spot_img
Home Blog Page 6368

ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଗିରଫ ଦାବିରେ ଅନଶନ କରିବେ ପାଏଲ

ମୁମ୍ୱାଇ: ସୋମବାର ଧାରଣାରେ ବସିବେ ଅଭିନେତ୍ରୀ ପାଏଲ ଘୋଷ । ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗରେ ପୋଲିସ ଷ୍ଟେସନ୍ ଆଗରେ ଧାରଣାରେ ବସିବେ । ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ପୂରା ବଲିଉଡରେ ଚହଳ ପକାଇଥିଲା ଅଭିନେତ୍ରୀ ପାଏଲ ଘୋଷ  ।

Hot Beauty Payal Ghosh stunning pics | Gulte - Latest Andhra Pradesh,  Telangana Political and Movie News, Movie Reviews, Analysis, Photos

ସୂଚନା ମୁତାବକ ପାଏଲ ସୋମବାର ବର୍ସିବା ପୋଲିସ ଷ୍ଟେସନ୍ ଯାଇ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିବେ । ତେବେ ପୂର୍ବରୁ ଅଭିନେତ୍ରୀ ପାଏଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରି ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଏ ନେଇ ମୁମ୍ୱାଇ ପୋଲିସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ପାଏଲ ।

अनुराग कश्यप

ଅଭିନେତ୍ରୀ ପାଏଲ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଜଣେ ଅପରାଧୀଙ୍କ ବିରୋଧରେ ମାମଲା ଦାୟର କରିଛି । କିନ୍ତୁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମୋତେ ହିଁ ପ୍ରଶ୍ନ ପଚରାଯାଉଛି ଆଉ ଅଭିଯୁକ୍ତ ଘରେ ଆରାମ କରୁଛନ୍ତି । ପାଏଲ ଘୋଷ ସୋସିଆଲ୍ ମିଡିଆରେ ଅନୁରାଗ କଶ୍ୟପଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଟ୍ୱିଟ୍ କରି ଅନୁରାଗଙ୍କ ବିରୋଧରେ ଜବରଦସ୍ତି କରିଥିବା ଅଭିଯୋଗ ଆଣିଥିଲେ । ପାଏଲ ଘୋଷ ଏହି ଅଭିଯୋଗ ଉପରେ ଅନୁରାଗ ସଫେଇ ମଧ୍ୟ ରଖିଥିଲେ । ଆଉ ଅଭିନେତ୍ରୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ।

ତାପଙ୍ଗ ପଥରଖଣି ଯିବାକୁ ଜନସାଧାରଣଙ୍କୁ ବାରଣ କଲା ଜିଲ୍ଲାପ୍ରଶାସନ

ଖୋର୍ଦ୍ଧା: ବନ୍ଦ ହେଲା ଖୋର୍ଦ୍ଧା ନିଜିଗଡ଼ର ତାପଙ୍ଗ ପଥରଖଣି । ତାପଙ୍ଗ ସ୍ଥିତ ପଥର ଖଣିକୁ ଯିବା ପାଇଁ  ଜନସାଧାରଣଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ । ଖୋର୍ଦ୍ଧାର ନୂଆ ସେଲଫି ପଏଣ୍ଟ ପାଲଟିଥିବା ଉକ୍ତ ପଥର ଖଣି ଯିବା  ଉପରେ ସମ୍ପୂଣ୍ଣ  ନିଶେଧାଦେଶ ଲଗାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି ।

ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ  କରୁଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏଠାକୁ  ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ ।

ସୂଚନା ଅନୁସାରେ, ପାହାଡ଼ ବିପଦ ସଂକୁଳ ଅବସ୍ଥାରେ ରହିଛି। ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ମଧ୍ୟ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରାଯାଉଛି । ଏହି ସବୁ ଦୃଷ୍ଟି ସତ୍ୱେ ସେଠାକୁ ବୁଲିବାକୁ ଯିବା, ଫଟୋ ଉଠାଇବା ଉପରେ ପ୍ରଶାସନ ବାରଣ କରିଛି ।

 

