spot_img
Home Blog Page 6362

ମାମୁ ଭୁଲ ପାଇଁ ଭଣଜା ମଲା,ଲୁଚେଇ ପୋଡି ଦେଇଥିଲା ଶବ

କେନ୍ଦୁଝର: ମାମୁଁର ଭୁଲ୍ ଯୋଗୁ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିବା ଭଣଜାର ମୃତଦେହକୁ ମାମୁଁ ସମସ୍ତଙ୍କ ଅଜାଣତରେ ପୋଡ଼ି ଦେଇଥିଲା । ଆଉ ଶେଷରେ ଧରାପଡ଼ିଛି । ମାମୁଁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦୁଝର ଜିଲ୍ଲା ଘସିପୁରା କେନ୍ଦୁଆ ଗାଁରେ ଏଭଳି ଘଟଣା ଘଟିଛି । ଗତ ୨୪ ତାରିଖ ରାତିରେ ବନ୍ୟଜନ୍ତୁଙ୍କ ଦାଉରୁ ରକ୍ଷା ପାଇଁ ମାମୁଁ ଗୋପାଳ ପଲେଇ ବିଦ୍ୟୁତ ତାର ଖଞ୍ଜିଥିଲା । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା ଭଣଜା ଶିବଚରଣ ନାୟକ । ଦୋଷ ଲୁଚାଇବାକୁ ଭଣଜା ଶିବର ମୃତଦେହକୁ ମାମୁ ଗୋପାଳ ପଲେଇ ପୋଡ଼ି ଦେଇଥିଲା ।

ଗାଁରେ କଥା ପ୍ରଘଟ ହେବା ପରେ ଗ୍ରାମରକ୍ଷୀ ଥାନାରେ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ମାମୁଁ ଗୋପାଳକୁ ଗିରଫ କରିଛି । ଫୋରେସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଉଛି । ଶବଦାହ ସ୍ଥାନରୁ ଦାନ୍ତ, ହାଡ ଆଦି ନମୁନା ସଂଗ୍ରହ କରିଛି ଫୋରେନ୍‌ସିକ୍ ଟିମ୍ । ମା’ଙ୍କ ସହ ଶିବ କୌଣସି କାରଣରୁ କିଛିଦିନ ହେଲା ମାମୁଁଘରେ ରହୁଥିଲେ ।

ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି ଜବରଦଖଲ ଘଟଣା, ଦ୍ୱିତୀୟ ଦିନରେ ତଦନ୍ତ, ମାଲିକ ସାହିରେ ଲୋକଙ୍କୁ ପଚରାଉଚରା କରୁଛନ୍ତି ବେଗୁନିଆ ତହସିଲଦାର

ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି ଜବରଦଖଲ ଘଟଣା, ଦ୍ୱିତୀୟ ଦିନରେ ତଦନ୍ତ, ମାଲିକ ସାହିରେ ଲୋକଙ୍କୁ ପଚରାଉଚରା କରୁଛନ୍ତି ବେଗୁନିଆ ତହସିଲଦାର

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ … ପ୍ରଥମ ଦିନରେ ଦିବଂଗତ ନେତା ଓ କୋଭିଡ୍ ଯୋଦ୍ଧାଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ … ପ୍ରଥମ ଦିନରେ ଦିବଂଗତ ନେତା ଓ କୋଭିଡ୍ ଯୋଦ୍ଧାଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବ୍ୟବସାୟ ଲୋଭ ଦେଖାଇ ଠକେଇ,ମହିଳାଙ୍କ ଠାରୁ ଲୁଟିନେଲେ ୫୦ ଲକ୍ଷ ଟଙ୍କା

