spot_img
Home Blog Page 6361

୬ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ସ୍ପିରିଟ ଜବତ, ନକଲି ମଦରେ ହୋଇଥାନ୍ତା ବ୍ୟବହାର

ରାଉରକେଲା: ବେଆଇନ ଭାବେ ସ୍ପିରିଟ ମହଜୁଦ ରଖିଥିବା ଅଭିଯୋଗରେ ରେଡ୍‌ । ବିନା ଲାଇସେନ୍ସରେ ରଖାଯାଇଥିଲା ହଜାର ହଜାର ଲିଟର ସ୍ପିରିଟ । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚିକଟମାଟି ଗାଁରେ ଚଢାଉ କରାଯାଇଛି । ରେଡ ସମୟରେ ୪ହଜାର ଲିଟର ସ୍ପିରିଟ ଜବତ କରାଯାଇଛି । ଜବତ ସ୍ପିରିଟର ଆନୁମାନିକ ମୁଲ୍ୟ ୬ ଲଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ବିନା ଲାଇସେନ୍ସରେ ସ୍ପିରିଟର ବ୍ୟବସାୟ କରୁଥିବା ଅଭିଯୋଗରେ ରାଉରକେଲା ସହରର ଓରାମପଡା ଅଞ୍ଚଳର  ସୁବାଶ ଗୁପ୍ତା ଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ପଚରା ଉଚରା କରାଯାଇଛି ।

ଏହି ସ୍ପିରିଟକୁ ବେଆଇନ ମଦ ତିଆରିରେ ବ୍ୟବହାର କରାଯାଇଥାଏ । ଯାହାକୁ ପିଇ ଲୋକଙ୍କର ମୃତ୍ୟୁ ହୋଇଥାନ୍ତା ବୋଲି ରାଉରକେଲା ଅବକାରୀ ଵିଭାଗ ଡିଏସପି ସୂଚନା ଦେଇଛନ୍ତି । ଗିରଫ ବ୍ୟବସାୟୀ ସ୍ପିରିଟ କେଉଁ ଠାରୁ ଆଣିଥିଲେ ଓ ଏହି ବେଆଇନ କାରବାରରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଓଟିଭିର ଜମି ଜବରଦଖଲ ଘଟଣା: ସାରୁଅ ବାସିନ୍ଦାଙ୍କୁ ପୋଖରୀ ମନା !

ଭୁବନେଶ୍ୱର: ଓଟିଭି ପାଇଁ ବଢିଲା ଅଡୁଆ । ଗ୍ରାମବାସୀଙ୍କ ଅଭିଯୋଗ ପରେ ଓଟିଭିର ବେଆଇନ୍ ଜମି ଜବର ଦଖଲ ମାମଲାରେ ସକ୍ରିୟ ହୋଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ସାରୁଅ ଗାଁରେ ପହଞ୍ଚି ଗତକାଲିଠାରୁ ତଦନ୍ତ ଆରମ୍ଭ କରିଥିଲେ । ଆଜି ହେଉଛି ତଦନ୍ତର ଦ୍ୱିତୀୟ ଦିନ । ସାରୁଅର ନକ୍ସା ସହ ଓଟିଭି ଅକ୍ତିଆର କରିଥିବା ଜମିକୁ ଅନୁଧ୍ୟାନ କରିଛି ତଦନ୍ତକାରୀ ଟିମ ।

ଖୋର୍ଦ୍ଧା ସାରୁଅରେ ଓଟିଭି ମାଲିକାଣୀ ଜଗି ମଙ୍ଗତ ପଣ୍ଡା ଜମି ଜବରଦାଖଲ କରିଥିବା ଅଭିଯୋଗ ଉପରେ ପ୍ରଶାସନିକ ତଦନ୍ତ ଜାରି ରହିଛି । ଦୁଇ ଜଣ ପ୍ରଶାସନିକ ଅଧିକାରୀ ଆଜି ସାରୁଅ ମଲ୍ଲିକ ସାହିରେ ପହଞ୍ଚି ତଦନ୍ତ କରୁଛନ୍ତି । ସ୍ଥାନୀୟ ଲୋକମାନଙ୍କଠୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି। ଲୋକମାନେ ପୋଖରୀ ଓ ଚାଷଜମି  ବ୍ୟବହାର କରିପାରୁ ନାହାନ୍ତି ବୋଲି ଅଧିକାରୀଙ୍କୁ ଜଣାଇଛନ୍ତି ।

OTV Sarua Land Grabbing Case, Khordha District Administration Started Investigation

ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଏବଂ ଡେପୁଟି କଲେକ୍ଟର ତରୁଣ କାନ୍ତ ମହାପାତ୍ର ଆଜିର ତଦନ୍ତରେ ସାମିଲ ହୋଇଛନ୍ତି । ଓଟିଭି କେତେ ଜମି ହାତେଇଛି ତାର ସ୍ଥିତାବସ୍ଥା କଣ ? ସାରୁଅ ଗାଁରେ ସର୍‌ଜମିନ ଅନୁଧ୍ୟାନ କରୁଛି ପ୍ରଶାସନ । ନକ୍ସା ଦେଖି ଜମି ଅନୁଧ୍ୟାନ କରାଯାଉଛି । ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ଉପଜିଲ୍ଲାପାଳ ରିପୋର୍ଟ ଦେବେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଏଡିଏମ କହିଛନ୍ତି ।

ବାଲେଶ୍ୱର,ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା,ନଭେମ୍ବର ୩ରେ ଭୋଟ୍

ନୂଆଦିଲ୍ଲୀ: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବ । ଏନେଇ ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଅକ୍ଟୋବର ୯ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ  । ଅକ୍ଟୋବର ୧୬ ତାରିଖ ହେଉଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ  । ଅକ୍ଟୋବର ୧୭ରେ ପାର୍ଥୀପତ୍ର ଯାଂଚ ହେବ ।

ଅକ୍ଟୋବର ୧୯ ତାରିଖ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ ।  ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୧୨ ପୂର୍ବରୁ ସରିବ ।  ନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।  ନଭେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ସରିବା ପରେ ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ ।

ଓଡ଼ିଶା ସମେତ ଗୁଜୁରାଟ,ନାଗାଲ୍ୟାଣ୍ଡ୍,ମଣିପୁର ସମେତ କିଛି ରାଜ୍ୟର ୫୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।  ଏହି ସବୁ ସିଟରେ ନଭେମ୍ବର ୩ ତାରିଖରେ ଭୋଟ୍ ପଡିବ । କରୋନା ଗାଇଡ୍ ଲାଇନ୍ ଅନୁସାରେ ଭୋଟିଂ ହେବ ।  ତେବେ ଆସାମ,କେରଳ,ତାମିଲନାଡୁ ଓ ପ.ବଙ୍ଗର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ନାହିଁ ।

ଏହି ସବୁ ରାଜ୍ୟରେ ଭୋଟିଂ କରିବାରେ ଅସୁବିଧା ହେବାର ସମ୍ଭାବନା ଥିବାରୁ ନିର୍ବାଚନ ନକରିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି । ପରେ ଏହି ସବୁ ରାଜ୍ୟରେ ଉପ-ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କମିଶନ କହିଛନ୍ତି ।

ହାଏରେ ଦୁନିଆ ! ବାପାଙ୍କଠାରୁ ଲୁଡୋରେ ହାରିଲେ ଝିଅ, ଅଲଗା ହେବାକୁ କୋର୍ଟ ଗଲେ

ଭୋପାଲ: ପବଜୀ ପାଇଁ ଜୀବନ ଯାଉଛି ଶୁଣୁଥିଲେ । ଏବେ ଶୁଣନ୍ତୁ ଲୁଡୁ ପାଇଁ ବାପା ଝିଅ ସଂପର୍କରେ ଫାଟ ସୃଷ୍ଟି ହେଲାଣି ।  ଲୁଡୋ ଖେଳ ବାପ ଝିଅ ସମ୍ପର୍କ ଭାଙ୍ଗିବାର କାରଣ ପାଲଟିଛି । ଖେଳରେ ହାରିବା ଯୋଗୁଁ ଝିଅ ତାଙ୍କ ବାପାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାଁନ୍ତି ।  ଏଭଳି ଏକ ତାଜୁବ କଲା ଭଳି ମାମଲା ପାରିବାରିକ କୋର୍ଟରେ ପହଞ୍ଚିଛି ।

ଖେଳକୁ ଲୋକଙ୍କ ସହ ମିଶିବା, ମଜା ମସ୍ତି କରିବା ପାଇଁ ଏକ ମାଧ୍ୟମ ବୋଲି କୁହାଯାଏ । କିନ୍ତୁ ଆଜିକାଲି ପରାଜୟ ସମ୍ପର୍କରେ ଫାଟ ସୃଷ୍ଟି କରିବାର କାରଣ ହେବାରେ ଲାଗିଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ୨୪ ବର୍ଷୀୟ ଝିଅ ଲୁଡୋରେ ନିଜ ବାପାଙ୍କଠୁ ହାରିଥିବାରୁ ତାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି।

