spot_img
Home Blog Page 6364

କଳା ଟଙ୍କାରେ କଟୁଥିଲା ଅଏସର ଜୀବନ, ଲାଇଫ୍ ଥିଲା କିଙ୍ଗ୍ ସାଇଜ୍

ଭୁବନେଶ୍ୱର: ଅଭୟଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ଜାଲରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ । ଅଭୟକାନ୍ତଙ୍କ ୧୨ଟି ସ୍ଥାନ ଉପରେ ଭିଜିଲାନ୍ସ ରେଡ୍ କରିଛି । ଓଡ଼ିଶାର ୫ଟି ସ୍ଥାନ ସହ ମୁମ୍ବାଇ, ପୁନେ, ପାଟଣା ଓ ଉଦୟପୁର ଆଦି ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ରେଡରେ ୧୫୦ ଅଫିସର୍ ସାମିଲ୍ ହୋଇଛନ୍ତି । ୧୯୮୭ ମସିହାର ଏହି IFS ଅଫିସର୍ ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ ।

Luxurious Life Of IFS Officer Abhay Kant Pathak On Vigilance Net

ବିଳାସପୂର୍ଣ୍ଣ କାରରୁ ରାଜମହଲ ଭଳି ଏକାଧିକ ଫ୍ଲାଟ । ଏସବୁର ମାଲିକ ଅଭୟକାନ୍ତ । ୮ ହଜାର ସ୍କୋୟାରଫୁଟ ଉପରେ ବିଶାଳ ବିଳାସମୟ ଘର । ଯେଉଁଠି ଚଟାଣରୁ କାନ୍ଥ ସବୁଠୁ ଚାକଚକ୍ୟର ଝଲକ । ସବୁବେଳେ ଆକାଶରେ ଉଡ଼ୁଥିବା ଏହି ବାବୁ ଜଣଙ୍କ ଦେଶବନ୍ଦୀ ଥିବାବେଳେ ବି ବୁଲୁଥିଲେ । ଅବଶ୍ୟ ସରକାରୀ କାମରେ ନୁହେଁ । ଲକଡାଉନ୍ ବେଳେ ଅଭୟକାନ୍ତ ଚାର୍ଟର ଫ୍ଲାଇଟରେ ଭୁବନେଶ୍ୱରରୁ ପୁନେ, ମୁମ୍ବାଇ, ପାଟଣା, ଉଦୟପୁର ଭଳି ସ୍ଥାନକୁ ପୁଅ ସହ ଏକାଧିକ ଥର ଯାତ୍ରା କରିଥିଲେ । ଥରେ କି ଦୁଇଥର ନୁହେଁ ଦେଶରେ ଲକଡାଉନ୍ କଡ଼ାକଡ଼ି ଥିବାବେଳେ ଅଭୟକାନ୍ତ ୨୦ ଥର ବ୍ୟବହାର କରିଥିଲେ ଚାର୍ଟର ଫ୍ଲାଇଟ୍ ।

Luxurious Life Of IFS Officer Abhay Kant Pathak On Vigilance Net

ଗୋଟିଏ ଥର ଚାର୍ଟର ଫ୍ଲାଇଟ୍ ବ୍ୟବହାର ଲାଗି ୧୫ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ । ଏହିଭଳି ଭାବେ ଅମାପ ସମ୍ପତ୍ତିର ମାଲିକ ଅଭୟକାନ୍ତ ଲକଡାଉନ୍ ବେଳେ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ କରି ଆକାଶରେ ଉଡ଼ୁଥିଲେ । ଦେଶର ମହଙ୍ଗା ସହର ମୁମ୍ବାଇ ଓ ପୁନେରେ ରହିଛି ବାବୁଙ୍କ ଫ୍ଲାଟ ଓ ଫାର୍ମ ହାଉସ୍ । ଆଖି ଖୋସିଦେଲା ଭଳି ୮ ହଜାର ସ୍କୋୟାରଫୁଟରେ ବିଶାଳକାୟ ବିଳାସପୂର୍ଣ୍ଣ ଘର ମଧ୍ୟ ରହିଛି । ଘରେ ଖଞ୍ଜା ହୋଇଛି ଗୋଟିଏଠୁ ବଳି ଗୋଟିଏ ନାମୀଦାମୀ କମ୍ପାନୀର ସରଞ୍ଜାମ । ଇଟାଲିଆନ୍ ମାର୍ବଲଠାରୁ ନାମୀ ଦାମୀ କଂପାନୀର ଆକ୍ସେସରିଜ୍ ସବୁ ଲାଗିଛି ।

Luxurious Life Of IFS Officer Abhay Kant Pathak On Vigilance Net

ଭୁବନେଶ୍ୱରରେ ଏତେବଡ଼ ଘର କରିଥିଲେ ମଧ୍ୟ ବାବୁ ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ସରକାରୀ କ୍ୱାର୍ଟରରେ ରହୁଥିଲେ । ଲକଡାଉନ୍ ବେଳେ ପୁଅ ଆକାଶ ପାଠକଙ୍କ ବିବାହ କରାଇଥିଲେ । ଲୋକ ସମାଗମ ମନା ହେତୁ ବାହାଘର ଭୋଜି ଦେଇପାରି ନଥିଲେ । ଆଉ ଏବେ ୭ ଦିନ ଧରି ସେ ବାହାଘର ଭୋଜି ଦେଇଛନ୍ତି । ଚାର୍ଟର ଫ୍ଲାଇଟ, ଏକାଧିକ ବିଳାସପୂର୍ଣ୍ଣ କାର ସହ ବଡି ଗାର୍ଡ ରଖିଥିବା ଆଇଏଫଏସ୍ ଅଧିକାରୀଙ୍କ ସମ୍ପର୍କରେ କେନ୍ଦ୍ରୀୟ ସଂସ୍ଥା ସୂଚନା ଦେବା ପରେ ଭିଜିଲାନ୍ସ ୧୨ଟି ସ୍ଥାନରେ ରେଡ୍ ଜାରି ରଖିଛି । ତାଙ୍କ ଘରୁ ୫୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ଜଣାପଡ଼ିଛି ।

Luxurious Life Of IFS Officer Abhay Kant Pathak On Vigilance Net

୧୯୮୭ ବ୍ୟାଚର ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ନିଜ ଲାଇଫ୍ ଷ୍ଟାଇଲ ପାଇଁ ପାଦରୁ ମୁଣ୍ଡ ଯାଏ ଦୁର୍ନୀତିରେ ଡୁବି କି ରହିଥିଲେ । ହେଲେ ଭୁଲି ଯାଇଥିଲେ ଜିରୋ ଟଲେରାନ୍ସ କଥା । ଭୁଲି ଯାଇଥିଲେ ତାଙ୍କ ନବାବୀ ଲାଇଫ୍ ଷ୍ଟାଇଲ ତାଙ୍କୁ 5T ସ୍କାନରକୁ ନେଇ ସାରିଲାଣି । ଆଉ ବୁଧବାର ସକାଳ ତାଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି । ସିଧା ଆକାଶରୁ ଖସି ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । କେତେ କୋଟି, କେତେ କୋଠି କଳା ଟଙ୍କାରେ ତିଆରି ହୋଇଛି ଭିଜିଲାନ୍ସ ଖୋଳତାଡ଼ କରୁଛି । କିନ୍ତୁ ଗୋଟେ କଥା ସତ ଏବେ ବାବୁଙ୍କ ଡେଣା କଟିଯାଇଛି । ଉଡିବାକୁ ଚାହିଁଲେ ବି ଉଡ଼ିବା ସହଜ ହେବନି ।

ବିହାର ବିଧାନସଭାରେ ବାଚସ୍ପତି ଦାୟିତ୍ୱ ନେଲେ ବିଜୟ ସିହ୍ନା

ବିହାର: ବିହାର ନିର୍ବାଚନ ଫଳାଫଳ କେତେ ରୋମାଞ୍ଚକ ହେଲା ତାହା ପୁରା ଦେଶ ଦେଖିଲା । ଏଭଳି ଏକ ଜନମତ ଆସିଲା, ଯାହା ଏକ ସୁସ୍ଥ ଗଣତାନ୍ତ୍ରିକ ଆଲୋଚନା ପାଇଁ ରାସ୍ତା ସଫା କଲା । ସରକାରରେ ୧୨୬ ଓ ବିପକ୍ଷରେ ୧୧୭ ବସିବେ । ଆଲୋଚନାର ତୀବ୍ରତା କିଭଳି ରହିବ ତାହା ଏଇ ଜନମତରୁ ଜଣାପଡ଼ିଛି  । ଏଥରର ସାଧାରଣ ନିର୍ବାଚନ ପରେ ଆଜି ବିଧାନସଭା ଅଧିବେଶନ ନିଜ ବାଚସ୍ପତି ନିର୍ବାଚନ ଶେଷ କରିଛି । ଏନଡିଏ ସମର୍ଥିତ ବିଜୟ କୁମାର ସିହ୍ନାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ସେ ମହାଗଠବନ୍ଧନ ସମର୍ଥିତ ପ୍ରାର୍ଥୀ ବିହାରୀ ଚୌଧୁରୀଙ୍କୁ ହରାଇଛନ୍ତି ।

ବିଜୟ କୁମାର ସିହ୍ନା ସର୍ବମୋଟ୍ ୧୨୬ ଖଣ୍ଡ ଭୋଟ ପାଇ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ଉଲ୍ଲେଖଯୋଗ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଥିଲେ । ଗୃହରେ ହଟ୍ଟଗୋଳ ବଢିବାରେ ଲାଗିଥିଲା । ତେଜସ୍ୱୀ ଯାଦବ ସରକାରଙ୍କର ନୈତିକତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ କରିଥିଲେ । ହେରାଫେରି କରି ଏନଡିଏ ସରକାରକୁ ଆସିଥିବା ଅଭିଯୋଗ କରିଥିଲେ । ବିରୋଧ ଅଧିକ ତୀବ୍ର ହେବା ହେତୁ ବାଧ୍ୟ ହୋଇ ପ୍ରୋଟେମ୍ ସ୍ପିକର ଜୀତନରାମ୍ ମାଞ୍ଝୀ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଦେଇଥିଲେ ।

ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ୍ କଲେ ଟିଏମସି ସାଂସଦ

0

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁଥିବା ବେଳେ ଏହା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିବା ପାଇଁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।

ଏଭଳି ସମୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗରେ ବିଜେପିର ଚେହେରା ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି । ଏଭଳି ସମୟରେ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ରେ ହଇଚଇ ଦେଖାଦେଇଛି ।

ଏହି ପରିପ୍ରେକ୍ଷୀରେ ଟିଏମସି ସାଂସଦ ସୌଗତ ରୟ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାଁନ୍ତି । ଏପରିକି ସେ ରାଜନୀତିରୁ ଦୂରେଇ ରହିବାକୁ ଗାଙ୍ଗୁଲିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ବଙ୍ଗଳାରେ ଗାଙ୍ଗୁଲି ଲୋକପ୍ରିୟ, ତଥାପି ସେ ଗରୀବ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ନାହାନ୍ତି ।

ସୌଗତ ରୟ ଆହୁରି କହିଛନ୍ତି ଯେ , ‘‘ଯଦି ଗାଙ୍ଗୁଲି ରାଜନୀତିକୁ ଆସନ୍ତି ତାହେଲେ ମୁଁ ଖୁସି ହେବି ନାହିଁ। କାହିଁକିନା ସେ ସବୁ ବଙ୍ଗୀୟମାନଙ୍କ ପାଇଁ ଏକ ଆଇକନ୍ । ସେ ବଙ୍ଗଳାର ଏକମାତ୍ର କ୍ରିକେଟ୍ ଅଧିନାୟକ ଥିଲେ, ଯିଏକି ଟେଲିଭିଜନ ଶୋ ଯୋଗୁଁ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲେ।

ତେବେ ରାଜନୀତିରେ ତାଙ୍କର କୌଣସି ପ୍ରକାରର ପୃଷ୍ଠଭୂମି ନଥିବାରୁ ସେ ଏଥିରେ ଅଧିକ ଦିନ ତିଷ୍ଠି ପାରିବେ ନାହିଁ।

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ, ଜାଣନ୍ତୁ କେଉଁସବୁ ଦେଶରେ ଦିଆଯାଏ ଏଭଳି କଠୋର ଦଣ୍ଡ

ନୂଆଦିଲ୍ଲୀ: ୨୦୧୨ ମସିହାରେ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ଭାରତରେ ଦାବି ଉଠିଥିଲା ଯେ, ଦୁଷ୍କମକାରୀଙ୍କୁ ନାକେବଳ ଫାଶୀ ଦଣ୍ଡ ବରଂ ତାଙ୍କୁ ନପୁଂସକ କରିଦିଆଯାଉ । ଅବଶ୍ୟ ସରକାର ଏବଂ ସିଭିଲ ସୋସାଇଟି ଏହାକୁ ମାନବିକତାର ବିରୁଦ୍ଧ କହି ଅସ୍ୱୀକୀର କରିଥିଲେ । ତେବେ ଭାରତରେ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ଜେଲ ଏବଂ କିଛିଟା ମାମଲା ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି । ଏହି କାରଣରୁ ନିର୍ଭୟା ଦୋଷୀ ମାନଙ୍କୁ ଫାଶିରେ ଝୁଲାଯାଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଅନେକ ଦେଶ ରହିଛି ଯେଉଁଠି ଦୁଷ୍କର୍ମକାରୀ ମାନଙ୍କୁ ନପୁଂସକ କରିବାଠୁ ଆରମ୍ଭ କରି ଗୁପ୍ତାଙ୍ଗ କାଟିବାର ଏବଂ ମୁଣ୍ଡରେ ଗୁଳି କରିବା ଭଳି ଦଣ୍ଡ ବ୍ୟବସ୍ଥା ରହିଛି ।

ପାକିସ୍ତାନରେ ନୂଆ ନିୟମ

ଆମ ପଡୋଶୀ ଦେଶ ପାକିସ୍ତାନରେ ଦୁଷ୍କର୍ମ ସମ୍ବନ୍ଧିତ ଏକ ନୂତନ ଆଇନ ପ୍ରଣୟନ କରାଯାଇଛି, ଯାହାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ଆଇନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାକୁ ସର୍ଜିକାଲ୍ କିମ୍ବା ରାସାୟନିକ ପ୍ରଣାଳୀରେ ନପୁଂସକ କରାଯାଇପାରିବ । ଏଥି ସହିତ ଉତ୍ତର କୋରିଆରେ ଦୁଷ୍କର୍ମକାରୀଙ୍କୁ ସିଧାସଳଖ ମୁଣ୍ଡରେ ଗୁଳି କରି ମାରିବାର ଦଣ୍ଡ ରହିଛି ଏବଂ ଏହି କାର୍ଯ୍ୟ ସର୍ବସାଧାରଣ ସ୍ଥାନରେ କରାଯାଏ ।

ସାଉଦୀ ଆରବରେ ଗୁପ୍ତାଙ୍ଗ କାଟିବାର ଦଣ୍ଡ

ସାଉଦୀ ଆରବରେ ଦୁଷ୍କର୍ମକୁ ନେଇ ଅନେକ କଠୋର ନିୟମ ରହିଛି । ସେହିପରି ଇସଲାମିକ ଆଇନ ସିରିୟା ମୁତାବକ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ସହିତ ମୁଣ୍ଡ କାଟିବା, ଗୁପ୍ତାଙ୍ଗ କାଟିବାର ଭଳି ଦଣ୍ଡ ପ୍ରାବଧାନ ରହିଛି । ଏହି ଦେଶରେ କୌଣସି ଅପରାଧ ପାଇଁ ମୃତ୍ୟ ଦଣ୍ଡ ଆଇନ ରହିଛି ।

ପୋଲାଣ୍ଡରେ ଦୋଷୀକୁ ନପୁଂସକ କରିବାର ଦଣ୍ଡ

ପୋଲାଣ୍ଡରେ ଦୁଷ୍କର୍ମକାରୀଙ୍କୁ ନଂପୁସକ କରିବାର ଦଣ୍ଡ ରହିଛି । ଏଥିପାଇଁ ସେଠାରେ ଏକ ଆଇନ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଦୋଷୀକୁ ରାସାୟନିକ କିମ୍ବା ସର୍ଜିକାଲ ପ୍ରକ୍ରିୟାରେ ନପୁଂସକ କରାଯାଇପାରିବ ।

ଚୀନରେ ମୃତ୍ୟୁଦଣ୍ଡ ଆଇନ

ଚୀନ୍‌ରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଆଇନ ରହିଛି । ଚୀନରେ ଏହି ଅପରାଧ ପାଇଁ ଅପରାଧୀଙ୍କୁ ଯଥାଶୀଘ୍ର ଫାଶୀ ଦିଆଯିବାର ପ୍ରାବଧାନ ରହିଛି । ଏହି ମାମଲାରେ ଟ୍ରାଏଲ ମଧ୍ୟ ଖୁବ କମ ହୋଇଥାଏ ଏବଂ ଦୋଷୀକୁ ସିଧାସଳଖ ଡାକ୍ତରୀ ପରୀକ୍ଷାରେ ଦୁଷ୍କର୍ମର ପୃଷ୍ଟି ହେବାପରେ ତାକୁ ଫାଶୀ ଦଣ୍ଡ ଦିଆଯାଏ । ତେବେ ଅନେକ ଥର ନିରୀହଙ୍କୁ ମଧ୍ୟ ଏହି କାରଣରୁ ଦଣ୍ଡିତ କରାଯାଇଛି, ଯାହା ତାଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଛି ।

ଇରାକରେ ପଥରରେ ମାରି ଗୋଷୀକୁ କରାଯାଏ ହତ୍ୟା

ଇସଲାମିକ ଦେଶ ଇରାକରେ ଦୁଷ୍କର୍ମକାରୀଙ୍କୁ ଏପରି ଦଣ୍ଡ ଦିଆଯାଏ ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ସେଠାରେ ଦୁଷ୍କର୍ମକାରୀଙ୍କୁ ପଥରରେ ମାରି ମାରି ହତ୍ୟା କରାଯାଏ । ଅପରାଧୀକୁ ସେପର୍ଯ୍ୟନ୍ତ ପଥର ମାଡ଼ କରାଯିବ ଯେପର୍ଯ୍ୟନ୍ତ ତାର ମୃତ୍ୟୁ ନହୋଇଛି । ଦୋଷୀକୁ ସହଜ ମୃତ୍ୟୁ ନଦେବା ପାଇଁ ଏହିଭଳି କରାଯାଇଥାଏ ।

ଇଣ୍ଡୋନେସିଆରେ ନପୁଂସକ କରିବାର ଦଣ୍ଡ ପ୍ରାବଧାନ ରହିଛି

ଇଣ୍ଡୋନେସିଆରେ ଦୁଷ୍କର୍ମକାରୀଙ୍କୁ ନପୁଂସକ କରି ଦଣ୍ଡ ଦିଆଯାଇଥାଏ । ସେଠାରେ ଅନେକ ଥର ଦୋଷୀର ଗୁପ୍ତାଙ୍ଗ କାଟିତାଙ୍କୁ ଦଣ୍ଡ ଦିଆଯାଇଥାଏ ।

ଆମେରିକାର କିଛି ଅଞ୍ଚଳରେ ନପୁଂସକ କରିବାର ରହିଛି ନିୟମ

ଆମେରିକାରେ ଯଦିଓ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡର ଆଇନ ରହିଛି କିନ୍ତୁ କାଲିଫୋର୍ଣ୍ଣିଆ, ଫ୍ଲୋରିଡା, ଜର୍ଜିୟା, ଲୋବା, ଲୁସିୟାନା, ମୋନଟାଲା, ଓରେଗାନ, ଟେକସାସ ଭଳି କିଛି ପ୍ରାନ୍ତରେ କେମିକାଲ ଏବଂ ସର୍ଜିକାଲ ପ୍ରଣାଳୀରେ ଦୋଷୀକୁ ନପିଂସକ କରିବାର ଆଇନ ରହିଛି ।

ବିଶ୍ୱ ହିନ୍ଦୁ ପରିଷଦ ନେତାଙ୍କ ଚୂଳ କାଟିବା ପଡିଲା ମହଙ୍ଗା, ହେୟାର ଡ୍ରେସର ଯିବେ ଜେଲ୍ !

0

ହଲ୍ଦଓ୍ୱାନୀ: ଉତ୍ତରପ୍ରଦେଶ ସ୍ଥିତ ହଲ୍ଦଓ୍ୱାନୀରେ ଜଣେ ହେୟାର ଡ୍ରେସରଙ୍କୁ ଚୂଳ କାଟିବା ମହଙ୍ଗା ପଡିଲା । ଏମିତିକି ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡିପାରେ ।

ଅଭିିଯୋଗ ଅନୁଯାୟୀ ହେୟାର ଡ୍ରେସର ଜଣକ ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ଦେବା ଲାଗି ଜଣେ ବ୍ୟକ୍ତିଙ୍କର ଚୂଳ କାଟି ଉଡାଇଦେଇଛି । ଏହି ଘଟଣାକୁ ନେଇ ଏତେ ହଙ୍ଗାମା ହେଲା ଯେ ପୋଲିସରେ ମାମଲା ରୁଜୁ ହୋଇଛି ।

ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ବିଶମ୍ଭର ଦତ୍ତ ପଲାଡିଆର ହଲ୍ଦଓ୍ୱାନୀର ବାସିନ୍ଦା । ଗତ ସୋମବାର ଦିନ ସେ କେଶ କାଟିବା ଲାଗି ସ୍ଥାନୀୟ ଏକ ଡ୍ରେସର ଦୋକାନକୁ ଯାଇଥିବା ବେଳେ ତାଙ୍କ ବିନା ଅନୁମତିରେ ଦୋକାନୀ ଜଣକ ତାଙ୍କର ବହୁବର୍ଷ ଧରି କାଟିନଥିବା ଚୂଳକୁ କାଟି ଦେଇଥିଲା ।

ପରେ ଘରକୁ ଯାଇ ସେ ଏବିଷୟରେ ଜାଣିବା ପରେ ପୁଣି ଦୋକାନ ଯାଇ ସେଠାରେ ହଙ୍ଗାମା କରିଥିଲେ । ଏହି ଘଟଣାରେ ମୁଖାନୀ ପୋଲିସ ଏକ ମାମଲା ରୁଜୁ କରିଛି । ଜାଣିଶୁଣି ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ପୋଲିସ ଆଇପିସିର ଧାରା ୨୯୫ଏ ଲଗାଇବା ସହ ସମ୍ପୃକ୍ତ ଦୋକାନୀଙ୍କୁ ଗିରଫ କରାଯାଇଛି ।

ରାଜ୍ୟରେ ଖସୁଛି ପାରଦ, ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ୧୫ ଡ଼ିଗ୍ରୀ ତଳେ ରହିଛି ୧୩ଟି ସହର । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ରାତ୍ରି ତାପମାତ୍ରା  ୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହାପରେ ସୋନପୁରରେ ତାପମାତ୍ରା ୯.୪ ଡିଗ୍ରୀଥିବାବେଳେ ଫୁଲବାଣୀରେ ରହିଛି ୧୦.୫ ଡିଗ୍ରୀ, ଅନୁଗୁଳରେ ୧୧.୦ ଡିଗ୍ରୀ, ବାରିପଦାରେ ୧୨.୦ ଡିଗ୍ରୀ, କେନ୍ଦୁଝରରେ ୧୨.୦ ଡିଗ୍ରୀ, ଝାରସୁଗୁଡାରେ ୧୨.୨ ଡିଗ୍ରୀ, ଭବାନୀପାଟଣାରେ ୧୨.୨ ଡିଗ୍ରୀ ,ତାଳଚେରରେ ୧୨.୩ ଡିଗ୍ରୀ ,କୋରାପୁଟରେ ୧୨.୬ ଡିଗ୍ରୀ, ବୌଦ୍ଧରେ ୧୪.୦ ଡିଗ୍ରା, କଟକରେ ୧୪.୦ ଡିଗ୍ରୀ, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୧୬.୦ ଡିଗ୍ରୀ ତାପମାତ୍ରା ରହିଛି । ଅନ୍ୟପଟେ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ରୂପ ନେଇ ମାଡି ଆସୁଛି ନିଭାର । ଘଣ୍ଟାକୁ ୧୧ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ଲହରୀ ଦେଖାଦେବ ।

ଏବେ ବାତ୍ୟା ପୁଡୁଚେରୀର ପ୍ରାୟ ୨୫୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି । ଆଗରୁ ଆହୁରି ଘନୀଭୂତ ହୋଇ ଏହା ଭୀଷଣ ରୂପ ନେଉଛି । ଆଜି ମଧ୍ୟରାତ୍ରୀ କିମ୍ବା କାଲି ଭୋରରୁ ଏହା ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ପାର ହୋଇ କରାଇକାଲ ଏବଂ ମମଲାଲାପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ।

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିବ । ଏଥିସହ ପବନର ଝଟ୍‌କା ଘଣ୍ଟାକୁ ୧୫୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ବାତ୍ୟା ନିଭାର ପ୍ରଭାବରେ ତାମିଲନାଡୁ ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି । କାଞ୍ଚିପୁରମ୍‌ରେ ପ୍ରବଳ ବର୍ଷା ଲାଗିରହିଛି । ଏବେଠୁ ପବନର ବେଗ ବଢିବାରେ ଲାଗିଛି । କିଛି ସ୍ଥାନରେ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ବାତ୍ୟାର ବିଶେଷ ପ୍ରଭାବ ଓଡିଶା ଉପରେ ପଡିବନି । ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ଦୁଇ ଦିନରେ ଶ୍ରୀଜଗନ୍ନାଥ ବଲ୍ଳଭ ମଠରେ ମିଳିବ ମହାପ୍ରସାଦ

ପୁରୀ: ନାଗାର୍ଜୁନ ବେଶ ଓ କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କ ଗହଳିକୁ ଲକ୍ଷ କରି ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇଦେବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଆଗାମୀ ୨୭ ତାରିଖ ଓ ୩୦ ତାରିଖ ଦୁଇଦିନ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପରିସରରେ ଭକ୍ତମାନଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ଗହଳିକୁ ଏଡ଼ାଇବା ତଥା ସୁବିଧାରେ ମହାପ୍ରସାଦ ପାଇବା ନେଇ ଏପରି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ କୋଭିଡ ଗାଇଡ଼ଲାଇନ ପାଳନ କରି ମହାପ୍ରସାଦ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଥିବା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ଠକିଦେଲା ଦଲାଲ, ବେଦୀକୁ ଆସିଲାନି କନ୍ୟା, ଶେଷରେ କାନମୁଣ୍ଡା ଆଉଁସି ଘରକୁ ଫେରିଲେ ଦୁଇଭାଇ

ବଲାଙ୍ଗୀର: ବଲାଙ୍ଗୀରରେ ବିବାହ ନାଁରେ ବଡ଼ ଠକେଇ । ବେଦୀକୁ ଆସିଲାନି ଝିଅ, ହଟହଟା ହେଲା ବର । ୭୦ ହଜାର ନେଇ ଦଲାଲ ଫେରାର । ୨ ଅଣଓଡ଼ିଆ ବରପାତ୍ର ସାଜିଲେ ଶିଶୁପାଳ । ବଲାଙ୍ଗୀର ଟାଉନଥାନା ଅଞ୍ଚଳର ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦଲାଲ କଥାରେ ପଡି ଗତ ୧୯ରେ ବଲାଙ୍ଗୀର ପହଞ୍ଚିଥିଲେ ୟୁପି ନିଖୋରାଁର ରାଜଭାନ ପାଲ ଓ ଏମପି ନିୱାରୀର କିଶୋରୀ ପାଲ ।

ବିବାହ ପାଇଁ ଦଲାଲ ଦୀପକ ମିଶ୍ରଙ୍କ ସହ ୭୦ ହଜାର ଟଙ୍କାରେ ଡିଲ ମଧ୍ୟ ହୋଇଥିଲା । ଏଥିପାଇଁ ୪୦ ହଜାର ଟଙ୍କାର ଅଗ୍ରୀମ ନେଇଥିଲେ । ଯୋଜନା ମୁତାବକ ଝିଅ ଦେଖାଇବା ସହ ୨୦ ତାରିଖରେ ବାହାଘର ପାଇଁ ଧାର୍ଯ୍ୟ ହୋଇଥିଲା ତାରିଖ । ଏପରକି ଦ୍ୱିତୀୟ ପର୍ଯ୍ୟାୟରେ ବାକି ୩୦ ହଜାର ଟଙ୍କା ବି ନେଇଥିଲେ ଦୀପକ । ହେଲେ ବିବାହ ଦିନ ନାଁ ଦୀପକ ନାଁ କନ୍ୟାପକ୍ଷଙ୍କ କେହିବି ଆସିନଥିଲେ । ଦଲାଲ ସହ ଯୋଗାଯୋଗ ହୋଇନପାରିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ଦୁଇଭାଇ ।

ତେବେ ପୋଲିସର ଖୋଲତାଡ଼ ବେଳେ ଦଲାଲ ଦୀପକ ମିଶ୍ରର ନାଁ ସାମ୍ନାକୁ ଆସିଛି । ଦୀପକ ଫେରାର ଥିବାବେଳେ, ଠକେଇରେ ସାମିଲ ଥିବା ତିନି ଯୁବତୀଙ୍କ ମାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ସେପଟେ ନିରାଶ ଯୁବକ ଦ୍ୱୟ କାନମୁଣ୍ଡା ଆଉଁସି ଫେରିଛନ୍ତି ଘର । ତେବେ ଘଟଣା ପଛରେ ବଡ ଧରଣ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି । ବାହାର ରାଜ୍ୟରେ ବିବାହ କରାଇଦେବାକୁ କହି ଗରିବ ଯୁବତୀଙ୍କୁ ଟାର୍ଗେଟ କରିଥାନ୍ତି ଦଲାଲ । ଆଉ ଏଥିପାଇଁ ବରପକ୍ଷ ସହ ହୋଇଥାଏ ଲକ୍ଷ ଲକ୍ଷ ଟଙ୍କାର ଡିଲ୍ । ପ୍ରାଥମିକ ତଦନ୍ତରୁ ପୋଲିସକୁ ଏନେଇ ସୂଚନା ମିଳିଥିବା ବେଳେ, ଫେରାର ଦଲାଲ ଦୀପକୁ ଗିରଫ ହେଲେ ପୂରା ଗ୍ୟାଙ୍ଗର ପର୍ଦ୍ଦାଫାସ ହେବ ।

କରୋନା ହେଇଛି କହି ବିଧାନସଭାରେ ଅନୁପସ୍ଥିତ ରୁହ, କାହାକୁ ଏମିତି କହିଲେ ଲାଲୁ ?

0

ପାଟନା: ରାଷ୍ଟ୍ରୀୟ ଜନତା ଦଳର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ।

ସୂଚନା ଅନୁଯାୟୀ ବିହାର ବିଧାନସଭାର ବାଚସ୍ପତି ଚୟନ କରାଯିବାକୁ ଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏଭଳି ସମୟରେ ଜେଲ୍ ଭିତରେ ରହି ଲାଲୁ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରି ତାଙ୍କ ଆଡକୁ ଯିବା ପାଇଁ ପ୍ରଲୋଭନ ଦେଉଥିବା ସୁଶିଲ ଅଭିଯୋଗ କରିଛନ୍ତି ।

ସୁଶିଲ ଏକ ଅଡିଓ ଟେପ୍ ଜାରି କରି ଏହି ଦାବି କରିଛନ୍ତି । ତାଙ୍କ ଦାବି ଅନୁଯାୟୀ ଲାଲୁ ଜେଲ୍ ଭିତରେ ରହି ଭାରତୀୟ ଜନତା ପାର୍ଟିର ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରିଥିଲେ । ଏଥିସହିତ ମନ୍ତ୍ରୀ ପଦ ଯାଚିବା ସହ ତାଙ୍କ ଆଡକୁ ଯିବାପାଇଁ କହିଛନ୍ତି ।

ତେବେ ବିହାରର ପିରେପନ୍ତୀ ବିଧାନସଭା ଆସନର ବିଧାୟକ ହେଉଛନ୍ତି ଲଲନ ପାସଓ୍ୱାନ ।

ଅଡିଓରେ କ’ଣ ରହିଛି?

ସୁଶିଲ ମୋଦି ଜାରି କରିଥିବା ଅଡିଓ ଅନୁଯାୟୀ ଲାଲୁ ବିଜେପିର ବିଧାୟକଙ୍କୁ କହୁଛନ୍ତି ଯେ ବାଚସ୍ପତି ନିର୍ବାଚନ ବେଳେ ଗୃହରେ ଅନୁପସ୍ଥିତ ରହିବା ପାଇଁ । ଯାହାର ଜବାବରେ ବିଧାୟକ ଜଣକ କହୁଛନ୍ତି ‘‘ମୁଁ ଦଳରେ ଅଛି, ଏମିତି କଲେ ଅସୁବିଧା ହେବ’’ ।

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୭୩୦ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୭୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୧୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୩୧୧ । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୧୬ ହଜାର ୧ ଜଣ ମୋଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ୩୦୭୩୭୪ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସକ୍ରିୟ ମାମଲା ୬୮୮୭ ରହିଛି ।

ଅନୁଗୁଳରୁ ୪୪, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୧, ଭଦ୍ରକରୁ ୭, ବଲାଙ୍ଗିରରୁ ୪୦, ବୌଦ୍ଧରୁ ୧, କଟକରୁ ୪୯, ଦେବଗଡ଼ରୁ ୪, ଢେଙ୍କାନାଳ ୭, ଗଜପତିରୁ ୪, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୨୪, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୨୫, କଳାହାଣ୍ଡିରୁ ୩୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୪୦, ନୟାଗଡ଼ରୁ ୮, ନୂଆପଡ଼ାରୁ ୪୬, ପୁରୀରୁ ୨୯, ରାୟଗଡ଼ାରୁ ୮, ସମ୍ବଲପୁରରୁ ୯, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୫୭, ଷ୍ଟେଟପୁଲରୁ ୧୨ ।