ସୁବର୍ଣ୍ଣପୁର: ଗରିବ ମହିଳାଙ୍କ ଠାରୁ ବଡ଼ ଧରଣର ଠକେଇର ଅଭିଯୋଗ । ବ୍ୟବସାୟ ପାଇଁ ବିଭିନ୍ନ ପ୍ରକାର ଜିନିଷ ଯୋଗାଇ ଦେବା ନାଁରେ ଠକେଇ ହୋଇଛି । ଗରିବ ମହିଳାମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରି ଏକ ଘରୋଇ କମ୍ପାନୀ ଚମ୍ପଟ ମାରିଛି । ଏମିତି ଏକ ଘଟଣା ଦେଖିବାକୁ ସୁବର୍ଣ୍ଣପୁର ଜିଲ୍ଲାରେ । ରଶ୍ମୀ ଇଣ୍ଡରଷ୍ଟ୍ରିଜ ଏଣ୍ଡ କନସଲଟେନସି ନାମକ ଏକ ଘରୋଇ କମ୍ପାନୀ ଜିଲ୍ଲାର ଛଅଗୋଟି ବ୍ଲକର  ମହିଳାମାନଙ୍କ ଠାରୁ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଲୋକେ ଏହି ଠକେଇ ନେଇ ସୂଚନା ପାଇଲା ପରେ ଲୋକେ ପୋଲିସ ପାଖରେ ଯାଇ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇଲା ପରେ ଇଣ୍ଡରଷ୍ଟ୍ରିର ମୁଖ୍ୟଙ୍କୁ ଖୋଜିଥିଲା  । କିନ୍ତୁ ଇଣ୍ଡରଷ୍ଟ୍ରିଜର ମୁଖ୍ୟ ଫେରାର ହୋଇଯାଇଛି । ରଶ୍ମୀ ଇଣ୍ଡରଷ୍ଟ୍ରିଜ ଏଣ୍ଡ କନସଲଟେନସିର ଏମଡି ହେଉଛନ୍ତି ବିନୋଦ ଜେନା ।

ସୂଚନା ଅନୁଯାୟୀ, ଗତ ଜାନୁୟାରୀ ମାସରେ ରଶ୍ମୀ ଇଣ୍ଡରଷ୍ଟ୍ରିଜ ଏଣ୍ଡ କନସଲଟେନସି ନାମକ ଏକ ଘରୋଇ କମ୍ପାନୀ ସୁବର୍ଣ୍ଣପୁର ଜିଲ୍ଲାର ପଟାଭାଡି ଠାରେ ଏକ ଘର ଭଡାରେ ନେଇ ଆରମ୍ଭ କରିଥିଲା ବ୍ୟବସାୟ ।  ଲୋକଙ୍କ ଠାରୁ ଦଶ ହଜାର, କୋଡିଏ ହଜାର ଟଙ୍କା ନେଇ ପେପରପ୍ଲେଟ ମେସିନ, ଧୁପକାଠୀ ତିଆରି ମେସିନ ହଳଦି ଓ ଫୁଡ ପ୍ରୋସେସିଙ୍ଗ ମେସିନ ଆଦି ସାମଗ୍ରୀ ସହିତ କଞ୍ଚାମାଲ ଦେବ ବୋଲି କହି କଂପାନୀ ଠକୁଥିଲା । ଖାଲି ସେତିକି ନୁହେଁ, ୬ଟି ବ୍ଲକର ବେକାର ଯୁବତୀ ମାନଙ୍କୁ ମୋଟା ଅଙ୍କ ଦରମାର  ପ୍ରଲୋଭନ ଦେଖାଇ ମାର୍କେଟିଂ ଲଗାଇ ପ୍ରଚାର ପ୍ରସାର ମଧ୍ୟ କରିଥିଲେ । କିନ୍ତୁ  ଆଠ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କମ୍ପାନୀ କୌଣସି ମହିଳାଙ୍କୁ କିଛି ବି ଜିନିଷ ଦେଇନାହିଁ । ତେବେ ଲୋକେ ଏନେଇ ଅଭିଯୋଗ କରିବା ପରେ କମ୍ପାନୀର ଏମଡି ବିନୋଦ ଜେନା ଫେରାର ମାରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ଲକଡାଉନ ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଠିକ ଠାକ୍ ନଥିବା ବେଳେ ଏହି କମ୍ପାନୀ ଦ୍ୱାରା ଏମିତି ବ୍ୟବସାୟ ଅଫର ଯୋଗୁଁ ଫସିଯାଇଛନ୍ତି ନିରୀହ ମହିଳାମାନେ । କିଛି ରୋଜଗାର କରି ଘରର ଆର୍ଥିକ ସ୍ଥିତିକୁ ସୁଧାରିବାର ଆଶାରେ ଠକେଇର ଶୀକାର ହୋଇଛନ୍ତି । ସେପଟେ ଜିଲ୍ଲାର ଏହି ମହିଳାମାନେ ଏକତ୍ରିତ ହୋଇ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ କିଛି ଠୋସ ପଦକ୍ଷେପ ନେଇ ଏହି ଗରୀବ ମହିଳାମାନଙ୍କ ଟଙ୍କା ଫେରସ୍ତ କରିବା ଜରୁରୀ ହୋଇ ପଡିଛି ।

ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ,କ’ଣ କହୁଛି AIIMS ରିପୋର୍ଟ ? ଜାଣନ୍ତୁ..

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ AIIMS ପ୍ୟାନେଲ୍ ଦ୍ୱାରା ସିବିଆଇ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହା ଦ୍ୱାରା ଅନେକ ତଥ୍ୟ ପ୍ରକାଶ ପାଇଛି । ସୂଚନାନୁସାରେ, ସୁଶାନ୍ତଙ୍କୁ ବିଷ ଦିଆଯାଇ ନଥିଲା। ସୁଶାନ୍ତଙ୍କ ଭିସେରାରେ ବିଷ ମିଳି ନଥିଲା। AIIMS ଡାକ୍ତରମାନେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷ ପାଇ ନାହାନ୍ତି ।

AIIMS ରିପୋର୍ଟ ସିବିଆଇ ଯାଞ୍ଚଠୁ ଭିନ୍ନ ନୁହେଁ । ତେବେ କପୁର୍ ହସ୍ପିଟାଲର ଡାକ୍ତରମାନଙ୍କୁ ସମ୍ପୂର୍ଣ୍ଣ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ। କପୁର୍ ହସ୍ପିଟାଲର ରିପୋର୍ଟକୁ ଆହୁରି ତନାଘନା କରିବାର ଆବଶ୍ୟକ ରହିଛି ବୋଲି କୁହାଯାଇଛି। କପୁର୍ ହସ୍ପିଟାଲ୍ ଏବେବି ପ୍ରଶ୍ନଘେରରେ ରହିଛି । AIIMS ରିପୋର୍ଟ ଇଂଗିତ କରିଛି ଯେ, ସୁଶାନ୍ତଙ୍କ ମାମଲାରେ କପୁର୍ ହସ୍ପିଟାଲ୍ ଅବହେଳା କରିଥିଲା । କପୁର୍ ହସ୍ପିଟାଲର ଡାକ୍ତରମାନେ ସୁଶାନ୍ତଙ୍କ ଅଟୋପ୍ସି କରିଥିଲେ ଓ ଏନେଇ ଅନେକ ପ୍ରଶ୍ନ ଉଠିଥିଲା ​। ରିପୋର୍ଟରେ ସୁଶାନ୍ତଙ୍କ ଗଳାରେ ଥିବା ଚିହ୍ନ ନେଇ କିଛି ଉଲ୍ଲେଖ କରାଯାଇନଥିଲା । ସେଥିରେ ସୁଶାନ୍ତଙ୍କ ମୃତ୍ୟୁର ସମୟ ବିଷୟରେ ମଧ୍ୟ କୁହାଯାଇ ନଥିଲା ।

ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ଓକିଲ ଅଭିନେତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ବିଷ ଦେଇଥିବା ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ। କିନ୍ତୁ ବର୍ତ୍ତମାନ AIIMS ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ସୁଶାନ୍ତଙ୍କୁ କୌଣସି ପ୍ରକାର ବିଷ ଦିଆଯାଇ ନାହିଁ । ସୁଶାନ୍ତଙ୍କ ପରିବାର ତାଙ୍କ ଆତ୍ମହତ୍ୟାକୁ ହତ୍ୟା ବୋଲି କହିଥିଲେ। ସୁଶାନ୍ତଙ୍କ ପିତା ରିୟାଙ୍କୁ ତାଙ୍କ ପୁଅର ମୃତ୍ୟୁ ପାଇଁ ଦାୟୀ ବୋଲି କହିଥିଲେ । ରିୟା ସୁଶାନ୍ତଙ୍କୁ ବିଷ ଦେଇଥିବାର ଅଭିଯୋଗ କରିଥିଲେ ତାଙ୍କ ବାପା ।

ସୁଶାନ୍ତଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ରିୟାଙ୍କ ବିରୋଧରେ ତିନୋଟି ଏଜେନ୍ସି ତଦନ୍ତ ଚଲାଇଛନ୍ତି । ସିବିଆଇ ଦ୍ୱାରା ରିୟାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। କୋବଳ ସେତିକି ନୁହେଁ ରିୟାଙ୍କୁ ଇଡି ଏବଂ ଏନସିବି ମଧ୍ୟ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ରିୟା ଡ୍ରଗ୍ସ ମାମଲାରେ ଗତ ୨୨ ଦିନ ହେବ ଜେଲରେ ବନ୍ଦୀ ଅଛନ୍ତି । ରିୟାଙ୍କ ବିରୋଧରେ ଅଭିଯୋଗ କରାଯାଇଛି ଯେ, ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ।

କମିଶନରେଟ ପୋଲିସ ଜାଲରେ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ,ଲକଡାଉନରେ ଚାଲିଥିଲା ଏଟିଏମ୍ ଲୁଟ୍

ଭୁବନେଶ୍ୱର: କରୋନା ସମୟରେ ଲୁଟପାଟ ବଢ଼ିବାକୁ ଲାଗିଛି । ଏଟିଏମ୍‌ ଠାରୁ ଆରମ୍ଭ କରି ଚେନ ସ୍ନାଚିଂ, ସବୁ ଏଇ ଲକ୍‌ଡାଉନ ସମୟରେ ବଢ଼ିଛି । ପୋଲିସ୍‌କୁ ଚ୍ୟାଲେଞ୍ଚ ଦେଉଛନ୍ତି ଲୁଟେରା । ତେବେ ପୋଲିସ ମଧ୍ୟ ଏମାନଙ୍କୁ ଧରିବା ପାଇଁ ତାର ଜାଲ ବିଛାଇଛି । ତେବେ ପୋଲିସର ଜାଲରେ ପଡ଼ିଛି ବଡ଼ ଲୁଟେରା । କମିଶନରେଟ ପୋଲିସ ହାତରେ ଏଟିଏମ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି । ଏମାନେ ରାଜଧାନୀ ସମେତ ବିଭିନ୍ନ ରାଜ୍ୟକୁ ଯାଇ କରୁଥିଲେ ଏଟିଏମ୍‌ ଲୁଟ । ଲୁଟ କରିବା ପରେ ଲୁଟ ରାଜ୍ୟରୁ ଫେରାର ହୋଇଯାଉଥିଲେ ।

ତେବେ ଏମାନେ ସମସ୍ତେ ପୋଲିସର ମୋଟ ଓ୍ୱାଣ୍ଟେଡ ତାଲିକାରେ ରହିଥିଲେ । ଏହି ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ଼ ଏଟିଏମ ଠକ ସମ୍ଭବ ଆଚାର୍ଯ୍ୟକୁ ମଧ୍ୟ ଗିରଫ କରିଛି । କମିଶନରେଟ ପୋଲିସ । ସମ୍ଭବ ସମେତ ୬ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ସମୟରେ ଏମାନଙ୍କ ପାଖରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ମାଷ୍ଟରମାଇଣ୍ଡ ସମ୍ଭବ ନାଁରେ ୩୦ରୁ ଉର୍ଦ୍ଦ ମାମଲା ରହିଛି । ସମ୍ଭବ ପୁନେର ମାମଲା ୫ଟି ଓ ଭୁବନେଶ୍ୱର ୮ଟି ମାମଲାରେ ୱାଣ୍ଟେଡ଼ ଥିଲା ।

