spot_img
Home Blog Page 6357

ହାଥରସ୍ ଗଣଦୁଷ୍କର୍ମ ମାମଲା: ‘ବିକାଶ ଦୁବେ’ କାର୍ଯ୍ୟାନୁଷ୍ଠାନ ନେଇ ଇସାରା ଦେଲେ ବରିଷ୍ଠ ବିଜେପି ନେତା

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, କିଛି ସମୟ ଅପେକ୍ଷା କରିବା ଆବଶ୍ୟକ । ଯୋଗୀ ଆଦିତ୍ୟନାଥଙ୍କ ଉତ୍ତରପ୍ରଦେଶରେ କେବେବି ଗାଡ଼ି ଓଲଟିପାରେ । ତାଙ୍କ ଇସାରା ବହୁଚର୍ଚ୍ଚିତ ବିକାଶ ଦୁବେ ଏନକାଉଣ୍ଟର ଆଡ଼କୁ ଥିଲା ।

ଯେଉଁଥିରେ ଅପରାଧୀ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୈନରୁ କାନପୁର ଅଣାଯାଉଥିବା ବେଳେ ପୋଲିସ ଗାଡ଼ି ଓଲଟି ଯାଇଥିଲା ଏବଂ ବିକାଶ ସେଠାରୁ ପଳୟନ କରିବାକୁ ଉଦ୍ୟମ କରିବାରୁ ତାକୁ ଏନକାଉଣ୍ଟର କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଥିଲା । ସେହିଭଳି ଗତ କିଛି ଦିନ ପୂର୍ବରୁ ମୁମ୍ୱାଇରୁ ୨ ଅଭିଯୁକ୍ତଙ୍କୁ ୟୁପି ପୋଲିସ ଆଣୁଥିବା ବେଳେ ଗାଡ଼ିଟି ଓଲଟି ଯାଇଥିଲା । ଏବଂ ସେଥିରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର

‘ଅପେକ୍ଷା କରିବା ଆବଶ୍ୟକ, କେବେବି ଓଲଟି ଯାଉଛି ଗାଡ଼ି ’

ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି  କୈଳାଶ ବିଜୟବର୍ଗିୟ । ସେ କହିଛନ୍ତି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଦିଆଯାଇଛି । ମାମଲା ଫାଷ୍ଟ ଟ୍ରାକ୍ କୋର୍ଟରେ ଚାଲିଛି । ମୋତେ ଲାଗୁଛି କିଛି ଦିନ ଅପେକ୍ଷା କରିବା ଆବଶ୍ୟକ । କାହିଁକି ନା ଯୋଗୀ ସେଠାକାର ମୁଖ୍ୟମନ୍ତ୍ରୀ ଯେଉଁଠାରେ ଗାଡ଼ି କେବେବି ଓଲଟି ଯାଏ ।

ବ୍ରହ୍ମୋସ୍ ଅପଗ୍ରେଡେସନ୍ ସଫଳ; ଟ୍ୱିଟ୍ କରି ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ…

ବାଲେଶ୍ୱର: ଦେଶକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ଚାନ୍ଦିପୁର, ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ, ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ପରୀକ୍ଷା କରିଛି । ଏହି ମିସାଇଲକୁ ଅପଗ୍ରେଡ କରି ଏହାର ପରିକ୍ଷେଣ କରାଯାଉଥିଲା । ଏବେ ପରୀକ୍ଷା ସଫଳ ହୋଇଥିବା ନେଇ ସୂଚନା ରହିଛି । ଏହି ଅପଗ୍ରେଡ ମିସାଇଲ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଛି ।

