spot_img
Home Blog Page 6360

IIFLର ଲୁଟ ଘଟଣା: ମାନାପୁରମ ଶାଖା ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ

କଟକ: ଖୋଲୁଛି କଟକ ଆଇଆଇଏଫଲ୍‌ ଫାଇନାନ୍‌ସରୁ ସୁନା ଟଙ୍କା ଲୁଟ୍‌ ଘଟଣା ଗୁମର । ଦିନ ଯେତେ ଗଡ଼ୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଏହି ଘଟଣାରେ ମାନାପୁରମ ଶାଖା ମ୍ୟାନେଜରଙ୍କୁ ଉଠାଇ ନେଇଛି ପୋଲିସ । ବଜ୍ରକବାଟି ମାନାପୁରମ ଶାଖା ମ୍ୟାନେଜରଙ୍କୁ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପଚରାଉଚରା କରୁଛି ପୋଲିସ ।

ଗତକାଲି ଘଟଣାକୁ ନେଇ ବଜ୍ରକବାଟୀ ମାନାପୁରମ ଶାଖାରେ ପଶି ପୋଲିସ ତଦନ୍ତ ଚଳାଇଥିଲା । ଲାଲା ଅମ୍ରିତ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଆଣି ପୋଲିସ ଶାଖାରେ ଖୋଳତାଡ଼ କରୁଥିଲା । ଶାଖାରେ ଲାଲା ଅମ୍ରିତ ଓ ଅନ୍ୟ ଜଣେ ଅଭିଯୁକ୍ତ ମାନାପୁରମ ଶାଖାରୁ ୧କେଜି ସୁନା ଚୋରି କରିଥିଲେ । ଏବଂ ଘଟଣା ଜେଲ ଯାଇ ବେଲରେ ମଧ୍ୟ ଆସିଥିଲେ ।

ସେପଟେ ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ଲାଲା, ବାଇ ରଂଜନ ଓ ପ୍ରମୁଖ ସହଯୋଗୀ ନୀଳିମା ଲେଙ୍କାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫେକ୍ ଆକାଉଣ୍ଟ କରି ଏମାନେ ଲୁଟର ରଚିଥିଲେ ବ୍ଲୁ ପ୍ରିଣ୍ଟ ।

କଟକ ନୟାସଡ଼କ IIFL ଫାଇାନାନ୍‌ସ ‌ଲୁଟ୍ ଘଟଣାରେ ଅଭିଯୁକ୍ତଙ୍କ ରିମାଣ୍ଡ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଏବେ ସୁଦ୍ଧା ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଅଡି କାର, ବଜାଜ ପଲସର ଓ ହୋଣ୍ଡା ଗାଡି ବି ଜବତ ହୋଇଛି । ଖେଳଣା ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ । ଅଡିଟ ପାଇଁ ନକଲି ସୁନାକୁ ଅସଲି ସୁନା ସହ ମିଶାଇ ଦେଉଥିଲା ଲାଲା। ଏହି ରାକେଟରେ ଆହୁରି ଅନେକ ସାମିଲ ଅଛନ୍ତି, ଆଗକୁ ଗିରଫ ହେବେ ବୋଲି ଡିସିପି କହିଛନ୍ତି ।

ବାସ୍ତୁଶାସ୍ତ୍ରର ଏହି ଉପାୟ ଆପଣଙ୍କୁ କରିଦେବ ଋଣ ମୁକ୍ତ ! ଜାଣନ୍ତୁ ଉପାୟ

ସାଂସାରିକ ଜୀବନକୁ ସୁରୁଖୁରୁରେ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକ ଆବଶ୍ୟକତା ରହିଛି । ଯେତେବେଳେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ ସେତେବେଳେ ଋଣ ନେବା ଜରୁରୀ ହୋଇଯାଏ  । ତା’ପରେ ଧୀରେ ଧୀରେ ଋଣର ଭାର ବଢିବାରେ ଲାଗେ । ସମସ୍ତ ପ୍ରୟାସ ପରେ ମଧ୍ୟ ଅପସାରଣ କରିବା କଷ୍ଟକର ହୋଇଯାଏ । ଯଦି ଆପଣ ମଧ୍ୟ ଋଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ବାସ୍ତୁର କିଛି ସହଜ ଉପାୟ ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଏଡାଇ ଦେଇପାରିବେ ।

