spot_img
Home Blog Page 6361

ସକାଳ ୫ଟାରେ ଗାଁରେ ପହଞ୍ଚିଲା ମରଶରୀର; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: କନ୍ଧମାଳ ମିଲୁପଡାରେ କାଳିଆର ମୃତ ଦେହ ପହଞ୍ଚିଛି । ସକାଳ ୫ଟାରେ ଗାଁରେ ପହଞ୍ଚିବା ପରେ ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ । ବାପା, ମା, ଜେଜେ ବାପା, ଜେଜେ ମାଙ୍କ ଉପସ୍ଥିତରେ କାଳିଆର ଅନ୍ତିମସଂସ୍କାର ପାଇଁ ଆୟୋଜନ ଚାଲିଛି । ଆଉ କିଛି ସମୟ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଗତକାଲି ଜୀବନ ଯୁଦ୍ଧରେ ହାରି ଚାଲିଗଲା କାଳିଆ । ବଡଭାଇ ଜଗାକୁ ଛାଡି ଆରପାରିକୁ ଚାଲିଗଲା ସାନଭାଇ କାଳିଆ । ଗତକାଲି କଟକ ଏସସିବି ମେଡିକାଲରେ ଯୋଡାମୁଣ୍ଡ ଶିଶୁ କାଳିଆର ଦେହାନ୍ତ ହୋଇଛି।

ସେପଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିଲା । ବୁଧବାର ସକାଳୁ କାଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ କାଳିଆର ଚିକିତ୍ସା କରୁଥିଲେ । ତେବେ ବହୁ ଚେଷ୍ଟା ପରେ ମଧ୍ୟ କାଳିଆଙ୍କୁ ବଞ୍ଚାଯାଇ ପାରିନାହିଁ । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆର ଦେହାନ୍ତ ପରେ ଶୋକପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ଡାକ୍ତରମାନଙ୍କର ଅଦ୍ୟମ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ । ଅସମୟରେ ଝଡ଼ି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ  । ୨୦୧୭ ଜୁଲାଇ ୧୪ରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ।ଜଗାକାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୫ ଅକ୍ଟୋବର ୨୦୧୭ରେ ଜଗା-କାଳିଆଙ୍କ ଅପରେସନ ହୋଇଥିଲା । ଦୀର୍ଘ ୨୦ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ ଡାକ୍ତରୀ ଟିମ୍ । ୬ ସେପ୍ଟେମ୍ବର ୨୦୧୯ରେ ଜଗା କାଳିଆକୁ ଦିଲ୍ଲୀ AIIMSରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୭ ସେପ୍ଟେମ୍ବର ୨୦୧୯ରେ ଜଗାକାଳିଆ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ ।

କେବେ ଟଙ୍କା ପାଇଁ କରୁଥିଲେ ଗାଡ଼ି ସଫା ଆଉ ଏବେ ବଲିଉଡ଼ର ଭବିଷ୍ୟତ

ମୁମ୍ବାଇ: ଅଭିନେତା ତଥା କଣ୍ଠଶିଳ୍ପୀ ଜସି ଗିଲ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ଚେହେରା । ଏବେ ଧୀରେ ଧୀରେ ହିନ୍ଦୀ ସିନେମାରେ ମଧ୍ୟ ନିଜର ଦକ୍ଷତା ଦେଖାଇବା ଆରମ୍ଭ କରିଛନ୍ତି । ଆଜି ୨୬ ନଭେମ୍ବରରେ, ଜସି ଗିଲଙ୍କ ଜନ୍ମଦିନ ଆସନ୍ତୁ ଜାଣିବା ଜସି ଗିଲଙ୍କ ଜୀବନ ଯାତ୍ରା କିଛି ମଜାଦାର କାହାଣୀ ବିଷୟରେ । ଜସି ଗିଲଙ୍କ ପାଖରେ ଆଜି ସବୁକିଛି ଅଛି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ଏଯାଏଁ ପହଞ୍ଚିବାକୁ ସେ ବହୁ ପରିଶ୍ରମ ମଧ୍ୟ କରିଛନ୍ତି ।

ମାର୍ଚ୍ଚ ୨୦୨୦ରେ ଲକଡାଉନ ସମୟରେ ଜସି ତାଙ୍କ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କାର ଧୋଇଥିବାର ଦେଖାଯାଇଥିଲେ । ଏହି ଫଟୋ ଅଷ୍ଟ୍ରେଲିଆର ଥିଲା ଯେଉଁଠାରେ ଜସିଙ୍କ ଭଉଣୀ ରୁହନ୍ତି । ଏହି ଫଟୋର ସତ୍ୟତା କହିବାକୁ ଗଲେ ଜସି ଅଷ୍ଟ୍ରେଲିଆରେ ରହିବା ସମୟରେ ଗାଡି ସଫା କରୁଥିଲେ। ସେ ଏହି କାମ ତିନିମାସ ପର୍ଯ୍ୟନ୍ତ କରିଥିଲେ ଆଉ ସେହି ଟଙ୍କାରେ ସେ ତାଙ୍କ ଡେବ୍ୟୁ ଆଲବମରେ ଲଗାଇଥିଲେ ।

ଏକ ସାକ୍ଷାତକାରରେ ଜସି ଏହା ମଧ୍ୟ କହିଛନ୍ତି- ମୋତେ ଦିନକୁ ୬୦ ଡଲାର ଦିଆଯାଉଥିଲା ଏବଂ ରବିବାର ଦିନ ମଧ୍ୟ ସେ କାମକୁ ଯାଉଥିଲେ। ସେହି ୯୦ ଦିନରେ, ମୁଁ ଗୋଟିଏ ଦିନ ପାଇଁ କାମକୁ ଯାଇପାରି ନଥିଲି, ସେଦିନ ପ୍ରବଳ ବର୍ଷା ହେଉଥିଲା ସେଥିପାଇଁ ହିଁ ମୁଁ ତିନି ମାସ ଭିତରେ ଗୋଟିଏ ଦିନ କାମକୁ ଯାଇପାରି ନଥିଲି । ମୋର ସିଫ୍ଟ ସକାଳ ୮ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା ଯେତେବେଳେ ମୋତେ ଗୋଚିଏ ଗ୍ୟାରେଜରେ ଜଣେ ସୁପରଭାଇଜରଙ୍କୁ ସାହାଯ୍ୟ କରିବାକୁ ପଡିଲା | ‘କାମ ସମୟରେ ମୁଁ ଦିନସାରା ନଇଁ ରହି କାମ କରୁଥିଲି, ତେଣୁ ମୋର ବ୍ୟାକ୍ ପେନ ହେବା ସହ ଶରୀର ଯନ୍ତ୍ରଣା ମଧ୍ୟ ହେଉଥିଲା। କିନ୍ତୁ ସେହି ସମୟରେ, ମୋର ଟଙ୍କା ରୋଜଗାର କରିବା ହିଁ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ସେଦିନ ମୁଁ କେମିତି ସେହି ଟଙ୍କାରେ ମୋର କ୍ୟାରିୟର କରିପାରିବି ଚିନ୍ତା କରୁଥିଲି ।

୨୦୧୧ରେ ଜସି ଗିଲ ତାଙ୍କର ଡେବ୍ୟୁ ଆଲବମ୍ ‘ବ୍ୟାଚମେଟ୍’ ରିଲିଜ୍ କରିଥିଲେ । ଏହା ପରେ, ୨୦୧୪ ରେ, ସେ ପଞ୍ଜାବୀ ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ ମିସେସ ୪୨୦ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ବଲିଉଡ଼ରେ ସେ ‘ହାପି ଫିର ଭାଗ ଜୟେଗି’ରୁ ଏଣ୍ଟ୍ରି କରିଥିଲେ। ଯାହା ୨୦୧୮ରେ ରିଲିଜ ହୋଇଥିଲା । ଏହା ପରେ, ୨୦୨୦ରେ ଜାସି କଙ୍ଗନା ରାନାୱତଙ୍କ ସହ ପଙ୍ଗା ଫିଲ୍ମ କରିଥିଲେ। ହିନ୍ଦୀ ସିନେମାରେ ଏପର୍ଯ୍ୟନ୍ତ ଏହା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ଆଜି ଜସି ଗିଲ କେବଳ ପଞ୍ଜାବରେ ପରିଚିତ ନୁହେନ୍ତି ସାରା ବଲିଉଡ଼ରେ ସେ ପରିଚିତ ।

ରାଜ୍ୟବ୍ୟାପୀ ବନ୍ଦ ପ୍ରଭାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧି ନୀତି ବିରୋଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟର ଡାକରା ଦିଆଯାଇଛି। ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ କାଳିଆପାଣି ଖଣି ଅଞ୍ଚଳ, ବ୍ୟାସନଗର, ପାଣିକୋଇଲି, ଧର୍ମଶାଳା ଓ ଚଣ୍ଡିଖୋଲ ଆଦି ବିଭିନ୍ନ ପ୍ରମୁଖ ଅଞ୍ଚଳରେ ପିକେଟିଂ କରାଯିବା ସହ ରାସ୍ତାରୋକ କରାଯାଇଛି।

ସେହିଭଳି ଭାରତ ବନ୍ଦ ଡାକରାର ପ୍ରଭାବ ଚାନ୍ଦବାଲି ଓ ଆରଡି ରେ ଦେଖିବାକୁ ମିଳିଛି। ଚାନ୍ଦବାଲି-ଭଦ୍ରକ, ଚାନ୍ଦବାଲି-କେନ୍ଦ୍ରାପଡା, ଆରଡି-ଭଦ୍ରକ ମୁଖ୍ୟ ରାସ୍ତାକୁ ସଂଗଠନମାନେ ବନ୍ଦ କରିଥିବାରୁ  ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି। ଫଳରେ ଶୈବପୀଠ ଆଖଣ୍ଡଳମଣୀଧାମ ଓ ଚାନ୍ଦବାଲି ସହର ଜନଶୂନ୍ୟ ହୋଇପଡିଛି। ଅନ୍ୟପକ୍ଷରେ ଭାରତ ବନ୍ଦ ଡାକରାର ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି । ଭଦ୍ରକ ବନ୍ତ ଛକ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି ।

ସେହିଭଳି ବୌଦ୍ଧ ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ ହେଉଛି । ସକାଳୁ ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ପିକେଟିଂ କରି ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତା ସହ ଦୋକାନ ବନ୍ଦ କରାଯାଇଛି । ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର, ରାଉରକେଲା, ପାରାଦୀପ ଓ ଗୁଣୁପୁର ଭଳି ସ୍ଥାନରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଛି ।

୧୨ ବର୍ଷ ତଳର ସେହି ଘଟଣାକୁ ସହଜରେ ଭୁଲିବା ସତରେ ବହୁ କଷ୍ଟକର

ମୁମ୍ବାଇ: ନଭେମ୍ବର ୨୬ର ସେ ଘଟଣାକୁ ଆଜି ବି ମନେ ପକାଇଲେ ଲୋମ ଟାଙ୍କୁରୀ ଉଠେ । ସେଦିନର ସେ ଘଟଣାକୁ ଆଜି ଭୁଲି ନାହିଁ ଭାରତ । ଆଉ ଆଜି  ସେହି ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଜି ପୂରିଛି । ମହାନଗର ନିଗମ ପୋଲିସ ସହିଦ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏଥିରେ ମହାମାରୀ କାରଣରୁ କେବଳ ସୀମିତ ସଂଖ୍ୟକ ଲୋକ ଯୋଗଦେବେ ।

୨୬ ନଭେମ୍ବର ୨୦୦୮ରେ ଲସ୍କର-ଇ-ତାଇବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ରାସ୍ତାରେ ପହଞ୍ଚି ଗୁଳି ଚଳାଇଥିଲେ ଯେଉଁଥିରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ​​ଏବଂ ଅନେକ ଆହତ ହୋଇଥିଲେ । ଏହି ସମୟ ମଧ୍ୟରେ ଏନଏସଜି ଏବଂ ଅନ୍ୟ ସୁରକ୍ଷା ବାହିନୀ ଦ୍ୱାରା ୯ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ  ଏବଂ ଜଣେ ଆତଙ୍କବାଦୀକୁ ଜୀବନ୍ତ ଧରିଥିଲେ ସୁରକ୍ଷାକର୍ମୀ । ଅଜମଲ ଆମୀର କାସାବ ନାମକ ଏହି ଆତଙ୍କବାଦୀକୁ  ୨୧ ନଭେମ୍ବର ୨୦୧୨ ରେ ଫାଶ ଦିଆଯାଇଥିଲା ।

ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତତ୍କାଳୀନ ଏଟିଏସ୍ ମୁଖ୍ୟ ହେମନ୍ତ କରକେରେ ଥିଲେ ।  ସେହି ଭଳି ସେନାର ମେଜର ସନ୍ଦୀପ ଉନିକ୍ରିଷ୍ଣନ୍, ମୁମ୍ବାଇର ଅତିରିକ୍ତ ପୋଲିସ କମିଶନର ଅଶୋକ କାମ୍ଟେ ଏବଂ ବରିଷ୍ଠ ପୋଲିସ ଇନ୍ସପେକ୍ଟର ବିଜୟ ସାଲାସ୍କର ରହିଥିଲେ।

ଲ୍ୟାଣ୍ଡଫଲ୍ କରି ସାରିଲାଣି ବାତ୍ୟା ‘ନିଭାର’, ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ବର୍ଷା

ଭୁବନେଶ୍ୱର: ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁଲା ଭେରି ସିଭିୟର ସାଇକ୍ଳୋନିକ ଷ୍ଟର୍ମ ‘ନିଭାର’ । ଗତକାଲି ରାତି ୧୧ଟା ୩୦ରୁ ୨ଟା ୩୦ ମଧ୍ୟରେ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଛି ନିଭାର। ମରକ୍‌ମ ନିକଟରେ ଲ୍ୟାଣ୍ଡଫଲ୍‌ ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିଥିଲା ।

ସେହିପରି ପବନର ଝଟ୍‌କା ଘଣ୍ଟାକୁ ୧୪୫ କିଲୋମିଟର ରହିଥିଲା । ପ୍ରଭାବରେ ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି । ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହୋଇ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ।

ଆସନ୍ତା ୩ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପ୍ରାୟ ଲକ୍ଷେ ୩୮ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟାର ବିଶେଷ ପ୍ରଭାବ ଓଡିଶା ଉପରେ ପଡିନି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇଛି ।

ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କ ବାଙ୍କଚୁଡ ବେଶ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଚଳିତ ବର୍ଷ ପଞ୍ଚୁକ ୬ଦିନ ପଡୁଥିବା ବେଳେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଏନେଇ ବେଶର ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଛି । ବିଧି ଅନୁସାରେ ପ୍ରସ୍ତୁତ ହୋଇଥିବା ବେଶ, ହାଣ୍ଡିଆ ଓ ସମସ୍ତ ଅଳଙ୍କାର ତଥା ଅସ୍ତ୍ର ଶସ୍ତ୍ର ନିକଟରେ ପଣା ଭୋଗ କରାଯାଇଛି ।

ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ଦ୍ୱାଦଶୀ ତିଥିରେ ବାଙ୍କଚୁଡ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଠାକୁର ମାନେ ବିବିଧ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୁଡ଼ା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କ ଚୁଡ଼ ବେଶ କୁହାଯାଏ ।

ଅବକାଶ ନୀତି ପରେ ବାଙ୍କଚୁ଼ଡ଼ା ବେଶ ଅନୁଷ୍ଠିତ ହେବ ।  ଅନ୍ୟପଟେ ପଞ୍ଚୁକ ସମୟରେ ଶୃଙ୍ଖଳିତ ଭାବେ ମହାପ୍ରସାଦ ଯୋଗାଇଦେବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୭ ତାରିଖ ଏବଂ ୩୦ ତାରିଖରେ ଶ୍ରୀଜଗନ୍ନାଥ ବଲ୍ଳଭ ମଧ୍ୟରେ ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇଦେବାକୁ ବ୍ୟବସ୍ଥା ହୋଇଛି । ସେପଟେ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ବାହାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୁରୀ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା…

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜନ ବିରୋଧି ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଆଜି ସକାଳ ୬ ଟାରୁ ୨୪ ଘଣ୍ଟା ଭାରତ ବନ୍ଦ ପାଳନ କରାଯାଉଛି। ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ୫୬ଟି କେନ୍ଦ୍ରୀୟ ଫେଡେରେସନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। । ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ଵନ୍ଦ, ଶ୍ରମ ଆଇନ ପ୍ରତ୍ୟାହାର କରିବା, କୃଷି ଆଇନ ପ୍ରତ୍ୟାହାର ଓ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଭଳି ବିଭିନ୍ନ ୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ପାଳନ କରୁଛି।

ଶ୍ରମିକ ସଙ୍ଗଠନର ଦାବିକୁ ସମର୍ଥନ କରିଛି କଂଗ୍ରେସ । ସେପଟେ ବିଜେପି ଆଜିଠୁ ଆରମ୍ଭ କରୁଛି ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ । ଏହା ଡିସେମ୍ବର ୬ ଯାଏ ଚାଲିବ । ସମ୍ବିଧାନ ସମ୍ପର୍କରେ ବ୍ଲକ୍‌ରୁ ଆରମ୍ଭ କରି ଜିଲ୍ଲା ଯାଏଁ ବିଜେପି କରୁଛି କର୍ମଶାଳା ଓ ଭର୍ଚୁଆଲ ବୈଠକ । ଭାରତ ବନ୍ଦ ଡାକରା ଦିନ ବିଜେପି, ଏହି କାର୍ଯ୍ୟକ୍ରମ ଜରିଆରେ ବନ୍ଦକୁ ଭଣ୍ଡୁର କରୁବାକୁ ଉଦ୍ୟମ କରୁଥିବା ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି । ସେପଟେ ଭାରତ ବନ୍ଦ ଡାକରା ନେଇ ଭୁବନେଶ୍ୱରର ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖାଯାଇଥିବା ସୂଚନା ଦିଆଯାଇଛି ।

ଆଜି ଏହି ରାଶି ଲୋକମାନଙ୍କୁ ମିଳିପାରେ ଖୁସି ଖବର, ଜାଣନ୍ତୁ…

ଆଜିର ପଞ୍ଚାଙ୍ଗ: ୨୬/୧୧/୨୦୨୦, ଗୁରୁବାର, ବିଛା ମାସର ୧୧ଦିନ

୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, କାର୍ତ୍ତିକ ଶୁକ୍ଲ ଦ୍ୱାଦଶୀ

– ମୀନ ରାତି ୦୯:୨୦ ଗତେ ଅଶ୍ୱୀନି

– ରେବତୀ ରାତି ୦୯:୨୦ ଗତେ ଅଶ୍ୱୀନି

– ଘାତ ଚନ୍ଦ୍ର – ଧନୁ ରାଶିର

– ଘାତ ବାର – ତୁଳା ଓ କୁମ୍ଭ ରାଶିର

– ଯୋଗିନି – ନୈଋତେ ଅହୋରାତ୍ର

– ପୁଷ୍କର ଦୋଷ – ୧ପାଦ ଅହୋରାତ୍ର

– ନିଷିଦ୍ଧ ଖାଦ୍ୟ – ପୋଇ ଓ ମସୁରଡାଲି

ଶୁଭ ମୂହୁର୍ତ୍ତ –

ସନ୍ଧ୍ୟା ୦୫:୫୫ ରୁ ରାତି ୦୯:୨୩

ଅଶୁଭ ମୂହୁର୍ତ୍ତ –

ଦିବା ୧୨:୫୬ ରୁ ସଂଧ୍ୟା ୦୫:୦୨

ରାତ୍ର ୧୧:୩୪ ରୁ ରାତ୍ର ୦୧:୧୨

୨୬.୧୧.୨୦୨୦

ଗୁରୁବାର-

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଦୈନଦିନ ଗୁଜୁରାଣ ନିମନ୍ତେ ଚିନ୍ତା ରହିବ ।

ଦ୍ୱିଜା ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ମସୁରଡାଲି ଗାଇକୁ ଖାଇବାକୁ ଦିଅନ୍ତୁ ।

କୃତ୍ତିକା ନକ୍ଷତ୍ର – ଟଙ୍କାପଇସାର ଅଭାବ ଆଜି କୋଣସି ପ୍ରାକାରେ  ସ୍ୱଭାବ ନଷ୍ଟ ଭଳି ସ୍ଥିତି ଉପୁଜେଇବ, ଓଁ ଧନଲକ୍ଷ୍ମୀ ନମଃ ୧୦୮ଥର ଜପ କରନ୍ତୁ ।

ଶୁଭ ରଙ୍ଗ – ହଳଦିଆ

ଆଜି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ଶୁଭରେ ଶୁଭରେ ସମୟ କଟିବ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଟଙ୍କାପଇସାର ଅନିଶ୍ଚିତତା ମନକୁ ଦୁର୍ବଳ କରିଦେବ, ଗୃହର ଐଶାନ୍ୟ ଦିଗରେ କୁବେର ଭଗବାନଙ୍କ ନାମରେ ଘୃତଦ୍ୱୀପ ଜାଳନ୍ତୁ ।

ରୋହିଣି ନକ୍ଷତ୍ର – ଆଜି ପରିବାର ସଦସ୍ୟ ଏବଂ ଜୀବନସାଥି ସହିତ ମେଳରେ ସମୟ କଟିବ, କିଛି ଅଚିହ୍ନା ଲୋକ ସାହାଯ୍ୟ କରିବେ ।

ମୃଗଶିରା ନକ୍ଷତ୍ର – ଆଜି ଆତ୍ମତୃପ୍ତିର ସମୟ ରହିବ ଏବଂ ଧାର୍ମିକ ପୁସ୍ତକ ଅଧ୍ୟୟନ ସହିତ ଧାର୍ମିକ ଭାବନାରେ ଶୁଭରେ ଶୁଭରେ ସମୟ କଟିବ ।

ଶୁଭ ରଙ୍ଗ – ଧଳା

ସକାଳୁ ସ୍ନାନସାରି ଠାକୁର ଗୃହରେ ନୈୠତ କୋଣକୁ ମୁଖ କରି ୧୦୮ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଟଙ୍କାପଇସାକୁ ନେଇ ଚିନ୍ତା ବଢିବ ଏବଂ ବକେୟା ଅଥପ୍ରାପ୍ତିରେ ବାଧା ଉପୁଜିବ, ପିଲାମାନଙ୍କର ବିଦ୍ୟା ଶିକ୍ଷାରେ ବିଘ୍ନ ଘଟିବ ।

ଆର୍ଦ୍ରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ଜିବନସାଥି କିମ୍ବା ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ତେଣୁ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ ।

ପୂନର୍ବସୁ ନକ୍ଷତ୍ର – ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ।

ଶୁଭ ରଙ୍ଗ – ଧଳା

ସ୍ନାନପରେ ଏବଂ ସଂଧ୍ୟାରେ ଭାଗବତ ପାଠ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ପରିବାରରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ ।

ପୂଷ୍ୟା ନକ୍ଷତ୍ର – ଆୟ କମି ଋଣର ସ୍ଥିତି ଉପୁକିବ, ଭୁଲ ନିଷ୍ପତିର ଶିକାର ହେବେ ।

ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।

ଶୁଭ ରଙ୍ଗ – ହଳଦିଆ

ଗୃହରେ ଶୋରିଷ ତେଳର ଦ୍ୱୀପ ପଶ୍ଚିମ ଦିଗରେ ଶନି ଭଗବାନଙ୍କ ନାମରେ ଲଗାନ୍ତୁ କଲ୍ୟାଣ ହେବ ।

ସିଂହ ରାଶି

ମଘା ନକ୍ଷତ୍ର – ମନୋବାଞ୍ଛିତ ପରିବେଷ ମିଳିବ, ମାତ୍ର ଭବିଷ୍ୟତକୁ ନେଇ କର୍ମ ଏବଂ ଅର୍ଥର ଚିନ୍ତା ରହିବ ।

ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି ସୁଖଶାନ୍ତି ଭରା ପରିବେଷ ମଧ୍ୟରେ ଦିନ କଟିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ପ୍ରକାରର ଲାଭ ହେବ ଏବଂ  କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

ଶୁଭରଙ୍ଗ – ଧୁସରସ୍ନାନଜଳରେ କ୍ଷିର ମିଶାଇ ସ୍ନାନ କରିବେ କଲ୍ୟାଣକାରି ହେବ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ମନ ଦୁର୍ବଳ ହୋଇ ସ୍ୱାସ୍ଥ୍ୟ ବିଗିଡିବ, ସତର୍କ ରହିଥିବେ ।

ହସ୍ତା ନକ୍ଷତ୍ର – ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ ।

ଚିତ୍ରା ନକ୍ଷତ୍ର – ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ ।

ଶୁଭ ରଙ୍ଗ – ସବୁଜ

ଗୃହର ଦକ୍ଷିଣ-ପଶ୍ଚିମ କୋଣରେ ଦୁର୍ଗାଦେବୀଙ୍କ ନାମରେ ଘୃତଦ୍ୱୀପ ଦିଅନ୍ତୁ ରିଷ୍ଟ ଖଣ୍ଡନ ହେବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ ।

ସ୍ୱାତୀ ନକ୍ଷତ୍ର – ବିଭିନ୍ନ ପ୍ରକାର ଚିନ୍ତାକରି ମନ ଅସ୍ଥିର ରହିବ, ଦିନଭରି ମା ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଶାଖା ନକ୍ଷତ୍ର – ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ଚିନ୍ତିତ ରହିବେ ।

ଶୁଭ ରଙ୍ଗ – ଇସତ୍ ଲାଲ

ସ୍ନାନଜଳରେ ଫିଟିକିରି ମିଶାଇ ସ୍ନାନ କରନ୍ତୁ ।

ବିଛା ରାଶି

ବିଶାଖା ନକ୍ଷତ୍ର – ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ, ଆତ୍ମବଳ ଅଧିକ ରହିବ ।

ଅନୁରାଧା ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ ।

ଜ୍ୟେଷ୍ଠା ନକ୍ଷତ୍ର – କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ ।

ଶୁଭ ରଙ୍ଗ – ଧଳା

ଓଁ କ୍ରାଂ କ୍ରୀଂ କ୍ରୁଂ ସଃ ଭୌମାୟ ନମଃ ସ୍ୱାଃ, ଏକମାଳା ଜପ କରନ୍ତୁ ଆର୍ଶିବାଦ ମିଳିବ ।

ଧନୁ ରାଶି

ମୂଳା ନକ୍ଷତ୍ର – ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ ।

ପୂର୍ବଷାଢା ନକ୍ଷତ୍ର – ଆଜି ହଳଦିଆ ଅନ୍ନ ପାରାଙ୍କୁ ଖାଇବାକୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ।

ଉତ୍ତରାଷାଢା ନକ୍ଷତ୍ର – ଖଣ୍ଡିଆ ଖାବରା ହେବା କିମ୍ବା କୌଣସି ଜିବ କାଟିବା ଭଳି ଅଶୁଭ ପ୍ରଭାବ ରହିବ ।

ଶୁଭ ରଙ୍ଗ – ଲାଲ

ଲାଲ କପଡାରେ ମସୁର ଡାଲି ବାନ୍ଧି ପାଖରଦ ରଖିବେ ରିଷ୍ଟ ଖଣ୍ଡନ ହେବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କାମଧନ୍ଧାରେ ବ୍ୟସ୍ତରହିବେ, ଯଥାସାଧ୍ୟ ଟଙ୍କାପଇସା ମିଳିବ, ପିଲାମାନେ ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହ ବଢିବ ।

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗାଇଙ୍କୁ ରୁଟିଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଧନିଷ୍ଠା ନକ୍ଷତ୍ର – ଅନୁକୁଳ ସମୟ ରହିବ ଏବଂ ବାସନା ଅତର (ପଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ଅଧିକ ମିଳିବ ।

ଶୁଭ ରଙ୍ଗ – ଧଳା

ଗାଇକୁ ଚଣାଡାଲି ସହିତ ଗୁଡ ଏବଂ ହଳଦିଗୁଣ୍ଡ ମିଶାଇ ଖାଇବାକୁ ଦିଅନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ ।

ଶତଭିଷା ନକ୍ଷତ୍ର – ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ।

ପୂର୍ବଭାଦ୍ର ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ଶୁଭ ରଙ୍ଗ – କଳା

ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରିବେ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବିବାହ ଯୋଗ୍ୟ ପିଲାମାନଙ୍କର ଭବିଷ୍ୟତର ବାଟ ଖୋଲିବ, କର୍ମଜିବୀ ମହିଳା ଏବଂ ପୁରୁଷ ମାନଙ୍କର ଶୁଭରେ ଦିନ କଟିବ ।

ଉତ୍ତରଭାଦ୍ର ନକ୍ଷତ୍ର – ଜୀବନସାଥି ଏବଂ ପରିବାର ସହିତ ମନମୁତାବକ ପରିବେଷ ମଧ୍ୟରେ ସମୟ କଟିବ ମାତ୍ର ମୁଣ୍ଡ କିମ୍ବା ଛାତି ଜନ୍ତ୍ରଣା ରହିବ ।

ରେବତୀ ନକ୍ଷତ୍ର – ପିଲାମାନଙ୍କ ନିମନ୍ତେ ଶୁଭ ଦିନ ରହିଛି ଯାହା ଆଶା ରିବେ ପୁରଣ ହେବ ମାତ୍ର ଚାକିରିଆ ଏବଂ ବ୍ୟବସାୟୀ କିଛି ମାତ୍ରାରେ ଚୁନ୍ତାଗ୍ରସ୍ତ ରହିବେ ।

ଶୁଭ ରଙ୍ଗ – ଗୋଲାପି କିମ୍ବା ଧଳା ରଙ୍ଗ

ଆଜି ନିଜର ଅର୍ଥରେ କିଛି ମିଠାଖାଦ୍ୟ ଦ୍ରବ୍ୟ କିଣି ଭୋକିଲାକୁ ନିଜ ହାତରେ ଖୁଆନ୍ତୁ ଆର୍ଶିବାଦ ମିଳିବ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ 

ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଡିଏଗୋ ମାରାଡୋନାଙ୍କର ହୃଦଘାତରେ ମୃତ୍ୟୁ

ଆର୍ଜେଣ୍ଟିନା: ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଡିଏଗୋ ମାରାଡୋନାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ଓକିଲ ବୁଧବାର କହିଛନ୍ତି। ଏହି ମାସ ଆରମ୍ଭରେ ୬୦ ବର୍ଷୀୟ ମାରାଡୋନାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧୁଥିବା ଏକ ସବଡୁରାଲ୍ ହେମାଟୋମା ପାଇଁ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇ ଏକ କ୍ଲିନିକକୁ ନିଆଯାଇଥିଲା ।

ସେଠାରେ ତାଙ୍କର ମଦ୍ୟପାନ ଅଭ୍ୟାସ ଛଡାଇବା ପାଇଁ ଚିକିତ୍ସା କରାଯାଉଥିଲା । ସେ ଖୁବ୍ କମ୍ ଦିନ ମଧ୍ୟରେ ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ଛାଡି ମଧ୍ୟ ସାରିଥିଲେ । ତେବେ ଅଚାନକ ତାଙ୍କ ମୃତ୍ୟୁ ଘଟିଲା ।

୧୯୮୬ ରେ ଆର୍ଜେଣ୍ଟିନା ପାଇଁ ବିଶ୍ୱକପ ଜିତିଥିବା ତଥା ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ଭାବରେ ସେ ବେଶ ଜଣାଶୁଣା ଥିଲେ ।

 

କରୋନା କଲା ଏମିତି ଅବସ୍ଥା; ନିଜେ ଫଟୋ ଟ୍ୱିଟ୍ କରି କରୋନା ଯୋଦ୍ଧା ଜଣାଇଲେ ଦୁଃଖ….

ନୂଆଦିଲ୍ଲୀ: ଆମେରିକାର ଜଣେ ନର୍ସ ଗତ ୮ ମାସ ଧରି କରୋନା ପୀଡିତଙ୍କ ସେବା କରି ଆସୁଥିଲେ  । କରୋନା ପ୍ରଭାବରେ ତାଙ୍କ ଶରୀରରେ କିଛି ପରିବର୍ତ୍ତନ ଆସିଛି, ଯାହା ଅତ୍ୟନ୍ତ ଅସ୍ୱାଭାବିକ । ତାଙ୍କ ଶରୀର ଓ ମୁହଁର ଚର୍ମର ରଙ୍ଗ ବଦଳିଯାଇଛି । କେବଳ ସେତିକି ନୁହେଁ, ତାଙ୍କ ଚେହେରାରେ ଅନେକ ଦାଗ ମଧ୍ୟ ଦେଖିବାକୁ ମିଳୁଛି । ଏସବୁ ସେ ପିନ୍ଧୁଥିବା ପିପିଇ କିଟ୍ ଯୋଗୁଁ ହୋଇଛି ବୋଲି ସେ କହିଛନ୍ତି ।

ସୋସିଆଲ ମିଡ଼ିଆରେ ନିଜର ଏକ ପୂରୁଣା ଫଟୋ ଓ ଏବେକାର ଫଟୋକୁ ଏକା ସାଙ୍ଗରେ ଅପଲୋଡ୍ କରି ସେ କରୋନାଯୋଦ୍ଧାଙ୍କର ବାସ୍ତବ ତ୍ୟାଗ କଥା ଉଲ୍ଲେଖ କରିଛନ୍ତି । ପ୍ରତିଦିନ ୧୦ରୁ ୧୨ ଘଣ୍ଟା ପିପିଇ କିଟ୍ ପିନ୍ଧିବା କେତେ କଷ୍ଟ ଓ କଷ୍ଟ ସହି ପିନ୍ଧି ସାରିବା ପରର ପରିଣତ କଣ ତାହା ଦର୍ଶାଇବାକୁ ଯାଇ ସେ ଏହି ଫଟୋ ପୋଷ୍ଟ କରିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ କରୋନାଜନିତ କୋଭିଡଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।