ପିଜି-୧୦ ପ୍ରୋଜେକ୍ଟ ଅଧିନରେ ଏହି ପରୀକ୍ଷଣ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ମିସାଇଲରେ ବ୍ୟବହୃତ ହୋଇଥିବା ଏୟାର ଫ୍ରେମ ଓ ବୁଷ୍ଟର ଭାରତୀୟ ରକ୍ଷା ବିଭାଗର ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ହୋଇଛି ।ସକାଳ ୧୦ଟା ୨୫ରେ 3ନମ୍ବର ଲଞ୍ଚ୍‌ପ୍ୟାଡ୍‌‌ରୁ କରାଯାଇଥିବା ଏହି ପରୀକ୍ଷାରୁ ସଂଗୃହୀତ ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଋଷ ଓ ଭାରତର ମିଳିତ ଉଦ୍ୟମରେ ପ୍ରସ୍ତୁତ ବ୍ରହ୍ମୋସ୍‌ ମିସାଇଲର ଏହି ପରୀକ୍ଷା ସ୍ଥଳଭାଗରୁ ସମୁଦ୍ରକୁ ଲକ୍ଷ୍ୟଭେଦ ଉଦ୍ଦେଶ୍ୟରେ କରାଯାଇଥିଲା। ବ୍ରହ୍ମୋସ୍‌ ମିସାଇଲ ସ୍ଥଳସେନା, ବାୟୁସେନା ଓ ନୌସେନାରେ 2006 ମସିହା ନଭେମ୍ବର ମାସରୁ ବ୍ୟବହାର କରାଯାଉଛି । ମିସାଇଲର ବିଭିନ୍ନ ଦିଗକୁ ବିକଶିତ କରାଯାଇ ବାରମ୍ବାର ବ୍ୟାବହାରିକ ପରୀକ୍ଷା କରାଯାଉଛି ।

ବ୍ରହ୍ମୋସ୍‌ କ୍ରୁଜ୍‌ ମିସାଇଲ ଯୁଦ୍ଧ ବିମାନ ସହିତ ବୁଡ଼ା ଜାହାଜ ଓ ସ୍ଥଳ ଭାଗରୁ ଉତ୍‌କ୍ଷେପଣ କରାଯାଇପାରିବ । ଏହାର ଓଜନ 3 ହଜାର କିଲୋଗ୍ରାମ ଥିବାବେଳେ ଲମ୍ବ 28 ଫୁଟ୍‌ ଓ ମୋଟେଇ 2ଫୁଟ୍‌ ରହିଛି । ବ୍ରହ୍ମୋସ୍‌ ମିସାଇଲ 5ଶହ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଯେକୌଣସି ଟାର୍ଗେଟ୍‌କୁ ଧ୍ବଂସ କରିପାରିବ । ଏଥିରେ 2ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଘଣ୍ଟା ପ୍ରତି 3 ହଜାର 7 ଶହ କିଲୋମିଟରରୁ ଅଧିକ ବେଗରେ ଗତି କରିପାରିବ ବ୍ରହ୍ମୋସ୍‌ ଲଦାଖରେ ଭାରତ ଚୀନ ବିବାଦ ସମୟରେ ଭାରତୀୟ ସେନାକୁ ମିଳିଥିଲା ଏହି ସଫଳତା ମନୋବଳ ବଢାଇବାରେ ସହାୟକ ହେବ ।

ପଞ୍ଚାୟତକୁ ମିଳିଛି କେଉଁ କ୍ଷମତା, ଆଗକୁ କେଉଁ କ୍ଷମତା ହେବ ହସ୍ତାନ୍ତର ଜାଣନ୍ତୁ….

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ମହାମାରୀ ଦ୍ୱାରା ବହୁଳ ପ୍ରଭାବିତ। ଆମ ଦେଶ ଭାରତରେ ଏହାର ପ୍ରକୋପ ମଧ୍ୟ ଶିଖର ଛୁଇଁଛି। ସେହିଦୃଷ୍ଟିରେ ଦେଖିଲେ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ସୁସ୍ଥତା ହାରରେ ରାଜ୍ୟ ଅନ୍ୟ ରାଜ୍ୟଗୁଡିକଠାରୁ ବହୁତ ଭଲ ସ୍ଥିତିରେ ରହିଛି। କରୋନାଜନିତ ମୃତ୍ୟୁହାର ମଧ୍ୟ କମ୍ ରହିଛି। ରାଜ୍ୟ ସରକାରଙ୍କ ଉପଯୁକ୍ତ କୋଭିଡ ପରିଚାଳନା ପାଇଁ ଏହା ସମ୍ଭବ ହୋଇଛି। ଏକଦା କରୋନା ପ୍ରକୋପ ବୃଦ୍ଧି ପାଇବାକୁ ଯାଉଥିବା ବେଳେ ଏମିତି କିଛି ନିଷ୍ପତ୍ତି ନିଆଯାଇଥିଲା, ଯାହା କୋଭିଡ ନିୟନ୍ତ୍ରଣରେ ସହାୟକ ହୋଇଥିଲା।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳସ୍ତରରେ କୋଭିଡ ପରିଚାଳନାକୁ ବ୍ୟାପକ କରିବା ପାଇଁ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ। ଲକଡାଉନ, ସଟଡାଉନ ନିଷ୍ପତ୍ତି, କୋଭିଡ ପାଇଁ ଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ପରିଚାଳନା ମଧ୍ୟ ସରପଞ୍ଚମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା। ଏହି ନିଷ୍ପତ୍ତି ଗ୍ରାମୀଣ ଓଡ଼ିଶାରେ ସଂକ୍ରମଣକୁ ଅନେକାଂଶରେ ହ୍ରାସ କରିଥିଲା। କେବଳ ଏହି ପ୍ରସଙ୍ଗ ନୁହେଁ। ତୃଣମୂଳସ୍ତରକୁ ଶାସନ କଳର ବିକେନ୍ଦ୍ରୀକରଣ ପାଇଁ ଆଗକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ପାଇଁ ଚିନ୍ତା କରିଛନ୍ତି।

ପୂର୍ବରୁ ପଞ୍ଚାୟତମାନଙ୍କୁ 73 ସମ୍ବିଧାନ ସଂଶୋଧନ ଅନୁଯାୟୀ ଧାରା 243(ଜି)ର 11ତମ ଅନୁଚ୍ଛେଦରେ ଥିବା 29 ଗୋଟି ବିଷୟବସ୍ତୁରୁ 21 ବିଷୟ ହସ୍ତାନ୍ତରିତ କରାଯାଇଛି। ଏହିଗୁଡିକ ହେଉଛି-କୃଷି ଏବଂ କୃଷିର ଅନ୍ୟାନ୍ୟ ଆନୁଷଙ୍ଗିକ , ମୃତ୍ତିକା ସଂରକ୍ଷଣ, କ୍ଷୁଦ୍ର ଜଳସେଚନ, ଜଳପରିଚାଳନା ଏବଂ ୱାଟରସେଡ୍ ଉନ୍ନୟନ କାର୍ଯ୍ୟକ୍ରମ, ପ୍ରାଣୀସମ୍ପଦ,ମତ୍ସ୍ୟପାଳନ, କ୍ଷୁଦ୍ର ଜଙ୍ଗଲ ସୃଷ୍ଟି, ଗ୍ରାମୀଣ ଘର, ପାନୀୟ ଜଳ ଇତ୍ୟାଦି ପଞ୍ଚାୟତର ଅଧିନସ୍ଥ। ସେହିପରି ଦାରିଦ୍ର୍ୟ ଦୂରିକରଣ କାର୍ଯ୍ୟକ୍ରମ, ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା, ପୌଢ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ପଞ୍ଚାୟତସ୍ତରୀୟ କୋଠ ସମ୍ପତ୍ତିର ରକ୍ଷଣବେକ୍ଷଣ ସରପଞ୍ଚ କରିଥାଆନ୍ତି ।

କେବଳ ଏତିକି ନୁହେଁ ପଞ୍ଚାୟତକୁ ଆହୁରି ଅଧିକ କ୍ଷମତା ଦେବା ପାଇଁ ଚିନ୍ତା କରାଯାଇଛି । ଏ ନେଇ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷମତା ହସ୍ତାନ୍ତର ହେବାକୁ ବାକି ରହିଛି । ଏହିଗୁଡିକ ହେଉଛି-ଜମି ଉନ୍ନୟନ, ଭୂସଂସ୍କାର ଆଇନ ଲାଗୁ, ଜମିଜମା ସଂକ୍ରାନ୍ତୀୟ ଅନ୍ୟାନ୍ୟ ପ୍ରସଙ୍ଗ, ସାମାଜିକ ଏବଂ ଫାର୍ମ ଫରେଷ୍ଟ୍ରି, ଅଣୁ,କ୍ଷୁଦ୍ର,ମଧ୍ୟମଶିଳ୍ପ ସହ ଖାଦ୍ୟ ପ୍ରକ୍ରିୟାକରଣ ମଧ୍ୟ ପଞ୍ଚାୟତ କ୍ଷମତାର ଅର୍ନ୍ତଭୁକ୍ତ ହେବାକୁ ଯାଉଛି । ଏତଦ୍ ବ୍ୟତୀତ ଜାଳେଣି, ଗ୍ରାମୀଣ ବିଦ୍ୟୁତିକରଣ ଏବଂ ବିଦ୍ୟୁତ ବଣ୍ଟନ, ବୈଷୟିକ ପ୍ରଶିକ୍ଷଣ ଏବଂ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ପଞ୍ଚାୟତର ଅଧିନସ୍ଥା ହେବାକୁ ପ୍ରସ୍ତାବ ରହିଛି । ସେହିପରି ତୃଣମୂଳରେ ଗଠନଧର୍ମୀ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପଞ୍ଚାୟତ କ୍ଷମତାର ଅନ୍ତର୍ଭୁକ୍ତ ହେବାର ପ୍ରସ୍ତାବ ରହିଛି ।

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି । ଏସଂକ୍ରାନ୍ତରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ସରପଞ୍ଚଙ୍କ କ୍ଷମତା ସମ୍ପର୍କରେ ଏବଂ କୋଭିଡ ପରିଚାଳନା ନେଇ ପ୍ରଶ୍ନ ପଚାରିଥିଲେ ।

ବାବ୍ରି ରାୟ ଉପରେ ପ୍ରଶ୍ନ ଉଠାଇଲେ ଓୱେସୀ: ଏହା ଅନ୍ୟାୟ, କଣ ଯାଦୁରେ ଭାଙ୍ଗିଲା ମସଜିଦ୍ ?

ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ନିଷ୍ପତ୍ତି ଶୁଣାଇଛନ୍ତି । ବୁଧବାର କୋର୍ଟ ରାୟରେ ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ସମେତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ଏହାକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ପ୍ରଶ୍ନ ଉଠାଇଛନ୍ତି । ଓୱେସୀ କହିଛନ୍ତି- ସୁପ୍ରିମକୋର୍ଟ ମଧ୍ୟ ମାନିଛନ୍ତି ସେଠାରେ ଢାଞ୍ଚାକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ଆଜିର ନିଷ୍ପତ୍ତି କଳା ଦିନ ଭଳି ମନେ ରହିବ ।

ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ କହିଛନ୍ତି- କଣ କୌଣସି ଯାଦୁରେ ମୂର୍ତ୍ତି ରଖାଯାଇଥିଲା । କଣ ଯାଦୁରେ ତାଲା ଖୋଲିଥିଲା, କଣ ପୁଣି ଯାଦୁରେ ହିଁ ମସଜିଦ୍ ଭାଙ୍ଗିଯାଇଥିଲା ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କୋର୍ଟଙ୍କ ରାୟ ଦେଶ ପାଇଁ କଳା ଦିନ ଅଟେ । ଯେଉଁଠିକୁ ଏଲକେ ଆଡଭାନୀଙ୍କ ରଥଯାତ୍ରା ଯାଇଥିଲା ସେଠାରେ ରକ୍ତ ବୋହିଥିଲା । ଯଦି ଏତେ ମାସ ଆଗରୁ ପ୍ରସ୍ତୁତି ହୋଇଥିଲା ତ ପୁଣି ସବୁକିଛି ଅଚାନକ କେମିତି ହେଲା ?

AIMIM ସାଂସଦ ଓୱେସୀ କହିଛନ୍ତି ଯେତେବେଳେ ବାବ୍ରି ମସଜିଦ୍ ଭଙ୍ଗାଗଲା ତ ଲୋକ ମିଠା ବାଣ୍ଟୁଥିଲେ, ଖୁସି ମନାଉଥିଲେ । ଓୱେସୀ ଅଭିଯୋଗ କରିଛନ୍ତି ଉମା ଭାରତୀ ନାରା ଦେଇଥିଲେ ‘ଆଉ ଏକ ଧକ୍କା ଦିଅ, ବାବ୍ରି ମସଜିଦ୍ ଭାଙ୍ଗି ଦିଅ’ ।

ପୂରା ମାମଲାରେ ମୁସଲମାନମାନଙ୍କୁ ନ୍ୟାୟ ମିଳିନାହିଁ ବୋଲି ଓୱେସି କହିଛନ୍ତି । ସିବିଆଇ ଚାର୍ଜସିଟରେ କୁହାଯାଇଛି କଲ୍ୟାଣ ସିଂହ ରୋକିବାକୁ କହିଥିଲେ, ଭାଙ୍ଗିବାକୁ ନୁହେଁ । ଓୱେସୀ ଅଭିଯୋଗ କରିଛନ୍ତି- ଡିସେମ୍ବର ୫ ତାରିଖ ରାତିରେ ବିନୟ କଟିୟାର ଘରେ ବୈଠକ ହୋଇଥିଲା । ଯେଉଁଥିରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ସାମିଲ୍ ଥିଲେ ।

ସେତେବେଳେ ମୋତେ ଲାଗିଥିଲା ମୁଁ ମସଜିଦକୁ ରକ୍ଷା କରିପାରିବିନି ଏବେ ଏମିତି ନିଷ୍ପତ୍ତି ଆସିଛି । ବିଜେପି ସରକାରଙ୍କ ପକ୍ଷରୁ ଲାଲକୃଷ୍ଣ ଆଡଭାନୀଙ୍କୁ ସମ୍ମାନିତ କରାଯାଇଥିଲା । ସେତେବେଳେ ଜଣାପଡ଼ିଥିଲା ରାୟ କଣ ଆସିବ ।

ଓୱେସୀ ଅଭିଯୋଗ କରିଛନ୍ତି- ଅଦାଲତ ବାହାରେ ଛିଡ଼ା ହୋଇ ଜଣେ ଅଭିଯୁକ୍ତ ଧ୍ୱଂସ କରିଥିବା କଥାକୁ ମାନୁଥିବା ବେଳେ ଅଦାଲତ ଦୋଷମୁକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ- ଗତବର୍ଷ ରାମଜନ୍ମ ଭୂମିକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଥିଲେ । ସେତେବେଳେ ରାୟକୁ ବିରୋଧ କରିଥିଲେ ଓୱେସୀ ।

UPSC PRELIMS 2020: ସୁପ୍ରିମକୋର୍ଟରେ ଆବେଦନ ଖାରଜ, ୪ ଅକ୍ଟୋବରରେ ହେବ ପରୀକ୍ଷା

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସଭିଲ ସେବା ପରୀକ୍ଷା (ୟୁପିଏଏସି) ଆୟୋଜନ ରୋକିବା ନେଇ ହୋଇଥିବା ଆବେଦନ ଖାରଜ କରିଛନ୍ତି । ଏହା ପରେ ପରୀକ୍ଷା ଆୟୋଜନ ନେଇ ଯେଉଁ ଅନିଶ୍ଚିତତା ଦେଖାଯାଉଥିଲା ତାହା ଶେଷ ହୋଇଛି । ଏଥିସହିତ କୋର୍ଟ କହିଛନ୍ତି ଯେ, ପରୀକ୍ଷା ଆୟୋଜନ କରିବା ୟୁପିଏସିର ଦାୟିତ୍ୱ ।

ପରୀକ୍ଷା ନେଇ ୫୦ କୋଟି ଟଙ୍କା ଖର୍ଚ୍ଚ : ୟୁପିଏଏସି

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ଭାଇରସ ଯୋଗୁଁ ଉପୁଜିଥିବା ସମସ୍ୟା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ, ଏବଂ ସ୍ଥିତି ଅସ୍ୱାଭାବିକ । ଏଣୁ ଏସବୁ ଦୃଷ୍ଟିରୁ ପରୀକ୍ଷା ବାତିଲ କରାଯିବା କଥା । ତେବେ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ୟୁପିଏସି ରାଜ୍ୟମାନଙ୍କୁ ପରିବହନ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁପିଏସି ପକ୍ଷରୁ କୋର୍ଟରେ କୁହାଯାଇଛି ପରୀକ୍ଷା ଆୟୋଜନ କରିବା ନେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦି ପରୀକ୍ଷା ଉପରେ ରୋକ୍ ଲଗାଯାଏ ତେବେ କ୍ଷତି ଉଠାଇବାକୁ ପଡ଼ିପାରେ । କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି, ସେଥିରେ କୌଣସି ପ୍ରକାର ସୁଧାର ଆଣିବର ଆବଶ୍ୟକତା ଥିଲେ ଏ ନେଇ ଆଲୋଚନା କରାଯାଇପାରେ । କିନ୍ତୁ କୌଣସି ମତେ ପରୀକ୍ଷା ବାତିଲ କରିବା ଉଚିତ୍ ନୁହଁ  । ସୂଚନା ଯୋଗ୍ୟ ଯେ, ପୂର୍ବରୁ ୩୧ ମେ’ରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା ଯାହାକୁ ୪ ଅକ୍ଟୋବରକୁ ଘୁଞ୍ଚାଯାଇଛି ।

ହାଥରସ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କଥାହେଲେ ପିଏମ୍ ମୋଦି, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ…

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । ଏନେଇ ଯୋଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପିଏମ୍ ମୋଦି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଉତ୍ତରପ୍ରଦେଶ ସରକାର ଏସଆଇଟି ଗଠନ କରିଛନ୍ତି ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ହାଥରସରେ ଘଟିଥିବା ଦୁଷ୍କର୍ମକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଦୋଷୀ ରକ୍ଷା ପାଇବେ ନାହିଁ କହିଛନ୍ତି । ମାମଲାର ପୂରା ଯାଞ୍ଚ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ହୋଇଛି । ତଦନ୍ତକାରୀ ଦଳ ଆସନ୍ତା ୭ ଦିନ ଭିତରେ ଯାଞ୍ଚ ରିପୋର୍ଟ ଦେବ । ତ୍ୱରିତ ନ୍ୟାୟ ପାଇଁ ଏହି ମାମଲାର ବିଚାର ଫାଷ୍ଟ ଟ୍ରାକରେ କରାଯିବ ।

ହାଥରସ୍ ପୋଲିସର ପ୍ରତିକ୍ରିୟା

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ପରିବାରର ସହମତି ବିନା ଯୁବତୀଙ୍କ ଅନ୍ତିମ ସଂସ୍କାର ନେଇ ହାଥରସ୍ ପୋଲିସ ପ୍ରତିକ୍ରିୟା ରଖିଛି । ଟ୍ୱିଟରେ ହାଥରସ୍ ପୋଲିସ ଘଟଣାକୁ ଖଣ୍ଡନ କରିଛି । ଅଭିଯୋଗ ହୋଇଥିଲା ପୋଲିସ ଜବରଦସ୍ତି ପରିବାରର ବିନା ସହମତିରେ ରାତିରେ ଶବ ସତ୍କାର କରିଛି । ମଙ୍ଗଳବାର ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଥରସ୍ ଚନ୍ଦପା ଦୁଷ୍କର୍ମ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହା ପୂର୍ବରୁ ମୃତଦେହକୁ ଅନ୍ତ୍ୟେଷ୍ଟି ସ୍ଥାନକୁ ନେବା ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ପରିବାର ଲୋକ ଆମ୍ବୁଲାନ୍ସ ଆଗରେ ଶୋଇ ପଡ଼ିଥିଲେ । ସେମାନଙ୍କ ଦାବି ଥିଲା ମୃତଦେହକୁ ପ୍ରଥମେ ଘରକୁ ନିଆଯାଉ । ଏହାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ରାତି ପ୍ରାୟ ସାଢ଼େ ୨ଟା ଯାଏଁ ଏଭଳି ଉତ୍ତେଜନା ଲାଗି ରହିଥିଲା । ପରେ ପୋଲିସ ବଳପୂର୍ବକ ଆମ୍ବୁଲାନ୍ସ ଆଗରେ ଥିବା ମହିଳାଙ୍କୁ ହଟାଇଥିଲା । ଏହି ସମୟରେ ପୋଲିସ ସହ ଲୋକଙ୍କ ମୁଥ ମରାମାରି ହୋଇଥିଲା । ଏହା ପରେ ଅନ୍ତିମ ସଂସ୍କାର କରିଥିଲା ।

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ । କରୋନା ନେଇ ଗୃହରେ ବିରୋଧୀଙ୍କ ମୁଲତବି ନୋଟିସ୍ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ବିବୃତି ରଖିଛନ୍ତି । ରାଜ୍ୟରେ ମୋଟ ସକ୍ରିୟ ମାମଲା ୩୬ ହାଜରରୁ ଅଧିକ । ରାଜ୍ୟରେ ୨୯ ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି । ୭ହଜାର ୩୪୮ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ଜାତୀୟ ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮ରହିଛି । ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣରେ ଥିଲା। କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।  କୋଭିଡ କିଟ କ୍ରୟରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏନେଇ ତଦନ୍ତ ଚାଲିଛି, ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ରାଜ୍ୟରେ କୋଭିଡ ପରିଚାଳନା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ଉଠାଇଥିଲେ ।

କୋଭିଡ୍ ପରିଚାଳନା ନେଇ ଓଡ଼ିଶାକୁ ଡବ୍ଲୁଏଚ୍ଓର ପ୍ରଶଂସା । ଆଗୁଆ ପଦକ୍ଷେପ ନେଇଥିଲା ରାଜ୍ୟ ।

କୋଭିଡ୍‌ ପରିଚାଳନା ନେଇ ଓଡ଼ିଶାକୁ ଡବ୍ଲୁଏଚ୍‌ଓର ପ୍ରଶଂସା… ଆଗୁଆ ପଦକ୍ଷେପ ନେଇଥିଲା ରାଜ୍ୟ

ଉତ୍ତରପ୍ରଦେଶ ହାଥରାସର ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା । ତଦନ୍ତ କରିବ ଏସଆଇଟି, ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଉତ୍ତରପ୍ରଦେଶ ହାଥରାସର ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା…. ତଦନ୍ତ କରିବ ଏସଆଇଟି, ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବାବ୍ରି ମସଜିଦ୍ ଭଙ୍ଗ ମାମଲାର ସମସ୍ତ ୩୨ଅଭିଯୁକ୍ତ ଦୋଷମୁକ୍ତ

ବାବ୍ରି ମସ୍‌ଜିଦ୍ ଭଙ୍ଗ ମାମଲାର ସମସ୍ତ ୩୨ଅଭିଯୁକ୍ତ ଦୋଷମୁକ୍ତ