ଓଟିଭିର ବେଆଇନ୍ ଜମି ଜବରଦଖଲ ଘଟଣାରେ ଜିଲ୍ଲାପାଳଙ୍କ ପଦକ୍ଷେପ

ଖୋର୍ଦ୍ଧା: ପୂର୍ବରୁ ନାବାଳିକା ଗଣଦୁଷ୍କର୍ମ ଘଟଣା ଏବେ ବେଆଇନ୍ ଜମି ଜବର ଦଖଲ ମାମଲା । ଏସବୁ ମଧ୍ୟରେ ଛନ୍ଦି ହୋଇଛି ଓଟିଭି । ନାବାଳିକା ଗଣଦୁଷ୍କର୍ମ ଘଟଣାର ତାତି କମି ନଥିବା ବେଳେ ଏବେ ଓଟିଭିର ବେଆଇନ୍ ଜମି ଜବରଦଖଲ ଘଟଣାରେ ଏବେ ଅଠାକାଠିରେ ପଡ଼ିଛି ଓଟିଭି । ଘଟଣାରେ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ପଦକ୍ଷେପ ନିଆଯାଇଛି ।

ଖୋର୍ଦ୍ଧା ସାରୁଅରେ ଓଟିଭିର ବେଆଇନ୍ ଜମି ଜବରଦଖଲ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ, ତହସିଲଦାର ଓ ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ,  ଗତ ଶନିବାର ଜମି ଜବରଦଖଲ ହୋଇଥିବା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଆଜିଠୁ ତଦନ୍ତ ଆରମ୍ଭ ହେଉଛି । ଏଥିସହ ଉପଜିଲ୍ଲାପାଳ ସାରୁଅରେ ଜନଶୁଣାଣି କରିବେ । କ୍ଷତିଗ୍ରସ୍ତ ଲୋକଙ୍କ ଅଭିଯୋଗ ଗ୍ରହଣ କରିବେ । କେତେ ଜମି ଜବରଦଖଲ ହୋଇଛି, ଏବଂ ତାହା ଆଇନତଃ ବୈଧ କି ନୁହେଁ, ସେନେଇ ତଦନ୍ତ ହେବ ।

OTV ଏମ୍‌ଡିଙ୍କ ପରିବାର ନାଁରେ ଜମି ଜାଲିଆତି ଅଭିଯୋଗ: ଜମି ବିକ୍ରି କରିବାକୁ ବାଧ୍ୟ କରିଦେଇଛନ୍ତି ଓଟିଭି କର୍ତ୍ତୃପକ୍ଷ

ଆଇନ୍ ହେବା ପରେ ବି କୃଷି ବିଲକୁ ନେଇ ବିରୋଧ ଜାରି: ଟ୍ରାକ୍ଟରରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ଆଇନ୍ ହେଲାଣି କୃଷି ବିଲ୍, ହେଲେ ଥମିନି ବିରୋଧ । ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରିରହିଛି । କର୍ଣ୍ଣାଟକରେ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ସେପଟେ ଦିଲ୍ଲୀ ରାଜପଥରେ ଟ୍ରାକ୍ଟରରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଇଣ୍ଡିଆ ଗେଟ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଆଁ ଲଗାଇଥିଲେ । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ ଫାୟାର ବ୍ରିଗେଡ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେପଟେ ଆଇନକୁ ନେଇ ଏନଡିଏର ହାତ ଛାଡୁଛନ୍ତି ସହଯୋଗୀ ଆଉ ବିରୋଧ କରୁଛନ୍ତି ବିରୋଧୀ ଦଳ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ଧାରଣାରେ ବସିବେ । ହରିୟାଣାର ସହଯୋଗୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଆଜି ଅମିତ ଶାହାଙ୍କୁ ଭେଟୁଛନ୍ତି । ସାକ୍ଷାତକାର ବେଳେ ଏନେଇ ଆଲୋଚନା ହୋଇପାରେ । ଦେଶବ୍ୟାପୀ ବିରୋଧ ସତ୍ତ୍ୱେ ଗତକାଲି କେନ୍ଦ୍ର ସରକାରଙ୍କ ତିନୋଟି ଯାକ କୃଷି ବିଲ୍‌ ଉପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ଫଳରେ ତିନିଟି ଯାକ ବିଲ୍‌ ଆଇନରେ ପରିଣତ ହୋଇଛି  । କୃଷି ଉତ୍ପାଦନ ଓ ବାଣିଜ୍ୟ ବିଲ୍, ଚାଷୀଙ୍କ ସୁରକ୍ଷା ଓ ମୂଲ୍ୟ ଆଶ୍ୱାସନା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିଲ୍‌- ୨୦୨୦କୁ ସଂସଦର ଉଭୟ ଗୃହରେ ବିରୋଧ ସତ୍ତ୍ୱେ ପାରିତ ହୋଇଥିଲା । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ବିରୋଧ ଜାରି ରହିଛି।

ରାଜ୍ୟ ସଭା ପୂର୍ବରୁ ଲୋକ ସଭାରେ କୃଷି ବିଧେୟକକୁ ବିରୋଧ କରିଥିଲା ବିଜେଡି, ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପେକ୍ଷିତ ହେବେ ବୋଲି କହିଥିଲେ ଅନୁଭବ ମହାନ୍ତି

୮୨ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ: ୧୦୩୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କହର ଜାରି ରହିଛି । ଏଯାବତ୍ ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିଲାଣି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୨ ହଜାର ୧୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ ମୋଟ ୬୦ ଲକ୍ଷ ୭୪ ହଜାର ୭୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତି କଥା ଏହା ଯେ, ଏମାନଙ୍କ ମଧ୍ୟରୁ ୫୦ ଲକ୍ଷ ୧୬ ହଜାର ୫୨୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ଅପରପକ୍ଷରେ ୯୫ ହଜାର ୫୪୨ ଜଣ ଆକ୍ରାନ୍ତ ବ୍ୟାକ୍ତିଙ୍କ ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୨ ହଜାର ୧୭୦ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ଟିଭ ମାମଲା ୯ ଲକ୍ଷ ୬୨ ହଜାର ୬୪୦ରେ ପହଞ୍ଚିଛି ।   ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୯ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି ।

ଅପରପକ୍ଷରେ ବିଶ୍ୱ ମାନଚିତ୍ରରେ କରୋନାର ସ୍ଥିତି ଦେଖିବାକୁ ଗଲେ ଏଯାବତ୍ ସାରା ବିଶ୍ୱରେ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୨ କୋଟି ୪୬ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେବି ଉଭୟ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ସବୁଠାରୁ ଆଗରେ ରହିଥିବା ବେଳେ ତା’ ପଛକୁ ରହିଛିି ଭାରତ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି।

ପିଆଜ ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ପୁଣି ବଢିଲା ପିଆଜ ଦର । କିଛି ଦିନ ଭିତରେ ପିଆଜ ବଜାରରେ ନିଆଁ । ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ଖାଉଟିଙ୍କୁ କନ୍ଦାଇଛି ପିଆଜ ଦର । ଏବେ ହଠାତ୍ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଟପିଯାଇଛି । କିଛି ଦିନ ପୂର୍ବରୁ ପିଆଜର ଖୁଚୁରା ଦର କେଜି ପ୍ରତି ୩୫ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଡେଇଁଛି ।

ତେବେ ଆଗକୁ ଜଦି ଏମିତି ପରିସ୍ଥିତି ଲାଗି ରହିବ ଆଗକୁ ଦର ଆହୁରି ବଢିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ପାଇକାରୀ ମୂଲ୍ୟ ମଧ୍ୟ କ୍ୱିଣ୍ଟାଲ ପିଛା ୨୫ଶହ ଟଙ୍କାରୁ ବଢି ୩ରୁ ୪ ହଜାର ଛୁଇଁଛି । ସୂଚନା ଅନୁସାରେ ସବୁଠାରୁ ଅଧିକ ପିଆଜ ଉତ୍ପାଦନ ହେଉଥିବା ନାସିକରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି । ଦିର୍ଘଦିନ ଧରି ବର୍ଷା କାରଣରୁ ନାସିକେର ଚାଷ ଜମି ନଷ୍ଟ ହୋଇଯାଇଛି । କେବଳ ସେତିକି ନୁହେଁ ନାସିକରେ ବର୍ଷା ପାଇଁ ଶହ ଶହ ଏକର ପିଆଜ ଚାଷ ବାଧାପ୍ରାପ୍ତ ହୋଇଛି ।

ଫଳରେ ନାସିକରୁ ଜଥେଷ୍ଟ ପରିମାଣରେ ପିଆଜ ରପ୍ତାନି କରାଯାଇ ପାରୁ ନାହିଁ । ତେଣୁ ବଜାରରେ ପିଆଜର ଅଭାବ ଦେଖା ଦେଇଛି । ଫଳରେ ବ୍ୟବସାୟୀମାନେ ଚଢା ଦରରେ ପିଆଜ ବିକିବାକୁ ବାଧ୍ୟ ଦେଉଛନ୍ତି । ଯେପର୍ଯ୍ୟନ୍ତ ନାସିକୁ ଠିକ୍ ପରିମାଣରେ ପିଆଜ ରପ୍ତାନି ହୋଇନାହିଁ ସେ ପର୍ଯ୍ୟନ୍ତ ଏମତି ପରିସ୍ଥିତି ଲାଗି ରହିବ ବୋଲି ପିଆଜ ବ୍ୟବସାୟୀମାନେ କହିଛନ୍ତି ।

ଅନିଲ ଅମ୍ୱାନୀଙ୍କ ବିଦେଶରେ ଥିବା ସମ୍ପତ୍ତିକୁ ବାଜ୍ୟାପ୍ତ କରିବ ଚୀନ ବ୍ୟାଙ୍କ

ଲଣ୍ଡନ: ଅନିଲ ଅମ୍ୱାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଚୀନ ବ୍ୟାଙ୍କ । ବିଦେଶରେ ଥିବା ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବ ଚୀନ । ଅନିଲ ଅମ୍ୱାନି ଋଣ ଟଙ୍କା ପରିଶୋଧ କରିପାରିନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଚୀନ ବ୍ୟାଙ୍କ । ପ୍ରାୟ ୩ଟି ଚୀନ ବ୍ୟାଙ୍କକୁ ୫ ହଜାର ୨୭୬ କୋଟି ଟଙ୍କା ଋଣ ବାବଦକୁ ପଇଠ କରିବାର ଅଛି । ଏଥିସହିତ ଆଇନଗତ ପ୍ରକ୍ରିୟା ନେଇ ବ୍ୟାଙ୍କମାନଙ୍କ ଦ୍ୱାରା ହୋଇଥିବା ଖର୍ଚ୍ଚ ମଧ୍ୟ ପଇଠ କରିବାର ଅଛି ।

          ଏକଦା ବିଶ୍ୱ ଷଷ୍ଠ ଧନୀ ବ୍ୟକ୍ତି ଥିବା ଅନିଲ ଅମ୍ୱାନିଙ୍କୁ ମଇ ୨୨ ତାରିଖରେ ୭୧୬ ମିଲିୟନ୍ ଡଲାର ଅର୍ଥାତ ୫ ହଜାର ୨୭୬ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ସୁଧ ମଧ୍ୟ ସାମିଲ ରହିଛି । ଏତଦ୍‌ବ୍ୟତୀତ ୭୫୦ ହଜାର ଡଲାର (୭୦୪ କୋଟି) ଟଙ୍କା ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ଆଇନଗତ ପ୍ରକ୍ରିୟା ନେଇ ହୋଇଥିବା ଖର୍ଚ୍ଚ ବାଦବକୁ ପଇଠ କରାଯିବ । ତେବେ ବ୍ୟାଙ୍କ ଅଫ୍ ଚାଇନା ଏବଂ ଚାଇନା ଡେଫଲେପମେଣ୍ଟ ବ୍ୟାଙ୍କଠାରୁ ନେଇ ଥିବା ଋଣ ରାତି ସୁଧ ସହିତ ମିଶି ଜୁନ୍ ୨୯ ସୁଦ୍ଧା ଏହା ୭୧୭.୬୭ ମିଲିୟନ୍ ଡଲାରରେ ପହଞ୍ଚିଛି ।

ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ‘କରୋନା ସଂକ୍ରମିତ ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ‘କରୋନା ସଂକ୍ରମିତ ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ  ତୃଣମୂଳ କଂଗ୍ରେସର ପୂର୍ବତନ ନେତା ତଥା ବିଜେପି ମହାସଚିବଙ୍କ ବିବାଦୀୟ ମନ୍ତବ୍ୟ । ମହାସଚିବ ଅନୁପମ ହାଜ୍ରା କହିଛନ୍ତି ଯେ, ଯଦି କରୋନା ଆକ୍ରାନ୍ତ ହେବେ ତା’ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଛନ୍ତି । ପୂର୍ବରୁ ଟିଏମ୍‌ସି ସାଂସଦ ରହିସାରିଥିବା ହାଜ୍ରା ଦକ୍ଷିଣା ୨୪ ପ୍ରଗଣା ଜିଲ୍ଲାର ବାରୁପୁରରେ ସେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗଦେବାକୁ ଯାଇଥିଲେ  । ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଥିଲେ । ଅନୁଷ୍ଠିତ ଏହି ବୈଠକରେ ବିଜେପି ନେତା ତଥା ଓ କର୍ମୀ କେହି ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା ।

ଶ୍ରୀ ହାଜ୍ରା କରୋନା ଅପେକ୍ଷା ମମତାଙ୍କୁ ବଡ଼ ଶତ୍ରୁଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଆମ ଦଳୀୟ କର୍ମୀଙ୍କ କରୋନା ଅପେକ୍ଷା ବଡ଼ ଶତ୍ରୁ ହେଉଛି ମମତା ବାନାର୍ଜୀ । ଯଦି ମୁଁ କରୋନା ସଂକ୍ରମିତ ହୁଏ ତେବେ ମୁଁ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବି । ଉଲ୍ଲେଖ ଥାଉ କି, ବିଜେପି ସଭାପତି ଜେପି ନାଡ୍ଡା ଗତ ଶନିବାର ଦଳର ସାଂଗଠନିକ ପରିବର୍ତ୍ତନ କରିଥିଲେ । ଏହି ନୂଆ ତାଲିକାରେ ଟିଏମ୍‌ସିର ଦୁଇ ପୂର୍ବତନ ନେତା ମୁକୁଲ ରୟ ଏବଂ ଅନୁପମ ହଜ୍ରାଙ୍କୁ ପଦୋନ୍ନତୀ ମିଳିଛି । ମୁକୁଲ ରୟ ଦଳର ଜାତୀୟ ଉପାଧ୍ୟକ୍ଷ ପଦବୀରେ ଅବସ୍ଥାପତି ହୋଇଥିବା ବେଳେ ଅନୁପମ ହାଜ୍ରା ମହାସଚିବ ପଦବୀରେ ନିଯୁକ୍ତ ରହିଛନ୍ତି ।

ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା, ଦେଢ ମାସ ପରେ ବାହାରିଲା ମୃତଦେହ

ମୋହନା: ସମାଜରେ ଏବେ ବି ବଞ୍ଚିଛି ଗୁଣି ଗାରେଡି ଉପରେ ବିଶ୍ୱାସ । ଆଉ ଏହି ଅନ୍ଧବିଶ୍ୱାସରେ ଅନ୍ଧ ହେଉଛନ୍ତି ଲୋକେ । ଏମିତି ବିଶ୍ୱାସ କରୁଛନ୍ତି ଯେ, ମଣିଷକୁ ମାରିବାକୁ ବି ପଛଉନାହାଁନ୍ତି । ଏମିତି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କାଣ୍ଡୁଲୁ ଗାଁରେ ।   ଗୁଣି ଗାରେଡି ସନ୍ଦେହରେ ଚାଲିଯାଇଛି ଜଣଙ୍କ ଜୀବନ । ଆଉ ଦେଢ ମାସ ପରେ ବାହାରିଲା ମୃତଦେହ ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୯ ତାରିଖରେ ଗାଁର ଡାଳିମ୍ବ ଗମାଙ୍ଗଙ୍କୁ ଗୁଣିଗାରେଡି ସନ୍ଦେହରେ କାଠରେ ପିଟି ପିଟି ଓ ପରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପରେ ମୃତଦେହକୁ ଗାଁ ନିକଟସ୍ଥ ଏକ ବୁଦାରେ ପୋତି ଦେଇଥିଲେ ହତ୍ୟାକାରୀ।

ଏସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗାଁକୁ ଯାଇ ତଦନ୍ତ କରିଛି। । ଘଟଣାରେ ୪ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ଦେଢ଼ ମାସ ପରେ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହାର ହୋଇ ଥିବା କାଠ, ବନ୍ଧୁକ ଏବଂ ହାଡ କଙ୍କାଳ ଜବତ କରିଛି ପୋଲିସ ।

ସାମସନ୍ ଓ ତେୱାତିଆଙ୍କ ଧୁଆଁଧାର ଇନିଂସ ପଞ୍ଜାବକୁ ପଡ଼ିଲା ମହଙ୍ଗା

0

ସରଜି: ଆଇପିଏଲର ୨୦୨୦ ସଫଳତା ସହ ଆଗେଇ ଚାଲିଛି । ବିଭିନ୍ନ ତାଙ୍କ ଟିମକୁ ଜିତେଇବାକୁ ଦମଦାର ପ୍ରୟାସ ଜାରି ରଖିଛନ୍ତି । ରବିବାର ଖେଳାବାକୁ ଆଇପିଏଲ ଲଢେଇରେ ରାଜସ୍ଥାନର ରୟାଲ୍ସର ଦମଦାର ବିଜୟ  ।   ପଞ୍ଜାବକୁ ୪ୱିକେଟରେ ପରାସ୍ତ କରିଛି ରାଜସ୍ଥାନ  ।  ୨୨୪ ରନର ବଡ ଟାର୍ଗେଟ ହାସଲ କରିଛି ରାଜସ୍ଥାନ ରୟାଲସ୍ । ଦଳ ପକ୍ଷରୁ ସ୍ୟାମସନ୍ ୮୫ ରନ୍ କରିଥିବାବେଳେ ତେୱାଟିଆ ଖେଳିଥିଲେ ୫୩ ରନର ଧୁଆଁଧାର ଇନିଂସ  ।

ସେହିଭଳି ଅଧିନାୟକ ସ୍ମିଥ୍ ୫୦ ରନ୍ କରି ଆଉଟ ହୋଇଥିଲେ  ।  ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୨ ୱିକେଟ ହରାଇ ୨୨୩ ରନ୍ କରିଥିଲା ପଞ୍ଜାବ । ଓପନର ମୟଙ୍କ ଅଗ୍ରଓ୍ବାଲ ଓ ଅଧିନାୟକ ଲୋକେଶ ରାହୁଲ ଖେଳିଥିଲେ ଦମଦାର ଇନିଂସ  ।  ମୟଙ୍କ ଅଗ୍ରୱାଲ ମାତ୍ର ୫୦ଟି ବଲରୁ ଖେଳିଥିଲେ ୧୦୬ ରନର ଶତକୀୟ ଇନିଂସ  ।

ଯେଉଁଥିରେ ଥିଲା ତାଙ୍କର ୭ଟି ଛକା ଓ ୧୦ଟି ଚୌକା  ।  ଅଧିନାୟକ ଲୋକେଶ ରାହୁଲ ୫୪ଟି ବଲରୁ ୬୯ ରନ୍ ସଂଗ୍ରହ କରିଥିଲେ । ବଡ ସ୍କୋର କରିଥିଲେ ମଧ୍ୟ ପରାଜିତ ହୋଇଛି ପଞ୍ଜାବ  ।  ଆଜି ଦୁବାଇରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ହେବ ଟକ୍କର ।