ତୁଲସୀ ଗଛ ପୂଜା କରନ୍ତୁ

ତୁଳସୀ ଗଛ ବାସ୍ତୁ ଦୋଷ ଦୂର କରିଥାଏ । ଘରର ମୁଖ୍ୟ ଦ୍ୱାର ତଥା ଐସାନ୍ୟ କୋଣରେ ତୁଳସୀ ଗଛ ରଖିବା ଉଚିତ୍ । ଏବଂ ତୁଳସୀ ଗଛକୁ ପ୍ରତ୍ୟେକ ଦିନ ଜାଳ ଦେବା ସହ ସନ୍ଧ୍ୟା ସମୟରେ ଦୀପ ଜଳାଇବା ଉଚିତ୍ । ଏହାଦ୍ୱାରା ଘରେ ଖୁବଶୀଘ୍ର ଧନର ଆଗମନ ହୋଇଥାଏ ।

ଘରର ବାସ୍ତୁ ଦୋଷକୁ ସଠିକ୍ କରନ୍ତୁ

ଯଦି ଆପଣଙ୍କ ଘରେ ଟଙ୍କା ନାହିଁ କିମ୍ବା ଆପଣ ଋଣରୁ ମୁକ୍ତି ପାଇପାରୁ ନାହାଁନ୍ତି, ତେବେ ଆପଣଙ୍କ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ଜଳ ରହିଥିବା ସ୍ଥାନର ଦୋଷ ରହିଛି । ଏପରି ପରିସ୍ଥିତିରେ, ଘର ଏବଂ ବ୍ୟବସାୟ ସ୍ଥାନର ଜଳ ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ କିମ୍ବା ଜଳ ପାତ୍ରକୁ ଘର ଏବଂ ବ୍ୟବସାୟ ସ୍ଥଳର ଉତ୍ତର ଦିଗରେ ରଖନ୍ତୁ । ଜଳ ପାଇଁ ଉତ୍ତର ଦିଗକୁ ସଠିକ୍ ବିବେଚନା କରାଯାଏ ।

ଆର୍ଥିକ ସ୍ଥିତିକୁ ମଜବୁତ କରିବର ଉପାୟ

ଘର ଏବଂ ବ୍ୟବସାୟ ସ୍ଥାନରେ ଲାଫିଙ୍ଗ ବୁଦ୍ଧକୁ ରଖିବା ଶୁଭ ବୋଲି କୁହାଯାଇଥାଏ । ଯଦି ଆପଣ ଆର୍ଥିକ ଅସୁବିଧା ସହ ସଂଘର୍ଷ କରୁଛନ୍ତି, ତେବେ ଲାଫିଂ ବୁଦ୍ଧଙ୍କୁ ଘରର ଉତ୍ତର-ପଶ୍ଚିମ କୋଣରେ ରଖନ୍ତୁ । ଏହା ଅର୍ଥର ଅସୁବିଧାକୁ ଦୂର କରିଥାଏ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ ।

ଘରର କବାଟରେ ୱିଣ୍ଡ୍ ଚାଇମ୍ ଲଗାନ୍ତୁ

ବାସ୍ତୁରେ, ୱିଣ୍ଡ ଚାଇମରୁ ବାହାରୁଥିବା ଶବ୍ଦକୁ ବହୁତ ଭଲ ବୋଲି କୁହାଯାଇଥାଏ । ଘରର କବାଟ ଏବଂ ଝରକାରେ ବିନା ପାଇପର ୱିଣ୍ଡ ଚାଇମ ଲଗାଇବା ଉଚିତ୍ । ଏଥିରୁ ବାହାରୁଥିବା ଶବ୍ଦ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ ଏବଂ ସକରାତ୍ମକ ବାତାବରଣ ସୃଷ୍ଟି କରିଥାଏ ।

