ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ସରକାର। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ସପକ୍ଷରେ ଯୁକ୍ତି ବାଢିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଯୋଗୁଁ ଭାରତ-ପାକ୍ ବିବାଦ ବନ୍ଦ ହୋଇଛି ବୋଲି କହିଛନ୍ତି ଶେହବାଜ ସରିଫ। ଏଥିଲାଗ ପାକିସ୍ତାନ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଯୁକ୍ତି ବାଢିଛନ୍ତି। ଭାରତ-ପାକିସ୍ତାନ ମୁହାଁମୁହିଁ ସମୟରେ ଟ୍ରମ୍ପଙ୍କ କୂଟନୈତିକ ମଧ୍ୟସ୍ଥତା ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ମଧ୍ୟରେ ଏକ ବଡ଼ ଯୁଦ୍ଧକୁ ଏଡାଇବାରେ ସାହାଯ୍ୟ କରିଥିଲା ବୋଲି କହିଛନ୍ତି ପାକିସ୍ତାନ ସରକାର। ପାକିସ୍ତାନ କହିଛି ଯେ ଭାରତ-ପାକ୍ ବିବାଦ ସମୟରେ ଟ୍ରମ୍ପଙ୍କ କୂଟନୈତିକ ପଦକ୍ଷେପ ଏବଂ ମଧ୍ୟସ୍ଥତା ଏକ ବଡ଼ ଯୁଦ୍ଧକୁ ଏଡାଇବାରେ ସାହାଯ୍ୟ କରିଥିଲା। ଟ୍ରମ୍ପ ନୂଆଦିଲ୍ଲୀ ଏବଂ ଇସଲାମାବାଦ ଉଭୟଙ୍କ ସହ କଥା ହୋଇ ଅସ୍ତ୍ରବିରତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ଦୁଇ ପରମାଣୁ ଶକ୍ତି ମଧ୍ୟରେ ଯୁଦ୍ଧ ସମ୍ଭାବନାକୁ ଏଡାଇ ଦେଇଥିଲା। ପୂର୍ବରୁ ପାକିସ୍ତାନ ସେନା ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଅସୀମ ମୁନୀର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଯୁକ୍ତି ବାଢିଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଟ୍ରମ୍ପଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି କହିଥିଲେ। କିଛି ଦିନ ତଳେ ମୁନୀର ଓ ଟ୍ରମ୍ପ ଉଭୟ ହ୍ୱାଇଟ୍ ହାଉସର କ୍ୟାବିନେଟ୍ ରୁମରେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।
ଅନ୍ୟ ଜାତିରେ ବାହା ହେଲା ଝିଅ, ଗାଁ ଲୋକଙ୍କ ଚାପରେ ଲଣ୍ଡା ହେଲେ ପରିବାର
କାଶୀପୁର: ପରମ୍ପରା ନାଁ ଜାତିପ୍ରଥାର କୁସଂସ୍କାର ? ଝିଅ ଅନ୍ୟ ଜାତିର ପୁଅକୁ ବାହା ହେବାରୁ ଝିଅଙ୍କ ପରିବାରର ସମସ୍ତେ ଶୁଦ୍ଧି ହେବା ସହିତ ମୁଣ୍ଡନ କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ବାଇଗଣଗୁଡ଼ାର ଜଣେ ଆଦିବାସୀ ଝିଅ ଅନ୍ୟ ଏକ ଜାତିର ପୁଅକୁ ଭଲ ପାଉଥିଲା। ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ଵେ ଉଭୟେ ବାହା ହେବାରୁ ଗାଁ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତିରେ ରହିବାକୁ ହେଲେ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରୀ ଆଦି ବଳି ଦେବା ସହିତ ମୁଣ୍ଡନ କରିବାକୁ ଗାଁ ଲୋକେ କହିଥିବାର ଅଭିଯୋଗ ହୋଇଛି। ଏହା ପରେ ଝିଅଙ୍କ ପରିବାର ଲୋକେ ବାଧ୍ୟ ହୋଇ ମୁଣ୍ଡନ ହୋଇଛନ୍ତି। ପରମ୍ପରା। କାଶୀପୁର ବିଡ଼ିଓ ବିଜୟ ସୋଏ କହିଛନ୍ତି, ସଂପୃକ୍ତ ଗାଁକୁ ଯାଇ ତଦନ୍ତ କରିବାକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି
ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି। ଗତକାଲି ଫେରିଲେ ୨୯୦ ଭାରତୀୟ। ଆଜି ଭୋରରୁ ୫୬ ଜଣଭାରତୀୟ ରାଜଧାନୀ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଭାରତ ପାଇଁ ନିଜ ଆକାଶ ମାର୍ଗ ଖୋଲିଲା ଇରାନ ଏହାପରେ ବିମାନରେ ଇରାନରୁ ଦେଶକୁ ଫେରୁଛନ୍ତି ଭାରତୀୟ। ସେଠାରେ ଯୁଦ୍ଧ ଲାଗି ରହିଥିବାରୁ ସେଠାରେ ରହୁଥିବା ଭାରତୀୟମାନେ ଫସି ରହିଥିଲେ। ଜୀବନ ପ୍ରତି ମଧ୍ୟ ବିପଦର ଆଶଙ୍କା ଥିଲା। ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର। ଏଥିପାଇଁ ଅପରେସନ ସିନ୍ଧୁ ଆରମ୍ଭ କରାଯାଇଛି। ସେଠାରୁ ସିଧାସଳଖ ବିମାନ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଆଗରୁ ୧୧୦ ଜଣ ଭାରତୀୟ ଛାତ୍ର ଆସିଥିଲେ। ଇରାନରୁ ସିଧାସଳଖ ଆସିନଥିଲେ ମଧ୍ୟ ଆର୍ମେନିଆ ଓ ଦୋହା ଦେଇ ସେମାନେ ଫେରିଛନ୍ତି।
ICCର ନିୟମ ଭାଙ୍ଗିଲେ ଶୁଭମନ୍ ଗିଲ୍, ଦେଇପାରନ୍ତି ବଡ଼ ଜରିମାନା
ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳୁଛି ଭାରତ । ପ୍ରଥମ ଦିନରେ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଅଧିନାୟକ ଶୁଭମନ ଗିଲ ଏବଂ ଜୟସ୍ବାଲଙ୍କ ଶତକୀୟ ପାଳି ବଳରେ ଭାରତ ଏବେ ଦୃଢ଼ ସ୍ଥିତିରେ ରହିଛି । ତେବେ ପ୍ରଥମ ଦିନରେ ଅଧିନାୟକ ଶୁଭମନ ଗିଲ ଆଇସିସିର ଏକ ବଡ଼ ନିୟମ ଭାଙ୍ଗିଥିବା କୁହାଯାଉଛି । ଯେଉଁ କାରଣରୁ ତାଙ୍କ ବଡ଼ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ । ତେବେ ଗିଲ ଯେତେବେଳେ ବ୍ୟାଟିଂ ଆସିଥିଲଷ ସେତେବେଳେ ସେ ଧଳା ମୋଜା ବଦଳରେ କଳା ମୋଜା ପିନ୍ଧି ବ୍ୟାଟିଂ ଆସିଥିବା ଦେଖିବାକୁ ମିଳିଥିଲା । ନିୟମ ଅନୁସାରେ ଟେଷ୍ଟ ମ୍ୟାଚରେ ଧଳା ମୋଜା ପିନ୍ଧିବା କଥା । MCC ଦ୍ବାରା ଏଭଳି ନିୟମ କରାଯାଇଛି । ଡ୍ରେସକୋଡ୍ ନିୟମ ଉଲଙ୍ଘନ କରିଥିବା କାରଣରୁ ତାଙ୍କ ଜରିମାନା ଦେବାକୁ ପଡ଼ିବ । ତେବେ ଏହି ମାମଲାରେ ସ୍କାଏ ସ୍ପୋର୍ଟ ପକ୍ଷରୁ ଟୁଇଟ୍ କରାଯାଇଥିବା ଦେଖିବାକୁ ମିଳିଛି । ପୋଷାକ ସମ୍ବନ୍ଧୀୟ ICC ନିୟମ 19.45 ଅନୁଯାୟୀ ଜଣେ ଖେଳାଳି ଟେଷ୍ଟ ମ୍ୟାଚ୍ ସମୟରେ ଧଳା ପୋଷାକ, କ୍ରିମ୍ କିମ୍ବା ହାଲୁକା ମାଟିଆ ରଙ୍ଗର ମୋଜା ପିନ୍ଧିବା ଉଚିତ, କିନ୍ତୁ ଶୁଭମନ ଗିଲ୍ କଳା ମୋଜା ପିନ୍ଧିଥିଲେ, ଯାହା ICC ନିୟମର ଉଲ୍ଲଂଘନ। ଏହି ନିୟମ 2023 ମେ ମାସରେ ଲାଗୁ କରାଯାଇଥିଲା। ତେବେ ନିୟମ ଅନୁସାରେ ମ୍ୟାଚ ଫି’ର ୧୦ରୁ ୨୦ ପ୍ରତିଶତ ତାଙ୍କୁ ଦେବାକୁ ପଡ଼ିପାରେ ।
ଆମେଟି ଗାଁରେ ଜ୍ବର ଆତଙ୍କ
ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଉକମ୍ବା ପଞ୍ଚାୟତ ଆମେଟି ଗାଁରେ ଜ୍ବର ଆତଙ୍କ । ଗତ ୨୦ ଦିନ ହେବ ପ୍ରତି ଘରେ ଜ୍ଵର ହେବା ସହ ଦେହ କୁଣ୍ଡାଇ ହେବା ଓ ଗୋଡ଼ ବ୍ୟଥା ହେଉଛି । କିଛି ଲୋକ ଭଲ ହୋଇଥିବା ବେଳେ ଆହୁରି ଅନେକ ଲୋକ ଘରେ ଶୋଇ ରହିଛନ୍ତି । ଆଉ କିଛି ରୋଗୀ ଚିକିତ୍ସା ପରେ ସ୍ୱାସ୍ଥ୍ୟରେ ଉନ୍ନତି ନଆସିବାରୁ ଆନ୍ଧ୍ର ମୁହାଁ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ଉକମ୍ବା ଓ ରାମନାଗୁଡା ଡାକ୍ତରଖାନାର ଟିମ ଗାଁକୁ ଯାଇ ଚିକିତ୍ସା କରି ଫେରିଛନ୍ତି । ଏପଟେ ରୁତୁ ପରିବର୍ତ୍ତନ ହେବା ପରେ ଭାଇରାଲ ଜ୍ଵର ଆଉ ସମସ୍ତଙ୍କ ରକ୍ତ ନମୁନା ନେଗେଟିଭ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ମାଡ଼ : ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ
ନନ୍ଦିଘୋଷ ବ୍ୟୁରୋ: ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ମାଡ଼ । ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ । ଏହି ଗାଁରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଜଣେ ଆଶାକର୍ମୀ ଔଷଧ ଦେବାକୁ ଯାଇଥିଲେ । ଏହି ସମୟରେ ସେହି ଗାଁର ସୁବାଷ ବେହେରା, ଲୋକନାଥ ବେହେରା ଏବଂ ଆଉ ଦୁଇଜଣ ଅଜଣା ଯୁବକ ଅତ୍ୟଧିକ ମଦ୍ୟପାନ କରି ଗାଳିଗୁଲଜ କରିଥିଲେ । ଏହାକୁ ଆଶାକର୍ମୀ ବାରଣ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାଦେଖି ମାୟାଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଗାଁଲୋକେ ଉଭୟ ଆଶାକର୍ମୀ ଏବଂ ମାୟାଧରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଆଶାକର୍ମୀ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପାର୍ବତୀପୁର ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଥିବା ଜଣାପଡିଛି।
ଭାରତ ପାଇଁ ନିଜ ଆକାଶ ମାର୍ଗ ଖୋଲିଲା ଇରାନ
ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଧୁ। ଭାରତ ପାଇଁ ନିଜ ଆକାଶ ମାର୍ଗ ଖୋଲିଲା ଇରାନ। ଏହାପରେ ବିିମାନରେ ଇରାନରୁ ଦେଶକୁ ଫେରୁଛନ୍ତି ଭାରତୀୟ। ସେଠାରେ ଯୁଦ୍ଧ ଲାଗି ରହିଥିବାରୁ ସେଠାରେ ରହୁଥିବା ଭାରତୀୟମାନେ ଫସି ରହିଥିଲେ। ଜୀବନ ପ୍ରତି ମଧ୍ୟ ବିପଦର ଆଶଙ୍କା ଥିଲା। ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର। ଏଥିପାଇଁ ଅପରେସନ ସିନ୍ଧୁ ଆରମ୍ଭ କରାଯାଇଛି। ଆଜିସେଠାରୁ ସିଧାସଳଖ ବିମାନ ଆସି ଦିଲ୍ଲୀରେ ପହଞ୍ଚିଛି। ଆଗରୁ ୧୧୦ ଜଣ ଭାରତୀୟ ଛାତ୍ର ଆସିଥିଲେ। କିନ୍ତୁ ଇରାନରୁ ସିଧାସଳଖ ଆସିନଥିଲେ। ଆର୍ମେନିଆ ଓ ଦୋହା ଦେଇ ସେମାନେ ଆସିଥିଲେ।
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ, ବିଶାଳ ସ୍କୋର ଅଭିମୁଖେ ଭାରତ
ନନ୍ଦିଘୋଷ ବ୍ୟୁରୋ: କ୍ୟାପଟେନ ଭାବେ ପ୍ରଥମ ଟେଷ୍ଟରେ ଶତକ। ଏପରି ସଫଳତା ହାସଲ କରିଛନ୍ତି ଭାରତୀୟ କ୍ରିକେଟ୍ ର ନୂଆ ପ୍ରିନ୍ସ ଶୁଭମନ ଗିଲ୍। ଲିଡ୍ସ ଟେଷ୍ଟରେ ସେ ଶତକ ହାସଲ କରିଛନ୍ତି। ଓପନର ଯଶସ୍ଵୀ ଜୟସ୍ଵାଲ ମଧ୍ୟ ଶତକ ହାସଲ କରିଛନ୍ତି। ଲିଡ୍ସ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍। ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ ଖେଳାଯାଉଛି ଲିଡ୍ସରେ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରୁଛି ଦଳ। ଓପନର୍ ଜଶସ୍ଵୀ ଜୟସ୍ଵାଲ ଶତକ ହାସଲ କରିଛନ୍ତି। କେଏଲ୍ ରାହୁଲ କରିଛନ୍ତି ୪୨ ରନ। କିନ୍ତୁ ନିଜ ଡେବ୍ୟୁ ମ୍ୟାଚରେ ନିରାଶ ହୋଇଛନ୍ତି ସାଇ ସୁଦର୍ଶନ । ସେ ଡକ୍ ଆଉଟ ହୋଇଛନ୍ତି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ କରିଛି ୩୫୯ ରନ। ଆଜି ଦ୍ବିତୀୟ ଦିନର ଖେଳ ହେବାକୁଥିବାବେଳେ ଭାରତୀୟ ଦଳ ଏକ ବିଶାଳ ସ୍କୋର କରିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ ।
ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି । ସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ । ଏକାଦଶୀ ତିଥିରେ ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେ ଧିରେ ଜ୍ୱରରୁ ଉପଶମ ହୋଇଛନ୍ତି । ଦୀର୍ଘ ୯ ଦିନ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଥିବା ଶ୍ରୀଜୀଉ ଉଠି ବସିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ । ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦଶମୂଳ ମୋଦକ ସାତୋଟି ବଢାରେ ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା ।
ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି । ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ମହାପ୍ରଭୁ ଜ୍ୱରରେ କମ୍ପୁ ଥିବାରୁ ଭୋଗଲାଗି ସମୟରେ ଘଂଟ ବାଜିବା ବନ୍ଦ ରହିଥାଏ । ଖଳି ଲାଗି ସମୟରେ ଘଂଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି ।
ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି। ଫୁଲୁଛି ସୁବର୍ଣ୍ଣରେଖା। ଗତ ରାତି ୧୦ ଟା ସୁଦ୍ଧା ରାଜଘାଟରେ ୧୧.୨୨ ମିଟର ଜଳ ପ୍ରବାହିତ ହେଉଥିଲା। ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ରାତିରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ନଦୀର ଜଳ କ୍ରମଶଃ ବଡୁଥିବାରୁ ଭୋଗରାଇ ବ୍ଲକର ମନୁ ନଗର ଓ ହୁଡାପାଳ, ଆରୁହା ବର୍ତ୍ତି ଗାଁ ଭିତରକୁ ଜଳ ପଶିବା ଆରମ୍ଭ କରିଛି। ବାଲିଆପାଳ ବ୍ଳକ୍ ର କୁଦମାନସଂ, ଚଡ ପଦା, ଅସ୍ତି, ରସଲପୁର, ପାଳଯାମକୁଣ୍ଡା ଗାଁରେ ବନ୍ୟା ପାଣି ପଶିବାରେ ଲାଗିଛି।ସମସ୍ତ ଅଫିସରଙ୍କ ଛୁଟି ବାତିଲ ହୋଇଛି। ବିନା ନିର୍ଦ୍ଦେଶରେ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ବାଲେଶ୍ଵର ଜିଲ୍ଲାରେ ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ୪ଟି ବ୍ଲକର ସମସ୍ତ ଅଫିସରଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଅତ୍ୟାବଶ୍ୟକ ମେଡିସିନ ମହଜୁଦ ରଖିବା ସହ ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