ରାଜ୍ୟରେ ୩୦୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ ହଜାର ଟ୍ରେଣ୍ଡରୁ ଖସିଲା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦୁଇ ଦିନ ହେବ ୪ ହଜାର ଟ୍ରେଣ୍ଡରୁ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୦୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୫୮ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ ।  ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୨ ଲକ୍ଷ ୧୫ ହଜାର ୬୭୬ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ ୩୭ ହଜାର ୨୧୦ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି ।

ନୂଆ ସଂକ୍ରମଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୁଳରୁ ୧୨୯, ବାଲେଶ୍୭ରରୁ ୧୪୬, ବରଗଡ଼ରୁ ୬୯, ଭଦ୍ରକରୁ ୫୯, ବଲାଙ୍ଗିରରୁ ୭୮, ବୌଦ୍ଧରୁ ୪୫, କଟକରୁ ୨୩୦, ଦେବଗଡ଼ରୁ ୧୫, ଢେଙ୍କାନାଳରୁ ୯୧, ଗଜପତିରୁ ୨୧, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୯୬, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୮୧, କେନ୍ଦ୍ରାପଡ଼ାରୁ ୯୪, କେନ୍ଦୁଝରରୁ ୮୧, କୋରାପୁଟରୁ ୫୫, ମାଲକାନାଗିରିରୁ ୨୪, ମୟୂରଭଞ୍ଜରୁ ୧୪୩, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୬୮, ନୂଆପଡ଼ାରୁ ୮୫, ପୁରୀରୁ ୧୭୮, ରାୟଗଡ଼ାରୁ ୪୧, ସମ୍ବଲପୁରରୁ ୯୮, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୬୨, ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତ ।

ଆରମ୍ଭ ହେଲା ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଗତକାଲି ମେଧା ତାଲିକା ପ୍ରକାଶ ପାଇବା ପରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା । ୨୦୨୦-୨୧ ଶିକ୍ଷାବର୍ଷରେ ୧୦୨୯ କଲେଜର ୨,୪୯, ୭୯୦ ସିଟ୍‌ ପାଇଁ ୨,୧୩,୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧, ୫୮, ୫୪୦ ଛାତ୍ରଛାତ୍ରୀଙ୍କୁ ମନୋନୀତ ହୋଇଛନ୍ତି । କଳାରେ ସର୍ବାଧିକ ୯୫୬୪୯ ଜଣ, ସେଲ୍ଫ ଫାଇନାନ୍ସିଂରେ ୧୦୮୧, ବାଣିଜ୍ୟରେ ୧୬୬୮୨, ସଂସ୍କୃତରେ ୩୮୧୮, ଫିଜିକାଲ ସାଇନ୍ସରେ ୨୩୮୧୭, ବାୟୋଲୋଜିକାଲ ସାଇନ୍ସରେ ୧୭୪୯୩ ଜଣ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

୭୦୭୯୪ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ଅନୁଯାୟୀ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅକ୍ଟୋବର ପହିଲା ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ । ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ହେବ ।

India Corona Updates: ୨୬ ଦିନ ଭିତରେ କମିଛି କରୋନା ମୃତ୍ୟୁ ହାର, ୨୪ ଘଣ୍ଟାରେ ୭୦ହଜାର ୫୮୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦିନକରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି । ୨୪ ଘଣ୍ଟାରେ ୭୦ ହଜାର ୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ଲକ୍ଷ ୪୫ହଜାର ୨୯୨ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୪୭ହଜାର ୫୭୬ । ଦେଶରେ ୫୧ଲକ୍ଷ ହଜାର ୨୯୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୬ହଜାର ୩୧୮ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ରହିଛି । ୧୩ ଲକ୍ଷରୁ ଅଧିକ ଲୋକ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ହୋଇଥିବା ବେଳେ ୩୫ହଜାର ୭୫୧ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୬ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ତକାମିଲନାଡୁ ଓ କର୍ଣ୍ଣାଟକରେ ୫ଲକ୍ଷରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଇସିଏମଆର ଅନୁଯାୟୀ, ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ମୋଟ ୭ କୋଟି ୩୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ଦେଶରେ ମୃତ୍ୟୁହାରରେ କ୍ରମାଗତ ହ୍ରାସ ହୋଇଛି । ମୃତ୍ୟୁ ହାର ୧.୫୭ ପ୍ରତିଶତ ଦ୍ରାସ ହୋଇଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୧୬ ପ୍ରତିଶତ କମିଛି । ଏହା ସହିତ ସୁସ୍ଥତା ହାର ୮୩ ପ୍ରତିଶତ ହୋଇଛି  । ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ତହସିଲଦାରଙ୍କ ଦେହରେ ସାଇକେଲ ବାଜିଯିବାରୁ ବ୍ୟବସାୟୀଙ୍କୁ ବସ୍‌ଉଠ୍‌ କରାଇଲେ

ଆସ୍କା: ଇଂରେଜ ଚାଲିଗଲେଣି । କିନ୍ତୁ କିଛି ବାବୁଙ୍କ ମନରୁ ସାହେବି ପଣିଆ ଜାଇନି । ସେଇଭଳି ଗୋଟିଏ ଘଚଣା ଗଂଜାମର ହିଞ୍ଜିଳିକାଟୁରେ ଘଟିଠି । ଯେଉଁଠି ଜଣେ ତହସିଲଦାରଙ୍କ ଦେହରେ ସାଇକେଲ ବାଜି ଯିବାରୁ ବାବୁ ରାଗି ଯାଇଥିଲେ । ଆଉ ନିଜ ତାକତ ଦେଖାଇବାକୁ ସାଇକେଲ ଚାଳକଙ୍କୁ ରାସ୍ତାରେ ବସଉଠ କରାଇଥିଲେ ।  ବସ୍‌ଉଠ୍‌ ନହେଲେ ମାଡ଼ ମାରିବେ ବୋଲି ଧମକ ଦେଇଥିଲେ ଏହି ଦେଶୀ ବାବୁ ।  ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ବାବୁଙ୍କ କାରନାମା ।  ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମାଛ ମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ହିଞ୍ଜିଳି ତହସିଲଦାର କରୋନା କଟକଣାର ତଦାରଖ କରିବା ପାଇଁ ମାଛ ମାର୍କେଟରେ ପହଞ୍ଚିଥିଲେ । ସେଠାରେ ମାର୍କେଟରେ ବୁଲୁଥିବା ସମୟରେ ଜଣେ ବ୍ୟବସାୟୀଙ୍କ ସାଇକେଲ ତାଙ୍କ ଦେହରେ ବାଜି ଯାଇଥିଲା । ଯାହାକୁ ନେଇ ତହସିଲଦାର ବାବୁ ରାଗରେ ଉତକ୍ଷିପ୍ତ ହୋଇଥିଲେ । ଉକ୍ତ ବ୍ୟବସାୟୀଙ୍କୁ ମାଛ ମାର୍କେଟ ମଝିରେ ଅଟକାଇ ସମସ୍ତଙ୍କ ସାମ୍ନାରେ ବସ୍‌ଉଠ୍‌ ହେବା ପାଇଁ କହିଥିଲେ । ବ୍ୟବସାୟୀ ଜଣଙ୍କ ବସ୍‌ଉଠ୍‌ ହେବାକୁ ମନା କରିଥିଲେ । କିନ୍ତୁ ତହସିଲଦାର ବାବୁ ତାଙ୍କ ଜିଦରେ ପୁରା ଅଟଳ ଥିଲେ । ହାତରେ ଧରିଥିବା ବାଡ଼ିରେ ମାଡ଼ ମାରିବା ସହ ୨୦ ଥର ବସ୍‌ଉଠ୍‌ ହେବା ପାଇଁ କହିଥିଲେ । ଏହାପରେ ମାଡ଼ ଭୟରେ ବ୍ୟବସାୟୀ ଜଣଙ୍କ ବସ୍‌ଉଠ ହୋଇଥିଲେ । ଏହାପରେ ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି ।