ ପ୍ରସଙ୍ଗରୁ ଓହରି ଯିବା ଭଳି । ଏଥିରେ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ରାହୁଲ ଗାନ୍ଧୀଙ୍କୁ ପୋଲିସର ଦୁର୍ବ୍ୟବହାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଂଗ୍ରେସ ଭବନରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାଇଥିବା ଶୋଭାଯାତ୍ରାରେ ଉତ୍ତର ପ୍ରଦେଶ ପୋଲିସର ନକଲି ଡ୍ରେସ ପିନ୍ଧା କର୍ମୀ ସାମିଲ ଥିଲେ । ସେମାନେ କଂଗ୍ରେସ କର୍ମୀଙ୍କୁ ଅଟକାଉଥିଲେ । ନୋଏଡା ଏକ୍ସପ୍ରେସ ୱେରେ ଯେଉଁ ଢଙ୍ଗରେ ରାହୁଲଙ୍କୁ ଅଟକାଯାଇଥିଲା,ଠିକ୍ ସେଇଭଳି । ଏଥିରେ ରାହୁଲଙ୍କ ଭୂମିକାରେ କିଏ ଅବତୀର୍ଣ୍ଣ ହୋଇଥିଲେ ତାହା ତ ଜଣା ନାହିଁ କିନ୍ତୁ ଜଣେ କର୍ମୀ ନକଲି ପୋଲିସ ଧକ୍କାରେ ତଳେ ପଡୁଥିବା ଦେଖାଯାଇଥିଲା । ଏସବୁ ଦେଖି ଲାଗୁଥିଲା,କଂଗ୍ରେସ ପୀଡିତାଙ୍କ ପାଇଁ ନୁହେଁ ରାହୁଲଙ୍କ ପାଇଁ ବିକ୍ଷୋଭ କରୁଥିଲା । ରାହୁଲଙ୍କୁ କେମିତି ସେଣ୍ଟରଷ୍ଟେଜକୁ ଆଣିବା ତାହା ଥିଲା ଦଳର ଲକ୍ଷ୍ୟ ।

ଅବଶ୍ୟ ହଥରସ କାଣ୍ଡକୁ ଯେତିକି ବିରୋଧ କରାଯିବ ସେତିକି କମ । କିନ୍ତୁ ବିରୋଧ ନାଁରେ ଏଭଳି ସୋ’ବାଜି ବିରୋଧକୁ ହାଲୁକା କରିଦେଉନି କି ? କଂଗ୍ରେସର ଡେମୋ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ ହୋଇଥିଲା । ଦୋଷୀଙ୍କୁ ଦଣ୍ଡ ସହ ଆକ୍ରମଣକାରୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ, ଆନ୍ଦୋଳନ ତୀବ୍ରତର ହେବ ବୋଲି ଦଳ ଚେତାବନୀ ଦିଆଯାଇଥିଲା ।

 CONGRESS_RALLY 3

ସୂଚନାଯାେଗ୍ୟ, ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରୁ ବାହାରିଥିଲେ । ଗ୍ରେଟର ନୋଏଡ଼ା ଏକ୍ସପ୍ରେସରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ଫଳରେ ସେଠାରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ପେଲାଠେଲା ମଧ୍ୟରେ ରାହୁଲ ତଳେ ପଡ଼ିଯାଇଥିଲେ । ସେଠାରୁ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା ଏବଂ ପରେ ଛାଡ଼ି ଦେଇଥିଲା ।

କଳାହାଣ୍ଡି ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡ଼ିହେଲା ନୂଆଫର୍ଦ୍ଦ, ଇନ୍ଦ୍ରାବତୀରୁ ସିଧାସଳଖ ବିଦ୍ୟୁତ୍‌ ପାଇବେ ୧୨୦ ଗାଁ

କଳାହାଣ୍ଡି: କଳାହାଣ୍ଡିରେ ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡ଼ିହେଲା ନୂଆଫର୍ଦ୍ଦ । ବାନେରଠାରେ ନବନିର୍ମିତ ବିଦ୍ୟୁତ୍ ଗ୍ରୀଡ୍‌କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗ୍ରୀଡ୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାର ୧୨୦ଟି ଗାଁର ୨୭ ହଜାର ଲୋକ ଉପକୃତ ହେବେ ।

Kalahandi GRID_INAGURATION 5

ଗ୍ରୀଡ୍‌ ଦ୍ୱାରା କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଭାବେ ଇନ୍ଦ୍ରାବତୀ ବିଦ୍ୟୁତ୍ କେନ୍ଦ୍ରରୁ ଉତ୍ପନ୍ନ ବିଦ୍ୟୁତ୍‌କୁ ବ୍ୟବହାର କରିପାରିବ । ପୂର୍ବରୁ ଇନ୍ଦ୍ରାବତୀରୁ ଥିରୁଭାଲିକୁ ବିଦ୍ୟୁତ୍ ପରିବହନ ହେଉଥିଲା । ସେଠାରୁ କଳାହାଣ୍ଡିକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଥିଲା । ଏବେ ଏହାକୁ ୨୨୦କେଭିକୁ ଉନ୍ନୀତ କରାଯାଇ ଲଡୁଗାଁ ଓ ବଡୁକୁଟ୍‌ରୁକୁ ୩୩ କେଭି ଲାଇନ୍‌ରେ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

Kalahandi GRID_INAGURATION 5

ସୂଚନାଯୋଗ୍ୟ, ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଆଜିଠୁ କଳାହାଣ୍ଡିବାସୀ ବିଜୁଳି ପାଇବେ । ଏଥି ନିମନ୍ତେ ସଂଯୋଗ ସ୍ଥାପନ କରୁଥିବା ଜୟପାଟଣା ବ୍ଲକର ବାନେର ଗ୍ରୀଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରି ଜିଲ୍ଲବାସୀଙ୍କ ବହୁ ଦିନର ସ୍ୱପ୍ନକୁ ସାକାର କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଶକ୍ତିମନ୍ତ୍ରୀ ଭାବେ ସ୍ଥାନ ପାଇଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ ଯୋଗୁଁ ବହୁ ପ୍ରତିକ୍ଷତ ଦାବି ପୁରଣ ହୋଇଛି । ଏଥିପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।

Kalahandi GRID_INAGURATION 5

ପୂର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୋବାଲି ଗ୍ରୀଡ଼କୁ ୧୩୨ କେଭିର ବିଦ୍ୟୁତ ପରିବହନ ହେଉଥିଲା । ସେଠାରୁ ବିଦ୍ୟୁତ ଆସିବା ପରେ ଜିଲ୍ଲାବାସୀ ବିଦ୍ୟୁତ ପାଉଥିଲେ । ବର୍ତ୍ତମାନ ଜୟପାଟଣା ବ୍ଲକର ବାନେର ଗ୍ରୀଡ଼ ଠାରେ ୨୨୦ କେଭିକୁ ଉନ୍ନୀତ କରାଯାଇ ଲଡୁ ଗାଁ ଏବଂ ବଡ଼କୁଟରୁକୁ ୩୩ କେଭି ଲାଇନରେ ବିଦ୍ୟୁତ ପ୍ରଦାନ କରାଯିବ । ଏହାଦ୍ୱାରା କୋକସରା ବ୍ଲକର ଲଡୁ ଗାଁ ସବଷ୍ଟେସନରୁ ୫୧ଟି ଗାଁ ଓ ଜୟପାଟଣା ବ୍ଲକର ୨୫ ଟି ଗାଁର ୧୬ ହଜାର ବିଦ୍ୟୁତ ଗ୍ରାହକ ଉପକୃତ ହେବେ ।
Kalahandi GRID_INAGURATION 5

ପୁଣି ୧୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଶୁକ୍ରବାର ରାଜ୍ୟରେ ୩୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ନୟାଗଡ଼ରୁ ୩, କଟକ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଏବଂ ବରଗଡ, ଜଗତସିଂହପୁର, କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ପୁଣି ୩୬୦୦ ନୂଆ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ ଆଉ ୩୬୦୦ କରୋନା ଆକ୍ରାନ୍ତ ଚିହ୍ନଟ । ୨୧୦୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୯୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଅନୁଗୁଳରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୭, ବରଗଡ଼ରୁ ୧୦୬, ଭଦ୍ରକରୁ ୮୨, ବଲାଙ୍ଗିର ୯୯, ବୌଦ୍ଧରୁ ୪୭, କଟକରୁ ୩୫୮, ଦେଓଗଡ଼ରୁ ୧୧, ଢ଼େଙ୍କାନାଳରୁ ୪୭, ଗଜପତିରୁ ୧୯, ଗଞ୍ଜାମ ୩୧, ଜଗତସିଂହପୁରୁ ୭୩, ଯାଜପୁରରୁ ୧୩୯, ଝାରସୁଗୁଡ଼ାରୁ ୪୧, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୯୭, କେନ୍ଦ୍ରାପଡ଼ାରୁ ୧୨୯, କେନ୍ଦୁଝରରୁ ୧୦୬, ଖୋର୍ଦ୍ଧାରୁ ସର୍ବାଧିକ ୭୬୬, ମୟୂରଭଞ୍ଜରୁ ୧୫୬, ନୟାଗଡ଼ରୁ ୭୪, ପୁରୀରୁ ୧୧୫, ରାୟଗଡ଼ାରୁ ୩୨, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ପୁଲ୍‌ରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏହି କ୍ରମରେ ରାଜ୍ୟରେ ୪୩୮୦ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୩୩ ଲକ୍ଷ ୪୮ ହଜାର ୮୬୧ ଜଣଙ୍କର ଟେଷ୍ଟିଂ କରାଯାଇଛି । ସେଥିମଧ୍ୟରୁ ୨ ଲକ୍ଷ ୨୬ ହଜାର ୩୩୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ସୁଦ୍ଧା ମୋଟ ସୁସ୍ଥ ହେଲେଣି ୧ ଲକ୍ଷ ୯୦ ହଜାର ୮୦ ଜଣ । ରାଜ୍ୟରେ ଏବେ ୩୫ ହଜାର ୩୨୬ ମାମଲା ଏବେ ସକ୍ରିୟ ରହିଛି ।