ଭୋପାଲର ଜଣେ ଯୁବତୀ ତାଙ୍କ ପିତା ଏବଂ ଭାଇଭଉଣୀଙ୍କ ସହ ଲୁଡୋ ଖେଳୁଥିଲେ । ଖେଳରେ, ବାପା ଜିତିଥିବାରୁ ତାଙ୍କ ଝିଅ ଏତେ ମାତ୍ରାରେ ଆଘାତ ପାଇଛନ୍ତି ଯେ,ସେ ନିଜ ବାପାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ବି ପଛେଇଲେନି । ଖେଳରେ ହାରିଥିବାରୁ ସେ ତାଙ୍କ ବାପାଙ୍କୁ ଘୃଣା କରୁଛନ୍ତି । ସେଥିପାଇଁ ସେ ପରିବାର ପରାମର୍ଶ କେନ୍ଦ୍ରରେ ଯାଇ ପହଞ୍ଚିଥିଲେ ।

ପରିବାର କୋର୍ଟର କାଉନ୍ସିଲର ସରିତା ରଜନୀଙ୍କ କହିବା ଅନୁସାରେ, ଜଣେ ୨୪ ବର୍ଷୀୟ ଯୁବତୀ ଏଭଳି ମାମଲା ନେଇ ତାଙ୍କ ପାଖକୁ ଯାଇଥିଲେ ଯାହା ତାଙ୍କୁ ଆଚମ୍ବିତ କରିଥିଲା ।  ସେ ନିଜ ପିତାଙ୍କଠୁ ଲୁଡୋ ଖେଳରେ ହାରିବା ଯୋଗୁଁ ତାଙ୍କ ସହ ସମ୍ପର୍କ ସମାପ୍ତ କରିବାକୁ ଚାହାନ୍ତି । ଯୁବତୀଙ୍କ କହିବା ଅନୁସାରେ, ତାଙ୍କ ପିତା ସେମାନଙ୍କ ପାଇଁ ସବୁକିଛି କରୁଥିଲେ । ହଠାତ୍ ସେହି ମଣିଷ କିପରି ତାଙ୍କ ପିଲାଙ୍କୁ ଖେଳରେ ହରାଇବେ । ଏହା ସହ ସେ କହିଛନ୍ତି ଯେ, “ମୁଁ ମୋ ବାପାଙ୍କୁ ବାପା ବୋଲି କହିବାକୁ ମଧ୍ୟ ପସନ୍ଦ କରୁ ନାହିଁ”। ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସରିତା ପ୍ରଥମ ଥର ଦେଖିବାକୁ ପାଇଛନ୍ତି । ସେହି ଯୁବତୀଙ୍କୁ ଚାରିଥର କାଉନ୍ସିଲିଂ କରିବା ପରେ ତାଙ୍କ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ଓ ସେ ନିଜ ବାପାଙ୍କ ପାଇଁ ଘୃଣା ଭାବ କମ କରିଛନ୍ତି ।

ପରିବାର କୋର୍ଟର କାଉନ୍ସିଲର ସରିତା କହିଛନ୍ତି ଯେ, ଆଜିକାଲି ପିଲାମାନଙ୍କ ମଧ୍ୟରେ ଜିତିବାର ଏଭଳି ଅଭ୍ୟାସ ରହିଛି ଯେ, ସେମାନେ ନିଜର ହାର କୁ ସ୍ୱୀକାର କରିପାରୁ ନାହାଁନ୍ତି । ସେମାନେ ଜାଣିବା ଆବଶ୍ୟକ ଯେ, ଖେଳରେ ହାର ଜିତ୍ ଲାଗି ରହିଥାଏ ।

ଡିଜିଙ୍କ ପତ୍ନୀଙ୍କୁ ମାଡ ମରା ଘଟଣାରେ ନୂଆ ମୋଡ, ପୋଲିସରେ ଅଭିଯୋଗ ଆଣିଲେ ଯୁବତୀ

ଭୋପାଳ: ମଧ୍ୟପ୍ରଦେଶର ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମାଙ୍କୁ ପତ୍ନିକୁ ମାରପିଟ କରିବା ଭିଡ଼ିଓ ଭାଇରାଲ ହେବା ପରେ ପଦରୁ ନିଲମ୍ବିତ କରାଯାଇଛି । ଏବେ ଏହି ମାମଲାରେ ନୂଆ ମୋଡ଼ ଆସିଛି । ଖବର ଅନୁସାରେ ପୁରୁଷୋତ୍ତମଙ୍କ ପତ୍ନି ଅନ୍ୟ ଜଣେ ଯୁବତୀଙ୍କ ଘରେ ତାଙ୍କୁ ଦେଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ କଥା ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ପୁରୁଷୋତ୍ତମ ଶର୍ମାଙ୍କୁ ତାଙ୍କ ପତ୍ନି ଯେଉଁ ଯୁବତୀଙ୍କ ଘରେ ଦେଖିଥିଲେ ଏବେ ସେହି ଯୁବତୀ ଥାନାରେ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଘରେ ପହଂଚି ପୁରୁଷୋତମଙ୍କ ପତ୍ନୀ ତିଆରି କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣକ ଥାନାରେ ପହଂଚିଛନ୍ତି ।


ଅଭିଯୋଗରେ ଯୁବତୀ ଜଣକ ଲେଖିଛନ୍ତି କି ତାଙ୍କ ଛବିକୁ ଭୁଲ ଭାବରେ ଉପସ୍ଥାପନା କରାଯାଇଛି । ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ବାପାଙ୍କ ଭଳି, କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଅପପ୍ରଚାର କରାଯାଇଛି । ତେଣୁ ଏହାକୁ ନେଇ ଉଚିତ୍‌ ତଦନ୍ତ କରିବା ପାଇଁ ସେ ଅଭିଯୋଗରେ ଲେଖିଛନ୍ତି ।

ସୂଚନାଯୋଗ୍ୟ ନିକଟରେ ମଧ୍ୟପ୍ରଦେଶର ଏହି ସ୍ପେଶାଲ ଡିଜିଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ତାଙ୍କ ପତ୍ନିଙ୍କୁ ନିର୍ମମ ଭାବରେ ମାଡ଼ ମାରୁଥିବାର ନଜର ଆସିଛି । ତେବେ ଉକ୍ତ ଘଟଣା ସାମ୍ନାକୁ ଆସିବା ପରେ ଡିଜିଙ୍କୁ ପଦରୁ ନିଲମ୍ବିତ କରାଯାଇଛି । କିନ୍ତୁ ଉକ୍ତ କଥାକୁ ଭୁଲ ବୋଲି କହିଛନ୍ତି ଡିଜି । ତାଙ୍କ ମତରେ ଘରୋଇ ହିଂସା ଅପରାଧ ନୁହେଁ । ତେବେ ଏହି ଭିଡ଼ିଓ କିଏ ମୋବାଇଲରେ କଏଦ କରିଛି ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ ।

ଖବର ଅନୁସାରେ ଡିଜିଙ୍କ ପୁଅ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ଡିଜିଙ୍କୁ ପଦରୁ ନିଲମ୍ବିତ କରାଯାଇଛି ।

କିରାଣିଙ୍କ ବେଳା ଖରାପ,ଲାଂଚ ନେଉଥିଲେ ମାଡ଼ିବସିଲା ଭିଜିଲାନ୍ସ…

ରାୟଗଡ଼ା: ଭିଜିଲାନ୍ସ ଜାଲରେ ଫସିଲେ କିରାଣି । ୪ ଜହାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ରେଡ୍‌ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ରାୟଗଡ଼ା ଜିଲ୍ଲା କାଶୀପୁର ଵ୍ଳକ କିରାଣି ପ୍ରକାଶ ଚନ୍ଦ୍ର ସାହୁ । ଡଙ୍ଗାସିଲ ଗାଁରେ ଏକ ଯାତ୍ରୀ ଵିଶ୍ରାମାଗାର ନିର୍ମାଣ ପାଇଁ ଠିକାଦାର ବିଳାସ କୁମାର ନାୟକଙ୍କୁ କିରାଣି ପ୍ରକାଶ ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବିଳାସ ଭିଜିଲାନ୍‌କୁଜଣାଇବା ପରେ ଭିଜିଲାନ୍‌ସ ଜାଲ ବିଛାଇଥିଲା । ଯୋଜନା ମୁତାବକ ଆଜି ଟଙ୍କା ଦେବାପାଇଁ ସ୍ଥିର ହୋଇଥିଲା ।

ବିଳାସ କାର୍ଯ୍ୟାଳୟ ଭିତରେ ଟଙ୍କାଦେବା ବେଳେ ପୂର୍ବରୁ ଛପି ରହିଥିବା ରାୟଗଡା ଓ ଭବାନୀପାଟଣା ଭିଜିଲାନ୍‌ ଟିମ୍ ଚଢାଉ କରିଥିଲେ  । ୪ ହଜାର ଟଙ୍କା ହାତରେ ଧରିଥିବା ଅବସ୍ଥାରେ କିରାଣି ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି । ଯଦି ଦେଖିବା କାଶୀପୁର ବ୍ଲକରେ ମଧ୍ୟ ଏହା ପୂର୍ବରୁ ଅନେକ ବାର ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଉକ୍ତ କିରାଣିଙ୍କ ନାମରେ କୌଣସି ପ୍ରମାଣ ନଥିଲା । ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଇରଫାନଙ୍କ କବରର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଶଂସକ, କାରଣ ସ୍ପଷ୍ଟ କଲେ ପୁଅ ବାବିଲ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କର୍କଟ ରୋଗ ସହିତ ଲଢିବା ପରେ ଚଳିତ ବର୍ଷ ଅପ୍ରେଲ ୨୯ରେ ଇରଫାନ ଖାନ ଦୁନିଆରୁ ବିଦାୟ ନେଇଛନ୍ତି । ଇରଫାନଙ୍କ ମୃତ୍ୟୁର ପ୍ରାୟ ୫ ମାସ ବିତିଗଲାଣି । ଯଦିଓ ଏହା ସତ ତଥାପି ଏହାକୁ ଅତି ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି ତାଙ୍କ ଫ୍ୟାନ୍ସ। ଇରଫାନଙ୍କ ପୁଅ ବାବିଲ ତାଙ୍କର ଖୁବ ନିକଟତର ଥିଲେ । ଏବେ ମଧ୍ୟ ସେ ତାଙ୍କ ବାପାଙ୍କ ସ୍ମୃତିରେ ଫଟୋ ଶେୟାର କରୁଛନ୍ତି । କିନ୍ତୁ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଇରଫାନଙ୍କ କବର । ଇରଫାନଙ୍କ କବରକୁ ଯେଉଁଭଳି ତିଆରି କରାଯାଇଛି ତାହାକୁ ଦେଖିବା ପରେ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି ।

 

View this post on Instagram

 

Baba liked it wild, Ayaan is staying strong :* mamma recently wrote about the wilderness around when some of his fans were worried that it looked unkempt, I need you to understand, he always always wished to be surrounded by the grass and the plants and the trees. Waste and plastic is always removed from that wilderness. Here’s what my beautiful mamma wrote: “Women are not allowed in Muslim graveyards. Hence, I have planted the raat Ki Rani in Igatpuri where I have a memory stone of his…where I have buried his fav things .I own that place Where I can sit for hours without any one telling me I can’t sit next to him. He is there in his spirit. But that doesn’t mean the graveyard shouldn’t be tended ..but as far as how is a very questionable thing… The wild plants grass have grown in rains.. It’s wild and beautiful is what I saw in the photo you are mentioning..it rains and plants come and they wither in the next season..and then one can clean it. Why should everything be exactly as per definition.. And the plants have grown may be for a purpose look closely.”

A post shared by Babil (@babil.i.k) on

ବାବିଲ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ବାପାଙ୍କ କବରର ପଥର ଉପରେ ପାଣି ଢାଳୁଥିବାର ନଜର ଆସିଛି । କ୍ୟାପ୍ସନରେ ବାବିଲ ଲେଖିଛନ୍ତି କି ତାଙ୍କ ବାପାଙ୍କୁ ଏହିଭଳି ଜଙ୍ଗଲ ପରିବେଶ ପସନ୍ଦ ଥିଲା । ସେ ସବୁବେଳେ ଚାହୁଁଥିଲେ ତାଙ୍କ ଆଖପାଖ ପରିବେଶ ଠିକ ଏହିଭଳି ରହୁ । ତେଣୁ ତାଙ୍କ କବରକୁ ଏହିଭଳି ରୂପ ଦିଆଯାଇଛି । କିନ୍ତୁ ଏହାକୁ ନେଇ ଚିନ୍ତିତ ନ ହେବାପାଇଁ ପ୍ରଶଂସକଙ୍କୁ କହିଛନ୍ତି ବାବିଲ ।

ଓ୍ୱେଷ୍ଟ ଏବଂ ପ୍ଲାଷ୍ଟିକକୁ ଜଙ୍ଗଲ ଠାରୁ ଦୂରେଇ ରଖିବାକୁ ଚାହୁଁଥିଲେ ଇରଫାନ । ତେବେ ଇରଫାନଙ୍କ ପତ୍ନି ପୂର୍ବରୁ ଏକ ପୋଷ୍ଟ ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେକି ମୁସଲିମ ମହିଳାଙ୍କୁ ବକର ନିକଟକୁ ଯିବା ନିଷେଧ । ତେଣୁ ସେ ଲାଗତପୁରିରେ ଏକ Night-blooming jasmine ବା ରାତିର ରାଣୀ ଗଛ ଲଗାଇଛନ୍ତି । ଇରଫାନଙ୍କ ସ୍ମୃତିରେ ସେଠାରେ ଏକ ପଥର ରଖିଛନ୍ତି । ତେବେ ସେଠାରେ ଇରଫାନଙ୍କ ପସନ୍ଦର ଜିନିଷକୁ ସମାଧି ଦିଆଯାଇଛି । ସେହି ଜମିକୁ ସେ କିଣିଛନ୍ତି । ସେଠାରେ ସେ ନିଜ ଇଛାରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ରହି ପାରୁଛନ୍ତି । ତେବେ ଏହାର ମାନେ ନୁହେଁଯେ ତାଙ୍କୁ କବରରେ ଛାଡ଼ି ଦିଆଯାଇଛି । ସେଠାରେ ତାଙ୍କ ଆତ୍ମା ଅଛି ଯେଉଁ ସ୍ଥାନକୁ ସେ ଅଧିକ ଭଲ ପାଉଥିଲେ ।

ସୂଚନାଯୋଗ୍ୟ ପ୍ରଥମେ ପ୍ରଶଂସକ ଭାବିଥିଲେ କି ଏହି ଉକ୍ତ ସ୍ଥାନରେ ଇରଫାନଙ୍କ ମୃତ ଶରୀରକୁ କବର ଦିଆଯାଇଛି । କିନ୍ତୁ ବାବିଲ ଏହାକୁ ସ୍ପଷ୍ଟ କରିଛନ୍ତି କି କବର ଦେଇଥିବା ସ୍ଥାନ ଏବଂ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ଉଭୟ ସ୍ଥାନ ଭିନ୍ନ ଭିନ୍ନ ।

ଖୋଲିବ ଚନ୍ଦକା ଡମପଡ଼ା ଅଭୟାରଣ୍ୟ, କିନ୍ତୁ ରହିବ ଏହି ସବୁ କଟକଣା

ଭୁବନେଶ୍ୱର: କରୋନା ଭିତରେ ଧିରେ ଧିରେ ସୁଧୁରୁଛି ପରିସ୍ଥିତି । ଅନ୍‌ଲକ୍‌ ୪.୦ ରେ ଲାଗିଥିବା କଟକଣା ଉପରେ କିଛି ମାତ୍ରାରେ କୋହଳ ଛଡ଼ାଯାଉଛି । ତେବେ କରୋନା ସମୟରେ ଅଧିକ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଥମେ ଧିରେ ଧିରେ ପୂର୍ବ ଭଳି ସ୍ୱାଭାବିକ କରାଯାଉଛି । ତେବେ ଏଇ ଭିତରେ ପଯ୍ୟଟକଙ୍କ ପାଇଁ ଖୁସି ଖବର ଆସିଛି । ଅକ୍ଟୋବର ୨ତାରିଖରେ ଖୋଲିବ ଚନ୍ଦକା ଡମପଡ଼ା ଅଭୟାରଣ୍ୟ । କୋଭିଡ କଟକଣାରେ ଅଭୟାରଣ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

ଅଭୟାରଣ୍ୟକୁ ଯିବାକୁ ହେଲେ ମାସ୍କ ବାଧ୍ୟତା ମୂଳକ, ସାମାଜିକ ଦୂରତା ରକ୍ଷା କରିବା ସହ ଜଙ୍ଗଲ ସଫାରି, ନେଚର କ୍ୟାମ୍ପ, ହାତୀ ଅଭୟାରଣ୍ୟ, ଡେରାସ ଡ୍ୟାମ ଆଦି ପଯ୍ୟଟକ ମାନେ ବୁଲି ଉପଭୋଗ କରିପାରିବେ । ସମସ୍ତ ଅଞ୍ଚଳ ମାନକୁ  ଲଗାତାର ସାନିଟାଇଜ କରାଯିବା ବ୍ୟବସ୍ଥା କରାଯାଇଛି । କୋଭିଡ ନିୟମ କଡା କଡି ପାଳନ ପାଇଁ ସୁରକ୍ଷା କର୍ମୀ ତୀକ୍ଷ୍ନ ଦୃଷ୍ଟି ରଖିବେ । ମାର୍ଚ୍ଚ ମାସ ୨୭ତାରିଖରୁ କୋଭିଡ ପାଇଁ ବନ୍ଦ କରାଯାଇଥିଲା ଅଭୟାରଣ୍ୟ । ଦୀର୍ଘ ୭ମାସ ପରେ ଖୋଲିବାକୁ ଯାଉଛି ଅଭୟାରଣ୍ୟ ।

World Heart Day 2020: କେବଳ ଛାତି ଯନ୍ତ୍ରଣା ନୁହେଁ, ଏଗୁଡ଼ିକ ମଧ୍ୟ ହୋଇପାରେ ହୃଦଘାତର ଲକ୍ଷଣ

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ସେପଟେମ୍ବର ମାସ ୨୯ ତାରିଖରେ ସମଗ୍ର ବିଶ୍ୱରେ ହୃଦୟ ଦିବସ ବା ୱାର୍ଲ୍ଡ ହାର୍ଟ ଡେ’ ପାଳନ କରାଯାଏ । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା । ୱାର୍ଲ୍ଡ ହାର୍ଟ ଫେଡେରେସନ୍ ଅନୁସାରେ, ସାରା ବିଶ୍ୱରେ ସର୍ବାଧିକ ମୃତ୍ୟୁ ହୃଦ୍ ରୋଗ ହେତୁ ହୋଇଥାଏ। ତେବେ ହୃଦଘାତ ପରିସ୍ଥିତି କେତେବେଳେ ଆସେ ଏବଂ କେଉଁ ଲକ୍ଷଣଗୁଡିକୁ ନେଇ ଧ୍ୟାନ ଦେବା ଜରୁରୀ ଜାଣନ୍ତୁ –

ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ପହଞ୍ଚାଇବା ଓ ରକ୍ତ ଯୋଗାଇବା ହେଉଛି ହୃଦୟର କାମ । ଏବଂ ଯେତେବେଳେ ଏହା କାର୍ଯ୍ୟ କରିବା ବନ୍ଦ କରିଦିଏ, ସେତେବେଳେ ମଣିଷ ହୃଦଘାତର ଶିକାର ହୋଇଥାଏ । ଏହା ସାଧାରଣତଃ ସେତେବେଳେ ହୁଏ ଯେତେବେଳେ ହୃଦୟ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରିବାକୁ କିମ୍ବା ଶରୀରକୁ ରକ୍ତ ଯୋଗାଇବାକୁ ଶକ୍ତିଶାଳୀ ନଥାଏ । ହୃଦଘାତ ସମୟରେ, ଲୋକଙ୍କ ହୃଦୟରେ ଏମିତି ଯନ୍ତ୍ରଣା ହୁଏ, ଯାହା କେବଳ ଚେଷ୍ଟ ଏକ୍ସ-ରେ ଦେଖାଯାଇପାରିବ । ଏଥିପାଇଁ ଅନେକ ସମସ୍ୟା ମଧ୍ୟ ହୋଇଥାଏ ।

ହୃଦଘାତର ଲକ୍ଷଣ- ଛାତି ଯନ୍ତ୍ରଣା ବ୍ୟତୀତ ନିଶ୍ୱାସ ନେବାରେ ଅସୁବିଧା ମଧ୍ୟ ଏହାର ଲକ୍ଷଣ ହୋଇଥାଏ । କିଛି ଲୋକଙ୍କୁ ପାହାଚ ଚଢ଼ିବା ପରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ, ସେମାନେ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି । କିଛି ଲୋକେ ବସିବା ସମୟରେ ମଧ୍ୟ ଅସୁବିଧା ଅନୁଭବ କରନ୍ତି, ଯାହା ଦ୍ୱାରା ହୃଦଘାତ ହୋଇପାରେ ।  ନିଶ୍ୱାସ ସମସ୍ୟା ଏବଂ ଶୁଖିଲା କାଶ ଯୋଗୁଁ ଅସୁବିଧା ଅନୁଭବ କରିବା ମଧ୍ୟ ହୃଦଘାତର ଲକ୍ଷଣ ହୋଇଥାଏ । ହୃଦଘାତର ସ୍ଥିତି ଯେତେବେଳେ ବଢିବାରେ ଲାଗେ ସେତେବେଳେ ମଣିଷକୁ କମ ଭୋକ ଲାଗେ । ସେମାନଙ୍କ ହାର୍ଟ ବିଟ୍ ମଧ୍ୟ ଦ୍ରୁତ ହୋଇଥାଏ । ଏହା ସହ ଶରୀର ମଧ୍ୟ ଦୁର୍ବଳ ହୋଇଯାଏ ।

*ଷ୍ଟେଜ୍ Aରେ ରୋଗୀମାନଙ୍କର ଅଧିକ ହୃଦଘାତ ହେବାର ଆଶଙ୍କା ରହିଥାଏ । ଏହି ରୋଗୀମାନଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନ୍ୟ କେତେକ ରୋଗ ମଧ୍ୟ ରହିଥାଏ ।

*ଷ୍ଟେଜ୍ Bରେ ରୋଗୀମାନଙ୍କର ଅନେକ ହୃଦୟ ସମ୍ବନ୍ଧୀୟ ରୋଗ ଥାଏ । କିଛି ଲୋକଙ୍କର ଭେଣ୍ଟ୍ରିକୁଲାର ସିଷ୍ଟୋଲିକ୍ ଡିସଫଙ୍କସନ ଦେଖାଯାଏ ।

*ଷ୍ଟେଜ୍ Cରେ, ରୋଗୀମାନଙ୍କର ସିଷ୍ଟୋଲିକ୍ ଡିସଫେଙ୍କସନ୍ ରହିଥାଏ ଏବଂ ସେମାନଙ୍କୁ ଅନେକ ଲକ୍ଷଣ ଅନୁଭବ ହୋଇଥାଏ । ଏହି ପର୍ଯ୍ୟାୟରେ ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ଆରମ୍ଭ ହୁଏ ।

*ଷ୍ଟେଜ୍Dରେ ରୋଗୀମାନଙ୍କର ମେଡିକାର ଥେରାପି ସତ୍ତ୍ୱେ ଡିସ୍ପେନିଆ ଏବଂ ଥକ୍କା ଭଳି ଲକ୍ଷଣ ଦେଖାଯାଏ । ଏହି ଷ୍ଟେଜ୍ ହୃଦଘାତର ଅନ୍ତିମ ପର୍ଯ୍ୟାୟ ବୋଲି କୁହାଯାଏ ।

କନ୍ଜେଷ୍ଟିଭ୍ ହାର୍ଟ ଫେଲ୍ ହେଉଛି ଶେଷ ପର୍ଯ୍ୟାୟ ଯେଉଁଥିରେ ହୃଦୟ ମାଂସପେଶୀ ରକ୍ତ ଯୋଗାଇବାରେ ବିଫଳ ହୋଇଥାଏ । ଏବଂ ଏହି ଅବସ୍ଥାରେ କୌଣସି ଚିକିତ୍ସା କାମ କରେ ନାହିଁ । ହୃଦୟର ମାଂସପେଶୀ ଏତେ ଦୁର୍ବଳ ହୋଇଯାଏ ଯେ ସେମାନେ ରକ୍ତ ଯୋଗାଇପାରନ୍ତି ନାହିଁ ଏବଂ ଏହି କ୍ଷେତ୍ରରେ ହୃଦଘାତ ହୋଇଥାଏ ।

ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଦିବଂଗତ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ସହିଦ ସୈନିକ ଓ କୋଭିଡ୍‌ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଅଧିବେଶନରେ । ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଲୋକସେବା ଭବନରୁ ୬ ଜଣ ବରିଷ୍ଠ ବିଧାୟକ ଯୋଡ଼ି ହୋଇଥିଲେ । ତେବେ ପଜିଟିଭ ଚିହ୍ନଟ ବିଧାୟକଙ୍କୁ ଗୃହରେ ପ୍ରବେଶ ଅନୁମତି ମିଳିନି ।

ବାଚସ୍ପତି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି । ତେବେ ଆଜି ଗୃହରେ ମୋଟାମୋଟି ଭାବରେ କୋଭିଡ଼ ପରିଚାଳନା, ରାଜ୍ୟରେ ବନ୍ୟା ସ୍ଥିତି ଏବଂ ଜିଏସ୍‌ଟି ଉପରେ ଆଲୋଚନା ହୋଇପାରେ । ବିରୋଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଶାସକ ଦଳ ପାଖରେ ରହିଛି ବୋଲି ବିଜେଡ଼ିର ବରିଷ୍ଠ ନେତା ମାନେ କହିଛନ୍ତି । ସେପଟେ ଆଜି କରୋନା କଟକଣାରେ ଆରମ୍ଭ ହୋଇଥିଲା ବିଧାନସଭା । ବିଧାନସଭାରେ ଏକ ଭିନ୍ନ ଧରଣର ମାହୋଲ ଥିଲା ବୋଲି କହିଛନ୍ତି ବିଧାୟକ ମାନେ । କୋଭିଡ଼ କଟକଣା ସହ ପୁରା ସୁରକ୍ଷିତ ଭବରେ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ କାଚ ଲଗାଯାଇ ଅଲଗା ସିଟର ବ୍ୟବସ୍ଥା କରାଯାଇଥିବା ଏକ ଭଲ ପଦକ୍ଷେପ ବୋଲି ବିଧାୟକ ମାନେ କହିଛନ୍ତି ବିଧାୟକ ମାନେ ।