ମଙ୍ଗଳବାର ଦିନ ଋଣ ଦେଣନେଣ କରନ୍ତୁ ନାହିଁ

ଯଦି ଆପଣ ନିଆଯାଇଥିବା ଋଣ ପରିଶୋଧ କରିବାରେ ଅସମର୍ଥ, ତେବେ ଯେତେବେଳେ ବି ଆପଣଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡିବ, ମଙ୍ଗଳବାର ଦିନ ଦିଅନ୍ତୁ  । ଏହା ଆପଣଙ୍କ ଋଣ ଶୀଘ୍ର ପରିଶୋଧ ହୋଇପାରିବ । କିନ୍ତୁ ମଙ୍ଗଳବାର ଦିନ ଆପଣ ଋଣ ନେବା ଉଚିତ୍ ନୁହେଁ ।

Odisha Corona Updates: ଶେଷ ୨୪ ଘଣ୍ଟାରେ ୬୪୪ ସଂକ୍ରମିତ, ୧୭ ମୃତ

ଭୁବନେଶ୍ୱର: କରୋନା ସଂକ୍ରମଣ ରାଜ୍ୟରେ ଏବେ ପୁରା ନିୟନ୍ତ୍ରଣରେ ଅଛି । ଯଦିଓ ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟରେ କରୋନା ୨ୟ କିମ୍ୱା ୩ୟ ପର୍ଯ୍ୟାୟରେ ପହଞ୍ଚିଲାଣି, ରାଜ୍ୟ ସରକାରଙ୍କ ବ୍ୟବସ୍ଥିତ ପଦ୍ଧତି ଯୋଗୁଁ ଆମେ କରୋନା ମୁକାବିଲାରେ ସଫଳ ହେଉଛେ । ରାଜ୍ୟରେ ଦୈନିକ ସଂକ୍ରମଣର ସଂଖ୍ୟା ଏବେ ୬ଶହ ପାଖାପାଖି ରହୁଛି । ଯାହା ଜାତୀୟ ସ୍ତରରେ ଖୁବ୍ କମ୍ ରାଜ୍ୟ କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ରାଜ୍ୟରେ ୬୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୭୫ । ତେବେ ଜିଲ୍ଲାଗୁଡ଼ିକ ମଧ୍ୟରେ କଟକରୁ ସର୍ବାଧିକ ସଂକ୍ରମିତ, ୬୪ ଜଣ ପଜିଟିଭ୍ ଜଣାପଡିଛି । ଅନ୍ୟ ପ୍ରମୁଖ ସଂକ୍ରମିତ ଜିଲ୍ଲାଗୁଡ଼ିକ ହେଲେ, ସୁନ୍ଦରଗଡ଼(୬୨), ନୂଆପଡ଼ା(୩୬), ଖୋର୍ଦ୍ଧା(୪୯), କେନ୍ଦୁଝରରୁ(୪୨), ଅନୁଗୁଳ(୫୦), କଳାହାଣ୍ଡ(୩୫) ଓ ବଲାଙ୍ଗିରରୁ ୩୨ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେହିଭଳି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ସମ୍ୱନ୍ଧୀତ ସୂଚନା ମଧ୍ୟ ରହିଛି ।

ଶେଷ ୨୪ ଘଣ୍ଟାରେ ରାଜ୍ୟରେ ୧୭ ଜଣ ରୋଗୀ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ରାଜ୍ୟ ଏବେ ୬୭୮୬ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଏଯାବତର ସମୁଦାୟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫ । ଏଥିପାଇଁ ରାଜ୍ୟ ସରକାର ୫୭ ଲକ୍ଷ ୩୨ ହଜାର ୫୯୦ କରୋନା ଟେଷ୍ଟ କରିସାରିଛନ୍ତି ।

୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ବିରୋଧୀ ଉଠାଇଲେ ପରୀ ମୃତ୍ୟୁ ଓ ଦାଦନ ସମସ୍ୟା ପ୍ରସଙ୍ଗ…

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜିର ଦିନରେ ଗୃହ ଆରମ୍ଭରୁ ପରୀ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ବ୍ୟାନର ଦେଖାଇ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । କୃଷିମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନାରବାଜି କରିଥିଲା । ବାଧ୍ୟହୋଇ ବାଚସ୍ପତି ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ବିଜେପି ଦାଦନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି । ଦାଦନ ହେଉଛି ସବୁଠୁ ବଡ଼ ମହାମାରୀ, ଏବେ ଦାଦନ ମାନେ କାମ ନପାଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଏମାନଙ୍କ କଥା ସରକାର ବୁଝନ୍ତୁ ବୋଲି ବିଜେପି ଦାବି କରିଛି ।

ଏହି ପ୍ରସଙ୍ଗ ଉପରେ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିବା ବେଳେ ଆଜି ଗୃହରେ ଏନେଇ ଉତ୍ତର ରଖିବେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ଏହାସହ ଆଜି ବଜେଟ୍ ଖର୍ଚ୍ଚ ନେଇ ଆଲୋଚନା ହେବ । ସେହିଭଳି ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଆମେରିକା ସେନା ସହ ସମକକ୍ଷ ହେବାକୁ ଚୀନ ସେନାକୁ ନିର୍ଦ୍ଦେଶ ଦେଲେ ଜିନପିଙ୍ଗ

ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଧବାର ଦିନ ସଶସ୍ତ୍ର ବାହିନୀର ଯୁଦ୍ଧ ତାଲିମକୁ ମଜବୁତ କରିବାକୁ ଏବଂ ଯୁଦ୍ଧରେ ଜିତିବାର କ୍ଷମତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶାସକ କମ୍ୟୁନିଷ୍ଟ ପାର୍ଟି ପିପୁଲ୍ସ ଲିବରେସନ୍ ଆର୍ମି (PLA)କୁ ବା ନିଜ ବଳକୁ ୨୦୨୭ ସୁଦ୍ଧା ଆମେରିକାର ସେନା ସହ ସମାନ କରିବାକୁ ଯୋଜନା କରିଛି ।

ସି ଜିନପିଙ୍ଗ କହିଛନ୍ତି ଯେ, ଯୁଦ୍ଧ ଜିତିବା ପାଇଁ ସେନା ତାଲିମ ଉପରେ ଧ୍ୟାନ ଦେବା ଉଚିତ୍

ନିକଟରେ ସେ, ନିଜର ଏହି ମନ୍ତବ୍ୟ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, PLA ଅତ୍ୟାଧୁନିକ ଜ୍ଞାନକ କୌଶଳ ଗ୍ରହଣ କରିବା ଉଚିତ୍ । ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି)ର ଅଧ୍ୟକ୍ଷ ତଥା ମିଲିଟାରୀ କମିଶନ (ସିଏମସି)ର ଚେୟାରମ୍ୟାନ୍ ୬୭ ବର୍ଷିୟ ଜିନ୍‌ପିଙ୍ଗ୍‌ ‘ସିଏମ୍‌ସି’ର ଏକ ସଭାରେ ଭାଷଣ ଦେବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି।

ଚୀନ୍‌ର ସେନାର ଯୁଦ୍ଧ ଲଢ଼େଇର ଦକ୍ଷତା, ନିରାପତ୍ତା, ପରିବେଶ ଏବଂ ଆଧୁନିକ ଯୁଦ୍ଧ କୌଶଳର ରୂପରେଖରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି । ସେନାରେ ବୈଜ୍ଞାନିକ ଏବଂ ବୈଷୟିକ ଶିକ୍ଷାଦୀକ୍ଷା ଥିବା ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

୨୦୨୭ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ସେନା ସମକକ୍ଷ ସମ୍ପୂର୍ଣ୍ଣ ଆଧୁନିକ ସେନା ନିର୍ମାଣ କରିବାକୁ ନିକଟ ଅତୀତରେ ଶେଷ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ଚୀନ୍‌ର କମ୍ୟୁନିଷ୍ଟ୍‍ ପାର୍ଟି ଚୂଡ଼ାନ୍ତ କରିଥିଲା। ‘ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ମତରେ, ୨୦୧୯ରେ ଚୀନ୍‌ ସେନା ୨୩୨ ବିଲିୟନ୍‌ ଡଲାର୍‌ ବ୍ୟୟ କରିଛି। ୨୦୨୦ରେ ଚୀନ୍‌ର ସାମରିକ ବ୍ୟୟ ଅଟକଳ ଥିଲା ୧୭୯ ବିଲିୟନ୍‌ ଡଲାର୍‌।

୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ୍ ଜବତ କଲା ଏସଟିଏଫ୍…

କୋରାପୁଟ: କୋରାପୁଟ୍‌ରେ ଜାଲ ନୋଟ୍ କାରବାର ହେଉଥିବା ସୂଚନା ମିଳିଛି । ସୁନାବେଢା ସିମିଳିଗୁଡା ବସ୍ ଷ୍ଟାଣ୍ଡରୁ ନକଲି ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୩ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ଏହି ମାମଲାରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କୋରାପୁଟ ଲେକିଗୁଡ଼ାର ଅନାମ ଖିଲ । ତେବେ ଏସଟିଏଫ୍ ନୋଟ୍ ସହ ଅନାମଙ୍କୁ ଧରିବା ପରେ  ସୁନାବେଢା ଥାନାରେ  ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି ।

ଏବେ ଘଟଣାର ଛାନଭିନ୍ ହେବ । ସମ୍ପୂର୍ଣ୍ଣ ଚେନରେ କିଏ କିଏ ସମ୍ପୃକ୍ତ ଓ ଜାଲ ନୋଟ୍ କାରବାରର ଚେର କିଏ ରହିଛି ସେନେଇ ତଦନ୍ତ କରାଯିବ । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା ମଧ୍ୟ କରିବାକୁ ପ୍ରୟାସ କରିବ ।

ତେବେ ଜାଲ ନୋଟ୍ କାରବାର ରାଜ୍ୟରେ ଗତ କିଛି ଦିନ ହେବ କମିଯାଇଥିବା ପୋଲିସ କହି ଆସୁଥିଲା । ମାତ୍ର ଏବେ ପୁଣି ଥରେ ଲକ୍ଷ ଲକ୍ଷ ଟଙ୍କାର ଜାଲ ନୋଟ୍ ଧରା ପଡ଼ିବା ପରେ ରାଜ୍ୟରେ ଏହି ଚେନ୍ ପୁଣି ଥରେ ସକ୍ରିୟ ହେଉଥିବା ଅନୁମାନ କରାଯାଉଛି ।

ପୁଣି ନକଲି ଘିଅ କାରଖାନା ଠାବ, ମାଲିକ ସହ ୨ ଅଟକ

କଟକ: କଟକରେ ପୁଣି ଠାବ ହେଲା ନକଲି ଘିଅ କାରଖାନା। ନକଲି ତେଲ, ନକଲି ସସ୍ ପରେ ଏବେ ନକଲି ଘିଅ କାରଖାନା ଠାବ ହୋଇଛି । ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଠାବ ହୋଇଥିଲା ।  କଟକ ସଦର ଥାନା ଅନ୍ତର୍ଗତ ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ । ମାଲିକ ସହିତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ସଦର ପୋଲିସର ମିଳିତ ଚଢ଼ାଉରେ କଲି ଘିଅ କାରଖାନା ଠାବ ହୋଇଛି ।

କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରିଛି ପୋଲିସ । ସମ୍ପୃକ୍ତ କାରଖାନାର ମାଲଗୋଦାମରେ ତିଆରି କରାଯାଉଥିଲା ନକଲି ଘିଅ । ସେଠାରେ ମଧ୍ୟ ତଦନ୍ତ ଚଳାଇଥିଲା ପୋଲିସ । ମାଲଗୋଦାମରୁ ହିଁ ଗବଗସ୍ତରେ ନକଲି ଘିଅ କାରଖାନା ଚାଲୁଥିବା ଜଣା ପଡ଼ିଥିଲା।

କିଛି ଦିନ ତଳେ ଜଗତପୁରରେ ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୁଲିସ ଜବତ କରିଥିଲା । ନକଲି କାରଖାନା ଚାଲୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା।

ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ଯୋଡ଼ି ହେବ ସାଇବର ସୁରକ୍ଷା ସଚେତନତା କୋର୍ସ…

ଭୁବନେଶ୍ୱର:ଭୁବନେଶ୍ୱର: ଆପଣଙ୍କ ପିଲା ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଅଛ କି ?

ଅନଲାଇନ୍ କ୍ଲାସ ପରେ ସେ କରୁଛି କଣ ?

ଖାଲି ସମୟରେ ଇଣ୍ଟରନେଟ ଆଗରେ ବସୁଛି କି ?

ସାଇବର ସୁରକ୍ଷା ନେଇ ସଚେତନ ଅଛନ୍ତି ତ ?

କେଜିରୁ ପିଜି । କରୋନା ସମୟରେ ଅନଲାଇନ୍ ଶିକ୍ଷା ଯୋଗୁ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ । ଦୁଇ ଘଣ୍ଟା ପଢିବା ପରେ ଛାତ୍ରଛାତ୍ରୀ ଫୋନରେ କଣ କରୁଛନ୍ତି, ସେ ସଂପର୍କରେ ଅଜ୍ଞ ଅଭିଭାବକ । କିଛି ଛାତ୍ରଛାତ୍ରୀ ଏହାର ବିପରୀତ ଦିଗ ପ୍ରତି ଆକର୍ଷିତ ହୋଇ କାମ ଚଳାଇଛନ୍ତି । କୁନି କୁନି ପିଲା ତ ବିଭିନ୍ନ ଆପସ୍ ସମ୍ପର୍କରେ ଜାଣି ବି ନାହାନ୍ତି । ଯାହାକୁ କ୍ଲିକ୍‌ କରିବା ପରେ ତଥ୍ୟ ହେରଫେର ହେଉଛି ।

ଟେକନୋଲୋଜିର ଏପରି ଅପବ୍ୟବହାରର ମୁଖ୍ୟ କାରଣ ସାଇବର ସଚେତନତାର ଅଭାବ । ଯାହାକୁ ଦୂର କରିବାକୁ କେନ୍ଦ୍ର ସରକାର ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ହି ସାଇବର ସୁରକ୍ଷା ସଚେତନତା ଶିକ୍ଷା ପ୍ରଦାନ କରିବାର ଯୋଜନା କରିଛନ୍ତି । ଏହାର ବିସ୍ତୃତ ପାଠ୍ୟକ୍ରମ ଉଚ୍ଚଶିକ୍ଷା ଓ ଆଇଆଇଟିରେ ପଢାଯିବ । ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ଡିଗ୍ରୀ କଲେଜରେ ଏହା ପଢାଇବାର ଖସଡ଼ା ପ୍ରସ୍ତୁତ କରିବାକୁ କୁଳପତିମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛି ୟୁଜିସି ।

ଖୁବ୍ ଶୀଘ୍ର କ୍ରାଇମବ୍ରାଞ୍ଚ ଅଧୀନରେ ଥିବା ସାଇବର ସେଲ ସହ କୁଳପତିମାନଙ୍କ ବୈଠକ ବସିବ । କାରଣ ସାଇବର ସୁରକ୍ଷା ସଚେତନତା ନେଇ ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ହୁଏତ ଶିକ୍ଷାବିତମାନଙ୍କୁ ସେମାନଙ୍କ ବୈଷୟିକ ଟିମ୍ ପ୍ରାଥମିକ ପ୍ରଶିକ୍ଷଣ ଦେବେ । ଏହା ସହ ଏନଆଇସି ସହ ମଧ୍ୟ ସହବନ୍ଧିତାରେ ସାଇବର ସୁରକ୍ଷା ସଚେତନତା ଶିକ୍ଷା ପ୍ରଦାନ କରାଯିବ । ତେବେ ବିଶେଷଜ୍ଞଙ୍କ ମତ, ଥିଓରି ବଦଳରେ ସାଇବର ସୁରକ୍ଷା ସଚେତନତା ନେଇ ପ୍ରାକ୍ଟିକାଲ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଲେ ଲାଭ ମିଳିବ ।

ବିଦେଶୀ କମ୍ପାନୀ ଏପରି ବି ଟେକନୋଲୋଜି ନିର୍ମାଣ କରିଛନ୍ତି ଯାହା ଦ୍ୱାରା ଘରେ ବସି ଆପଣଙ୍କ ଡାଟା ହ୍ୟାକ୍‌ କରି ଦେବେ । ଯାହା ଦେଶରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ଆଣି ପାରେ । ଏହାକୁ ଦୂର କରିବାର ଏକ ମାତ୍ର ଉପାୟ ହେଉଛି, କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ସାଇବର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ।

ଅଭୟକାନ୍ତ ପାଠକ ଭିଜିଲାନ୍ସ ଚଢାଉ ମାମଲା: ୨ୟ ଦିନରେ ୧୨ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଅମାପ ସଂପତ୍ତି । ଦ୍ବିତୀୟ ଦିନରେ ଆୟବର୍ହୁଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ଚାଲିଛି ରେଡ୍ । ପାଠକଙ୍କ ସରକାରୀ ବାସଭବନରେ ରାତି ସାରା ଛକି ବସିଛି ଭିଜିଲାନ୍ସ। ଗତକାଲି ପୂର୍ବାହ୍ନରେ ଓଡ଼ିଶା ଇତିହାସରେ ବଡ଼ଧରଣର ଭିଜିଲାନ୍ସ ରେଡ ଆରମ୍ଭ ହୋଇଥିଲା।

Luxurious Life Of IFS Officer Abhay Kant Pathak On Vigilance Net

ଚଢାଉରେ ସାମିଲ ହୋଇଛନ୍ତି ଭିଜିଲାନ୍ସ ସେଲର ଦେଢ ଶହ ଅଧିକାରୀ ଓ କର୍ମଚାରୀ । ଅଭୟକାନ୍ତଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ, ପୁଳା ପୁଳା ଟଙ୍କାର ଟେର ପାଇଥିଲା ଭିଜିଲାନ୍ସ । କିପରି ଚାର୍ଟର ପ୍ଲେନରେ ଗୋଟେ ଟେକଅଫରେ ୨୫ଲକ୍ଷ ଲଙ୍କା ଖର୍ଚ୍ଚ ହେଉଥିଲା ତାର ତଥ୍ୟ ପ୍ରମାଣ ପାଇଛି ଭିଜିଲାନ୍ସ। ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କ ସାମ୍ରାଜ୍ୟକୁ ଖୋଳି ବାହାର କରୁଛି ଭିଜିଲାନ୍ସ । ଆଜିବି ଚଢାଉ ଜାରିରହିଛି ।

ସକାଳ ୫ଟାରେ ଗାଁରେ ପହଞ୍ଚିଲା ମରଶରୀର; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: କନ୍ଧମାଳ ମିଲୁପଡାରେ କାଳିଆର ମୃତ ଦେହ ପହଞ୍ଚିଛି । ସକାଳ ୫ଟାରେ ଗାଁରେ ପହଞ୍ଚିବା ପରେ ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ । ବାପା, ମା, ଜେଜେ ବାପା, ଜେଜେ ମାଙ୍କ ଉପସ୍ଥିତରେ କାଳିଆର ଅନ୍ତିମସଂସ୍କାର ପାଇଁ ଆୟୋଜନ ଚାଲିଛି । ଆଉ କିଛି ସମୟ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଗତକାଲି ଜୀବନ ଯୁଦ୍ଧରେ ହାରି ଚାଲିଗଲା କାଳିଆ । ବଡଭାଇ ଜଗାକୁ ଛାଡି ଆରପାରିକୁ ଚାଲିଗଲା ସାନଭାଇ କାଳିଆ । ଗତକାଲି କଟକ ଏସସିବି ମେଡିକାଲରେ ଯୋଡାମୁଣ୍ଡ ଶିଶୁ କାଳିଆର ଦେହାନ୍ତ ହୋଇଛି।

ସେପଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିଲା । ବୁଧବାର ସକାଳୁ କାଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ କାଳିଆର ଚିକିତ୍ସା କରୁଥିଲେ । ତେବେ ବହୁ ଚେଷ୍ଟା ପରେ ମଧ୍ୟ କାଳିଆଙ୍କୁ ବଞ୍ଚାଯାଇ ପାରିନାହିଁ । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆର ଦେହାନ୍ତ ପରେ ଶୋକପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ଡାକ୍ତରମାନଙ୍କର ଅଦ୍ୟମ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ । ଅସମୟରେ ଝଡ଼ି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ  । ୨୦୧୭ ଜୁଲାଇ ୧୪ରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ।ଜଗାକାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୫ ଅକ୍ଟୋବର ୨୦୧୭ରେ ଜଗା-କାଳିଆଙ୍କ ଅପରେସନ ହୋଇଥିଲା । ଦୀର୍ଘ ୨୦ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ ଡାକ୍ତରୀ ଟିମ୍ । ୬ ସେପ୍ଟେମ୍ବର ୨୦୧୯ରେ ଜଗା କାଳିଆକୁ ଦିଲ୍ଲୀ AIIMSରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୭ ସେପ୍ଟେମ୍ବର ୨୦୧୯ରେ ଜଗାକାଳିଆ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ ।